“ଆମେ ଆଜି ପଛକୁ ହଟିବୁ ନାହିଁ”, ତୁକାରାମ ଭାଲାଭି କହିଥିଲେ। “ଏ ସରକାର ଆମକୁ ଆକ୍ରମଣ କରୁଛନ୍ତି। ବର୍ଷ ବର୍ଷ ଧରି ଆମେ ଚାଷ କରି ଆସୁଥିବା ୧୦ ଏକର ଜମି ମାଗିଲେ, ସେମାନେ ଆମକୁ ମାତ୍ର ୧୦ ଗୁଣ୍ଠ (ଗୋଟିଏ ଏକରର ଏକଚତୁର୍ଥାଂଶ) ଦେଇଥାନ୍ତି। ଯଦି ଆମେ ପାଞ୍ଚ ଏକର ମାଗିଲୁ ସେମାନେ ଆମକୁ ତିନି ଗୁଣ୍ଠ ଦେବେ। ବିନା ଜମିରେ ଆମେ ଖାଇବୁ କ’ଣ? ଆମ ପାଖରେ ଟଙ୍କା ନାହିଁ, କାମ ନାହିଁ ଏବଂ ଖାଦ୍ୟ ନାହିଁ।”

୬୧ ବର୍ଷ ବୟସ୍କ ଭାଲଭି ୱାର୍ଲୀ ଆଦିବାସୀ ସମ୍ପ୍ରଦାୟର ଏବଂ ସେ ପାଲଘର ଜିଲ୍ଲାର ୱାଡା ତାଲୁକାରେ ଥିବା ଗଡ଼ଗାଓଁ ଗ୍ରାମର ଏକ ପଡ଼ାରେ ତିନି ଏକର ଜମିରେ ଚାଷ କରିଥାନ୍ତି। ସେ ଏକ ସପ୍ତାହ ଧରି ପାଖାପାଖି ୩,୦୦୦ କୃଷକ ଓ କୃଷି ଶ୍ରମିକଙ୍କୁ ନେଇ ଆନ୍ଦୋଳନ ଚଳାଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ୱାର୍ଲୀ ସମୁଦାୟର ଏବଂ ଏମାନେ ପାଲଘରର ବିଭିନ୍ନ ଜିଲ୍ଲାରୁ ଆସିଛନ୍ତି।

“ଦେଶରେ  କୃଷି କ୍ଷେତ୍ରରେ ସଂସ୍କାର ଆଣିବା ଏବଂ ଚାଷୀଙ୍କ ଆୟ ବଢ଼ାଇବା” ଲାଗି ସେପ୍ଟେମ୍ବର ୨୭ ତାରିଖରେ ତିନୋଟି କୃଷି ଆଇନ ପାସ ହୋଇଥିଲା। ଏହା ବିରୋଧରେ ୱାଡ଼ାର ଖାଣ୍ଡେଶ୍ୱରୀ ନାକାଠାରେ ସେମାନେ ମିଳିତ ହୋଇ ନଭେମ୍ବର ୨୬ ତାରିଖରେ ରାସ୍ତାରୋକ କରିଥିଲେ। ସରକାରଙ୍କ ଦାବି ହେଲା, ଏହି ଆଇନଗୁଡ଼ିକ କୃଷି କ୍ଷେତ୍ରକୁ ଘରୋଇ ନିବେଶକ ଏବଂ ବିଶ୍ୱ ବଜାର ପାଇଁ ଉନ୍ମୁକ୍ତ କରିବ। ଏହି ଆଇନଗୁଡ଼ିକ ଅନୁମୋଦନ ଲାଭ କରିବା ପରେ ସେପ୍ଟେମ୍ବର ପରଠାରୁ ଦେଶବ୍ୟାପୀ ବ୍ୟାପକ ଚାଷୀ ଆନ୍ଦୋଳନ ଦେଖିବାକୁ ମିଳିଛି-ବିଶେଷ କରି ହରିୟାଣା, ପଞ୍ଜାବ ଏବଂ ପଶ୍ଚିମ ଉତ୍ତର ପ୍ରଦେଶରେ ଆନ୍ଦୋଳନର ମାତ୍ରା ଅଧିକ ରହିଛି।

ନିକଟରେ ହରିୟାଣା ଓ ଦିଲ୍ଲୀ ସୀମାରେ ଜାରି ରହିଥିବା ଚାଷୀମାନଙ୍କର ବିକ୍ଷୋଭ ପ୍ରତି ସମସ୍ତଙ୍କ ଧ୍ୟାନ ଯାଇଥିବା ବେଳେ ଅନ୍ୟ ରାଜ୍ୟରେ ସେମାନଙ୍କର ଆନ୍ଦୋଳନ ପ୍ରତି ସମର୍ଥନ ଜଣାଇବା ସହିତ, କେତେକ ସ୍ଥାନୀୟ ଦାବିକୁ ନେଇ ଜାରି ରହିଥିବା ଚାଷୀ ଆନ୍ଦୋଳନ ସେତେଟା ଗଣମାଧ୍ୟମର ଦୃଷ୍ଟିକୁ ଆସିପାରିନାହିଁ। ଉଦାହରଣ ସ୍ୱରୂପ ମହାରାଷ୍ଟ୍ରରେ, ନଭେମ୍ବର ୨୫-୨୬ ତାରିଖରେ ରାଜ୍ୟବ୍ୟାପୀ-ନାସିକଠାରୁ ଆରମ୍ଭ କରି ପାଲଘର ପୁଣି ରାୟଗଡ଼ ପର୍ଯ୍ୟନ୍ତ ପାଖାପାଖି ୬୦,୦୦୦ ଚାଷୀ ଏକାଧିକ ବିକ୍ଷୋଭରେ ସାମିଲ ହୋଇଥିଲେ। ଏପରିକି ଏସବୁ ଜିଲ୍ଲାର, ବିଭିନ୍ନ ତାଲୁକାରେ ଥିବା ଅନେକ କେନ୍ଦ୍ରରେ ଆନ୍ଦୋଳନ ବ୍ୟାପକ ହୋଇଛି।

ଚଳିତ ସପ୍ତାହରେ ୱାଡ଼ାଠାରେ ଅଲଇଣ୍ଡିଆ କିଷାନ ସଭା(ଏଆଇକେଏସ) ପକ୍ଷରୁ ଆୟୋଜିତ ଶୋଭାଯାତ୍ରାରେ ବିଭିନ୍ନ ଦାବିଗୁଡ଼ିକ ମଧ୍ୟରେ-ଜମି ମାଲିକାନା-କୁ ନେଇ ଭାଲଭିଙ୍କ ମନରେ ଚିନ୍ତା ରହିଥିଲା। ଆଜକୁ କିଛିବର୍ଷ ଧରି ମହାରାଷ୍ଟ୍ରର ଆଦିବାସୀ ଚାଷୀମାନେ ଏହି ଦାବିକୁ ନେଇ ବହୁବାର ଆନ୍ଦୋଳନ କରିଆସିଛନ୍ତି। ନିଜ ଜମିର ଅଧିକାର ପାଇବା ଲାଗି ଗତ ୧୫ ବର୍ଷ ହେବ ଭାଲଭି ଅଦାଲତର ଚକ୍କର କାଟୁଛନ୍ତି। “ଆମ ଗ୍ରାମରେ, ଯେଉଁମାନେ ଜଙ୍ଗଲ ଜମିରେ ଚାଷ କରୁଛନ୍ତି ସେମାନେ ଜଙ୍ଗଲ ବିଭାଗ ଅତ୍ୟାଚାରର ଶିକାର ହେଉଛନ୍ତି,” ସେ କହିଥିଲେ। “ଆମକୁ ଏହି ମାମଲା କୋର୍ଟରେ ଲଢ଼ିବାକୁ ପଡ଼ୁଛି। ଜାମିନ ପାଇଁ ଆମ ପାଖରେ ଟଙ୍କା ନାହିଁ। ଆମେ ଗରିବ ଲୋକ କେଉଁଠୁ ଏଥିପାଇଁ ଟଙ୍କା ଆଣିବୁ?”

Top left: Tukaram Valavi: 'We will not back down today'. Top right: Rama Tarvi: 'The forest department does not let us cultivate our land'. Bottom left: Suganda Jadhav: 'The government has forced us to come out on the streets'. Bottom right: Sunita Savare has been trying to get her Aadhaar card for years, and said: 'I don’t understand what the people at the card office say,” she said. “I can’t read or write. I don’t know what form to fill. They ask me to go here, go there, come at this date, that date. I am tired'
PHOTO • Shraddha Agarwal

ଉପରେ ବାମ : ତୁକାରାମ ଭାଲଭି : ‘ଆଜି ଆମେ ପଛକୁ ହଟିବୁ ନାହିଁ’। ଉପରେ ଡାହାଣ : ରାମ ତାର୍ଭି : ‘ଜଙ୍ଗଲ ବିଭାଗ ଆମକୁ ଆମ ଜମିରେ ଚାଷ କରିବାକୁ ଦେଉନାହିଁ’। ତଳେ ବାମ : ‘ସୁଗନ୍ଧା ଯାଦବ : ‘ସରକାର ଆମକୁ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ କରିଛନ୍ତି’। ତଳେ ଡାହାଣ : ସୁନୀତା ସାଭରେ, ଯିଏକି ଅନେକ ବର୍ଷ ହେବ ଆଧାର କାର୍ଡଟିଏ ପାଇବାକୁ ଚେଷ୍ଟା କରୁଛନ୍ତି, କୁହନ୍ତି : ‘କାର୍ଡ ଅଫିସରେ ଥିବା ଲୋକମାନେ କ’ଣ କହୁଛନ୍ତି ମୁଁ ବୁଝିପାରୁନାହିଁ”, ସେ କୁହନ୍ତି। “ମୁଁ ପଢ଼ି କିମ୍ବା ଲେଖି ପାରେ ନାହିଁ। କେଉଁ ଫର୍ମ ପୂରଣ କରିବାକୁ ହେବ ମୁଁ ଜାଣେ ନାହିଁ। ସେମାନେ ମୋତେ ଏଠାରୁ ସେଠିକି ଯିବା ଲାଗି କୁହନ୍ତି, ଏ ତାରିଖରେ ଆସ, ସେ ତାରିଖରେ ଆସ। ମୁଁ ଥକିଗଲିଣି‘

ନଭେମ୍ବର ୨୬ ତାରିଖରେ ସେମାନେ ୨୧ ଦଫା ଦାବି ନେଇ ଶୋଭାଯାତ୍ରା କରିଥିଲେ ଏହାପରେ ୱାଡ଼ା ତାଲୁକାରେ ଥିବା ତହସିଲଦାରଙ୍କ କାର୍ଯ୍ୟାଳୟରେ ସ୍ମାରକପତ୍ର ଦେଇଥିଲେ। ଏଠାକୁ ଆସିଥିବା ପ୍ରାୟ ସମସ୍ତେ ମାସ୍କ ପିନ୍ଧିଥିଲେ କିମ୍ବା ସେମାନଙ୍କ ମୁହଁକୁ ସ୍କାର୍ଫ/ରୁମାଲରେ ଘୋଡ଼ାଇଥିଲେ ଏବଂ କେତେକ ଏଆଇକେଏସ ସ୍ୱେଚ୍ଛାସେବୀ ଆନ୍ଦୋଳନକାରୀମାନଙ୍କୁ ମାସ୍କ ଓ ସାବୁନ ବାଣ୍ଟିଥିଲେ।

ଏହି ୨୧ଟି ଦାବି ମଧ୍ୟରେ ରହିଛି ନିକଟରେ ଲାଗୁ ହୋଇଥିବା ତିନୋଟି ବିଲ ଉଚ୍ଛେଦ। ଏହାଛଡ଼ା ଆହୁରି ବ୍ୟାପକ ପ୍ରସଙ୍ଗ ଆଧାରିତ ଦାବି ରହିଛି, ଯେଉଁଥିରେ ସାମିଲ ଅଛି ୨୦୦୬ର ଜଙ୍ଗଲ ଅଧିକାର ଆଇନ (ଏଫଆରଏ) କୁ କଡ଼ାକଡ଼ି ଲାଗୁ କରିବା, ଅଦିନିଆ ବର୍ଷା କାରଣରୁ ହେଉଥିବା ଫସଲହାନି ପାଇଁ କ୍ଷତିପୂରଣ ଯୋଗାଇ ଦେବା, (କୋଭିଡ-19 ପରିପ୍ରେକ୍ଷୀରେ) ସାର୍ବଜନୀନ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ସୁଧାର ଆଣିବା ଏବଂ ଅନଲାଇନ ପାଠପଢ଼ା ବନ୍ଦ କରିବା ଆଦି।

ଏହି ଦାବିଗୁଡ଼ିକ ମଧ୍ୟରେ ସାମିଲ ରହିଛି ପ୍ରତ୍ୟେକ ପରିବାରକୁ ୭,୫୦୦ ଟଙ୍କାର ରୋଜଗାର ସହାୟତା ଯୋଗାଇ ଦେବା ଏବଂ ମହାମାରୀ ସମୟରେ ପ୍ରତି ପରିବାର ସଦସ୍ୟଙ୍କୁ ୧୦ କିଲୋ ଲେଖାଏଁ ରାସନ ଯୋଗାଇ ଦେବା- ଆନ୍ଦୋଳନରେ ସାମିଲ ହୋଇଥିବା ଅଧିକାଂଶ ଚାଷୀ ଏହି ଦାବି କରିଥିଲେ।

୫୪ ବର୍ଷୀୟା ରମା ତାର୍ଭିଙ୍କ ଘର କାଞ୍ଚାଡ଼ ଗ୍ରାମରେ, ସେ ଜଣେ ଏଆଇକେଏସ କର୍ମୀ। ତାଙ୍କ ପରିବାର ଦୁଇ ଏକର ଜମିରେ ଧାନ, ଯଅ, ବାଜରା ଓ ଗହମ ଚାଷ କରିଥାନ୍ତି। ସେ କୁହନ୍ତି, “ଆମ ଅଞ୍ଚଳର ଅଧିକାଂଶ ମହିଳାଙ୍କୁ ରୋଜଗାର କରିବା ଲାଗି ପ୍ରତି ଦିନ ଚାରି ଘଣ୍ଟା ପାଦରେ ଚାଲି  ଚାଲି ଯିବାକୁ ପଡ଼ିଥାଏ।’’ “ସାରା ଦିନ କାମ କରିବା ପରେ ସେମାନଙ୍କୁ ୨୦୦ ଟଙ୍କା ମିଳିଥାଏ। ଆମ ପାଖରେ ଜମି ଅଛି କିନ୍ତୁ ଜଙ୍ଗଲ ବିଭାଗ ଆମକୁ ଚାଷ କରିବାକୁ ଦେଉନାହିଁ। ଏମିତି ତ’ କୋଭିଡ କାରଣରୁ ମଧ୍ୟ କିଛି କାମ ହୋଇନାହିଁ…”

“ଏଫଆରଏ ଜମିଗୁଡ଼ିକ ଆମର ଜୀବିକା ନିର୍ବାହ କରିବାର ଏକମାତ୍ର ମାଧ୍ୟମ ତଥାପି ବର୍ଷ ବର୍ଷ ଧରି ଆମେ ଚାଷ କରି ଆସୁଥିବା ଜମି ପାଇଁ ଆମକୁ କୋଭିଡ ସମୟରେ ମଧ୍ୟ ଜୀବନକୁ ବାଜି ଲଗାଇ ବାହାରକୁ ଆସିବାକୁ ପଡ଼ୁଛି”, ୫୦ବର୍ଷ ବୟସ୍କା ସୁଗନ୍ଧ ଯାଦବ କୁହନ୍ତି। ସୁଗନ୍ଧାଙ୍କ ପରିବାର ଦୁଇ ଏକର ଜମିରେ ଧାନ, ବାଜରା, ହରଡ଼ ଓ ଯଅ ଚାଷ କରିଥାନ୍ତି। “ଆମେ ଅନେକ ଥର ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ କରିଛୁ, କିନ୍ତୁ ସରକାର ଶୁଣନ୍ତି ନାହିଁ। ସରକାର ପୁଣିଥରେ ଆମକୁ ରାଜରାସ୍ତାକୁ ଓହ୍ଲାଇବା ଲାଗି ବାଧ୍ୟ କରିଛି।

PHOTO • Shraddha Agarwal

ନଭେମ୍ବର ୨୬ ତାରିଖରେ, ରାସ୍ତାରୋକ ଆନ୍ଦୋଳନ ପାଇଁ ଚାଷୀମାନେ ୱାଡା ତାଲୁକାର ଖାଣ୍ଡେଶ୍ୱରୀ ନାକା ଆଡ଼କୁ ଚାଲି ଚାଲି ଯିବା ଲାଗି ପ୍ରସ୍ତୁତ ହେଉଛନ୍ତି


PHOTO • Shraddha Agarwal

ୱାଡା ତାଲୁକାର କିରାୱଲି ନାକାଠାରେ ଥିବା ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) କାର୍ଯ୍ୟାଳୟ ବାହାରେ ଅପେକ୍ଷାରତ


PHOTO • Shraddha Agarwal

ରେଣୁକା କାଲୁରାମ (ଡାହାଣ, ସବୁଜ ଶାଢ଼ୀରେ) ପାଲଘରର କାରାଞ୍ଜେ ଗ୍ରାମରେ ଜଣେ କୃଷି ଶ୍ରମିକ ଭାବେ ଦିନକୁ ୧୫୦ ଟଙ୍କା ମଜୁରିରେ କାମ କରିଥାନ୍ତି। ତାଙ୍କର ତିନି ଜଣ ଛୋଟ ପିଲା ଅଛନ୍ତି ଯେଉଁମାନେ ସ୍ଥାନୀୟ ଅଙ୍ଗନୱାଡ଼ିକୁ ଯାଇଥାନ୍ତି: ଆମେ ଚାହୁଁଛୁ ସରକାର ଅନଲାଇନ ପାଠପଢ଼ା ବନ୍ଦ କରନ୍ତୁ। ଆମ ପିଲାମାନେ ଅନଲାଇନରେ କିଛି ପଢ଼ିପାରୁନାହାନ୍ତି। ଆମ ପାଖରେ ବଡ଼ ଫୋନ ନାହିଁ ଏବଂ ଆମ ଅଞ୍ଚଳରେ ଆଦୌ ସିଗ୍ନାଲ ଆସୁନାହିଁ’


Left: Gulab Dongarkar, an agricultural labourer from Kanchad village: We have been sitting here since 10 a.m. It’s been very hard for us to get work during Covid. We want the government to give us at least 10 kilos of rations [instead of five, which too many did cannot access]'. Right: Janki Kangra  and her 11-member family cultivate rice, jowar, bajra and millets on three acres, while battling, she said, the forest department's strictures
PHOTO • Shraddha Agarwal
Left: Gulab Dongarkar, an agricultural labourer from Kanchad village: We have been sitting here since 10 a.m. It’s been very hard for us to get work during Covid. We want the government to give us at least 10 kilos of rations [instead of five, which too many did cannot access]'. Right: Janki Kangra  and her 11-member family cultivate rice, jowar, bajra and millets on three acres, while battling, she said, the forest department's strictures
PHOTO • Shraddha Agarwal

ବାମ : ଗୁଲାବ ଡୋଙ୍ଗାରକର କାଞ୍ଚାଡ଼ ଗ୍ରାମର ଜଣେ କୃଷି ଶ୍ରମିକ : ଆମେ ଏଠାରେ ପୂର୍ବାହ୍ନ ୧୦ଟାରୁ ବସି ରହିଛୁ। କୋଭିଡ ସମୟରେ ଆମକୁ କାମ ମିଳିବା ଖୁବ କଷ୍ଟ ହୋଇଯାଇଛି। ଆମେ ଚାହୁଁଛୁ ସରକାର (ପାଞ୍ଚ କିଗ୍ରା ବଦଳରେ, ଯାହାକୁ ଅନେକ ଲୋକ ପାଉନାହାନ୍ତି ମଧ୍ୟ) ୧୦ କିଗ୍ରା ରାସନ ଦିଅନ୍ତୁ’। ଡାହାଣ : ଜାନକି କାଙ୍ଗରା ଏବଂ ତାଙ୍କର ୧୧ ଜଣିଆ ପରିବାର ସଦସ୍ୟମାନେ ତିନି ଏକର ଜମିରେ ଧାନ, ଯଅ, ବାଜରା ଓ ମୋଟା ଶସ୍ୟ ଚାଷ କରିଥାନ୍ତି। ଜଙ୍ଗଲ ବିଭାଗର କଠୋରତା ଯୋଗୁ ସେମାନଙ୍କୁ ସଂଘର୍ଷ କରିବାକୁ ପଡ଼ିଥାଏ ବୋଲି ସେ କହିଥିଲେ


PHOTO • Shraddha Agarwal

ୱାଡା ତାଲୁକାର କିରାୱଲି ନାକାଠାରେ ଥିବା ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) କାର୍ଯ୍ୟାଳୟ ବାହାରେ ପୋଲିସ କର୍ମୀ


PHOTO • Shraddha Agarwal

ଆନ୍ଦୋଳନସ୍ଥଳୀରେ ଅଲ ଇଣ୍ଡିଆ କିଷାନ ସଭାର ସଦସ୍ୟମାନେ ଆଦିବାସୀ ଚାଷୀମାନଙ୍କୁ ମାସ୍କ ଓ ସାବୁନ ବିତରଣ କରୁଛନ୍ତି


Left: Sukhi Wagh, a construction labourer, carries her three-year-old grandson Sainath on her shoulder as they march towards Khandeshwari Naka for the rasta roko protest. 'Give us rations, we have no work', she said. Right: Protestors walking towards Khandeshwari Naka
PHOTO • Shraddha Agarwal
Left: Sukhi Wagh, a construction labourer, carries her three-year-old grandson Sainath on her shoulder as they march towards Khandeshwari Naka for the rasta roko protest. 'Give us rations, we have no work', she said. Right: Protestors walking towards Khandeshwari Naka
PHOTO • Shraddha Agarwal

ବାମ : ସୁଖୀ ୱାଘ, ଜନୈକା ନିର୍ମାଣ ଶ୍ରମିକ, କାନ୍ଧରେ ତାଙ୍କର ତିନି ବର୍ଷର ନାତିକୁ ବସାଇ ଖାଣ୍ଡେଶ୍ୱରୀ ନାକା ଆଡ଼କୁ ରାସ୍ତାରୋକ ଆନ୍ଦୋଳନ ଲାଗି ଆଗେଇ ଚାଲିଛନ୍ତି। ‘ଆମକୁ ରାସନ ଦିଅ, ଆମର କାମ ନାହିଁ’, ସେ କୁହନ୍ତି। ଡାହାଣ: ବିକ୍ଷୋଭକାରୀମାନେ ଖଣ୍ଡେଶ୍ୱରୀ ନାକା  ଆଡ଼କୁ ଚାଲି ଚାଲି ଯାଉଛନ୍ତି


PHOTO • Shraddha Agarwal

ରାସ୍ତାରୋକ ଆନ୍ଦୋଳନ ପାଇଁ ପାଲଘର ଜିଲ୍ଲାର କିରାୱଲି ନାକାଠାରୁ ଖାଣ୍ଡେଶ୍ୱରୀ ନାକା ପର୍ଯ୍ୟନ୍ତ ଦୁଇ କିମି ରାସ୍ତାରେ


PHOTO • Shraddha Agarwal

ଚନ୍ଦୁ ଧାଙ୍ଗଡ଼ା, ଅଲ ଇଣ୍ଡିଆ କିସାନ ସଭା ସଦସ୍ୟ, ୱାଡ଼ା ତାଲୁକାର ଖାଣ୍ଡେଶ୍ୱରୀ ନାକାରେ ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି


PHOTO • Shraddha Agarwal

ନଭେମ୍ବର ୨୬ ଶୋଭାଯାତ୍ରାରେ, ଆନ୍ଦୋଳନକାରୀ ୨୧ ଦଫା ଦାବି ନେଇ ୱାଡା ତାଲୁକାର ତହସିଲଦାରଙ୍କ କାର୍ଯ୍ୟାଳୟରେ ସ୍ମାରକପତ୍ର ଦେଇଥିଲେ


Left: Asha Gaware, who cultivates rice, bajra, jowar and millets on two acres said, 'Our crops were destroyed this year due to heavy rains. We suffered losses of nearly 10,000 rupees. Nobody is ready to loan us money anymore. We want the government to give us compensation or else we will never recover from these losses'. Right: Dev Wagh, from Palghar’s Kanchad village, demanded that electricity charges be waived off:  'We have not even worked on our fields and we are getting such a high bill. We want that for six months we shouldn’t be asked to pay the electricity bills'. The charter of 21 demands included a call to scrap the new Electricity (Amendment) Bill, 2020, that will bring steeply higher tariffs for farmers and others in rural India. Many were also protesting against highly increased (or inflated) bills since April this year.
PHOTO • Shraddha Agarwal
Left: Asha Gaware, who cultivates rice, bajra, jowar and millets on two acres said, 'Our crops were destroyed this year due to heavy rains. We suffered losses of nearly 10,000 rupees. Nobody is ready to loan us money anymore. We want the government to give us compensation or else we will never recover from these losses'. Right: Dev Wagh, from Palghar’s Kanchad village, demanded that electricity charges be waived off:  'We have not even worked on our fields and we are getting such a high bill. We want that for six months we shouldn’t be asked to pay the electricity bills'. The charter of 21 demands included a call to scrap the new Electricity (Amendment) Bill, 2020, that will bring steeply higher tariffs for farmers and others in rural India. Many were also protesting against highly increased (or inflated) bills since April this year.
PHOTO • Shraddha Agarwal

ବାମ : ଆଶା ଗାଓରେ, ଯିଏକି ନିଜ ଦୁଇ ଏକର ଜମିରେ ଧାନ, ବାଜରା, ଯଅ ଓ ମୋଟା ଶସ୍ୟ ଚାଷ କରିଥାନ୍ତି, କୁହନ୍ତି, ‘ପ୍ରବଳ ବର୍ଷା କାରଣରୁ ଏଥର ଆମ ଫସଲ ନଷ୍ଟ ହୋଇଗଲା।’ ଆମର ପାଖାପାଖି ୧୦,୦୦୦ ଟଙ୍କା କ୍ଷତି ହେଲା। ଆମକୁ ଆଉ କେହି ଉଧାର ଦେବାକୁ ରାଜି ହେବେ ନାହିଁ। ସରକାର ଆମକୁ କ୍ଷତିପୂରଣ ଦିଅନ୍ତୁ ନଚେତ ଆମେ କେବେହେଲେ କ୍ଷତି ଭରଣା କରିପାରିବୁ ନାହିଁ।’ ଡାହାଣ : ଦେବ ୱାଘ, ପାଲଘର କାଞ୍ଚଡ଼ ଗ୍ରାମ ବାସିନ୍ଦା ବିଦ୍ୟୁତ ଶୁଳ୍କ ଛାଡ଼ ପାଇଁ ଦାବି କରୁଛନ୍ତି : ‘ଏପରିକି ଆମେ ଜମିରେ କାମ କରିନାହୁଁ ଏବଂ ଏତେ ଅଧିକ ଶୁଳ୍କ ପାଉଛୁ। ଅତିକମରେ ଛଅ ମାସ ପାଇଁ ଆମ ଠାରୁ କୌଣସି ବିଦ୍ୟୁତ ଶୁଳ୍କ ଦାବି କରାନଯାଉ।’ ୨୧ ଦଫା ଦାବି ମଧ୍ୟରେ ନୂଆ ବିଦ୍ୟୁତ (ସଂଶୋଧନ) ଶୁଳ୍କ, ୨୦୨୦ ଉଚ୍ଛେଦ ପାଇଁ ଦାବି କରାଯାଇଛି, ଯାହାକି ଚାଷୀ ଓ ଗ୍ରାମୀଣ ଭାରତର ଅନ୍ୟମାନଙ୍କ ପାଇଁ ବିଦ୍ୟୁତ ଶୁଳ୍କ ବଢ଼ାଇ ଦେବ। ଚଳିତ ବର୍ଷ ଏପ୍ରିଲ ପରଠାରୁ ବର୍ଦ୍ଧିତ ଶୁଳ୍କ (ହଠାତ ବୃଦ୍ଧି)କୁ ମଧ୍ୟ କେତେକ ବିରୋଧ କରି ଆସୁଛନ୍ତି


PHOTO • Shraddha Agarwal

ୱାଡା ତାଲୁକାର ଖାଣ୍ଡେଶ୍ୱରୀ ନାକାଠାରେ ଆଶା, ପ୍ରତିବଦ୍ଧତା ଏବଂ ଏକତାର ପ୍ରଦର୍ଶନ


ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Shraddha Agarwal

Shraddha Agarwal is a reporter and content editor at the People’s Archive of Rural India.

Other stories by Shraddha Agarwal