ସେମାନେ ସୂର୍ଯ୍ୟୋଦୟ ପୂର୍ବରୁ ଉଠନ୍ତି, ଏବଂ ଦିନ ତମାମ ଘରେ, କ୍ଷେତରେ କାମ କରନ୍ତି। ପରିବାରରେ ଥିବା ଛୋଟ ପିଲା ଓ ପୁରୁଷ ଏବଂ ଗୃହପାଳିତ ପଶୁଙ୍କ କଥା ବୁଝନ୍ତି। ଆଉ ସେମାନେ ଉଚ୍ଚ ହିମାଳୟର ଉଠାଣି ଗଡ଼ାଣି ଓ ସରୁ ପାଦଚଲା ରାସ୍ତାରେ ପିଠିରେ ବିଭିନ୍ନ ଜିନିଷ ଓ ପଶୁଖାଦ୍ୟ ନେଇ ଯାଆସ କରନ୍ତି। ହିମାଚଳ ପ୍ରଦେଶର ପାହାରି ମହିଳାଙ୍କୁ ଭେଟନ୍ତୁ।

ଦୀପାବଳିର ଦୁଇ ଦିନ ପୂର୍ବରୁ ସୁଭଦ୍ରା ଠାକୁର (ଫଟୋରେ ଡାହାଣ ପଟେ ତଳେ ଅଛନ୍ତି) ତାଙ୍କ ରୋଷେଇ ଘରକୁ ରଙ୍ଗ ଦେଉଛନ୍ତି। ହାତରେ ରବର ଗ୍ଲୋଭ୍ ଲଗାଇ କାନ୍ଥଗୁଡ଼ିକରେ ନୀଳ ଏବଂ ସ୍ଲାପ୍ ଉପରେ ଧଳା ରଙ୍ଗ ମାରୁଛନ୍ତି। ଘର ଏକଦମ୍ ସ୍ୱଛ, ରୋଷେଇ ସରିଯାଇଛି। ସକାଳ ୧୧ଟା ୩୦ରେ ଛୋଟ ବିରତିରେ ସେ ବାହାରକୁ ବାହାରିଛନ୍ତି; ତାଙ୍କ ଘରକୁ ଆସିଥିବା ନାତି ନାତୁଣୀମାନେ ଖରାରେ ଖେଳୁଛନ୍ତି। ହସହସ ମୁହଁରେ ସେ ତାଙ୍କ ଉପରେ ନଜର ରଖିଛନ୍ତି। ଖରାଦିନେ ସେ କ୍ଷେତରେ ପୂରା ଦିନ ସମୟ ଦେବେ। କିନ୍ତୁ ଶୀତ ଦିନ ଆସୁଛି, ଏବଂ ଏହା ସହିତ ସାମାନ୍ୟ ବିଶ୍ରାମ ....

PHOTO • Aparna Karthikeyan
PHOTO • Aparna Karthikeyan

ପିତାଙ୍ଗଲୀ ଗାଁରେ ତାଙ୍କ ଘରୁ ସୁଭଦ୍ରା ଓ ତାଙ୍କ ବୋହୂ ଉର୍ମିଳା କ୍ଷେତକୁ ଓହ୍ଲାଉଛନ୍ତି। ପାହାଡ ଧାରରେ ଥିବା ମଶୋବରା (ହିମାଚଳ ପ୍ରଦେଶ) ତାଙ୍କ କ୍ଷେତକୁ ପଡ଼ିଥିବା ରାସ୍ତା ଭୟଂକର ଭାବେ ଅଣଓସାରିଆ ଓ ପଥୁରିଆ। ପୂରା ଦେଢ କିଲୋମିଟର ବାଟ ପାହାଡି ଉପତ୍ୟାକା, ଜଂଗଲ ଭିତରେ ପଡିଥିବା ଢାଲୁ ରାସ୍ତା ଏବଂ ସବୁବେଳେ ଗଡାଣିଆ ରାସ୍ତା।

ମହିଳାମାନେ ସହଳ ସହଳ କ୍ଷେତକୁ ଯାଆନ୍ତି; ସେ ନିଜ ସାଙ୍ଗରେ କିଛି ସାଧାରଣ ଖାଇବା ଏବଂ ଫସଲ ଆଣିବା ପାଇଁ ମଜଭୁତ ଝୁଡିଟିଏ ନେଇ ଯାଆନ୍ତି। ଦିନ ଶେଷରେ ୧୦ କିଲୋ ଓଜନର ଜିନିଷ ମୁଣ୍ଡ ଉପରେ କିମ୍ବା ପିଠିରେ ପକାଇ ଘରକୁ ଫେରନ୍ତି।

PHOTO • Aparna Karthikeyan
PHOTO • Aparna Karthikeyan

ପ୍ରାୟ ସବୁ ପାହାରି ଲୋକମାନେ ଗୋ ପାଳନ କରନ୍ତି। ଏକଦା ଏହି ଦେଶୀ ପାହାରି ଗାଈ ବେଶ୍ ଚର୍ଚ୍ଚାରେ ଥିଲା - ଆକାରରେ ଛୋଟ, ପାହାଡ ଉପରେ ସହଜରେ ଚରାବୁଲା କରିପାରନ୍ତି, ଏବଂ ଏହି ପରିବେଶ ସାଙ୍ଗରେ ବେଶ୍ ଖାପଖୁଆଇ ପାରନ୍ତି। ଏବେ ଚାରିଆଡେ ଜର୍ସିଗାଈ-ଏମାନେ ଅଧିକ ଖାଦ୍ୟ ଆବଶ୍ୟକ କରନ୍ତି। ପାହାରି ଗାଈଠାରୁ ଢେର ଗୁଣ ଅଧିକ କ୍ଷୀର ମଧ୍ୟ ଦିଅନ୍ତି। ଗୋବର କାଢିବା, କ୍ଷୀର ଦୁହିଁବା ଏବଂ ଖାଦ୍ୟ ସଂଗ୍ରହ କରିବା - ଏହା ବି ମହିଳାଙ୍କ କାମ।

ହିମାଚଳର ପର୍ବତଗୁଡ଼ିକ ଅତ୍ୟନ୍ତ ସୁନ୍ଦର। କିନ୍ତୁ ସେ ମଧ୍ୟ ବହୁ କଷ୍ଟରେ ଉପରକୁ ଚଢ଼ିବା ପାଇଁ ଚେଷ୍ଟା କରନ୍ତି। କିନ୍ତୁ ସ୍ଥାନୀୟ ମହିଳାମାନଙ୍କୁ ବିନା ପରିଶ୍ରମରେ ଚଢିବା ଭଳି ଲାଗେ। ଉଜ୍ୱଳ ରଂଗର ସାଲୱାର କମିଜ ଏବଂ ଉତ୍ତରୀ ପିନ୍ଧି ମହିଳାମାନେ ପାହାଡ଼ ଚଢନ୍ତି। ସେମାନେ କଠିନ ପରିଶ୍ରମୀ। ଶୀତ ଦିନେ ଗୋଖାଦ୍ୟ ପାଇଁ ସେମାନେ ଘାସ କାଟି ବିଡ଼ା ବାନ୍ଧନ୍ତି। ତା’ ପରେ ଘାସକୁ ଅଗଣାରେ ଶୁଖାଯାଏ ଏବଂ ଖୋଲା ସ୍ଥାନରେ ୧୦ ଫୁଟ ଉଚ୍ଚର ଘାସର-ଛୋଟ ପାହାଡ଼ ପରି ଗଦାକରି ରଖାଯାଏ।

PHOTO • Aparna Karthikeyan
PHOTO • Aparna Karthikeyan
PHOTO • Aparna Karthikeyan
PHOTO • Aparna Karthikeyan

କ୍ଷେତର ଉତ୍ପାଦନ ପରିବାରକୁ ମଧ୍ୟ ଖାଦ୍ୟ ଯୋଗାଇଥାଏ। ବାଜରା, ରାଜମା (ବିନ୍) ଏବଂ ମକାକୁ ମଧ୍ୟ ଶୁଖାଯାଏ ଏବଂ ଏଥିରୁ କିଛି ଚଟାଣରେ ବିଛାଇ ରଖାଯାଏ। ଶୀତ ମାସଗୁଡ଼ିକରେ ବନ୍ଧାକୋବି ଏବଂ ଫୁଲକୋବିରେ କ୍ଷେତ ସବୁଜ ଦେଖାଯାଏ। କିନ୍ତୁ ସେଓ ଗଛରେ ଫଳ ନଥାଏ ଏବଂ ଶେଷ ନାସ୍ପାତି ଫଳ କୋତୋଟି ଭୂଇଁରେ ପଡି ଷଢି ଯାଇଥାଏ।

ବସନ୍ତ ଋତୁରେ ପାହାଡ ପାର୍ଶ୍ୱରେ ଥିବା ସମତଳ ଭୂମିକୁ ପାହାରି ବଳଦ ସାହାଯ୍ୟରେ ସୁଭଦ୍ରାଙ୍କ ସ୍ୱାମୀ ହଳ କରିବେ। (ସ୍ପୋଣ୍ଡିଲାଇଟିସ୍ ଯୋଗୁଁ ତାଙ୍କ ପୁଅ ପର୍ଯ୍ୟଟକଙ୍କ କାର ଚଳାଇବା ବନ୍ଦ କରିଦେଇଛନ୍ତି)।

ଦୁଇଟି ଫସଲ ପରେ ସୁଭଦ୍ରାଙ୍କ ପରି ଜମି ଥିବା ପରିବାରମାନେ ରୋଜଗାର କରି ଶୀତ ଦିନ ପାଇଁ ସାଇତି ରଖନ୍ତି, ଯେତେବେଳେ ଭୂମି ଉପରେ ବହଳ ବରଫ ପଡେ ଏବଂ ଘରର ଅନିୟନ୍ତ୍ରିତ ଅତିଥି ଭଳି ଅନେକ ସପ୍ତାହ ରହେ। ତେଣୁ ମହିଳାମାନେ ଯେତେ​‌ ସମ୍ଭବ ଜାଳେଣି କାଠ ସଂଗ୍ରହ କରି ରଖନ୍ତି। ଏପରିକି ଶୀତରୁ ରକ୍ଷା ପାଇଁ ନିଆଁ ଜାଳିବାକୁ ପାଇନ୍ ଚୋପା ମଧ୍ୟ ଜଂଗଲ ବାଟରୁ ସଂଗ୍ରହ କରାଯାଏ।

ଶୀତ ଦିନେ ଅଧିକାଂଶ କାମ ଘର ଭିତରେ କରାଯାଏ। ମହିଳାମାନେ ବୁଣନ୍ତି, ରୋଷେଇ କରନ୍ତି, ସଫାସୁତରା କରନ୍ତି ଆଉ ପିଲାମାନଙ୍କ ଯତ୍ନ ନିଅନ୍ତି। ଏହି ପାହାଡ଼ି ମହିଳାଙ୍କ ପାଇଁ ବିଶ୍ରାମ ଶବ୍ଦର କୌଣସି ଅର୍ଥ ନାହିଁ। ସମ୍ଭବତଃ ସେମାନେ ପିଠିରେ ପକାଇ ଝୁଡ଼ି ବୋହିବାରେ ବସିବାଠାରୁ ଅଧିକ ସମୟ କାଟନ୍ତି।

PHOTO • Aparna Karthikeyan

ଅନୁବାଦ: ଓଡ଼ିଶାଲାଇଭ୍‍

Aparna Karthikeyan

Aparna Karthikeyan is an independent multimedia journalist. She documents the vanishing livelihoods of rural Tamil Nadu and volunteers with the People's Archive of Rural India.

Other stories by Aparna Karthikeyan
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE