ଦେହ ଥରାଇ ଦେବା ଭଳି ଶୀତୁଆ ପବନ ବୋହୁଛି। ବର୍ଷା ହୋଇ ରାସ୍ତାରେ ଥିବା ଧୂଳି କାଦୁଅରେ ପରିଣତ ହୋଇଯାଇଛି। ସିଂଘୁ ଆନ୍ଦୋଳନସ୍ଥଳୀକୁ ଯାଇଥିବା ସଙ୍କୀର୍ଣ୍ଣ ଗଳି ରାସ୍ତାରେ ପାଣି ଜମି ରହିଛି। ଓଦାଳିଆ ଖାଲୁଆ ରାସ୍ତାରେ ଯିବା ଲାଗି ଲୋକମାନେ ବାଧ୍ୟ ହେଉଛନ୍ତି-ଏବଂ ସେମାନଙ୍କର ଜୋତା ଓ ଚପଲ କାଦୁଅରେ ବୁଡ଼ିଯାଉଛି।

ହରିୟାଣା-ଦିଲ୍ଲୀ ସୀମାରେ ଥିବା କୃଷକ ସଂଗଠନଗୁଡ଼ିକର ମିଳିତ ମଞ୍ଚ ସମ୍ୟୁକ୍ତ କିଷାନ ମୋର୍ଚ୍ଚାର ମଞ୍ଚ ନିକଟରେ ପହଞ୍ଚିବା ପରେ ସେମାନଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ପାଖାପାଖି ୧୦୦ ମିଟର ଆଗରେ, ଯଶବିନ୍ଦର ସିଂ ସାଇନି ଏବଂ ପ୍ରକାଶ କୌର ସେମାନଙ୍କ ସେବାରେ ଅଛନ୍ତି, ଜୋତା ସଫା ଓ ପଲିସ କରିଦେଉଛନ୍ତି।

“୧୯୮୬ରେ ଯେଉଁଦିନ ଭଗବାନ ଆମ କୋଳରେ ଏକ ସନ୍ତାନ ଦେଲେ, ମୁଁ ମାନବ ସେବା ପ୍ରତି ନିଜକୁ ସମର୍ପି ଦେବା ଲାଗି ନିଷ୍ପତ୍ତି ନେଲି”, ୬୨ ବର୍ଷୀୟ ଯଶବିନ୍ଦର ସିଂ କହିଥିଲେ ଯିଏକ ହସ୍ତଶିଳ୍ପ ସାମଗ୍ରୀ ରପ୍ତାନି କରିଥାନ୍ତି।

ତେଣୁ ପାଖାପାଖି ୩୫ ବର୍ଷ ହେବ ଏହି ଦମ୍ପତି ଗୁରୁଦ୍ୱାର ଯାଇ ସେବା ଯୋଗାଇ ଆସୁଛନ୍ତି, ବିଶେଷତଃ ସେମାନେ ଶ୍ରଦ୍ଧାଳୁମାନଙ୍କର ଜୋତା ସଫା କରିଥାନ୍ତି। ସେମାନଙ୍କର ଚାରି ଜଣିଆ ପରିବାର, ବର୍ତ୍ତମାନ ଦିଲ୍ଲୀରେ ରହୁଛନ୍ତି, ହରିୟାଣାର ଅମ୍ବାଲା ଜିଲ୍ଲା ଅନ୍ତର୍ଗତ ନାରୟଣଗଡ଼ରେ ସେମାନଙ୍କର ୨୦ ଏକର ଜମି ରହିଛି।

ସମର୍ପିତ ସେବାଦାର (ଗୁରୁଦ୍ୱାର କିମ୍ବା ଗୋଷ୍ଠୀ କାର୍ଯ୍ୟକ୍ରମରେ ସେବା ପାଇଁ ସ୍ୱେଚ୍ଛାସେବୀ ଭାବେ) ଭାବେ ସେମାନେ ବିତାଇଥିବା ସମୟ ସମ୍ପର୍କରେ ଯଶବିନ୍ଦର କୁହନ୍ତି, “ମୋର ପତ୍ନୀ, ମୋର ଜୀବନସାଥୀ, ଏତେ ଅଧିକ ସେବା ଦେଇଛନ୍ତି ଜଣେ କଳ୍ପନା ମଧ୍ୟ କରିପାରିବ ନାହିଁ”। ସେ ଏହା କହିବା ସମୟରେ, ୫୦ବର୍ଷ ଅତିକ୍ରାନ୍ତ କରିସାରିଥିବା ପ୍ରକାଶ ଏକ ଜୋତାରେ ବ୍ରସ୍‌ ମାରିବା ଜାରି ରଖିଥିଲେ।

ଭିଡ଼ିଓ ଦେଖନ୍ତୁ : ସିଙ୍ଘୁର ମାଗଣା ଜୋତା ସଫେଇ ସେବା

ଦିଲ୍ଲୀ ସୀମାରେ ଯୋଗାଇ ଦିଆଯାଉଥିବା ଅଗଣିତ ନିଃଶୁଳ୍କ ସେବା-ମାନବ ସେବା-ମଧ୍ୟରୁ ସେମାନଙ୍କର ଏହି ସହାୟତା ଅନ୍ୟତମ । ଏହି ସେବା ମଧ୍ୟ ବର୍ତ୍ତମାନ ସମର୍ଥନର ସେବା ପାଲଟିଛି, ଚାଷୀମାନେ ନିଜେ ଏବଂ ସାଇନିଙ୍କ ଭଳି ସ୍ୱେଚ୍ଛାସେବୀମାନେ ଏହାକୁ ଯୋଗାଇ ଦେଇ ଚାଲିଛନ୍ତି।

ଦିଲ୍ଲୀ ଚାରିପାଖରେ ଥିବା ସିଙ୍ଘୁ ଏବଂ ଅନ୍ୟ ଆନ୍ଦୋଳନସ୍ଥଳୀରେ, ଲକ୍ଷାଧିକ ଚାଷୀ ତିନୋଟି କୃଷି ଆଇନ ବିରୋଧରେ ଆନ୍ଦୋଳନ ଜାରି ରଖିଛନ୍ତି ଯାହାକୁ ପ୍ରଥମେ ଜୁନ ୫, ୨୦୨୦ରେ ପ୍ରଥମେ ଅଧ୍ୟାଦେଶ ରୂପରେ ଅଣାଯାଇଥିଲା। ଏହାପରେ ଏଗୁଡ଼ିକୁ ସେପ୍ଟେମ୍ବର ୧୪ ତାରିଖରେ ସଂସଦରେ ଆଗତ କରାଯାଇଥିଲା ଏବଂ ସେହି ମାସ ୨୦ ତାରିଖରେ ଅତ୍ୟନ୍ତ ତରବରିଆ ଭାବେ ଆଇନରେ ପରିଣତ କରି ଦିଆଯାଇଥିଲା। ଏହି ତିନୋଟି ଆଇନ ହେଉଛି : କୃଷକମାନଙ୍କ ଉତ୍ପାଦ ବାଣିଜ୍ୟ ଓ ବ୍ୟବସାୟ (ପ୍ରୋତ୍ସାହନ ଏବଂ ସୁବିଧା) ଆଇନ, ୨୦୨୦ ; ମୂଲ୍ୟ ସୁନିଶ୍ଚିତତା ଏବଂ କୃଷି ସେବା ଉପରେ କୃଷକମାନଙ୍କ (ସଶକ୍ତିକରଣ ଏବଂ ସୁରକ୍ଷା) ଚୁକ୍ତି ଆଇନ, ୨୦୨୦ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନ, ୨୦୨୦

ଏହିସବୁ ଆଇନ ସେମାନଙ୍କର ଜୀବିକା ପାଇଁ ବିନାଶକାରୀ ହେବ ବୋଲି ଚାଷୀମାନେ ଭାବୁଛନ୍ତି, କାରଣ ଏହା ବଡ଼ କର୍ପୋରେଟମାନଙ୍କୁ ଚାଷୀ ଓ ଚାଷ ତୁଳନାରେ ଅଧିକ କ୍ଷମତା ଦେବ। ସେମାନେ ମଧ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସପି), କୃଷି ଉତ୍ପାଦ ବିପଣନ ସମିତି (ଏପିଏମସି), ସରକାରୀ କ୍ରୟ ଆଦି ଚାଷୀଙ୍କୁ ସହାୟତାର ପ୍ରମୁଖ ଆଧାରଗୁଡ଼ିକୁ ଅଣଦେଖା କରିବ। ଭାରତୀୟ ସମ୍ବିଧାନର ଧାରା ୩୨କୁ ଅଣଦେଖା କରି ପ୍ରତ୍ୟେକ ନାଗରିକମାନଙ୍କ ଆଇନଗତ ପନ୍ଥା ଆପଣାଇବା ଲାଗି ରହିଥିବା ଅଧିକାର ଉଲ୍ଲଙ୍ଘନ କରୁଥିବା କାରଣରୁ ଏହି ଆଇନଗୁଡ଼ିକୁ ସମାଲୋଚନା କରାଯାଉଛି।

ଏହି ସବୁ ଆଇନ ବିରୋଧରେ ଚାଷୀମାନଙ୍କ ଅସନ୍ତୋଷ ଯୋଗୁଁ ସେମାନେ ଆଜକୁ ଦୁଇ ମାସ ହେବ ରାଜଧାନୀ ସହରର ସୀମାରେ ଡେରା ପକାଇ ରହିଛନ୍ତି। ଏହାଛଡ଼ା ସେମାନେ ବିଗତ ବର୍ଷଗୁଡ଼ିକରେ ସବୁଠୁ ଅଧିକ ଶୀତ ଅନୁଭୂତ ହେବାର ଏକ ସମୟରେ ସହାୟତା, ଖାଦ୍ୟଯୋଗାଣ ଏବଂ ସେମାନଙ୍କର ଯତ୍ନ ନେବା ଲାଗି ସରକାରଙ୍କ ପକ୍ଷରୁ ମିଳୁଥିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଆତ୍ମଶୃଙ୍ଖଳାର ଅଭୂତପୂର୍ବ କ୍ଷମତାର ପରିଚୟ ଦେଇଛନ୍ତି। ଏପରି ଏକ ସମୟରେ, ସେବାର ଭିନ୍ନ ଭିନ୍ନ ସ୍ୱରୂପ ଅମୂଲ୍ୟ ହୋଇପଡ଼ିଛି।

'I cannot usually sit for one hour straight. But once we come here, I clean shoes for six hours and feel no pain while doing so,' says Jaswinder, who suffers from chronic back pain. 'I am a daughter of farmers. I cannot see them in pain. I polish their shoes', says Prakash
PHOTO • Amir Malik
'I cannot usually sit for one hour straight. But once we come here, I clean shoes for six hours and feel no pain while doing so,' says Jaswinder, who suffers from chronic back pain. 'I am a daughter of farmers. I cannot see them in pain. I polish their shoes', says Prakash
PHOTO • Amir Malik

‘ମୁଁ ସାଧାରଣତଃ ଏକାଥରକେ ଏକ ଘଣ୍ଟା ପର୍ଯ୍ୟନ୍ତ ବସିପାରିନଥାଏ। କିନ୍ତୁ ଥରେ ଆମେ ଏଠାକୁ ଆସିଲେ, ମୁଁ ଛଅ ଘଣ୍ଟା ଧରି ଜୋତା ସଫା କରିଥାଏ ଏବଂ ଏପରି କରିବା ସମୟରେ ମୁଁ କୌଣସି ଯନ୍ତ୍ର ଣା ଅନୁଭବ କରିନଥାଏ’, ଯଶବିନ୍ଦର କୁହନ୍ତି, ଯିଏକି ଗମ୍ଭୀର ପିଠି ଯନ୍ତ୍ରଣାରେ ପୀଡ଼ିତ। ‘ମୁଁ ଚାଷୀମାନଙ୍କର ଝିଅ। ମୁଁ ସେମାନଙ୍କର ଦୁଃଖ ଦେଖିପାରୁନାହିଁ। ମୁଁ ସେମାନଙ୍କର ଜୋତା ପଲିସ୍ କରୁଛି’, ପ୍ରକାଶ କହିଥିଲେ।

“ସମସ୍ତେ କିଛି ନା କିଛି କରି ଲୋକମାନଙ୍କର ସେବା ଜାରି ରଖିଛନ୍ତି-ଲଙ୍ଗର, ଚିକିତ୍ସା ସେବା, ଟେଣ୍ଟ, ରେନକୋଟ୍ ଏବଂ ଆହୁରି ଅନେକ। ଆମେ ସେମାନଙ୍କୁ ସେହିପରି ସେବା ଯୋଗାଇ ଦେଉଛୁ ଯାହା ଆମେ ତିନି ଦଶନ୍ଧି କିମ୍ବା ଅଧିକ ସମୟ ଧରି କରି ଆସୁଛୁ ଏବଂ ଯାହାକୁ ଭଲ ଭାବେ ଜାଣିଛୁ”, ଯଶବିନ୍ଦର କହିଥିଲେ।

“ମୁଁ କୃଷକମାନଙ୍କର ଝିଅ। ମୁଁ ସେମାନଙ୍କର ଦୁଃଖ ଦେଖିପାରିବି ନାହିଁ”, ପ୍ରକାଶ କୁହନ୍ତି, ଯାହାଙ୍କ ମାତାପିତାଙ୍କ ପରିବାର ହରିୟାଣାର କୁରୁକ୍ଷେତ୍ର ବାସିନ୍ଦା। “ମୁଁ ସେମାନଙ୍କର ଜୋତା ପଲିସ୍ କରିଥାଏ।”

“ମୁଁ ଲଗାତାର ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ ବସିପାରିବି ନାହିଁ”, ଯଶବିନ୍ଦର କୁହନ୍ତି, ଯିଏକି ଗମ୍ଭୀର ପିଠି ଯନ୍ତ୍ରଣାରେ ପୀଡ଼ିତ। “କିନ୍ତୁ ଥରେ ମୁଁ ଏଠାକୁ ଆସିବା ପରେ, ମୁଁ ଛଅ ଘଣ୍ଟା ଧରି ବସି ଜୋତା ସଫା କରିଥାଏ ଏବଂ ଏପରି କରିବା ସମୟରେ ମୁଁ କୌଣସି ଯନ୍ତ୍ରଣା ଭୋଗିନଥାଏ।”

ଯଶବିନ୍ଦର ସେହି ସ୍ଥାନ ଦେଇ ଅତିକ୍ରମ କରୁଥିବା ଲୋକମାନଙ୍କୁ ଲଗାତାର ଜୋତା ମାଗିଥାନ୍ତି, କିଛି ଲୋକ ଆରମ୍ଭରେ କୁଣ୍ଠାବୋଧ କରିଥାନ୍ତି-“ଓଃ, ଜୋତା ହଳକ ଏଠାରେ ଦିଅନ୍ତୁ। ସେଗୁଡ଼ିକ ଚକ୍ ଚକ୍ କରିବ। ଓଃ, ସେଗୁଡ଼ିକ ମୋତେ ଦିଅନ୍ତୁ!”

କୁଣ୍ଠାବୋଧ କରୁଥିବା ଜଣେ ବୟସ୍କ ଚାଷୀଙ୍କୁ ସେ ଡାକୁଛନ୍ତି : “ବାବାଜୀ, ଲାଓ ଜି ଲାଓ, କୋଇ ଗଲ୍ ନହିଁ ଜି (ବାବାଜୀ, ସେଗୁଡ଼ିକ ମୋ ପାଖକୁ ଆଣ, ଏଥିରେ ଆଦୌ କୌଣସି ସମସ୍ୟା ନାହିଁ)।” ନିଜ ଜୋତା ଭଲ ଭାବେ ପଲିସ୍ ଓ ଚକମକ କରାଇବା ସହିତ ବୟସ୍କ ବ୍ୟକ୍ତି ଜଣଙ୍କ ସେହିସ୍ଥାନରୁ ଚାଲିଯାଇଥିଲେ।

“ତୁମେ ଜଣେ ମଣିଷ, ମୁଁ ମଧ୍ୟ ଜଣେ ମଣିଷ। କାହିଁକି ମଇଳା ଜୋତା ପିନ୍ଧିଛ?” ଯଶବିନ୍ଦର ସେହି ସ୍ଥାନ ଦେଇ ଯାଉଥିବା ଲୋକମାନଙ୍କୁ କହିଥାନ୍ତି। ସେମାନେ ରାଜି ହେବା ପରେ ନିଜର ଜୋତା ଓହ୍ଲାଇ ସେମାନଙ୍କୁ ଦେଇଥାନ୍ତି, ଯଶବିନ୍ଦର ଓ ପ୍ରକାଶ ଏହି ଛୋଟ ସଫଳତା ପାଇଁ ସେମାନଙ୍କ ଆଡ଼କୁ ଚାହିଁ ସ୍ମିତ ହାସ୍ୟ ଦେଇଥାନ୍ତି।

ସେମାନଙ୍କ ସହିତ ସେବା ଯୋଗାଇ ଦେବା ଲାଗି କିଛି କୃଷକମାନେ ମଧ୍ୟ ଯୋଗ ଦେଇଥିଲେ। ସେହିପରି ପଞ୍ଜାବର ଦୁଇ ଜଣ ଯୁବକ ଏବଂ ଅନ୍ୟ ବୟସ୍କ ବ୍ୟକ୍ତିମାନେ ସେମାନଙ୍କର ପ୍ରତିକାତ୍ମକ ସମର୍ଥନ ସ୍ୱରୂପ ସିଙ୍ଘୁ ସୀମାରେ ଜୋତା ସଫା କରୁଛନ୍ତି।

Their helping hands are among countless forms of free sewa – service to humanity – on offer at the gates of Delhi. These are now services in solidarity too, from the farmers themselves and from other volunteers like the Sainis
PHOTO • Amir Malik
Their helping hands are among countless forms of free sewa – service to humanity – on offer at the gates of Delhi. These are now services in solidarity too, from the farmers themselves and from other volunteers like the Sainis
PHOTO • Amir Malik

ଦିଲ୍ଲୀ ସୀମାରେ ଯୋଗାଇ ଦିଆଯାଉଥିବା ଅଗଣିତ ନିଃଶୁଳ୍କ ସେବା-ମାନବ ସେବା-ମଧ୍ୟରୁ ସେମାନଙ୍କର ଏହି ସହାୟତା ଅନ୍ୟତମ। ଏହି ସେବା ମଧ୍ୟ ବର୍ତ୍ତମାନ ସମର୍ଥନର ସେବା ପାଲଟିଛି, ଚାଷୀମାନେ ନିଜେ ଏବଂ ସାଇନିଙ୍କ ଭଳି ସ୍ୱେଚ୍ଛାସେବୀମାନେ ଏହାକୁ ଯୋଗାଇ ଦେଇ ଚାଲିଛନ୍ତି।

ନିଜକୁ ଜଣେ ବ୍ୟବସାୟୀ ତଥା ଚାଷୀ ଭାବେ ବିବେଚନା କରୁଥିବା ଯଶବିନ୍ଦର କୁହନ୍ତି, “ବିମୁଦ୍ରୀକରଣ, ଜିଏସଟି (ବସ୍ତୁ ଓ ସେବା କର) ଏବଂ ବଡ଼ ବ୍ୟବସାୟୀଙ୍କୁ ସହାୟତା ଆଦି ଯୋଗାଇ ଦେଇ ସରକାର ପ୍ରମାଣିତ କରିଛନ୍ତି  ଯେ ଏହା କେବଳ ବଡ଼ କର୍ପୋରେଟ ସଂସ୍ଥାଗୁଡ଼ିକ ପାଇଁ ଚିନ୍ତା କରିଥାଏ।

“ବିଜୟ ମାଲ୍ୟା, ନୀରବ ମୋଦୀ ଏବଂ ଅନ୍ୟମାନେ ପଳାତକ ଭାବେ ଦେଶରୁ ପଳାୟନ କରିଛନ୍ତି ଏବଂ ଅମ୍ବାନୀ ଓ ଅଦାନୀଙ୍କ ପାଇଁ ଅଣାଯାଇଥିବା ତିନୋଟି ଆଇନ ଆମର ଜୀବନ ନେବାକୁ ତିଆରି କରାଯାଇଛି”, ସେ କହିଥିଲେ। “ସରକାର ମାନବତା କଥା ଚିନ୍ତା କରନ୍ତି ନାହିଁ। ଆମେମାନେ ଚାଷୀ, ଆମର ଚିନ୍ତା ଅଛି”।

“ଆମେ ମରିଯିବା ପରେ, ଆମ ଟଙ୍କା ଶେଷ ପର୍ଯ୍ୟନ୍ତ ଆମ ସହିତ ଯିବ କି? ନା, କେବଳ ଆମର କର୍ମ ଆମ ସହିତ ଯିବ। ତେଣୁ ସେବା”, ପ୍ରକାଶ କହିଥାନ୍ତି।

“ଏବଂ ଗୁରୁ ଗୋବିନ୍ଦ ସିଂ ଆମକୁ ଶିଖାଇଛନ୍ତି ଯେ ଯଦି କାହା ପ୍ରତି କୌଣସି ଅତ୍ୟାଚାର ହେଉଛି, ଆମେ ଏହାକୁ ପ୍ରତିରୋଧ କରିବା ଉଚିତ୍। ଯଦି କିଛି ଭୁଲ ହେଉଥାଏ, ତା’ହେଲେ ଆମେ ଏହା ବିରୋଧରେ ଲଢ଼ିବା ଉଚିତ୍। ଚାଷୀ ଆନ୍ଦୋଳନ ହେଉଛି ଅତ୍ୟାଚାର ବିରୋଧରେ ଏକ ଲଢ଼େଇ।’’

ଜୋତା ସଫା ହେବା ସମୟରେ, ଯେଉଁମାନେ ଏହାକୁ ଦାଖଲ କରିଥାନ୍ତି ସେମାନେ କାଦୁଅରୁ ଗୋଡ଼କୁ ସୁରକ୍ଷା ଦେବା ଲାଗି ଚେପଟା କାର୍ଡବୋର୍ଡ ଉପରେ ଛିଡ଼ା ହୋଇଥାନ୍ତି। ପ୍ରତ୍ୟେକ ହଳ ଜୋତାକୁ ଏହାର ମାଲିକଙ୍କୁ ଫେରାଇ ଦେବା ସମୟରେ ଯଶବିନ୍ଦର ଏବଂ ପ୍ରକାଶ ସମ୍ମାନ ପ୍ରଦର୍ଶନ ପୂର୍ବକ ସେମାନଙ୍କର ମୁଣ୍ଡ ନୂଆଁଇ ଦେଇଥାନ୍ତି।

ଅନୁବାଦ - ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Amir Malik

Amir Malik is an independent journalist. He tweets at @_amirmalik

Other stories by Amir Malik