‘‘ଆପଣ ଜାଣନ୍ତି କି କାହା ପାଇଁ ଆମେ ଆମର ଅଧିକାର ଏବଂ ସ୍ୱାଧୀନତା ଉପଭୋଗ କରିପାରନ୍ତି? ଏହା ହେଲା ଭାରତର ସମ୍ବିଧାନ’’ ରାମପ୍ୟାରୀ କାୱାଚି ଜଣେ ଗ୍ରାହକଙ୍କ ପାଇଁ ବଡ଼ ପାଟିରେ କହିଲେ ଯିଏ କି ତାଙ୍କର ଅସ୍ଥାୟୀ ବହି ଦୋକାନରେ ବହି ଦେଖୁଥିଲେ । ଛତିଶଗଡ଼ ଧନତରୀ ଜିଲ୍ଲାର ଘୋଟଗାଁ ଗାଁରେ ଥିବା ହାଟରେ ଥିବା ତାଙ୍କର ଦୋକାନରେ ପ୍ରଦର୍ଶିତ ବହିଗୁଡ଼ିକ ମଧ୍ୟରୁ ସମ୍ବିଧାନ ସବୁଠାରୁ ମୋଟା ଥିଲା । ସାପ୍ତାହିକ ବଜାର ଧମତରୀର ନଗରୀ ବ୍ଲକ୍‌ରେ ଥିବା ତାଙ୍କ ଗାଁ ଜୋରାଦାବ୍‌ରୀ ରୟତଠାରୁ ପ୍ରାୟ ୧୩ କିଲୋମିଟର ଦୂରରେ ବସେ ।

ରାମପ୍ୟାରୀ, ଯିଏ ପଢ଼ି ବା ଲେଖିପାରନ୍ତି ନାହିଁ, ସେଦିନ ଯେ କେହି ବି ତାଙ୍କ ଦୋକାନକୁ ଆସିଲେ, ସମସ୍ତଙ୍କୁ ସମ୍ବିଧାନର ମହତ୍ୱ ବୁଝାଉଥିଲେ । ତାଙ୍କ ଭଳି, ତାଙ୍କର ସମ୍ଭାବ୍ୟ ଗ୍ରାହକମାନେ ଅଞ୍ଚଳର ଆଦିବାସୀ ସମ୍ପ୍ରଦାୟର ଅଟନ୍ତି ଏବଂ ଏହି ବହି ବିକ୍ରେତା ସେମାନଙ୍କୁ କେବଳ ଭାରତର ସମ୍ବିଧାନ ସହ ସେମାନଙ୍କ ପରିଚୟ କରାଇବାରେ ଆଗ୍ରହୀ ଥିଲେ ।

ରାମପ୍ୟାରୀ କହିଲେ, ଏହା ‘‘ଗୋଟିଏ ପବିତ୍ର ପୁସ୍ତକ ଯାହାକୁ ସମସ୍ତେ ଘରେ ରଖିବା ଆବଶ୍ୟକ ଏବଂ ସେଥିରୁ ନିଜର ଅଧିକାର ଓ ଦାୟିତ୍ୱ ଶିଖିବା ଆବଶ୍ୟକ । ଆପଣ ଜାଣନ୍ତି କି, ଆମେ ଆଦିବାସୀ ଏବଂ ଦଳିତମାନେ ଭାରତର ସମ୍ବିଧାନ ଏବଂ ଏହାର ବ୍ୟବସ୍ଥା, ଏବଂ ପଞ୍ଚମ ଏବଂ ଷଷ୍ଠ ସୂଚୀ [ଯାହା ଆଦିବାସୀ ସମ୍ପ୍ରଦାୟକୁ ସୁରକ୍ଷା ପ୍ରଦାନ କରେ] ଫଳରେ ସଂରକ୍ଷଣ [ଉଚ୍ଚ ଶିକ୍ଷା ଏବଂ ସରକାରୀ ନିଯୁକ୍ତିରେ] ପାଆନ୍ତି’’ । ସେ ଘୋଟଗାଁର ଲୋକଙ୍କୁ ଏପରି କହିଲେ, ଯେଉଁମାନେ ମୁଖ୍ୟତଃ ତେଜରାତି ସଉଦା, ପନିପରିବା ଏବଂ ଅନ୍ୟ ଆବଶ୍ୟକୀୟ ସାମଗ୍ରୀ କିଣିବାକୁ ହାଟକୁ ଆସିଥିଲେ ।

ରାମପ୍ୟାରୀ କାୱାଚି ପ୍ରାୟ ୫୦ ବର୍ଷର ହେବା ଭଳି ଦେଖାଯାଆନ୍ତି । ସେ ଗଣ୍ଡ ସମ୍ପ୍ରଦାୟର – ଯାହା ଛତିଶଗଡ଼ରେ ସବୁଠାରୁ ବଡ଼ ଆଦିବାସୀ ଗୋଷ୍ଠୀ

http://cgtrti.gov.in/AboutCg.html

, ଯେତେବେଳେ କି ରାଜ୍ୟର ମୋଟ ଜନସଂଖ୍ୟାର ଏକ ତୃତୀୟାଂଶ ଅନୁସୂଚିତ ଜନଜାତିର । ସେ ବିକ୍ରି କରୁଥିବା ଅଧିକାଂଶ ବହିର ଶୀର୍ଷକ ଏହିଭଳି ହୋଇଥାଏ ତିସ୍‌ରୀ ଆଜାଦି କି ସିଂହଗର୍ଜନା; ବୀର୍ସା ମୁଣ୍ଡା: ସଚ୍ଚିତ୍ର ଜୀବନୀ; ହିନ୍ଦୁ ଆଦିବାସୀ ନହିଁ ହେଁ – ଏସବୁ ହିନ୍ଦୀ ଭାଷାରେ। କିନ୍ତୁ ସେ ଗଣ୍ଡ ଭାଷା ଏବଂ ଇଂରାଜୀରେ ଲିଖିତ କେତେକ ବହି ମଧ୍ୟ ରଖିଛନ୍ତି । ଯେତେବେଳେ କେହି ଗୋଟିଏ ବହି ନିଏ, ରାମପ୍ୟାରୀ ଏହାର ସୂଚୀ ବ୍ୟାଖ୍ୟା କରନ୍ତି, ଅଧିକାଂଶ ସମୟରେ ଏକ ସଂକ୍ଷିପ୍ତ ବହି ରିଭ୍ୟୁ ଭଳି ଲାଗେ ।

Rampyari Kawachi (right) selling books and other materials during World Tribal Day celebrations in Dhamtari, Chhattisgarh, in 2019.
PHOTO • Purusottam Thakur
Rampyari loves wearing a red turban when he goes to haats, melas and madais
PHOTO • Purusottam Thakur

ବାମ: ୨୦୧୯ରେ ଛତିଶଗଡ଼ ଧମତରୀରେ ବିଶ୍ୱ ଆଦିବାସୀ ଦିବସ ପାଳନ ସମୟରେ ରାମପ୍ୟାରୀ କାୱାଚି (ଡାହାଣ) ବହି ଏବଂ ଅନ୍ୟ ସାମଗ୍ରୀ ବିକ୍ରି କରୁଛନ୍ତି । ଡାହାଣ: ହାଟ, ମେଳା ଏବଂ ମଦାଇକୁ ଯିବା ବେଳେ ରାମପ୍ୟାରୀ ଲାଲ ପଗଡ଼ି ପିନ୍ଧିବାକୁ ପସନ୍ଦ କରନ୍ତି

ରାମପ୍ୟାରୀ ମୋତେ କହିଲେ, ‘‘ମୁଁ କେବେ ସ୍କୁଲକୁ ଯାଇନାହିଁ; ମୁଁ ପଢ଼ି ଏବଂ ଲେଖି ପାରେ ନାହିଁ’’। ସେ ଗାଁର ଅବସରପ୍ରାପ୍ତ ସରପଞ୍ଚ ସୋବସିଂ ମାଣ୍ଡବୀଙ୍କ ସାହାଯ୍ୟ ନିଅନ୍ତି ଯିଏ ତାଙ୍କ ଜୀବନର ଷାଠିଏ ଦଶକର ଶେଷ ଭାଗରେ ଅଛନ୍ତି । ସେ କହିଲେ, ‘‘ମୁଁ ତାଙ୍କୁ ବହି ପଢ଼ିବାକୁ ଅନୁରୋଧ କରେ। ସେଥିରେ କ’ଣ ଲେଖାଅଛି ସେ ମୋତେ କହନ୍ତି, ତା’ପରେ ମୁଁ ସେସବୁକୁ ଗ୍ରାହକଙ୍କୁ ବ୍ୟାଖ୍ୟା କରେ । ମୁଁ ଏମିତିକି ବହି ଉପରେ ଲେଖାଯାଇଥିବା ମୂଲ୍ୟ ମଧ୍ୟ ପଢ଼ିପାରେ ନାହିଁ, କିନ୍ତୁ ଥରେ କେତେ ଲେଖାଯାଇଛି ମୋତେ କହିଲେ ମୁଁ ତାକୁ ଭୁଲେ ନାହିଁ ।’’

ପ୍ରାୟ ୧୫ ବର୍ଷ ତଳେ ଯେତେବେଳେ ସେ ବହି ବିକ୍ରି କରିବା ଆରମ୍ଭ କଲେ, ତା’ ପୂର୍ବରୁ ରାମପ୍ୟାରୀ ଅନ୍ୟମାନଙ୍କ କୃଷି କ୍ଷେତ୍ରରେ କୃଷି ଶ୍ରମିକ ଭାବେ କାମ କରୁଥିଲେ । ତା’ ପରେ ସେ ହାଟରେ ମଞ୍ଜି ଓ କୀଟନାଶକ ବିକ୍ରି କରିବା ଆରମ୍ଭ କଲେ । ସେ ଏବେ ବି ଜୋରାଦାବ୍‌ରୀ ରୟତଠାରୁ ୧୦ରୁ ୧୫ କିଲୋମିଟର ମଧ୍ୟରେ କେନ୍ଦ୍ରୀୟ ଛତିଶଗଡ଼ର ସାପ୍ତାହିକ ବଜାରଗୁଡ଼ିକରେ ମଞ୍ଜି ବିକ୍ରି କରନ୍ତି । ଭେଣ୍ଡି, ଟମାଟୋ, କାକୁଡ଼ି ଏବଂ ବିମ୍‌ସ ଭଳି ପରିବା’ର ମଞ୍ଜି ସବୁ ବହି ଓ ଅନ୍ୟ ବସ୍ତୁ ଯେମିତିକି କ୍ୟାଲେଣ୍ଡର ଓ ଘଣ୍ଟା ଆଦି ପାଖରେ ଏକ ଅଲଗା ବିଭାଗରେ ରଖାଯାଏ ।

ପ୍ରଥମେ ଦେଖିଲେ ଜଣେ ଭୁଲରେ ଭାବିବ ଯେ ରାମପ୍ୟାରୀ କେବଳ ଜଣେ ବହି ଏବଂ ମଞ୍ଜି ବିକ୍ରେତା । କିନ୍ତୁ ସେ ଏହାଠାରୁ ବହୁ ଅଧିକ – ସେ କହନ୍ତି ସେ ଜଣେ କାର୍ଯ୍ୟକର୍ତ୍ତା, ଜଣେ ଆକ୍ଟିଭିଷ୍ଟ । ଆଦିବାସୀ ଲୋକଙ୍କୁ ଆଦିବାସୀଙ୍କ ପ୍ରସଙ୍ଗ ଏବଂ ସେମାନଙ୍କର ଅଧିକାର ବାବଦରେ ଶିଖିବାରେ ସାହାଯ୍ୟ କରିବା ପାଇଁ ସେ ବହି ବିକ୍ରି କରିବା ଆରମ୍ଭ କଲେ । ମଡାଇ (ଅମଳ ପର୍ବ)ରେ ଏବଂ ମେଳାଗୁଡ଼ିକୁ ଯେଉଁଠାକୁ ବି ସେ ମଞ୍ଜି ବିକ୍ରି କରିବାକୁ ଯାଉଥିଲେ, ସେଠାରେ ଆଦିବାସୀଙ୍କ ପ୍ରସଙ୍ଗରେ ବିତର୍କ ଏବଂ ଆଲୋଚନା ତାଙ୍କୁ ସେ ସବୁ ବାବଦରେ ଗଭୀରତାର ସହ ଭାବିବା ପାଇଁ ପ୍ରେରିତ କଲା। ସେ ଅଧିକ କିଛି କରିବାକୁ ଚାହୁଁଥିଲେ ।

ରାମପ୍ୟାରୀ କହନ୍ତି, ‘‘ମୁଁ ମୋର ଆଦିବାସୀ ଭାଇଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛି ।’’ ସେ ରୋଚକ ଏବଂ ପ୍ରେରଣାଦାୟୀ ପୋଷ୍ଟର ମଧ୍ୟ ବିକ୍ରି କରନ୍ତି । ସେସବୁ ମଧ୍ୟରୁ ଗୋଟିଏରେ ରାବଣ, ପୋରାଣିକ ଚରିତ୍ର ପ୍ରଦର୍ଶିତ ହୋଇଛି, ଯାହାଙ୍କୁ ଆଦିବାସୀମାନେ ଜଣେ ପୂର୍ବପୁରୁଷ ଭାବେ ମାନନ୍ତି। ସେ କହିଲେ, ‘‘ଆମର ଲୋକମାନେ ଶିକ୍ଷା ଏବଂ ଅଧିକାରରୁ ବଞ୍ଚିତ କାରଣ ସେମାନେ ସଚେତନ ନୁହନ୍ତି । ଯଦିଓ ସମ୍ବିଧାନ ଆମକୁ ଦୃଢ଼ତା ପ୍ରଦାନ କରେ କିନ୍ତୁ ଆମେ ଆମର ଅଧିକାରକୁ ବ୍ୟବହାର କରିବାରେ ସମର୍ଥ ନୁହନ୍ତି । ଆମେ ଆମ ଲୋକମାନଙ୍କର ନିରୀହତା ଫଳରେ ଶୋଷିତ ହେଉଛୁ ।’’ ବହି ଏବଂ ପୋଷ୍ଟର ଛଡ଼ା ମଡାଇ ଏବଂ ମେଳାରେ ତାଙ୍କ ଦୋକାନରେ ଅନ୍ୟ ସାମଗ୍ରୀ ମଧ୍ୟ ବିକ୍ରି ପାଇଁ ଥାଏ: ଯେମିତିକି ଆଦିବାସୀ କାର୍ଯ୍ୟକ୍ରମ ଏବଂ ପର୍ବ ଚିହ୍ନିତ କରୁଥିବା କ୍ୟାଲେଣ୍ଡର; ଘଣ୍ଟାର ବିପରୀତ ଦିଗରେ ଚାଲୁଥିବା ଆଦିବାସୀ ଘଣ୍ଟା ; ଏବଂ ଆଦିବାସୀ ଚିହ୍ନ ଥିବା ହାତବଳା ଏବଂ ହାର ।

A floral procession for guardian deities at a madai (harvest festival) in Dhamtari.
PHOTO • Purusottam Thakur
Dhol performers at a mela (right) in Chhattisgarh's Sukma district. Rampyari had set up his stall on both occasions
PHOTO • Purusottam Thakur

ଧାମତରୀର ଏକ ମଡାଇ (ଅମଳ ପର୍ବ)ରେ ଅଭିଭାବକ ଦେବତାଙ୍କ ପାଇଁ ଏକ ପୁଷ୍ପ ଶୋଭାଯାତ୍ରା (ବାମ) । ଡାହାଣ: ଛତିଶଗଡ଼ର ସୁକମା ଜିଲ୍ଲାର ଏକ ମେଳା (ଡାହାଣ) ରେ ଢୋଲ ବାଦକମାନେ। ଉଭୟ ସ୍ଥଳରେ ରାମପାରୀ ତାଙ୍କ ଦୋକାନ ବସାଇଥିଲେ

ରାମପ୍ୟାରୀ ବସ୍ତର ଓ ଦକ୍ଷିଣ ଛତିଶଗଡ଼ର ଅନ୍ୟ ଅଂଶ ସମେତ ଛତିଶଗଡ଼ର ଆଦିବାସୀ ବେଲ୍‌ଟର ଦୈର୍ଘ୍ୟ ଓ ପ୍ରସ୍ଥର ଯାତ୍ରା କରନ୍ତି । ସେ ମଧ୍ୟ ଓଡ଼ିଶା, ମହାରାଷ୍ଟ୍ର ଏବଂ ତେଲେଙ୍ଗାନା ଭଳି ପଡ଼ୋଶୀ ରାଜ୍ୟରେ ମେଳା ଏବଂ ସଭାରେ ଯୋଗ ଦେବାକୁ ନିଜ ସହ ବିକ୍ରି କରିବା ପାଇଁ ଏକା ସାଙ୍ଗରେ ୪୦୦ରୁ ୫୦୦ ବହି ଏବଂ ଅନ୍ୟ ସାମଗ୍ରୀ ନେଇ ଯାଆନ୍ତି । ଗତ ଦଶନ୍ଧି ମଧ୍ୟରେ, ଏହି ରିପୋର୍ଟର ତାଙ୍କୁ ଛଡ଼ିଶଗଡ଼ ଏବଂ ଓଡ଼ିଶାରେ ବହୁ ଥର ଭେଟିଛି ।

ଦୀର୍ଘ ସମୟ ଧରି ନିଜ ମୋଟର ସାଇକେଲରେ ବହି ବଣ୍ଡଲ ବୋହି ଆସୁଥିବା ବହି ବିକ୍ରେତା କହନ୍ତି, ‘‘ପୂର୍ବରୁ ମୁଁ ବହି କିଣୁଥିଲି ଏବଂ ସେ ସବୁକୁ ବାଣ୍ଟି ଦେଉଥିଲି । ମୁଁ ପ୍ରାୟ ୧୦,୦୦୦ରୁ ୧୨୦୦୦ ବହି ମାଗଣାରେ ବାଣ୍ଟି ସାରିଛି ।’’ ସେ ମହାରାଷ୍ଟ୍ରର ନାଗପୁର, ମଧ୍ୟପ୍ରଦେଶର ଜବଲପୁର ଏବଂ ଛତିଶଗଡ଼ର ରାୟପୁର ଭଳି ସହରରୁ ବହି ସଂଗ୍ରହ କରନ୍ତି । ସେ କହନ୍ତି ତାଙ୍କର ଆୟ ସୀମିତ ନୁହେଁ ଏବଂ ସେ କୌଣସି ରେକର୍ଡ ରଖନ୍ତି ନାହିଁ ।

ବହିଗୁଡ଼ିକ ୧୦ ଟଙ୍କାରୁ ନେଇ ୩୫୦ ଟଙ୍କା ମୂଲ୍ୟ ମଧ୍ୟରେ ହୋଇଥାଏ । ସେ କହିଲେ, ‘‘ଏହି ବହିଗୁଡ଼ିକ ଆମ ସମାଜ ବାବଦରେ ଲିଖିତ, ତେଣୁ ଏହାକୁ ଲୋକଙ୍କ ମଧ୍ୟରେ ବାଣ୍ଟିବା ଉଚିତ । ସେମାନେ ଏହାକୁ ପଢ଼ିବା ଉଚିତ । ଯେତେବେଳେ ଆପଣଙ୍କ ଭଳି କେହି [ରିପୋର୍ଟର] ଆମକୁ ପ୍ରଶ୍ନ ପଚାରନ୍ତି, ଆମେ ଲାଜୁଆ ହୋଇଯାଉ ଏବଂ ଆପଣଙ୍କୁ କହିପାରୁନାହୁଁ । ମୁଁ ବୁଝେ, ଏମିତି ଏଥିପାଇଁ ଯେ ଆମର ପୂର୍ବପୁରୁଷମାନଙ୍କୁ ସୁଯୋଗରୁ ବଞ୍ଚିତ କରାଯାଇଥିଲା, ଯେ ଆମେ ଆମର କଥା କହିବା ଏବଂ ସ୍ୱର ଉତ୍ତୋଳନ କରିବାରେ ସମର୍ଥ ହେଉନଥିଲୁ ।’’

ନିଜର ଯାତ୍ରା ସହଜ କରିବାକୁ, ରାମପ୍ୟାରୀ କିଛି ବର୍ଷ ପୂର୍ବରୁ ବିଭିନ୍ନ କାମରେ ଉପଯୋଗ ହୋଇପାରୁଥିବା ଗୋଟିଏ ସେକେଣ୍ଡ ହ୍ୟାଣ୍ଡ ଗାଡ଼ି କିଣିଥିଲେ । ସେ ନିଜ ପରିଚିତଙ୍କ ପାଖରୁ ସୁଧରେ ଟଙ୍କା ଆଣିଥିଲେ । କିନ୍ତୁ ୨୦୨୦ ମାର୍ଚ୍ଚରେ କୋଭିଡ୍‌-୧୯ ଲକ୍‌ଡାଉନ୍‌ ପରଠାରୁ, ସେ ଋଣ କିସ୍ତି ଦେବାରେ ବିଫଳ ହେଲେ । ସେ କହନ୍ତି ଏହା ଏବେ ବି କଷ୍ଟସାଧ୍ୟ ।

Rampyari Kawachi (attired in yellow) and his helpers selling books on a hot summer afternoon at an Adivasi mela in Sukma district
PHOTO • Purusottam Thakur

ରାମପ୍ୟାରୀ କୱାଚି(ହଳଦିଆ ପୋଷାକ ପିନ୍ଧିଥିବା) ଏବଂ ତାଙ୍କର ସହଯୋଗୀମାନେ ଗୋଟିଏ ଗ୍ରୀଷ୍ମ ଅପରାହ୍ନରେ ସୁକ୍‌ମା ଜିଲ୍ଲାର ଗୋଟିଏ ଆଦିବାସୀ ମେଳାରେ ବହି ବିକ୍ରି କରୁଛନ୍ତି

ତାଙ୍କର ସାମଗ୍ରୀଗୁଡ଼ିକୁ ଗଚ୍ଛିତ ରଖିବା ପାଇଁ କୌଣସି ୱେୟାରହାଉସ୍‌ ନାହିଁ । ରାମପ୍ୟାରୀ ସେ ସବୁକୁ ଜୋରାଦାବ୍‌ରୀ ରୟତରେ ଥିବା ତାଙ୍କର ତିନି କୋଠରୀ, ଟାଇଲ୍‌ ଛାତ ବିଶିଷ୍ଟ ଘରେ ରଖନ୍ତି, ଯେଉଁଠାରେ ସେ ନିଜ ସ୍ତ୍ରୀ ପ୍ରେମା ବାଇଙ୍କ ସହ ରହନ୍ତି । ରାମପ୍ୟାରୀ କିମ୍ବା ତାଙ୍କ ସ୍ତ୍ରୀ କେହି ଜାଣନ୍ତି ନାହିଁ ସେମାନଙ୍କର ବୟସ କେତେ – ସେମାନଙ୍କର କୌଣସି ରେକର୍ଡ କିମ୍ବା ଜନ୍ମ ପ୍ରମାଣପତ୍ର ନାହିଁ । ଯଦିଓ ସେ ଘର କାମ ଏବଂ ଘର ପଛପଟେ ଥିବା ଛୋଟ ଚାଷ ଜମିରେ ଚାଷ କାମ କରିବା ଉପରେ ଧ୍ୟାନ ଦିଅନ୍ତି, ତେବେ ଯେତେବେଳେ ପାରନ୍ତି, ପ୍ରେମା ରାମପ୍ୟାରୀଙ୍କ ସହ ତାଙ୍କୁ ଦୋକାନରେ ସାହାଯ୍ୟ କରିବାକୁ ଯାଆନ୍ତି ।

ରାମପ୍ୟାରୀ କହନ୍ତି, ‘‘ମୁଁ ଏହି କାମ କରେ କାରଣ ମୁଁ ଏଥିରୁ ବହୁତ ସନ୍ତୋଷ ପାଏ । ଆମେ ଆଦିବାସୀ ଲୋକମାନେ ମଡାଇ ଏବଂ ମେଳା ସମୟରେ ଏକାଠି ହୁଅନ୍ତି ଏବଂ ଉତ୍ସବ ପାଳନ କରନ୍ତି । ମୁଁ ଯେଉଁଠି ହେଲେ ଆୟ କରିପାରିବି କିନ୍ତୁ ଏହି ସ୍ଥାନ ଗୁଡ଼ିକରେ, ମୁଁ କିଛି ଆୟ କରିବା ସହିତ ତାହା ପାଏ ଯେଉଁଥିପାଇଁ ମୁଁ ବଞ୍ଚିଛି ।’’

ପୂର୍ବରୁ ଲୋକେ ରାମପ୍ୟାରୀଙ୍କୁ ଜଣେ କୋଚିୟା (ଦୋକାନୀ) ଭାବେ ଜାଣିଥିଲେ । ସେ କହନ୍ତି, ‘‘ସେମାନେ ମୋତେ ସେଠ୍‌ (ବ୍ୟବସାୟୀ) ବୋଲି ଡାକୁଥିଲେ, କିନ୍ତୁ ସେମାନେ ଏବେ ମୋତେ ଜଣେ ‘ସାହିତ୍ୟକାର’(ସାହିତ୍ୟିକ) ଭାବେ ଦେଖନ୍ତି । ମୁଁ ଏହାକୁ ଭଲ ପାଏ !’’

ଅନୁବାଦ: ଓଡ଼ିଶାଲାଇଭ୍‍

Purusottam Thakur

Purusottam Thakur is a 2015 PARI Fellow. He is a journalist and documentary filmmaker. At present, he is working with the Azim Premji Foundation and writing stories for social change.

Other stories by Purusottam Thakur
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE