ନିର୍ଯାତନା ବିରୋଧରେ ମତଦାନ କଲେ କିନ୍ନର
ବାରାଣାସୀର ଆଇନଶୃଙ୍ଖଳା କିନ୍ନରଙ୍କ ଅଧିକାର ସୁରକ୍ଷା କିମ୍ବା ସେମାନଙ୍କ ନିରାପତ୍ତା ସୁନିଶ୍ଚିତ କରିବାରେ ବିଫଳ ରହିଛି। ତେଣୁ ୨୦୨୪ ସାଧାରଣ ନିର୍ବାଚନରେ ସେମାନେ ପରିବର୍ତ୍ତନ ପାଇଁ ମତଦାନ କରିଛନ୍ତି



ବାରାଣାସୀର ଆଇନଶୃଙ୍ଖଳା କିନ୍ନରଙ୍କ ଅଧିକାର ସୁରକ୍ଷା କିମ୍ବା ସେମାନଙ୍କ ନିରାପତ୍ତା ସୁନିଶ୍ଚିତ କରିବାରେ ବିଫଳ ରହିଛି। ତେଣୁ ୨୦୨୪ ସାଧାରଣ ନିର୍ବାଚନରେ ସେମାନେ ପରିବର୍ତ୍ତନ ପାଇଁ ମତଦାନ କରିଛନ୍ତି
୨୦୨୪ ଜୁନ୍ ୪ ତାରିଖରେ ସାଧାରଣ ନିର୍ବାଚନ ପରିଣାମ ଘୋଷଣା ହେବା ପରେ ଝାଡ଼ଖଣ୍ଡରେ ଦିନେ ସକାଳ ସମୟ। ହେଲେ ଏଠାକାର ଡାଲଟନ୍ଗଞ୍ଜ ଶ୍ରମିକ ବଜାରରେ, କାମ ଅଭାବ ଦୂର ହେଉନାହିଁ ବୋଲି ଶ୍ରମିକମାନେ କହିଛନ୍ତି
ପ୍ରାୟ ଏକ ଶତାବ୍ଦୀରୁ ଅଧିକ ସମୟ ପୂର୍ବରୁ, ହରିୟାଣାର ଏହି ତହସିଲ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ମାଇଲଖୁଣ୍ଟ ପ୍ରତିଷ୍ଠା କରିଥିଲା। ଚଳିତ ସାଧାରଣ ନିର୍ବାଚନ ୨୦୨୪ ସେମାନଙ୍କ ପାଇଁ କେଉଁ ମୂଲ୍ୟ ରଖୁଛି ତାହା ଏହି ଅଞ୍ଚଳର ଶ୍ରମିକମାନେ ଦର୍ଶାଇ ଦେଇଛନ୍ତି
ମତଦାତାମାନେ ସମସ୍ତେ ଚାହାନ୍ତି ଜଣେ ଶକ୍ତିଶାଳୀ ସାଂସଦ ଯେ କି ସେମାନଙ୍କ ସମସ୍ୟାସବୁକୁ ଦିଲ୍ଲୀରେ ଶୁଣାଇବ। ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ସର୍ବାଧିକ ସମ୍ବେଦନଶୀଳ ସୀମାଠାରେ କାମ ହରାଇଥିବା କୁଲିମାନେ ୨୦୨୪ ସାଧାରଣ ନିର୍ବାଚନ କାଳରେ ମଧ୍ୟ ଠିକ୍ ସେଇଆ ଚାହୁଁଛନ୍ତି
ପଞ୍ଜାବ ମନସା ଜିଲ୍ଲାର କିଶନଗଡ଼ ସେଧା ସିଂ ୱାଲାର ବରିଷ୍ଠ ମହିଳାଙ୍କ ପାଇଁ ୨୦୨୦-୨୧ର ଐତିହାସିକ କୃଷି ଆନ୍ଦୋଳନ ପରିବର୍ତ୍ତନକାରୀ ଥିଲା। ଅସହମତି ଏକ ଶିକ୍ଷା ଭାବେ କାମ କଲା, ଏପରିକି ୨୦୨୪ର ସାଧାରଣ ନିର୍ବାଚନରେ ସେମାନଙ୍କ ପାଇଁ ବିକଳ୍ପ ପ୍ରସ୍ତୁତ କଲା
୨୦୨୪ ସାଧାରଣ ନିର୍ବାଚନ ପୂର୍ବ ପାଞ୍ଚ ବର୍ଷ ଧରି ପଶ୍ଚିମବଙ୍ଗର ଜଣେ ସାମ୍ବାଦିକ ଓ କବି ସାରା ରାଜ୍ୟ ପରିକ୍ରମା କରି ଯାହା ଯାହା ତାଙ୍କ ଦୃଷ୍ଟିକୁ ଆସିଛି ସେହି ସବୁ କଥାକୁ ଆମ ଆଗରେ ଉପସ୍ଥାପନ କରିଛନ୍ତି
ଏହି ନିର୍ବାଚନ ମଣ୍ଡଳୀ ନରେନ୍ଦ୍ର ମୋଦିଙ୍କୁ ଦୁଇଥର ନିର୍ବାଚିତ କରିଛି। କିନ୍ତୁ ସରକାରଙ୍କ ଆର୍ଥିକ ସହଯୋଗରେ କାମ ମିଳୁଥିବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ କାମ କରୁ ନଥିବା ମତଦାତାମାନଙ୍କ ମୋହଭଙ୍ଗ କରିଛି
ଝାଡ଼ଖଣ୍ଡର ଦୁମକା ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ଆଦିବାସୀ ବହୁଳ ଗାଁ ପାଇଁ ସରକାରୀ ଯୋଜନା ଓ ଚାକିରି ସାତସପନ । ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ସେଠାକାର ଅସନ୍ତୋଷ ବେଶ୍ ବାରି ହୋଇପଡ଼େ
ପଞ୍ଜାବର ମୋଗା ଜିଲ୍ଲାରେ ହେରୋଇନ ଓ ଅନ୍ୟ ନିଶାଯୁକ୍ତ ଡ୍ରଗ ଯୁବକ ଓ ପ୍ରୌଢ଼ମାନଙ୍କୁ ଏପରି କବଳିତ କରିଛି ଯେ ସେଠାକାର ମହିଳାମାନେ ଛୋଟମୋଟ କାମ ଖୋଜୁଛନ୍ତି। ଅବସ୍ଥା ଏପରି ହୋଇଛି ଯେ ୨୦୨୪ ସାଧାରଣ ନିର୍ବାଚନ ସମୟରେ ଏହା ମତଦାନ ପାଇଁ ଏକ ପ୍ରସଙ୍ଗ ପାଲଟି ଥିଲା
ଖ୍ୱାଜା ମୋଇନୁଦ୍ଦିନ (୯୨) ଭାରତର ପ୍ରଥମ ନିର୍ବାଚନରେ ଭୋଟ୍ ଦେଇଥିବା ମନେ ପକାଇଥାନ୍ତି; ସେ ସାଧାରଣ ନିର୍ବାଚନ ୨୦୨୪ରେ ମଧ୍ୟ ଭୋଟ୍ ଦେଇଛନ୍ତି । ମହାରାଷ୍ଟ୍ର ବୀଡ୍ର ଏହି ବାସିନ୍ଦା ଜଣଙ୍କ ଆମ ଧର୍ମନିରପେକ୍ଷ ଗଣତନ୍ତ୍ରର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ନେଇ ମତ ରଖିଥା’ନ୍ତି
ପଶ୍ଚିମବଙ୍ଗ ଉତ୍ତର ୨୪ ପରଗଣା ଜିଲ୍ଲାର ସନ୍ଦେଶଖାଲି ଏବଂ ମିନାଖାନ ବ୍ଲକର ପ୍ରବାସୀ ଶ୍ରମିକମାନେ ରାଜ୍ୟର ଅନ୍ୟ ଭାଗକୁ ଦଳବଦ୍ଧ ହୋଇ କାମ କରିବାକୁ ଯାଇଥିଲେ। କିଛି ବର୍ଷ ପରେ ସେମାନେ ଫେରିଲା ବେଳକୁ ସିଲିକୋସିସ୍ରେ ଆକ୍ରାନ୍ତ ହୋଇସାରିଥିଲେ। ୨୦୨୪ ସାଧାରଣ ନିର୍ବାଚନ ସେମାନଙ୍କ ଜୀବନରେ କୌଣସି ପରିବର୍ତ୍ତନ ଆଣିବ ନାହିଁ ବୋଲି ସେମାନେ କୁହନ୍ତି
ଆମ ଗଣତନ୍ତ୍ରରେ ଲୋକସଭା ନିର୍ବାଚନ ବେଳେ କିପରି ଜଣେ ସାଧାରଣ ନାଗରିକର ଅଧିକାର ସାବ୍ୟସ୍ତ ବ୍ୟତୀତ ଅନ୍ୟ ସବୁକିଛି ଘଟେ ସେ ସମ୍ପର୍କରେ ଜଣେ କବିଙ୍କର ଶାଣିତ ଦୃଷ୍ଟି
ମହାରାଷ୍ଟ୍ରର ଜଲଗାଓଁରେ ସାଧାରଣ ନିର୍ବାଚନ ୨୦୨୪ର ପ୍ରଚାର ସମୟରେ ଗୋଟିଏ ସ୍ଥାନୀୟ ବ୍ୟଞ୍ଜନ ଏବଂ ଏହାକୁ ରାନ୍ଧୁଥିବା ୧୪ ଜଣ ମହିଳା ରୋଷେୟା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି
ତିନିଟି ନିଦାଘ ପୂର୍ବରୁ, ଆନ୍ଦୋଳନକାରୀ କୃଷକମାନଙ୍କୁ ଦିଲ୍ଲୀରେ ପ୍ରବେଶ କରାଇ ନ ଦେବା ପାଇଁ କେମିତି ବର୍ବରତାର ସହ ବଳପ୍ରୟୋଗ କରାଯାଇଥିଲା, ତାହାକୁ ସାରା ଦେଶ ହତଚକିତ ହୋଇ ଦେଖିଥିଲା । ଏବେ ପଞ୍ଜାବରେ ନିର୍ବାଚନ ପ୍ରଚାର ସମୟରେ, କୃଷକମାନେ ସେହି ପୁରୁଣା ଋଣ ପରିଶୋଧ କରୁଛନ୍ତି – ଅହିଂସାପୂର୍ଣ୍ଣ ଭାବରେ
କୃଷକ ଓ ଶ୍ରମିକମାନଙ୍କ ପ୍ରତି ସେମାନେ ଯେଉଁଭଳି ବ୍ୟବହାର କରିଥିଲେ, ସେ ଦୃଷ୍ଟିରୁ, ସାରା ପଞ୍ଜାବର ଲୋକେ କହୁଛନ୍ତି ଯେ, ଏଥର ୨୦୨୪ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଭୋଟ ମାଗିବାର ଅଧିକାର ନାହିଁ । ଏହା ହିଁ ଥିଲା ଏ ସପ୍ତାହରେ ଲୁଧିଆନାରେ ଅନୁଷ୍ଠିତ କିଷାନ-ମଜଦୁର ମହାପଞ୍ଚାୟତର ବାର୍ତ୍ତା
ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଭୋଟଦାନ ନିମନ୍ତେ ବ୍ୟବସ୍ଥା ଗ୍ରହଣ ଲାଗି ସରକାରୀ ନୀତି ରହିଥିବା ସତ୍ତ୍ୱେ, ବାବଲୁ କୈବର୍ତ୍ତଙ୍କ ଭଳି କେତେ ଜଣ ୨୦୨୪ ସାଧାରଣ ନିର୍ବାଚନରେ ସେମାନଙ୍କ ଅଂଶଗ୍ରହଣ ସଂପର୍କରେ ଅନିଶ୍ଚିତତା ଘେରରେ ରହିଛନ୍ତି
ୟବତମାଲରେ, ବାସ୍ତବରେ ସମଗ୍ର ମହାରାଷ୍ଟ୍ରର ଗ୍ରାମାଞ୍ଚଳରେ, ବିବାହ କ୍ଷେତ୍ରରେ ସଂକଟ ଦେଖାଦେଇଛି: ପୁରୁଷମାନେ କନ୍ୟା ଖୋଜି ପାଉ ନାହାନ୍ତି ଏବଂ ଗରିବ କୃଷକଙ୍କୁ ବାଦ୍ ଦେଇ କେବଳ ସରକାରୀ ଚାକିରିଆଙ୍କ ସହିତ ଯୁବତୀମାନଙ୍କର ବିବାହ ସଂପନ୍ନ ହେଉଛି । ଏହା ହେଉଛି କୃଷି କ୍ଷେତ୍ରରୁ ଆୟ ହ୍ରାସର ପ୍ରତ୍ୟକ୍ଷ ପରିଣତି । ୨୦୨୪ର ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଯେଉଁ ଦୁଇଟି କଥା ମନରେ ରହିଛି ତାହା ହେଲା ରୋଜଗାର ହ୍ରାସ ଏବଂ ବିବାହର କ୍ଷୀଣ ସମ୍ଭାବନା
ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାର ପିଆଜ କ୍ଷେତଗୁଡ଼ିକରେ କାମ କରୁଥିବା ମଲ ପାହାଡ଼ିଆ ଆଦିବାସୀ ମହିଳାମାନେ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ପରୀକୁ ସେମାନଙ୍କର ପ୍ରାଥମିକତା – କାର୍ଯ୍ୟ, ଖାଦ୍ୟ, ଏହା ପରେ ଭୋଟ୍ - ବର୍ଣ୍ଣନା କରିଛନ୍ତି
ନିର୍ଭିକ, ଅଜେୟ ଭବାନୀ ମାହାତୋ ଭାରତର ସ୍ୱାଧୀନତା ସଂଗ୍ରାମ ସମୟରେ ଦୀର୍ଘ ଦଶନ୍ଧି ଧରି ନିଜେ ଚାଷ କରିଥିଲେ, ରାନ୍ଧିଥିଲେ, ନିଜ ପରିବାର ସହ ଅନ୍ୟ ବିପ୍ଳବୀମାନଙ୍କୁ ଖୁଆଇଥିଲେ। ଏବେ ତାଙ୍କର ବୟସ ପ୍ରାୟ ୧୦୬ ବର୍ଷ କିନ୍ତୁ ସେ ହାର ମାନିନାହାନ୍ତି, ତାଙ୍କର ସଂଗ୍ରାମ ଏବେ ବି ଜାରି ରଖିଛନ୍ତି... ୨୦୨୪ ସାଧାରଣ ନିର୍ବାଚନରେ ଭୋଟ ଦେଇଛନ୍ତି
ମୁମ୍ବାଇ ଉତ୍ତର ସଂସଦୀୟ କ୍ଷେତ୍ରରେ ଦାମୁ ନଗର ବସ୍ତିର ବାସିନ୍ଦା ସାଧାରଣ ନିର୍ବାଚନ ୨୦୨୪ରେ ଅବହେଳିତ ଲୋକଙ୍କ ଅଧିକାର ସୁରକ୍ଷା ପାଇଁ ମତଦାନ କରିବାକୁ ଯାଉଛନ୍ତି
ତୃତୀୟ ଲିଙ୍ଗୀ ସମ୍ପ୍ରଦାୟର ସଦସ୍ୟମାନେ ସାଧାରଣ ନିର୍ବାଚନ ୨୦୨୪ରେ କୋଳାହଳ ମଧ୍ୟରେ ପ୍ରଚାର ପାଇଁ ବାହାରିଥିଲେ। ଶାସକ ଦଳର ସମର୍ଥକମାନେ ସେମାନଙ୍କୁ ଧମକ ଚମକ ଦେବା ସହିତ ଏହି ଘଟଣାର ରିପୋର୍ଟ କରୁଥିବା ସାମ୍ବାଦିକଙ୍କୁ ମଧ୍ୟ ଧମକ ଦେଇଥିଲେ
ଆସାମରେ ସନ୍ଦିଗ୍ଧ-ମତଦାତା (ଡି-ଭୋଟର୍) ବର୍ଗ ହେଉଛି ଏକ ବ୍ୟତିକ୍ରମ ଯେଉଁଠି ଅନେକ ବଙ୍ଗଳାଭାଷୀ ହିନ୍ଦୁ ଓ ମୁସଲିମ୍ମାନେ ପ୍ରାୟତଃ ମତଦାନ ଅଧିକାରରୁ ବଞ୍ଚିତ ହୋଇଥାନ୍ତି। ମର୍ଜିନା ଖାତୁନ ତାଙ୍କ ଜୀବନସାରା ଆସାମରେ ରହିଛନ୍ତି, ହେଲେ ପୁଣିଥରେ ସେ ସାଧାରଣ ନିର୍ବାଚନ ୨୦୨୪ରେ ନିଜର ଭୋଟ୍ ଦେଇପାରିବେ ନାହିଁ
ଭଗବାନଙ୍କୁ ନେଇ ଘମାଘୋଟ ହୋହଲ୍ଲା ହେବାର ବହୁ ଦିନ ପରେ ଯେତେବେଳେ ତାହା କ୍ରମେ କ୍ଷୀଣରୁ କ୍ଷୀଣତର ହେବାରେ ଲାଗିବ ସେତେବେଳେ ଜଣେ କବିଙ୍କର ଶାଣିତ ଓ ଚଟୁଳ ଲାଳିକା ଦେଶରେ ବଦଳୁଥିବା ପରିସ୍ଥିତି ପ୍ରତି ଆମକୁ ତୀକ୍ଷ୍ମ ଦୃଷ୍ଟି ଦେବାକୁ ବାଧ୍ୟ କରେ
ସତପୁରାର ଗଡ଼ାଣିଆ ପଥର ଚଟାଣ ମଝିରେ ଅବସ୍ଥିତ ଅମ୍ବାପାଣି ପଡ଼ାରେ ଗଣତନ୍ତ୍ରର ସୁଫଳ ଅପହଞ୍ଚ ହୋଇ ରହିଛି - ସ୍ଥାନୀୟ ବାସିନ୍ଦା ସାଧାରଣ ନିର୍ବାଚନ ୨୦୨୪ରେ ନିଜର ମତାଧିକାର ସାବ୍ୟସ୍ତ କରିପାରିବେ, କିନ୍ତୁ ସେମାନଙ୍କ ପାଖରେ ସଡ଼କ, ବିଦ୍ୟୁତ ସଂଯୋଗ କିମ୍ବା ସ୍ୱାସ୍ଥ୍ୟସେବା ସୁବିଧା ନାହିଁ
ଝାଡ଼ଖଣ୍ଡର ପଲାମୁ ଜିଲ୍ଲାର ଏହି ଗାଁ ଚେଚରିଆରେ ମୁଖ୍ୟତଃ ଦଳିତ ବାସିନ୍ଦାମାନେ ରୁହନ୍ତି ଯେଉଁମାନେ ମାଗଣା ଗ୍ୟାସ୍ ସିଲିଣ୍ଡର, ରାସ୍ତା ଓ ନଳକୂଅ ଭଳି ସରକାରୀ ଯୋଜନାରୁ ବଞ୍ଚିତ ରହିଛନ୍ତି । ନିଜ ଦୁର୍ଦ୍ଦଶାକୁ ନେଇ ଅସନ୍ତୁଷ୍ଟ ଓ ବିରକ୍ତ ହୋଇ ସେମାନେ ସାଧାରଣ ନିର୍ବାଚନ ୨୦୨୪କୁ ହିସାବ କରିବାର ସମୟ ବୋଲି କୁହନ୍ତି
ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲାର ଜଙ୍ଗଲ ଅଞ୍ଚଳରେ ଲୁହା ପଥର ଖଣି ଆଦିବାସୀଙ୍କ ବସତି ଏବଂ ସଂସ୍କୃତିକୁ ନଷ୍ଟ କରି ଦେଇଛି। ଅନେକ ବର୍ଷ ଧରି ଏହି ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ସିପିଆଇ (ମାଓବାଦୀ)ଙ୍କ ମଧ୍ୟରେ ସଶସ୍ତ୍ର ସଂଘର୍ଷ ଦେଖିବାକୁ ମିଳିଛି । ଚଳିତ ବର୍ଷ, ପ୍ରାୟ ୧୪୫୦ ଗ୍ରାମସଭା ସାଧାରଣ ନିର୍ବାଚନ ୨୦୨୪ରେ କଂଗ୍ରେସ ପ୍ରାର୍ଥୀଙ୍କୁ ସର୍ତ୍ତମୂଳକ ସମର୍ଥନ ଦେଇଛନ୍ତି । ଜାଣନ୍ତୁ କାହିଁକି…
ମଧ୍ୟପ୍ରଦେଶର ବାସିନ୍ଦା କିନ୍ତୁ ଛତିଶଗଡ଼ରେ କାମ କରନ୍ତି, ଏହି ମୂଲିଆମାନେ ତାଙ୍କ ନିର୍ବାଚନ କ୍ଷେତ୍ରର ମତଦାନ ତାରିଖ ବିଷୟରେ ଜାଣନ୍ତି ନାହିଁ। ସାଧାରଣ ନିର୍ବାଚନ ୨୦୨୪ ରେ ସେମାନେ ଭୋଟ୍ ଦେବାର ସୁଯୋଗ ପାଇବା ପରି ଲାଗୁନାହିଁ
ଶହ ଶହ ବର୍ଷ ଧରି ବିଭିନ୍ନ ଧର୍ମର ଲୋକମାନେ ପୂଜା କରୁଥିବା ତୀର୍ଥସ୍ଥଳୀ ଉପରେ ହିନ୍ଦୁ ଭିଡ଼ ଆକ୍ରମଣ କରୁଛନ୍ତି। ପରସ୍ପର ମଧ୍ୟରେ ସହାବସ୍ଥାନ ଭାବନା ନେଇ ଜୀବନ ବିତାଇବାର ପଦ୍ଧତିକୁ କିଭଳି ପୁନର୍ଜୀବିତ କରାଯାଇ ପାରିବ ସେହି ମାର୍ଗ ସନ୍ଧାନରେ ରହିଛି ଗୋଟିଏ ଦୃଢ଼ ସଂକଳ୍ପବଦ୍ଧ ଗାଁ
ମହାରାଷ୍ଟ୍ର ଅମରାବତୀ ଜିଲ୍ଲାର ଖଡ଼ିମାଲ ଗାଁ ପାଣି ଓ ବିଦ୍ୟୁତ ଭଳି ମୌଳିକ ସୁବିଧାରୁ ବଞ୍ଚିତ ରହିଛି । ଗାଁ ଲୋକମାନେ କୁହନ୍ତି ଯେ ରାଜନେତାମାନେ ପ୍ରତି ପାଞ୍ଚ ବର୍ଷରେ ଥରେ କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇ ତା’ପରେ ଅଦୃଶ୍ୟ ହୋଇଯାଆନ୍ତି । ଏହି କାରଣରୁ ସେମାନେ ସାଧାରଣ ନିର୍ବାଚନ ୨୦୨୪ରେ ମିଳିତ ଭାବେ ଭୋଟ୍ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି
ଚଳିତ ଗ୍ରୀଷ୍ମ ଋତୁରେ, ମହାରାଷ୍ଟ୍ରର ଏକ ଆଦିବାସୀ ଗ୍ରାମ ପଳସଗାଁଓର ବାସିନ୍ଦା ଅପ୍ରତ୍ୟାଶିତ ବିପଦ କାରଣରୁ ନିଜର ବନ୍ୟ ଆଧାରିତ ଜୀବିକାକୁ ଛାଡ଼ି ଘର ଭିତରେ ରହିବାକୁ ବାଧ୍ୟ ହେଉଛନ୍ତି। ନିଜ ଜୀବନକୁ ନେଇ ଚିନ୍ତିତ ଗ୍ରାମବାସୀ ସାଧାରଣ ନିର୍ବାଚନ ୨୦୨୪କୁ ନେଇ ସେତେଟା ଉତ୍ସାହିତ ନୁହନ୍ତି
କାମଧନ୍ଦା ମିଳୁ ନଥିବାରୁ ମହାରାଷ୍ଟ୍ରର ଏହି ଜିଲ୍ଲାର ଯୁବ ଗୋଷ୍ଠୀ ନିଜ ନିଜର ଗାଁ ଛାଡ଼ି ପଳାଇ ଯାଉଛନ୍ତି । ସେମାନଙ୍କ ପାଇଁ ୨୦୨୪ର ସାଧାରଣ ନିର୍ବାଚନ ନିହାତି ଅପ୍ରାସଙ୍ଗିକ
ଆଜି ବି ମହୁଲ, କେନ୍ଦୁପତ୍ର ଭଳି ଲଘୁ ବନଜାତ ସାମଗ୍ରୀ ସହିତ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନା (ମନରେଗା) ଉପରେ ନିର୍ଭର କରି ଚଳନ୍ତି ଭାରତର ଅତି ଦରିଦ୍ର ପରିବାରର ଲୋକେ । ୨୦୨୪ର ସାଧାରଣ ନିର୍ବାଚନ ପାଇଁ ଆସନ୍ତାକାଲି (ଏପ୍ରିଲ ୧୯) ସେମାନେ ଭୋଟ ଦେବାକୁ ଯାଉଥିବା ବେଳେ ଏଠାକାର ଆଦିବାସୀ ଗାଁ ଅରତତୋଣ୍ଡିର ଲୋକେ କହନ୍ତି ଯେ, ଗତ ୧୦ ବର୍ଷରେ ସେମାନଙ୍କ ଜୀବନ ଧାରଣର ପନ୍ଥା ଅଧିକରୁ ଅଧିକ ଜଟିଳ ହୋଇପଡ଼ିଛି
ବର୍ଷ ପରେ ବର୍ଷ, ଲଗାତାର ମରୁଡ଼ି ଯୋଗୁଁ ଋଣ ବୋଝ ତଳେ ଦବି ରହିଛନ୍ତି ଝାଡ଼ଖଣ୍ଡର କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନେ। ସେମାନଙ୍କ କହିବା କଥା ଯେ, ଏଥର ଜଳସେଚନ ପାଇଁ ହିଁ ଭୋଟ ଦେବେ
ଭାରତର ସାଧାରଣ ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟରେ ଆସନ୍ତା ଏପ୍ରିଲ ୧୯ ତାରିଖରେ ଭଣ୍ଡାରା ଗୋନ୍ଦିଆ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ମତଦାନ ହେବ । ଏଠାକାର ଶିବାଜୀ ଷ୍ଟାଡିୟମରେ ଗ୍ରାମାଞ୍ଚଳର ଯୁବକମାନେ ସରକାରୀ ଚାକିରି ପାଇଁ ତାଲିମ ନେବାରେ ବ୍ୟସ୍ତ ଅଛନ୍ତି। ବେକାରୀ ଏବଂ ଆଶଙ୍କା ଭିତରେ ଥିବା ଯୁବକଙ୍କ ପାଇଁ ଚାକିରି ଆଗ, ନିର୍ବାଚନୀ ପ୍ରତିଶ୍ରୁତି ସେମାନଙ୍କ ବହୁ ପଛରେ ରହିଛି। ଆଜିର ଏହି ସ୍ତମ୍ଭ ଠାରୁ ଆମର ଏହି ସ୍ତମ୍ଭ - ରୁରାଲ୍ ବାଲଟ୍ ୨୦୨୪ ଅଧ୍ୟାୟ ଆରମ୍ଭ ହୋଇଛି
ମହାରାଷ୍ଟ୍ରରେ ବହୁସଂଖ୍ୟକ ହେବାର ଲାଭ ଉଠାଇ ହିନ୍ଦୁତ୍ୱବାଦୀ ଭିଡ଼ ସାମ୍ପ୍ରଦାୟିକତାର ନିଆଁରେ ଘିଅ ଢାଳୁଛି। ଫଟୋଶପ୍ ରେ ପରିବର୍ତ୍ତିତ ଫଟୋ, ବିକୃତ କରାଯାଇଥିବା ଭିଡିଓ ଏବଂ ଗୁଜବ ଏହି ନିଆଁକୁ ଆହୁରି ପ୍ରସାରିତ କରୁଛି, ଯାହାଫଳରେ ମୁସଲିମ୍ ଲୋକମାନେ ଧନଜୀବନ ହରାଉଛନ୍ତି
Want to republish this article? Please write to [email protected] with a cc to [email protected]
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/rural-ballot-2024-or