ଅନୁବାଦ: ଓଡ଼ିଶାଲାଇଭ୍

SANGUR, PUNJAB
|TUE, NOV 09, 2021
ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରକାଶିତ ପରୀ ସିରିଜ୍
ଏଗୁଡ଼ିକ ସାରା ଭାରତର ବିଭିନ୍ନ ସ୍ଥାନରୁ ଆସୁଥିବା ପରୀ କାହାଣୀ, ପ୍ରକାଶିତ ହୋଇ ଆସୁଥିବା ଏକ ସିରିଜ୍ ଯାହାକି ମହିଳାମାନଙ୍କର ପ୍ରଜନନ ସ୍ୱାସ୍ଥ୍ୟକୁ ବ୍ୟାପକ ଭାବରେ କଭର୍ କରିଥାଏ - ବନ୍ଧ୍ୟାତ୍ୱର କଳଙ୍କ, ମହିଳା ବନ୍ଧ୍ୟାକରଣ ଉପରେ ଗୁରୁତ୍ୱ, ପରିବାର ନିୟନ୍ତ୍ରଣ ଯୋଜନାରେ 'ପୁରୁଷଙ୍କ ଯୋଗଦାନ'ର ଅଭାବ, ଅପର୍ଯ୍ୟାପ୍ତ ଗ୍ରାମୀଣ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଯାହା ମଧ୍ୟ ଅନେକଙ୍କୁ ଉପଲବ୍ଧ ହେଉନାହିଁ। ଅନେକ, ଅଯୋଗ୍ୟ ଡାକ୍ତରୀ ଚିକିତ୍ସକ ଏବଂ ବିପଜ୍ଜନକ ପ୍ରସବ, ଋତୁସ୍ରାବ ହେତୁ ଭେଦଭାବ, ପୁତ୍ର ସନ୍ତାନର ମୋହ - ଏବଂ ଅନ୍ୟାନ୍ୟ। କାହାଣୀ ଯାହାକି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୁସଂସ୍କାର ଏବଂ ପ୍ରଥା, ଲୋକ ଏବଂ ସମ୍ପ୍ରଦାୟ, ଲିଙ୍ଗ ଏବଂ ଅଧିକାର, ଏବଂ ଭାରତର ଗ୍ରାମାଞ୍ଚଳର ମହିଳାମାନଙ୍କ ଦୈନନ୍ଦିନ ସଂଘର୍ଷ ଏବଂ ସାମୟିକ ଛୋଟ ବିଜୟଗୁଡ଼ିକୁ ଉପସ୍ଥାପନା କରିଥାଏ
Author
Translator
50. ୱଜିରିଥାଲରେ ଅନ୍ଧାରରେ ବିପନ୍ନ ସ୍ୱାସ୍ଥ୍ୟ ସେବା
ଜାମ୍ମୁ ଓ କାଶ୍ମୀରର ବାନ୍ଦୀପୁରା ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଥିବା ଏକ ଗାଁର ଗର୍ଭବତୀ ମହିଳାମାନେ ବିଦ୍ୟୁତ ଯୋଗାଣରେ ଅନିୟମିତତା ଏବଂ ଖରାପ ସାର୍ବଜନୀନ ସ୍ୱାସ୍ଥ୍ୟ ସେବାକୁ ନେଇ ସଂଘର୍ଷ କରୁଛନ୍ତି। ସେମାନଙ୍କର ଏକମାତ୍ର ଆଶା ହେଉଛନ୍ତି ଗାଁର ବୁଢ଼ି ଧାଈ
49. ଧୂଆଁରେ ବିପନ୍ନ ମହିଳା ବିଡ଼ି ଶ୍ରମିକଙ୍କ ସ୍ୱାସ୍ଥ୍ୟ
ମୁର୍ଶିଦାବାଦ ଜିଲ୍ଲାରେ, ବିଡ଼ି ତିଆରି କରୁଥିବା ସବୁଠୁ ଗରିବ ମହିଳାମାନେ ଅଳ୍ପ ମଜୁରିରେ କଠିନ ଶାରୀରିକ ଶ୍ରମ କରିଥାନ୍ତି। ଲଗାତାର ତମାଖୁ ସଂସ୍ପର୍ଶରେ ଆସିବା କାରଣରୁ ସେମାନଙ୍କର ସାଧାରଣ ଏବଂ ପ୍ରଜନନ ସ୍ୱାସ୍ଥ୍ୟ ବିପନ୍ନ ହୋଇପଡ଼ିଥାଏ
48. ରଜସ୍ୱଳା ବାଳିକା ଓ ମହିଳାଙ୍କ ପାଇଁ କେଉଁଠାରେ ସ୍ଥାନ ନାହିଁ
ଉତ୍ତରାଖଣ୍ଡର ଉଧମ ସିଂହ ନଗର ଜିଲ୍ଲାରେ, ମହିଳାମାନେ ଋତୁସ୍ରାବ ଏବଂ ସନ୍ତାନ ପ୍ରସବ ସମୟରେ ସେମାନଙ୍କ ଉପରେ ଲଦି ଦିଆଯାଉଥିବା ଭୀଷଣ ପକ୍ଷପାତିତା ଏବଂ ସମସ୍ୟା ସମ୍ପର୍କରେ ମୁହଁ ଖୋଲନ୍ତି
47. ବୋଲେରୋ ପଛ ସିଟ୍ରେ ପ୍ରସବ
ଚିକିତ୍ସା ସେବା ଏବଂ କାର୍ଯ୍ୟକ୍ଷମ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରୁ ବଞ୍ଚିତ ରହିଥିବା କାରଣରୁ ହିମାଚଳ ପ୍ରଦେଶର ଗ୍ରାମୀଣ ମହିଳାମାନେ ସେମାନଙ୍କ ମାତୃତ୍ୱ ସ୍ୱାସ୍ଥ୍ୟ ଓ କଲ୍ୟାଣ କ୍ଷେତ୍ରରେ ନାନା ସମସ୍ୟାର ସମ୍ମୁଖିନ ହୋଇଥାନ୍ତି
46. ଅସୁଣ୍ଡିର ଦଳିତ ମହିଳାଙ୍କ ଗୋପନୀୟ ଯନ୍ତ୍ରଣା
କମ୍ ମଜୁରି ଏବଂ ‘ଅନାହାର ଖାଦ୍ୟ’ ହାଭେରୀ ଜିଲ୍ଲାର ଏହି ଗ୍ରାମରେ ମହିଳାମାନଙ୍କ କଲ୍ୟାଣ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ଆହୁରି ସେମାନଙ୍କ କଲୋନୀରେ ଶୌଚାଳୟର ଅଭାବ କାରଣରୁ ଋତୁଚକ୍ର ଜନିତ ଅସୁସ୍ଥତାରେ ପୀଡ଼ିତ ମହିଳାଙ୍କ ସ୍ଥିତି ସଙ୍ଗୀନ ହୋଇପଡ଼ିଥାଏ
45. ‘ମୋର ଜନ୍ମ ନିୟୋଜନ ଅପରେସନ୍ ପାଇଁ ମୁଁ ଏକା ଚାଲି ଚାଲି ଗଲି’
ଉଦୟପୁରର ଗାମେତି ଆଦିବାସୀ ସଂପ୍ରଦାୟର ପୁରୁଷମାନେ ପ୍ରବାସୀ ଶ୍ରମିକ ଭାବେ ସୁରଟ, ମୁମ୍ବାଇ ଏବଂ ଦିଲ୍ଲୀରେ କାମ କରିବାକୁ ଯାଇଥିବା ବେଳେ, ‘ପଛରେ ଛାଡ଼ି ଯାଇଥିବା’ ମହିଳାମାନେ ସ୍ୱାସ୍ଥ୍ୟସେବା, ପୁଷ୍ଟି, ଗର୍ଭନିରୋଧକ ଏବଂ ଶିଶୁମାନଙ୍କ ସ୍ୱାସ୍ଥ୍ୟର ଯତ୍ନ କ୍ଷେତ୍ରରେ ନିଜେ ନିଜେ ନିଷ୍ପତ୍ତି ନେବା ଶିଖି ଯାଆନ୍ତି
44. ‘ମୁଁ ଆଉ ଏକ ପିଲା ଚାହୁଁନଥିଲି’
ସୁନୀତା ଦେବୀ ଆଉ ଅଧିକ ପିଲା ଜନ୍ମ ବନ୍ଦ କରିବା ପାଇଁ ଏକ ନିରାପଦ ଏବଂ ସହଜ ଉପାୟ ଚାହିଁଥିଲେ, କିନ୍ତୁ ଏକ କପର-ଟି ଉପାଦେୟ ସାବ୍ୟସ୍ତ ନ ହେବା ପରେ, ଗର୍ଭପାତ କରାଇବା ପାଇଁ ସେ ଏକ ପିଏଚ୍ସିରୁ ଏକ ଘରୋଇ ହସ୍ପିଟାଲକୁ ଏବଂ ଦିଲ୍ଲୀ ଓ ବିହାରର ସରକାରୀ ହସ୍ପିଟାଲକୁ ଯିବାକୁ ବାଧ୍ୟ ହେଲେ
43. ଟିକାରୀରେ: ସବୁ କାହାଣୀ ଓ ଗୋପନୀୟତାର ଜଣେ ଡିପୋ ହୋଲ୍ଡର
ଗର୍ଭନିରୋଧକ ଏବଂ ଅନ୍ୟାନ୍ୟ ଜରୁରି ସାମଗ୍ରୀରେ ଭର୍ତ୍ତି ଏକ ବ୍ୟାଗକୁ କାନ୍ଧରେ ଗଳାଇ ବୁଲୁଥିବା କଳାବତୀ ସୋନୀ ଆମେଥି ଜିଲ୍ଲାର ଟିକାରୀ ଗାଁରେ ନିଜ ସମୁଦାୟର ସବୁଠୁ ଭରସାଯୋଗ୍ୟ ବାନ୍ଧବୀ ଭାବେ ପରିଚିତ । ତାଙ୍କର ଅନୌପଚାରିକ କଥାବାର୍ତ୍ତା ମହିଳାମାନଙ୍କ ମଧ୍ୟରେ ପ୍ରଜନନ ଅଧିକାରର ବାର୍ତ୍ତାକୁ ଜୀବନ୍ତ ରଖିଥାଏ
42. ‘ଏହା ସବୁ ମୋର ଗର୍ଭାଶୟ ଅପସାରଣ କରିବା ପରେ ଆରମ୍ଭ ହେଲା’
ବିଡ୍ ଜିଲ୍ଲାରେ ଯେଉଁଠାରେ ବହୁ ସଂଖ୍ୟାରେ ମହିଳା ଆଖୁ ଚାଷୀ ଗର୍ଭାଶୟ ଅପସାରଣ କରାଇଛନ୍ତି, ମହିଳାମାନେ ନିରବତାର ସହ ଅସ୍ତ୍ରୋପଚାର ପରବର୍ତ୍ତୀ ଚିନ୍ତା, ଅବସାଦ, ଶାରିରୀକ ସମସ୍ୟା ଏବଂ ତିକ୍ତତାପୂର୍ଣ୍ଣ ବୈବାହିକ ସମ୍ପର୍କର ସାମ୍ନା କରୁଛନ୍ତି
41. ‘ମୋର ଗର୍ଭପାତ ହୋଇଥିଲା ବୋଲି ଅନ୍ୟମାନଙ୍କୁ ଜଣାଇବାକୁ ଚାହୁଁ ନ ଥିଲି’
ସେମାନଙ୍କର ନଦୀ ପାଣି ଅଧିକ ଲୁଣିଆ, ଗ୍ରୀଷ୍ମ ଅଧିକ ଉତ୍ତପ୍ତ, ଏବଂ ଉପଲବ୍ଧ ସର୍ବସାଧାରଣ ସ୍ୱାସ୍ଥ୍ୟସେବା ଏକ ଦୂର ସ୍ୱପ୍ନ । ଏ ସବୁ କାରଣ ମିଳିତ ଭାବେ ସୁନ୍ଦରବନରେ ମହିଳାଙ୍କୁ ସ୍ୱାସ୍ଥ୍ୟ ସମସ୍ୟାର ଚକ୍ରବ୍ୟୁହରେ ଫସାଇ ଦେଇଛି
40. ‘ମୋତେ ଔଷଧ ଦେବା ସମୟରେ ସେମାନେ ମୋତେ ଜବରଦସ୍ତ ଛୁଅଁନ୍ତି’
ହସ୍ପିଟାଲ୍ କର୍ମଚାରୀମାନଙ୍କ ଦ୍ୱାରା ଶୋଷିତ ଏବଂ ଅପମାନିତ, ସେମାନଙ୍କ ଗୋପନୀୟତାର ଉଲ୍ଲଂଘନ କରାଯାଏ, ଯୌନକର୍ମୀଙ୍କର ନିଆରା କଳଙ୍କ ରାଜଧାନୀ ଦିଲ୍ଲୀ ରେ ମଧ୍ୟ ସ୍ୱାସ୍ଥ୍ୟସେବା ପାଇବା ଲାଗି ସେମାନଙ୍କର କ୍ଷମତାକୁ ସୀମିତ କରେ। ଏହି ମହାମାରୀ ସେମାନଙ୍କ ଅବସ୍ଥାକୁ ଆହୁରି ଅଧିକ ଦୟନୀୟ କରିଦେଇଛି
39. ଝାଡ଼ଖଣ୍ଡରେ ଆରଏମପି: ବିଶ୍ୱାସ ଦ୍ୱାରା ପରିଚାଳିତ ଏକ ‘ଚିକିତ୍ସା’
ପଶ୍ଚିମ ସିଂହଭୂମ ଜିଲ୍ଲାର ଅନ୍ତରୀଣ ଗ୍ରାମରେ ମୌଳିକ ଭିତ୍ତିଭୂମିଜନିତ ଆହ୍ୱାନ ସହିତ ଏକ ଜୀର୍ଣ୍ଣ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା କାରଣରୁ ସ୍ଥାନୀୟ ଲୋକମାନେ ବାଧ୍ୟ ହୋଇ ‘ଗ୍ରାମୀଣ ଚିକିତ୍ସକ’ମାନଙ୍କ ଉପରେ ନିର୍ଭର କରିଥାନ୍ତି - ସ୍ୱାସ୍ଥ୍ୟସେବା ସେମାନଙ୍କ ପାଇଁ ଏକ ଆସ୍ଥାର ବିଷୟ
38. ମେଲଘାଟର ଶେଷ କେତେଜଣ ଧାଈ ମା’
ମହାରାଷ୍ଟ୍ର ମେଲଘାଟ ବ୍ୟାଘ୍ର ଅଭୟାରଣ୍ୟ ଆଖପାଖରେ ଥିବା ଆଦିବାସୀ ବସ୍ତିରେ ରୋପି ଏବଂ ଚାର୍କୁଙ୍କ ଭଳି ଧାଈମାନେ ଦଶନ୍ଧି ଦଶନ୍ଧି ଧରି ଘରେ ପ୍ରସବ କରାଇ ଆସୁଛନ୍ତି । କିନ୍ତୁ ଏବେ ଉଭୟ ବୃଦ୍ଧାବସ୍ଥାରେ ଉପନୀତ ଏବଂ ସେମାନଙ୍କର ଉତ୍ତରାଧିକାରୀ ହେବାକୁ କେହିନାହାନ୍ତି
37. ଉତ୍ତରପ୍ରଦେଶରେ ପୁରୁଷ ନସବନ୍ଦୀ– ‘ଗୋଟିଏ ବିକଳ୍ପ ବି ନୁହେଁ’
ଉତ୍ତରପ୍ରଦେଶର ବାରାଣାସୀ ଜିଲ୍ଲାରେ ମୂଷାହାର ମହିଳାଙ୍କ ପାଇଁ, ସେମାନଙ୍କ ଜୀବନରେ ବଞ୍ଚିତ ହେବାର ସ୍ଥିତି କେବଳ ଯେ ସ୍ୱାସ୍ଥ୍ୟସେବାର ଅଭାବକୁ ନେଇ ତାହା ନୁହେଁ, ବରଂ ସେମାନଙ୍କର ପସନ୍ଦକୁ ସୀମିତ କରିବା ଭଳି କଳଙ୍କିତ ଇତିହାସ ଅଟେ
36. ମଧୁବନୀରେ, ଝିଅମାନେ ଜନ୍ମ ହୁଅନ୍ତି ମାତ୍ର ଜନ୍ମ ପ୍ରମାଣପତ୍ର ବିନା
ଅନେକ ସମୟରେ ବିହାରର ମଧୁବନୀ ଜିଲ୍ଲାର ଗରିବ ପରିବାରର ମହିଳାମାନେ ଆବଶ୍ୟକସ୍ଥଳେ ଉଚିତ୍ ସ୍ୱାସ୍ଥ୍ୟ ସେବା ପାଇବାରେ ଅନେକ ବାଧାବିଘ୍ନର ସମ୍ମୁଖୀନ ହୁଅନ୍ତି। ତେଣୁ ଯେତେବେଳେ ସେମାନଙ୍କୁ ସେବା ଯୋଗାଉଥିବା ସଂସ୍ଥା ଯେତେବେଳେ ସଂପୂର୍ଣ୍ଣ ରୂପେ ଦୁର୍ନୀତିଗ୍ରସ୍ତ ହୋଇଯାଏ, ସେମାନେ ଅସହାୟ ହୋଇଯାଆନ୍ତି
35. ଉତ୍ତରପ୍ରଦେଶରେ: ‘ଆମ ଗାଁ ଭିନ୍ନ ଏକ ଯୁଗରେ ବାସ କରୁଛି’
ସୋନୁ ଏବଂ ମୀନାଙ୍କ କାହାଣୀ, ଯେଉଁମାନେ ଶୀଘ୍ର ବିବାହ କରିବେ ଯଦିଓ ସେମାନେ ନିଜ କିଶୋର ଅବସ୍ଥାରେ ପ୍ରବେଶ କରିନାହାନ୍ତି, ଏହା ମଧ୍ୟ ପ୍ରୟାଗରାଜ ଗ୍ରାମାଞ୍ଚଳର ଦଳିତ ହାମଲେଟର ଅନେକ ଋତୁମତୀ ଝିଅଙ୍କ କାହାଣୀ ଭଳି
34. ତିନି ଝିଅ? ତେବେ ଅତି କମ୍ରେ ଦୁଇ ପୁଅ ହେବା ଦରକାର
ବିହାର ଗୟା ଜିଲ୍ଲାର ବିଭିନ୍ନ ପୃଷ୍ଠଭୂମିର ମହିଳା ଦାରିଦ୍ର୍ୟ, ଶିକ୍ଷାର ଅଭାବ ଏବଂ ନିଜ ଜୀବନ ଉପରେ ନିୟନ୍ତ୍ରଣର ଅଭାବ ଯୋଗୁଁ, ନିଜର ସ୍ୱାସ୍ଥ୍ୟ ଏବଂ ଅବସ୍ଥାକୁ ଲଗାତାର ବିପଦରେ ପକାଇଥାଆନ୍ତି
33. ଏକ କପର-ଟି ୱେବ୍ରେ ଫସିଗଲା: ‘ଯନ୍ତ୍ରଣା ବନ୍ଦ ହେଲା ନାହିଁ’
ପ୍ରସବ ପରେ ଦୀପା ଯେତେବେଳେ ଦିଲ୍ଲୀର ଏକ ହସ୍ପିଟାଲ୍ ଛାଡ଼ିଥିଲେ, ସେତେବେଳେ ସେ ଜାଣି ନଥିଲେ ଯେ ତାଙ୍କ ଶରୀର ମଧ୍ୟରେ ଏକ କପର-ଟି ଭର୍ତ୍ତି କରାଯାଇଛି। ଦୁଇ ବର୍ଷ ପରେ, ଯେତେବେଳେ ଯନ୍ତ୍ରଣା ଏବଂ ରକ୍ତସ୍ରାବ ଆରମ୍ଭ ହେଲା, ଡାକ୍ତରମାନେ ମାସ ମାସ ଧରି ଚେଷ୍ଟାକରି ଏହି ଉପକରଣଟିକୁ ଠାବ କରିପାରିଲେ ନାହିଁ
32. 'ଏହା ଅନୁଭବ ହୁଏ ଯେ ପୁରୁଷମାନେ ସର୍ବଦା ଆମକୁ ଦେଖୁଛନ୍ତି'
ବନ୍ଦଥିବା ସର୍ବସାଧାରଣ ଶୌଚାଳୟ, ଦୂରରେ ଥିବା ବ୍ଲକ୍ଗୁଡିକ, ପରଦାରେ ତିଆରି କ୍ଷୁଦ୍ର କକ୍ଷ, ଗାଧୋଇବା କିମ୍ବା ସାନିଟାରୀ ନିଷ୍କାସନ ପାଇଁ ଗୋପନୀୟତା ଅଭାବ, ରାତିରେ ରେଳ ଟ୍ରାକ୍କୁ ଚାଲିକରି ଯିବା - ପାଟନାର ବସ୍ତିରେ ରହୁଥିବା ପ୍ରବାସୀ ପରିବାରର ଝିଅମାନଙ୍କର ଏହା ହେଉଛି ନିତିଦିନିଆ ସମସ୍ୟା
31. ‘ମୁଁ ହେଲେ ଆଗରୁ ଜାଣିପାରିଥାନ୍ତି ଯେ ପାଣିରୁ କର୍କଟ ବ୍ୟାପିପାରେ’
ବିହାରର ଗ୍ରାମଗୁଡିକର ଭୂତଳ ଜଳରେ ଆର୍ସେନିକ୍ ଥିବାରୁ, ପ୍ରୀତିଙ୍କ ପରିବାର ପରି ପରିବାରଗୁଡ଼ିକ ଉଭୟ ପୁରୁଷ ଏବଂ ମହିଳା ସଦସ୍ୟଙ୍କୁ କର୍କଟ ରୋଗରେ ହରାଇଛନ୍ତି, ଏବଂ ତାଙ୍କର ସ୍ତନରେ ମଧ୍ୟ ଏକ ଗେଟା ରହିଛି। କିନ୍ତୁ ଏଠାକାର ମହିଳାମାନେ ଅନେକ ସମୟରେ ଉପଯୁକ୍ତ ଚିକିତ୍ସା ପାଇବା ପାଇଁ ଏକାଧିକ ସମସ୍ୟାର ସମ୍ମୁଖୀନ ହୁଅନ୍ତି।
30. ବିହାରରେ: ଘରେ ୭ଟି ପ୍ରସବ, ୩୬ ବର୍ଷ ବୟସରେ ଆଈ ପାଲଟିବା
ଶାନ୍ତି ମାନ୍ଝୀ ବିହାରର ଶେଓହାର୍ ଜିଲ୍ଲାରେ ମୂଷାହାର ବସ୍ତିରେ ଥିବା ତାଙ୍କ ଘରେ ସାତୋଟି ସନ୍ତାନ ପ୍ରସବ କରିଛନ୍ତି । ଏଠାରେ ଖୁବ୍ କମ୍ ଲୋକ ସ୍ୱାସ୍ଥ୍ୟସେବା କେନ୍ଦ୍ରଗୁଡ଼ିକୁ ଯାଇପାରନ୍ତି ଏବଂ ଅଧିକାଂଶ ଏହା ମଧ୍ୟ ଜାଣନ୍ତି ନାହିଁ ଯେ ଏଠାରେ ଏକ ପିଏଚ୍ସି ଅଛି ଯାହା ସନ୍ତାନ ପ୍ରସବରେ ସାହାଯ୍ୟ କରିଥାଏ
29. ‘ମୁଁ ଚାହୁଁନି ଯେ ମୋର ଝିଅମାନେ ମୋ ଭଳି ଦୁର୍ଦ୍ଦଶା ଭୋଗନ୍ତୁ’
ବିହାରରେ ବାଳିକା ଓ କିଶୋରୀ ବୋହୁମାନଙ୍କ ପାଖରେ ଗୋଟିଏ ପୁଅ ଜନ୍ମ ନ ହେବା ପର୍ଯ୍ୟନ୍ତ ସନ୍ତାନ ପ୍ରସବ କରିବା ଜାରି ରଖିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ । ସେମାନଙ୍କ ପାଇଁ ସାମାଜିକ ପ୍ରଥା ଓ ପୂର୍ବଧାରଣା ଆଇନ ଓ ନ୍ୟାୟିକ ଅଧିଘୋଷଣାଠାରୁ ଉର୍ଦ୍ଧ୍ୱରେ
28. କାଡୁଗୋଲ୍ଲାର ମହିଳାମାନେ: ପ୍ରତ୍ୟେକ ମାସ ସଙ୍ଗରୋଧରେ
କର୍ଣ୍ଣାଟକର କୁଡ଼ଗୋଲ୍ଲା ସଂପ୍ରଦାୟର ଦୈବୀ ଅଭିଶାପ ଏବଂ ସାମାଜିକ ବାସନ୍ଦର ଭୟରେ ପ୍ରସବ ପରେ ଓ ଋତୁମତୀ ମହିଳାମାନଙ୍କୁ ପୃଥକ୍ ବାସରେ ଗଛ ତଳେ ଓ କୁଡିଆରେ ରହିବାକୁ ବାଧ୍ୟ କରାଯାଏ-ଆଇନ୍ର ବାରଣ, ସଚେତନତା ଅଭିଯାନ ଏବଂ ବ୍ୟକ୍ତିଗତ ପ୍ରତିରୋଧ ସତ୍ତ୍ୱେ
27. ‘ମୁଁ ଏକ ବିବାହଯୋଗ୍ୟା ଝିଅ ନୁହେଁ’
ବିହାରର ମୁଜାଫରପୁର ଜିଲ୍ଲାର ଚତୁର୍ଭୁଜ ସ୍ଥାନ ବେଶ୍ୟାଳୟର ବେଶ୍ୟାମାନେ ନିଜର ନିୟମିତ ଗ୍ରାହକମାନଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ଅନେକ ଥର ଅଳ୍ପ ବୟସରେ ଗର୍ଭବତୀ ହୋଇଥାନ୍ତି, ଯେଉଁମାନେକି କୋଭିଡ-୧୯ ଦ୍ୱାରା ବହୁଳ ଭାବରେ ପ୍ରଭାବିତ ହୋଇଛନ୍ତି
26. ମାଲକାନଗିରିରେ ଶିଶୁ ମୃତ୍ୟୁଞ୍ଜୟ କିପରି ଜନ୍ମ ହେଲା
ଓଡିଶାର ମାଲକାନଗିରିର ଜଳଭଣ୍ଡାର ଅଞ୍ଚଳରେ ଥିବା ଛୋଟ ଆଦିବାସୀ ଗାଁ, ଘଞ୍ଚ ଜଙ୍ଗଲମଧ୍ୟରେ, ଉଚ୍ଚ ପର୍ବତଗୁଡିକ, ଏବଂ ରାଜ୍ୟ- ମାଓବାଦୀ ସଂଘର୍ଷ, ଅନିୟମିତ ବୋଟ ସେବା ଓ ଖରାପ ରାସ୍ତା ହେଉଛି ଦୁର୍ଲଭ ସ୍ୱାସ୍ଥ୍ୟ ସୁବିଧା ପାଇବାର ଏକ ମାତ୍ର ମାଧ୍ୟମ
25. ବିହାରରେ: ‘କରୋନା ସମୟରେ ମୁଁ ବାହା ହେଲି’
ଗତ ବର୍ଷର ଲକ୍ଡାଉନ୍ ସମୟରେ, ବିହାରର ବିଭିନ୍ନ ଗାଁରେ ନିଜ ନିଜ ଘରକୁ ଫେରିଆସିଥିବା ଯୁବପ୍ରବାସୀ ଶ୍ରମିକମାନଙ୍କ ସହ କିଶୋରୀମାନଙ୍କର ବାହାଘର କରାଇ ଦିଆଗଲା । ଅନେକ କିଶୋରୀ ଏବେ ଗର୍ଭବତୀ ଏବଂ ଏହା ପରେ କ’ଣ ହେବ ବୋଲି ଆଶଙ୍କିତ ଅବସ୍ଥାରେ ରହିଛନ୍ତି ।
24. ମଧୁବନୀରେ ଏକ ଗୋପନୀୟ ପରିବର୍ତ୍ତନ ପାଇଁ ଉଦ୍ୟମ
ଏକ ଦଶନ୍ଧି ପୂର୍ବରୁ, ବିହାରର ହସନପୁର ଗ୍ରାମରେ ଅଧିକାଂଶ ଲୋକ ପରିବାର ନିୟୋଜନକୁ ଏଡ଼ାଇ ଯାଉଥିଲେ । ଏବେ, ମହିଳାମାନେ ସାଲା ଓ ଶମାଙ୍କ ଭଳି ସ୍ୱାସ୍ଥ୍ୟସେବା ସ୍ୱେଚ୍ଛାସେବୀମାନଙ୍କୁ ଇଞ୍ଜେକ୍ସନ ମାଧ୍ୟମରେ ଗର୍ଭନିରୋଧକ ପାଇଁ ଅନୁରୋଧ କରୁଛନ୍ତି । କେଉଁ କାରଣରୁ ଏପରି ପରିବର୍ତ୍ତନ ଆସିପାରିଛି?
23. ବିହାରର ‘ମହିଳା’ ଡାକ୍ତର : କାମ ଚାପ ଓ ଲୋକଙ୍କ କ୍ରୋଧର ଶିକାର
ବିହାରର କିଷନଗଞ୍ଜ ଜିଲ୍ଲାରେ କାମ କରୁଥିବା କିଛି ସ୍ତ୍ରୀ ରୋଗ ବିଶେଷଜ୍ଞ ମହିଳା ଡାକ୍ତରଙ୍କ ପାଇଁ, ଦିନ ଲମ୍ବା ହୋଇଥାଏ, ଚିକିତ୍ସା ଯୋଗାଣ କମ୍ ହୋଇଥାଏ, ଏବଂ ଏକାଧିକ ଗର୍ଭଧାରଣ କରୁଥିବା ଓ ଗର୍ଭନିରୋଧକକୁ ନେଇ ଅନିଚ୍ଛା ପ୍ରକାଶ କରୁଥିବା ରୋଗୀଙ୍କୁ ସେବା ଯୋଗାଇବା କଷ୍ଟକର ହୋଇଥାଏ।
22. ‘ମୋର ନଅଟି ଝିଅ ଏବଂ ଏହି ଦଶମଟି - ପୁଅ’
ଗୁଜୁରାଟର ଢୋଲକା ତାଲୁକାରେ ଥିବା ଭରୱାଡ ପାଳକ ସମ୍ପ୍ରଦାୟର ମହିଳାମାନଙ୍କ ପାଇଁ ପୁଅ ଏବଂ ଗର୍ଭନିରୋଧକ ପସନ୍ଦ ଓ ପ୍ରଜନନ ଅଧିକାର ଭଳି ପରିବାର ନିୟୋଜନ ଉପାୟ ବିକଳ୍ପଗୁଡ଼ିକ କେବଳ କଥା।
21. ‘ସେ କହିଲେ, ଯଦି ମୁଁ ପାଠ ପଢିବା ଜାରି ରଖିବି, ତାହାହେଲେ କିଏ ମତେ ବାହା ହେବ?’
ବିହାରର ସମସ୍ତିପୁର ଜିଲ୍ଲାର ମହାଦଳିତ ସମ୍ପ୍ରଦାୟର କିଶୋରୀ ଝିଅମାନଙ୍କୁ ପାଠପଢା ଅଧାରୁ ଛାଡିବା ପାଇଁ, ସେମାନଙ୍କର ସ୍ୱପ୍ନ ସବୁ ତ୍ୟାଗ କରିବା ପାଇଁ ଓ ବିବାହ କରିବା ପାଇଁ ବିଭିନ୍ନ ପ୍ରକାରର ସାମାଜିକ ଅପବାଦର ସମ୍ମୁଖୀନ ହେବାକୁ ପଡିଥାଏ, ଏପରିକି ବେଳେବେଳେ ସେମାନଙ୍କ ଉପରେ ଏଥିପାଇଁ ଶାରିରୀକ ବଳ ପ୍ରୟୋଗ କରାଯାଇଥାଏ – କିଛି ଏହାର ପ୍ରତିବାଦ କରିବାକୁ ଚେଷ୍ଟା କରନ୍ତି, ଅନ୍ୟମାନେ ହାର ମାନି ନିଅନ୍ତି
20. ‘ଆମ କାର୍ଯ୍ୟାଳୟ ଓ ଆମ ଶୋଇବା ସ୍ଥାନ ଗୋଟିଏ’
ସ୍ଥାନାଭାବ ଓ ଆବଶ୍ୟକ ସୁବିଧା ଉପଲବ୍ଧ ନଥିବାରୁ ବିହାରରର ଦରଭଙ୍ଗା ଜିଲ୍ଲାର ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାମ କରୁଥିବା ସ୍ୱାସ୍ଥ୍ୟ କର୍ମୀମାନେ କାର୍ଯ୍ୟାଳୟରେ, ୱାର୍ଡ ଶଯ୍ୟାରେ ଓ ଏପରିକି ବେଳେବେଳେ ଚଟାଣ ଉପରେ ମଧ୍ୟ ଶୋଇବାକୁ ବାଧ୍ୟ ହେଉଛନ୍ତି।
19. ଗର୍ଭରେ ମୃତ ଘୋଷିତ, ପରଦିନ ଜନ୍ମ ପ୍ରମାଣିତ
ବିହାରର ବୈଶାଳୀ ଜିଲ୍ଲାରେ ଥିବା ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ, ଅଲ୍ଟ୍ରାସାଉଣ୍ଡ ମେସିନ ବୁଢ଼ିଆଣୀଙ୍କ ବସା ପାଲଟିଛି, କର୍ମଚାରୀ ଟଙ୍କା ମାଗନ୍ତି, ଆହୁରି ଏକ ପରିବାରକୁ କୁହାଗଲା ଯେ ତାଙ୍କର ଗର୍ଭସ୍ଥ ଶିଶୁ ମୃତ୍ୟୁବରଣ କରିସାରିଛି-ଯାହାଫଳରେ ସେମାନଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରି ଘରୋଇ ଡାକ୍ତରଖାନାକୁ ଦୌଡ଼ିବାକୁ ପଡ଼ିଲା।
18. ବିପର୍ଯ୍ୟସ୍ତ ସ୍ଵାସ୍ଥ୍ୟକେନ୍ଦ୍ର ଓ ‘ବିନା-ଡିଗ୍ରୀ’ ଡାକ୍ତର
କମ୍ କର୍ମଚାରୀ ଥିବା ଗୋଟିଏ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ଯେଉଁଠାରେ ବନ୍ୟଜନ୍ତୁ ବୁଲନ୍ତି, ଡାକ୍ତରଖାନା ବାବଦରେ ଭୟ ସୃଷ୍ଟି କରେ, ଫୋନ୍ ଲାଗେ ନାହିଁ - ଏସବୁ ଫଳରେ ବିହାର ବାରାଗାଁଓ ଖୁର୍ଦ ଗାଁର ମହିଳାମାନେ ବାଧ୍ୟ ହୋଇ ଘରେ ପ୍ରସବ କରନ୍ତି
17. ଆଲ୍ମୋଡାରେ ସନ୍ତାନ ପ୍ରସବ ପାଇଁ ପାହାଡ଼ ଚଢ଼ା
ଗତ ବର୍ଷ, ଉତ୍ତରାଖଣ୍ଡର ଆଲ୍ମୋଡ଼ା ଜିଲ୍ଲାର ରାନୋ ସିଂହ ଏକ ଡାକ୍ତରଖାନାକୁ ଯିବା ସମୟରେ ପାହାଡ଼ ଉପରେ ରାସ୍ତାରେ ସନ୍ତାନ ପ୍ରସବ କରିଥିଲେ । ଏକ ଅଞ୍ଚଳ ଯେଉଁଠାରେ ପାହାଡ଼ ଏବଂ ଖର୍ଚ୍ଚ ପାହାଡ଼ିଆ ପଡ଼ାଗୁଡ଼ିକରେ ବାସ କରୁଥିବା ଅନେକଙ୍କୁ ଘରେ ପ୍ରସବ କରିବାକୁ ବାଧ୍ୟ କରିଥାଏ
16. ବଳପୂର୍ବକ ବନ୍ଧ୍ୟାକରଣ, ଅକାରଣ ମୃତ୍ୟୁ
ରାଜସ୍ଥାନର ବଂଶୀ ଗ୍ରାମର ଭାବନା ସୁଥରଙ୍କର ବନ୍ଧ୍ୟାକରଣ ପାଇଁ ଆୟୋଜିତ ଏକ କ୍ୟାମ୍ପରେ ବନ୍ଧ୍ୟାକରଣ କରାଇବା ପରେ ମୃତ୍ୟୁ ହୋଇଥିଲା, ଯେଉଁଠାରେ ନିର୍ଦ୍ଧାରିତ ମାନଦଣ୍ଡର ଉପେକ୍ଷା କରାଯାଇଥିଲା ଓ ଏହିପରି ଏକ ବିକଳ୍ପ ବିଷୟରେ ଚିନ୍ତା କରିବାକୁ ମଧ୍ୟ ତାଙ୍କୁ ସମୟ ଦିଆଯାଇ ନଥିଲା । ତାଙ୍କର ସ୍ୱାମୀ ଦିନେଶ ଆଜି ମଧ୍ୟ ନ୍ୟାୟ ପାଇବା ପାଇଁ ଅପେକ୍ଷା କରି ରହିଛନ୍ତି।
15. ‘ମୋ ଗର୍ଭାବସ୍ଥାର ନବମ ମାସରେ ବି ଗ୍ରାହକ ଆସନ୍ତି’
ଚାରିଟି ଗର୍ଭନଷ୍ଟ, ଜଣେ ନିଶାଖୋର ସ୍ଵାମୀ, ଏବଂ କାରଖାନାରୁ ଚାକିରି ହରାଇବା ପରେ ଦିଲ୍ଲୀ ବାସିନ୍ଦା ହନି, ପଞ୍ଚମ ଥର ପାଇଁ ଗର୍ଭଧାରଣ ସମୟରେ ବି ଯୌନ କାରବାରକୁ ଆଦରି ନିଅନ୍ତି ଏବଂ ସେବେଠାରୁ ଯୌନରୋଗରେ ସଂକ୍ରମିତ ହୋଇ କାଳ କାଟୁଛନ୍ତି । ଏବେ, ଲକ୍ଡାଉନ୍ ସମୟରେ, ରୋଜଗାର ପାଇଁ ସେ ସଂଘର୍ଷ କରୁଛନ୍ତି
14. ‘ମୋ ସ୍ତ୍ରୀ କେମିତି ସଂକ୍ରମିତ ହେଲେ?’
ଗର୍ଭନିରୋଧ ଅସ୍ତ୍ରୋପଚାର ପରେ ସଂଘଟିତ ସଂକ୍ରମଣ ଯୋଗୁଁ ତିନି ବର୍ଷର ଯନ୍ତ୍ରଣା, ଉପାୟହୀନ ଭାବରେ ଗୋଟିଏରୁ ଆଉ ଗୋଟିଏ ହାସପାତାଳକୁ ଧାଁଦୌଡ଼, ଋଣ ପରିମାଣ ବୃଦ୍ଧି ଏବଂ ପରିଶେଷରେ, ରାଜସ୍ଥାନର ଦୌସା ଜିଲ୍ଲା ନିବାସୀ ୨୭ ବର୍ଷୀୟା ସୁଶୀଳା ଦେବୀଙ୍କର ଗର୍ଭାଶୟ ଅପସାରଣ ଅସ୍ତ୍ରୋପଚାର
13. 'ଡାକ୍ତର କୁହନ୍ତି ଯେ ମୋର ହାଡ଼ ପୋଲା ହୋଇଯାଇଛି'
ସାରା ଜୀବନ ରୋଗ ଏବଂ ଏକାଧିକ ଅସ୍ତ୍ରୋପଚାର ପରେ, ପୁଣେ ଜିଲ୍ଲାର ହଡ଼ଶୀ ଗ୍ରାମ ନିବାସୀ ବିବାବାଇ ଲୋୟରେ ନଇଁ ପଡ଼ିଛନ୍ତି। ତଥାପି ସେ ଚାଷ କାମ ଏବଂ ପକ୍ଷାଘାତର ଶିକାର ନିଜ ସ୍ୱାମୀଙ୍କ ଯତ୍ନ ନେଇଚାଲିଛନ୍ତି
12. ‘ମୋ ଜରାୟୁ ବାହାରି ଆସୁଛି’
ମହାରାଷ୍ଟ୍ରର ନନ୍ଦୁରବର ଜିଲ୍ଲାରେ ଜରାୟୁ ବାହାରକୁ ବାହାରି ଆସିଥିବା ଭିଲ୍ ମହିଳାମାନେ ଚିକିତ୍ସା ସୁବିଧା ପାଇ ପାରିବେ ନାହିଁ । ସେମାନେ ରାସ୍ତା କିମ୍ବା ମୋବାଇଲ୍ ସଂଯୋଗ ନଥିବା, କ୍ରମାଗତ କଠିନ ପରିଶ୍ରମ ଏବଂ ଭୀଷଣ ଯନ୍ତ୍ରଣା ସହିତ ସଂଘର୍ଷ କରନ୍ତି
11. ‘ଅସ୍ତ୍ରୋପଚାର କରି ଗର୍ଭାଶୟ ବାହାର କରିଦେବାକୁ ଡାକ୍ତର ପରାମର୍ଶ ଦେଲେ’
ଅନେକ ସମୟରେ,ବଳପୂର୍ବକ ଗର୍ଭାଶୟ ଅପସାରଣ ଅସ୍ତ୍ରୋପଚାର ଜରିଆରେ ବୌଦ୍ଧିକ ଅକ୍ଷମ ମହିଳାମାନଙ୍କର ଯୌନ ଓ ପ୍ରଜନନ ସ୍ଵାସ୍ଥ୍ୟ ସଂପର୍କିତ ଅଧିକାରର ଉଲ୍ଲଂଘନ କରାଯାଇଥାଏ । କିନ୍ତୁ, ମହାରାଷ୍ଟ୍ରର ୱାଡ଼ି ଗାଁରେ, ମାଲନ ମୋରେଙ୍କ ସୌଭାଗ୍ୟ ଯେ, ତାଙ୍କ ସପକ୍ଷରେ ଥିଲେ ତାଙ୍କ ମାଆ
10. ‘ ପ୍ରାୟ ୧୨ଜଣ ପିଲା ପରେ ଏହା ଆପେ ଆପେ ବନ୍ଦ ହୋଇଯାଏ’
ହରିୟାଣାର ବିୱାନ ଗ୍ରାମରେ, ମିଓ ମୁସଲିମ ମହିଳାଙ୍କ ପାଇଁ ଗର୍ଭନିରୋଧକ ସେବା ଅପହଞ୍ଚ ହୋଇ ରହିଛି । ଏହାପଛରେ ସାଂସ୍କୃତିକ କାରଣ, ଅପହଞ୍ଚ ସ୍ଵାସ୍ଥ୍ୟ ସେବା ଓ ଅନ୍ୟାନ୍ୟ କାରଣ ରହିଛି-ଯାହା ମହିଳାମାନଙ୍କୁ ସନ୍ତାନ ପ୍ରସବର ଚକ୍ରରେ ଫସାଇ ଦେଇଛି
9. ତାଲାବନ୍ଦ ହୋଇଥିବା ବିଦ୍ୟାଳୟ ଛାତ୍ରୀମାନେ: ମୌଳିକ ସୁବିଧା ବିନା ମାସିକ ଧର୍ମ
ବିଦ୍ୟାଳୟ ବନ୍ଦ ହେବା ସହିତ ଉତ୍ତରପ୍ରଦେଶର ଚିତ୍ରକୁଟ ଜିଲ୍ଲାର ଗରିବ ପରିବାରର ଝିଅମାନେ ମାଗଣା ସାନିଟାରୀ ନାପକିନ୍ ପାଇବାରୁ ବଞ୍ଚିତ ହୋଇ ବିପଦପୂର୍ଣ୍ଣ ବିକଳ୍ପକୁ ଆପଣାଉଛନ୍ତି। କେବଳ ୟୁପିରେ, ଏହିପରି ଝିଅମାନଙ୍କ ସଂଖ୍ୟା କେଇ ନିୟୁତ ହେବ
8. ଗୋରୁ ଗଣନା, ଗ୍ରାମୀଣ ସ୍ଵାସ୍ଥ୍ୟ ସୂଚକାଙ୍କ ନୁହେଁ
କମ୍ ଦରମା ଏବଂ ଅଧିକ କାର୍ଯ୍ୟଭାରରେ ଅତିଷ୍ଠ ହୋଇପଡ଼ିଥିବା ହରିୟାଣା ସୋନପତ ଜିଲ୍ଲାର ସୁନୀତା ରାଣୀ ଏବଂ ଅନ୍ୟ ଆଶାକର୍ମୀମାନେ ଅସରନ୍ତି ସର୍ବେକ୍ଷଣ, ରିପୋର୍ଟ ଓ କାର୍ଯ୍ୟଭାରରେ ବ୍ୟସ୍ତ ରହିବା କାରଣରୁ ଗ୍ରାମୀଣ ପରିବାରଗୁଡ଼ିକୁ ସନ୍ତାନଜନ୍ମ ସଂକ୍ରାନ୍ତ ସ୍ଵାସ୍ଥ୍ୟ ସେବା ପ୍ରଦାନ କରିବା ଲାଗି ସଂଘର୍ଷ କରିବାକୁ ପଡ଼ୁଛି।
7. ନୀଳଗିରିରେ ପୁଷ୍ଟିହୀନତାର ଏକ ଉତ୍ତରାଧିକାରୀତ୍ୱ
ପ୍ରାୟ ଆଦୌ ହିମୋଗ୍ଲୋବିନ ନଥିବା ମା, ୭ କିଲୋ ଓଜନ ବିଶିଷ୍ଟ ଦୁଇ ବର୍ଷର ଶିଶୁ, ମଦ୍ୟାସକ୍ତି, ସ୍ୱଳ୍ପ ଆୟ ଏବଂ ଜଙ୍ଗଲକୁ ପ୍ରବେଶ କରିବା ନେଇ ଅସାମର୍ଥ୍ୟତା ତାମିଲନାଡୁସ୍ଥିତ ଗୁଡାଲୁରର ଆଦିବାସୀ ମହିଳାଙ୍କ ମଧ୍ୟରେ ଭୀଷଣ କୁପୋଷଣ ସୃଷ୍ଟି କରୁଛି
6. ‘ସେଇ ନାତିଟି ପାଇଁ, ଆମର ଚାରିଜଣ ଛୁଆ ଜନ୍ମହେଲେ’
ପୁରୁଷଙ୍କ ଆକ୍ରୋଶର ସମ୍ମୁଖୀନ ହୋଇ ମଧ୍ୟ ନିଜ ଜୀବନ ଉପରେ ନିଜର କିଛିଟା ନିୟନ୍ତ୍ରଣ ଏବଂ ନିଜ ଇଚ୍ଛାରେ ସନ୍ତାନ ଜନ୍ମ ଦେବାର ଅଧିକାର ହାସଲ ଦିଗରେ ସେମାନଙ୍କ ସଂଘର୍ଷର କାହାଣୀ ବର୍ଣ୍ଣନା କରନ୍ତି ଦିଲ୍ଲୀଠାରୁ ପ୍ରାୟ ୪୦ କିଲୋମିଟର ଦୂର ହରିୟାଣାର ହର୍ସାନା କଲାନ ଗାଁର ମହିଳାମାନେ
5. ‘ଏବେ ମୋ ଛେଳି ମୋ ପିଲାଙ୍କ ଭଳି’
ମହାରାଷ୍ଟ୍ରର ନନ୍ଦୁରବର ଜିଲ୍ଲା ଅନ୍ତର୍ଗତ ଧଡ଼ଗାଓଁ ଅଞ୍ଚଳର ଭିଲ ମହିଳାମାନେ ଅପବାଦ, ସାମାଜିକ ବାଛବିଚାର ଏବଂ ବନ୍ଧ୍ୟାତ୍ୱର ପ୍ରଭାବୀ ଚିକିତ୍ସା ଯୋଗାଇ ପାରୁନଥିବା ଗ୍ରାମୀଣ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ନେଇ ସଂଘର୍ଷ କରିଥାନ୍ତି ।
4. ‘ଗତବର୍ଷ କେବଳ ଜଣେ ପୁରୁଷ ପୁଂ ବନ୍ଧ୍ୟାକରଣ ପାଇଁ ରାଜି ହୋଇଥିଲେ’
ପରିବାର ନିୟୋଜନ କାର୍ଯ୍ୟରେ ‘ପୁରୁଷମାନଙ୍କୁ ସାମିଲ୍ କିରିବା’ ବର୍ତ୍ତମାନ ସମୟର ଏକ ବହୁ ପ୍ରଚଳିତ ଶବ୍ଦ କିନ୍ତୁ ବିହାରର ବିକାଶ ମିତ୍ର ଓ ଆଶା କର୍ମୀମାନେ ପୁରୁଷମାନଙ୍କୁ ବନ୍ଧ୍ୟାକରଣ ପାଇଁ ରାଜି କରେଇବାରେ ଖୁବ୍ ଅଳ୍ପ ମାତ୍ରାରେ ସଫଳ ହୋଇପାରିଛନ୍ତି ଓ କେବଳ ମହିଳାମାନେ ଗର୍ଭନିରୋଧର ବିଭିନ୍ନ ପନ୍ଥା ଆପଣାଉଛନ୍ତି
3. ‘ସେମାନଙ୍କୁ କେବଳ ଗୋଟିଏ ବଟିକା ଦିଆଯାଉଛି ଓ ପଠାଇ ଦିଆଯାଉଛି’
ଛତିଶଗଡ ନାରାୟଣପୁର ଜିଲ୍ଲାରେ ଥିବା ଗୁଣବତ୍ତା ସମ୍ପନ୍ନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଆଦିବାସୀ ମହିଳାଙ୍କ ଅପହଞ୍ଚରେ ରହିଛି, ଯେଉଁମାନେ ସଙ୍କଟାପନ୍ନ ସ୍ଥିତିରେ ଗର୍ଭପାତ ଓ ପ୍ରସବ କରାଇବା ପାଇଁ ଯୋଗ୍ୟତା ନଥିବା ଚିକିତ୍ସକଙ୍କ ପାଖକୁ ଯାଉଛନ୍ତି
2. ଚିନ୍ତା ଶେଷ ହେଲା- ନେହା ନସବନ୍ଦୀ କଲେ
୨୦୧୬ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବନ୍ଧ୍ୟାକରଣ ଶିବିର ଗୋଟିଏ ‘ନସବନ୍ଦୀ ଦିନ’ରେ ପରିବର୍ତ୍ତିତ ହୋଇଯାଇଥିଲା, କିନ୍ତୁ ଏ ପର୍ଯ୍ୟନ୍ତ ମହିଳାମାନେ ମୁଖ୍ୟତଃ ଅସ୍ତ୍ରୋପଚାର ଦେଇ ଯାଉଛନ୍ତି- ଉତ୍ତରପ୍ରଦେଶରେ ଅନେକ ଆଧୁନିକ ଗର୍ଭନିରୋଧ ପଦ୍ଧତିର ଅନ୍ୟ କୌଣସି ବିକଳ୍ପ ବିନା ଏହା କରିଥାନ୍ତି
1. କୁଭାଲପୁରମର ବିଚିତ୍ର ଅତିଥିଗୃହ
ମଦୁରାଇ ଜିଲ୍ଲାର କୁଭାଲପୁରମ ଏବଂ ଅନ୍ୟ ୪ଟି ଗ୍ରାମରେ ଋତୁବତୀ ମହିଳାଙ୍କୁ ‘ଅତିଥି ଗୃହ’ରେ ପୃଥକ ଭାବେ ରଖାଯାଇଥାଏ। ଏହି ବାଛବିଚାରକୁ କେହି ବିରୋଧ କରିନଥାନ୍ତି, କାରଣ ଭଗବାନ ଓ ମଣିଷଙ୍କ କୋପର ଶିକାର ହେବା ଭୟ ଥାଏ
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ମହିଳାଙ୍କ-ସ୍ୱାସ୍ଥ୍ୟ-ଉପରେ-ପ୍ରକାଶିତ-ପରୀ-ସିରିଜ୍


















































