୪୫ ବର୍ଷୀୟ ବିଜୟବାଇ ଗଙ୍ଗୋରଦେ କୁହନ୍ତି, "ଆମେମାନେ ଶେଠ (ଜମିମାଲିକ )ଙ୍କ ଠାରୁ ଏଠାକୁ ଆସିବା ପାଇଁ ହଜାରେ ଟଙ୍କା ଲେଖାଏଁ ଋଣ କରିଥିଲୁ । ପ୍ରତିବଦଳରେ ଆମେ ସେମାନଙ୍କ ଜମିରେ ୪-୫ ଦିନ କାମ କରିବୁ ।" ସେ ଏକ ନୀଳ ଏବଂ କମଳା ରଙ୍ଗର ଟେମ୍ପୋରେ ଆସି ନାସିକରେ ଜାନୁଆରୀ ୨୩ ମଧ୍ୟାହ୍ନରେ ପହଞ୍ଚିଲେ, ଯାହାକି ସହରର ଗଲ୍ଫ କ୍ଲବ ମୈଦାନରେ ପହଞ୍ଚିବାରେ ପ୍ରଥମ । ଏହିଠାରୁ ଗାଡିରେ ମୁମ୍ବାଇକୁ ଯାଠ (ରାଲିରେ) ଯୋଗ ଦେବେ ।

ନାସିକ ଜିଲ୍ଲାର ଦିନ୍ଦୋରି ତାଲୁକ ମୋହାଦି ଗ୍ରାମର ୪୧ ବର୍ଷୀୟ ତାରାବାଈ ଯାଦବ, ଯିଏ କି ବିଜୟବାଈଙ୍କର ସମ୍ପର୍କୀୟା ମଧ୍ୟ, ତାଙ୍କ ସହିତ ଯାତ୍ରା କରୁଥିଲେ । ସେମାନେ ଉଭୟ ଦୈନିକ ୨୦୦-୨୫୦ ଟଙ୍କା ମଜୁରିରେ କୃଷି ଶ୍ରମିକ ଭାବେ କାର୍ଯ୍ୟ କରନ୍ତି ।

ପାଖାପାଖି ୧୫,୦୦୦ କୃଷକ ନନ୍ଦେଡ଼, ନାଂଦୁରବାର, ନାସିକ ଏବଂ ମହାରାଷ୍ଟ୍ରର ପାଲଘର ଜିଲ୍ଲାଗୁଡ଼ିକରୁ  - ନୂଆ କୃଷି ଆଇନ ବିରୋଧରେ ପ୍ରତିବାଦ କରିବାକୁ ୧୮୦ କିଲୋମିଟର ଦୂରରେ ଥିବା ମୁମ୍ବାଇର ଆଜାଦ ମୈଦାନ ଯିବାକୁ  ସମ୍ପର୍କୀୟମାନେ ଅନ୍ୟ କୃଷକମାନଙ୍କ ସହିତ ଯୋଗ ଦେବାକୁ ନାସିକକୁ ଆସିଥିଲେ । "ଆମେ ଆମର ଉପଜୀଵିକା (ବୃତ୍ତି ) ପାଇଁ ଶୋଭାଯାତ୍ରାରେ ଆଗେଇ ଚାଲିବୁ ।"

ଜାନୁଆରୀ ୨୫,୨୬ ରେ ଦକ୍ଷିଣ ମୁମ୍ବାଇରେ ଥିବା ରାଜ୍ୟପାଳଙ୍କର ବାସଭବନ ଠାରେ ସଂୟୁକ୍ତ ସେତକାରୀ କାମଗର ମୋର୍ଚ୍ଚା ଦ୍ୱାରା ଏକ ଧାରଣା ପ୍ରଦର୍ଶିତ ଧର୍ମଘଟ କରିବା ଏବଂ ଏକ ଶୋଭାଯାତ୍ରାରେ ଦିଲ୍ଲୀ ସୀମାରେ ବିରୋଧୀ କୃଷକମାନଙ୍କ ସହିତ ଆମର ଏକତା ପ୍ରଦର୍ଶନ ପାଇଁ ସର୍ବ ଭାରତୀୟ କିଷାନ ସଭା (AIKS) ଆୟୋଜନ କରିଛନ୍ତି । ଏହି ବିରୋଧ ପାଇଁ ମହାରାଷ୍ଟ୍ରର ୨୧ ଜିଲ୍ଲାର ପ୍ରସ୍ତାବକମାନେ ମୁମ୍ବାଇରେ ଏକତ୍ରିତ ହୋଇଛନ୍ତି ।

PHOTO • Shraddha Agarwal

ଉପର ବାମ - ବିଜୟ ବାଇ ଗଙ୍ଗୋରଦେ ( ବାମ ) ଏବଂ ନାସିକର ତାରାବାଈ ଯାଦବ। ଉପର ଡାହାଣ - ମୁକୁନ୍ଦ କୋନଗିଲ ( ଟୋପି ପିନ୍ଧିଛନ୍ତି ) ଜାନିବାଈ ଧାଙ୍ଗାରେ (ପଛରେ ନୀଳରଙ୍ଗ ଶାଢୀରେ) ସେମାନଙ୍କ ପିଲାମାନଙ୍କ ପାଇଁ ଚିନ୍ତିତ । ନିମ୍ନ: ମୁମ୍ବାଇ ଯିବା ପାଇଁ ନାସିକ ଗ୍ରାମାଞ୍ଚଳ ଏବଂ ଚତୁର୍ପାଶ୍ୱ ଜିଲ୍ଲାମାନଙ୍କରୁ ଆସିଥିବା ପ୍ରାୟ ୧୫,୦୦୦ କୃଷକ

ବିଶେଷତଃ ପଞ୍ଜାଵ ଓ ହରିୟାଣାର ଲକ୍ଷ ଲକ୍ଷ କୃଷକ ଗତ ଦୁଇ ମାସରୁ ଉର୍ଦ୍ଧ୍ୱ ଦିଲ୍ଲୀ ସୀମାର ପାଞ୍ଚଟି ସ୍ଥାନରେ ବିରୋଧ ପ୍ରଦର୍ଶନ କରୁଛନ୍ତି । ସେମାନେ ତିନୋଟି କୃଷି ଆଇନକୁ ବିରୋଧ କରୁଛନ୍ତି । ପ୍ରଥମେ କେନ୍ଦ୍ର ସରକାର ୫, ୨୦୨୦ ଜୁନ୍‌ରେ ଏକ ଅଧ୍ୟାଦେଶ ଜାରି କଲେ, ତାପରେ ସେପ୍ଟେମ୍ବର ୧୪ରେ ସଂସଦରେ କୃଷି ବିଲ୍‌ ଉପସ୍ଥାପନ କଲେ ଏବଂ ଏହା ଆଇନ ହେବା ପାଇଁ ସେଇ ମାସ ୨୦ତାରିଖରେ ତ୍ୱରାନ୍ୱିତ ପଦକ୍ଷେପ ନେଲେ ।

ନିୟମଗୁଡ଼ିକ ହେଉଛି: କୃଷକ ଉତ୍ପାଦନ ବ୍ୟବସାୟ ଏବଂ ବାଣିଜ୍ୟ (ପଦୋନ୍ନତି ଏବଂ ସୁବିଧା) ଅଧିନିୟମ, ୨୦୨୦ ; ମୂଲ୍ୟ ନିଶ୍ଚିତତା ଏବଂ କୃଷି ସେବା ଅଧିନିୟମ ଉପରେ କୃଷକ (ସଶକ୍ତିକରଣ ଏବଂ ସୁରକ୍ଷା) ଚୁକ୍ତିନାମା । ୨୦୨୦ ; ଏବଂ ଆବଶ୍ୟକୀୟ ଉପଯୋଗୀ ବସ୍ତୁ (ସଂଶୋଧନ) ଅଧିନିୟମ, ୨୦୨୦।

କୃଷକମାନେ ଏହି ନିୟମକୁ ଚାଷ ଉପରେ ଅଧିକ ଶକ୍ତି ପ୍ରୟୋଗ କରିବା ପାଇଁ ବୃହତ କର୍ପୋରେଟ୍ ପାଇଁ ସ୍ଥାନ ବିସ୍ତାରକାରୀ ଏବଂ ସେମାନଙ୍କ ଜୀବିକା ପାଇଁ ବିନାଶକାରୀ ବୋଲି ଦେଖନ୍ତି । ଏହା ମଧ୍ୟ ପ୍ରମୁଖ ଉତ୍ପାଦନକୁ ସମର୍ଥନ କରୁଥିବା ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି), କୃଷି ଉତ୍ପାଦନ ମାର୍କେଟିଂ କମିଟି (ଏପିଏମସି), ଏବଂ କୃଷକ ସହାୟତା କମିଟିର ଖାଦ୍ୟ ସଂଗ୍ରହ ନିୟମକୁ କ୍ଷୁର୍ଣ୍ଣ କରୁଛି । ଏହି ଆଇନଗୁଡ଼ିକୁ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରଭାବିତ କରୁଥିବା ଭଳି ସମାଲୋଚନା କରାଯାଇଛି କାରଣ ଭାରତର ସମ୍ବିଧାନର ଧାରା ୩୨ କୁ ଦୁର୍ବଳ କରି, ଏଗୁଡ଼ିକ ସମସ୍ତ ନାଗରିକଙ୍କ ଆଇନଗତ ଆଶ୍ରୟ ନେବାର ଅଧିକାରକୁ ଅକ୍ଷମ କରୁଛି

ଏକ ଅନୁସୂଚିତ ଜନଜାତି କୋଲି ମଲହାର ଆଦିବାସୀ ସମ୍ପ୍ରଦାୟର ବିଜୟବାଇ ଏବଂ ତାରାବାଇ ଗୋଟିଏ ଭଡା ଟେମ୍ପୋ ଗାଡ଼ିରେ ମୁମ୍ବାଇକୁ ଯାଇ ଫେରିବା ପାଇଁ ପ୍ରତି ସିଟ ପିଛା ୧୦୦୦ ଟଙ୍କା ଦେଇଥିଲେ । ସେମାନଙ୍କର କୌଣସି ସଞ୍ଚୟ ନଥିବାରୁ ସେମାନେ ଏଇ ଟଙ୍କା ଋଣ କରିଥିଲେ । ତାରାବାଇ କହିଲେ "ତାଲାବନ୍ଦ (କୋଭିଡ - ୧୯) ସମୟରେ ଆମମାନଙ୍କର କୌଣସି କାମ ନଥିଲା । ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ ପ୍ରତି ପରିବାରକୁ ୨୦ କିଲୋ ଗହମ ମାଗଣା ଦେବା ପାଇଁ, ମାତ୍ର ୧୦ କିଲୋ ବଣ୍ଟା ହୋଇଥିଲା ।

Left: Many had packed a simple meal from home for dinner. Right: At night, the protestors lit up the slogan 'Save Farmers, Save Nation'
PHOTO • Shraddha Agarwal
Left: Many had packed a simple meal from home for dinner. Right: At night, the protestors lit up the slogan 'Save Farmers, Save Nation'
PHOTO • Shraddha Agarwal

ବାମ - ଅନେକ ବ୍ୟକ୍ତି ରାତ୍ର ଭୋଜନ ପାଇଁ ଘରୁ ସାଧାରଣ ଖାଦ୍ୟ ପାକ କରି ଆଣିଥିଲେ ଡାହାଣ - ବିରୋଧ ପ୍ରଦର୍ଶନକାରୀ ମାନେ ରାତିରେ ଗୋଟିଏ ସ୍ଲୋଗାନକୁ ଆଲୋକିତ କରିଥିଲେ " କୃଷକ ବଞ୍ଚାଅ , ଦେଶ ବଞ୍ଚାଅ ''

ଏହା ପ୍ରଥମଥର ପାଇଁ ନୁହେଁ ଯେ ବିଜୟବାଇ ଏବଂ ତାରାବାଇ ଏହି ବିରୋଧ ଶୋଭାଯାତ୍ରାରେ ଯାଇଛନ୍ତି । ମାର୍ଚ୍ଚ ୨୦୧୮ରେ ନାଶିକରୁ ମୁମ୍ବାଇ ଦୀର୍ଘ କିସାନ ଶୋଭାଯାତ୍ରା ଏବଂ ପରବର୍ତ୍ତୀ ଫେବୃଆରୀ ୨୦୧୯ରେ ହୋଇଥିବା ରାଲିରେ ଯେତେବେଳେ କୃଷକମାନେ ସେମାନଙ୍କର ଜମି ସତ୍ତ୍ଵ, ଉତ୍ପାଦନର ଉଚିତ ମୂଲ୍ୟ, ଋଣ ଛାଡ ଏବଂ ମରୁଡି ସହାୟତା ଦାବୀ ଉପସ୍ଥାପନ କଥା ମନେ ପକାଇ ସେମାନେ କୁହନ୍ତି, " ଆମେ ଉଭୟ ୨୦୧୮ ଏବଂ ୨୦୧୯ ଶୋଭାଯାତ୍ରାରେ ଆସିଥିଲୁ । "ନୂତନ କୃଷି ଆଇନ ବିରୋଧରେ ଏହା ମଧ୍ୟ ନାଶିକରୁ ପ୍ରଥମ ଜାଠ ବିରୋଧ ଯାତ୍ରା ନୁହେଁ । ଡ଼ିସେମ୍ବର ୨୧,୨୦୨୦ ରେ ପ୍ରାୟ ୨୦୦୦ କୃଷକ ନାଶିକରେ ସଂଗୃହିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୦୦୦ କୃଷକ ଦିଲ୍ଲୀ ସୀମାନ୍ତରେ ଆୟୋଜିତ ହୋଇଥିବା ଉତ୍ତର ପ୍ରତିପକ୍ଷ ମେଳାରେ ଯୋଗ ଦେବା ପାଇଁ ଯାଇଥିଲେ ।

ବିଜୟବାଇ ତାରାବାଇଙ୍କ ସହିତ ଗଲ୍ଫ କ୍ଳବ ମୈଦାନର କେନ୍ଦ୍ର ସ୍ଥଳରେ ଏଆଇକେଏସ ନେତାମାନଙ୍କର ଭାଷଣ ଶୁଣିବାକୁ ଯାଉଥିବା ବେଳେ କହିଲେ, "ଆମ ଆଦିବାସୀମାନଙ୍କର କଥା ଶୁଣିବାର ଗୋଟିଏ ରାସ୍ତା ହେଉଛି ପଦଯାତ୍ରା [ ଆମର ଅଧିକାର ପାଇଁ ] । ଏଥର ମଧ୍ୟ ଆମେ ଆମର ସ୍ୱର ଉତ୍ତଳୋଲନ କରିବୁ "

ଶେଷରେ ଏକତ୍ରିତ ହୋଇଥିବା ଗାଡିଗୁଡିକ ସେହି ସନ୍ଧ୍ୟା ୬ରେ ଶୋଭାଯାତ୍ରାକାରୀମାନେ ନାଶିକ ଜିଲ୍ଲାର ଇଗତ ପୁରୀ ତାଲୁକା ଅନ୍ତର୍ଗତ ଘଟନ ଦେବୀ ମନ୍ଦିରରେ ରାତ୍ରି ବିଶ୍ରାମ କଲେ । ସେମାନଙ୍କ ମଧ୍ୟରୁ ଅନେକ ଘରୁ ଆଣିଥିବା ସାଧାରଣ ଖାଦ୍ୟ ବାଜରା ରୁଟି ଏବଂ ରସୁଣ ଚଟଣୀ ଖାଇଲେ। ଖାଇସାରିବା ପରେ ମନ୍ଦିର ପାର୍ଶ୍ୱରେ ଥିବା ପଡିଆରେ ତାରପୋଲିନ ସିଟ ଉପରେ ମୋଟା କମ୍ବଳ ବିଛାଇ ଶୋଇପଡିଲେ। ଆଜାଦ ମୈଦାନ ଆହୁରି ୧୩୫ କିଲୋମିଟର ଦୂର ଥିଲା ।

The protesting farmers walked down the Kasara ghat raising slogans against the new farm laws
PHOTO • Shraddha Agarwal
PHOTO • Shraddha Agarwal

ବିକ୍ଷୋଭକାରୀ କୃଷକମାନେ ନୂତନ ଚାଷ ଆଇନ ବିରୁଦ୍ଧରେ ସ୍ଲୋଗାନ ଦେଇ କସରା ଘାଟକୁ ଯାଇଥିଲେ

ପରବର୍ତ୍ତୀ ଦିନ ଯୋଜନା ଥିଲା ଇଗତପୁରୀ ନିକଟରେ ଥିବା କସରା ଘାଟରୁ ମୁମ୍ବାଇ ନାଶିକ ଜାତୀୟ ରାଜପଥରେ ପହଞ୍ଚିବା । ସକାଳ ୮ ଟାରେ ଯିବାପାଇଁ ପ୍ରସ୍ତୁତ ହେବାବେଳେ, କେତେକ କୃଷକ ଶ୍ରମିକ ଏହି କୃଷି କ୍ଷେତ୍ରରେ ତାଙ୍କ ପିଲାମାନଙ୍କର ଭବିଷ୍ୟତ ବିଷୟରେ ଆଲୋଚନା କରୁଥିଲେ । ନାସିକ ଜିଲ୍ଲାର ତ୍ରୟମ୍ବକେଶ୍ୱର ତାଲୁକାର ନଁଦୁରକିପଡା ଗ୍ରାମର ୪୮ ବର୍ଷୀୟ ମୁକୁନ୍ଦ କୋଙ୍ଗିଲ କୁହନ୍ତି "ଯଦିଓ ମୋର ପୁଅ ଏବଂ ଝିଅ ଉଭୟ ସେମାନଙ୍କର ଡିଗ୍ରୀ ଶେଷ କରିସାରିଲେଣି, ସେମାନେ କୃଷି କାମ କରି ମାତ୍ର ୧୦୦ - ୧୫୦ ଟଙ୍କା (ଦୈନିକ) ରୋଜଗାର କରୁଛନ୍ତି ।" ମୁକୁନ୍ଦଙ୍କର ପୁଅ ବି.କମ ଡିଗ୍ରୀ ଏବଂ ଝିଅ ବି.ଏଡ଼ କରିଛନ୍ତି, ମାତ୍ର ସେମାନେ ଉଭୟ କୃଷି ଶ୍ରମିକ ରୂପେ କାର୍ଯ୍ୟ କରୁଛନ୍ତି। ଅନୁସୂଚିତ ଜନଜାତି ୱାର୍ଲି (କିମ୍ବା ବର୍ଲି) ସମ୍ପ୍ରଦାୟର ମୁକୁନ୍ଦ କହନ୍ତି, "ଚାକିରୀ କେବଳ ଅଣ ଆଦିବାସୀମାନଙ୍କ ପାଇଁ ଉଦ୍ଦିଷ୍ଟ’’।

ନଁଦୁରକିପଡାର ୱାର୍ଲି ଆଦିବାସୀ ୪୭ ବର୍ଷୀୟ ଜାନିବାଇ ଧାଙ୍ଗରେ କୁହନ୍ତି "ମୋର ପୁଅ କଲେଜରେ ବହୁତ ପରିଶ୍ରମ କରୁଥିଲା ଏବଂ ଏବେ ସେ ପ୍ରତିଦିନ କୃଷି ଫର୍ମରେ କାମ କରୁଛି ।" "ମୋର ଝିଅ ତାର ପନ୍ଦରୱି (୧୫ କ୍ଲାସ, ଯାହା ବିଏ ଡିଗ୍ରୀ ) ଶେଷ କରିଛି । ସେ ତ୍ରୟମ୍ୱକେଶ୍ୱରରେ ଏକ ଚାକିରି ପାଇଁ ଚେଷ୍ଟା କଲା କିନ୍ତୁ, ତା ପାଇଁ ସେଠାରେ କାମ ନଥିଲା । ସେ ମୋତେ ଛାଡି ମୁମ୍ବାଇ ଯିବାକୁ ଚାହୁଁନଥିଲା । ସେହି ସହରଟି ଖୁବ ଦୂରରେ ଏବଂ ସେ ଘର ରନ୍ଧା ଖାଦ୍ୟ ପାଇବ ନାହିଁ ।" ସେ ଏହା କହିବାବେଳେ ଟେମ୍ପୋର ତାଙ୍କର ଛାଡି ଯାଇଥିବା ଜିନିଷ ଏବଂ ବ୍ୟାଗ ଲୋଡ଼ କରୁଥିଲେ ।

କୃଷକ ଏବଂ କୃଷି ଶ୍ରମିକମାନେ ସେମାନଙ୍କର ପତାକା ଧରି ଘାଟରୁ ରାଜପଥ ପର୍ଯ୍ୟନ୍ତ ୧୨ କିଲୋମିଟର ଚାଲିଚାଲି ନୂତନ ଚାଷ ନିୟମ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ । ସେମାନଙ୍କର ଦାବି ହେଉଛି ତିନୋଟି ଯାକ କୃଷି ଆଇନ ହଟାଇ ଦିଆଯାଉ, ଆଉ ମଧ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଏବଂ ଦେଶର ସବୁଠାରେ ସଂଗ୍ରହ କରିବାର ସୁବିଧା ଦେବା ପାଇଁ ଆଇନ ଧାର୍ଯ୍ୟ ହେଉ । ଏହି ଦଳ ସହିତ ଆସୁଥିବା ଏକେଆଇଏସ ସଭାପତି ଅଶୋକ ଧାୱଲେ କୁହନ୍ତି "କେନ୍ଦ୍ର ସରକାରଙ୍କର ପୁଞ୍ଜିପତିଙ୍କୁ ସୁହାଇଲା ଭଳି ନୀତି ନିର୍ଦ୍ଧାରଣ ବିରୁଦ୍ଧରେ ଦିଲ୍ଲୀ ଏବଂ ସମଗ୍ର ଦେଶରେ ଲକ୍ଷ ଲକ୍ଷ କୃଷକଙ୍କର ଦେଶବ୍ୟାପୀ ଐତିହାସିକ ଆନ୍ଦୋଳନର ଏକ ଗୁରୁତ୍ୱପୁର୍ଣ ଅବଦାନ ହେଉଛି ଏହି ପଦଯାତ୍ରା ।

Arriving at night at Azad Maidan in Mumbai, the tired farmers celebrated with the tarpa, a musical instrument (left)
PHOTO • Shraddha Agarwal
Arriving at night at Azad Maidan in Mumbai, the tired farmers celebrated with the tarpa, a musical instrument (left)
PHOTO • Shraddha Agarwal

କ୍ଳାନ୍ତ କୃଷକମାନେ ମୁମ୍ବାଇର ଆଜାଦ ମୈଦାନରେ ପହଞ୍ଚି ଏକ ସଂଗୀତ ବାଦ୍ୟଯନ୍ତ୍ର (ବାମ) ତରପା ବଜାଇ ଉତ୍ସବ ପାଳନ କରୁଛନ୍ତି ।

ରାଜପଥରେ ପହଞ୍ଚିଲା ପରେ କୃଷକମାନେ ସେମାନଙ୍କର ଗାଡିରେ ବସି ଥାନେ ଅଭିମୁଖେ ଯାତ୍ରା କଲେ । ବାଟରେ ବିଭିନ୍ନ ସଂସ୍ଥା ସେମାନଙ୍କୁ ପାଣି ବୋତଲ, ସ୍ନାକ୍ସ ଏବଂ ବିସ୍କୁଟ ଯୋଗାଉଥିଲେ। ସେମାନେ ଥାନେର ଏକ ଗୁରୁଦ୍ୱାରରେ ମଧ୍ୟାହ୍ନ ଭୋଜନ ପାଇଁ ଅଟକି ଗଲେ ।

ଯେତବେଳେ ଯାଠମାନେ ଦକ୍ଷିଣ ମୁମ୍ବାଇର ଆଜାଦ ମୈଦାନରେ ପହଞ୍ଚିଲେ ସେତବେଳକୁ ଜାନୁଆରୀ ୨୪ ରାତି ୭ ଟା ହୋଇଥିଲା । କ୍ଳାନ୍ତ ହୋଇଥିଲେ ମଧ୍ୟ ସେମାନଙ୍କର ପୂର୍ଣ୍ଣ ଉତ୍ସାହ ଥିଲା । ପାଲଘର ଜିଲ୍ଲାର କେତେକ କୃଷକ ପଡିଆରେ ପ୍ରବେଶ କରି ପାରମ୍ପରିକ ଆଦିବାସୀ ପବନ ଯନ୍ତ୍ର ତରପା ବଜାଇ ନାଚ ଗୀତ ଗାଇଥିଲେ ।

ବିଜୟବାଇ ତାଙ୍କର କୃଷି ଶ୍ରମିକଙ୍କ ସହ ଥକାମାରି ବସିବା ପରେ କହିଛନ୍ତି "ମୂଁ ଭୋକିଲା ଅଟେ । ମୋର ସମ୍ପୂର୍ଣ୍ଣ ଶରୀର ଯନ୍ତ୍ରଣା ଦେଉଛି, କିନ୍ତୁ କିଛି ଖାଦ୍ୟ ଏବଂ ବିଶ୍ରାମ ପରେ ମୁଁ ସୁସ୍ଥ ହେବି ।" ସେ କହିଛନ୍ତି, “ଏହା ଆମ ପାଇଁ ନୂଆ ନୁହେଁ । ଆମେ ପୂର୍ବରୁ ମଧ୍ୟ ଶୋଭାଯାତ୍ରା କରିଛୁ ଏବଂ ପୁଣି ଶୋଭାଯାତ୍ରା କରିବୁ। ”

ଅନୁବାଦ - ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Shraddha Agarwal

Shraddha Agarwal is a reporter and content editor at the People’s Archive of Rural India.

Other stories by Shraddha Agarwal