ବିୟୁଟି କୁହନ୍ତି, "ତୁମେ ଏଠାକୁ ବହୁତ ଶୀଘ୍ର ଆସିଯାଇଛ। ରବିବାର ଦିନ, ସେମାନେ ଏଠାକୁ ସଂଧ୍ୟା ଚାରିଟା ପୂର୍ବରୁ ଆସନ୍ତିନାହିଁ। ମୁଁ ଏଠାରେ ଏହି ସମୟରେ ରହିବାର କାରଣ ହେଉଛି ମୁଁ ହାର୍ମୋନିୟମ ବଜାଇବା ଶିଖୁଛି।
ବିହାରର ମୁଜାଫୁରପୁର ଜିଲ୍ଲାର ମୁସାହ୍ରି ବ୍ଲକ୍ର ଏହି ଚତୁର୍ଭୁଜ ସ୍ଥାନ ବେଶ୍ୟାଳୟଟି ହେଉଛି ବହୁତ ପୁରୁଣା। ‘ଏଥର’ ସକାଳ ୧୦ଟା ପରେ ତାଙ୍କର ଓ ମୋର ସାକ୍ଷାତ ହେଲା, ‘ସେମାନେ’ ହେଉଛନ୍ତି ଗ୍ରାହକ ଯେଉଁମାନେ କି ତାଙ୍କ ଘରକୁ ସଂଧ୍ୟାରେ ଆସନ୍ତି। ଏବଂ ବିୟୁଟି - ତାଙ୍କର ପସନ୍ଦଯୋଗ୍ୟ ନାମ ଏହି ପେଶାରେ - ପାଞ୍ଚ ବର୍ଷ ଧରି ଏହି ପେଶାରେ ଥିବା ଜଣେ ୧୯ ବର୍ଷୀୟା ବେଶ୍ୟା। ସେ ମଧ୍ୟ ତିନିମାସ ଗର୍ଭବତୀ ଅଛନ୍ତି।
ଏବଂ ସେ ଏବେ ମଧ୍ୟ କାମ କରୁଛନ୍ତି। ସେ ମଧ୍ୟ ହାର୍ମୋନିୟମ ବଜାଇବା ଶିଖୁଛନ୍ତି କାରଣ "ଅମ୍ମି [ତାଙ୍କର ମା] କୁହନ୍ତି ସଂଗୀତ ତାଙ୍କର ଶିଶୁ ଉପରେ ଭଲ ପ୍ରଭାବ ପକାଇବ।"
ବିୟୁଟି ତାଙ୍କର ଆଙ୍ଗୁଠିଗୁଡିକ ହାର୍ମୋନିୟମର ଚାବିଗୁଡିକ ଉପରେ ଚଳାଇ କହୁଥିଲେ,"ଏହା ମୋର ଦ୍ୱିତୀୟ ସନ୍ତାନ ହେବ। ମୋର ପୂର୍ବରୁ ଏକ ଦୁଇ ବର୍ଷର ପୁତ୍ର ସନ୍ତାନ ଅଛି"।
ଆମେ ସାକ୍ଷାତ କରୁଥିବା କୋଠରୀଟିର- ଅନ୍ୟ ସମୟରେ ତାଙ୍କର କାର୍ଯ୍ୟସ୍ଥଳ - ପ୍ରାୟ ଅର୍ଦ୍ଧେକ ଜାଗାରେ ଗୋଟିଏ ବଡ ଗଦି ଚଟାଣ ଉପରେ ପଡିଥିଲା, ଯାହାର ପଛରେ ଥିବା କାନ୍ଥରେ ଛଅ ଫୁଟ ଲମ୍ବ ଓ ଚାରି ଫୁଟ ପ୍ରସ୍ତର ଏକ ଦର୍ପଣ ଭୂସମାନ୍ତର ଭାବରେ ଲଗାଯାଇଥିଲା। ଘରଟି ବୋଧହୁଏ ୧୫ ଫୁଟ ଲମ୍ବ ଓ ୨୫ ଫୁଟ ପ୍ରସ୍ଥ ବିଶିଷ୍ଟ ଅଟେ। ଗଦି ଉପରେ ତକିଆଗୁଡିକ ଗ୍ରାହକମାନେ ବସିକରି ବା ଢଳିକରି ଝିଅମାନଙ୍କ ଦ୍ୱାରା କରାଯାଉଥିବା ମୁଜରା ଦେଖିବା ପାଇଁ ସଜାହୋଇ ରଖାଯାଇଥିଲା, ଯାହାକି ପ୍ରାକ୍ ଉପନିବେଶ ଭାରତରେ ପ୍ରଚଳିତ ଥିବା ଏକ ପ୍ରକାର ନୃତ୍ୟ। ଚତୁର୍ଭୁଜ ସ୍ଥାନ ମୋଗଲମାନଙ୍କ ସମୟରୁ ରହିଥିବାର ବିଶ୍ୱାସ କରାଯାଏ। ବେଶ୍ୟାଳୟରେ ରହୁଥିବା ସମସ୍ତ ଝିଅ ଓ ମହିଳାମାନଙ୍କୁ ମୁଜରା ଜାଣିବା ଓ ପରିବେଷଣ କରିବାକୁ ପଡେ। ବିୟୁଟି ନିଶ୍ଚିତ ରୂପେ କରିଥାଏ।












