ଧାଈମାନେ ମଧ୍ୟ ଗର୍ଭଧାରଣ କରିପାରୁନଥିବା ମହିଳାମାନଙ୍କୁ ସ୍ଥାନୀୟ ଚେରମୂଳି ଦେଇଥାଆନ୍ତି। ଯଦି ଏହା କାମ କରେ ନାହିଁ, ସେମାନଙ୍କ ସ୍ୱାମୀମାନେ ବେଳେବେଳେ ପୁନର୍ବିବାହ କରିଥାଆନ୍ତି।
କୁସୁମା ନରିଆ, ଯିଏକି ୧୩ ବର୍ଷ ବୟସରେ ବିବାହ କଲେ ୨୦ ବର୍ଷ ବୟସ ବେଳକୁ ସେ ତିନୋଟି ସନ୍ତାନଙ୍କୁ ଜନ୍ମ ଦେଇଥିଲେ, ସେ ମୋତେ କହିଲେ ଯେ ସେ ଏପରିକି ରଜଃସ୍ରାବ ବିଷୟରେ ଜାଣିନଥିଲେ, ଆଉ ଗର୍ଭନିରୋଧକ କଥା ଛାଡ। ସେ କୁହନ୍ତି, "ମୁଁ ଏକ ଛୋଟ ପିଲା ଥିଲି ଓ କିଛି ଜାଣିନଥିଲି"। "କିନ୍ତୁ ଯେତେବେଳେ ଏହା ହେଲା [ରଜଃସ୍ରାବ], ମୋ ମା ମୋତେ କପଡା ବ୍ୟବହାର କରିବାକୁ କହିଲେ ଓ ମୁଁ ପ୍ରାପ୍ତ ବୟସ୍କ ହୋଇଗଲିଣି କହି ମୋର ବିବାହ ସଙ୍ଗେସଙ୍ଗେ କରାଇଦେଲେ। ମୁଁ ଶାରୀରିକ ସମ୍ପର୍କ ବିଷୟରେ କିଛି ବି ଜାଣି ନଥିଲି। ମୋର ପ୍ରଥମ ପ୍ରସବ ସମୟରେ ସେ ମୋତେ ଏକୁଟିଆ ଡାକ୍ତରଖାନାରେ ଛାଡି ଚାଲିଗଲେ, ଯଦି ପିଲା ମରିଯିବ ତାକୁ ଖାତିରି ନକରି - କାରଣ ଶିଶୁଟି ଥିଲା ଏକ ଝିଅ। କିନ୍ତୁ ମୋର ଝିଅ ବଞ୍ଚିଗଲା।"
କୁସୁମଙ୍କର ଅନ୍ୟ ଦୁଇଟି ଶିଶୁ ହେଉଛନ୍ତି ପୁଅ। "ଅଳ୍ପ ବ୍ୟବଧାନରେ ମୁଁ ଯେତେବେଳେ ଦ୍ୱିତୀୟ ସନ୍ତାନ ପାଇଁ ମନାକଲି, ମୋତେ ମାଡ଼ ମରାଗଲା କାରଣ ସମସ୍ତେ ପୁତ୍ର ସନ୍ତାନ ପାଇଁ ଆଶାୟୀ ଥିଲେ। ମୋର କିମ୍ବା ମୋ ସ୍ୱାମୀଙ୍କର ଔଷଧ [ଗର୍ଭନିରୋଧକ] ବିଷୟରେ କୌଣସି ଧାରଣା ନଥିଲା। ମୁଁ ଯଦି ଜାଣି ଥାଆନ୍ତି, ମୁଁ ଏତେ ଯନ୍ତ୍ରଣା ପାଇ ନଥାନ୍ତି। କିନ୍ତୁ ମୁଁ ଯଦି ବିରୋଧ କରି ଥାଆନ୍ତି, ତେବେ ମୋତେ ଘରୁ ବାହାର କରି ଦିଆଯାଇଥାଆନ୍ତା।"
କୋଟଗୁଡାରେ କୁସୁମ ଘର ଠାରୁ ଅଳ୍ପ ଦୂରରେ ପ୍ରବା ରୁହନ୍ତି। ସେ ମୋତେ କୌଣସି ଏକ ଦିନ କହିଲେ: "ମୁଁ ବିଶ୍ୱାସ କରିପାରୁନାହିଁ ଯେ ମୁଁ ବଞ୍ଚିଛି। ମୁଁ ଜାଣିପାରୁ ନାହିଁ ଯାହା ସବୁ ସେ ସମୟରେ ଘଟିଗଲା ସେଗୁଡିକୁ ମୁଁ କିପରି ସହ୍ୟ କରୁଥିଲି, ମୁଁ ଭୟଙ୍କର ଯନ୍ତ୍ରଣା ପାଉଥିଲି, ମୋତେ ଏଭଳି ଯନ୍ତ୍ରଣାରେ ଦେଖି ମୋ ଭାଇ କାନ୍ଦୁଥିଲା। ପରେ ହସ୍ପିଟାଲରୁ ହସ୍ପିଟାଲକୁ ଯାତ୍ରା, ତାପରେ ଏହି ଶିଶୁ ଓ ତାକୁ କିଛି ଦିନ ମୁଁ ନଦେଖି ପାରିବା। ମୁଁ ଜାଣିପାରୁ ନାହିଁ ମୁଁ କିପରି ଏ ସବୁ ସହିଗଲି। ମୁଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି ଏଭଳି ଅନୁଭୁତି କାହାକୁ ନଦିଅନ୍ତୁ। କିନ୍ତୁ ଆମେମାନେ ସମସ୍ତେ ଘାଟି [ପର୍ବତ] ଝିଅ ଓ ଆମ ସମସ୍ତଙ୍କର ଜୀବନ ସମାନ ଅଟେ।"
ପ୍ରବାଙ୍କର ମୃତ୍ୟୁଞ୍ଜୟକୁ ଜନ୍ମ କରିବାର ଅନୁଭୁତି - ଏବଂ ଏହି ଭଳି ଏହି ଗ୍ରାମର ବହୁତ ମହିଳାଙ୍କର କାହାଣୀ ଏବଂ ଆଦିବାସୀ ବହୁଳ ଭାରତର ଏହି ଅଞ୍ଚଳରେ ମହିଳାମାନେ କିପରି ପ୍ରସବ କରନ୍ତି - ହେଉଛି ସମ୍ପୂର୍ଣ୍ଣ ରୂପେ ଅବିଶ୍ୱସନୀୟ। କିନ୍ତୁ ଆମ ମାଲକାନଗିରିରେ କ’ଣ ହେଉଛି କେହିବି ଚିନ୍ତାକରନ୍ତି ନାହିଁ?
ପରୀ ଓ କାଉଣ୍ଟର ମେଡିଆ ଟ୍ରଷ୍ଟର ସାରା ଦେଶରେ ଗ୍ରାମୀଣ ଭାରତର କିଶୋର ବାଳିକା ଓ ତରୁଣ ମହିଳାମାନଙ୍କ ଉପରେ ଗବେଷଣା ବିବରଣୀ ପ୍ରସ୍ତୁତ କରିବା ଯାହାକି ଜନସଂଖ୍ୟା ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆଙ୍କର ସହାୟତାରେ ଏହି ଗୁରୁତ୍ୱପୂର୍ଣ୍ଣ ତଥା ଅବହେଳିତ ବର୍ଗଙ୍କ ଅବସ୍ଥା ବିଷୟରେ ସେମାନଙ୍କ ଠାରୁ ଶୁଣି ଓ ସାଧାରଣ ଲୋକଙ୍କ ଜୀବନ୍ତ ଅନୁଭୂତିକୁ ଅନୁଭବ କରି ପରିପ୍ରକାଶ କରିବା ହେଉଛି ଲକ୍ଷ୍ୟ।
ଏହି ଅନୁଚ୍ଛେକୁ ପୁନଃପ୍ରକାଶ କରିବା କୁ ଚାହୁଁଛନ୍ତି କି? write to [email protected] with a cc to [email protected]
ଅନୁବାଦ: ଓଡ଼ିଶାଲାଇଭ୍