ସୁବ୍ରତ ଅଦକ  କହିଲେ "ବଙ୍ଗର ବହୁତ କୃଷକ ଏହି ଆଇନ୍‍ ବିଷୟରେ ଜାଣିନାହାନ୍ତି । ତେଣୁ ମୁଁ ମୋ ଗ୍ରାମରୁ କିଛି ଲୋକଙ୍କୁ ଆଣିଥିଲି, ସେମାନେ ଏଠାରେ ଥିବା ନେତାଙ୍କ କଥା ଶୁଣିବେ, ସେମାନେ ଯାହା କହିବେ ତାକୁ ବୁଝିବେ ଏବଂ ଆଜି ଘରକୁ ଯିବା ପରେ ତାଙ୍କ ପଡୋଶୀ ଓ ସାଙ୍ଗମାନଙ୍କୁ ଏ ବିଷୟରେ କହିବେ।"

ମାର୍ଚ୍ଚ ୧୪ ଦିନ ସିଙ୍ଗୁରରେ ଅନୁଷ୍ଠିତ ହୋଇଥିଵା ବିକ୍ଷୋଭକୁ ଜଣେ ୩୧ ବର୍ଷୀୟ କୃଷକ ପ୍ରାୟ ୧୦ କିଲୋମିଟର ଦୂର କମଲପୁରର ବାରା ଗ୍ରାମରୁ ଆସିଥିଲେ । ଦିଲ୍ଲୀର ସୀମାରେ ତିନୋଟି କୃଷି ଆଇନ୍‍ ବିରୁଦ୍ଧରେ ବିକ୍ଷୋଭ କରୁଥିବା ସଂୟୁକ୍ତ କିଷାନ ମୋର୍ଚ୍ଚାର ନେତାମାନେ, କୃଷକମାନେ ଏବଂ ସଂଘଗୁଡିକ,ଏହି ଆଇନ୍‍ର କୁପରିଣାମ ବିଷୟରେ ଲୋକମାନଙ୍କୁ ସଚେତନ କରାଇବା ନିମନ୍ତେ ମାର୍ଚ୍ଚ ମାସର ମଧ୍ୟଭାଗରେ ପଶ୍ଚିମବଙ୍ଗ ଆସିଥିଲେ । ସେମାନେ ସିଙ୍ଗୁର ବ୍ୟତୀତ ଆସନସୋଲ, କୋଲକତା ଏବଂ ନନ୍ଦିଗ୍ରାମରେ ବୈଠକ କରିଥିଲେ ।

ସିଙ୍ଗୁରର ନବପଲ୍ଲୀ ଅଞ୍ଚଳରେ ଦିନ ୧୧ଟାରୁ ମଧ୍ୟାହ୍ନ ୧ଟା ମଧ୍ୟରେ ଆୟୋଜନ କରାଯାଇଥିବା କ୍ଷୁଦ୍ର ସମାବେଶରେ ପ୍ରାୟ ୫୦୦ରୁ ୨୦୦୦ ମଧ୍ୟରେ କୃଷକ ଏବଂ ସମର୍ଥକ ଅଂଶଗ୍ରହଣ କରିଥିଲେ । ଟାଟା ମୋଟରର ନାନୋ କାର୍‍ କାରଖାନା ପାଇଁ ପ୍ରାୟ ୯୯୭ ଏକର ଚାଷ ଜମି ଅଧିଗ୍ରହଣ ସମୟରେ ଉତ୍ତରପଶ୍ଚିମ କଲିକତାଠାରୁ ୪୦ କିଲୋମିଟର ଦୂରରେ ଥିବା ଏହି ସହରରେ ଏକ ନିର୍ଣ୍ଣାୟକ ବିକ୍ଷୋଭ ୨୦୦୬-୦୭ ମସିହାରେ ହୋଇଥିଲା । ୨୦୧୬ ରେ ଉଚ୍ଚତମ ନ୍ୟାୟାଳୟ ରାଜ୍ୟ ସରକାରଙ୍କୁ କୃଷକମାନଙ୍କ ଜମି ଫେରାଇବା ନିମନ୍ତେ ଆଦେଶ ଦେଲେ, କିନ୍ତୁ ଆଜି ମଧ୍ୟ ବହୁତ ଜମି ଅନୁର୍ବର ରହିଛି ।

ସୁବ୍ରତ କହିଲେ "ମୁଁ ଜଣେ କୃଷକ ହୋଇଥିବାରୁ, ଭାରତରେ କୃଷିର ଅବସ୍ଥା ବିଷୟରେ ଜାଣେ", ଯେ କି ଆଠ ବିଘା ଜମିରେ ଆଳୁ ଏବଂ ପିଆଜ ଚାଷ କରନ୍ତି (ପଶ୍ଚିମବଙ୍ଗରେ ଏକ ବିଘା ୦.୩୩ ଏକର ସହ ସମାନ)। ଭାରତର ସ୍ୱାଧିନତା ପୂର୍ବରୁ ମଧ୍ୟ ଇଂରେଜମାନେ ନୀଳ ଚାଷୀମାନଙ୍କୁ ଶୋଷଣ କରୁଥିଲେ। ବର୍ତ୍ତମାନର ସରକାର ସେଇ ସମାନ ଅବସ୍ଥା ପୁଣି ଆଣୁଛି । ଆଳୁ ଚାଷରେ ଖର୍ଚ୍ଚ ବଢିଛି, ମଞ୍ଜିର ମୂଲ୍ୟ ବଢିଛି । ଆମେ କେମିତି ବଞ୍ଚିବୁ ଯଦି ଆମେ ଏହି କଠିନ ପରିଶ୍ରମର ମୂଲ୍ୟ ନ ପାଉ ଏବଂ ବ୍ୟବସାୟିକ ସଂସ୍ଥାକୁ ପ୍ରକୃତ ଲାଭ ମିଳେ ?

Left: Farmers from Singur and nearby areas gathered for the 'mahapanchayat' on March 14. Centre: Amarjeet Singh, who came from the Dunlop locality, said: 'We couldn't go to Delhi [to join the farmers’ protests} but we have come here, and until the black laws are repealed, we will support the agitation'. Right: Jitendra Singh and Navjyot Singh were there because they want the farmers of West Bengal to know more about MSP and the fallouts of the three farm laws
PHOTO • Anustup Roy

ବାମ: ସିଙ୍ଗୁର ଏବଂ ଏହାର ଆଖପାଖ ଅଞ୍ଚଳରୁ ମାର୍ଚ୍ଚ ୧୪ ରେ ‘ମହାପଞ୍ଚାୟତ’ ନିମନ୍ତେ କୃଷକମାନେ ଏକତ୍ରିତ ହୋଇଥିଲେ। କେନ୍ଦ୍ର: ଡନ୍‍ଲପ ଅଞ୍ଚଳରୁ ଆସିଥିବା ଅମରଜିତ୍‍ ସିଂହ କହିଲେ : ଆମେ ଦିଲ୍ଲୀ ଯାଇପାରିଲୁ ନାହଁ [କୃଷକମାନଙ୍କ ଆନ୍ଦୋଳନରେ ଯୋଗଦେବା ପାଇଁ} କିନ୍ତୁ ଆମେ ଏଠାକୁ ଆସିଛୁ ଏବଂ ଏହି କଳା ଆଇନ୍‍ ପ୍ରତ୍ୟାହାର ନ ହେବା ଯାଏଁ ଏହି ଆନ୍ଦୋଳନକୁ ସମର୍ଥନ କରିବୁ’। ଡାହାଣ: ପଶ୍ଚିମବଙ୍ଗର କୃଷକମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଏବଂ ତିନୋଟି କୃଷି ଆଇନର ଅପକାରିତା ବିଷୟରେ ଜଣାଇବା ନିମନ୍ତେ ଜିତେନ୍ଦ୍ର ସିଂହ ଓ ନବଜ୍ୟୋତ ସିଂହ ସେଠାରେ ଥିଲେ ।

ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ବରନଗର ପୌରପାଳିକାଠାରୁ ୩୦ କିଲୋମିଟର ଦୂର ଡନଲୋପରୁ ଆସିଥିବା ୬୫ ବର୍ଷୀୟ ଅମରଜିତ କୌର ସହମତ ହେଲେ,"ଆମ୍ଭେମାନେ ଆନ୍ଦୋଳନ ବନ୍ଦ କରିବୁ ନାହିଁ ଏବଂ ଏହି ତିନୋଟି ଆଇନ୍‍ ପ୍ରତ୍ୟାହୃତ ହେଉ"। କୌର ଯାହାର ପୈତୃକ ଘର ଲୁଧିଆନା, ସେଠାରେ ତାଙ୍କ ପରିବାର ମୁଖ୍ୟ ଫସଲ ଧାନ ଓ ଗହମ, ସେ କହିଲେ,"ସରକାର ଆମର ବହୁତ କ୍ଷତି କରିଛନ୍ତି"। ସେମାନେ ବିମୁଦ୍ରୀକରଣ ଆଣିଲେ, କାହାର ଏବେ ନିଯୁକ୍ତି ନାହିଁ । ଆମ୍ଭେମାନେ ଦିଲ୍ଲୀ ଯାଇପାରିଲୁ ନାହିଁ (କୃଷକମାନଙ୍କ ଆନ୍ଦୋଳନରେ ଯୋଗଦେବାକୁ) କିନ୍ତୁ ଆମେ ଏଠାକୁ ଆସିଛୁ, ଏବଂ କଳା ଆଇନ ପ୍ରତ୍ୟାହାର ନହେବା ଯାଏଁ, ଆମେ ଏହି ଆନ୍ଦୋଳନକୁ ସମର୍ଥନ କରିବୁ"।

କୃଷକମାନେ ଯେଉଁ ଆଇନ ବିରୋଧରେ ପ୍ରତିବାଦ କରୁଛନ୍ତି ସେଗୁଡିକ ହେଲା କୃଷକଙ୍କ ଉତ୍ପାଦିତ ସାମଗ୍ରୀର ବ୍ୟବସାୟ ଓ ବାଣିଜ୍ୟ ଓ (ପ୍ରସାର ଓ ସୁବିଧା ପ୍ରଦାନ) ଆଇନ,୨୦୨୦ ; ଦରଦାମ ପ୍ରତିଶ୍ରୁତି ଓ କୃଷିକ୍ଷେତ୍ର ସେବା ସଂପର୍କିତ କୃଷକଙ୍କ (ସଶକ୍ତୀକରଣ ଏବଂ ସୁରକ୍ଷା) ବୁଝାମଣା ଆଇନ,୨୦୨୦ ; ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନ ୨୦୨୦ । କେନ୍ଦ୍ର ସରକାର ପ୍ରଥମେ ୨୦୨୦ ଜୁନ୍‍ ୫ ତାରିଖ ଦିନ ଏହି ଆଇନଗୁଡିକୁ ଅଧ୍ୟାଦେଶ ରୂପରେ ଜାରି କଲେ, ତା’ପରେ ସେପ୍ଟେମ୍ବର ୧୪ ତରିଖ ଦିନ ଏସବୁକୁ ସଂସଦରେ କୃଷି ବିଲ୍‍ ରୂପରେ ଉପସ୍ଥାପନ କରିବା ପରେ ତରବରିଆ ଭାବେ ସେହି ମାସ ୨୦ ତାରିଖ ଦିନ ଏଗୁଡିକୁ ଆଇନ ରୂପରେ ଗୃହୀତ କରାଇନେଲେ ।

କୃଷକମାନେ ଏହି ଆଇନ୍‍କୁ ସେମାନଙ୍କ ଜୀବିକା ଧ୍ୱଂସ କରି ବୃହତ୍‍ ବ୍ୟବସାୟିକ ସଂସ୍ଥାଗୁଡିକୁ କୃଷକ ଓ କୃଷି ଅପେକ୍ଷା ଅଧିକ ସୁହାଉଥିବା ମନେକରନ୍ତି। ଏହି ଆଇନଗୁଡିକ ପ୍ରତ୍ୟେକ ଭାରତୀୟଙ୍କ ଆଇନଗତ ଅଧିକାରକୁ ପ୍ରଭାବିତ କରି ଭାରତୀୟ ସମ୍ବିଧାନର ଧାରା ୩୨ କୁ ଦୁର୍ବଳ କରୁଥିବା ସମାଲୋଚନା କରାଯାଏ ।

ସିଙ୍ଗୁରଠାରୁ ୨୫ କିଲୋମିଟର ଦୂର ବଲ୍ଲି ସହରର ୫୫ ବର୍ଷୀୟ ଜିତେନ୍ଦ୍ର ସିଂହ ମଧ୍ୟ ସେହି ସମାବେଶରେ ଉପସ୍ଥିତ ଥିଲେ । ସେ ଜଣେ ପରିବହନ ବ୍ୟବସାୟୀ ଅଟନ୍ତି ଏବଂ କହିଲେ ,"ଆମ[ଦେଶର] ପ୍ରାଥମିକ ସମ୍ପଦ କୃଷି ଅଟେ, ଏବଂ କୃଷି ଆଇନ୍‍ ଏହି କ୍ଷେତ୍ରକୁ ଶକ୍ତ ଧକ୍କା ଦେଇଛି। ବିହାରକୁ ଦେଖ ଯେଉଁଠାରେ ମଣ୍ଡି ବ୍ୟବସ୍ଥାକୁ ୨୦୦୬ ରେ ଉଛେଦ କରାଯାଇଛି। ବିହାର କୃଷକମାନେ, ଚାଷ ଜମି ଥିବା ସତ୍ତ୍ୱେ, ପଞ୍ଜାବ ଏବଂ ହରିୟାନାକୁ ଜୀବିକା ଅର୍ଜନ ପାଇଁ ଯାଉଛନ୍ତି।’’

Left: Kalyani Das, Swati Adak and Sontu Das walked to the meeting from Bara Kamalapura, around 10 kilometers away. Middle: Lichu Mahato, a daily wage labourer, said: 'I have come here to know about the farm laws. My life is already in a bad shape and I don't want it to worsen further'. Right: Parminder Kaur and her sister-in-law Manjeet Kaur: 'We haven't come to Singur to support any political party, we have come for our farmers'

ବାମ: କଲ୍ୟାଣି ଦାସ, ସ୍ୱାତି ଅଦକ ଓ ସୋନୁ ଦାସ ଏହି ବୈଠକକୁ ୧୦ କିଲୋମିଟର ଦୂର ବାରା କମଳପୁରରୁ ଯାଇଥିଲେ । କେନ୍ଦ୍ର: ଲିଚୁ ମହତୋ, ଯିଏକି ଜଣେ ଦିନ ମଜୁରିଆ କହିଲେ: ‘ଏହି ଆଇନ ବିଷୟରେ ଅଧିକ ଜାଣିବା ପାଇଁ ମୁଁ ଏଠାକୁ ଆସିଛି। ମୁଁ ଦୁର୍ଦ୍ଦିନରେ ଅଛି ଏବଂ ଏହାକୁ ଅଧିକ ଖରାପ କରିବାକୁ ଚାହୁଁନି ’। ଡାହାଣ: ପରମିନ୍ଦର କୌର ଓ ତାଙ୍କ ଭାଉଜ ମନଜିତ କୌର କହିଲେ: ‘ଆମେ ସିଙ୍ଗୁରରେ କୌଣସି ରାଜନୈତିକ ଦଳକୁ ସମର୍ଥନ କରିବାକୁ ଆସିନୁ, ଆମେ ଏଠାକୁ ଆମ କୃଷକମାନଙ୍କ ପାଇଁ ଆସିଛୁ’

"କାହିଁକି ସେମାନେ [ସରକାର]ସାଧାରଣ ସହାୟକ ମୂଲ୍ୟ ବିଷୟରେ କିଛି କହୁନାହାନ୍ତି ?’’ ବଲ୍ଲିରୁ ସିଙ୍ଗୁର ଆସିଥିବା ୩୦ ବର୍ଷୀୟ ନଭଜିତ ସିଂହ ପଚାରିଲେ , ଯିଏକି ସେଠାରେ ରେସ୍ତୋରାଁ ବ୍ୟବସାୟ କରନ୍ତି । ତାଙ୍କ ପରିବାର ପଞ୍ଜାବର ବର୍ନଳା ଜିଲ୍ଲାର ସେଖା ଗ୍ରାମରେ ୧୦ ଏକର ଜମିରେ ଧାନ ଓ ଗହମ ଚାଷ କରନ୍ତି । "ଏହି ବୈଠକଟି ବଙ୍ଗର କୃଷକମାନଙ୍କୁ ସାଧାରଣ ସହାୟକ ମୂଲ୍ୟ ବିଷୟରେ [ଅଧିକ]ଅବଗତ କରାଇବାପାଇଁ କରାଯାଇଥିଲା ।"

୫୦ ବର୍ଷୀୟା ପରମିନ୍ଦର କୌର, ଯିଏ ହୁଗୁଳି ଜିଲ୍ଲାର ସେରମପୁର ସହରରୁ ଏଠାକୁ ଆସିଥିଲେ (ହୁଗୁଳିର ଜନଗଣନା ଅନୁସାରେ)କହିଲେ, "ଯଦି ଏହି କୃଷି ଆଇନ୍‍ କାର୍ଯ୍ୟକାରୀ ହୁଏ, ଏଠାରେ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ମୂଲ୍ୟ ରହିବ ନାହିଁ ଯେଉଁଥିରେ କି ଆମେ ଫସଲ ବିକ୍ରି କରିପାରିବୁ"। ସେ ହେଉଛନ୍ତି ପଞ୍ଜାବ ସ୍ଥିତ ଲୁଧିଆନାର, ଯେଉଁଠାରେ ତାଙ୍କ ପରିବାରର କିଛି ସଦସ୍ୟ ୧୦ ଏକର କୃଷିକ୍ଷେତ୍ରରେ ମୁଖ୍ୟତଃ ଧାନ ଓ ଗହମ ଚାଷ କରନ୍ତି, ତାଙ୍କର ପରିବାର ପଶ୍ଚିମବଙ୍ଗରେ ପରିବହନ ବ୍ୟବସାୟ କରନ୍ତି। ସେ କହିଲେ,"ଆମେ ସିଙ୍ଗୁର କୌଣସି ରାଜନୈତିକ ଦଳକୁ ସମର୍ଥନ କରିବାକୁ ଆସିନୁ," । ଆମେ ଆମ କୃଷକମାନଙ୍କ ପାଇଁ ଆସିଛୁ।"

୪୨ ବର୍ଷୀୟା କଲ୍ୟାଣି ଦାସ ସିଙ୍ଗୁରଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଥିବା ବାରା କମଳପୁରରୁ ଚାଲି କରି ଆସିଥିଲେ। ସେ ଦୁଇ ବିଘା ଜମିରେ ଆଳୁ, ଭେଣ୍ଡି, ଧାନ ଓ ଝୋଟ ଚାଷ କରନ୍ତି । ସେ କହିଲେ, "ସମସ୍ତ ବସ୍ତୁର ମୂଲ୍ୟ ବଢିଛି," । "ତେଲ, ଗ୍ୟାସ୍‍ ଓ ଅନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁ ଯାହା ଆମେ କିରାନା ଦୋକାନରୁ କିଣୁ । ଆମେ ଆମ ଜମିରେ ନିରନ୍ତର କାମ କରୁ ଏବଂ ଫସଲକୁ ନିକଟସ୍ଥ ବଜାରରେ ବିକ୍ରି କରୁ, କିନ୍ତୁ ଆମ୍ଭେମାନେ ବିଚଳିତ ଯେ ଯଦି ଆମକୁ ଆମ ଫସଲର ଉପଯୁକ୍ତ ମୂଲ୍ୟ ନମିଳେ, ତେବେ ଆମେ କ୍ଷୁଧାରେ ପ୍ରାଣ ତ୍ୟାଗ କରିବୁ ।"

କଲ୍ୟାଣିର ପଡୋଶୀ ୪୩ ବର୍ଷୀୟ ସ୍ୱାତି ଅଦକ, କହିଲେ,"ଆମେ ତିନି ବିଘା ଜମିର ମାଲିକ। ଯେବେଠାରୁ ଆଳୁ ଚାଷର ମୂଲ୍ୟ ବୃଦ୍ଧି ହୋଇଛି, ଆମେ ଅଧିକ ଆଳୁ ଚାଷ କରୁନାହୁଁ । ବହୁତ ଆଳୁଚାଷୀ ଆତ୍ମହତ୍ୟା କରୁଛନ୍ତି କାରଣ ସେମାନେ ଏତେ ପରିଶ୍ରମ କଲାପରେ ବି ଉପଯୁକ୍ତ ମୂଲ୍ୟ ପାଉନାହାନ୍ତି।’’

୫୧ ବର୍ଷୀୟ ଲିଚୁ ମହତ ମଧ୍ୟ ସେହି ବୈଠକରେ  ଉପସ୍ଥିତ ଥିଲେ । ସେ ସିଙ୍ଗୁରରେ ଜଣେ କୃଷି ଶ୍ରମିକ ଭାବେ କାମକରନ୍ତି। ସେ ହୁଗୁଳି ଜିଲ୍ଲାର ବାଲାଗର୍ହ ବ୍ଲକର ମହତୋପରା ଗ୍ରାମରେ ଥିବା ଏକ ଛୋଟ ଜମିରେ ଧାନ ଚାଷ କରନ୍ତି । "ସେ କହିଲେ, ସେ ଦିନକୁ ୨୦୦ ଟଙ୍କା [ମଜୁରି] ପାଆନ୍ତି । ଯଦି ମୋ ପରିବାର ମୋତେ ମଧ୍ୟାହ୍ନ ଭୋଜନ ପାଇଁ ମାଛ ଆଣିବାକୁ କୁହନ୍ତି, ମୁଁ କେମିତି ଏତେ କମ୍‌ ପଇସାରେ ତାହା ଆଣିପାରିବି ? ମୋ ପୁଅ ଟ୍ରେନ୍‍ ରେ ବୁଲା ବିକାଳି, ସେ ପାଣି ବିକ୍ରି କରେ । ମୁଁ କୃଷି ଆଇନ୍‍ ବିଷୟରେ ଜାଣିବାକୁ ଏଠାକୁ ଆସିଛି । ମୋ ଜୀବନ ଖରାପ ଅବସ୍ଥାରେ ଅଛି ଏବଂ ମୁଁ ଏହା ଆହୁରି ଖରାପ ହେଉ ଚାହୁଁନାହିଁ ।

ଅନୁବାଦ - ଓଡ଼ିଶାଲାଇଭ୍‍

Anustup Roy

Anustup Roy is a Kolkata-based software engineer. When he is not writing code, he travels across India with his camera.

Other stories by Anustup Roy
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE