ସଂପ୍ରତି ଗାଜାରେ ଚାଲିଥିବା ନରସଂହାର କ୍ରମରେ, ୨୦୨୩ ଡିସେମ୍ବର ୭ ତାରିଖ ଦିନ, ଆକ୍ରମଣ ଲକ୍ଷ୍ୟରେ ସଂଘଟିତ ଏକ ବୋମାମାଡ଼ରେ ଆମର ସାଥୀ ଅନୁବାଦକ, କବି, ଲେଖକ, ଶିକ୍ଷାବିତ୍, ସ୍ତମ୍ଭକାର ଏବଂ ସାମାଜିକ କର୍ମୀ, ପାଲେଷ୍ଟାଇନର ରେଫାତ ଆଲାରୀରଙ୍କୁ ହତ୍ୟା କରାଗଲା । କିନ୍ତୁ, ଯେଉଁଦିନ ତାଙ୍କ ସ୍ୱରକୁ ନିରବ କରିଦିଆଗଲା, ସେହିଦିନ ହିଁ ସେ ଲେଖିଥିବା ଏକ କବିତା ଡଜନରୁ ଅଧିକ ଭାଷାରେ ପୃଥିବୀ ସାରା ପ୍ରତିଧ୍ୱନିତ ହେଲା।

ଏହା ସେହି ପୃଥିବୀ ଏବଂ ଠିକ୍ ଏହି ସମୟରେ ହିଁ ଆମେ, ‘ପରୀ’ର ଭାଷା ସଂସାରରେ ଆମ  କାର୍ଯ୍ୟ ସଂପାଦନ ଉପରେ ନଜର ପକାଇବାକୁ ଯାଉଛୁ ! ଏବଂ ଏହି କ୍ରମରେ ପ୍ରଥମେ ରେଫାତଙ୍କ ଶବ୍ଦାବଳୀକୁ ମନରେ ରଖି ଆମେ ଆରମ୍ଭ କରୁଛୁ:

ଭାଷା ଆଉ କିଛି ନୁହେଁ, କେବଳ ଆମ ସଂଘର୍ଷ ଏବଂ ପ୍ରତିବାଦକୁ ସ୍ୱର ପ୍ରଦାନର ପ୍ରୟାସ । ଶବ୍ଦଗୁଡ଼ିକ ଆମର ଅତି ମୂଲ୍ୟବାନ ସଂପଦ, ଯାହାକୁ ଉପଯୋଗ କରି ଆମେ ନିଜକୁ ଏବଂ ଅନ୍ୟମାନଙ୍କୁ ଶିକ୍ଷିତ କରାଇବା ଉଚିତ । ଏବଂ ଏହି ଶବ୍ଦଗୁଡ଼ିକୁ, ଯେତେ ସମ୍ଭବ ସେତେ ଅଧିକ ଭାଷାରେ, ସମସ୍ତଙ୍କ ପାଖରେ ପହଞ୍ଚାଇ ଦେବା ଉଚିତ । ମୁଁ ସେହି ଭାଷାରେ ବି ଶ୍ୱା ସ କରେ ଯାହା ଅଧିକରୁ ଅଧିକ ଲୋକଙ୍କ ମନ ଓ ହୃଦୟକୁ ଛୁଇଁପାରେ... ମାନବ ଜାତି ପାଇଁ ସର୍ବୋତ୍ତମ ସଂଘଟନ ହେଉଛି ଅନୁବାଦ । ଅନୁବାଦ ବାଧାବନ୍ଧନରୁ ମୁକ୍ତି ଦିଏ ଏବଂ ସଂପର୍କର ସେତୁ ଗଠନ ସହିତ ବୋଧଗମ୍ୟତା ସୃଷ୍ଟି କରେ । ହେଲେ, ଖରା ଅନୁବାଦରୁ ଭୁଲ ବୁଝାମଣା ବି ସୃଷ୍ଟି ହୋଇପାରେ ।

ଲୋକଙ୍କୁ ଏକତ୍ର କରିବାରେ, ନୂତନ ବୋଧଶକ୍ତି ସୃଷ୍ଟି କରିବାରେ, ଅନୁବାଦର ସାମର୍ଥ୍ୟ ସଂପର୍କିତ ଏହି ବିଶ୍ୱାସବୋଧରେ ହିଁ ‘ପରୀ’ ଭାଷାରେ ଆମ କାର୍ଯ୍ୟର ମୂଳମନ୍ତ୍ର ନିହିତ:

ଏବଂ ୨୦୨୩ ଆମ ପାଇଁ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ବର୍ଷ ।

ଏ ବର୍ଷ ଆମେ ଦୁଇଟି ନୂଆ ଭାଷାକୁ ସାମିଲ କରିଛୁ – ଛତିଶଗଢ଼ି ଏବଂ ଭୋଜପୁରୀ- ଏବଂ ଏହା ଫଳରେ ‘ପରୀ’ ପ୍ରକାଶ ପାଉଥିବା ଭାରତୀୟ ଭାଷା ସଂଖ୍ୟା ୧୪ରେ ପହଞ୍ଚିଛି ।

ଏ ବର୍ଷ ଏଥିପାଇଁ ବି ବିଶେଷ ଯେ, ଏହି ସମୟରେ ଆମେ ଆମର ନାଁ ‘ପରୀ’ଭାଷା ପାଇଛୁ, ଯଦ୍ୱାରା କି ‘ପରୀ’ର ଭୂମିକା କେବଳ ଇଂରାଜୀ କଥାବସ୍ତୁର ଅନୁବାଦରେ ସୀମିତ ହୋଇ ରହିନାହିଁ, ବରଂ ବାସ୍ତବରେ ଗ୍ରାମୀଣ ସାମ୍ବାଦିକତା କ୍ଷେତ୍ରରେ ଏକ ବହୁଭାଷୀ ମଞ୍ଚ ନିମନ୍ତେ ଯାହା ସବୁ ଦରକାର, ଆମେ ସେହି ସବୁ କାମ କରି ଚାଲିଛୁ ।

ଆମ ଦେଶର ଲୋକଙ୍କ ନିତିଦିନିଆ ଜୀବନରେ କଥିତ ଓ ଲିଖିତ ଭାଷାର ଭୂମିକା ଅନୁଧ୍ୟାନ ଦିଗରେ ଆମ ଅଭିଯାନ ଅବ୍ୟାହତ ରହିଛି । ଅନୁବାଦ ଓ ଭାଷାକୁ କେନ୍ଦ୍ର କରି ପ୍ରସ୍ତୁତ ଆମ ରିପୋର୍ଟ ଏବଂ ବାର୍ତ୍ତାଳାପ ମାଧ୍ୟମରେ ଆମେ ‘ପରୀ’ର ବିଭିନ୍ନ କାର୍ଯ୍ୟକୁ ସ୍ଥାନିତ କରିଛୁ ।

ସଂଖ୍ୟା ଅନୁସାରେ ‘ପରୀ’ଭାଷାର ସଫଳ ଅଭିଯାନ ଉପରେ ଦୃଷ୍ଟିପାତ

‘ପରୀ’ର ସୁବ୍ୟବସ୍ଥା ଏବଂ ଭିନ୍ନ ଭିନ୍ନ ଟିମ୍ ମଧ୍ୟରେ ସମନ୍ୱୟ ରକ୍ଷା ଯୋଗୁଁ ଆମେ ବିଭିନ୍ନ ଭାଷାରେ ପ୍ରକାଶିତ ଆମ ଲେଖାଗୁଡ଼ିକୁ ଯେତେଦୂର ସମ୍ଭବ ସଠିକ ଏବଂ ନିର୍ଭୁଲ ଭାବରେ ଉପସ୍ଥାପନ କରିଛୁ ଏବଂ ବର୍ଦ୍ଧିତ କାର୍ଯ୍ୟଭାର ସହିତ ଖାପ ଖୁଆଇ ପ୍ରତି ସପ୍ତାହରେ, ବିଭିନ୍ନ ଭାରତୀୟ ଭାଷାରେ ପୂର୍ବାପେକ୍ଷା ଅଧିକ ସଂଖ୍ୟକ ଲେଖା ପ୍ରକାଶ କରିଛୁ ! ଆମ ଅନୁବାଦ ଏବଂ ଭାଷା ପ୍ରୟୋଗକୁ ନୂତନ ଦିଗ ଦେବାକୁ ଯାଇ ଆମେ ଅଣ-ଇଂରାଜୀ ଶବ୍ଦ ଲାଗି ଅଡିଓ ଫାଇଲ, ପିଡିଏଫ ସହିତ ଫଟୋ ବିବରଣୀକୁ ନିର୍ଭୁଲ କରିବା ଲାଗି ଫଟୋଚିତ୍ର ସଂଲଗ୍ନ କରିବା ଭଳି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛୁ । ଗୋଟିଏ ନୂତନ ଭାଷାରେ କୌଣସି ଲେଖା ପ୍ରକାଶ କରିବା ସମୟରେ ଆମେ ଭିନ୍ନ ଭିନ୍ନ ଭାଷା ମଧ୍ୟରେ ରହିଥିବା ପାର୍ଥକ୍ୟକୁ କମ୍ କରିବା ଲାଗି ସର୍ବଦା ଉଦ୍ୟମ କରିଆସିଛୁ ଏବଂ ଆମ ଡେସ୍କରେ ବସି ରହି ବି ଅନୁବାଦକୁ ମୂଳ ଲେଖାର ନିକଟବର୍ତ୍ତୀ କରାଇବା ଲକ୍ଷ୍ୟରେ ଆମେ ତିନି ତିନି ଥର ସଂଶୋଧନ କରିଛୁ ।

ଲୋକଙ୍କ କଥାକୁ ସେମାନଙ୍କ ନିଜସ୍ୱ ସ୍ୱରରେ ନିର୍ଭୁଲ ଇଂରାଜୀରେ ଅନୁବାଦ କରିବା ଦିଗରେ ‘ପରୀ’ଭାଷା ସହଯୋଗ କରିଆସୁଛି । କୌଣସି ଚଳଚ୍ଚିତ୍ରର ସବଟାଇଟଲ ହେଉ କିମ୍ବା ଲେଖାରେ ସମ୍ମିଳିତ ଉକ୍ତି କିମ୍ବା ସ୍ଥାନୀୟ ଭାଷା/ ଭାରତୀୟ ଭାଷାରେ ସନ୍ଦର୍ଭ, ଏସବୁର ଆନ୍ତରିକ ସମୀକ୍ଷା ବଳରେ ହିଁ ଲୋକଙ୍କ ଭାଷାରେ ନିହିତ ପ୍ରାମାଣିକତା ଲେଖାର ଇଂରାଜୀ ଅନୁବାଦରେ ପ୍ରତିଫଳିତ ହୁଏ ଏବଂ ଭାଷାରେ ସେମାନଙ୍କର ସ୍ୱତନ୍ତ୍ର ଭାବ ଓ ସଠିକ କଥନର ଧାରା ବଜାୟ ରହେ ।

ଠିକ୍ ସମୟରେ ଉତ୍ତମ ଗୁଣମାନର ଅନୁବାଦ, ଲେଖାରେ ସ୍ଥାନୀୟ ଭାଷାକୁ ପ୍ରାଥମିକତା ଏବଂ ଇଂରାଜୀ ବ୍ୟତୀତ ଅନ୍ୟାନ୍ୟ ଭାଷାରେ ଉପଲବଧ ଡିଜିଟାଲ ବିଷୟବସ୍ତୁର ପାଠକଙ୍କ ସଂଖ୍ୟାବୃଦ୍ଧି ପ୍ରଭୃତି କାରଣରୁ ଆମର ଅନୁଦିତ ଲେଖାଗୁଡ଼ିକର ଗ୍ରହଣୀୟତା ବଢ଼ିଛି ଏବଂ ବାସ୍ତବ କ୍ଷେତ୍ରରେ ଏହାର ଉପଯୋଗୀ ପ୍ରଭାବ ଅନୁଭୂତ ହୋଇଛି ।

ବଙ୍ଗଳା ଭାଷାରେ ମହିଳା ବିଡ଼ି ଶ୍ରମିକଙ୍କ ସ୍ୱାସ୍ଥ୍ୟ ସଂପର୍କିତ ঔদাসীন্যের ধোঁয়াশায় মহিলা বিড়ি শ্রমিকদের স্বাস্থ্য ଶୀର୍ଷକ ସ୍ମିତା ଖାଟୋରଙ୍କ ରିପୋର୍ଟ ବହୁଳ ପ୍ରସାରିତ ହୋଇଥିଲା ଏବଂ ଏହାର ପରିଣାମରେ ଏହି ବିଡ଼ି ଶ୍ରମିକମାନଙ୍କର ମଜୁରି ବୃଦ୍ଧି ପାଇଥିଲା । ସେହିଭଳି ହିନ୍ଦୀ ଭାଷାରେ ପ୍ରଭାତ ମିଲିନ୍ଦଙ୍କ ଦ୍ୱାରା ଅନୁଦିତ जैसलमेर : पवनचक्कियों की बलि चढ़ते ओरण ଶୀର୍ଷକ ପ୍ରୀତି ଡେଭିଡଙ୍କ ରିପୋର୍ଟ ଏବଂ ତା ସହିତ ଉର୍ଜାଙ୍କ ଭିଡିଓକୁ ସ୍ଥାନୀୟ ଲୋକେ ସେମାନଙ୍କ ପ୍ରତିବାଦ ଆନ୍ଦୋଳନରେ ବ୍ୟବହାର କରିଥିଲେ ଏବଂ ଏହା ଫଳରେ ଦେଗରାୟ ଗାଁରେ ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ‘ପତିତ ଭୂମି’ (ଓରଣ) ପୁଣି ଲୋକଙ୍କୁ ଫେରାଇ ଦିଆଯାଇଥିଲା ।

ଅନୁବାଦ ଏବଂ ଅନ୍ୟାନ୍ୟ ଭାଷା କାର୍ଯ୍ୟକ୍ରମରେ ‘ଏଆଇ’ ବା କୃତ୍ରିମ ବୁଦ୍ଧିମତ୍ତା ଭିତ୍ତିକ ଜ୍ଞାନକୌଶଳର ବହୁଳ ପ୍ରୟୋଗ ସତ୍ତ୍ୱେ ଅଧିକରୁ ଅଧିକ ଲୋକଙ୍କୁ ‘ପରୀ’ଭାଷାର ସାଂଗଠନିକ ବିନ୍ୟାସର ବିଭିନ୍ନ ସ୍ତରରେ ସାମିଲ କରାଇବା ପାଇଁ ଏହାର ପ୍ରତିବଦ୍ଧତାରେ ‘ପରୀ’ ଅଟଳ ରହିଆସିଛି । ୨୦୨୩ ବର୍ଷରେ ବିଭିନ୍ନ ସାମାଜିକ ଏବଂ ଭିନ୍ନ ଭିନ୍ନ ରହଣି ସ୍ଥଳରୁ ଉଲ୍ଲେଖନୀୟ ସଂଖ୍ୟକ ଲୋକଙ୍କୁ ‘ପରୀ’ଭାଷା ଟିମରେ ସାମିଲ କରାଯାଇଛି

‘ପରୀ’ ଦ୍ୱାରା ଅନୁବାଦିତ ବହୁସଂଖ୍ୟକ ଲେଖା ବିଭିନ୍ନ ଆଞ୍ଚଳିକ ଗ୍ରାମୀଣ ପୋର୍ଟାଲରେ ପୁନଃପ୍ରକାଶିତ ହୋଇଛି । ସେମାନଙ୍କ ମଧ୍ୟରେ ଅଛନ୍ତି ଭୂମିକା, ମାତୃକା, ଗଣଶକ୍ତି, ଦେଶ ହିତୈଷୀ, ପ୍ରଜା ବାଣୀ ଏବଂ ମିଲୁନ ସାନ୍ୟାଜଣୀ ନାମକ କେବଳ ମହିଳାଙ୍କ ପ୍ରସଙ୍ଗ ପ୍ରତି ଉତ୍ସର୍ଗୀକୃତ ଏକ ମାସିକ ମରାଠୀ ପତ୍ରିକା, ଯେଉଁଥିରେ ୨୦୨୩ ଜାନୁଆରୀରେ ‘ପରୀ’ ସଂପର୍କିତ ଏକ ଉପକ୍ରମଣିକା ପ୍ରକାଶିତ ହୋଇଛି ଏବଂ ଆଗାମୀ ବର୍ଷମାନଙ୍କରେ ଏହି ପତ୍ରିକାରେ, ମହିଳାଙ୍କ ସମସ୍ୟା ସଂପର୍କିତ ‘ପରୀ’ର ସବୁ ଲେଖାର ମରାଠୀ ଅନୁବାଦ ପ୍ରକାଶିତ ହେବ ବୋଲି ସ୍ଥିର କରାଯାଇଛି ।

ଅନୁବାଦ କାର୍ଯ୍ୟ ପ୍ରତି ଦୀର୍ଘସ୍ଥାୟୀ ଏବଂ ସମ୍ବେଦନଶୀଳ ଆଭିମୁଖ୍ୟ କାରଣରୁ ଏ କ୍ଷେତ୍ରରେ ‘ପରୀ’ଭାଷା ନିଜସ୍ୱ ଏକ ସ୍ଥାନ ସୃଷ୍ଟି କରିପାରିଛି । ଭିନ୍ନ ଭିନ୍ନ ଭାରତୀୟ ଭାଷା ବ୍ୟବହାର କରି ବହୁଭାଷୀ ମଞ୍ଚ ସୃଷ୍ଟି କରିବା ଦିଗରେ କାର୍ଯ୍ୟରତ ବିଭିନ୍ନ ସଂଗଠନ ଓ ସଂସ୍ଥାକୁ ଏହା ସନ୍ନିହିତ ଜ୍ଞାନ ଓ ସହଯୋଗ ପ୍ରଦାନ କରିଛି ।

‘ପରୀ’ ଅନୁବାଦରୁ ‘ପରୀ’ଭାଷା ପର୍ଯ୍ୟନ୍ତ

ଏ ବର୍ଷ ଆମେ ବିଭିନ୍ନ ଭାରତୀୟ ଭାଷାରେ ମୌଳିକ ଲେଖା ଗ୍ରହଣ ସହିତ ଏଥି ନିମନ୍ତେ କାର୍ଯ୍ୟଭାର ଅର୍ପଣ କରିବା ଆରମ୍ଭ କରିଛୁ ଏବଂ ଇଂରାଜୀରେ ଚୂଡ଼ାନ୍ତ ସଂପାଦନା ପୂର୍ବରୁ ମୂଳ ଭାଷାରେ ସେଗୁଡ଼ିକର ସଂପାଦନା କରୁଛୁ । ମୂଳ ଭାରତୀୟ ଭାଷାରେ ରିପୋର୍ଟଗୁଡ଼ିକର ସଂପାଦନା କରିବା ସହିତ ଇଂରାଜୀରେ ଏହାର ଚୂଡ଼ାନ୍ତ ପ୍ରକାଶନ ନିମନ୍ତେ ଆମେ ଆମ ସାମର୍ଥ୍ୟ ଗଠନ ପାଇଁ ଲକ୍ଷ୍ୟ ରଖିଛୁ । ଏବଂ ଏ ଦିଗରେ ଅନେକ ପଦକ୍ଷେପ ଗ୍ରହଣ କ୍ରମରେ ସମକାଳୀନ ଭାବରେ ଭିନ୍ନ ଭିନ୍ନ ଦୁଇଟି ଭାଷାରେ କାର୍ଯ୍ୟ ସଂପାଦନ କରୁଥିବା କେତେକ ସଂପାଦକଙ୍କ ସହିତ କାମ ଆରମ୍ଭ କରିଛୁ ।

‘ପରୀ’ରେ ସେମାନଙ୍କର ଲେଖା/ସୃଜନଶୀଳ ଆଲେଖ୍ୟ କିମ୍ବା ଚଳଚ୍ଚିତ୍ରକୁ ସ୍ଥାନ ଦେବା ପାଇଁ ‘ପରୀ’ଭାଷାରେ କାମ କରିଛନ୍ତି ଅନେକ ରିପୋର୍ଟର: ଜିତେନ୍ଦ୍ର ବାସବ, ଜିତେନ୍ଦ୍ର ମୈଦ, ଉମେଶ ସୋଲାଙ୍କି, ଉମେଶ ରାୟ, ବଜେସିଂହ ପାର୍ଗି, କେଶବ ୱାଘମାରେ, ଜୟସିଂହ ଚଭନ, ତର୍ପଣ ସରକାର, ହିମାଦ୍ରି ମୁଖାର୍ଜୀ, ସାୟନ ସରକାର, ଲବଣୀ ଜାଙ୍ଗି, ରାହୁଲ ସିଂହ, ଶିଶିର ଅଗରୱାଲ, ପ୍ରକାଶ ରଣସିଂହ, ସାବିକା ଆବ୍ବାସ, ୱାହିଦୁର ରହମାନ, ଅର୍ଶଦୀପ ଅର୍ଶୀ

‘ପରୀ’ଭାଷାର ସହଯୋଗିତାରେ ‘ପରୀ’ ଏଜୁକେସନ ଟିମ୍ ମଧ୍ୟ ବିଭିନ୍ନ ଭାରତୀୟ ଭାଷାରେ ଛାତ୍ରଛାତ୍ରୀମାନଙ୍କର ମୌଳିକ ଲେଖା ପ୍ରକାଶ କରିଆସୁଛି । ‘ପରୀ’ରେ ରିପୋର୍ଟିଂ କୌଶଳ ଏବଂ ନଥି ପ୍ରସ୍ତୁତି କଳା ଶିଖିବା ଲାଗି ନିଶ୍ଚିତ ସୁଯୋଗ କାରଣରୁ ଅଣ-ଇଂରାଜୀ ପୃଷ୍ଠଭୂମିରୁ ଆସିଥିବା ଯୁବ ପିଢ଼ିର ରିପୋର୍ଟରମାନେ ସେମାନଙ୍କ ପସନ୍ଦର ଭାଷାରେ ଲେଖା ପ୍ରସ୍ତୁତ କରୁଛନ୍ତି । ଅନୁବାଦ ଯୋଗୁଁ ସେମାନଙ୍କର ଏହି ସବୁ ଲେଖା ସଂଖ୍ୟାଧିକ ପାଠକଙ୍କ ପାଖରେ ପହଞ୍ଚୁଛି ।

‘ପରୀ’ରେ ଆଦିବାସୀ ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ ଚିତ୍ରକଳା ସମୂହର ଏକ ବିଶେଷ ଅଭିଲେଖାଗାର ପ୍ରସ୍ତୁତି ଦିଗରେ ‘ପରୀ’ଭାଷାର ଓଡ଼ିଆ ଟିମ୍ ଏକ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଛି । ଏହି ପ୍ରକଳ୍ପର ସମସ୍ତ ରିପୋର୍ଟ ଓଡ଼ିଆ ଭାଷାରେ ପ୍ରସ୍ତୁତ ହୋଇଥିଲା ।

ମହାରାଷ୍ଟ୍ରର ପେଷଣା ଚକି ଗୀତ ବା ଗ୍ରାଇଣ୍ଡମିଲ ସଙ୍ଗସ୍ ଏବଂ ଗୁଜରାଟର କୁଚ୍ଚୀ ଗୀତ ଚୟନ ଓ ପ୍ରଦର୍ଶନ ଲାଗି ଗଠିତ ସଂଗ୍ରହାଗାର ‘ପରୀ’ ନିମନ୍ତେ ଏକ ବଳିଷ୍ଠ ମଞ୍ଚର ରୂପ ନେଇଛି । ଆଞ୍ଚଳିକ ଭାଷାରେ ବିଷୟବସ୍ତୁ ପ୍ରଦାନ ଏବଂ ସହଯୋଗିତା ଭିତ୍ତିରେ କାର୍ଯ୍ୟ ସଂପାଦନ ପ୍ରସ୍ତାବ ନେଇ ଅନେକ ନ୍ୟୁଜ୍ ପୋର୍ଟାଲ ଓ ଅଣ-ସରକାରୀ ସଂସ୍ଥା ସମେତ ବହୁ ସଂଗଠନ ‘ପରୀ’ ସହିତ ଯୋଗାଯୋଗ କରିଛନ୍ତି ।

‘ପରୀ’କୁ ଲୋକଙ୍କ ଭାଷାରେ ଲୋକମାନଙ୍କର ଏକ ଅଭିଲେଖାଗାରର ରୂପ ଦେବା ଲାଗି ‘ପରୀ’ଭାଷା ଅଙ୍ଗୀକାରବଦ୍ଧ । ଏବଂ ଆଗାମୀ ବର୍ଷମାନଙ୍କରେ ଏହି ଲକ୍ଷ୍ୟ ହାସଲ ଦିଗରେ ଅଧିକରୁ ଅଧିକ ପ୍ରୟାସ ଦୃଷ୍ଟିଗୋଚର ହେବ ।

ମୁଖପୃଷ୍ଠ ଅଙ୍କନ : ରିକିନ ସାଙ୍କଲେଚା

ଯଦି ଆମ କାମ ପ୍ରତି ଆପଣଙ୍କର ଆଗ୍ରହ ରହିଛି ଏବଂ ଆପଣ ପରୀ ରେ ଆପଣଙ୍କ ଅବଦାନ ସାମିଲ କରିବାକୁ ଚାହାଁନ୍ତି, ତେବେ ଦୟାକରି ଆମକୁ [email protected] ମେଲ୍ ଆଇଡିରେ ଲେଖନ୍ତୁ । ଆମ ସହିତ କାମ କରିବା ଲାଗି ମୁକ୍ତବୃତ୍ତି ଏବଂ ସ୍ୱା ଧୀନ ଲେଖକ, ରିପୋର୍ଟର, ଫଟୋଗ୍ରାଫର, ଚଳଚ୍ଚିତ୍ର ନିର୍ମାତା, ଅନୁବାଦକ, ସଂପାଦକ, ଚିତ୍ରଶିଳ୍ପୀ ଏବଂ ଗବେଷକମାନଙ୍କୁ ଆମେ ସ୍ୱା ଗତ କରୁଛୁ ।

ପରୀ ଏକ ଲାଭକାରକ ସଂସ୍ଥା ନୁହେଁ ଏବଂ ଆମର ବହୁଭାଷୀ ଅନଲାଇନ୍ ପତ୍ରିକା ଏବଂ ଅଭିଲେଖାଗାରକୁ ପସନ୍ଦ କରୁଥିବା ବ୍ୟକ୍ତିମାନଙ୍କ ଅବଦାନ ଉପରେ ଆମେ ନିର୍ଭର କରୁ । ଆପଣ ଯଦି ପରୀ କୁ କିଛି ଦାନ ଦେବାକୁ ଚାହାଁନ୍ତି, ତେବେ DONATE ଉପରେ କ୍ଲିକ୍ କରନ୍ତୁ ।

ଅନୁବାଦ: ଓଡ଼ିଶାଲାଇଭ୍‍

PARIBhasha Team

PARIBhasha is our unique Indian languages programme that supports reporting in and translation of PARI stories in many Indian languages. Translation plays a pivotal role in the journey of every single story in PARI. Our team of editors, translators and volunteers represent the diverse linguistic and cultural landscape of the country and also ensure that the stories return and belong to the people from whom they come.

Other stories by PARIBhasha Team
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE