ଗହମ ଫସଲରେ ପାଣି ମଡ଼ାଇବାର ସମୟ ଆସିଥିଲା। ଏବଂ ସବରନ ସିଂ ତାଙ୍କର ଚାଷ ଜମିରେ ଏହି ଜରୁରି କାର୍ଯ୍ୟ ନକରି ରହିପାରିନଥିଲେ। ତେଣୁ ସେ ହରିୟାଣା-ଦିଲ୍ଲୀ ସୀମାରୁ, ପଞ୍ଜାବରେ ଥିବା ତାଙ୍କ ଗ୍ରାମକୁ ଡିସେମ୍ବର ପ୍ରଥମ ସପ୍ତାହରେ ଫେରିଯାଇଥିଲେ।

କିନ୍ତୁ ସେ ଆନ୍ଦୋଳନସ୍ଥଳୀ ଛାଡ଼ୁନଥିଲେ, ଯେଉଁଠାରେ ସେ ନଭେମ୍ବର ୨୬ ତାରିଖ ପରଠାରୁ ସ୍ଥିର ଭାବେ ରହିଥିଲେ, ଭଲ ପାଇଁ। କିଛିଦିନ ପରେ, ସେ ପାଖାପାଖି ୨୫୦ କିଲୋମିଟର ଦୂରରେ ଥିବା ଖାଣ୍ଟ ଗ୍ରାମରେ ଥିବା ନିଜର ୧୨ ଏକର ଚାଷ ଜମିରୁ ସେ ସିଙ୍ଘୁକୁ ଫେରିଥିଲେ। “ମୁଁ ଏକାକୀ ଏହା କରୁନାହିଁ”, ୭୦ ବର୍ଷୀୟ ଚାଷୀ କୁହନ୍ତି। “ଅଧିକାଂଶ ଲୋକ ଅଦଳବଦଳ ହୋଇ ସେମାନଙ୍କ ଗ୍ରାମ ଏବଂ ଆନ୍ଦୋଳନସ୍ଥଳୀକୁ ଯିବା ଆସିବା କରୁଛନ୍ତି।”

ଚାଷୀମାନେ ଏପରି ଏକ ରିଲେ ପ୍ରସ୍ତୁତ କରିଥିଲେ ଯାହାଫଳରେ ସିଙ୍ଘୁରେ ସେମାନଙ୍କର ସଂଖ୍ୟା କମିବ ନାହିଁ, ଏବଂ ସେଠାରେ ଗାଁରେ ସେମାନଙ୍କର ଫସଲ ମଧ୍ୟ ଦେଖାଶୁଣା ମଧ୍ୟ ଭଲ ଭାବେ ହୋଇପାରିବ।

“ଏହି ସମୟରେ ଆମେ ଆମର ଗହମ ଚାଷ ଆରମ୍ଭ କରିଥାଉ”, ସବରନ, ନଭେମ୍ବର-ଡିସେମ୍ବର ଅବଧି ବିଷୟରେ ଉଲ୍ଲେଖ କରି କୁହନ୍ତି। “ଯେତେବେଳେ ମୁଁ ଏଠାରେ ନଥିଲି, ଗାଁର ମୋର କେତେଜଣ ସାଙ୍ଗ ଏଠାରେ ସିଂଘୁ ସୀମାରେ ମୋର ସ୍ଥାନ ନେଇଥିଲେ।”

ବହୁସଂଖ୍ୟକ ଆନ୍ଦୋଳନକାରୀ ଏହି ନିୟମ ପାଳନ କରି ଅଦଳବଦଳ ହୋଇ ଆନ୍ଦୋଳନରେ ଯୋଗ ଦେଉଛନ୍ତି। “ଆମ ଭିତରୁ ଅଧିକାଂଶ ଲୋକଙ୍କର ଚାରି ଚକିଆ ଯାନ ଅଛି”, ସବରନ କୁହନ୍ତି, ସେ ମଧ୍ୟ ଜଣେ ପୂର୍ବତନ ସେନା କର୍ମଚାରୀ। “ସେଗୁଡ଼ିକ ଏଠାରୁ ଆମ ଗାଁକୁ ଯିବା ଆସିବା କରିଥାନ୍ତି। କିନ୍ତୁ କାରଗୁଡ଼ିକ କେବେହେଲେ ଫାଙ୍କା ନଥାଏ। ଯଦି କାରରେ ଚାରି ଜଣ ଲୋକ ଗାଁକୁ ଯାଇଥାନ୍ତି, ସେଠାରୁ ଆଉ ଚାରି ଜଣ ଆନ୍ଦୋଳନସ୍ଥଳୀକୁ ଫେରିଥାନ୍ତି।”

'The cars keep going back and forth from here to our villages. If four people are dropped there, four others come back in the same car', says Sabaran Singh
PHOTO • Parth M.N.
'The cars keep going back and forth from here to our villages. If four people are dropped there, four others come back in the same car', says Sabaran Singh
PHOTO • Parth M.N.

“ଏଗୁଡ଼ିକ ଏଠାରୁ ଆମ ଗାଁକୁ ଯିବା ଆସିବା କରିଥାନ୍ତି। କିନ୍ତୁ କାରଗୁଡ଼ିକ କେବେହେଲେ ଫାଙ୍କା ନଥାଏ। ଯଦି କାରରେ ଚାରି ଜଣ ଲୋକ ଗାଁକୁ ଯାଇଥାନ୍ତି, ସେଠାରୁ ଆଉ ଚାରି ଜଣ ଆନ୍ଦୋଳନସ୍ଥଳୀକୁ ଫେରିଥାନ୍ତି।” , ସବରନ ସିଂ କୁହନ୍ତି

ସେପ୍ଟେମ୍ବର ୨୦୨୦ରେ କେନ୍ଦ୍ର ସରକାର ସଂସଦରେ ନୂଆ କୃଷି ଆଇନ ପାରିତ କରିଥିଲେ। ଏହା ବିରୋଧରେ ଲକ୍ଷାଧିକ ଚାଷୀ ନଭେମ୍ବର ୨୬ ତାରିଖ ଠାରୁ ଜାତୀୟ ରାଜଧାନୀର ସୀମାରେ ଆନ୍ଦୋଳନ କରିଆସୁଛନ୍ତି, ସେଥିମଧ୍ୟରୁ ଗୋଟିଏ ଆନ୍ଦୋଳନସ୍ଥଳୀ ସିଙ୍ଘୁକୁ ସେମାନେ ଫେରିଆସିଲେ।

ସିଂଘୁ ଆନ୍ଦୋଳନସ୍ଥଳୀ-ଦିଲ୍ଲୀର ବାହ୍ୟସୀମାରେ ରହିଛି, ଯାହାକି ହରିୟାଣା ସୀମାକୁ ଲାଗିଛି- ସବୁଠୁ ବଡ଼, ଯେଉଁଠି ୩୦,୦୦୦ରୁ ଅଧିକ ଚାଷୀ ଉପସ୍ଥିତ ଅଛନ୍ତି। ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ସେମାନେ ଏହି ଆନ୍ଦୋଳନ ଜାରି ରଖିବା ଲାଗି ସଂକଳ୍ପବଦ୍ଧ ରହିଛନ୍ତି।

ଡିସେମ୍ବର ଆଦ୍ୟ ଭାଗରେ ସବରନ ଫତେଗଡ଼ ସାହିବ ଜିଲ୍ଲାର ଖାମାନନ ତହସିଲ ଅନ୍ତର୍ଗତ ନିଜ ଗ୍ରାମରେ ଥିବା ସମୟରେ ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ, କିଛି ବ୍ୟାଙ୍କ କାମ ସାରିଥିଲେ ଏବଂ ନିଜ ପାଇଁ କିଛି ପୋଷାକ ଏକତ୍ର କରିଥିଲେ। “ଆମ ପାଖରେ ଏଠାରେ ସବୁ ସୁବିଧା ରହିଛି”, ତାଙ୍କ ଟ୍ରକରେ ଥିବା ଏକ ଗାଲିଚା ଘୋଡ଼ାଇ ସେ ତିଆରି କରିଥିବା ଏକ କୁଡ଼ିଆ ଆଡ଼କୁ ଦେଖାଇ ସେ କହିଥିଲେ। “ଏହା ଆମକୁ ଗରମ ରଖିବାରେ ସହାୟକ ହୋଇଥାଏ। ଏହାଛଡ଼ା ଏଠାରେ ବିଦ୍ୟୁତ, ପାଣି ଓ କମ୍ବଳ ରହିଛି। ଶୌଚାଳୟ କେବେ ବି ଏକ ସମସ୍ୟା ହୋଇ ରହିନାହଁ। ଆମ ପାଖରେ ଛଅ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ଚଳିବା ଭଳି ରାସନ ସାମଗ୍ରୀ ରହିଛି।”

ଜଣେ ଗହମ ଏବଂ ଧାନ ଚାଷୀ ଭାବେ, ସବରନ ଏହି ଆଇନ କୁ ବିରୋଧ କରିଥାନ୍ତି ଯାହା ସରକାରୀ ନିୟନ୍ତ୍ରିତ ମଣ୍ଡି ବ୍ୟବସ୍ଥାକୁ ଉଚ୍ଛେଦ କରିବ ଯେଉଁଥିରେ ସରକାର ଏମଏସପି (ସର୍ବନିମ୍ନ ସହାୟକ ମୂଲ୍ୟ)ରେ ଫସଲ କ୍ରୟ କରିଥାନ୍ତି। ଦେଶର ଅନ୍ୟ ଭାଗଗୁଡ଼ିକ ଅପେକ୍ଷା ପଞ୍ଜାବ ଏବଂ ହରିୟାଣାରେ ଗହମ ଓ ଧାନ କ୍ରୟ ବ୍ୟବସ୍ଥା ଅଧିକ ସୁବ୍ୟବସ୍ଥିତ ଏହି କାରଣରୁ ମୁଖ୍ୟତଃ ଏହି ଅଞ୍ଚଳର ଚାଷୀମାନେ ନୂଆ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଛନ୍ତି। “ଘରୋଇ କମ୍ପାନୀମାନେ ଏହି ବ୍ୟବସ୍ଥାରେ ପ୍ରବେଶ କରିବା ମାତ୍ରେ ସେମାନେ ନିଜର ମନମାନୀ ଚଳାଇବେ”, ସବରନ କୁହନ୍ତି। “ଚାଷୀମାନଙ୍କର ଅଧିକାର କ୍ଷୂଣ୍ଣ ହେବ, ଏବଂ ବଡ଼ ବଡ଼ କର୍ପୋରେସନଗୁଡ଼ିକର ଏକାଧିକାର ଏହି ଆଇନ ଯୋଗୁ ବୃଦ୍ଧି ପାଇବ।”

Left: Hardeep Kaur (second from left) says, 'We will go back  for a while when he [an employee looking after their farmland] needs us there. We will be replaced by someone here for that duration'. Right: Entire families at Singhu are engaged in this rotation
PHOTO • Parth M.N.
Left: Hardeep Kaur (second from left) says, 'We will go back  for a while when he [an employee looking after their farmland] needs us there. We will be replaced by someone here for that duration'. Right: Entire families at Singhu are engaged in this rotation
PHOTO • Parth M.N.

ବାମ : ହରଦୀପ କୌର (ବାମରୁ ଦ୍ୱିତୀୟ) କୁହନ୍ତି, “ଆମେ କିଛି ସମୟ ପାଇଁ ଫେରିଯିବୁ ଯେତେବେଳେ ସେ (ସେମାନଙ୍କର ଚାଷ ଜମି ଦେଖୁଥିବା ଜଣେ କର୍ମଚାରୀ) ସେଠାରେ ଆମର ଆବଶ୍ୟକତା ଅନୁଭବ କରିବେ। ସେହି ସମୟରେ ଏଠାରେ ଆମ ବଦଳରେ କେହି ରହିବେ”। ଡାହାଣ : ସିଙ୍ଘୁ ଠାରେ ସମ୍ପୂର୍ଣ୍ଣ ପରିବାର ଅଦଳବଦଳ କରି ଉପସ୍ଥିତ ରହୁଛନ୍ତି।

ପ୍ରଥମେ ଜୁନ ୫, ୨୦୨୦ରେ ଏହି ଆଇନଗୁଡ଼ିକୁ ଅଧ୍ୟାଦେଶ ମାଧ୍ୟମରେ ପାରିତ କରାଯାଇଥିଲା, ଏହାପରେ ସେପ୍ଟେମ୍ବର ୧୪ ତାରିଖରେ ବିଲ୍ ଭାବେ ସଂସଦରେ ଆଗତ କରାଯାଇଥିଲା ଏବଂ ସେହି ମାସ ୨୦ ତାରିଖରେ ଅତ୍ୟନ୍ତ ତରବରିଆ ଭାବେ ଆଇନରେ ପରିଣତ କରି ଦିଆଯାଇଥିଲା। ଏହି ନୂଆ ଆଇନଗୁଡ଼ିକ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି, ଏହା ସେମାନଙ୍କର ଜୀବିକା ନଷ୍ଟ କରିଦେବ ବୋଲି ସେମାନେ କହିଛନ୍ତି କାରଣ ଏହା ବଡ଼ କର୍ପୋରେଟମାନଙ୍କୁ ଚାଷୀ ଓ ଚାଷ ତୁଳନାରେ ଅଧିକ କ୍ଷମତା ଦେବ। ସେମାନେ ମଧ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସପି), କୃଷି ଉତ୍ପାଦ ବିପଣନ ସମିତି (ଏପିଏମସି), ସରକାରୀ କ୍ରୟ ଆଦି ଚାଷୀଙ୍କୁ ସହାୟତାର ପ୍ରମୁଖ ଆଧାରଗୁଡ଼ିକୁ ଅଣଦେଖା କରିବେ।

ଚାଷୀମାନେ ବିରୋଧ କରୁଥିବା ଆଇନଗୁଡ଼ିକ ହେଉଛି : କୃଷକମାନଙ୍କ ଉତ୍ପାଦ ବାଣିଜ୍ୟ ଓ ବ୍ୟବସାୟ (ପ୍ରୋତ୍ସାହନ ଏବଂ ସୁବିଧା) ଆଇନ, ୨୦୨୦; ମୂଲ୍ୟ ସୁନିଶ୍ଚିତତା ଏବଂ କୃଷି ସେବା ଉପରେ କୃଷକମାନଙ୍କ (ସଶକ୍ତିକରଣ ଏବଂ ସୁରକ୍ଷା) ଚୁକ୍ତି ଆଇନ, ୨୦୨୦ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନ, ୨୦୨୦ । ଭାରତୀୟ ସମ୍ବିଧାନର ଧାରା ୩୨କୁ ଅଣଦେଖା କରି ପ୍ରତ୍ୟେକ ନାଗରିକମାନଙ୍କ ଆଇନଗତ ପନ୍ଥା ଆପଣାଇବା ଲାଗି ରହିଥିବା ଅଧିକାର ଉଲ୍ଲଙ୍ଘନ କରୁଥିବା କାରଣରୁ ଏହି ଆଇନଗୁଡ଼ିକୁ ସମାଲୋଚନା କରାଯାଉଛି।

“ୟେ ଲୁଟେରୋଁ କି ସରକାର ହୈ (ଏହା ହେଉଛି ଲୁଟ କରୁଥିବା ଲୋକମାନଙ୍କ ସରକାର),” ସବରନ କୁହନ୍ତି। “ଆଗାମୀ ଦିନରେ ଅଧିକରୁ ଅଧିକ ସଂଖ୍ୟକ ଲୋକ ଆମ ସହିତ ଯୋଗଦେବେ। ଆନ୍ଦୋଳନ ଆହୁରି ବଡ଼ ହେବ।”

ନିକଟରେ ଆନ୍ଦୋଳନରେ ଯୋଗ ଦେଇଥିବା ଲୋକମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ୬୨ ବର୍ଷ ବୟସ୍କା ହରଦୀପ ସିଂ କୌର, ଯିଏକି ଡିସେମ୍ବର ତୃତୀୟ ସପ୍ତାହରେ ସିଂଘୁ ସୀମାରେ ପହଞ୍ଚିଛନ୍ତି। “ମୋ ପିଲାମାନେ ମୋତେ ଆନ୍ଦୋଳନରେ ଯୋଗ ଦେବା ଲାଗି କହିଥିଲେ”, ସେ କୁହନ୍ତି। ସେ ନିଜର ତିନି ଜଣ ବନ୍ଧୁଙ୍କ ସହିତ ଏକ ଚରପାଇରେ ବସିଥିଲେ, ସମସ୍ତେ ପ୍ରବଳ ଉତ୍ତରୀୟ ଶୀତରୁ ମୁକ୍ତି ପାଇବା ଲାଗି ଦେହରେ ଚଦର ଘୋଡ଼ାଇ ହୋଇ ରହିଥିଲେ।

ସିଂଘୁ ଠାରୁ ପ୍ରାୟ ୩୦୦ କିଲୋମିଟର ଦୂର ଲୁଧିଆନାର ଜଗରାଓଁ ତହସିଲ ଅନ୍ତର୍ଗତ ଚକ୍କର ଗ୍ରାମରୁ ଆସିଛନ୍ତି କୌର। ତାଙ୍କର ପିଲାମାନେ ଅଷ୍ଟ୍ରେଲିଆରେ ରୁହନ୍ତି, ସେଠାରେ ତାଙ୍କ ଝିଅ ନର୍ସ ଓ ପୁଅ ଏକ କାରଖାନାରେ କାମ କରିଥାନ୍ତି। “ସେମାନେ ଏହି ଖବରକୁ ଲଗାତାର ଭାବେ ଦେଖୁଛନ୍ତି”, ସେ କୁହନ୍ତି। “ସେମାନେ ମୋତେ ଏହି ଆନ୍ଦୋଳନରେ ଯୋଗ ଦେବାକୁ ଉତ୍ସାହିତ କରିଥିଲେ।  ଆମେ ଏଠାକୁ ଆସିବା ଲାଗି ନିଷ୍ପତ୍ତି ନେବା ସମୟରେ କରୋନାକୁ ଡରି ନଥିଲୁ।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ-୧୯ ଠାରୁ ମଧ୍ୟ ବଡ଼ ଭୂତାଣୁ ବୋଲି ଉଲ୍ଲେଖ ଥିବା ପୋଷ୍ଟର ଆନ୍ଦୋଳନସ୍ଥଳୀରେ ଦେଖିବାକୁ ମିଳିଥିଲା।ସିବା ଲାଗି ନିଷ୍ପତ୍ତି ନେବା ସମୟରେ କରୋନାକୁ ଡରି ନଥିଲୁ।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ-୧୯ ଠାରୁ ମଧ୍ୟ ବଡ଼ ଭୂତାଣୁ ବୋଲି ଉଲ୍ଲେଖ ଥିବା ପୋଷ୍ଟର ଆନ୍ଦୋଳନସ୍ଥଳୀରେ ଦେଖିବାକୁ ମିଳିଥିଲା।

PHOTO • Parth M.N.

ଶମଶେର ସିଂ (ଉପରେ ବାମ, ମଧ୍ୟ) ଗାଁରେ ଚାଷୀ ଓ ସେମାନଙ୍କ ସହାୟକମାନଙ୍କ ମଧ୍ୟରେ ଅଦଳବଦଳର ଧାରା ବିଷୟରେ ଉଲ୍ଲେଖ କରିଥାନ୍ତି, ସିଂଘୁରେ ଏହା ଜଣାପଡ଼ିନଥାଏ, ଏଠାରେ ସମସ୍ତେ ଆନ୍ଦୋଳନକାରୀ

ଯେତେବେଳେ କୌର ଏବଂ ତାଙ୍କର ପତି ଜୋରା ସିଂ ଆନ୍ଦୋଳନସ୍ଥଳୀରେ ଥିଲେ, ଜଣେ କର୍ମଚାରୀ ସେମାନଙ୍କର ୧୨ଏକର ଜମିର ଦେଖାଶୁଣା କରୁଥିଲେ ଯେଉଁଠି ସେମାନେ ଧାନ ଓ ଗହମ ଚାଷ କରିଛନ୍ତି। “ଆମେ କିଛି ସମୟ ପାଇଁ ଗାଁକୁ ଯିବୁ ଯେତେବେଳେ ସେ ଆମର ଉପସ୍ଥିତି ଆବଶ୍ୟକ କରିବେ,” ସେ କହିଥିଲେ। “ଏହି ଅବଧି ପାଇଁ ଏଠାରେ (ସିଙ୍ଘୁରେ) କେହି ଜଣେ ଆମ ସହିତ ରହିବେ। ଆମେ ଏକ କାର ଭଡ଼ା ନେଇ ଘରକୁ ଯିବୁ। ସେହି କାରରେ ଗାଁରୁ କିଛି ଲୋକ ଏଠାକୁ ଆସିବେ”।

ଯେଉଁମାନେ କାର ଭଡ଼ା କରିପାରୁନାହାନ୍ତି ସେମାନେ ବସ୍ ରେ ଯିବା ଆସିବା କରୁଛନ୍ତି। ଚାଷୀମାନେ ସେମାନଙ୍କର ଟ୍ରାକ୍ଟର-ଟ୍ରଲିଗୁଡ଼ିକୁ ମଧ୍ୟ ଆନ୍ଦୋଳନସ୍ଥଳୀକୁ ନେଇ ଆସିଛନ୍ତି, କିନ୍ତୁ ଏଗୁଡ଼ିକ କେଉଁଠିକୁ ଯାଉନାହିଁ ବୋଲି ୩୬ ବର୍ଷୀୟ ଶମଶେର ସିଂ କୁହନ୍ତି, ଯିଏକି ଉତ୍ତର ପ୍ରଦେଶର ମୁଜାଫରନଗର ଜିଲ୍ଲାର ଶିବପୁରୀ ଗ୍ରାମରେ ଥିବା ନିଜର ଚାରି ଏକର ଚାଷ ଜମିରେ ଆଖୁ ଚାଷ କରିଛନ୍ତି। “ଆମେ ଏଯାଏ ଯୁଦ୍ଧଭୂମି ଛାଡ଼ି ନାହୁଁ ବୋଲି ଏହି ଟ୍ରାକ୍ଟରଗୁଡ଼ିକୁ ବାର୍ତ୍ତା ଦେଇଥାନ୍ତି”, ସେ କହିଥିଲେ। “ସେମାନେ ସିଙ୍ଘୁରେ ଅଛନ୍ତି”।

ସିଂଘୁରେ ଶମଶେର ସିଂ ଉପସ୍ଥିତ ଥିବା ବେଳେ ଗାଁରେ ତାଙ୍କର ଆଖୁ ଚାଷ ଜାରି ରହିଥିଲା। “ମୁଁ ଏଠାରେ ଆଉ କିଛିଦିନ ପାଇଁ ରହିବି”, ସେ ଆହୁରି କହିଥିଲେ। “ମୁଁ ଏଠାରୁ ଛାଡ଼ିବା ପରେ, ମୋ ଭାଇ ମୋ ସ୍ଥାନରେ ରହିବେ। ବର୍ତ୍ତମାନ ସେ ଆଖୁ ଚାଷ ଜାରି ରଖିଛନ୍ତି। ଚାଷ କାହା ପାଇଁ ଅପେକ୍ଷା କରେ ନାହିଁ। କାମ ଚାଲିବା ଦରକାର।”

ଚାଷୀ ଓ ସହାୟକମାନଙ୍କ ବଦଳରେ ଲୋକମାନେ ଯୋଗ ଦେଉଥିବା ଗାଁରୁ ହିଁ ଜଣାପଡ଼ିଥାଏ, କିନ୍ତୁ ଏହା ସିଙ୍ଘୁରେ ଜଣାପଡ଼ିନଥାଏ ବୋଲି ଶମଶେର କହିଥିଲେ। “ଆନ୍ଦୋଳନରେ ଯୋଗ ଦେବା ଲାଗି ବହୁସଂଖ୍ୟାରେ ଲୋକମାନେ ସେମାନଙ୍କର ଘର ଛାଡ଼ି ଚାଲିଆସିଛନ୍ତି”, ସେ କହିଥିଲେ। “କିନ୍ତୁ ସମସ୍ତଙ୍କ ପାଖରେ ଚାଷ ଜମିର ଦେଖାଶୁଣା କରିବା ଲାଗି ପରିବାର ଲୋକ କିମ୍ବା ସହାୟକ ନାହାନ୍ତି। ତେଣୁ ଗାଁରେ ଥିବା ଲୋକମାନଙ୍କୁ ଦୁଇଟି କାମ କରିବାକୁ ପଡ଼ୁଛି। ସେମାନେ ସିଙ୍ଘୁ କିମ୍ବା ଅନ୍ୟ ଆନ୍ଦୋଳନସ୍ଥଳୀରେ କାମ କରୁଥିବା ଲୋକଙ୍କ ଜମି (ନିଜ ଜମି ସହିତ)ରେ ମଧ୍ୟ ଚାଷ କରୁଛନ୍ତି। ସେମାନେ ମଧ୍ୟ ଏହି ଆନ୍ଦୋଳନର ଅଂଶବିଶେଷ। କେବଳ ସେମାନେ ଆନ୍ଦୋଳନସ୍ଥଳରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ହୋଇନାହାନ୍ତି।”

ଅନୁବାଦ - ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Parth M.N.

Parth M.N. is a 2017 PARI Fellow and an independent journalist reporting for various news websites. He loves cricket and travelling.

Other stories by Parth M.N.