“ଆମେ ଲଙ୍ଗ୍ ମାର୍ଚ୍ଚ [୨୦୧୮]ରେ ତର୍‌ପା ବଜାଇ ଥିଲୁ ଏବଂ ଆମେ ତର୍‌ପା ଆଜି ବି ବଜାଉଛୁ। ଆମେ ସବୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଏହାକୁ ବଜାଉଛୁ,” ସେ ପାଖରେ ରଖିଥିବା ପବନ ବାଦ୍ୟ ସମ୍ପର୍କରେ କହନ୍ତି ରୂପେଶ ରୋଜ୍। ଦିଲ୍ଲୀ ସୀମାରେ ବିରୋଧ ପ୍ରଦର୍ଶନ କରୁଥିବା ପଞ୍ଜାବ-ହରିୟାଣାର ଚାଷୀମାନଙ୍କୁ ସମର୍ଥନ କରିବା ପାଇଁ ଭ୍ୟାନ୍, ଟେମ୍ପୋ, ଜିପ୍ ଏବଂ କାର୍‌ଯୋଗେ ଏହି ସପ୍ତାହରେ ମହାରାଷ୍ଟ୍ରରୁ ଦିଲ୍ଲୀ ଯାଉଥିବା ଚାଷୀମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ରୂପେଶ।

ଚଳିତ ବର୍ଷ ସେପ୍ଟେମ୍ବରରେ ସଂସଦରେ ନୂଆ କୃଷି ଆଇନ୍ ପାରିତ ହେବା ପରେ ସାରା ଦେଶରେ ଲକ୍ଷ ଲକ୍ଷ ସଂଖ୍ୟାରେ କୃଷକ ଏହି ଆଇନକୁ ନାକଚ କରିବା ପାଇଁ ଦାବି କରୁଛନ୍ତି।

ଡିସେମ୍ବର ୨୧ରେ ଦ୍ୱିପ୍ରହର ବେଳକୁ ମହାରାଷ୍ଟ୍ରର ପ୍ରାୟ ୨୦ଟି ଜିଲ୍ଲାରୁ - ଯଦିଓ ମୁଖ୍ୟତଃ ନାସିକ, ନାନ୍ଦେଡ୍ ଏବଂ ପାଲଘରରୁ - ପାଖାପାଖି ୨୦୦୦ ଚାଷୀ କେନ୍ଦ୍ରୀୟ ନାସିକର ଗଲ୍‌ଫ କ୍ଲବ୍ ଗ୍ରାଉଣ୍ଡରେ ଏକାଠି ମେଳି ହୋଇ ଗାଡ଼ି ମୋର୍ଚ୍ଚାରେ ଦିଲ୍ଲୀ ଯିବା ପାଇଁ ଜମା ହୋଇଛନ୍ତି। ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଏବଂ ସର୍ବ ଭାରତୀୟ କିଷାନ ସଭାର ମିଳିତ ନେତୃତ୍ୱରେ ସେମାନେ ଏକତ୍ରିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୧,୦୦୦ ହଜାର ଚାଷୀ ମଧ୍ୟପ୍ରଦେଶ ସୀମା ଅତିକ୍ରମ କରି ଦେଶର ରାଜଧାନୀ ଆଡକୁ ଯାତ୍ରା ଜାରି ରଖିଛନ୍ତି।

ନିସିକରେ ଯେଉଁମାନେ ଜମା ହୋଇଛନ୍ତି ସେମାନଙ୍କ ମଧ୍ୟରେ ପାଲଘରର ବଡ଼ା ସହରରୁ ଆସିଥିବା ୪୦ ବର୍ଷ ବୟସ୍କ ରୂପେଶ ଅଛନ୍ତି। ସେ ୱାର୍ଲି ସମୁଦାୟର। “ଆମ ଆଦିବାସୀମାନଙ୍କର ତର୍‌ପା ପ୍ରତି ଗଭୀର (ଶ୍ରଦ୍ଧା) ଅଛି,” ସେ କହନ୍ତି। “ବର୍ତ୍ତମାନ ଆମେ ଦିଲ୍ଲୀ ଯାଏ ଗୀତ ବଜାଇ ନାଚି ନାଚି ଯିବୁ।”

“I am tired of carrying water pots across two kilometres every day. We want water for our children and our land,” says Geeta Gangorde, an Adivasi labourer from Maharashtra’s Dhule district. Mohanabai Deshmukh, who is in her 60s, adds, “We are here today for water. I hope the government listens to us and does something for our village.”
PHOTO • Shraddha Agarwal
“I am tired of carrying water pots across two kilometres every day. We want water for our children and our land,” says Geeta Gangorde, an Adivasi labourer from Maharashtra’s Dhule district. Mohanabai Deshmukh, who is in her 60s, adds, “We are here today for water. I hope the government listens to us and does something for our village.”
PHOTO • Shraddha Agarwal

“ମୁଁ ସବୁ ଦିନ ଦୁଇ କିଲୋମିଟର ପାଣି ବୋହି ବୋହି ଥକି ଗଲିଣି। ଆମେ ଆମ ପିଲା ଏବଂ ଜମି ପାଇଁ ପାଣି ଚାହୁଁଛୁ,” କହନ୍ତି ମହାରାଷ୍ଟ୍ର ଧୁଲେ ଜିଲ୍ଲାର ଆଦିବାସୀ ଶ୍ରମିକ ଗୀତା ଗଙ୍ଗୋର୍ଦେ। ଷାଠିଏରୁ ଅଧିକ ବୟସ୍କ ମୋହନାବାଇ ଦେଶମୁଖ କହନ୍ତି, “ଆମେ ଆଜି ଏଠିକୁ ପାଣି ପାଇଁ ଆସିଛୁ। ଆମେ ଆଶା କରୁଛୁ ସରକାର ଆମ କଥା ଶୁଣିବେ ଏବଂ ଆମ ଗାଁ ପାଇଁ କିଛି କରିବେ।”


PHOTO • Shraddha Agarwal

ଅହମଦନଗର ଜିଲ୍ଲାର ସାଙ୍ଗମନେର୍ ତାଲୁକାର ସିନ୍ଧୋଡ଼ି ଗାଁରେ ରାଧୁ ଗାଏକୱାଡ୍ (ପୁରା ବାମ)ଙ୍କ ପରିବାରର ନିଜର ପାଞ୍ଚ ଏକର ଜମି ଅଛି, ଯେଉଁଥିରେ ସେମାନେ ମୁଖ୍ୟତଃ ମାଣ୍ଡିଆ ଏବଂ ସୋୟାବିନ୍ ଚାଷ କରନ୍ତି। “ଆମର ଅହମଦନଗର ମରୁଡ଼ି ପ୍ରପୀଡିତ ଅଂଚଳ। ଆମର ବହୁତ ଜମି ଅଛି କିନ୍ତୁ ଆମେ ତାକୁ ଚାଷ କରିପାରୁନୁ। ଆମେ ଯେତେବେଳେ ବିକିବା (ଆମ ଫସଲ) ପାଇଁ ଯାଉଛୁ ଆମେ ମଣ୍ଡିରେ ଠିକ୍ ଦାମ୍ ପାଉନୁ। ଆମ ଜିଲ୍ଲାର ସବୁ ବଡ଼ ବଡ଼ ନେତାମାନେ ଆମ ଆଦିବାସୀମାନଙ୍କୁ କିଛି ଦେଉ ନାହାଁନ୍ତି। ସେମାନେ ସେମାନଙ୍କ ଭଳି ବଡ଼ ଲୋକମାନଙ୍କୁ ଦେଉଛନ୍ତି।”


Narayan Gaikwad, 72, of Jambhali village in Shirol taluka of Kolhapur district, says “Until there is a revolution, farmers will not prosper." He owns three acres of land where he grows sugarcane. “We are going to Delhi not only for our Punjab farmers but also to protest against the new laws,” he adds. “In our village we need a lot of water for the sugarcane farms, but the electricity supply is only for eight hours.” On four days of the week the village has electricity during the day, and for three days at night. “It gets very difficult in winter to water the sugarcane fields at night and we are unable to cultivate,” Gaikwad says.
PHOTO • Shraddha Agarwal

କୋହ୍ଲାପୁର ଜିଲ୍ଲାର ସିରୋଲ୍ ତାଲୁକାର ଜାମ୍ଭଲି ଗାଁର ୭୨ ବର୍ଷ ବୟସ୍କ ନାରାୟଣ ଗାଏକୱାଡ୍ କହନ୍ତି, “ଗୋଟେ ଆନ୍ଦୋଳନ ନ ହେଲା ଯାଏ ଚାଷୀମାନଙ୍କର ଉନ୍ନତି ହେବ ନାହିଁ।” ତାଙ୍କର ତିନି ଏକର ଜମି ଅଛି ଯେଉଁଥିରେ ସେ ଆଖୁ ଚାଷ କରନ୍ତି। “ଆମେ କେବଳ ପଞ୍ଜାବ ଚାଷୀମାନଙ୍କ ପାଇଁ ଦିଲ୍ଲୀ ଯାଉ ନାହୁଁ ବରଂ ନୂଆ କୃଷି ଆଇନ୍‌ ବିରୋଧରେ ପ୍ରଦର୍ଶନ କରିବା ପାଇଁ ମଧ୍ୟ ଯାଉଛୁ। ଆମ ଗାଁ ଆମର ଆଖୁ ଜମି ପାଇଁ ବହୁତ ପାଣି ଦରକାର, କିନ୍ତୁ ବିଦ୍ୟୁତ୍ ଯୋଗାଣ କେବଳ ଆଠ ଘଣ୍ଟା ପାଇଁ ହୋଇଥାଏ,” ଗାଏକୱାଡ୍ କହନ୍ତି। ସପ୍ତାହରେ ସାତ ଦିନ ମଧ୍ୟରୁ ଗାଁରେ ଚାରି ଦିନ, ଦିନରେ ଏବଂ ତିନି ଦିନ ରାତିରେ ବିଦ୍ୟୁତ୍‌ଯୋଗାଣ ହୋଇଥାଏ। “ଶୀତ ଦିନେ ରାତିରେ ଆଖୁ ବିଲରେ ରାତିରେ ପାଣି ମଡ଼ାଇବା ବହୁତ କଷ୍ଟକର ହୋଇଥାଏ ଏବଂ ଆମେ ଚାଷ କରିପାରୁନୁ,” ସେ କହନ୍ତି


PHOTO • Shraddha Ghatge

“ଇଷ୍ଟ ଇଣ୍ଡିଆ କମ୍ପାନୀ ଆମକୁ ଦାସ କରି ରଖିଥିବା ଭଳି, ମୋଦି ସରକାର ମଧ୍ୟ ନିଜ ଚାଷୀମାନଙ୍କୁ ଦାସ ଭଳି ବ୍ୟବହାର କରୁଛନ୍ତି। ସେମାନେ କେବଳ ଚାହୁଁଛନ୍ତି ଯେ ଆଦାନୀ ଏବଂ ଅମ୍ବାନୀ ଲାଭ କରନ୍ତୁ। ଆମ ଆଦିବାସୀଙ୍କ ଅବସ୍ଥା ଥରେ ଦେଖନ୍ତୁ। ମୁଁ ମୋ ପିଲାମାନଙ୍କୁ ବି ସାଙ୍ଗରେ ଆଣିଛି, ଯାହା ଦ୍ୱାରା ସେମାନେ ବି ଦେଖି ପାରିବେ ଯେ ଏ ଦେଶରେ ଚାଷୀମାନଙ୍କ ସହ କିପରି ବ୍ୟବହାର କରାଯାଉଛି। ଏଠିକୁ ଆସିବା ସେମାନଙ୍କ ପାଇଁ ଗୋଟିଏ ବଡ଼ ଶିକ୍ଷା,” କହନ୍ତି ଭୀଲ୍ ସମୁଦାୟର ୬୦ବର୍ଷ ବୟସ୍କ ସାମସିଙ୍ଗ୍ ପଡ୍‌ୱି। ନନ୍ଦୁରବାର ଜିଲ୍ଲାର ଧାନପୁର ଗାଁରୁ ଗାଡ଼ି ଯଥା ମୋର୍ଚ୍ଚାରେ ଯୋଗ ଦେଇଥିବା ୨୭ଜଣଙ୍କ ଭିତରେ ତାଙ୍କର ଦୁଇ ପୁଅ ୧୬ ବର୍ଷର ଶଙ୍କର ଏବଂ ୧୧ ବର୍ଷର ଭଗତ ସାମିଲ୍ ଅଛନ୍ତି


PHOTO • Shraddha Agarwal

ସଂସ୍କାର ପଗରିୟା ୧୦ ବର୍ଷର ଥିଲାବେଳେ ନାସିକ ଜିଲ୍ଲାର ସୁର୍ଗନା ତାଲୁକାରେ ଥିବା ତାଙ୍କ ଗାଁରେ ପ୍ରଥମ କୃଷକ ଆନ୍ଦୋଳନରେ ଯୋଗ ଦେଇଥିଲେ। ସେହିଦିନଠାରୁ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ହେଉଥିବା ବିରୋଧ ପ୍ରଦର୍ଶନରେ ସେ ଅଂଶ ଗ୍ରହଣ କରନ୍ତି। ମାର୍ଚ୍ଚ ୨୦୧୮ରେ ନାସିକରୁ ମୁମ୍ବାଇକୁ ହୋଇଥିବା ଲଙ୍ଗ୍ ମାର୍ଚ୍ଚରେ ମଧ୍ୟ ସେ ଭାଗ ନେଇଥିଲେ। ୧୯ ଜଣ ରହୁଥିବା ତାଙ୍କର ଯୌଥ ପରିବାରର ୧୩-୧୪ ଏକର ଜମି ଅଛି ଯାହା ସେମାନେ ଭାଗଚାଷୀଙ୍କୁ ଦେଇଛନ୍ତି। “ଯେଉଁଠି ବି ଚାଷୀ ଆନ୍ଦୋଳନ ହେଲେ ମୁଁ ସେମାନଙ୍କ ସହ ଠିଆ ହେବି। ମୋତେ ଜେଲ୍ ହେଲେ ବି ମୁଁ ଜେଲ୍ ଯିବି,” ମହାମାରୀ ଏବଂ ଲକ୍‌ଡାଉନ୍ ଯୋଗୁଁ ସ୍ଥଗିତ ହୋଇଥିବା ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେବା ପାଇଁ ସଂସ୍କାର ଅପେକ୍ଷା କରିଛନ୍ତି


PHOTO • Shraddha Agarwal

ଡିସେମ୍ବର ୨୧ ତାରିଖରେ ନାସିକରୁ ଦିଲ୍ଲୀ ଯାଉଥିବା ଚାଷୀମାନଙ୍କ ସହ ନାନ୍ଦେଡ୍ ଜିଲ୍ଲାରୁ ପାଖାପାଖି ୧୦୦ ଜଣ ଚାଷୀ ପ୍ରଦର୍ଶନକାରୀମାନଙ୍କ ସହ ଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ନାମଦେଓ ସେଡମେକ୍, ଭୀଲଗାଓଁ ଜିଲ୍ଲାର ଜଣେ ଗଣ୍ଡ ଆଦିବାସୀ। ତାଙ୍କର ପାଞ୍ଚ ଏକର ଜମି ଅଛି ଏବଂ ସେ ସେଥିରେ କପା ଏବଂ ସୋୟାବିନ୍ ଚାଷ କରନ୍ତି। ୪୯ ବର୍ଷୀୟ ଚାଷୀ (ମଝିରେ, ନୀଳ ସାର୍ଟ ପିନ୍ଧିଛନ୍ତି) କହନ୍ତି, “ଏହି ଚାଷୀ ବିରୋଧୀ ସରକାରଙ୍କ ବିରୋଧରେ ଆମର ଲଢ଼େଇ ଜିତିବା ପାଇଁ ଆମେ ଦିଲ୍ଲୀ ଯାଉଛୁ। ଆମ ଗାଁ ପାହାଡ଼ ତଳେ ଅଛି ଏବଂ ଆମ ଜମିକୁ ପାଣି ଆସୁ ନାହିଁ। ଅନେକ ବର୍ଷ ହେଲାଣି ଆମେ ନଳକୂଅ ଖୋଳିବା ପାଇଁ ଦାବି କରି ଆସୁଛୁ। ପାଣି ବିନା ଆମେ ଚାଷ କରିପାରିବୁ ନାହିଁ ଏବଂ ଆମେ ଆଦିବାସୀମାନେ ଆଗରୁ ହିଁ ଋଣରେ ବୁଡ଼ି ରହିଛୁ।”


PHOTO • Shraddha Agarwal

“ଡାକ୍ତରଖାନା ଅବସ୍ଥା ଏତେ ଖରାପ ଯେ ଥରେ ଜଣେ ମହିଳାଙ୍କୁ ଅଟୋରିକ୍‌ସାରେ ପିଲା ଜନ୍ମ କରିବାକୁ ପଡ଼ିଲା। ଜରୁରୀକାଳୀନ ସ୍ଥିତିରେ ଆମକୁ ୪୦-୫୦ କିଲୋମିଟର ଯିବାକୁ ପଡ଼ୁଛି। ଆମ ଗାଁ ନିକଟରେ ଥିବା କୌଣସି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯଦି ଆପଣ ଯିବେ, କେହି ଡାକ୍ତର ମିଳିବେନି। ସେଥିପାଇଁ ମାଆ ପେଟରେ ହିଁ ବହୁ ଛୁଆଙ୍କର ମୃତ୍ୟୁ ହେଇ ଯାଉଛି,” କହନ୍ତି ପାଲଘରର ଦଦାଡେ ଗାଁର ୪୭ବର୍ଷୀୟ କିରଣ ଗହଲା। ତାଙ୍କର ପାଞ୍ଚ ଏକର ଜମି ଅଛି ଏବଂ ସେ ମୁଖ୍ୟତଃ ଧାନ, ବାଜରା, ଗହମ ଏବଂ ମାଣ୍ଡିଆ ଚାଷ କରନ୍ତି। ପାଲଘର ଜିଲ୍ଲାରୁ ପ୍ରାୟ ୫୦୦ଆଦିବାସୀ ଚାଷୀ ନାସିକରୁ ଦିଲ୍ଲୀ ଯାଉଥିବା ଗାଡ଼ି ମୋର୍ଚ୍ଚାରେ ଯୋଗ ଦେଇଛନ୍ତି


PHOTO • Shraddha Agarwal

୬୩ ବର୍ଷୀୟ ବିଷ୍ଣୁ ଚୌହାନ୍‌ଙ୍କର ପରଭାନୀ ଜିଲ୍ଲାର ଖାୱନେ ପିମ୍ପରି ଗାଁରେ ୩.୫ ଏକର ଜମି ଅଛି। ସେ ଏଠାକୁ ୬୫ ବର୍ଷ ବୟସ୍କ କାଶୀନାଥ ଚୌହାନ୍ (ଡାହାଣ)ଙ୍କ ସହ ଆସିଛନ୍ତି। “ଆମେ ୨୦୧୮ରେ ଲଙ୍ଗ୍ ମାର୍ଚ୍ଚରେ ଭାଗ ନେଇଥିଲୁ ଏବଂ ଏବେ ଆମେ ଏହି ଆନ୍ଦୋଳନକୁ ମଧ୍ୟ ଆସିଛୁ,” କହନ୍ତି ମୁଖ୍ୟତଃ କପା ଏବଂ ସୋୟାବିନ୍ ଚାଷ କରୁଥିବା ବିଷ୍ଣୁ। “ଆମ ସମସ୍ୟା ଉପରେ ସରକାର କେବେ ଗୁରୁତ୍ୱ ଦେବେ? ପିଇବା ପାଣି ପାଇଁ ଆମ ଗାଁର ଲୋକଙ୍କୁ ପ୍ରତିଦିନ ପାଞ୍ଚ କିଲୋମିଟର ଚାଲିବାକୁ ପଡ଼ୁଛି। ଏମିତିକି ଆମେ ଯଦି ଆମ ବିଲରେ କିଛି ଚାଷ କରୁଛୁ, ରାତିରେ ଜଙ୍ଗଲରୁ ଜନ୍ତୁ ଆସି ନଷ୍ଟ କରି ଦେଉଛନ୍ତି। ଆମ ପାଇଁ କେହି କିଛି କରୁନାହାଁନ୍ତି। ଆମେ ଚାହୁଁଛୁ, ଆମ କଥା ସରକାର ଶୁଣନ୍ତୁ।”


PHOTO • Shraddha Agarwal

“ଆମର ଦାବି ହେଉଛି ସରକାର ତିନୋଟି ଆଇନ ଫେରାଇ ନିଅନ୍ତୁ। ଆମେ ସେଠି ଅନିର୍ଦ୍ଦିଷ୍ଟ କାଳ ପାଇଁ ବସିବୁ। ଆମ ତାଲୁକାରେ ବହୁ ସଂଖ୍ୟାରେ ଛୋଟ ଛୋଟ ଚାଷୀ ଅଛନ୍ତି। ସେମାନେ ଆଖୁ ବିଲରେ କାମ କରି ଦିନ ମଜୁରିରେ ପେଟ ପୋଷନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କର ମାତ୍ର ୧-୨ ଏକର ଜମି ଅଛି। ସେମାନଙ୍କ ଭିତରୁ ବହୁତ ଜଣ ଆନ୍ଦୋଳନରେ ଯୋଗ ଦେବା ପାଇଁ ଚାହୁଁଥିଲେ, କିନ୍ତୁ ଏବେ ଅମଳ ସମୟ। ତେଣୁ ସେମାନେ ଗାଁରେ ରହିଗଲେ,’’ କହନ୍ତି ସାଙ୍ଗଲି ଜିଲ୍ଲାର ସିରଢୋଁ ଗାଁର ୩୮ ବର୍ଷୀୟ ଦିଗମ୍ବର କାମ୍ବଲେ (ନାଲି ସାର୍ଟ ପିନ୍ଧିଛନ୍ତି)


PHOTO • Shraddha Agarwal

ତୁକାରାମ ସେଟସାଣ୍ଡି, ୭୦, ଦିଲ୍ଲୀ ଯାଉଥିବା ଗାଡ଼ି ମୋର୍ଚ୍ଚାର ଜଣେ ବୟସ୍କ କୃଷକ। ସୋଲାପୁରର କାଣ୍ଡାଲଗାଁଓ ଗାଁରେ ତାଙ୍କର ଚାରି ଏକର ଜମି ଅନାବାଦୀ ଗୋଚର ହୋଇ ପଡ଼ିଛି। ଗତ ୧୦ ବର୍ଷ ହେଲା ଆଖୁ ଚାଷ ପାଇଁ ଅନେକ ବଡ଼ ଚାଷୀଙ୍କଠାରୁ ନେଇଥିବା ତାଙ୍କର ଋଣ ୭ ଲକ୍ଷରେ ପହଞ୍ଚିଲାଣି। “ମୋର ଫସଲ ଭଲ ହେଲା ନାହିଁ ଏବଂ ସେତେବେଳେ ମୁଁ ଋଣରେ ଛନ୍ଦି ହୋଇଗଲି, ଗୋଟିଏ ସୁଝିବା ବେଳକୁ ଆଉ ଗୋଟିଏ କରିବାକୁ ପଡ଼ିଲା। ମୁଁ ୨୪ ପ୍ରତିଶତ ସୁଧ ହାରରେ ଋଣ ସୁଝୁଛି। ଆପଣଙ୍କୁ ଏହା ଠିକ୍ ଲାଗୁଛି କି? ମୋ ଭଳି ଜଣେ ଗରିବ ଚାଷୀ କେଉଁଠୁ ଟଙ୍କା ଆଣିବ? ”


ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Shraddha Agarwal

Shraddha Agarwal is a reporter and content editor at the People’s Archive of Rural India.

Other stories by Shraddha Agarwal