ଶିଳାଲିପିରେ ଲେଖାଅଛି "ସମସ୍ତ ଆତ୍ମାର ପରିସମାପ୍ତି ଘଟିବ"। ଏହା ଭବିଷ୍ୟଦ୍‍ବାଣୀ ନୁହେଁ କିନ୍ତୁ ନୂଆ ଦିଲ୍ଲୀର ସବୁଠାରୁ ବଡ କବରଖାନାମାନଙ୍କ ମଧ୍ୟରୁ ଅନ୍ୟତମ ଜଦିଦ୍ ଅଲ୍-ଇ-ଇସଲାମ୍ କବ୍ରିସ୍ତାନ କବରଖାନାର ପ୍ରାୟ ଅଧିକାଂଶ ସମାଧି ଫଳକରେ ଏହା ଖୋଦିତ ହୋଇଛି।

كُلُّ نَفْسٍ ذَائِقَةُ الْمَوْتِ  - ଏହି କ୍ଷୁଦ୍ର ପଂକ୍ତିଟି କୋରାନ୍‍ରୁ ଆସିଛି ଏବଂ ଏହା ପ୍ରାୟ ସମସ୍ତ ମୁସଲିମ୍‍ କବରଖାନାର ଅନ୍ଧକାରମୟ ବାତାବରଣକୁ ସ୍ଥିରତା ଓ ବିଷାଦରେ ଭରିଦିଏ। ଗୋଟିଏ ଆମ୍ବୁଲାନ୍ସ ଏଠାକୁ ଅନ୍ୟ ଏକ ମୃତ ଶରୀର ଆଣେ ଯାହାର ଆତ୍ମୀୟ ସ୍ୱଜନ ମୃତ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଶେଷ ପ୍ରାର୍ଥନା କରନ୍ତି। ଭ୍ୟାନ୍‍ଟି ଖାଲି ହେବା ମାତ୍ରେ କବରରେ ମୃତ ବ୍ୟକ୍ତିଙ୍କୁ ରଖାଯାଏ। ତା’ପରେ ଗୋଟିଏ ମେସିନ୍‍ କବରଟିକୁ ମାଟିରେ ପୂର୍ଣ୍ଣ କରିଦିଏ।

ବାହାଦୁର ଶାହ ଜାଫର ମାର୍ଗରେ ମିଡିଆ କମ୍ପାନିଗୁଡିକ ରହିଥିବା ଏକ କାର୍ଯ୍ୟାଳୟର ପାର୍ଶ୍ୱରେ ଥିବା ଏହି କବରଖାନାର ଗୋଟିଏ କୋଣରେ ବସି ୬୨ ବର୍ଷୀୟ ନିଜାମ ଅଖତର ମୃତ ବ୍ୟକ୍ତିମାନଙ୍କର ନାମ ସମାଧି ଫଳକରେ ଲେଖୁଥାନ୍ତି, ସେ ସେମାନଙ୍କୁ ମେହେରାବ ନାମରେ ସମ୍ବୋଧନ କରନ୍ତି। ବ୍ରସ୍‍(ସୁନ୍ଦର ହସ୍ତଲିପି ଲିଖନରେ ବ୍ୟବହୃତ ବ୍ରସ୍‍) ଟିକୁ ନିଜ ଆଙ୍ଗୁଠି ମଧ୍ୟରେ ନିପୁଣତାର ସହ ରଖି ସେ ଏକ ଦାଗ ଦିଅନ୍ତି- ଉର୍ଦ୍ଦୁ ଭାଷାର କିଛି ଲିପି ଉପରେ ଏକ ଦାଗ ଯାହାକି ଏକ ନିର୍ଦ୍ଦିଷ୍ଟ ଉଚ୍ଚାରଣକୁ ବୁଝାଏ। ଏବଂ ସେ ଲେଖୁଥିବା ଶବ୍ଦଟି ହେଉଛି ‘ଦୁର୍ଦନା’ - କୋଭିଡ-୧୯ରେ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତିଙ୍କର ନାମ।

ନିଜାମ ପ୍ରକୃତରେ ସମାଧି ଫଳକ ଉପରେ ସୁନ୍ଦର ଓ ଜଟିଳ ହସ୍ତଲିପିରେ ନାମ ଓ ଏଥିପାଇଁ ବ୍ୟବହୃତ ହେଉଥିବା ଶବ୍ଦଗୁଡିକୁ ରଙ୍ଗରେ ଆଙ୍କିଦିଅନ୍ତି। ଏହା ପରେ ତାଙ୍କର ସହକର୍ମୀ ଗୋଟିଏ ହାତୁଡି ଓ ନିହଣ ସାହାଯ୍ୟରେ ଏହି ଶବ୍ଦଗୁଡିକୁ ଶିଳାଲିପି ଉପରେ ସଠିକ୍‍ ଭାବରେ ଖୋଦନ କରନ୍ତି - ସେ ଏହା କରିବା ସମୟରେ ରଙ୍ଗ ଆପେ ଆପେ ଲିଭିଯାଏ

ହସ୍ତ ଲିଖନ ବିଶାରଦ ନିଜାମ ମୃତ ବ୍ୟକ୍ତିଙ୍କର ନାମ ସମାଧିଫଳକରେ ଦୀର୍ଘ ୪୦ ବର୍ଷ ହେବ ଲେଖି ଆସୁଛନ୍ତି। ସେ କୁହନ୍ତି," ମୁଁ ଏ ପର୍ଯ୍ୟନ୍ତି କେତୋଟି ସମାଧି ଫଳକରେ କାମ କରିଛି ମୋର ମନେ ନାହିଁ।" ସେ କୁହନ୍ତି,"ଏହି ଏପ୍ରିଲ୍‌ ଓ ମଇ ମାସରେ କୋଭିଡରେ ମୃତ୍ୟୁ ବରଣ କରିଥିବା ପ୍ରାୟ ୧୫୦ ଜଣ ଲୋକଙ୍କର ନାମ ମୁଁ ସମାଧିଫଳକରେ  ଲେଖିଛି ଏବଂ ସମାନ ସଂଖ୍ୟକ ଅନ୍ୟ କାରଣରୁ ମୃତ୍ୟୁ ବରଣ କରିଥିବା ଲୋକଙ୍କର ନାମ ମଧ୍ୟ। ପ୍ରତ୍ୟକ ଦିନ ମୁଁ ତିନ ରୁ ପାଞ୍ଚଟି ଶିଳାର କାମ ଶେଷ କରେ। ଶିଳାର ଗୋଟିଏ  ପାର୍ଶ୍ୱରେ ଲେଖିବା ପାଇଁ ପ୍ରାୟ ଏକ ଘଣ୍ଟା ସମୟ ଲାଗେ।" ତାହା ପୁଣି ଉର୍ଦ୍ଦୁରେ। ଅପର ପାର୍ଶ୍ୱରେ, ସାଧାରଣତଃ, ସେ ମୃତ ବ୍ୟକ୍ତିଙ୍କ ନାମ କେବଳ ଇଂରାଜୀରେ ଲେଖନ୍ତି। ମୋର ତାଙ୍କର ବକ୍ତବ୍ୟକୁ ଲେଖିବା ର ଦେଖି, ସେ ହସିହସି ଭଦ୍ର ଭାବରେ ଉପହାସ କରି କହିଲେ," ଏହା ଏକ ପୃଷ୍ଠାକୁ ଏକ ସେକେଣ୍ଡରେ ପୂରଣ କରିବା ପରି ନୁହେଁ"।

Left: One of the gates to the qabristan; on this side only those who died of Covid are buried. Right: Nizam Akhtar writing the names of the deceased on gravestones
PHOTO • Amir Malik
Left: One of the gates to the qabristan; on this side only those who died of Covid are buried. Right: Nizam Akhtar writing the names of the deceased on gravestones
PHOTO • Q. Naqvi

ବାମ: କବରଖାନାକୁ ଯିବା ପାଇଁ ଏକ ପ୍ରବେଶ ପଥ; ଏହି ପାର୍ଶ୍ୱରେ କେବଳ କୋଭିଡରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିମାନଙ୍କୁ କବର ଦିଆଯାଏ ଡାହାଣ: ନିଜାମ ଅଖତର ମୃତ ବ୍ୟକ୍ତିଙ୍କର ନାମ ସମାଧିଫଳକରେ ଲେଖୁଥାଆନ୍ତି

ମହାମାରୀ ଆରମ୍ଭ ହେବା ପୂର୍ବରୁ ଜଦିଦ୍ କବରିସ୍ତାନକୁ ଦିନକୁ ଗୋଟିଏ ବା ଦୁଇଟି ସମାଧିଫଳକ ଖୋଦେଇ ପାଇଁ ଭାରାର୍ପଣ ମିଳିଥାଏ କିନ୍ତୁ ଏବେ ତାହା ପ୍ରତ୍ୟକ ଦିନ ଚାରି ରୁ ପାଞ୍ଚଟି ହୋଇଯାଇଛି, ଯାହାକି କାର୍ଯ୍ୟ ଭାରକୁ ୨୦୦ ଗୁଣା ବଢାଇ ଦେଇଛି। ଏହି ଭାର ଚାରୋଟି ଲୋକଙ୍କ ମଧ୍ୟରେ ଭାଗ ହୋଇଯିବ। ଏହି ସପ୍ତାହରେ ସେମାନେ କୌଣସି ନୂଆ କାର୍ଯ୍ୟର ଅର୍ଡର ନେଉନାହାନ୍ତି। ସେମାନଙ୍କ ପାଖରେ ରହିଥିବା କାର୍ଯ୍ୟ ମଧ୍ୟରେ ରହିଛି ପ୍ରାୟ ୧୨୦ଟି ଅର୍ଦ୍ଧନିର୍ମିତ ସମାଧିଫଳକ ଓ କାମ ଆରମ୍ଭ ନହୋଇଥିବା ୫୦ ଟି ସମାଧିଫଳକ।

ଏହା ହେଉଛି ଏକ ବୃଦ୍ଧି ପାଉଥିବା ବ୍ୟବସାୟ -  କିନ୍ତୁ ଏହାର ଦୃତ ଅଭିବୃଦ୍ଧି ଏହାର ବ୍ୟବସାୟୀମାନଙ୍କ ଦୃଦୟକୁ ଦୁଃଖରେ ଭରିଦେଉଛି। ମହମ୍ମଦ ଶମିମ ଯିଏକି ଏହି କବରଖାନାର କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କର ତୃତୀୟ ପିଢୀ କୁହନ୍ତି, "ବହୁତ ଲୋକ ମରି ସାରିଲେଣି"। "ଏବଂ ସେମାନଙ୍କ ସହ ମାନବିକତା ମଧ୍ୟ ମରିସାରିଲାଣି"। ମୃତ୍ୟୁର ଦୃଶ୍ୟ ଦେଖି ମୋ ହୃଦୟ ଘଣ୍ଟା ଘଣ୍ଟା ଧରି ବିଳାପ କରୁଛି।

ନିଜାମ କୁହନ୍ତି, "ଜୀବନର ସତ୍ୟ ହେଉଛି - ଏହି ଜଗତକୁ ଆସିଥିବା ଲୋକମାନେ ଏଠାରେ ବାସ କରିବା- ଶେଷ ସତ୍ୟ ମୃତ୍ୟୁ ସହ ସମାନ- ସମସ୍ତେ ଏହି ଜଗତରୁ ବିଦାୟ ନେବେ"। ସେ ଜଣେ ମୃତ୍ୟୁର ଦାର୍ଶନିକ ଭଳି କୁହନ୍ତି,"ଲୋକମାନେ ମୃତ୍ୟୁବରଣ କରୁଛନ୍ତି ଓ ମୁଁ ସମାଧିଫଳକ ତିଆରି କରିବା କାମ ପାଉଛି"। କିନ୍ତୁ  "ମୁଁ ଏଭଳି ଦୃଶ୍ୟ ଆଗରୁ କେବେବି ଦେଖିନାହିଁ"

ଏହି ବାଣିଜ୍ୟରେ ବହୁତ ଭିଡ ହେଉଛି ଯଦିଓ ସମସ୍ତ ପରିବାର ସମାଧିଫଳକ ତିଆରି ପାଇଁ ଆଦେଶ ଦେଉନାହାନ୍ତି। ଅନେକ ଯେଉଁମାନେ କି ଏହି ଖର୍ଚ୍ଚ ବହନ କରିପାରିବେ ନାହିଁ  ସେମାନେ ଏକ ଲୁହା ଫଳକରେ ଅନୁଚ୍ଛେଦଗୁଡିକୁ ରଙ୍ଗରେ ଲେଖି ଦିଅନ୍ତି ଯାହାକି ବହୁତ କମ୍‍ ମୂଲ୍ୟରେ ହୋଇଯାଏ। ବହୁତ କବରରେ କିଛି ବି ଲେଖା ଯାଏ ନାହିଁ। ନିଜାମ କୁହନ୍ତି,"ଏବଂ ଅନେକ ଲୋକ ସମାଧିଫଳକ ପାଇଁ ଆଦେଶ ଦେଇ କବର ଦେବାର ୧୫ରୁ ୪୫ ଦିନ ପରେ ସମାଧିଫଳକ ନେବା ପାଇଁ ଆସନ୍ତି। ହରିଆଣାର ଫରିଦାବାଦ ଜିଲ୍ଲାରେ ଥିବା ବଲ୍ଲବଗଡର ପଥର ଖୋଦନକରୀ ତଥା ତାଙ୍କର ସହକର୍ମୀ ଅସିମ (ଅନୁରୋଧରେ ନାମ ପରିବର୍ତ୍ତନ କରାଯାଇଛି) କୁହନ୍ତି ଆମକୁ କାମ ପାଇଁ ନିର୍ଦ୍ଦେଶ ଦେଉଥିବା ପ୍ରତ୍ୟେକ ପରିବାରକୁ ଅତିକମ୍‍ରେ ୨୦ ଦିନ ଅପେକ୍ଷା କରିବାକୁ ପଡୁଛି।

ଗତବର୍ଷ ସନ୍ଦେହ ବଳୟରେ ଥିବା ୩୫ ବର୍ଷୀୟ ଅସିମ ଏବେ ବିଶ୍ୱାସ କରୁଛନ୍ତି ଯେ କରୋନା ଭୂତାଣୁର ଅସ୍ତିତ୍ୱ ଅଛି। "ଏହି ଶରୀରଗୁଡିକ ମିଛ କୁହନ୍ତି ନାହିଁ, ମୁଁ ସେମାନଙ୍କ ମଧ୍ୟରୁ ବହୁତ ଜଣଙ୍କୁ ଜାଣିଛି, ଏହାକୁ ବିଶ୍ୱାସ କରିବା ଛଡ଼ା ମୋ ପାଖରେ ଆଉ କିଛି ବାଟ ନାହିଁ।" ଏପରିକି ଲୋକମାନଙ୍କୁ ନିଜ ପରିବାର ସଦସ୍ୟମାନଙ୍କ ପାଇଁ ନିଜେ କବର ଖୋଳିବାକୁ ପଡ଼େ। ସେ କୁହନ୍ତି, "ବେଳେବେଳେ ସେଠାରେ ଯଥେଷ୍ଟ କବର ଖୋଳାଳି ନଥାନ୍ତି"।

କବରଖାନା ପରିଚାଳନା କରୁଥିବା କମିଟିର ଜଣେ ରକ୍ଷଣାବେକ୍ଷଣକାରୀ କହିଲେ, "ମହାମାରୀ ଆରମ୍ଭ ହେବା ଆଗରୁ ଏହି କବରଖାନାକୁ ଦୈନନ୍ଦିନ ଚାରିରୁ ପାଞ୍ଚଟି ମୃତ ଦେହ ଆସୁଥିଲା। ଏବେ ପ୍ରାୟ ମାସକୁ ୧୫୦ଟି ମୃତ ଶରୀର ଆସୁଛି"

Asim, Aas and Waseem (left to right) engraving the mehrab: 'Every order that we take, the family has to wait for at least 20 days'
PHOTO • Q. Naqvi
Asim, Aas and Waseem (left to right) engraving the mehrab: 'Every order that we take, the family has to wait for at least 20 days'
PHOTO • Amir Malik

ଅସିମ ଓ ଆସ (ବାମରୁ ଡାହାଣ) ମେହେରବକୁ ଖୋଦନ କରି : ‘ଆମେ ଗ୍ରହଣ କରୁଥିବା ପ୍ରତ୍ୟେକ ଅର୍ଡର ପାଇଁ, ପରିବାରକୁ ଅତି କମ୍‍ରେ ୨୦ ଦିନ ଅପେକ୍ଷା କରିବାକୁ ପଡୁଛି’

ଏହି ବର୍ଷ କେବଳ ଏପ୍ରିଲ୍‌ ଓ ମଇ ଦୁଇ ମାସରେ ଏହା ୧୦୬୮ଟି ମୃତ ଶରୀର ଗ୍ରହଣ କରିଛି - ଯେଉଁଥିରୁ ୪୫୩ ଜଣ କୋଭିଡ-୧୯ର ଶିକାର ଓ ୬୧୫ ଜଣ ଅନ୍ୟ କାରଣରୁ। ଠିକ୍‍ ଅଛି, ଏହା ହେଉଛି କବରଖାନାର ସରକାରୀ ସଂଖ୍ୟା, ଯାହାହେଉ। ଏଠାରେ କାମ କରୁଥିବା ଲୋକମାନେ- ନାମ ପ୍ରକାଶ କରିବାକୁ ମନା କରିଛନ୍ତି - କୁହନ୍ତି ଏହି ସଂଖ୍ୟା ବୋଧ ହୁଏ ସରକାରୀ ସଂଖ୍ୟା ଠାରୁ ୫୦ ପ୍ରତିଶତ ଅଧିକ ହେବ।

ଅସିମ କୁହନ୍ତି, "ଜଣେ ମହିଳା ତାଙ୍କର ଦେଢ ବର୍ଷର ଶିଶୁପୁତ୍ର ସହ କବରଖାନାକୁ ଆସିଥିଲେ"। "କୋଭିଡ-୧୯ରେ ମୃତ୍ୟୁବରଣ କରିଥିବା ତାଙ୍କର ସ୍ୱାମୀ ଜଣେ ଅନ୍ୟ ରାଜ୍ୟରୁ ଆସିଥିବା ପ୍ରବାସୀ ଥିଲେ, ଆମେ ତାଙ୍କର କବର ପାଇଁ ସମସ୍ତ ଆୟୋଜନ କଲୁ। ଶିଶୁପୁତ୍ରଟି ନିଜ ବାପାଙ୍କ କବର ଉପରେ ମାଟି ପକାଉଥିଲା।" ଏକ ପୁରୁଣା ପ୍ରବାଦ ଅଛି: ଯଦି ଏକ ଶିଶୁ ମୃତ୍ୟୁବରଣ କରେ, ତେବେ ତାକୁ ତାର ପିତାମାତାଙ୍କ ଦୃଦୟରେ କବର ଦିଆଯାଏ। ଏମିତି କିଛି ପ୍ରବାଦ ଅଛି କି ଯେଉଁଠି ଏକ ଶିଶୁପୁତ୍ରକୁ ନିଜ ପିତାମାତାଙ୍କୁ କବର ଦେବାରେ ସାହାଯ୍ୟ କରିବାକୁ ପଡ଼େ?

ଅସିମ ଓ ତାଙ୍କର ପରିବାର ମଧ୍ୟ କୋଭିଡ-୧୯ରେ ସଂକ୍ରମିତ ହୋଇଥିଲେ। ସେ, ତାଙ୍କର ଦୁଇ ସ୍ତ୍ରୀ, ଓ ତାଙ୍କ ପିତାମାତା, ଏହାର ସମସ୍ତ ଲକ୍ଷଣକୁ ସହ୍ୟ କରିଥିଲେ। ତାଙ୍କର ପାଞ୍ଚଟି ସନ୍ତାନ ସୁରକ୍ଷିତ ଥିଲେ। ପରିବାରର କେହିବି ପରୀକ୍ଷା କରିବା ପାଇଁ ଗଲେ ନାହିଁ - କିନ୍ତୁ ସମସ୍ତେ ବଞ୍ଚି ଗଲେ। "ସେ ଖୋଦନ କରୁଥିବା ଫଳକ ବିଷୟରେ କୁହନ୍ତି, ମୁଁ ମୋର ପରିବାର ଚଳାଇବା ପାଇଁ ଏଠି ପଥର ଭାଙ୍ଗୁଛି"। ଅସିମ ଯିଏ ଜଦିଦ୍ କବ୍ରିସ୍ତାନରେ ମାସକୁ ୯୦୦୦ ଟଙ୍କା ରୋଜଗାର କରନ୍ତି- କୋଭିଡ ଶିକାର ହୋଇ ଓ ଅନ୍ୟ କାରଣରୁ ମୃତ୍ୟୁବରଣ କରିଥିବା ଶତାଧିକ ଲୋକଙ୍କ ପାଇଁ  ସେ (ଶେଷ ପ୍ରାର୍ଥନା) କରିଛନ୍ତି।

ଅସିମ କୁହନ୍ତି,"ମୋର ପରିବାର ମୋତେ ଏଠାରେ କାମ କରିବା ପାଇଁ ଉତ୍ସାହିତ କରିଛି, କାରଣ ଯେଉଁମାନେ ମଣିଷକୁ ତାର ଶେଷ ଯାତ୍ରାରେ ସେବା ଦିଅନ୍ତି ସେମାନେ ଭବିଷ୍ୟତରେ ଏହି ବିଶ୍ୱରେ ନିଶ୍ଚିତ ପୁରସ୍କୃତ ହେବେ’’। ନିଜାମ ଯାହାକୁ ତାଙ୍କର ପରିବାର ମଧ୍ୟ ଏଠାକୁ ଆସିବାକୁ ସମର୍ଥନ କରନ୍ତି, ସେ ମଧ୍ୟ ଏହି ସମାନ କଥାରେ ବିଶ୍ୱାସ କରନ୍ତି। ଆମେ ପ୍ରଥମେ ଏହି କାମ କଲାବେଳେ ଭୟଭୀତ ଥିଲୁ, ମାତ୍ର ତା’ପରେ ଆମର ଭୟକୁ ଆମେ ପରିତ୍ୟାଗ କଲୁ। ଅସିମ କୁହନ୍ତି, "ଯେତେବେଳେ ଏକ ଶରୀର ଭୂମିରେ ଥାଏ, ତୁମେ ତୁମର ଭୟ ବିଷୟରେ ଚିନ୍ତା କରିବ ନାହିଁ କିନ୍ତୁ କବର ଦେବା ବିଷୟରେ କେବଳ  ଚିନ୍ତା କରିବ।"

ଜଦିଦ୍ କବ୍ରିସ୍ତାନରେ ଏକ ସମ୍ପୂର୍ଣ୍ଣ ସମାଧିଫଳକ ନିମନ୍ତେ ୧୫୦୦ଟଙ୍କା ମୂଲ୍ୟ ନିଆଯାଏ। ଏଥିରୁ ନିଜାମ ନିଜର ସୁନ୍ଦର ହସ୍ତଲିଖନ ନିମନ୍ତେ ୨୫୦ଟଙ୍କାରୁ ୩୦୦ଟଙ୍କା ନିଅନ୍ତି ଯାହାକି କିତାବତ୍‍ ନାମରେ ପରିଚିତ। ସେ କାମ କରୁଥିବା ପ୍ରତ୍ୟେକ ପ୍ରସ୍ତର ଫଳକର ଦୈର୍ଘ୍ୟ ପ୍ରାୟ ୬ ଫୁଟ ଓ ପ୍ରସ୍ଥ ୩ ଫୁଟ। ଏଥିରୁ ୩ ଫୁଟ ଦୈର୍ଘ୍ୟ ଓ ୧.୫ ଫୁଟ ପ୍ରସ୍ଥ ବିଶିଷ୍ଟ ଚାରୋଟି ସମାଧି ଫଳକ କାଟି ତିଆରି କରାଯାଏ। ପ୍ରତ୍ୟେକ ପ୍ରସ୍ତରର ଉପର ଭାଗକୁ ଗମ୍ବୁଜ ଆକାର ଦିଆଯାଏ। ଏହି ତିଆରି ବସ୍ତୁଟି ମେହରାବ ନାମରେ ଜଣା। କିଛି ଲୋକ ମଧ୍ୟ ମାର୍ବଲ ଖଣ୍ଡକୁ ବ୍ୟବହାର କରନ୍ତି। ଯେଉଁ ଲୋକମାନେ ପଥର ପରିବର୍ତ୍ତେ ଲୁହା ଫଳକ ବ୍ୟବହାର କରନ୍ତି ସେମାନେ ମାତ୍ର ୨୫୦ ଟଙ୍କାରୁ ୩୦୦ଟଙ୍କା ଖର୍ଚ୍ଚ କରନ୍ତି, ଯାହାକି ଏକ ସମ୍ପୂର୍ଣ୍ଣ ମେହରାବ ମୂଲ୍ୟର ଏକ ଷଷ୍ଠାଂଶ ।

ଭିଡିଓ ଦେଖ: କବରଖାନାର ହସ୍ତଲିଖନ ବିଶାରଦ

ସେମାନେ ରଖୁଥିବା ସମସ୍ତ ଅର୍ଡର ପାଇଁ ନିଜାମ ସେମାନଙ୍କର ପରିବାର ସଦସ୍ୟଙ୍କୁ ଏକ କାଗଜରେ ଆବଶ୍ୟକ ହେଉଥିବା ସବିଶେଷ ତଥ୍ୟ ପରିଷ୍କାର ଭାବରେ ଲେଖିବାକୁ କୁହନ୍ତି। ସେଥିରେ ରହିଛି ମୃତକଙ୍କର ନାମ, ତାଙ୍କର ସ୍ୱାମୀ କିମ୍ବା ପିତାଙ୍କ ନାମ (ମହିଳାଙ୍କ କ୍ଷେତ୍ରରେ), ଜନ୍ମ ଓ ମୃତ୍ୟୁ ତାରିଖ, ଏବଂ ଠିକଣା। ଏହା ସହିତ ଯଦି କରୋନାର କୌଣସି ପଂକ୍ତିକୁ ପରିବାର ଖୋଦନ କରିବାକୁ ଚାହାନ୍ତି। ନିଜାମ ମୋତେ କହିଲେ, "ଏହା ଦୁଇଟି ଉଦ୍ଦେଶ୍ୟ ସାଧନ କରେ, ପ୍ରଥମତଃ ପରିଜନବର୍ଗ ମୃତକଙ୍କ ନାମ ଲେଖନ୍ତି ଓ ଦ୍ୱିତୀୟତଃ ଏହା କୌଣସି ତ୍ରୁଟି ହେବାକୁ ଦିଏ ନାହିଁ"। ବେଳେବେଳେ, ଏହି ଲେଖାରେ ମଧ୍ୟ କିଛି ତଳେ ଦିଆଯାଇଥିବା ଦୁଇ ଧାଡି ବିଶିଷ୍ଟ ମିତ୍ରାକ୍ଷର ପଦ ଥାଏ, ଯାହାକୁ କି ଜାହାନ ଆରା ହାସନଙ୍କ ସମାଧିଫଳକ ଉପରେ ଲେଖାଯିବ, ଯାହାର ପରିବାର ଏବେ ଅର୍ଡର ଦେଲେ।

ଅବ୍ରେ-ଏ-ରେହମତ ଉନକି ମରକଦ ପର ଗୁହାର-ବାରି କରେ
ଶର ତକ ଶାନ-ଏ-କରିମି ନାଯ ବାରାଦାରି କରେ

ଆର୍ଶୀବାଦର ମେଘ ତାଙ୍କର କବର ଉପରେ ମୋତି ବର୍ଷା କରୁ,
ଏବଂ ସେ ଚିର କାଳ ପାଇଁ ଆଶ୍ରିତ ହୋଇ ରୁହନ୍ତୁ।

ନିଜାମ କିତାବତ ଅଭ୍ୟାସ କରିବା ୧୯୭୫ ମସିହାରେ ଆରମ୍ଭ କଲେ। ତାଙ୍କ ବାପା ଯିଏକି ଜଣେ ଚିତ୍ରକର ଥିଲେ ୧୯୭୯ ମସିହାରେ ମୃତ୍ୟୁ ବରଣ କରିବା ପରେ ନିଜାମ ସମାଧି ଫଳକରେ ଲେଖିବା ଆରମ୍ଭ କଲେ। ସେ କୁହନ୍ତି, "ଯଦିଓ ମୋ ବାପା ଜଣେ ଚିତ୍ରକର ଥିଲେ, ମୁଁ ତାଙ୍କ ଠାରୁ ଶିଖିନାହିଁ। ମୁଁ ତାଙ୍କୁ ଚିତ୍ର କରିବା ସମୟରେ କେବଳ ନିରୀକ୍ଷଣ କରିଛି। ଏବଂ ମୁଁ ଏହି ସୁନ୍ଦର ଉପହାରଟି ସ୍ୱାଭାବିକ ଭାବରେ ପାଇଛି"।

୧୯୮୦ ମସିହାରେ, ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କିରୋରି ମଲ କଲେଜରୁ ଉର୍ଦ୍ଦୁରେ ସ୍ନାତକ କରିଥିଲେ। ଏହି ଦିଗରେ ସେ କାର୍ଯ୍ୟ କରିଥିଲେ ଏବଂ ଏବେ ସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଥିବା ଜଗତ ସିନେମା -ଏକ ଏକପରଦା ବିଶିଷ୍ଟ ନାଟ୍ୟ ଶାଳା--ଯେଉଁଥିରେ ଏକଦା ପକୀଯାହ ଓ ମୁଗଲି-ଏ-ଆଜମ ପରି ଐତିହାସିକ ଚଳଚିତ୍ର ପ୍ରଦର୍ଶନ କରାଯାଉଥିଲା, ତାହା ସମ୍ମୁଖରେ ଏକ ଦୋକାନ ଖୋଲିଲେ। ୧୯୮୬ ମସିହାରେ ନିଜାମ ନସିମ ଆରାଙ୍କୁ ବିବାହ କଲେ। ଏହି ଦକ୍ଷ ହସ୍ତଲିଖନ ବିଶାରଦ ନିଜ ପତ୍ନୀଙ୍କୁ କେବେବି ଏକ ଚିଠି ଲେଖିନାହାନ୍ତି। ସେ କେବେବି ଲେଖିବା ଆବଶ୍ୟକ ମନେ କରିନାହାନ୍ତି। "ସେ ଯେହେତୁ ତାଙ୍କ ପଡ଼ିଶାରେ ରହୁଥିଲେ, ସେ ତାଙ୍କ ପିତାଙ୍କ ଘରକୁ ଯାଇ ଫେରି ଆସନ୍ତି। ଏହି ଦମ୍ପତିଙ୍କର ଗୋଟିଏ ପୁଅ ଝିଅ ଓ ଛଅ ଜଣ ନାତି ନାତୁଣୀ ଥିଲେ। ସେମାନେ ପୁରୁଣା ଦିଲ୍ଲୀର ଜାମା ମସଜିଦ୍‌ର ନିକଟରେ ରହୁଥିଲେ।"

Left: From across the graveyard, you can see the building of the Delhi police headquarters at ITO. Right: Nizam has been printing names of the deceased on these gravestones for over 40 years
PHOTO • Amir Malik
Left: From across the graveyard, you can see the building of the Delhi police headquarters at ITO. Right: Nizam has been printing names of the deceased on these gravestones for over 40 years
PHOTO • Amir Malik

ବାମ: କବରଖାନାରୁ ତୁମେ ଦିଲ୍ଲୀ ଆଇଟିଓରେ ଥିବା ଦିଲ୍ଲୀ ପୋ ଲିସର ମୁଖ୍ୟ କାର୍ଯ୍ୟାଳୟର ପ୍ରାସାଦକୁ ଦେଖିପାରିବ ଡାହାଣ: ଦୀର୍ଘ ୪୦ ବର୍ଷ ହେଲା ନିଜାମ ମୃତ ବ୍ୟକ୍ତିମାନଙ୍କର ନାମ ସମାଧିଫଳକରେ ମୁଦ୍ରଣ କରି ଆସୁଛନ୍ତି

"ଏହା ପରେ, ମୁଁ ଉର୍ଦ୍ଦୁ କବିତା ସମ୍ମିଳନୀ,ସମାବେଶ, ବ୍ୟବସାୟିକ ବିଜ୍ଞାପନ, ସେମିନାର, ଧାର୍ମିକ ଓ ରାଜନୈତିକ ସମାବେଶ ପାଇଁ ହୋର୍ଡିଂ ଚିତ୍ର କରୁଥିଲି।" ସେ ମଧ୍ୟ ମେହେରାବ ଚିତ୍ର କରିବା ପାଇଁ ନିଜ ଦୋକାନରେ ଅର୍ଡର ରଖୁଥିଲେ। ଏହି ଦୋକାନରେ ମଧ୍ୟ ବିକ୍ଷୋଭ ସାମଗ୍ରୀ, ପତକାଗୁଡ଼ିକ, ହୋର୍ଡିଂ ଓ ପ୍ରାଚୀର ପତ୍ର ତିଆରି କରାଯାଉଥିଲା।

ନିଜାମ କୁହନ୍ତି, ୧୯୮୦ ମସିହାର ମଧ୍ୟ ଭାଗରେ ଏହି ସମୟର ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ବାବ୍ରି ମସଜିଦ୍‍ର ତାଲା ଖୋଲିବା ପାଇଁ ଅନୁମତି ଦେଲେ। ‘‘ମୁସଲିମ ସମ୍ପ୍ରଦାୟ ଓ ଅନ୍ୟମାନେ ଏହାକୁ ପ୍ରବଳ ବିରୋଧ କଲେ। ବିକ୍ଷୋଭ ପାଇଁ କପଡାରେ ତିଆରି ହୋଇଥିବା ଆନ୍ଦୋଳନ ପତାକା ଓ ପୋଷ୍ଟରକୁ ମୁଁ ଚିତ୍ର କରୁଥିଲି। ୧୯୯୨ ମସିହାରେ ବାବ୍ରି ମସଜିଦ୍‍ ଭଙ୍ଗା ଯିବା ପରେ ଏହି ଆନ୍ଦୋଳନଗୁଡିକ ଧିରେ ଧିରେ ବନ୍ଦ ହୋଇଗଲା"। ସେ କୁହନ୍ତି,"ଲୋକଙ୍କ ମନରେ [ଭଙ୍ଗା ଯିବା ବିରୋଧରେ] କ୍ରୋଧ ଥିଲା କିନ୍ତୁ ଏବେବି ସେମାନେ ଆଗକୁ ଆସିଲେ ନାହିଁ। ସେ ଅନୁଭବ କରୁଛନ୍ତି ସମାଜରେ ମଧ୍ୟ ସେହିଭଳି କାମରେ ଲିପ୍ତ ଥିବା ରାଜନୈତିକ କ୍ରିୟାକଳାପ ଧିରେ ଧିରେ ହ୍ରାସ ପାଇଲା। ସେ କୁହନ୍ତି ‘‘ମୁଁ ଆଠ ଜଣଙ୍କୁ ନିଯୁକ୍ତି ଦେଇଥିଲି। ସେମାନେ ସମସ୍ତେ ଧିରେ ଧିରେ ଚାଲିଗଲେ। ସେମାନଙ୍କୁ ଦେବାପାଇଁ ମୋ ପାଖରେ ଟଙ୍କାଟିଏ ବି ନଥିଲା। ସେମାନଙ୍କ ବିଷୟରେ କୌଣସି ଖବର ନପାଇବା ମୋତେ କଷ୍ଟ ଦେଉଛି"।

୨୦୦୯-୨୦୧୦ ମସିହାରେ ଗଳାରେ ସଂକ୍ରମଣ ଯୋଗୁ ମୁଁ ମୋର ସ୍ୱର ହରାଇଲି, ଏବଂ ପ୍ରାୟ ୧୮ ମାସ ପରେ ଏହାର ଅର୍ଦ୍ଧେକ ପୁନଃପ୍ରାପ୍ତ କଲି" ସେ ହସିକରି କହିଲେ ଏହା ଯଥେଷ୍ଟ ମୋତେ ବୁଝିବା ପାଇଁ। ସେହି ବର୍ଷ ନିଜାମଙ୍କର ଦୋକାନ ବନ୍ଦ ହୋଇଗଲା। "କିନ୍ତୁ ମୁଁ କେବେବି ମେହେରେବା ଉପରେ ନାମ ଲେଖିବା ବନ୍ଦ କରିନି।"

"ତା ପରେ ଯେତେବେଳେ କୋଭିଡ-୧୯ ଭାରତରେ ପହଁଚିଲା, ଏହି କବରଖାନାର କର୍ମୀମାନେ ମୋର ସେବା ଆବଶ୍ୟକ କଲେ ଏବଂ ମୁଁ ସେମାନଙ୍କୁ ମନାକରିପାରିଲି ନାହିଁ। ମୁଁ ଏଠାକୁ ଗତ ବର୍ଷ ଜୁନ୍‍ରେ  ଆସିଲି। ଏହା କେବଳ ମୋର ପରିବାରକୁ ଚଳାଇବା ପାଇଁ ଥିଲା। "ନିଜାମଙ୍କର ପୁଅ ଜାମା ମସଜିଦ୍‍ ପାଖରେ ଏକ ଛୋଟ ଚପଲ ଦୋକାନ କରିଥିଲେ। କିନ୍ତୁ ଏହି ମହାମାରୀ ଓ ତାଲାବନ୍ଦ ତା’ର ରୋଜଗାରକୁ ଗଭୀର ଭାବରେ ପ୍ରଭାବିତ କରିଥିଲା"।

୨୦୦୪ ମସିହାରେ ଜଗତ ସିନେମା ବନ୍ଦ ହେଲା ପରି, ନିଜାମଙ୍କର ପୁରୁଣା କାର୍ଯ୍ୟସ୍ଥଳ ଚାରିପାଖେ ଥିବା ସବୁକିଛି ଏବେ ସ୍ମୁତିରେ। ସାହିର୍‍ ଲୁଧିଆନଭିଙ୍କ ଲେଖାକୁ ଭଲପାଆନ୍ତି ଏବଂ ତାଙ୍କ କବିତାକୁ ଶୁଣନ୍ତି। ସେହି ମହାନ କବି ନିଜାମ ସ୍ନାତକ ପାସ୍‌କରିବା ବର୍ଷ ମୃତ୍ୟୁବରଣ କଲେ। ତାଙ୍କର ପ୍ରିୟ ଲୁଧିଆନଭିଙ୍କ ପଂକ୍ତି ହେଉଛି: ‘ଆସ ଆମେ ସମସ୍ତେ ପୁଣି ଥରେ ସମସ୍ତଙ୍କ ପାଇଁ ଅପରିଚିତ ହୋଇଯିବା।’ ଅନ୍ୟ ଅର୍ଥରେ, ଜନ୍ମ ଓ ମୃତ୍ୟୁକୁ କେବେବି ବର୍ଣ୍ଣନା କରିହେବନାହିଁ।

Nandkishore, an expert in cutting stones and shaping them with hammer and chisel, says, 'The graveyard has never seen such a horrible situation as it does now'
PHOTO • Amir Malik
Nandkishore, an expert in cutting stones and shaping them with hammer and chisel, says, 'The graveyard has never seen such a horrible situation as it does now'
PHOTO • Amir Malik

ନନ୍ଦକିଶୋର, ଯିଏକି ହାତୁ ଡ଼ି ଓ ନିହଣ ସାହାଯ୍ୟରେ ପଥର କାଟିବା ଓ ଆକୃତି ଦେବାରେ ଦକ୍ଷ, କୁହନ୍ତି,‘ଏହି କବରଖାନା କେବେବି ଏପରି ଭୟଙ୍କର ଅବସ୍ଥା ଦେଖିନାହିଁ ଯାହା ଏବେ ଦେଖୁଛି’

ସେ କୁହନ୍ତି,"ସେହି ସମୟରେ କଳାକାରମାନେ ଉର୍ଦ୍ଦୁରେ ଲେଖି ପାରୁଥିଲେ। କିନ୍ତୁ ଏବେ ସେଠାରେ ଥିବା ଲୋକମାନେ ହିନ୍ଦୀ ଓ ଇଂରାଜୀରେ ସମାଧିଫଳକରେ ଲେଖିପାରିବେ। ଦିଲ୍ଲୀରେ ଏବେ ମେହେରବା ଉପରେ ଉର୍ଦ୍ଦୁରେ ଲେଖିପାରୁଥିବା ଲୋକ ପାଇବା ବିରଳ ଅଟେ।" "ଏହି ଭାଷାକୁ ରାଜନୀତି  ଓ ଏକ ମନଗଢା କାହାଣୀ ତିଆରି କରି ନଷ୍ଟ ଓ ବିକୃତ କରାଯାଇଛି ଯାହା ହେଉଛି କି ଏହା କେବଳ ମୁସଲିମ୍‍ମାନଙ୍କର ଭାଷା। ଏବେ ଉର୍ଦ୍ଦୁରେ ସୁନ୍ଦର ହସ୍ତଲିପିର ବୃତ୍ତି ଆଗ ଅପେକ୍ଷା ଏବେ ସଂକୁଚିତ ହୋଇଯାଇଛି।"

ନିଜାମ କାମ କରୁଥିବା ମେହରାବ ଉପରେ କିତାବତ କାମ ସାରିବା ପରେ ରଙ୍ଗ ଶୁଖିବା ପାଇଁ କିଛି ସମୟ ଛାଡ଼ି ଦିଆଯାଏ, ତାପରେ ଅସିମ, ସୁଲେମାନ ଓ ନନ୍ଦକିଶୋର ଏହା ଉପରେ ଖୋଦନ କାମ ଆରମ୍ଭ କରନ୍ତି। ନିଜର ୫୦ତମ ବର୍ଷରେ ଉପନୀତ ହୋଇଥିବା ନନ୍ଦକିଶୋର ଏହି କବରଖାନାରେ ୩୦ ବର୍ଷ ହେଲା କାମ କରି ଆସୁଛନ୍ତି। ସେ କୌଣସି ମେସିନ୍‍ର ବିନା ସାହାଯ୍ୟରେ ନିଜ ହାତୁଡ଼ି ଓ ନିହଣରେ ପଥର କାଟିବା ଓ ସେଗୁଡ଼ିକୁ ଗମ୍ବୁଜ ଆକୃତି ଦେବାରେ ଦକ୍ଷ ଅଟନ୍ତି। ସେ କୁହନ୍ତି, "ଏହି କବରଖାନା କେବେବି ଏପରି ଭୟଙ୍କର ଅବସ୍ଥା ଦେଖି ନାହିଁ ଯାହା ଏବେ ଦେଖୁଛି।"

ନନ୍ଦକିଶୋର କୋଭିଡରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ପାଇଁ ସମାଧିଫଳକରେ ଲେଖୁନଥିଲେ। ସେ ଭୁତାଣୁ କବଳରୁ  ରକ୍ଷା ପାଇବା ନିମନ୍ତେ ଜଦିଦ୍ କବରିସ୍ତାନର ଅନ୍ୟ ଏକ ପାର୍ଶ୍ୱରେ ବସୁଥିଲେ। ସେ କୁହନ୍ତି, " ପ୍ରତ୍ୟେକ ଦିନ ସେ ଗୋଟିଏ ପଥରକୁ ଖୋଦନ ଓ ସଫାକରିବା ପାଇଁ ୫୦୦ ଟଙ୍କା ପାଆନ୍ତି।" ସେ କୁହନ୍ତି, "ଏହିଟି ହେଉଛି (ଇଂରେଜମାନଙ୍କ ଅମଳର କବରଖାନା)" ମୁଁ ଯେତେବେଳେ ପଚାରିଲି ଇଂରେଜମାନେ କ’ଣ କେବଳ ଏହି କବରଖାନାଟି ଆମ ପାଇଁ ଛାଡି ଦେଇ ଗଲେ - ସେ ହସିଲେ?

"ନନ୍ଦକିଶୋର ଏହି ମୁସଲିମ୍‍ କବରଖାନାରେ କାମ କରିବା ଅନେକଙ୍କୁ ବେଳେବେଳେ ଆଶ୍ଚର୍ଯ୍ୟ କରିଦିଏ। ଏହି ପରିସ୍ଥିତିରେ ମୁଁ କିଛି ନକହି ସେମାନଙ୍କ  ମୁହଁକୁ ଚାହିଁ ହସିଦିଏ। "ବେଳେବେଳେ ମୁଁ ସେମାନଙ୍କୁ କହିଦିଏ: ମୁଁ ତୁମମାନଙ୍କ ପାଇଁ କୋରାନ୍‍ର ପଂକ୍ତିଗୁଡିକ ଖୋଦନ କରୁଛି, ଯାହାକି ମୁସଲିମ୍‍ ହେବା ସତ୍ୱେ ତୁମେ ତୁମ ଜୀବନକାଳ ମଧ୍ୟରେ କେବେବି କରିନାହଁ। ଉତ୍ତର ଦିଲ୍ଲୀ ସଦର ବଜାରରେ ରହୁଥିବା, ତିନୋଟି ପିଲାଙ୍କ ପିତା ନନ୍ଦକିଶୋର କୁହନ୍ତି,"ପରେ ସେମାନେ ମୋତେ ବିଶ୍ୱାସ କରନ୍ତି, ଧନ୍ୟବାଦ ଦିଅନ୍ତି ଓ ମୁଁ ଏଠାରେ ନିଜ ଘରେ ଥିବା ପରି ଅନୁଭବ କରେ"

ସେ କୁହନ୍ତି, "କବର ଭିତରେ ଶୋଇଥିବା ଶରୀରଗୁଡିକ ମୋତେ ନିଜର ଲାଗନ୍ତି। ଥରେ ମୁଁ ଏଠାରୁ ବାହାରକୁ ଗଲି, ସେହି ପୃଥିବୀଟି ମୋର ନଥିଲା। ଏଠାରେ ମୁଁ ଶାନ୍ତିରେ ଅଛି।"

Pawan Kumar and Aas Mohammad: the dust from the stone work often covers them entirely
PHOTO • Amir Malik
Pawan Kumar and Aas Mohammad: the dust from the stone work often covers them entirely
PHOTO • Amir Malik
Pawan Kumar and Aas Mohammad: the dust from the stone work often covers them entirely
PHOTO • Amir Malik

ପୱନ କୁମାର ଓ ଆସ ମହମ୍ମଦ: ପଥର କାମରୁ ବାହାରୁଥିବା ଧୂଳି ସେମାନଙ୍କୁ ଅନେକ ସମୟରେ ସମ୍ପୁର୍ଣ୍ଣରୂପେ ଆବୃତ କରିଦିଏ

ବିହାରର ବେଗୁସରାଇ ଜିଲ୍ଲାର ପୱନ କୁମାର ନାମକ ନୂଆ କର୍ମୀଙ୍କୁ ନିଯୁକ୍ତି ଦିଆଗଲା। ତାଙ୍କର ସ୍ତ୍ରୀ ଓ ତିନୋଟି ପିଲା ବିହାରରେ ଥିଲେ। ୩୧ ବର୍ଷୀୟ ପୱନ ମଧ୍ୟ ପଥର ଖୋଦନ କରନ୍ତି। ଏକ ଛୋଟ ପଥର କଟା ମେସିନ ସାହାଯ୍ୟରେ ୨୦ଟି  ଫଳକ କାଟିବା ପରେ କୁହନ୍ତି "ମୋର ମୁହଁ ଲାଲ ପଡିଯାଇଛି"। ତାଙ୍କ କାମରୁ ଉଡୁଥିବା ଧୁଳିରେ ତାଙ୍କର ସାରା ଶରୀରକୁ ଆବୃତ କରିଦେଇଛି। ‘‘କୋଭିଡ ହେଉ ବା ନହେଉ ମୋତେ ମୋର ପରିବାରର ପ୍ରତିପୋଷଣ ପାଇଁ ବର୍ଷ ସାରା କାମ କରିବାକୁ ପଡ଼ିବ। ବେଳେ ବେଳେ ମୁଁ ଏଠାରେ ଦିନକୁ ୭୦୦ଟଙ୍କା ରୋଜଗାର କରେ’’। ଆଗରୁ ତାଙ୍କର କୌଣସି ସ୍ଥିର ରୋଜଗାର ନଥିଲା ଏବଂ ନନ୍ଦକିଶୋର ଓ ଶମିମଙ୍କ ଭଳି ସେ ଔପଚାରିକ ଶିକ୍ଷା ଲାଭ କରିନଥିଲେ।

ଉତ୍ତର ପ୍ରଦେଶର ଅଲିଗଡ ସହରର ୨୭ ବର୍ଷୀୟ ଆସ ମହମ୍ମଦ ନାମକ ଅନ୍ୟ ଜଣେ ଦକ୍ଷ ଶ୍ରମିକ, କବରଖାନାର ପ୍ରତ୍ୟେକ କାମରେ ସମସ୍ତଙ୍କ ସହ ଅଂଶଗ୍ରହଣ କରୁଥିଲେ। ସେଠାରେ ୬ ବର୍ଷ ହେଲାଣି କାମକରୁଛନ୍ତି। ଆସଙ୍କ  ପରିବାର ତାଙ୍କର ବିବାହ ଉତ୍ତର ପ୍ରଦେଶର କାସଗଞ୍ଜ ଜିଲ୍ଲାରେ ରହୁଥିବା ଦୂର ଆତ୍ମୀୟଙ୍କ ଝିଅ ସହ ସ୍ଥିର କରିଥିଲେ।

ସେ କୁହନ୍ତି, "ମୁଁ ତାଙ୍କ ସହ ପ୍ରେମରେ ପଡିଯାଇଥିଲି। ଗତ ବର୍ଷ ତାଲାବନ୍ଦ ସମୟରେ ସେ କୋଭିଡ-୧୯ରେ ମୃତ୍ୟୁବରଣ କରିଥିଲେ"। ତାଙ୍କର ପରିବାର ପରେ ଅନ୍ୟଏକ ଝିଅ ସହ ତାଙ୍କର ବିବାହ ଠିକ୍‍ କଲେ। ଏହି ବର୍ଷ ମାର୍ଚ୍ଚ ମାସରେ, ସେ ଝିଅ ଏହି ପ୍ରସ୍ତାବକୁ ମନା କରିଦେଲା କାରଣ ସେ କବରଖାନାରେ କାମ କରୁଥିବା ଜଣେ ବ୍ୟକ୍ତିକୁ ବିବାହ କରିବାକୁ ଚାହୁଁନଥିଲା।

ଆସ କୁହନ୍ତି, "ଦୁଃଖରେ, ମୁଁ ଅଧିକ କାମ କରିବା ଆରମ୍ଭକଲି। ଅଧିକ ପଥର କାଟି ଫଳକ ଖୋଦନ କଲି। କିନ୍ତୁ ମୁଁ ଏବେ ବିବାହ କରିବାକୁ ଚାହୁଁନାହିଁ ”। ସେ କଥା କହୁଥିବା ସମୟରେ ଫଳକ କାଟୁଥିଲେ। ସେ ମଧ୍ୟ ଗୋଡ ଠାରୁ ମୁଣ୍ଡ ଯାଏଁ ଧୂଳିରେ ଆବୃତ ହୋଇଯାଇଥିଲେ। ସେ ମାସକୁ ୮୦୦୦ ଟଙ୍କା ରୋଜଗାର କରନ୍ତି।

ପାଖରେ ଗୋଟିଏ ହଳଦିଆ ପ୍ରଜାପତି କବର ଚାରିପଟେ ଉଡୁଥିଲା, ସେ ସତେ ଯେମିତି ଅନିଶ୍ଚିତ ଥିଲା ସେଗୁଡିକ ଉପରେ ରଖାଯାଇଥିବା ଫୁଲ ବା ସମାଧି ଫଳକକୁ ଚୁମ୍ବନ କରିବ।

ନିଯାମ, ଯିଏକି ଜଣେ ସମାଧିରେ ସ୍ମୁତି ଲେଖୁଥିବା ବ୍ୟକ୍ତି କୁହନ୍ତି: "ମରଣଶୀଳ ବ୍ୟକ୍ତି, ମୃତ୍ୟୁ ବରଣ କରୁଛନ୍ତି, ଆହ୍ଲାଙ୍କ ଦୟାରୁ, ମୁଁ ସେମାନଙ୍କ ନାମ ଶେଷ ଥର ପାଇଁ ଲେଖୁଛି। କେହି ଜଣେ ଏଠାରେ ଥିଲେ, କାହାର ପ୍ରିୟ ଥିଲେ"। ନିଜର ବ୍ରସ୍‍ଗୁଡିକର  ଅଗ୍ରଭାଗ ଧଳା ଓ କଳା ରଙ୍ଗରେ ଆବୃତ କରି ନିଜାମ ଯେପରି ଚାହୁଁଥିଲେ ସେହିପରି ବ୍ରସ୍‍ଗୁଡିକୁ ମେହରାବ ଉପରେ ଚଲାଉଥିଲେ। ଅନ୍ୟ ଏକ ପଥର ଉପରେ ସେ ଆରବିକ୍‍ରେ ପଂକ୍ତିଟି ଲେଖି ଶେଷ ପଦର ଶେଷ ଅକ୍ଷର ଉପରେ ଦାଗ ଦେଉଥିଲେ:‘ପ୍ରତ୍ୟେକ ଆତ୍ମାର ପରିସମାପ୍ତି ଘଟିବ"

ଅନୁବାଦ: ଓଡ଼ିଶାଲାଇଭ୍‍

Amir Malik

Amir Malik is an independent journalist, and a 2022 PARI Fellow.

Other stories by Amir Malik
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE