ହରଜିତ ସିଂ ହରିଆଣାର ସୋନିପତ୍‌ ଜିଲ୍ଲାରେ ଦିଲ୍ଲୀ-ହରିୟାଣା ସୀମାରେ ଅବସ୍ଥିତ ସିଙ୍ଘୁରେ ବସି ଆନ୍ଦୋଳନକାରୀ କୃଷକମାନଙ୍କୁ  ଦେଖୁଥିବା ବେଳେ ତାଙ୍କ ମୁହଁ ଉପରେ ଶୀତ ଋତୁର ଅସ୍ପଷ୍ଟ ଆଲୋକ ଏପଟ ସେପଟ ହେଉଛି ।

ପାଖରେ, ବୟସ୍କ ଓ ଯୁବ ଗୋଷ୍ଠୀ –ପୁରୁଷ, ମହିଳା ତଥା ପିଲାମାନେ – ସମସ୍ତେ ନିଜକୁ ବିଭିନ୍ନ କାମରେ ବ୍ୟସ୍ତ କରିଦେଇଛନ୍ତି। ଦୁଇ ଜଣ ପୁରୁଷ ଗଦି ସଫା କରୁଛନ୍ତି, ସେଗୁଡିକୁ ଲାଠି ସହାୟତାରେ ପ୍ରହାର କରି ରାତି ପାଇଁ ପ୍ରସ୍ତୁତ କରୁଛନ୍ତି । ସେମାନଙ୍କ ମଧ୍ୟରୁ ଅଳ୍ପ କେତେଜଣ ପଥିକମାନଙ୍କୁ ଚା ଓ ବିସ୍କୁଟ୍‌ ବାଣ୍ଟୁଛନ୍ତି । ଅନେକ ସେମାନଙ୍କ ନେତାମାନଙ୍କ ଭାଷଣ ଶୁଣିବା ପାଇଁ ସେହି ବିଶାଳ ସମାବେଶ ମଧ୍ୟ ଦେଇ ସମ୍ମୁଖକୁ ଯିବାକୁ ଚେଷ୍ଟା କରୁଛନ୍ତି । ଆଉ କେତେଜଣ ରାତ୍ରି ଭୋଜନ ପ୍ରସ୍ତୁତ କରୁଥିବାବେଳେ ଅନ୍ୟମାନେ ଖାଲିଟାରେ ଏଣେତେଣେ ବୁଲୁଥିବା ଦେଖାଯାଉଛନ୍ତି ।

ହରଜିତ ହେଉଛନ୍ତି ଦିଲ୍ଲୀ ଗେଟ୍‌ରେ ଚଳିତ ବର୍ଷ ସେପ୍ଟେମ୍ବରରେ ସଂସଦରେ ବିରୋଧ ସତ୍ତ୍ୱେ ପାରିତ କରାଯାଇଥିବା ତିନିଟି କୃଷି ଆଇନ୍‌ ବିରୋଧରେ ପ୍ରଦର୍ଶନ କରୁଥିବା ହଜାର ଜହାର ଚାଷୀମାନଙ୍କ ମଧ୍ୟରୁ ଜଣେ ।

ଚାଉଳ ଓ ଗହମ, ସେ କୁହନ୍ତି, ସେ ପଞ୍ଜାବର ଫଦେଗଡ ସାହିବ ଜିଲ୍ଲାର ମାଜ୍‌ରି ସୋଧିଆନ୍‌ ଗ୍ରାମରେ ଥିବା ତାଙ୍କର ଚାରି ଏକର ଜମିରେ ଚାଷ କରୁଥିଲେ । ହରଜିତ, ଯାହାର ବୟସ ୫୦ବର୍ଷରୁ ଅଧିକ ହେବ, ଅବିବାହିତ ଅଛନ୍ତି ଓ ତାଙ୍କ ମା’ଙ୍କ ସହିତ ରୁହନ୍ତି ।

୨୦୧୭ରେ ସେ ଦୁର୍ଘଟଣାଗ୍ରସ୍ତ ହେବା ପରଠାରୁ ଚାଲି ପାରୁନାହାନ୍ତି, ହେଲେ ଏହା ତାଙ୍କୁ ଏହି ବିଶାଳକାୟ ବିରୋଧ ପ୍ରଦର୍ଶନରେ ତାଙ୍କ ସାଥି ଚାଷୀଙ୍କ ସହିତ ମିଶି ଯୋଗ ଦେବାଠାରୁ ନିବୃତ୍ତ କରିପାରିନି । “ମୁଁ ମୋର ଘରର ଛାତ ଉପରେ କାମ କରୁଥିବାବେଳେ ଖସି ପଡିଥିଲି,” ବୋଲି ସେ ସେହି ଦୁର୍ଘଟଣା କଥା ମନେପକାଇ କୁହନ୍ତି । “ମୋର ନିତମ୍ବର ହାଡ ଭାଙ୍ଗିଯାଇଥିଲା ।’’
Harjeet Singh attending the meeting
PHOTO • Amir Malik
A farmer making placards at the protest site
PHOTO • Amir Malik

ହରଜିତ ସଂ, ଚାଲିବାକୁ ଅସମର୍ଥ ହୋଇଥିଲେ ମଧ୍ୟ ୨୫୦ କିଲୋମିଟର ଏକ ଟ୍ରକ୍‌—ଟ୍ରଲିରେ ଯାତ୍ରା କରି ସିଙ୍ଘୁ ଆସିଛନ୍ତି । ଡାହାଣ : ଜଣେ ଚାଷୀ ବିରୋଧ ସ୍ଥଳରେ ପ୍ରାଚୀର ପତ୍ର ତିଆରି କରୁଛନ୍ତି

ସେ ଏହା ଠିକ୍‌ କରିବାକୁ ବିଶେଷ କିଛି କରିପାରିଲେ ନାହିଁ । “ପ୍ରାରମ୍ଭିକ ଆଶୁ ଚିକିତ୍ସା ବ୍ୟତୀତ ମୁଁ ମୋର ନିଜର ଉପଯୁକ୍ତ ଚିକିତ୍ସା ମଧ୍ୟ କରି ପାରିଲିନାହିଁ କାରଣ ଡାକ୍ତରଖାନାଗୁଡିକ ଏଥିପାଇଁ ୨-୩ ଲକ୍ଷ ଟଙ୍କା ମାଗୁଥିଲେ । ଏତେ ପରିମାଣର ଟଙ୍କା ମୁଁ କେଉଁଠାରୁ ପାଇବି?”

ତାହାହେଲେ ଏଥିରେ ଅଂଶଗ୍ରହଣ କରିବାକୁ ସେ କ’ଣ କରୁଛନ୍ତି ? ସେ ରାଲ୍ଲିରେ ଓ ଭାଷଣ ଶୁଣିବାକୁ କିଭଳି ଠିଆ ହୋଇ ରହୁଛନ୍ତି?

“ଆପଣ ଏଠାରେ ରଖାଯାଇଥିବା ଟ୍ରାକ୍ଟର୍‌ର ଗୋଟିଏ ଚକ ଦେଖିପାରୁଛନ୍ତି। ଗୋଟିଏ ହାତରେ ମୁଁ ତାକୁ ଭିଡି ଧରେ ଓ ଅନ୍ୟ ହାତରେ ଗୋଟିଏ ଦଣ୍ଡା [ବାଡି] ଧରେ, ଆଉ ତାପରେ ଠିଆ ହୋଇଯାଏ । ବେଳେବେଳେ ମୁଁ ଅନ୍ୟ ବ୍ୟକ୍ତିଙ୍କର ସହାୟତା ଲୋଡେ ବା କାନ୍ଥରେ ଭରା ଦେଇ ଉଠେ । ଦଣ୍ଡା ବ୍ୟବହାର କରି ମୁଁ ଠିଆ ହୋଇ ରହିବାକୁ ଚେଷ୍ଟା କରେ,” ବୋଲି ସେ କୁହନ୍ତି ।

“ ମୁଁ ବିରୋଧ ପ୍ରଦର୍ଶନ କରିବାକୁ ଏଥିପାଇଁ ଆସିଛି ଯେ ଆମ ସସମ୍ତଙ୍କ ପାଇଁ ଆମ ଲୋକମାନଙ୍କୁ ଯେଉଁ ପ୍ରକାରର ଯନ୍ତ୍ରଣା ସହିବାକୁ ପଡୁଛି ତାହା ମୁଁ ସହ୍ୟ କରିପାରିଲିନାହିଁ,” ବୋଲି ସେ କୁହନ୍ତି। “ମୁଁ ପ୍ରାୟ ୨୫୦କିଲୋମିଟର ରାସ୍ତା ଗୋଟିଏ ଟ୍ରକ୍‌-ଟ୍ରଲିରେ ଯାତ୍ରା କରି ଆସିଛି।’’ ଏହି ବିରୋଧ ସ୍ଥଳରେ ପହଞ୍ଚିବା ପାଇଁ ଅନ୍ୟ ଚାଷୀମାନେ ମତେ ସାହାଯ୍ୟ କରିଛନ୍ତି । ତାଙ୍କର ନିଜସ୍ୱ ଦୁଃଖ ବିଷୟରେ ହରଜିତ କୁହନ୍ତି ଯେ ଏଠାରେ ସମସ୍ତ କିସାନ୍‌ ଯେଉଁ ପ୍ରକାରର ଯନ୍ତ୍ରଣା ଭୋଗ କରୁଛନ୍ତି, ତାହା ତୁଳନାରେ ଏହା କିଛି ନୁହେଁ ।

ରାସ୍ତା ପ୍ରତିବନ୍ଧକ ଓ କଣ୍ଟା ତାର ଆଦି ରାସ୍ତାରୁ ହଟାଇବା, ଲୁହ ଗ୍ୟାସ୍‌ ଗୋଳା ଓ ପାଣି ଗୋଳା ବର୍ଷଣର ସମ୍ମୁଖିନ ହେବା , ପୁଲିସ୍‌ର ମାଡ ଖାଇବା, ରାସ୍ତାରେ ଥିବା ଖାତଗୁଡିକୁ ଅତିକ୍ରମ କରିବାକୁ ଚେଷ୍ଟା କରିବା – ସେ କିସାନ୍‌ମାନେ ଏ ସବୁ କିଛି କିପରି ସାହାସର ସହିତ କରୁଛନ୍ତି ତାହା ସେ ଦେଖୁଥିଲେ ।

“ଭବିଷ୍ୟତରେ ଆହୁରି ଯେ ଅଧିକ ହଟହଟା ହେବାକୁ ପଡିବ, ତାହା ଆମେ ଦେଖିପାରୁଛୁ,” ବୋଲି ହରଜିତ କୁହନ୍ତି । ତାଙ୍କର ମିତ୍ର କେଶର ସିଂ, ସେ ମଧ୍ୟ ଜଣେ ଚାଷୀ, ନୀରବରେ ମୁଣ୍ଡ ହଲାଇ ସମର୍ଥନ ଜଣାଇଲେ ।

ଆମର ନେତାମାନେ, ସେ ମତେ ସୂଚୀତ କଲେ, କହୁଛନ୍ତି ଯେ “ଅଦାନି ଓ ଅମ୍ବାନିଙ୍କ ଭଳି କର୍ପୋରେଟ୍‌ମାନେ ଆମ ନିଜ ଜମି ଉପରେ ଥିବା ଆମର ଅଧିକାରକୁ ଆମଠାରୁ ଛଡାଇନେବେ ।’’ ମୋର ବିଶ୍ୱାସ ଯେ ସେମାନେ ଠିକ୍‌ କହୁଛନ୍ତି।
A large gathering listens intently to a speech by a protest leader
PHOTO • Amir Malik

ଶୀର୍ଷ ବାମ : ଆମେ ଅନ୍ୟ ପ୍ରଦର୍ଶନକାରୀଙ୍କ ସହିତ କଥା ହେବାବେଳେ ମଜ୍‌ରି ସୋଧିଆନ ଗ୍ରାମର ଜଣେ ଚାଷୀ ଦର୍ଶକ ଭଳି ଦେଖୁଥିଲେ : ଶୀର୍ଷ ଡାହାଣ : ଦୁଇ ଜଣ ଲୋକ ମିଶି ଗଦିକୁ ଏକ ଲାଠିରେ  ପ୍ରହାର କରୁଥିଲେ : ପଞ୍ଜାବର ସିଙ୍ଘୁ ସୀମାରେ ଅବସ୍ଥିତ ସାଙ୍ଗୁର ଜିଲ୍ଲାର ମହିଳାମାନଙ୍କ ଗୋଟି ଦଳ : ନିମ୍ନ ଶୀର୍ଷ :ଲୋକମାନଙ୍କର ଏକ ବିରାଟ ଗହଳି ବିରୋଧ ପ୍ରଦର୍ଶନ କରୁଥିବା ନେତାଙ୍କ ଭାଷଣ ମନଦେଇ ଶୁଣୁଛନ୍ତି

ହରଜିତ ଦୁର୍ଘଟଣାରେ ଆହତ ହେବାପରେ ତାଙ୍କର ଚାରି ଏକର ଜମିରେ ନିଜେ ଚାଷ କାର୍ଯ୍ୟ କରିବାକୁ ସମର୍ଥ ନହେବାରୁ ସେ ଏହାକୁ ଅନ୍ୟ ଜଣେ ଚାଷୀକୁ ଲିଜ୍‌ରେ ଦେଇଛନ୍ତି । ଯେତେବେଳେ ଜଣଙ୍କ ଜମିରେ ଆଉଜଣେ ଚାଷ କରେ, ସେତେବେଳେ କେତେ କ୍ଷତି ସହିବାକୁ ପଡେ ତାହା ମୁଁ ଦେଖିଛି । ‘‘ମୁଁ ମଧ୍ୟ ସେତେବେଳେ କ୍ଷତି ସହିଥିଲି’’।

୨୦୧୯ରେ ସେ ତାଙ୍କର ଜମିକୁ ଅନ୍ୟ ଜଣଙ୍କୁ ଏକର ପିଛା ୫୨,୦୦୦ଟଙ୍କା ମୂଲ୍ୟରେ ଲିଜ୍‌ରେ ଦେଇଥିଲେ। ସେଥିରୁ ସେ ୨୦୮,୦୦୦ଟଙ୍କା ଉପାର୍ଜନ କଲେ (ଚାଉଳ ଓ ଗହମର ଦୁଇଟି ଅମଳରୁ)। ସେ ତାହାର ଅଧା – ୧୦୪,୦୦୦ଟଙ୍କା – ଚାଷ ପୂର୍ବରୁ ଲିଜ୍‌ ଧାରକଙ୍କଠାରୁ ସଂଗ୍ରହ କଲେ। ବଳକା ସେ ଅମଳ ହେବା ପରେ ପାଇଲେ। ଚଳିତ ବର୍ଷ ମଧ୍ୟ ଜମିରୁ ତାଙ୍କର ଏତିକି ଆୟ ହେବ।

“୨୦୧୮ରେ, ଯେତେବେଳେ ସେ ମୁଁ ନିଜେ ଜମିରେ କାମ କରୁଥିଲି, ସେତେବେଳେ ମୁଁ ଏହି ଜମିରୁ ୨.୫ ଲକ୍ଷ ଟଙ୍କାରୁ ଅଧିକ ଉପାର୍ଜନ କରିପାରିଥିଲି,’’ ବୋଲି ସେ କୁହନ୍ତି । “ଚଳିତ ବର୍ଷ ସିଧାସଳଖ ୪୬, ୦୦୦ ଟଙ୍କାର କ୍ଷତି ହେଲା । ଏହା ବ୍ୟତୀତ, ମୂଦ୍ରାସ୍ଫିତୀ ଆହୁରି ସୋନେ ପେ ସୁହାଗା [ଅତିରିକ୍ତ ହେବା] ଏଣୁ ମୋ ପାଖରେ କୌଣସି ସଞ୍ଚିତ ଧନ ପ୍ରାୟତଃ ନାହିଁ ବୋଲି କହିଲେ ଚଳେ । ଆଉ ମୁଁ କୌଣସି ପ୍ରକାରର ପେନ୍‌ସନ୍‌ ମଧ୍ୟ ପାଉନି’’।

“ମୋର ମେରୁଦଣ୍ଡରେ ଗୋଟିଏ ଫାଟ ମଧ୍ୟ ହୋଇଛି,” ବୋଲି ହରଜିତ କୁହନ୍ତି । “ଆପଣ ବେଳେବେଳେ କାଚ ଗ୍ଲାସ୍‌ରେ ଦେଖିବାକୁ ପାଉଥିବା ଫାଟ ଭିଳି ଅଟେ”, ବୋଲି ତାଙ୍କ ବନ୍ଧୁ କେଶର କୁହନ୍ତି ।

ତଥାପି, ସେ ଏତେ ଲମ୍ବା ପଥ ଅତିକ୍ରମ କରି ଏଠାକୁ ଦିଲ୍ଲୀ ସୀମାକୁ ଆସିଛନ୍ତି । ମେରୁଦଣ୍ଡ ଆଘାତପ୍ରାପ୍ତ ହୋଇଛି ହେଲେ ସେ ଅମେରୁଦଣ୍ଡି ହୋଇ ଯାଇନାହାନ୍ତି । ହରଜିତ ସିଂ ଚାଲିବାକୁ ସମର୍ଥ ହୋଇନପାରନ୍ତି ହେଲେ ସେ କୃଷି ଆଇନ ବିରୋଧରେ ମୁଣ୍ଡ ଉଠାଇ ଠିଆ ହୋଇଛନ୍ତି ।

ଅନୁବାଦ: ଓଡ଼ିଶାଲାଇଭ୍‍

Amir Malik

Amir Malik is an independent journalist. He tweets at @_amirmalik.

Other stories by Amir Malik
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE