୫୨ ବର୍ଷୀୟ ଓମପ୍ରକାଶ ଚଭନ କହିଲେ, ‘‘ନାରୀ ଚରିତ୍ରରେ ଅଭିନୟ କରୁଥିବା ଜଣେ [ପୁରୁଷ] କଳାକାର ଗୋଟେ ରକ୍ଷଣଶୀଳ ସମାଜରେ ବଞ୍ଚିବା ଭାରି କଷ୍ଟ।’’ ଚଭନଙ୍କୁ ଏବେ ୫୨ ବର୍ଷ। ସେ ଗତ ୩୫ ବର୍ଷ ମଧ୍ୟରେ ଦଶାବତାର ନାଟକରେ ପ୍ରାୟ ୮,୦୦୦ ଥର ମହିଳା ଭୂମିକାରେ ଅଭିନୟ କରିସାରିଛନ୍ତି। 

ଦଶାବତାର ହେଉଛି ଏକ ଧାର୍ମିକ ଲୋକ ନାଟକ। ଦକ୍ଷିଣ ମହାରାଷ୍ଟ୍ର ଓ ଉତ୍ତର ଗୋଆର ଅନ୍ତତଃ ୫୦୦ ବର୍ଷର ପୁରୁଣା। ଏହା ପୌରାଣିକ କଥାବସ୍ତୁ ଭଗବାନ ବିଷ୍ଣୁଙ୍କର ୧୦ଟି ଅବତାର - ମତ୍ସ୍ୟ (ମାଛ), କୁର୍ମ (କଇଁଛ), ବରାହ (ବାର୍‌ହା), ନରସିଂହ (ସିଂହ-ମାନବ), ବାମନ (ଗେଡ଼ା), ପର୍ଶୁରାମ, ରାମ, କୃଷ୍ଣ (ବା ବଳରାମ), ବୁଦ୍ଧ ଓ କଳ୍‌କୀ ଅବତାର ଉପରେ ଆଧାରିତ।  ନାଟକଗୁଡ଼ିକ ବାରମ୍ବାର ମଞ୍ଚସ୍ଥ ହୋଇଥାଏ ଏବଂ କିଛି ଘଣ୍ଟା ଧରି ପରିବେଷିତ ହୋଇଥାଏ। ସାଧାରଣତଃ ଚାଷୀ ଏବଂ ଶ୍ରମିକମାନେ ଏଥିରେ ଅଭିନୟ କରିଥାନ୍ତି। ପାରଂପରିକ ଭାବେ ସେମାନେ ମନ୍ଦିର ଭିତରେ ପରିବେଷଣ କରିଥାନ୍ତି - କେବଳ ପୁରୁଷମାନେ ଅଭିନୟ କରିଥାନ୍ତି। 

ପ୍ରତି ବର୍ଷ ଅକ୍ଟୋବର ମାସରେ, ଧାନ ଅମଳ ପରେ ଦଶାବତାର ଥିଏଟର କମ୍ପାନୀମାନେ ବୁଲିବା ଆରମ୍ଭ କରି ଦିଅନ୍ତି। ମହାରାଷ୍ଟ୍ର ସିନ୍ଧୁଦୁର୍ଗ ଜିଲ୍ଲା ଏବଂ ଉତ୍ତର ଗୋଆର କିଛି ଅଞ୍ଚଳରେ ବୁଲନ୍ତି। ଏହି ଥିଏଟରବାଲାଙ୍କ ସହ ମନ୍ଦିରଗୁଡିକର ଚୁକ୍ତି ହୋଇଥାଏ, ଗ୍ରାମଦେବତାଙ୍କ ବାର୍ଷିକ ଯାତ୍ରା (ଉତ୍ସବ)ରେ ପରିବେଷଣ ପାଇଁ। ଏହାର ଦର୍ଶକ ହେଉଛନ୍ତି ସ୍ଥାନୀୟ ବାସିନ୍ଦା ଓ ମୁମ୍ବାଇରେ କାମ କରିବାକୁ ଆସିଥିବା ବାହାର ଲୋକ। ଏହି ଥିଏଟର କମ୍ପାନୀଗୁଡ଼ିକ ପ୍ରାୟ ୧୫ ଜଣ ସଦସ୍ୟ ବିଶିଷ୍ଟ। ଏହା ଭିତରେ ଥାଆନ୍ତି ୮-୧୦ ଜଣ କଳାକାର, ୩ ଜଣ ବାଦ୍ୟକାର ଓ ୨ ଜଣ ରାନ୍ଧୁଣିଆ। ଗୋଟିଏ ସିଜିନ୍‌ରେ (ଅକ୍ଟୋବରରୁ ମଇ ମଧ୍ୟରେ) ସେମାନେ ପ୍ରାୟ ୨୦୦ଟି ନାଟକ କରିଥାନ୍ତି। 

ବେଳେବେଳେ ଏହି କମ୍ପାନୀମାନଙ୍କୁ ଲୋକଙ୍କ ଘରେ ପରିବେଷଣ ପାଇଁ ନିମନ୍ତ୍ରଣ ଥାଏ। ଏଠାରେ ଚରିତ୍ରମାନେ ପୌରାଣିକ ଥିବା ବେଳେ କାହାଣୀ ମନଗଢା ହୋଇଥାଏ। ମନ୍ଦିରରେ ପରିବେଷଣ ବେଳେ ସେମାନେ ସଂସ୍କୃତମିଶା ମରାଠୀ ଭାଷା ବ୍ୟବହାର କରନ୍ତି। ଯେତେବେଳେ କାହା ଘରେ ପରିବେଷଣ ହୁଏ ସେତେବେଳେ ସେମାନେ ସ୍ଥାନୀୟ ମାଲବାନୀ ଭାଷା ବ୍ୟବହାର କରନ୍ତି। 

୨୦୧୪ ରୁ, ମୁଁ ୟକ୍ଷିଣୀ ଦଶାବତାର କମ୍ପାନୀ ଓ ପାର୍ସେକର କମ୍ପାନୀର ଅନେକ ଫଟୋ ନେଇଛି। ସେମାନେ ବହୁତ ଗାଁ ବୁଲି ସାରିଛନ୍ତି। ସେମାନେଙ୍କ ପରିବେଷଣ ମଧ୍ୟରାତ୍ରରୁ ଆରମ୍ଭ ହୋଇ ସୂର୍ଯ୍ୟ ଉଦୟ ପର୍ଯ୍ୟନ୍ତ ଚାଲେ। ନାଟକ ଦେଖିବାକୁ ପୂରା ପରିବାର ଲୋକ ଆସନ୍ତି ଏପରିକି ବଡ଼ ପିଲାମାନେ ମଧ୍ୟ ରାତି ଅନିଦ୍ରା ହୋଇ ଦେଖନ୍ତି। ଦର୍ଶକଙ୍କ ଭିତରେ କଳାକାରଙ୍କ ପରିବେଷଣ, ତତ୍କାଳ ମନଗଢା କାହାଣୀ ଏବଂ କାହାଣୀର ନୈତିକ କଥା ଦର୍ଶକଙ୍କୁ ବାନ୍ଧି ରଖେ।

 people ask Lord Mansishwar to fulfil their wishes
PHOTO • Indrajit Khambe

ସିନ୍ଧୁଦୁର୍ଗ ଜିଲ୍ଲା ଭେଙ୍ଗୁର୍ଲା ସହରରେ ଯାତ୍ରାବେଳେ ଭଗବାନ ମନସିଶ୍ୱରଙ୍କ ପାଖରେ ଲୋକେ ମନୋସ୍କାମନା କରନ୍ତି। ପ୍ରତିବଦଳରେ ସେମାନେ ଲ୍ୟାମ୍ପ କିଣି ଏକ ଅସ୍ଥାୟୀ ମଞ୍ଚାରେ ଟାଙ୍ଗି ଦିଅନ୍ତି। ଏହି ପେଟ୍ରୋମାକ୍ସ ଲ୍ୟାମ୍ପଗୁଡ଼ିକ ବେଳେବେଳେ ଦଶାବତାର ନାଟକ ପାଇଁ ମଞ୍ଚକୁ ଆଲୋକିତ କରିବାରେ ବ୍ୟବହୃତ ହୋଇଥାଏ। ତେବେ ପରିବେଷଣର ଠିକ୍ ମଧ୍ୟ ଭାଗରେ ନୂଆ ଜାଗାରେ ପୁରୁଣା ଲ୍ୟାମ୍ପ ବଦଳାଇଦେବା ଭଳି ଭୁଲକାରବାର ମୁଁ ଦେଖିଛି।

A male actor playing a female role. He is folding a sari
PHOTO • Indrajit Khambe

ଓମପ୍ରକାଶ ଚଭନ କହନ୍ତି, ‘‘ଅଭିନୟ ଭିତରେ ମୁଁ ସବୁବେଳେ ମହିଳାଙ୍କ ଗୌରବକୁ ରକ୍ଷା କରିଆସିଛି।’’ ଚଭନ ହେଉଛନ୍ତି ୟକ୍ଷିଣି ଦଶାବତାର କମ୍ପାନୀର ବରିଷ୍ଠ କଳାକାର। ମହିଳା ଭୂମିକାରେ ଅଭିନୟ ପାଇଁ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

actors help each other to get dressed.
PHOTO • Indrajit Khambe

ମହାରାଷ୍ଟ୍ର-ଗୋଆ ସୀମାନ୍ତ ସତାର୍ଦା ଗାଁରେ ପୋଷାକ ପିନ୍ଧିବା ପାଇଁ ଅଭିନେତାମାନେ ପରସ୍ପରକୁ ସାହାଯ୍ୟ କରୁଛନ୍ତି। ସେମାନେ ଏହି ଆୟରୁ ପୋଷାକ ଏବଂ ମେକ-ଅପ୍ କିଣନ୍ତି- ଗୋଟିଏ ଶୋ ପାଇଁ ହାରାହାରି ୩୦୦ ଟଙ୍କାର ଖର୍ଚ୍ଚ।

Actors while performing on the stage
PHOTO • Indrajit Khambe

ମାନେଶ୍ୱର ଯାତ୍ରାରେ ଏକ ଅସ୍ଥାୟୀ ଡ୍ରେସିଂ ରୁମ୍‌ରେ କଳାକାରମାନେ ପ୍ରସ୍ତୁତ ହେଉଥିବା ବେଳେ ଉତ୍ସୁକ ଦର୍ଶକମାନେ ତାଙ୍କୁ ଦେଖୁଛନ୍ତି।

Actors playing warriors rehearse their fight scene before the performance in Harmal (Arambol) village
PHOTO • Indrajit Khambe

ହାରମାଲ (ଆରାମ୍ବୋଲ) ଗାଁରେ ପରିବେଷଣ ପୂର୍ବରୁ କଳାକାରମାନେ ଲଢେଇ ଏବଂ ନୃତ୍ୟ ଦୃଶ୍ୟ ଅଭ୍ୟାସ କରୁଛନ୍ତି।

young girls stay awake to watch the play
PHOTO • Indrajit Khambe

ଅଧିକାଂଶା ଦଶାବତାର ପରିବେଷଣ ମଧ୍ୟରାତ୍ରିରେ ଆରମ୍ଭ ହୋଇ ସକାଳ ପ୍ରାୟ ୬ଟା ପର୍ଯ୍ୟନ୍ତ ଚାଲେ। ମଞ୍ଚରେ ପରିବେଷିତ କଥାବସ୍ତୁ ଉପଭୋଗ କରିବାକୁ ଝିଅମାନେ ଅନିଦ୍ରା ରହି ନାଟକ ଦେଖନ୍ତି।

actors in their get up standing outside the temple
PHOTO • Indrajit Khambe

ସମୀର ମହାଦେଶ୍ୱର (ବାମ,କୃଷ୍ଣ ବେଶ ହୋଇଛନ୍ତି; ଉପର କଭର ଫଟୋର ମଝିରେ ମଧ୍ୟ ଅଛନ୍ତି), ୟକ୍ଷିଣୀ ଦଶାବତାର କମ୍ପାନୀର ମାଲିକ, ଏବଂ ଉଦୟ ଲାଡ଼ (ଦକ୍ଷିଣ, ଭୁତ ବେଶରେ) ପ୍ରବେଶ ପାଇଁ ମନ୍ଦିର ବାହାରେ ଅପେକ୍ଷା କରିଛନ୍ତି। ସିନ୍ଧୁଦୁର୍ଗ ଜିଲ୍ଲା ସାୱନ୍ତୱାଡ଼ି ତାଲୁକର ସତର୍ଦା ଗାଁରେ ପରିବେଷଣ ହେଉଛି।

Actors while performing on the stage
PHOTO • Indrajit Khambe

ଯେଉଁ ଗାଁ​‌ରେ ଯାତ୍ରା ହୁଏ, ସେହି ଗାଁରୁ ଅଭିନେତାମାନେ ସହଜରେ ରଂଗମଞ୍ଚର ସାମଗ୍ରୀ ପାଇଯାଆନ୍ତି। ଏଠି ସେମାନେ ଏକ କାଠ ଟେବୁଲ ଉପରେ ଛିଡା ହୋଇଛନ୍ତି ନାଟକର ସଂଳାପ କହିବା ପାଇଁ  

An artist takes a break in a temporary structure
PHOTO • Indrajit Khambe

ମଞ୍ଚକୁ ଯିବା ବାଟରେ ଜଣେ କଳାକାର ଏକ ଅସ୍ଥାୟୀ ନିର୍ମାଣରେ ବିରତି ନେଇଛନ୍ତି। ଏ ହେଉଛି ସିନ୍ଧୁଦୁର୍ଗ ଜିଲ୍ଲା କୁଡ଼ାଲ ତାଲୁକ ଅନ୍ତର୍ଗତ ପିଙ୍ଗୁଲି ଗାଁର ମେଳା।

Artists are performing Dashavatar play outside the temple premises
PHOTO • Indrajit Khambe

ଭେଙ୍ଗୁର୍ଲା ଭଳି ସହର ଯେଉଁଠି ବହୁ ସଂଖ୍ୟାରେ ଲୋକ ମହୋତ୍ସକୁ ଆସିଥାନ୍ତି, ସେଠାରେ ମନ୍ଦିର ବାହାରେ ଦଶାବତାର ପରିବେଷଣ ହୋଇଥାଏ। ସେଥିପାଇଁ ଏକ ଅସ୍ଥାୟୀ ମଞ୍ଚ ତିଆରି ହୋଇଥାଏ। ପଛ ଧାଡ଼ିର ଲୋକଙ୍କୁ ଶୁଭିବା ପାଇଁ କଳାକାରମାନେ ଏଠାରେ ମାଇକ୍ରୋଫୋନ୍ ବ୍ୟବହାର କରନ୍ତି।

Actor performing in play
PHOTO • Indrajit Khambe

ଯେହେତୁ ସେମାନଙ୍କର ଆୟ ସେତେ ଭଲ ନୁହେଁ, କଳାକାରମାନେ ବେଶଭୂଷା ପାଇଁ ସ୍ଥାନୀୟ ଅଞ୍ଚଳରେ ଉପଲବ୍ଧ ଜିନିଷ ବ୍ୟବହାର କରନ୍ତି - ଯେପରିକି ଜଣେ କଳାକାର (ବାମ ପଟେ ଥିବା) କାନଭାସ ଜୋତା ପିନ୍ଧିଛନ୍ତି।

Actors performing in play
PHOTO • Indrajit Khambe

ଦଶାବତାର ‘କାହାଣୀର ନୈତିକ’ ତତ୍ୱ ରହିଛି। ପୌରାଣିକ କାହାଣୀ ବ୍ୟତୀତ ଦୈନନ୍ଦିନ ଜୀବନର ନୈତିକତା ଉପରେ ମଧ୍ୟ ଏଥିରେ କୁହାଯାଇଥାଏ - ଏଥିସହ କିଛି ମନୋରଞ୍ଜନ ମଧ୍ୟ ପରିବେଷିତ ହୋଇଥାଏ।

people have come to watch the Dashavatar play
PHOTO • Indrajit Khambe

ଭେଙ୍ଗୁର୍ଲା ସହରରେ ଦଶାବତାର ଦେଖିବାକୁ ପ୍ରାୟ ୫୦୦ ଲୋକ ଆସିଛନ୍ତି; ସେମାନେ ମଞ୍ଚର ତିନି ପାଖରେ ବସିଛନ୍ତି। ଏଭଳି ଏକ ଥିଏଟରରେ କିଛି କୋହଳତା ଥାଏ - ଯେପରିକି ମଝିରେ ଆଲୁଅ ପରିବର୍ତ୍ତନ ହୋଇପାରେ, ପିଲାମାନେ ଷ୍ଟେଜ ଉପରକୁ ଚଢିପାରନ୍ତି, ଦର୍ଶକଙ୍କ ଭିତରେ ରହି ଜଣେ କଳାକାର ସଂଳାପ କହିପାରନ୍ତି ....

People leaving for home after watching play whole night
PHOTO • Indrajit Khambe

ପୂରା ରାତି ଯାତ୍ରା ଦେଖିବା ପରେ ଦର୍ଶକଙ୍କ ମଧ୍ୟରେ ଥିବା ଶିବଦାବ ଗାଁର ଲୋକେ ଘର ଏବେ ଘରକୁ ଫେରିବା ଆରମ୍ଭ କରିଛନ୍ତି। ଏବେ ସୂର୍ଯ୍ୟ ଉଦୟ ହେଉଛନ୍ତି।

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Indrajit Khambe

Indrajit Khambe lives in Kankavli, in Sindhudurg district, Maharashtra. He turned to photography in 2012 after practising experimental theatre for 10 years and running a computer repair shop.

Other stories by Indrajit Khambe