‘‘ଯେହେତୁ ଆମେ ଯୌନକର୍ମୀ, ସେମାନେ ଭାବନ୍ତି ଆମ ଶରୀର ସବୁକିଛି ପାଇଁ ମୂଲ୍ୟଦେବା ଉଚିତ।’’ ୩୦ ବର୍ଷୀୟା ମୀରା ୨୦୧୨ରେ ଉତ୍ତରପ୍ରଦେଶର ଫାରୁଖାବାଦ୍ ସହରରୁ ଦିଲ୍ଲୀ ଆସିଥିଲେ, ସ୍ୱାମୀଙ୍କର ଅଚାନକ ହୃଦ୍ଘାତ ଯୋଗୁଁ ମୃତ୍ୟୁ ହୋଇଯିବା ପରେ ତାଙ୍କ ଉପରେ ତିନି ଜଣ ସନ୍ତାନଙ୍କର ଭାର ପଡ଼ିଥିଲା । ସେ ଏବେ କ୍ରୋଧରେ ଅଛନ୍ତି ଏବଂ ସମାନ ଭାବେ ଥକି ପଡ଼ିଛନ୍ତି ।
‘‘ଯେତେବେଳେ ସେମାନେ ମୋତେ ଔଷଧ ଦିଅନ୍ତି ସେତେବେଳେ ଏହା କରନ୍ତି ।’’ ଯେଉଁଭଳି ଭାବେ ପୁରୁଷ ସହାୟକ ଏବଂ ହସ୍ପିଟାଲରେ ୱାର୍ଡ ସହାୟକମାନେ ତାଙ୍କୁ ଜବରଦସ୍ତ ଛୁଅଁନ୍ତି, ତାଙ୍କ ଶରୀରର ଗୋଟିଏ ପାଖରେ ସେମାନଙ୍କ ହାତ ବୁଲାଇଥାଆନ୍ତି, ସେକଥା ମନେ ପକାଇ ୩୯ ବର୍ଷୀୟା ଅମିତା ଘୃଣାପୂର୍ଣ୍ଣ ଭାବରେ ନିଜ ମୁହଁ ମୋଡ଼ି ଦେଲେ । ସେ ଅପମାନକୁ ଡରନ୍ତି, କିନ୍ତୁ ପରୀକ୍ଷା କରାଇବାକୁ ବା ଔଷଧ ନେବା ପାଇଁ ସରକାରୀ ହସ୍ପିଟାଲକୁ ପୁଣି ଯାଆନ୍ତି ।
୪୫ ବର୍ଷୀୟା କୁସୁମ କହନ୍ତି, ‘‘ଯେତେବେଳେ ଆମେ ନିଜର ଏଚ୍ଆଇଭି ପରୀକ୍ଷା ପାଇଁ ଯାଉ, ଯଦି ସେମାନେ ଜାଣିଯାଆନ୍ତି ଯେ ଆମେମାନେ ଯୌନ କର୍ମୀ, ସେମାନେ ଆମକୁ ସାହାଯ୍ୟ ପାଇଁ ପ୍ରସ୍ତାବ ଦିଅନ୍ତି । ସେମାନେ କହନ୍ତି ‘ପିଛେ ସେ ଆ ଜାନା, ଦବାଇ ଦିଲ୍ୱା ଦୁଙ୍ଗା’ । [‘ପଛଦ୍ୱାର ଦେଇ ଆସ, ମୁଁ ତୁମକୁ ଔଷଧ ଦେବି]। ସେତେବେଳେ ସେମାନେ ଆମକୁ ଅନୁଚିତ ଭାବେ ଛୁଇଁବାର ସୁଯୋଗର ବ୍ୟବହାର କରିବେ ।’’ ଅଲ୍ଇଣ୍ଡିଆ ନେଟ୍ୱର୍କ ଅଫ୍ ସେକ୍ସ ୱାର୍କର୍ସ (ଏଆଇଏନ୍ଏସ୍ଡବ୍ଲୁ)ର ପୂର୍ବତନ ଅଧ୍ୟକ୍ଷଙ୍କ ସହ ଅନେକ ରାଜିନାମା, ୧୬ଟି ରାଜ୍ୟର ଗୋଷ୍ଠୀ ସଂଗଠନର ଗୋଟିଏ ସଂଘ, ଯାହା ୪.୫ ଲକ୍ଷ ଯୌନକର୍ମୀଙ୍କ ପ୍ରତିନିଧିତ୍ୱ କରେ ।
ଦିଲ୍ଲୀର ଉତ୍ତର-ପଶ୍ଚିମ ଜିଲ୍ଲାର ରୋହିଣୀ ଅଞ୍ଚଳରେ ଥିବା ଗୋଷ୍ଠୀ ଆଶ୍ରୟସ୍ଥଳୀରେ ପରୀ ଯୌନକର୍ମୀଙ୍କର ଏକ ସମୂହକୁ ଭେଟିଲା, ଯେଉଁମାନେ ମହାମାରୀ ଯୋଗୁଁ ପ୍ରାୟତଃ କାମ ପାଉନାହାନ୍ତି । ଏକ ଶୀତ ଅପରାହ୍ନରେ ଏକାଠି ବସି ସେମାନେ ଘରେ ତିଆରି ହୋଇଥିବା ତରକାରୀ, ଡାଲି ଏବଂ ରୁଟି ଖାଉଥିଲେ, ଯାହାକୁ ସେମାନେ ଷ୍ଟିଲ ଟିଫିନ୍ ବାକ୍ସରେ ଭର୍ତ୍ତି କରି ଆଣିଥିଲେ ।













