ଯେତେବେଳେ କୋଭିଡ୍ -୧୯ ର ଦ୍ୱିତୀୟ ଲହର ଚଳିତ ବର୍ଷ ଓସମାନାବାଦ ଜିଲ୍ଲାରେ କାୟା ବିସ୍ତାର କଲା, ସେତେବେଳେ ଏହା କେବଳ କବାଟ ବାଡ଼େଇଲା ନାହିଁ - ଏହା ସେମାନଙ୍କ ଘର ମଧ୍ୟରେ ଜବରଦସ୍ତ ପ୍ରବେଶ କରିଥିଲା। ତୁଲଜାପୁର ତହସିଲ ସ୍ଥିତ ତୁଲଜା ଭବାନୀ ମନ୍ଦିର ଏହି ସଙ୍କଟକୁ  ତ୍ୱରାନ୍ୱିତ କରିବାରେ ଏକ ବଡ ଭୂମିକା ଗ୍ରହଣ କରିଥିଲା।

କୋଭିଡ -୧୯ ରୁ ମୃତ୍ୟୁମୁଖରୁ ବଞ୍ଚିଥିବା ଜୟସିଂହ ପାଟିଲ ସୁରକ୍ଷା ସୁନିଶ୍ଚିତ ନହେବା ପର୍ଯ୍ୟନ୍ତ ମନ୍ଦିରରୁ ଦୂରେଇ ରହିବାକୁ ଶପଥ ନେଇଛନ୍ତି। ସେ କୁହନ୍ତି,"ମୁଁ ଜଣେ ଭକ୍ତ"। :ମୁଁ ଲୋକଙ୍କ ବିଶ୍ୱାସକୁ ସମ୍ମାନ କରେ। କିନ୍ତୁ ଏକ ମହାମାରୀ ମଧ୍ୟରେ ମନ୍ଦିର ଖୋଲିବା ବୁଦ୍ଧିମତା ନୁହେଁ।"

୪୫ ବର୍ଷୀୟ ପାଟିଲ ତୁଲଜା ଭବାନୀ ମନ୍ଦିର ଟ୍ରଷ୍ଟରେ କିରାଣୀ ଭାବରେ କାର୍ଯ୍ୟ କରନ୍ତି। ସେ କୁହନ୍ତି, "ଚଳିତ ବର୍ଷ ଫେବୃଆରୀରେ ମୋତେ ଶହ ଶହ ଲୋକଙ୍କ ଧାଡ଼ି ପରିଚାଳନା କରିବାକୁ କୁହାଯାଇଥିଲା। ଏହି ମନ୍ଦିର ମହାରାଷ୍ଟ୍ରର ଅନ୍ୟତମ ଲୋକପ୍ରିୟ ତୀର୍ଥସ୍ଥାନ ଅଟେ, ଯେଉଁଠିକୁ ପ୍ରତିଦିନ ଭାରତର ବିଭିନ୍ନ ସ୍ଥାନରୁ ହଜାର ହଜାର ଲୋକ ପରିଦର୍ଶନ କରିବାକୁ ଆସନ୍ତି। "ଭକ୍ତମାନେ ଉଗ୍ର ସ୍ୱଭାବର ଅଟନ୍ତି। ଯଦି ସେମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ  ବାରଣ କରାଯାଏ ତେବେ ସେମାନେ ଆପଣଙ୍କୁ  ଆକ୍ରମଣ କରନ୍ତି। ଭିଡ଼ ପରିଚାଳନା କରିବାବେଳେ ମୁଁ ନିଶ୍ଚିତ ଭାବରେ କୋଭିଡ -୧୯ ଦ୍ୱାରା ସଂକ୍ରମିତ ହୋଇଥିବି।"

ସେ ଏକ ହସ୍ପିଟାଲର ଇଣ୍ଟେନ୍ସିଭ୍ କେୟାର ୟୁନିଟରେ ଅମ୍ଳଜାନ ସହାୟତାରେ ଦୁଇ ସପ୍ତାହରୁ ଅଧିକ ସମୟ ଅତିବାହିତ କରିଥିଲେ। ତାଙ୍କ ରକ୍ତରେ ଅମ୍ଳଜାନର ମାତ୍ରା ୭୫-୮୦ ପ୍ରତିଶତ ଥିଲା- ଡାକ୍ତର କୁହନ୍ତି ଅମ୍ଳଜାନର ମାତ୍ରା ୯୨ ପ୍ରତିଶତରୁ କମ୍ ରହିବା ହେଉଛି ଉଦ୍‍ବେଗଜନକ। ଜୟସିଂହ କୁହନ୍ତି,"ମୁଁ କୌଣସି ମତେ ବଞ୍ଚିଗଲି"। "ଏକମାସ ପରେ ମଧ୍ୟ ମୁଁ କ୍ଳାନ୍ତ ଅନୁଭବ କରୁଛି।"

Jaysingh Patil nearly died of Covid-19 after he was tasked with managing the queues of devotees visiting the temple
PHOTO • Parth M.N.

ମନ୍ଦିର ପରିଦର୍ଶନ କରୁଥିବା ଭକ୍ତଙ୍କ ଧା ଡ଼ି ପରିଚାଳନା ଦାୟିତ୍ୱ ସମ୍ପାଦନା କରୁଥିବା ସମୟରେ ଜୟସିଂହ ପାଟିଲ କୋଭିଡ -୧୯ ସଂକ୍ରମିତ ହୋଇ ସେ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚିଗଲେ

ସେ ଅସୁସ୍ଥ ହେବାର ଏକ ମାସ ପୂର୍ବରୁ, ତାଙ୍କର ୩୨ ବର୍ଷୀୟ ଭାଇ ଜଗଦୀଶ ମଧ୍ୟ ଏହିପରି ସମାନ ଅବସ୍ଥାରୁ ରକ୍ଷା ପାଇ ଯାଇଥିଲେ।। ସେ ପ୍ରାୟ ତିନି ସପ୍ତାହ ହସ୍ପିଟାଲରେ ବିତାଇଥିଲେ, ରକ୍ତରେ ଅମ୍ଳଜାନର ମାତ୍ରା ୮୦ ପ୍ରତିଶତରୁ କମ୍ ରହିଥିଲା। ଜୟସିଂହ କୁହନ୍ତି, "ସେ ମନ୍ଦିରର ଜଣେ ପୁରୋହିତ, ଯେତେବେଳେ ସେ କୋଭିଡ-ପଜିଟିଭ୍‍ ଭକ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ସେତେବେଳେ ସେ ସଂକ୍ରମିତ ହୋଇଥିଲେ। ଆମ ଦୁହିଁଙ୍କର ଭୟାନକ ଅନୁଭୂତି ଥିଲା।"

ଅଭିଜ୍ଞତା ମଧ୍ୟ ବହୁତ ମହଙ୍ଗା ଥିଲା। ଦୁଇ ଭାଇଙ୍କ ଚିକିତ୍ସା ନିମନ୍ତେ ସେମାନେ ପ୍ରାୟ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ।। "ସୌଭାଗ୍ୟବଶତଃ, ଆମେ ବଞ୍ଚିଗଲୁ। କିନ୍ତୁ ହଜାର ହଜାର ଲୋକ ମରୁଛନ୍ତି ଏବଂ ପରିବାରର ସର୍ବନାଶ ହୋଇଯାଉଛି। ଜୟସିଂହ କୁହନ୍ତି,"ଆପଣ ଯେତେ ଚେଷ୍ଟା କଲେ ମଧ୍ୟ ମନ୍ଦିର ମଧ୍ୟରେ ଶାରୀରିକ ଦୂରତା ରକ୍ଷାକରିବା ଅସମ୍ଭବ ଅଟେ।’’

ତୁଲଜାପୁରର ତହସିଲଦାର, ସୌଦାଗର ଟାଣ୍ଡଲେ କୁହନ୍ତି, ଏହି ମନ୍ଦିର ଦ୍ୱାଦଶ ଶତାବ୍ଦୀର ବୋଲି ବିଶ୍ୱାସ କରାଯାଏ, ତୁଲଜା ଭବାନୀ ମନ୍ଦିରର ବାର୍ଷିକ ଆୟ ପ୍ରାୟ ୪୦୦ କୋଟି ଟଙ୍କା। ତୁଲଜାପୁରର ଅର୍ଥନୀତି ମନ୍ଦିର ଉପରେ ନିର୍ଭର କରେ। ମିଠା ଦୋକାନ, ଶାଢୀ ଦୋକାନ, ପ୍ରୋଭିଜନ୍ ଷ୍ଟୋର, ହୋଟେଲ, ଲଜ୍, ଏବଂ ପୁରୋହିତଙ୍କ ପରିବାର - ସମସ୍ତେ ନିଜ ଆୟ ପାଇଁ ତୀର୍ଥଯାତ୍ରୀଙ୍କ ଉପରେ ନିର୍ଭର କରନ୍ତି।

ତାଣ୍ଡଲେ କୁହନ୍ତି, କୋଭିଡର ପୂର୍ବରୁ ମନ୍ଦିରର ଆୟ ହାରାହାରି ଦିନକୁ ପ୍ରାୟ ୫୦୦୦୦ ଟଙ୍କା ଥିଲା। ସେ କୁହନ୍ତି,"ନବରାତ୍ରି ପର୍ବ [ସେପ୍ଟେମ୍ବର-ଅକ୍ଟୋବର] ସମୟରେ ପ୍ରତିଦିନ ଏକ ଲକ୍ଷରୁ ଅଧିକ ଭକ୍ତ ଆସନ୍ତି। କୌଣସି ଏକ ବର୍ଷ, ମନ୍ଦିରକୁ କେବଳ ଗୋଟିଏ ଦିନରେ ସାତ ଲକ୍ଷରୁ ଅଧିକ ଭକ୍ତ ଆସିଥିଲେ।

The Tuljapur temple has been shut since April
PHOTO • Parth M.N.

ଏପ୍ରିଲରୁ ତୁଲଜାପୁର ମନ୍ଦିର ବନ୍ଦ ଅଛି

ତହସିଲ କାର୍ଯ୍ୟାଳୟ ତୀର୍ଥଯାତ୍ରୀମାନଙ୍କୁ ପୂର୍ବ ଅନୁମୋଦିତ ପାସ୍ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ପ୍ରତିଦିନ କେବଳ ୨,୦୦୦ ଲୋକଙ୍କୁ ତୁଲଜାପୁର ସହରରେ ପ୍ରବେଶ କରିବାକୁ ଅନୁମତି ଦେଇଥିଲା। ଏହି ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇଲା ଏବଂ ଜାନୁୟାରୀ ୨୦୨୧ ସୁଦ୍ଧା ପ୍ରତିଦିନ ପ୍ରାୟ ୩୦,୦୦୦ ପରିଦର୍ଶକ ଆସୁଥିଲେ

ତାଣ୍ଡଲେ କହନ୍ତି, ୯୦ ପ୍ରତିଶତରୁ ଅଧିକ ତୀର୍ଥଯାତ୍ରୀ ଓସମାନାବାଦ ବାହାରରୁ ଆସିଥାନ୍ତି। ‘‘ସେମାନେ ସମଗ୍ର ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ଅନ୍ୟାନ୍ୟ ସ୍ଥାନରୁ ଆସିଥାନ୍ତି।’’

ତେଣୁ ପ୍ରଥମ କୋଭିଡ -୧୯ ଲହର ପରେ ୨୦୨୦ ମସିହା ନଭେମ୍ବର ମଧ୍ୟଭାଗରେ ମନ୍ଦିର ଖୋଲିବାରେ ବିପଦ ଥିଲା।  ବିଶେଷକରି ପ୍ରଥମ ଲହର ସମୟରେ ମନ୍ଦିରର ତୀର୍ଥଯାତ୍ରୀମାନେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

ଯଦିଓ ୨୦୨୦ ମସିହା ମାର୍ଚ୍ଚ ମାସ ୧୭ ତାରିଖରୁ ମନ୍ଦିର ବନ୍ଦ ହୋଇଥିଲା ଏବଂ କିଛି ଦିନ ପରେ ଦେଶବ୍ୟାପୀ ତାଲାବନ୍ଦ ହୋଇଥିଲା, ତଥାପି ଭକ୍ତମାନେ ଦେବୀଙ୍କୁ ଦର୍ଶନ କରିବାକୁ ଆସୁଥିଲେ। ନାମ ପ୍ରକାଶ କରିବାକୁ ମନା କରିଥିବା ଜଣେ ଜିଲ୍ଲା ଅଧିକାରୀ କୁହନ୍ତି, "ସେମାନେ ମୁଖ୍ୟ ଦ୍ୱାରକୁ ଆସି ବାହାରୁ ପ୍ରଣାମ କରୁଥିଲେ’’। "ଭକ୍ତମାନେ ତାଲାବନ୍ଦ ପରେ ବି ତୁଲଜାପୁରକୁ ଆସିବାରେ ସଫଳ ହୋଇଥିଲେ। ଏପ୍ରିଲ୍-ମଇ [୨୦୨୦] ମାସରେ ଦିନକୁ ୫,୦୦୦ ରୁ ଅଧିକ ପରିଦର୍ଶକ ଏଠାକୁ ଆସିଥିଲେ। ତାଲାବନ୍ଦ ପରେ ମଧ୍ୟ ଏଠାରେ ସଂକ୍ରମିତଙ୍କ ସଂଖ୍ୟା କମି ନଥିଲା।"

ତାଣ୍ଡଲେ କୁହନ୍ତି, ୨୦୨୦ ମସିହା ମଇ ମାସ ଶେଷରେ, ଯେତେବେଳେ ଜିଲ୍ଲା ପ୍ରଶାସନ ତୁଲଜାପୁରରେ ପୁରୋହିତମାନଙ୍କୁ ପରୀକ୍ଷା କରିଥିଲା ​​- ସେମାନଙ୍କ ମଧ୍ୟରୁ ପ୍ରାୟ ୩୫୦୦ ଜଣ - ୨୦ ପ୍ରତିଶତ କୋଭିଡ -୧୯ରେ ସଂକ୍ରମିତ ହୋଇଥିବାର ଜଣାପଡିଥିଲା। ଜୁନ୍ ମାସଠାରୁ ତହସିଲ ପ୍ରଶାସନ ଲୋକଙ୍କୁ ତୁଲଜାପୁରରେ ପ୍ରବେଶ କରିବା ପୂର୍ବରୁ କୋଭିଡ୍-ନେଗେଟିଭ୍ ରିପୋର୍ଟ ଦାବି କରିବା ଆରମ୍ଭ କରିଥିଲା। ତାଣ୍ଡଲେ କୁହନ୍ତି, "ଏହା ସଂକ୍ରମଣକୁ ନିୟନ୍ତ୍ରଣ କରିଥିଲା"। "କିନ୍ତୁ ପ୍ରଥମ ଲହର ସମୟରେ ତୁଲଜାପୁର ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା"।

ଏହା ଆଶ୍ଚର୍ଯ୍ୟଜନକ ନଥିଲା।

Mandakini (left) and Kalyani Salunkhe make puran polis for the devotees. The temple's closure gives them a break but it has ruined the family income
PHOTO • Parth M.N.
Mandakini (left) and Kalyani Salunkhe make puran polis for the devotees. The temple's closure gives them a break but it has ruined the family income
PHOTO • Parth M.N.

ମନ୍ଦାକିନି (ବାମ) ଏବଂ କଲ୍ୟା ଣୀ ସାଲୁଙ୍କେ ଭକ୍ତମାନଙ୍କ ପାଇଁ ପୁ ରଣ ପୋଲି ତିଆରି କରନ୍ତି ମନ୍ଦିର ବନ୍ଦ ସେମାନଙ୍କୁ ଏକ ବିରତି ଦେଇଥିଲା କିନ୍ତୁ ଏହା ପରିବାରର ଆୟକୁ ଧ୍ୱଂସ କରିଦେଇଛି

କେତେକ ରୀତିନୀତି ପ୍ରଥା କରୋନା ଭାଇରସ୍ ବିସ୍ତାରରେ ସାହାଯ୍ୟ କଲା। ସେଥିମଧ୍ୟରୁ ଗୋଟିଏ ହେଉଛି ପୁରଣ ପୋଲି, ଏକ ଚଟକା ରୁଟି ପରି ଏକ  ମିଠା ପୁରୋହିତମାନଙ୍କ ଘରେ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ କରାଯାଏ। ଏହି ମିଠା ତିଆରି କରିବା ପାଇଁ ଆବଶ୍ୟକ ସାମଗ୍ରୀ ସହିତ ଭକ୍ତମାନେ ପହଁଚିଥାନ୍ତି ଏବଂ ସେଠାରେ କିଛି ପୋଲି ଖାଇବା ପରେ, ସେମାନେ ଅବଶିଷ୍ଟ ମନ୍ଦିରରେ ଦେବୀଙ୍କୁ ଅର୍ପଣ କରନ୍ତି।

କୋଭିଡ ପୂର୍ବ ଦିନରେ, ୬୨ ବର୍ଷୀୟା ମନ୍ଦାକିନି ସାଲୁଙ୍କେ ପ୍ରତିଦିନ ପ୍ରାୟ ୧୦୦ ଜଣ ଭକ୍ତଙ୍କ ପାଇଁ ପୁରଣ ପୋଲି ତିଆରି କରିଥିଲେ। ତାଙ୍କ ପୁଅ ୩୫ ବର୍ଷୀୟ ନାଗେଶ ମନ୍ଦିରର ପୁରୋହିତ ଅଟନ୍ତି। "ପର୍ବପର୍ବାଣି ସମୟରେରେ ପ୍ରସ୍ତୁତ ସଂଖ୍ୟାର ଆକଳନ କରିବା କଥା କୁହନ୍ତୁନି। ସେ କୁହନ୍ତି, ମୁଁ ମୋର ପୁରା ଜୀବନ ଏହା କରିବାରେ ବିତେଇଛି। "ମୋ ଜୀବନରେ ପ୍ରଥମ ଥର ପାଇଁ ମୋତେ ଟିକିଏ ବିଶ୍ରାମ ନେବାକୁ ମିଳିଛି। କିନ୍ତୁ ପ୍ରଥମ ଲହର ସମୟରେ ମଧ୍ୟ ଜନଗହଳି ରହୁଥିଲା।’’

ପୁରଣ ପୋଲି ତିଆରି କରିବା କୌଣସି ସହଜ କାମ ନୁହେଁ। ସ୍ୱାଦକୁ ଠିକ୍ କରିବା ବ୍ୟତୀତ, ଉଭୟ ପାର୍ଶ୍ୱକୁ ଭାଜିବା ପାଇଁ ଗୋଲାକାର ପୋଲିକୁ ଏକ ଗରମ ପ୍ୟାନରେ ଓଲଟାଇବାକୁ ପଡିଥାଏ। ନାଗେଶଙ୍କ ୩୦ ବର୍ଷୀୟା ପତ୍ନୀ କଲ୍ୟାଣୀ କୁହନ୍ତି, ‘‘ତୁଲଜାପୁରରେ ଜଣେ ବି ମହିଳା ନାହାନ୍ତି, ଯାହାର ହାତରେ ଜ୍ୱଳନ୍ତ ଚିହ୍ନ ନାହିଁ। ନିଶ୍ଚିତ ଭାବେ ଆମକୁ ବିଶ୍ରାମ ମିଳିଛି କିନ୍ତୁ ଏହା ଆମ ଜୀବିକାକୁ ମଧ୍ୟ ଧ୍ୱଂସ କରିଦେଇଛି"।

ନାଗେଶ, ଯାହାର ପୂର୍ବପୁରୁଷମାନେ ମଧ୍ୟ ପୁରୋହିତ ଥିଲେ, ତାଙ୍କର ବୃତ୍ତି ସେ ଉତ୍ତରାଧିକାରୀ ସୂତ୍ରରେ ପାଇଥିଲେ। ଏହା ତାଙ୍କର ଏକମାତ୍ର ଆୟର ଉତ୍ସ। ସେ କୁହନ୍ତି, "ଭକ୍ତମାନେ ଡାଲି, ତେଲ, ଚାଉଳ ଏବଂ ଅନ୍ୟାନ୍ୟ ରାସନ ଆଣିଥାନ୍ତି।" "ଆମେ ସେମାନଙ୍କୁ ଖାଇବାକୁ ଦେବାରେ ସେଥିରୁ କିଛି ବ୍ୟବହାର କରୁ, ଏବଂ ବାକି ସବୁ ଘର ପାଇଁ ରଖିଦେଉ। ଯେତେବେଳେ ଆମେ ଭକ୍ତଙ୍କ ତରଫରୁ ଏକ ପୂଜା କରିଥାଉ, ସେମାନେ ଭକ୍ତିରେ ଆମକୁ ଦକ୍ଷିଣା ଦେଇଥାନ୍ତି। ଆମେ [ପୁରୋହିତ] ପ୍ରାୟ ମାସକୁ ୧୮୦୦୦ ଟଙ୍କା ରୋଜଗାର କରୁଥିଲୁ। ସେଗୁଡ଼ିକ ସବୁ ବର୍ତ୍ତମାନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।"

Gulchand Vyavahare led the agitation to reopen the temple
PHOTO • Parth M.N.

ଗୁଲଚାନ୍ଦ ଭ୍ୟାଭାହାରେ ମନ୍ଦିର ଖୋଲିବା ପାଇଁ ଆନ୍ଦୋଳନର ନେତୃତ୍ୱ ନେଇଥିଲେ

ସେ ଶୀଘ୍ର ସ୍ପଷ୍ଟ କରିଛନ୍ତି ଯେ ସେ ମନ୍ଦିର ଖୋଲିବାକୁ ସମର୍ଥନ କରନ୍ତି ନାହିଁ, କାରଣ ଲୋକଙ୍କ ଜୀବନ ପ୍ରତି ବିପଦ ରହିଛି। "ଅର୍ଥନୀତିକୁ ପୁନର୍ଜୀବିତ କରିବା ପାଇଁ ଆପଣ ଲୋକଙ୍କ ଜୀବନକୁ ବିପଦରେ ପକାଇ ପାରିବେ ନାହିଁ’’। ଆମେ ଏହି ଅସାଧାରଣ ପରିସ୍ଥିତି ବୁଝୁଛୁ ବୋଲି ସେ କୁହନ୍ତି। "ମୁଁ ଚାହେଁ ଆମକୁ କିଛି ସହାୟତା ପ୍ରଦାନ କରାଯାଉ"।

ତୀର୍ଥଯାତ୍ରୀଙ୍କୁ ତୁଲଜାପୁରରୁ ଦୂରେଇ ରଖିବା ପାଇଁ ତହସିଲ କାର୍ଯ୍ୟାଳୟ ପୁରୋହିତ ଏବଂ ସହରର ବାସିନ୍ଦାଙ୍କ ସାହାଯ୍ୟ ଲୋଡ଼ିଥିଲା। ତାଣ୍ଡଲେ କୁହନ୍ତି, "ଆମେ ମୁଖ୍ୟ ପୁରୋହିତଙ୍କ ସହାୟତାରେ ରୀତିନୀତି ଜାରି ରଖିଥିଲୁ"। "ଗତ ବର୍ଷ ନବରାତ୍ରୀ ସମୟରେ ମଧ୍ୟ ଆମେ ଭକ୍ତମାନଙ୍କୁ ଆସିବାକୁ ମନା କରିଥିଲୁ। ଆମେ ତୁଲଜାପୁର ବାହାରର କୌଣସି ବ୍ୟକ୍ତିଙ୍କୁ ବି ମନ୍ଦିର ଭିତରକୁ ଯିବାକୁ ଦେଲୁ ନାହିଁ। ପ୍ରତିବର୍ଷ ଅହମ୍ମଦନଗର [ବୁରହାନଗର ଦେବୀ ମନ୍ଦିର] ରୁ ବହୁତ ଆଡମ୍ବରପୂର୍ଣ୍ଣ ଏକ ପାଲିଙ୍କି ଆସେ, କିନ୍ତୁ ଏଥର ଆମେ ସେମାନଙ୍କୁ କୌଣସି ସ୍ଥାନରେ ନ ଅଟକାଇ କାରରେ ପଠାଇବାକୁ କହିଲୁ।"

କିନ୍ତୁ ଯେତେବେଳେ ଅକ୍ଟୋବର ୨୦୨୦ ରେ ପ୍ରଥମ ଲହର କମିଲା, ଲୋକମାନେ ମହାମାରୀକୁ ଅତୀତର କଥା ଭାବି ନିଜ ସୁରକ୍ଷା ଭାବନା ଛାଡିଦେଲେ।

ତୁଲଜାପୁର ମନ୍ଦିର ପୁନଃ ଖୋଲାଯିବାକୁ ଦାବି କରଗଲା ଏବଂ ନଭେମ୍ବର ୨୦୨୦ମସିହାର ପ୍ରଥମ ସପ୍ତାହରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ଭାରତୀୟ ଜନତା ପାର୍ଟି (ବିଜେପି) ର ଅଫିସ୍ କର୍ମକର୍ତ୍ତାମାନେ ଏହି ବିରୋଧର ନେତୃତ୍ୱ ନେଇଥିଲେ। ବିଜେପିର ଓସମାନାବାଦ ଜିଲ୍ଲା ସଚିବ ଗୁଲଚାନ୍ଦ ବ୍ୟାବାହେର କୁହନ୍ତି, "ହୋଟେଲ, ରେଷ୍ଟୁରାଣ୍ଟ ଏବଂ ବାର୍ ଖୋଲାଗଲା। ତେବେ ମନ୍ଦିରଗୁଡ଼ିକୁ କାହିଁକି ବନ୍ଦ ରଖିବ? "ଲୋକଙ୍କ ଜୀବିକା ଏହା ଉପରେ ନିର୍ଭରଶୀଳ। କୋଭିଡ କେବଳ ମନ୍ଦିର ମାଧ୍ୟମରେ ବିସ୍ତାର କରୁଛି କି? "

ତୁଲଜାପୁରରେ ଅର୍ଥନୀତି, ରାଜନୀତି ଏବଂ ବିଶ୍ୱାସ ପରସ୍ପର ସହ ଜଡ଼ିତ ବୋଲି ଜଣେ ତହସିଲ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ସେ କୁହନ୍ତି, ‘‘ଏହାକୁ ପୃଥକ ଭାବରେ ଦେଖାଯାଇପାରିବ ନାହିଁ।" "ଲୋକମାନେ ଅର୍ଥନୀତି ଉପରେ ଗୁରୁତ୍ୱ ଦିଅନ୍ତି କାରଣ ଏହା ବିଶ୍ୱାସ ଅପେକ୍ଷା ଅଧିକ ବିଶ୍ୱାସଯୋଗ୍ୟ ମନେହୁଏ। ବାସ୍ତବରେ ଏହି ତିନିଜଣ ଏକାଠି ହୋଇ ମନ୍ଦିର ବନ୍ଦକୁ ପ୍ରତିରୋଧ କରିଥିଲେ।"

ସମଗ୍ର ମହାରାଷ୍ଟ୍ରରେ ବ୍ୟାପିଥିବା ମନ୍ଦିର ଖୋଲିବା ଅଭିଯାନ ସଫଳ ହୋଇଥିଲା।୨୦୨୦ ମସିହା ନଭେମ୍ବର ମାସ ମଧ୍ୟଭାଗରେ ମନ୍ଦିର ଖୋଲିବାକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅନୁମତି ଦେଇଥିଲେ।

ତୁଲଜାପୁରର ସ୍ଥାନୀୟ ପ୍ରଶାସନ ତୀର୍ଥଯାତ୍ରୀମାନଙ୍କୁ ପୂର୍ବ ଅନୁମୋଦିତ ପାସ୍ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ଦିନକୁ ମାତ୍ର ୨୦୦୦ ଲୋକଙ୍କୁ ସହରରେ ପ୍ରବେଶ କରିବାକୁ ଅନୁମତି ଦେଇଥିଲା। ଏହି ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇଲା ଏବଂ ୨୦୨୧ ଜାନୁୟାରୀ ମାସ ସୁଦ୍ଧା ପ୍ରତିଦିନ ପ୍ରାୟ ୩୦୦୦୦ ପରିଦର୍ଶକକୁ  ବୃଦ୍ଧି ପାଇଥିଲେ। ଜୟସିଂହ କୁହନ୍ତି, ଏହାକୁ ପରିଚାଳନା କରିବା କଷ୍ଟକର ହେଉଥିଲା। "ଯେତେବେଳେ ୩୦୦୦୦ ପାସ୍ ଦିଆଗଲା, ୧୦୦୦୦ ଅଧିକ ଭକ୍ତ ପାସ୍ ବିନା ଭିତରକୁ ଯିବାକୁ ସଂର୍ଘଷ କରୁଥିଲେ। ସେ କୁହନ୍ତି,‘‘ଦେବୀଙ୍କ ଆଶୀର୍ବାଦ ପାଇବାକୁ ଦୂରରୁ ଆସୁଥିବା ଭକ୍ତମାନେ କୌଣସି କାରଣରୁ 'ନା'  ଶୁଣିବାକୁ ପ୍ରସ୍ତୁତ ନଥିଲେ"। ଦ୍ୱିତୀୟ ଲହର କମିଯିବା ପରେ ମଧ୍ୟ ଆମେ ଆଶ୍ୱସ୍ତ ହୋଇପାରିବା ନାହିଁ। କିଛି ଲୋକଙ୍କ ପାଇଁ ଏହି ଭୂତାଣୁକୁ ହେୟ ମନେକରିବା ସହଜ ଅଟେ। ଯେପର୍ଯ୍ୟନ୍ତ ଆପଣ ଏହା ଅନୁଭବ ନକରିଛନ୍ତି ସେ ପର୍ଯ୍ୟନ୍ତ ଆପଣ ଏହାକୁ ବୁଝିପାରିବେ ନାହିଁ।"

Nagesh Salunkhe has been losing out on the earnings from performing poojas in the Tuljapur temple (right)
PHOTO • Parth M.N.
Nagesh Salunkhe has been losing out on the earnings from performing poojas in the Tuljapur temple (right)
PHOTO • Parth M.N.

ନାଗେଶ ସାଲୁଙ୍କେ ତୁଲଜାପୁର ମନ୍ଦିରରେ ପୂଜାପାଠ କରି କରୁଥିବା ରୋଜଗାରରୁ ବଞ୍ଚିତ ହେଉଛନ୍ତି (ଡାହାଣ)

ତୁଲଜାପୁର ମନ୍ଦିରକୁ ପରିଦର୍ଶକ ବୃଦ୍ଧି ପାଇବା ପରେ ଓସମାନାବାଦ ଜିଲ୍ଲାର କୋଭିଡ ରୋଗୀ ସଂଖ୍ୟା ବୃଦ୍ଧି ପାଇଥିଲା। ଫେବୃଆରୀ ମାସରେ, ଜିଲ୍ଲାରେ ପ୍ରାୟ ୩୮୦ଟି କୋଭିଡ ମାମଲା ରେକର୍ଡ କରାଯାଇଥିଲା। ମାର୍ଚ୍ଚ ମାସରେ ଏହି ସଂଖ୍ୟା ପ୍ରାୟ ୩୦୫୦ ରହିଥିଲା - ନଅ ଗୁଣ ଅଧିକ। ଏପ୍ରିଲ ମାସରେ, ୧୭,୮୦୦ରୁ ଅଧିକ ମାମଲା ରହିଥିଲା, ଯାହା ଓସମାନାବାଦର ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ଭାର ବଢ଼ାଇଥିଲା।

ନାମ ପ୍ରକାଶ କରିବାକୁ ଚାହୁଁ ନ ଥିବା ଜଣେ ଜିଲ୍ଲା ଅଧିକାରୀ କୁହନ୍ତି, "ତୁଲଜାପୁରର ମନ୍ଦିର ବ୍ୟତୀତ ଓସମାନାବାଦରେ ଅନ୍ୟ କୌଣସି ସ୍ଥାନ ନଥିଲା ଯେଉଁଠାରେ ଏତେ ପରିମାଣରେ ଜନସମାଗମ ହୋଇଥିଲା’’। "ଏଥିରେ କୌଣସି ସନ୍ଦେହ ନାହିଁ ଯେ ଏହା କୋଭିଡ -୧୯ ର ଦ୍ୱିତୀୟ ଲହରକୁ ତୀବ୍ର କରିଥିଲା।। ଏହା କୁମ୍ଭ [ଉତ୍ତରପ୍ରଦେଶରେ] ସହିତ ସମାନ ଥିଲା କିନ୍ତୁ ଅଳ୍ପ ସଂଖ୍ୟାରେ"।

ଯେତେବେଳେ ଦ୍ୱିତୀୟ ଲହର ସମୟରେ ତୁଲଜାପୁରର ପୁରୋହିତମାନଙ୍କର କୋଭିଡ୍ -୧୯ ପାଇଁ ପରୀକ୍ଷା ହୋଇଥିଲେ, ସେମାନଙ୍କ ମଧ୍ୟରୁ ୩୨ ପ୍ରତିଶତ ସଂକ୍ରମିତ ବୋଲି ଜଣାପଡିଥିଲା। ତାଣ୍ଡଲେ କୁହନ୍ତି, ପ୍ରାୟ ୫୦ ଜଣ ମୃତ୍ୟୁବରଣ କରିଛନ୍ତି।

ଓସମାନାବାଦର ଆଠଟି ତହସିଲ ମଧ୍ୟରୁ ତୁଲଜାପୁର ତହସିଲ ସଂକ୍ରମିତ ସଂଖ୍ୟା ଏବଂ ମୃତ୍ୟୁ ହାରରେ ଦ୍ୱିତୀୟ ସ୍ଥାନରେ ରହିଛି। ଓସମାନାବାଦ ତହସିଲରେ ସର୍ବାଧିକ ସଂକ୍ରମିତ ଏବଂ ମୃତ୍ୟୁହାର ରେକର୍ଡ ହୋଇଛି କାରଣ ଏହା ଜିଲ୍ଲାର ଏକମାତ୍ର ପ୍ରମୁଖ ସରକାରୀ ଡାକ୍ତରଖାନା ହେଉଛି ସିଭିଲ୍ ଡାକ୍ତରଖାନା ଯେଉଁଠାରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଗୁରୁତର ରୋଗୀ ଆସି ଚିକିତ୍ସିତ ହେଉଛନ୍ତି।

ମରୁଡ଼ି, ଦୁର୍ଦ୍ଦଶା ଏବଂ ଋଣର ସାକ୍ଷୀ ରହିଥିବା ମରାଠାୱାଡାର କୃଷି ଅଞ୍ଚଳରେ ଓସମାନାବାଦ ରହିଛି ଏବଂ ମହାରାଷ୍ଟ୍ରରେ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଥିବା ଅଧିକାଂଶ ଚାଷୀ ଏହି ଅଂଚଳର। ଜଳବାୟୁ ପରିବର୍ତ୍ତନ, ଜଳ ଅଭାବ ଏବଂ କୃଷି ସଙ୍କଟ ସହିତ ମୁକାବିଲା କରିଆସୁଥିବା ଜିଲ୍ଲାର ଲୋକମାନଙ୍କ ସ୍ୱାସ୍ଥ୍ୟ ପାଇଁ ପର୍ଯ୍ୟାପ୍ତ ଚିକିତ୍ସା ଭିତ୍ତିଭୂମି ଉପଲବ୍‌ଧ ନାହିଁ।

Sandeep Agarwal does not mind losing sales from shutting his grocery shop until it is safe for the town to receive visitors
PHOTO • Parth M.N.

ଯେପର୍ଯ୍ୟନ୍ତ ସହରକୁ ପରିଦର୍ଶକ ଆସିବା ନିରାପଦ ହୋଇନାହିଁ ସେପର୍ଯ୍ୟନ୍ତ ସନ୍ଦୀପ ଅଗ୍ରୱାଲ ତାଙ୍କ ଗ୍ରୋସରୀ ଦୋକାନ ବନ୍ଦ କାରଣରୁ ଆୟ ହରାଇବାକୁ ଉଚିତ୍‍ ମନେ କରନ୍ତି

ଚଳିତ ବର୍ଷ ଏପ୍ରିଲ ମାସରେ, ଯେତେବେଳେ ତୁଲଜା ଭବାନୀ ମନ୍ଦିର ପୁଣି ଥରେ ବନ୍ଦ ହୋଇଗଲା, ତୁଲଜାପୁରରେ ଗାଡ଼ିଚାଲିବା ବନ୍ଦ ହୋଇଗଲା, ଦୋକାନଗୁଡ଼ିକ ବନ୍ଦ ହୋଇଗଲା ଏବଂ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ସହରକୁ ନିରବତା ଫେରି ଆସିଲା।

ନାମ ପ୍ରକାଶ କରିବାକୁ ଇଚ୍ଛା କରୁନଥିବା ଜଣେ ଜିଲ୍ଲା ଅଧିକାରୀ କହିଛନ୍ତି, "ଏହି [ରାଜନୈତିକ] ସମୟରେ ମନ୍ଦିରକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବନ୍ଦ ରଖିବା ବିପଦପୂର୍ଣ୍ଣ ଅଟେ" "ଏହା ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିପାରେ।"

କିନ୍ତୁ ତୁଲଜାପୁରର ଲୋକମାନେ ନିରାପଦରେ ରହିବାକୁ ସ୍ଥିର କଲେ, ଯଦିଓ ଦୁର୍ବଳ ଅର୍ଥନୀତି ସେମାନଙ୍କୁ ସିଧାସଳଖ ପ୍ରଭାବିତ କରୁଥିଲା।

ସହରରେ କିରାନା (ଗ୍ରୋସରୀ) ଦୋକାନ ଚଳାଉଥିବା ୪୩ ବର୍ଷୀୟ ସନ୍ଦୀପ ଅଗ୍ରୱାଲ କୁହନ୍ତି ଯେ କୋଭିଡ ପୂର୍ବରୁ ତାଙ୍କର ଦୈନିକ ବିକ୍ରି ପ୍ରାୟ ୩୦୦୦୦ ଟଙ୍କା ଥିଲା ବର୍ତ୍ତମାନ ତାହା ପ୍ରାୟ ଶୂନ୍ୟ ହେଇଯାଇଛି। ବନ୍ଦ ରହିଥିବା ଦୋକାନ ପାଖରେ ସେ ଛିଡ଼ାହୋଇ କୁହନ୍ତି, "ମୁଁ ଚାହେଁ ନାହିଁ ଯେ ଦେଶର ଅଧିକାଂଶ ଅଂଚଳରେ ଟୀକାକରଣ ନସରିବା ପର୍ଯ୍ୟନ୍ତ ମନ୍ଦିର ଖୋଲୁ’’। “ଆମେ କେବଳ ଥରେ ବଞ୍ଚିବୁ। ଯଦି ଆମେ ମହାମାରୀରୁ ବଞ୍ଚିବା, ତେବେ ଆମେ ଅର୍ଥନୀତିକୁ ପୁନର୍ଜୀବିତ କରିପାରିବୁ। ଯେଉଁମାନେ ମନ୍ଦିର ଖୋଲିବାକୁ ଆଗ୍ରହୀ, ସେମାନେ ଓସମାନାବାଦରେ ରୁହନ୍ତି ନାହିଁ।"

ଅଗ୍ରୱାଲ ଠିକ୍‍ କହୁଛନ୍ତି।

ତୁଲଜା ଭବାନୀ ମନ୍ଦିରର ମହନ୍ତ (ବରିଷ୍ଠ ପୁରୋହିତ) ଟୁକୋଜିବୁଆ ଦେଶର ବିଭିନ୍ନ ସ୍ଥାନରୁ ମନ୍ଦିର କେବେ ଖୋଲିବ ବୋଲି ଜାଣିବାକୁ ଚାହୁଁଥିବା ଲୋକମାନଙ୍କଠାରୁ ଦିନକୁ ଅତି କମ୍‌ରେ ୨୦ ଟି ଫୋନ୍ କଲ୍‍ ରିସିଭ୍‍ କରୁଥିଲେ। ସେ କୁହନ୍ତି, "ମୁଁ ସେମାନଙ୍କୁ କହୁଛି ଯେ ଲୋକଙ୍କ ଜୀବନ ବିପଦରେ ଅଛି ଏବଂ ଆସନ୍ତୁ ଧରିବା ଯେ ଆମେ ୨୦୨୦ ଏବଂ ୨୦୨୧ କୁ ସ୍ୱାସ୍ଥ୍ୟସେବା ପାଇଁ ଉତ୍ସର୍ଗ କରିଛୁ।" "ତୁମେ ଓ ତୁମର ବିଶ୍ୱାସ ମଧ୍ୟରେ ଏହି ଭୂତାଣୁ ଆସିପାରିବ ନାହିଁ। ଆପଣ ଯେଉଁଠାରେ ଅଛନ୍ତି ସେଠାରେ ରୁହନ୍ତୁ ଏବଂ ଦେବୀଙ୍କୁ ପ୍ରାର୍ଥନା କରନ୍ତୁ"।

ତଥାପି, ତୁଲଜା ଭବାନୀଙ୍କ ଭକ୍ତମାନେ ବ୍ୟକ୍ତିଗତ ଭାବରେ ତାଙ୍କ ଆଶୀର୍ବାଦ ଗ୍ରହଣ କରିବାକୁ କିମ୍ବା ଅନ୍ତତଃ ପକ୍ଷେ ତାଙ୍କ ମନ୍ଦିରର ଦ୍ୱାରକୁ ସ୍ପର୍ଶ କରିବାକୁ ଇଚ୍ଛା କରନ୍ତି ବୋଲି ମହନ୍ତ ମୋତେ କୁହନ୍ତି।

Mahant Tukojibua has been convincing the temple's devotees to stay where they are and pray to the goddess from there
PHOTO • Parth M.N.

ମହନ୍ତ ତୁକୋଜିବୁଆ ମନ୍ଦିରର ଭକ୍ତମାନଙ୍କୁ ଯେଉଁଠାରେ ଅଛନ୍ତି ସେଠାରେ ରହିବାକୁ ଏବଂ ସେଠାରୁ ଦେବୀଙ୍କୁ ପ୍ରାର୍ଥନା କରିବାକୁ କହୁଥିଲେ

ଯେପରି ଟୁକୋଜିବୁଆ କହିବା ଶେଷ କଲେ, ତାଙ୍କ ଫୋନ୍ ବାଜିଲା। ତୁଲଜାପୁରଠାରୁ ୩୦୦ କିଲୋମିଟର ଦୂରରେ ଥିବା ପୁଣେରୁ ଜଣେ ଭକ୍ତଙ୍କର ଏହି କଲ୍‌ଟି ଥିଲା।

"ସାଷ୍ଟାଙ୍ଗ ନମସ୍କାର," ଭକ୍ତ ତାଙ୍କୁ ଅଭିବାଦନ ଜଣାଇଛନ୍ତି।

"କେମିତି ଅଛନ୍ତି,?" ମହନ୍ତଙ୍କୁ ପଚାରନ୍ତି।

"ମନ୍ଦିର ଶୀଘ୍ର ଖୋଲିବା ଆବଶ୍ୟକ" ବୋଲି ପୁଣେରୁ ବକ୍ତା ଅନୁରୋଧ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘‘ଭଗବାନ କଦାପି ଭୁଲ୍ କରିବେ ନାହିଁ’’। "ଆମେ ସକାରାତ୍ମକ ଭାବିବା ଜରୁରୀ। ଆମେ ଯାହା କିଛି ବି ଆଜି  ତୁଲଜା ଭବାନୀ ମା’ଙ୍କ ପାଇଁ। ଏପରିକି ଡାକ୍ତରମାନେ ଆମକୁ ଭଗବାନଙ୍କ ଉପରେ ବିଶ୍ୱାସ ରଖିବାକୁ କୁହନ୍ତି।"

ଟୁକୋଜିବୁଆ ତାଙ୍କ ସହ ଯୁକ୍ତି କରନ୍ତି ଏବଂ ତାଙ୍କୁ ଅନଲାଇନରେ ପ୍ରସାରିତ ପୂଜା ଅନୁସରଣ କରିବାକୁ କୁହନ୍ତି। କୋଭିଡ -୧୯ ତାଲାବନ୍ଦ ଆରମ୍ଭ ହେବା ପରଠାରୁ ଏହି ମନ୍ଦିର ଏହାର ରୀତିନୀତି ପ୍ରସାରଣ କରିଆସୁଛି।

କିନ୍ତୁ ଭକ୍ତ ଜଣକ ସନ୍ତୁଷ୍ଟ ନୁହନ୍ତି। ସେ ପୁରୋହିତଙ୍କୁ କୁହନ୍ତି, "ମନ୍ଦିରରେ ଭିଡ଼ କାରଣରୁ କୋଭିଡ କେବେ ବିସ୍ତାର ହୋଇନଥାନ୍ତା" ଏବଂ ମନ୍ଦିର ଖୋଲିବା ମାତ୍ରେ ହିଁ ସେ ୩୦୦ କିଲୋମିଟର ଦୂରତା ଚାଲିକରି ଆସିବାକୁ ପ୍ରତିଜ୍ଞା କରିଛନ୍ତି।

ଅନୁବାଦ: ଓଡ଼ିଶାଲାଇଭ୍‍

Parth M.N.

Parth M.N. is a 2017 PARI Fellow and an independent journalist reporting for various news websites. He loves cricket and travelling.

Other stories by Parth M.N.
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE