ଗୋସ୍ୱାମୀ କୁହନ୍ତି, ‘‘ବନ୍ଧ୍ୟାକରଣ ପ୍ରକ୍ରିୟାର ସମସ୍ତ ତିନୋଟିଯାକ ପର୍ଯ୍ୟାୟ, ପ୍ରଥମେ ତ୍ୱଚାକୁ କାଟିବା, ଏହାକୁ ବନ୍ଦ କରିବା ଏବଂ ଫେଲୋପିଆନ ଟ୍ୟୁବ୍ ବା ଡିମ୍ବବାହିକାରେ ଲାପାରୋସ୍କୋପିକ୍ ଉପକରଣରେ କାମ କରିବା ଆଦି ପାଇଁ ଉପଯୁକ୍ତ ଆଲୋକୀକରଣ ଆବଶ୍ୟକ ହୋଇଥାଏ।’’ ଉଜ୍ଜ୍ୱଳ ଅପରାହ୍ନର ଆଲୋକ ସ୍ତିମିତ ହୋଇ ଗୋଧୂଳି ସମୟ ଆସୁଥିଲା। କୋଠରୀରେ ଥିବା ଆଲୋକ ଅପର୍ଯ୍ୟାପ୍ତ ମନେ ହେଉଥିଲା, କିନ୍ତୁ କେହି ରଖାଯାଇଥିବା ଏକ ଏମର୍ଜେନ୍ସି ଲାଇଟ୍ର ସୁଇଚ ଦେଇନଥିଲେ।
ପାଞ୍ଚ ମିନିଟରୁ କମ୍ ସମୟ ମଧ୍ୟରେ ଗୋଟିଏ ପଦ୍ଧତି ଶେଷ ହେଲା ଏବଂ ଡାକ୍ତର ପରବର୍ତ୍ତୀ ଟେବୁଲକୁ ଚାଲିଗଲେ। ସହାୟକ ଏବଂ ଆଶା କର୍ମୀଙ୍କୁ ମହିଳା ଜଣଙ୍କୁ ଟେବୁଲରୁ ଓହ୍ଲାଇବାରେ ସାହାଯ୍ୟ କରିବା ପାଇଁ ଏବଂ ପରବର୍ତ୍ତୀ ଗୋଷ୍ଠୀକୁ ପ୍ରସ୍ତୁତ କରିବା ପାଇଁ ସେ ସଂକେତ ଦେଇ କହିଲେ “ହୋ ଗୟା, ସରିଗଲା!”।
ଏକ ସଂଲଗ୍ନ କୋଠରୀରେ ଗଦି ବିଛା ଯାଇଥିଲା। ହଳଦିଆ କାନ୍ଥରେ ପାଣି ଜକେଇବା ଏବଂ ଶିଉଳିର ଦାଗ ଥିଲା। ପାଖରେ ଥିବା ଶୌଚାଳୟରୁ ଏକ ଉତ୍କଟ ଗନ୍ଧ ବାହାରିଲା। ପ୍ରକ୍ରିୟାଟି ଶେଷ ହେବା ପରେ ଏବଂ ଆମ୍ବୁଲାନ୍ସ ତାଙ୍କୁ ଏବଂ ଅନ୍ୟମାନଙ୍କୁ ଘରେ ଛାଡ଼ିବା ପୂର୍ବରୁ ନେହାଙ୍କୁ ଶୋଇବାକୁ ଏବଂ ଆରୋଗ୍ୟ ଲାଭ କରିବା ପାଇଁ ଭିତରକୁ ଅଣାଗଲା । ଅଧ ଘଣ୍ଟା ପରେ ସେ ଆମ୍ବୁଲାନ୍ସ ଉପରକୁ ଚଢ଼ିବା ସମୟରେ ମଧ୍ୟ ବିବ୍ରତ ଥିଲେ। ଏହା ହେବାର ଗୋଟିଏ କାରଣ ଥିଲା ସବୁକିଛି ଏତେ ଶୀଘ୍ର ହେଲା ଏବଂ ଅନ୍ୟ କାରଣ ଥିଲା ଯେ ତାଙ୍କୁ ସମ୍ପୂର୍ଣ୍ଣ ନିଶ୍ଚେତକ ଦିଆଯାଇନଥିଲା।
ଯେତେବେଳେ ତାଙ୍କ ଶାଶୁ ତାଙ୍କୁ ଧରି ଘରେ ପହଞ୍ଚିଲେ, ଆକାଶ ସେମାନଙ୍କୁ ଅପେକ୍ଷା କରିଥିଲେ। ଶାଶୁ ପ୍ରତିକ୍ରିୟା ପ୍ରକାଶ କରି କହିଲେ, “ପୁରୁଷମାନେ ଆଶା କରନ୍ତି ଯେ ସେମାନଙ୍କର ମା, ସେମାନଙ୍କ ପତ୍ନୀ, ସେମାନଙ୍କର ପିଲାମାନେ, ସେମାନଙ୍କର କୁକୁର, ସେମାନେ ଯେତେବେଳେ ଘରେ ପହଞ୍ଚିବେ, ସେତେବେଳେ ଅପେକ୍ଷା କରିଥିବେ, ଓଲଟା ଦିଗରୁ ନୁହେଁ।’’ ଏବଂ ସେ ନେହାଙ୍କ ପାଇଁ କିଛି ଚା’ କରିବାକୁ ସିଧା ଘରର ଏକ ଛୋଟ କୋଣକୁ ଚାଲିଗଲେ ଯାହା ରୋଷେଇ ଘର ଥିଲା |
ତାଙ୍କ ପେଟରେ ଚିରା ଯାଇଥିବା ସ୍ଥାନକୁ ଘୋଡ଼େଇ ରଖିଥିବା ଏକ ବର୍ଗାକାର ବ୍ୟାଣ୍ଡେଜ୍କୁ ଧରି ସେ କହିଲେ, ‘‘ଇଞ୍ଜେକ୍ସନ ନେବା ପରେ ମଧ୍ୟ ଯନ୍ତ୍ରଣା ହେଉଛି।’’
ଦୁଇ ଦିନ ପରେ, ନେହା ରୋଷେଇ ଘରକୁ ଫେରିଲେ, ତଳେ ବସି ରୋଷେଇ କରୁଥିଲେ। ବ୍ୟାଣ୍ଡେଜଟି ଏବେ ବି ସେଠାରେ ଥିଲା, ମୁହଁରେ ଅସ୍ୱସ୍ତି ସ୍ପଷ୍ଟ ହେଉଥିଲା ଏବଂ ସିଲେଇଗୁଡ଼ିକ ଏପର୍ଯ୍ୟନ୍ତ ଉପଶମ ହେବା ବାକିଥିଲା । ସେ କହିଲେ, “ପର୍ ଝଞ୍ଜଟ ଖତମ୍ [ସମସ୍ୟାର ସମାଧାନ ହୋଇଗଲା]।’’
ପ୍ରଚ୍ଛଦ ଚିତ୍ର: ପ୍ରିୟଙ୍କା ବୋରାର ହେଉଛନ୍ତି ଜଣେ ନୂତନ ଗଣମାଧ୍ୟମ କଳାକାର, ଯିଏକି ନୂତନ ଅର୍ଥ ଏବଂ ଅଭିବ୍ୟକ୍ତିର ନୂତନ ସୂରୁପ ଆବିଷ୍କାର ପାଇଁ ଟେକ୍ନୋଲୋଜି ସହ ପରୀକ୍ଷାନିରୀକ୍ଷା କରୁଛନ୍ତି । ସେ ଶିଖିବା ଏବଂ ଖେଳିବା ପାଇଁ ଅଭିଜ୍ଞତା ପ୍ରସ୍ତୁତ କରନ୍ତି ଡିଜାଇନ୍ କରନ୍ତି, ସମ୍ବାଦତ୍ମକ ମାଧ୍ୟମ ମଧ୍ୟରେ କାର୍ଯ୍ୟ କରନ୍ତି ଏବଂ ପାରମ୍ପରିକ କାଗଜ ଓ କଲମ ସହ ମଧ୍ୟ ସହଜ ମଧ୍ୟ ଅନୁଭବ କରନ୍ତି।
ସାଧାରଣ ଲୋକଙ୍କ ସ୍ୱର ଏବଂ ଜୀବନ୍ତ ଅଭିଜ୍ଞତା ଜରିଆରେ ପପୁଲେସନ ଫାଉଣ୍ଡେସନ ଅଫ୍ ଇଣ୍ଡିଆ-ସମର୍ଥିତ ପରୀ ଏବଂ କାଉଣ୍ଟର ମିଡିଆ ଟ୍ରଷ୍ଟର ଦେଶବ୍ୟାପୀ ଗ୍ରାମାଞ୍ଚଳର କିଶୋରୀ ଏବଂ କମ୍ ବୟସର ମହିଳା, ଏହା ଗୁରୁତ୍ୱପୂର୍ଣ୍ଣ କିନ୍ତୁ ନାମମାତ୍ର ଗୋଷ୍ଠୀର ପରିସ୍ଥିତି ଅନ୍ୱେଷଣ କରିବାର ଉପକ୍ରମ ଉପରେ ରିପୋର୍ଟିଂ ପ୍ରୋଜେକ୍ଟର ଏକ ଅଂଶ।
ଏହି ପ୍ରବନ୍ଧଟିକୁ ପୁନଃ ପ୍ରକାଶ କରିବାକୁ ଚାହୁଁଛନ୍ତି? ଦୟାକରି [email protected] କୁ ଏକ ସିସି ସହ [email protected] କୁ ଲେଖନ୍ତୁ।
ଅନୁବାଦ: ଓଡ଼ିଶାଲାଇଭ୍