ବଡ ବଡ଼ ତେନ୍ତୁଳି ଗଛ ପରିବେଷ୍ଟିତ ତାଙ୍କ ମୁକ୍ତ ଆକାଶ କର୍ମଶାଳାରେ ମଣିରାମ ମାଣ୍ଡୱି ବସି ବାଉଁଶ କାଟି ବଂଶୀ ତିଆରି କରନ୍ତି - ଏକ ଯନ୍ତ୍ର ଯାହା ଭିତରେ ପବନ ପଶିଲେ ସଙ୍ଗୀତ ସୃଷ୍ଟି ହୁଏ, ଏହା ଏକ ସୁଦୃଢ଼ ଅସ୍ତ୍ର ମଧ୍ୟ ଯାହା ଜୀବଜନ୍ତୁମାନଙ୍କୁ ଭୟ ଦେଖାଇ ଘଉଡାଇ ଦିଏ। ୪୨ ବର୍ଷୀୟ ମଣିରାମ କହନ୍ତି, "ସେହି ଦିନଗୁଡିକରେ ବାଘ, ଚିତାବାଘ ଓ ଭାଲୁ ସବୁ ଜଙ୍ଗଲରେ ଥିଲେ। କିନ୍ତୁ ଯଦି ତୁମେ ଏହାକୁ ଟିକିଏ ହଲାଇ ଦେଇଥିବ, ସେମାନେ ତୁମଠାରୁ ସବୁ ଦୁରକୁ ପଳାଉଥିଲେ।

ସେ ଏହି ବାଉଁଶ ଯନ୍ତ୍ରକୁ ଏକ 'ଝୁଲନ୍ତା ବଂଶୀ ' କିମ୍ବା ଛତିଶଗଡ଼ ଭାଷାରେ 'ସୁକୁଦ ବାଂସୁରୀ ' ବୋଲି କହନ୍ତି ଏହାର କୌଣସି ମୁଖ ନଥାଏ କେବଳ ଦୁଇଟି ଛିଦ୍ର ଥାଏ ଏବଂ ବଜାଇବାକୁ ହେଲେ ପବନରେ ଝୁଲାଇବାକୁ ହୁଏ ।

ସେହି ୪୨ ବର୍ଷୀୟ ମଣିରାମ ଦିନକୁ ଗୋଟିଏ ବଂଶୀ ଗଢ଼ିପାରନ୍ତି - ଯାହା ନିକଟବର୍ତ୍ତୀ ସହରରେ ହେଉଥିବା ପ୍ରଦର୍ଶନୀରେ କିମ୍ବା ହସ୍ତଶିଳ୍ପ ସଂସ୍ଥାରେ ବିକିଲେ ତାଙ୍କୁ ପ୍ରାୟ ୫୦ ଟଙ୍କା ପ୍ରାପ୍ୟ ମିଳିଥାଏ। ଗ୍ରାହକମାନେ ପରେ ଏହି ବଂଶୀ ଗୋଟିଏକୁ ଅନ୍ତତଃ ୩୦୦ ଟଙ୍କାରେ କିଣିଥାନ୍ତି ।

ଦକ୍ଷ ବଂଶୀ କାରିଗର ମନ୍ଦର ସିଂ ମାଣ୍ଡୱିଙ୍କ ସହ ମିଳିତ ହେବାର ଏକ ସୁଯୋଗ ମିଳିଥିଲା । ଯେ କି ମଣିରାମଙ୍କୁ ପ୍ରାୟ ତିନିଦଶନ୍ଧି ପୂର୍ବେ ଏହି ବାଂସୁରୀ ଶିଳ୍ପକୁ ଆଣିଥିଲେ । ସେ କହନ୍ତି, "ମୋତେ ପ୍ରାୟ ୧୫ ବର୍ଷ ବୟସ ହୋଇଥିଲା ଏବଂ ମୁଁ ଜଙ୍ଗଲକୁ ଜାଳକାଠ ଆଣିବାପାଇଁ ଯାଇଥିଲି । ସେତେବେଳେ ସେ ମୋତେ ଡାକିଲେ ଏବଂ କହିଲେ, "ତୁମେ ବିଦ୍ୟାଳୟକୁ ଯାଉନାହଁ । ଆସ,  ମୁଁ ତୁମକୁ କିଛି ଶିଖାଇଦେବି ।" ତେଣୁ ମଣିରାମ ଆନନ୍ଦରେ ବିଦ୍ୟାଳୟ ଯିବା ବନ୍ଦ କରିଦେଲେ ଏବଂ ସ୍ୱର୍ଗୀୟ ଦକ୍ଷ ଶିଳ୍ପୀଙ୍କ ସହ କାମ କରିବା ଆରମ୍ଭ କଲେ ।

ଭିଡିଓ ଦେଖନ୍ତୁ - ମଣିରାମ : ଝୁଲନ୍ତା ବଂଶୀ ତିଆରି କରୁଛନ୍ତି ଓର୍ଚ୍ଚାରେ ଜଙ୍ଗଲ କ୍ଷତି ପାଇଁ ଶୋକ କରୁଛନ୍ତି

ବାଂସୁରୀ କର୍ମଶାଳା ଯେଉଁଠି ମଣିରାମ ଏବେ କାମ କରନ୍ତି ତାହା ଘଡ଼ବଙ୍ଗଲ ସୀମାରେ ଅବସ୍ଥିତ । ଛତିଶଗଡ଼ ନାରାୟଣପୁର ଜିଲ୍ଲାର ଅଭୁଝମାଦ (ଓର୍ଚ୍ଚା) ବ୍ଲକର ଜଙ୍ଗଲରେ ଗଣ୍ଡ ଆଦିବାସୀଙ୍କର ନିବାସ ସ୍ଥାନ ଅଟେ । ବିଭିନ୍ନ ସାଇଜର ବାଉଁଶବାଡ଼ି ଗୁଡିକ ଚାରିପାଖରେ ଜମାକରି ରଖା ହୁଏ ଏବଂ ଶୀତଳ ପବନରେ ଝୁଲୁଥିବା ଉପକରଣ ଗରମ କରିବା ପାଇଁ ବ୍ୟବହୃତ ହେଉଥିବା ଛୋଟ ଛୋଟ ଅଗ୍ନିରୁ ଧୂଆଁ  ବାହାରିଥାଏ । ଗୋଟିଏ ପାର୍ଶ୍ୱରେ ବଂଶୀ, ବଟାଳୀ ଏବଂ ଛୁରୀଗୁଡିକୁ ଏକ ଅସ୍ଥାୟୀ ଶାଳାରେ ରଖାଯାଇଛି । ମଣିରାମ ଏଠାରେ ପ୍ରାୟ ଦୈନିକ ପ୍ରାୟ ଆଠ ଘଣ୍ଟା କାମ କରନ୍ତି । ବାଉଁଶଗୁଡିକ ବିଭିନ୍ନ ଆକାର ଅନୁସାରେ କାଟନ୍ତି, ଚିକ୍କଣ କରନ୍ତି ଏବଂ ବଟାଳୀରେ ସଠିକ ଆକାର ଦିଅନ୍ତି ଏବଂ ପରେ ଏକ ଉତ୍ତପ୍ତ ଅସ୍ତ୍ର ବ୍ୟବହାର କରି ପ୍ରତ୍ୟେକ ବଂଶୀର ବିଭିନ୍ନ ଫୁଲ ଆଦି ଜ୍ୟାମିତିକ ରେଖା ଚିତ୍ର ତଥା ଆଲୋକ ଅନ୍ଧାରର ନମୁନା ପ୍ରସ୍ତୁତ କରନ୍ତି ।

ଯେତେବେଳେ ମଣିରାମ ବଂଶୀ କାରିଗରୀ କାମ କରନ୍ତି ନାହିଁ, ସେ ତାଙ୍କର ଦୁଇ ଏକର ଜମିରେ କୃଷି କାର୍ଯ୍ୟ କରିବାରେ ବ୍ୟସ୍ତ ରୁହନ୍ତି ଯଦ୍ୱାରା ସେ ତାଙ୍କର ସ୍ତ୍ରୀ ଏବଂ ବର୍ତ୍ତମାନ ଯୁବାବସ୍ଥା ପ୍ରାପ୍ତ ତିନି ସନ୍ତାନ ଏପରି ମୋଟ ପାଞ୍ଚଜଣ  ସଦସ୍ୟ ବିଶିଷ୍ଟ ପରିବାର ପ୍ରତିପୋଷଣ ପାଇଁ ବର୍ଷା ଜଳ ନିର୍ଭରଶୀଳ ଧାନ ଚାଷ କରନ୍ତି । ସେ କହନ୍ତି ତାଙ୍କର ପୁଅମାନେ ବିଭିନ୍ନ ମୁଲ୍ୟହୀନ କାର୍ଯ୍ୟ କରନ୍ତି, କିନ୍ତୁ ଏହି ବୃତ୍ତି ଶିଖିବା ପାଇଁ ଆଗ୍ରହୀ ନୁହନ୍ତି ( ଏହି ସଂପ୍ରଦାୟରେ ଉକ୍ତ ବୃତ୍ତି କେବଳ ପୁରୁଷମାନଙ୍କ ଦ୍ୱାରା ଅଭ୍ୟାସ କରାଯାଏ)।

ବଂଶୀ ପାଇଁ ବାଉଁଶ ନାରାୟଣପୁର ସହରରୁ ଆସିଥାଏ - ଆନୁମାନିକ ଏକ ଘଣ୍ଟାର ଚଲାବାଟ । ସେ କହନ୍ତି, "ପ୍ରାୟ ୨୦ ବର୍ଷ ପୂର୍ବେ ଜଙ୍ଗଲ ଠିକ ଏହି ସ୍ଥାନରେ ଥିଲା ଏବଂ ଆମେମାନେ ସହଜରେ ବାଉଁଶ ପାଉଥିଲୁ । ଏବେ କିଛି ଉପଯୋଗୀ ବାଉଁଶ ପାଇଁ ଆମକୁ ଅତି କମ୍‌ରେ ୧୦ କିଲୋମିଟର ଯିବାକୁ ପଡୁଛି - ଜଙ୍ଗଲ ଅତି ଘଞ୍ଚ ଥିଲା ଏବଂ ଶାଗୁଆନ [ ଟିକ ], ଜାମୁ [ ଭାରତୀୟ ଜାମୁକୋଳି ] ଓ ମୋଦିୟା [ ଏକ ପ୍ରକାର ସ୍ଥାନୀୟ କୋଳି ] ଫଳ ଗଛ ପରିପୂର୍ଣ୍ଣ ଥିଲା । ସେପରି ବଡ ଗଛ ଏବେ ଦୁଷ୍ପ୍ରାପ୍ୟ। ଝୁଲନ୍ତା ବଂଶୀ ତିଆରି ଜାରି ରଖିବା ଏବେ କଷ୍ଟସାଧ୍ୟ ବ୍ୟାପାର ।"

ସେହି ତେନ୍ତୁଳି ଗଛ ଛାଇରେ ଥିବା କର୍ମଶାଳାରେ ମଣିରାମଙ୍କ ସହ ବସି ଅତୀତର ପ୍ରାଚୁର୍ଯ୍ୟ ବିଷୟ ନେଇ କଥା ହେଉଥିବା ବେଳେ ବ୍ୟଥିତ ଏବଂ ସଜଳ ନୟନରେ ସେ କହନ୍ତି। "ଏଠାରେ ଠେକୁଆ ଏବଂ ହରିଣ ଥିଲେ, ବେଳେ ବେଳେ ନୀଳ ଗାଈ ମଧ୍ୟ। ଜଙ୍ଗଲୀ ଭାଲୁ ମଧ୍ୟ ସମ୍ପୂର୍ଣ୍ଣ ଲୋପ ପାଇଗଲେଣି.... ଆସନ୍ତା କାଲି ଆମର ପିଲାମାନେ ଯେତେବେଳେ ମୋତେ ପଚାରିବେ -'ଜଙ୍ଗଲରେ କାହିଁକି କିଛି ନାହିଁ ? ଜଙ୍ଗଲରେ ଗଛ ଓ ପଶୁ କେବେ ଥିଲେ କି ?' ଆମ ପାଖରେ ସେମାନଙ୍କ ପାଇଁ କୌଣସି ଉତ୍ତର ନାହିଁ।’’

Maniram's flute workshop in the forests of Abhujhmad (Orchha).
PHOTO • Priti David
Forest produce traded at the haats in Chhattisgarh is becoming scarce, he says. 'The jungle used to be filled with big trees... There are no big trees anymore. It is going to be difficult to continue making swinging flutes'
PHOTO • Priti David

ବାମ : ଅଭୁଝମାଦ (ଓରଚା) ଜଙ୍ଗଲରେ ଥିବା ମଣିରାମଙ୍କର ବଂଶୀ କର୍ମଶାଳା । ଦକ୍ଷିଣ : ସେ କହନ୍ତି, "ଜଙ୍ଗଲ ଜାତ ଦ୍ରବ୍ୟ ବ୍ୟବହାର ଛତିଶଗଡ଼ ହାଟରେ ଦୁଷ୍ପ୍ରାପ୍ୟ । ଜଙ୍ଗଲଟି ବଡ ବଡ ଗଛରେ ଭର୍ତ୍ତି ହୋଇଥିଲା। ଏବେ ବଡ ଗଛ ଆଉ ନାହିଁ । ଝୁଲନ୍ତା ବଂଶୀ ତିଆରି ଜାରି ରଖିବା କଷ୍ଟକର ହେବାକୁ ଯାଉଛି । "

ଅନୁବାଦ - ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Priti David

Priti David is a PARI reporter and our Education Editor. She works with schools and colleges to bring rural issues into the classroom and curriculum.

Other stories by Priti David