ତିନିବର୍ଷର ସୁହାନିକୁ ନିଜ ଜେଜେ ମା’ଙ୍କ କୋଳରେ ଉଦାସୀନ ହୋଇ ଶୋଇଥିବାର ଦେଖି, ଗ୍ରାମୀଣ ସ୍ୱାସ୍ଥ୍ୟ ଅଧିକାରୀ ଉର୍ମିଳା ଡୁଗା କୁହନ୍ତି,"ତୁମେ ସବୁବେଳେ ଏଗୁଡ଼ିକୁ ମହୁ କିମ୍ବା ଗୁଡ ଭଳି ମିଠା ପଦାର୍ଥ ସହ ନେବା ଉଚିତ୍‍।"

ଏହା ତିନିଜଣ ମହିଳାଙ୍କର ମିଳିତ ଦକ୍ଷତା ଏବଂ ସ୍ନେହପୂର୍ଣ୍ଣ ପ୍ରବର୍ତ୍ତନା ଆବଶ୍ୟକ କରେ - ଶିଶୁର ଜେଜେ ମା’, ଅନ୍ୟଜଣେ ଗ୍ରାମୀଣ ସ୍ୱାସ୍ଥ୍ୟ ଅଧିକାରୀ(ଆରଏଚଓ) ସାବିତ୍ରୀ ନାୟକ, ଓ ମିତାନିନ (ଆଶା କର୍ମୀ) ମାନକି କାଚଲାନ - ଶିଶୁକୁ ସେହି କଟୁ ମେଲେରିଆ ବଟିକା ଖୁଆଇବା ପାଇଁ।

୩୯ ବର୍ଷୀୟା ବରିଷ୍ଠ ଆରଏଚଓ ଉର୍ମିଳା, ତାଙ୍କ ସାମ୍ନା ପଡିଆରେ ଖେଳୁଥିବା ପିଲାମାନଙ୍କର କୋଳାହଳ ଶବ୍ଦ ମଧ୍ୟରେ ଏହି ପକ୍ରିୟାକୁ ତଦାରଖ କରି ଏକ ବଡ଼ ରେଜିଷ୍ଟରରେ ସବିଶେଷ ତଥ୍ୟ ଲେଖୁଥିଲେ। ଛତିଶଗଡ ନାରାୟଣପୁର ଜିଲ୍ଲାର ନୌମୁଞ୍ଜମେତା ଗ୍ରାମର ଅଙ୍ଗନୱାଡି କେନ୍ଦ୍ରର ଆଂଶିକ ଆଚ୍ଛାଦିତ ବାରଣ୍ଡା ତାଙ୍କର ଅସ୍ଥାୟୀ ଚିକିତ୍ସାକେନ୍ଦ୍ର ଅଟେ।

ପ୍ରତ୍ୟେକ ମାସର ଦ୍ୱିତୀୟ ମଙ୍ଗଳବାର ଦିନ, ଏକ ଚିକିତ୍ସାଳୟ ଭାବରେ ଅଙ୍ଗନବାଡିର କାମ ଦ୍ୱିଗୁଣିତ ହୋଇଯାଏ - ପିଲାମାନେ ସେମାନଙ୍କର ବର୍ଣ୍ଣମାଳା ଶିଖିବାରେ ବ୍ୟସ୍ତ ଥିବାବେଳେ ମା’, ଶିଶୁ ଏବଂ ଅନ୍ୟମାନେ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ  ବାହାରେ ଧାଡିରେ ଛିଡା ହୋଇ ରହିଥାଆନ୍ତି। ଉର୍ମିଳା ଓ ତାଙ୍କ ଦଳର  ସ୍ୱାସ୍ଥ୍ୟ କର୍ମୀମାନେ ସେଠାରେ ପ୍ରାୟ ଦିନ ୧୦ଟା ସମୟରେ ପହଁଚିଥାନ୍ତି, ସେମାନଙ୍କର ରେଜିଷ୍ଟର ଏବଂ ପରୀକ୍ଷା ଓ ଟୀକାକରଣ ଉପକରଣ ସବୁ ବ୍ୟାଗ୍‍ରୁ କାଢି ବାହାରେ ରଖିବା ପରେ, ଏକ ଟେବୁଲ ଏବଂ ବେଞ୍ଚ ଆଣି ବାରଣ୍ଡାରେ ରଖନ୍ତି ଏବଂ ରୋଗୀମାନଙ୍କୁ ସାକ୍ଷାତ୍‍ କରିବା ଆରମ୍ଭ କରନ୍ତି।

ସୁହାନିଙ୍କର ସେଦିନ କରାଯାଇଥିବା ରାପିଡ ଡାଇଗ୍ନୋଷ୍ଟିକ ଟେଷ୍ଟ (ଆରଡିଟି) ମ୍ୟାଲେରିଆ ପାଇଁ ସାଧାରଣ ଭାବରେ କରଯାଉଥିବା ୪୦୦ ପରୀକ୍ଷା ମଧ୍ୟରୁ ଗୋଟିଏ ଯାହାକି ନାରାୟଣପୁରର ଛଅଟି ଗ୍ରାମର ଦାୟିତ୍ୱରେ ଥିବା ଉର୍ମିଳା ଓ ତାଙ୍କର ସହକର୍ମୀମାନେ ୩୫ ବର୍ଷୀୟା ଆରଏଚଓ ସାବିତ୍ରୀ ନାୟକଙ୍କ ସହ ଏକ ବର୍ଷ ହେବ ପରିଚାଳନା କରି ଆସୁଛନ୍ତି।

ନାରାୟଣପୁର ଜିଲ୍ଲାର ମୁଖ୍ୟ ସ୍ୱାସ୍ଥ୍ୟସେବା ଅଧିକାରୀ ଡ. ଆନନ୍ଦ ରାମ ଗୋତା କୁହନ୍ତି, "ମ୍ୟାଲେରିଆ ହେଉଛି ଆମର ଏକ ବଡ ସ୍ୱାସ୍ଥ୍ୟ ସମସ୍ୟା"। "ଏହା ରକ୍ତ କଣିକାକୁ ପ୍ରଭାବିତ କରେ ଏବଂ ଯକୃତରେ ରକ୍ତହୀନତା ସୃଷ୍ଟି କରେ ଏବଂ ଏହାଦ୍ୱାରା ଶାରୀରିକ ଦୁର୍ବଳତା ଦେଖାଦିଏ । ତେଣୁ ଓଜନ ମଧ୍ୟ ପ୍ରଭାବିତ ହୁଏ। କମ୍ ଓଜନର ପିଲାମାନେ ଜନ୍ମ ହୁଅନ୍ତି ଏବଂ ଏହି ପ୍ରକ୍ରିୟା ଜାରି ରହିଥାଏ।"

At a makeshift clinic in an anganwadi, Urmila Dugga notes down the details of a malaria case, after one of the roughly 400 malaria tests that she and her colleagues conduct in a year in six villages in Narayanpur block
PHOTO • Priti David

ଅଙ୍ଗନବାଡିରେ ଚାଲିଥିବା ଏକ ଅସ୍ଥାୟୀ ଚିକିତ୍ସାଳୟରେ, ଉର୍ମିଳା ଡୁଗା ଓ ତାଙ୍କ ସହକର୍ମୀମାନଙ୍କ ଦ୍ୱାରା ନାରାୟଣପୁର ବ୍ଲ କର ଛଅଟି ଗ୍ରାମରେ କରାଯାଇଥିବା ୪୦୦ ସାଧାରଣ ମ୍ୟାଲେରିଆ ପରୀକ୍ଷା ମଧ୍ୟରୁ ଜଣେ ମ୍ୟାଲେରିଆ ରୋଗୀଙ୍କର ସବିଶେଷ ତଥ୍ୟ ଲେଖୁଛନ୍ତି

୨୦୨୦ ମସିହାରେ ଛତିଶଗଡରେ ୧୮ଟି ମ୍ୟାଲେରିଆ କାରଣରୁ ମୃତ୍ୟୁ ହୋଇଥିଲା - ଦେଶର ଅନ୍ୟ କୌଣସି ରାଜ୍ୟଠାରୁ ଅଧିକ; ମହାରାଷ୍ଟ୍ର ୧୦ଟି ମୃତ୍ୟୁ ସହିତ ଦ୍ୱିତୀୟ ସ୍ଥାନରେ ରହିଥିଲା। ନ୍ୟାସନାଲ ଭେକ୍ଟର ବର୍ନ ଡିଜିଜ କଣ୍ଟ୍ରୋଲ ପ୍ରୋଗ୍ରାମ ଉଲ୍ଲେଖ କରିଛନ୍ତି ଯେ 80 ପ୍ରତିଶତ ମ୍ୟାଲେରିଆ ରୋଗ ‘ଆଦିବାସୀ, ପାହାଡ଼ିଆ, ଦୁର୍ଗମ ଏବଂ ଅପହଞ୍ଚ ଅଞ୍ଚଳରେ ଦେଖାଯାଏ’।

ଉର୍ମିଳା କୁହନ୍ତି, ସାଧାରଣତଃ, ଲୋକମାନେ ଏଠାରେ ମଶାମାନଙ୍କୁ ଘଉଡେଇବା ପାଇଁ ନିମ୍ବ ପତ୍ର ଜଳାଇ ଥାଆନ୍ତି। "ଶୋଇବା ସମୟରେ ମଶାରି ବ୍ୟବହାର କରିବା ପାଇଁ ଓ ଘର ନିକଟରେ ଖାଲ ଅଂଚଳରେ ଜମି ରହୁଥିବା ଜଳକୁ ଖାଲି କରିବା ପାଇଁ ଆମେ ସେମାନଙ୍କୁ ବାରମ୍ବାର କହିଥାଉ। ଧୁଆଁ [ଜଳୁଥିବା ନିମ୍ବ ପତ୍ରରୁ ବାହାରୁଥିବା] ମଶାମାନଙ୍କୁ ଘଉଡେଇବାରେ ସାହାଯ୍ୟ କରେ ସତ, କିନ୍ତୁ ଥରେ ତାହା ଲିଭିଯିବା ପରେ, ସେମାନେ ପୁଣି ଫେରିଆସିଥାନ୍ତି।"

ପରେ, ଉର୍ମିଳା ହାଲାମିମୁନମେତାରେ ଥିବା ଉପ ସ୍ୱାସ୍ଥ୍ୟ କେନ୍ଦ୍ରର (ଏସଏଚସି) ବଡ ରେଜିଷ୍ଟରଟିରେ ଦ୍ୱିତୀୟ ଥର ପାଇଁ ରୋଗୀଙ୍କର ସବିଶେଷ ତଥ୍ୟ ଲେଖିବେ- ନାରାୟଣପୁରରେ ଥିବା ୬୪ କେନ୍ଦ୍ର ମଧ୍ୟରୁ ଅନ୍ୟତମ। ଏହି ରେଜିଷ୍ଟରଗୁଡିକୁ ଅପଡେଟ୍ କରିବା ପାଇଁ ପାଖାପାଖି ତିନି ଘଣ୍ଟା ଲାଗିଥାଏ- ଏହାକୁ ପ୍ରତ୍ୟେକ ପରୀକ୍ଷା, ବିଭିନ୍ନ ଟିକାକରଣ, ଜନ୍ମ ପୂର୍ବ ଓ ଜନ୍ମ ପରର ସ୍ୱାସ୍ଥ୍ୟ ପରୀକ୍ଷା, ମ୍ୟାଲେରିଆ ଓ ଯକ୍ଷ୍ମା ପରୀକ୍ଷା ଏବଂ ଜ୍ୱର,ବ୍ୟଥା ଓ ଯନ୍ତ୍ରଣାର ପ୍ରାଥମିକ ଚିକିତ୍ସା ନିମନ୍ତେ କରାଯାଏ।

ଉର୍ମିଳା ଜଣେ ସହାୟକ ନର୍ସ ଧାଈ (ଏଏନଏମ) ଅଟନ୍ତି, ଏଥିପାଇଁ ସେ ଦୁଇ ବର୍ଷର ତାଲିମ ନେଇଛନ୍ତି। ଜଣେ ଆରଏଚଓ ଭାବରେ ସେ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ଦ୍ୱାରା ସଂଗଠିତ ୧ ରୁ ୩ ଦିନିଆ ତାଲିମ ବର୍ଷକୁ ପାଞ୍ଚ ଥର ନେଇଥାନ୍ତି ।

ପୁରୁଷ ଆରଏଚଓମାନେ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ଭାବରେ ଏକ ବର୍ଷର ତାଲିମ ନେଇଥାଆନ୍ତି। ଉର୍ମିଳା କୁହନ୍ତି, "ଏହା ଉଚିତ୍‍ ନୁହେଁ"। "ଆମେ ସମାନ କାର୍ଯ୍ୟ କରିଥାଉ, ତେଣୁ ତାଲିମ [ଶିକ୍ଷାଗତ ଯୋଗ୍ୟତା] ମଧ୍ୟ ସମାନ ରହିବା ଉଚିତ୍‍। ଏବଂ କ’ଣ ପାଇଁ ରୋଗୀମାନେ ମୋତେ ‘ଦିଦି’ ସମ୍ବୋଧନ କରି ଡାକିଥାନ୍ତି କିନ୍ତୁ ପୁରୁଷ ଆରଏଚଓମାନଙ୍କୁ ‘ଡକ୍ଟର ସାହେବ’ ସମ୍ବୋଧନ କରି ଡାକିଥାନ୍ତି? ତୁମେ ତୁମର କାହାଣୀରେ ଏହାକୁ ଉଲ୍ଲେଖ କରିବା ଉଚିତ୍‍!"

Once a month the Naumunjmeta school doubles up as an outpatient clinic for Urmila, Manki (middle), Savitri Nayak and other healthcare workers
PHOTO • Priti David
Once a month the Naumunjmeta school doubles up as an outpatient clinic for Urmila, Manki (middle), Savitri Nayak and other healthcare workers
PHOTO • Priti David

ମାସରେ ଥରେ ନାଉମୁଞ୍ଜମେଟା ବିଦ୍ୟାଳୟ ଉର୍ମିଳା, ମାନକି (ମଝିରେ), ସାବିତ୍ରୀ ନାୟକ ଏବଂ ଅନ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ଏକ ବାହ୍ୟ ରୋଗୀମାନଙ୍କର ଚିକିତ୍ସାଳୟରେ ପରିଣତ ହୋଇଯାଇଯାଏ

ବର୍ତ୍ତମାନ ସୁଦ୍ଧା, ପିଲାମାନେ ବର୍ଣ୍ଣମାଳା ପାଠ କରି ନିଜ ଶ୍ରେଣୀକୁ ଫେରିଛନ୍ତି। ସୁହାନୀ ନିଜର ଔଷଧ ଖାଇବା ପରେ ଶୋଇ ପଡିଥିବାର ଦେଖି, ଉର୍ମିଳା ମ୍ୟାଲେରିଆ ଚିକିତ୍ସାର ଉପଚାର ଓ ପୃଷ୍ଟିକର ଖାଦ୍ୟ ବିଷୟରେ କିଛି ସୂଚନା ଗୋଣ୍ଡି ଭାଷାରେ ଦେବା ପାଇଁ ଜେଜେମାଙ୍କ ଘର ଆଡକୁ ଯାଇଥିଲେ। ନାରାୟଣପୁର ଜିଲ୍ଲାରେ, ୭୮ ପ୍ରତିଶତ ଅଧିବାସୀ ଗୋଣ୍ଡ ସମ୍ପ୍ରଦାୟର ଅଟନ୍ତି।

ଉର୍ମିଳା କୁହନ୍ତି, "ମୁଁ ସେମାନଙ୍କ ମଧ୍ୟରୁ ଜଣେ [ଗୋଣ୍ଡ]। ମୁଁ ଗୋଣ୍ଡି, ହାଲବି, ଛତିଶଗଡି ଏବଂ ହିନ୍ଦୀ ଭାଷାରେ କଥାବାର୍ତ୍ତା କରିପାରେ। ସହଜରେ ଭାବର ଆଦାନ ପ୍ରଦାନ ନିମନ୍ତେ, ମୋତେ ଏସବୁ ଭାଷା ଜାଣିବାକୁ ପଡେ"। "ଇଂରାଜୀ କହିବାରେ ମୋର ଟିକିଏ ଅସୁବିଧା ହୁଏ, କିନ୍ତୁ ମୁଁ ବୁଝିପାରେ।"

ଲୋକମାନଙ୍କ ସହ ଏହିସବୁ କଥାବାର୍ତ୍ତା ତାଙ୍କୁ ତାଙ୍କ ଚାକିରୀରେ ସବୁଠାରୁ ଅଧିକ ଭଲଲାଗେ। ସେ କୁହନ୍ତି, "ମୁଁ ସେହି ଭାଗକୁ ପସନ୍ଦ କରେ ଯେଉଁଥିରେ ମୁଁ ଲୋକମାନଙ୍କୁ ଦେଖା କରେ ଓ ସେମାନଙ୍କ ଘରକୁ ଯାଏ"। ସେ ହସିକରି କୁହନ୍ତି, "ମୁଁ ପ୍ରତ୍ୟେକ ଦିନ ୨୦ ରୁ ୬୦ ଜଣ ଲୋକଙ୍କୁ ସାକ୍ଷାତ୍‍ କରେ। ମୁଁ ସେମାନଙ୍କର ଆଶଙ୍କା ଓ ସେମାନଙ୍କ ଜୀବନ ବିଷୟରେ ଶୁଣିବାକୁ ପସନ୍ଦ କରେ। ମୁଁ ଅଯଥା ଭାଷଣ ଦିଏନାହିଁ, କିମ୍ବା ଅନ୍ତତଃ ସେପରି କିଛି କରିବାକୁ ମୁଁ ଚିନ୍ତା କରେ ନାହିଁ"।

ଏବେ ଅପରାହ୍ନ ୧ଟା ବାଜି ସାରିଲାଣି ଏବଂ ଉର୍ମିଳା ରୁଟି ଓ ଋତୁକାଳୀନ ସବୁଜ ପନିପରିବାରେ ତିଆରି ତରକାରି ରଖିଥିବା ନିଜର ଟିଫିନ୍‍ କାଢିଲେ ଯାହାକୁ ସେ ସେଦିନ ସକାଳେ ପ୍ରସ୍ତୁତ କରିଥିଲେ। ସେ ତରତର ହୋଇ ନିଜର ମଧ୍ୟାନ୍ନ ଭୋଜନ ଖାଇବାରେ ବ୍ୟସ୍ତ ଥିଲେ ଯାହାଦ୍ୱାରା କି ତାଙ୍କର ଟିମ୍‍ ରାସ୍ତାରେ ଘର ଭ୍ରମଣରେ ଯାଇପାରିବେ। ଉର୍ମିଳା ନିଜର ଗିୟର ନଥିବା ସ୍କୁଟରରେ ସାବିତ୍ରୀଙ୍କୁ (ଯିଏକି ହାଲବି ଆଦିବାସୀ ସମ୍ପ୍ରଦାୟର) ପଛରେ ବସାଇ ଦିନକୁ ପଖାପାଖି ୩୦ କିଲୋମିଟର ଅଞ୍ଚଳ ବୁଲିଥାନ୍ତି। ଗ୍ରାମଗୁଡିକ ମଧ୍ୟରେ ସେମାନଙ୍କର ଅଧିକାଂଶ ଯାତ୍ରା ଘଞ୍ଚ ଜଙ୍ଗଲ ଦେଇ ହୋଇଥାଏ ଏବଂ ସେମାନେ କୁହନ୍ତି ଯେ ଏହି ଦୁଇଜଣିଆ ଯାତ୍ରା ସେମାନଙ୍କ ପାଇଁ ନିରାପଦ ଅଟେ।

ଏହି କାର୍ଯ୍ୟ କରିବା ବ୍ୟତୀତ, ଉର୍ମିଳା ଓ ତାଙ୍କର ଟିମ୍‍କୁ ୧୦ ରୁ ୧୬ କିଲୋମିଟର ବ୍ୟାସର୍ଦ୍ଧ ବିଶିଷ୍ଟ ଅଞ୍ଚଳରେ ଥିବା ୬ଟି ଗାଁର ୨୫୦୦ ଲୋକମାନଙ୍କର ସ୍ୱାସ୍ଥ୍ୟ ସେବାର ଆବଶ୍ୟକତାକୁ ବୁଝିଥାନ୍ତି। ସେମାନେ ପରିଦର୍ଶନ କରୁଥିବା ୩୯୦ ଟି ପରିବାର ମଧ୍ୟରୁ ଅଧିକାଂଶ ଗୋଣ୍ଡ ଏବଂ ହାଲବି ଆଦିବାସୀ ହୋଇଥିବା ବେଳେ କିଛି ପରିବାର ଦଳିତ ସମ୍ପ୍ରଦାୟର ଅଟନ୍ତି।

Savitri pricking Suhani’s finger for the malaria test. Right: Manki, Savitri and Bejni giving bitter malaria pills to Suhani
PHOTO • Priti David
Savitri pricking Suhani’s finger for the malaria test. Right: Manki, Savitri and Bejni giving bitter malaria pills to Suhani
PHOTO • Priti David

ସାବିତ୍ରୀ ମ୍ୟାଲେରିଆ ପରୀକ୍ଷା ପାଇଁ ସୁହାନୀର ଆଙ୍ଗୁଠିରେ ଛୁଞ୍ଚି ଫୋଡୁଛନ୍ତି। ଡାହାଣ: ମାନକି, ସାବିତ୍ରୀ ଓ ବେଜନି ସୁହାନୀକୁ କଟୁ ମ୍ୟାଲେରିଆ ଔଷଧ ଦେଉଛନ୍ତି

ସେମାନଙ୍କର ମାସିକ ଭ୍ରମଣ, ‘ ଗ୍ରାମୀଣ ସ୍ୱାସ୍ଥ୍ୟ ସ୍ୱଚ୍ଛତା ଆହାର ଦିବସ’ (ଗାଁରେ ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଓ ପୃଷ୍ଟିକର ଦିବସ) ଭାବରେ ଜଣା, ଯାହାକି ପ୍ରତ୍ୟେକ ମାସର ଏକ ସ୍ଥିରିକୃତ ତାରିଖରେ ବିଭିନ୍ନ ଅଞ୍ଚଳରେ କରାଯାଇଥାଏ। ଏହି ଦିନ, ଉର୍ମିଳା ଓ ତାଙ୍କର ସହକର୍ମୀମାନେ(ଜଣେ ପୁରୁଷ ଓ ଜଣେ ମହିଳା ଆରଏଚଓ) ଟୀକା, ଜନ୍ମ ପଞ୍ଜିକରଣ ଏବଂ ମାତୃ ସ୍ୱାସ୍ଥ୍ୟସେବା ସହିତ ୨୮ଟି  ଜାତୀୟ କାର୍ଯ୍ୟକ୍ରମର ପ୍ରାଥମିକ କାର୍ଯ୍ୟ ଯାଞ୍ଚ କରନ୍ତି।

ଏହାହେଉଛି ସମସ୍ତ କାମର ଏକ ଲମ୍ବା ତାଲିକା - ଉର୍ମିଳା ଏବଂ ଅନ୍ୟାନ୍ୟ ଆରଏଚଓ ହେଉଛନ୍ତି ଜନସ୍ୱାସ୍ଥ୍ୟ ବ୍ୟବସ୍ଥାର କାର୍ଯ୍ୟନିର୍ବାହୀ, ଯାହାଙ୍କ ଉପରେ ପର୍ଯ୍ୟବେକ୍ଷକ, ସେକ୍ଟର ଡାକ୍ତର, ବ୍ଲକ ମେଡିକାଲ ଅଫିସର ଏବଂ ପ୍ରତ୍ୟେକ ଜିଲ୍ଲାରେ ଜଣେ ମୁଖ୍ୟ ଚିକିତ୍ସା ଅଧିକାରୀ କାର୍ଯ୍ୟ କରୁଛନ୍ତି।

"ଆରଏଚଓମାନେ ଆଗଧାଡିର ସ୍ୱାସ୍ଥ୍ୟ କର୍ମୀ, ସେମାନେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ସମ୍ମୁଖ ଭାଗ । ସେମାନଙ୍କ ବିନା ଆମେ ଅସହାୟ ଏବଂ ନିରାଶ" ବୋଲି ସିଏମଓ ଡକ୍ଟର ଗୋତା କୁହନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ନାରାୟଣପୁର ଜିଲ୍ଲାର ୭୪ ମହିଳା ଏବଂ ୬୬ ପୁରୁଷ ଆରଏଚଓ, ଶିଶୁ ଏବଂ ମାତୃ ସ୍ୱାସ୍ଥ୍ୟ, ମାନସିକ ସ୍ୱାସ୍ଥ୍ୟ, ଯକ୍ଷ୍ମା, କୁଷ୍ଠରୋଗ ଏବଂ ରକ୍ତହୀନତା ଉପରେ ନଜର ରଖୁଛନ୍ତି। ସେମାନଙ୍କର କାମ କେବେ ବନ୍ଦ ହୁଏ ନାହିଁ।"

କିଛି ଦିନ ପରେ, ହାଲମିନୁନମେଟାଠାରୁ ପ୍ରାୟ ୧୬ କିଲୋମିଟର ଦୂରରେ ଥିବା ମାଲେଚୁର ଗାଁର ‘ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଏବଂ ପୁଷ୍ଟିକର ଦିବସରେ ଉର୍ମିଳା ପ୍ରାୟ ୧୫ଜଣ ମହିଳାଙ୍କୁ ପରାମର୍ଶ ଦେଇଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଛୋଟ ପିଲାମାନଙ୍କ ସହିତ ଆସିଥିଲେ।

ଯେଉଁମାନେ ଅପେକ୍ଷା କରିଥିଲେ ସେମାନଙ୍କ ମଧ୍ୟରେ ଫୁଲକୁୱାର କରଙ୍ଗା, ଯିଏକି ଗଣ୍ଡ ସମ୍ପ୍ରଦାୟର (ଛତିଶଗଡରେ ଅନୁସୂଚିତ ଜାତି ଭାବରେ ତାଲିକାଭୁକ୍ତ)।  କିଛି ଦିନ ପୂର୍ବରୁ, ଯେତେବେଳେ ଉର୍ମିଳା ଏଠାକୁ ଏକ କ୍ଷେତ୍ର ଭ୍ରମଣରେ ଆସିଥିଲେ, ଫୁଲକୁୱାର ତାଙ୍କୁ ଦୁର୍ବଳ ଏବଂ ଥକ୍କା ଅନୁଭବ କରିବା ବିଷୟରେ କହିଥିଲେ। ସେ ରକ୍ତହୀନ ବୋଲି ଭାବି ଉର୍ମିଳା ତାଙ୍କୁ ଆଇରନ୍‍ ଟାବଲେଟ ଖାଇବାକୁ ପରାମର୍ଶ ଦେଇଥିଲେ ଏବଂ ସେ ସେଗୁଡିକୁ ନେବା ପାଇଁ ଆସିଛନ୍ତି। ଏହା ପ୍ରାୟ ଅପରାହ୍ନ ୨ଟା ଏବଂ ସେଦିନର ସେ ଶେଷ ରୋଗୀ।

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ -୪ (୨୦୧୫-୧୬) ସୂଚାଇ ଦେଇଛି ଯେ ଛତିଶଗଡର ୧୫ ରୁ ୪୯ ବୟସ ବର୍ଗର ପ୍ରାୟ ଅର୍ଦ୍ଧେକ (୪୭%) ମହିଳା ରକ୍ତହୀନତାର ଶିକାର - ଏବଂ ଫଳସ୍ୱରୂପ ରାଜ୍ୟରେ ୪୨% ପିଲା ମଧ୍ୟ ରକ୍ତହୀନ ଅଟନ୍ତି।

Savitri pricking Suhani’s finger for the malaria test. Right: Manki, Savitri and Bejni giving bitter malaria pills to Suhani
PHOTO • Priti David

ଉର୍ମିଳା ନିଜର ଗିୟର ନଥିବା ସ୍କୁଟରରେ ସାବିତ୍ରୀଙ୍କୁ ପଛରେ ବସାଇ ଦିନକୁ ପଖାପାଖି ୩୦ କିଲୋମିଟର ଅଞ୍ଚଳ ବୁଲିଥାନ୍ତି ଗ୍ରାମଗୁଡିକ ମଧ୍ୟରେ ସେମାନଙ୍କର ଅଧିକାଂଶ ଯାତ୍ରା ଘଞ୍ଚ ଜଙ୍ଗଲ ଦେଇ ହୋଇଥାଏ ଏବଂ ସେମାନେ କହିଛନ୍ତି ଯେ ଏହି  ଦୁଇଜଣିଆ ଯାତ୍ରା ନିରାପଦ ଅଟେ

ଉର୍ମିଳା କୁହନ୍ତି ଯେ ଯୁବତୀ ଝିଅମାନଙ୍କଠାରେ ଏହି ଅବସ୍ଥା ବିବାହ ପୂର୍ବରୁ ସମାଧାନ କରିବା ସହଜ ନୁହେଁ। ନିଜ ରେଜିଷ୍ଟରରେ ଶେଷ କିଛି ବିବରଣୀ ଲେଖି ଊର୍ମିଳା କୁହନ୍ତି,"ଝିଅମାନେ ୧୬ କିମ୍ବା ୧୭ ବର୍ଷରେ ବିବାହ କରିଥାନ୍ତି ଏବଂ କିଛି ମାସ ଋତୁସ୍ରାବ ନହେବା ପରେ ଏବଂ ଗର୍ଭବତୀ ହେବାର ସମ୍ଭାବନା ପରେ ହିଁ ସେମାନେ ଆମକୁ ଦେଖା କରିବାକୁ ଆସନ୍ତି। ମୁଁ ସେମାନଙ୍କୁ ଆଇରନ୍ ଏବଂ ଫୋଲିକ୍ ଏସିଡ୍ ପରି ଆବଶ୍ୟକ ପ୍ରସବ ପୂର୍ବ ସପ୍ଲିମେଣ୍ଟ ଦେଇପାରେ ନାହିଁ।

ଗର୍ଭନିରୋଧକ ବିଷୟରେ ପରାମର୍ଶ ବିତରଣ କରିବା ଉର୍ମିଳାଙ୍କ କାର୍ଯ୍ୟର ଅନ୍ୟ ଏକ ବଡ଼ ଅଂଶ, ଏବଂ ଯାହାକୁ ସେ ଭାବନ୍ତି ଅଧିକ ପ୍ରଭାବ ପକାଇପାରେ। ସେ କୁହନ୍ତି, "ମୁଁ ସେମାନଙ୍କୁ ବିବାହ ପୂର୍ବରୁ କେବେବି ଦେଖି ନଥାଏ ତେଣୁ ଗର୍ଭଧାରଣର ବ୍ୟବଧାନ କିମ୍ବା ବିଳମ୍ବ ବିଷୟରେ କହିବାକୁ ସୁଯୋଗ ମିଳି ନଥାଏ। ତେଣୁ ଉର୍ମିଳା ଛୋଟ ଝିଅମାନଙ୍କ ସହ କଥା ହେବା ପାଇଁ ମାସକୁ ଅତି କମ୍‍ରେ ଗୋଟିଏ ବିଦ୍ୟାଳୟ ପରିଦର୍ଶନ କରିବାକୁ ଚେଷ୍ଟା କରନ୍ତି ଏବଂ ବୟସ୍କା ମହିଳାମାନଙ୍କୁ ପରାମର୍ଶ ଦେବା କାର୍ଯ୍ୟରେ ନିୟୋଜିତ କରିବାକୁ ଚେଷ୍ଟା କରନ୍ତି ଏବଂ ଆଶା କରନ୍ତି ଯେ ସେମାନେ ପାଣି ଭରିବା, ଗୋଖାଦ୍ୟ ସଂଗ୍ରହ କରିବା କିମ୍ବା ଅନୌପଚାରିକ ଭାବରେ ଦେଖା କରିବା ସମୟରେ ଛୋଟ ପିଲାମାନଙ୍କୁ କିଛି ସୂଚନା ଦେବେ ।

୫୨ ବର୍ଷୀୟା ଫୁଲକୁୱାର ପ୍ରଥମ ମହିଳାମାନଙ୍କ ମଧ୍ୟରୁ ଜଣେ ଥିଲେ - ଯେତେବେଳେ ଉର୍ମିଳା ୨୦୦୬ ମସିହାରେ ଆରଏଚଓ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ - ଏକ ବନ୍ଧ୍ୟାକରଣ ପାଇଁ ରାଜି ହୋଇଥିଲେ। ସେ ୧୦ ବର୍ଷ ମଧ୍ୟରେ ଚାରୋଟି ପୁଅ ଏବଂ ଗୋଟିଏ ଝିଅକୁ ଜନ୍ମ ଦେଇଥିଲେ। ସେ ଗର୍ଭବତୀ ହେବା ବନ୍ଦ କରିବାକୁ ଚାହୁଁଥିଲେ, ଜାଣିଥିଲେ ତାଙ୍କ ବଢୁଥିବା ପରିବାର କିପରି ସେମାନଙ୍କ ପାଖରେ ଥିବା ଅଳ୍ପ କିଛି ବିଘା ଚାଷ ଜମିଗୁଡିକ ଉପରେ ଚାପ ସୃଷ୍ଟି କରିବ। ସେ ମନେପକାନ୍ତି, "ମୋର ଅପରେସନର ସମସ୍ତ ଅୟୋଜନ କରିବାଠାରୁ ମୋତେ ନାରାୟଣପୁରର ଜିଲ୍ଲା ଚିକିତ୍ସାଳୟକୁ ନେବା ପର୍ଯ୍ୟନ୍ତ ଉର୍ମିଳା ସେଠାରେ ଥିଲା। ସେ ମୋ ସହିତ ରହିଲେ ଓ ପରଦିନ ମୋତେ ଘରକୁ ଆଣିଥିଲେ।

ଦୁଇ ମହିଳାଙ୍କ ମଧ୍ୟରେ ବନ୍ଧନ ରହିଥିଲା ଏବଂ ଯେତେବେଳେ ଫୁଲକୁୱାରଙ୍କ ପୁଅମାନେ ବିବାହ କରିଥିଲେ ଏବଂ ସେମାନଙ୍କର ପ୍ରଥମ ସନ୍ତାନ ଜନ୍ମ ହେବା ପରେ ସେ ଉଭୟ ବୋହୂଙ୍କୁ ଉର୍ମିଳାଙ୍କ ନିକଟକୁ ଆଣିଥିଲେ ଯିଏକି ପରବର୍ତ୍ତୀ ଗର୍ଭଧାରଣର ବ୍ୟବଧାନର ସୁଫଳ ବିଷୟରେ କହିଥିଲେ।

ଫୁଲକୁୱାର ଆଇରନ୍‍ ଟାବଲେଟଗୁଡ଼ିକୁ ଅଣ୍ଟାରେ ଏକ ଛୋଟ ଥଳିରେ ଖୋସି ଦେଇ, ଶାଢିକୁ ସଜାଡି ଚାଲିଯିବାକୁ ପ୍ରସ୍ତୁତ ହେବା ସମୟରେ କୁହନ୍ତି, "ମୁଁ ପ୍ରତି ଦୁଇ ବର୍ଷରେ ଥରେ ଗର୍ଭବତୀ ହେଇଥିଲି, ଏବଂ ମୁଁ ଜାଣେ ଏଥିପାଇଁ କ’ଣ ସହ୍ୟ କରିବାକୁ ପଡେ"। ତାଙ୍କର ଉଭୟ ବୋହୂ କପର-ଟି ଲଗାଇଛନ୍ତି ଏବଂ ପୁନର୍ବାର ଗର୍ଭବତୀ ହେବା ପାଇଁ ଉଭୟ ୩ ରୁ ୬ ବର୍ଷ ଅପେକ୍ଷା କଲେ।

Left: Phulkuwar Karanga says, 'I got pregnant every two years, and I know the toll it takes'. Right: Dr. Anand Ram Gota says, 'RHOs are frontline health workers, they are the face of the health system'
PHOTO • Urmila Dagga
Left: Phulkuwar Karanga says, 'I got pregnant every two years, and I know the toll it takes'. Right: Dr. Anand Ram Gota says, 'RHOs are frontline health workers, they are the face of the health system'
PHOTO • Courtesy: Dr. Gota

ବାମ: ଫୁଲକୁୱାର କରଙ୍ଗା କୁହନ୍ତି, ‘ମୁଁ ପ୍ରତି ଦୁଇ ବର୍ଷରେ ଥରେ ଗର୍ଭବତୀ ହେଇଥିଲି, ଏବଂ ମୁଁ ଜାଣେ ଏହାର ପରିଣାମ କ’ଣ’। ଡାହାଣ: ଡକ୍ଟର ଆନନ୍ଦ ରାମ ଗୋତା କୁହନ୍ତି, ‘ଆରଏଚଓମାନେ ଆଗଧାଡିର  ସ୍ୱାସ୍ଥ୍ୟ କର୍ମୀ, ସେମାନେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ସମ୍ମୁଖ ଭାଗ ଅଟନ୍ତି’

ଗୋଟିଏ ବର୍ଷରେ, ଉର୍ମିଳା ୧୮ କିମ୍ବା ତା’ଠାରୁ କମ୍‍ ବୟସର ଅବିବାହିତା ଝିଅମାନଙ୍କ ମଧ୍ୟରେ ଅବାଞ୍ଛିତ ଗର୍ଭଧାରଣର ଅତି କମ୍‍ରେ ତିନୋଟି ଉଦାହରଣ ଦେଖିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶକୁ ସେମାନଙ୍କ ମାଆମାନେ ଆଣି ଗର୍ଭପାତ କରାଇଥାନ୍ତି। ଗର୍ଭପାତଗୁଡିକ ସାଧାରଣତଃ ଜିଲ୍ଲା ଡାକ୍ତରଖାନାରେ କରାଯାଏ। ଉର୍ମିଳା କୁହନ୍ତି ଯେ ସେମାନେ ତାଙ୍କ ଅବସ୍ଥା ବିଷୟରେ ତାଙ୍କ ସହ ‘ ଲୁକ୍କା ଚୁପି’ (ଲୁଚକାଳି) ଖେଳନ୍ତି। ସେ କୁହନ୍ତି, "ସେମାନେ କ୍ରୋଧିତ ଭାବରେ ମୋର ଗର୍ଭଧାରଣର ନିର୍ଣ୍ଣୟକୁ ବରଖାସ୍ତ କରି ସିରାହା [ସ୍ଥାନୀୟ କବିରାଜ] ପାଖକୁ ଯାଇଥାନ୍ତି, କିମ୍ବା ସେମାନେ ମନ୍ଦିର ଯାଆନ୍ତି ଏବଂ ଋତୁସ୍ରାବକୁ ପୁନଃ ଆରମ୍ଭ କରିବାକୁ ପ୍ରାର୍ଥନା କରନ୍ତି। NFHS-4 ଉଲ୍ଲେଖ କରିଛନ୍ତି ଯେ ରାଜ୍ୟରେ ୪୫ ପ୍ରତିଶତ ଗର୍ଭପାତ ଘରେ କରାଯାଇଥିଲା।

ଏଠାକୁ ଆସୁନଥିବା ପୁରୁଷମାନଙ୍କୁ ଆରଏଚଓ କଠୋର ସମାଲୋଚନା କରନ୍ତି। "ସେମାନେ କ୍ୱଚିତ୍ ଏଠାରେ ମୁହଁ ଦେଖାନ୍ତି [ଏସଏଚସି ରେ]। ପୁରୁଷମାନେ ଭାବନ୍ତି ଗର୍ଭଧାରଣ ମହିଳାଙ୍କର ଏକ ସମସ୍ୟା। କିଛି ପୁରୁଷ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ପାଇଁ ଯାଇଥାନ୍ତି କିନ୍ତୁ ସେମାନେ ସାଧାରଣତଃ ଏହାକୁ ମହିଳାମାନଙ୍କ ଉପରେ ଛାଡି ଦେଇଥାନ୍ତି। ଉପ-କେନ୍ଦ୍ରରୁ କଣ୍ଡୋମ ଆଣିବା ପାଇଁ ମଧ୍ୟ ସେମାନେ [ସ୍ୱାମୀମାନେ] ନିଜ ପତ୍ନୀଙ୍କୁ ପଠାଇଥାନ୍ତି!"

ଏକ ବର୍ଷ ମଧ୍ୟରେ, ଉର୍ମିଳା ଆକଳନ କରିଛନ୍ତି, ବୋଧହୁଏ ତାଙ୍କ କାର୍ଯ୍ୟ କ୍ଷେତ୍ରରେ ଜଣେ ବ୍ୟକ୍ତି ପୁରୁଷ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର  କରାଇଛନ୍ତି। ସେ ଆହୁରି ମଧ୍ୟ କୁହନ୍ତି ଯେ, ଏହି ବର୍ଷ [୨୦୨୦] ମୋ ଗାଁର ଜଣେ ବି ବ୍ୟକ୍ତି ଏଥିପାଇଁ ଯାଇ ନଥିଲେ। "ଆମେ କେବଳ ପରାମର୍ଶ ଦେଇପାରିବୁ, ଆମେ ବାଧ୍ୟ କରିପାରିବୁ ନାହିଁ, କିନ୍ତୁ ଆଶା କରୁଛି ଭବିଷ୍ୟତରେ ଅଧିକ ଆଗକୁ ଆସିବେ।"

ଦିନ ୧୦ ଘଟିକା ପୂର୍ବରୁ ଆରମ୍ଭ ହୋଇଥିବା ତାଙ୍କର ଦୈନନ୍ଦିନ ଲମ୍ବା କାର୍ଯ୍ୟସୂଚୀ ପ୍ରାୟ ସନ୍ଧ୍ୟା ୫ ଘଟିକାରେ ଶେଷ ହେବାକୁ ଯାଉଛି। ସେ ହାଲାମିମୁନମେଟାରେ ଥିବା ତାଙ୍କ ଘରକୁ ସେହି ଏକା ସମୟରେ ଫେରନ୍ତି ଯେଉଁ ସମୟରେ କି ତାଙ୍କର ୪୦ ବର୍ଷୀୟ ପୁଲିସ୍‍ବାଲା ସ୍ୱାମୀ କହ୍ନେୟାଲଲ ଫେରନ୍ତି। ତାପରେ ଏହା ହେଉଛି  ସେମାନଙ୍କ ୬ବର୍ଷର ଝିଅ ପଲକ ପାଖରେ ବସି ତାର  ହୋମ ୱାର୍କ କରାଇବା ଓ ଘରର କିଛି କାମ କରିବାର ସମୟ।

ବଡ ହୋଇ ଉର୍ମିଳା ଜାଣିଥିଲେ ଯେ ସେ ତାଙ୍କ ଲୋକଙ୍କ ପାଇଁ କିଛି କରିବାକୁ ଚାହୁଁଛନ୍ତି ଏବଂ କୁହନ୍ତି ଯେ ସେ ତାଙ୍କ କାମକୁ ଭଲ ପାଆନ୍ତି ଯଦିଓ ଏହା ବିଶେଷ ନିପୁଣତା ଆବଶ୍ୟକ କରେ। ସେ କୁହନ୍ତି, "ଏହି କାମ ମୋତେ ବହୁତ ସମ୍ମାନ ଦେଇଥାଏ। ମୁଁ ଯେକୌଣସି ଗାଁକୁ ମୁଁ ଯାଇପାରିବି ଏବଂ ଲୋକମାନେ ମୋତେ ସେମାନଙ୍କ ଘରକୁ ସ୍ୱାଗତ କରିବେ ଏବଂ ମୋ କଥା ଶୁଣିବେ। ଏହା ହିଁ ମୋର କାମ"।

ଅନୁବାଦ: ଓଡ଼ିଶାଲାଇଭ୍‍

Priti David

Priti David is the Executive Editor of PARI. She writes on forests, Adivasis and livelihoods. Priti also leads the Education section of PARI and works with schools and colleges to bring rural issues into the classroom and curriculum.

Other stories by Priti David
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE