ବର୍ତ୍ତମାନ ସକାଳ ୬ଟା ବାଜିଛି ଏବଂ ସରନ୍ୟା ବାଲାରମଣ ଗୁମ୍ମିଦିପୁଣ୍ଡିରେ ଥିବା ନିଜ ଘର ଛାଡୁଛନ୍ତି । ଚେନ୍ନାଇ ନିକଟସ୍ଥ ତିରୁବଲ୍ଲୁର ଜିଲ୍ଲାରେ ଏହି ଛୋଟ ସହରରେ ଥିବା ରେଳ ଷ୍ଟେସନରେ ସେ ତାଙ୍କର ୩ ପିଲାଙ୍କ ସହିତ ଏକ ଲୋକାଲ୍ ଟ୍ରେନ୍ ଚଢ଼ନ୍ତି । ପ୍ରାୟ ୨ ଘଣ୍ଟା ପରେ ସେ ୪୦ କିମି ଦୂରରେ ଥିବା ଚେନ୍ନାଇ ସେଣ୍ଟ୍ରାଲ ଷ୍ଟେସନରେ ପହଞ୍ଚନ୍ତି । ସ୍କୁଲରେ ପହଞ୍ଚିବା ଲାଗି ଏଠାରୁ ମା’ ଓ ତାଙ୍କର ପିଲାମାନେ ଲୋକାଲ୍ ଟ୍ରେନରେ ଆଉ ୧୦-୧୨ କିମି ଯାତ୍ରା କରନ୍ତି ।

ସନ୍ଧ୍ୟାରେ ୪ଟା ସମୟରେ ଏହି ଯାତ୍ରା ବିପରୀତ ଦିଗରେ ଆରମ୍ଭ ହୁଏ ଏବଂ ବର୍ତ୍ତମାନ ୭ଟା ବାଜିଛି । ଏହି ସମୟ ବେଳକୁ ସେମାନେ ଘରେ ପହଞ୍ଚି ଯାଆନ୍ତି ।

ଘରୁ ସ୍କୁଲ ଏବଂ ସେଠାରୁ ପୁଣି ଫେରିବାର ଏହି ୧୦୦ କିମିରୁ ଅଧିକ ଯାତ୍ରା ସପ୍ତାହରେ ୫ ଥର କରାଯାଇଥାଏ । ଏହା ସରନ୍ୟାଙ୍କ ଲାଗି ଏକ ଉପଲବ୍ଧି, ଯେପରିକି ସେ କହନ୍ତି: ‘‘ଏହା ପୂର୍ବରୁ [ତାଙ୍କ ବାହାଘର ଆଗରୁ], କେଉଁଠାରେ ବସ୍ ବା ଟ୍ରେନ୍ ଚଢ଼ିବାକୁ ହୋଇଥାଏ ତାହା ମୁଁ ଜାଣିନଥିଲି। କିମ୍ବା କେଉଁଠାରେ ଓହ୍ଲାଇବାର ଅଛି ତାହା ଜାଣିନଥିଲି ।’’

Saranya Balaraman waiting for the local train with her daughter, M. Lebana, at Gummidipoondi railway station. They travel to Chennai every day to attend a school for children with visual impairment. It's a distance of 100 kilometres each day; they leave home at 6 a.m. and return by 7 p.m.
PHOTO • M. Palani Kumar

ଚେନ୍ନାଇ ନିକଟସ୍ଥ ଗୁମ୍ମିଦିପୁଣ୍ଡି ରେଳ ଷ୍ଟେସନରେ ସରନ୍ୟା ବାଲାରମଣ ତାଙ୍କର ଝିଅ ଏମ୍. ଲେବାନାଙ୍କ ସହ ଲୋକାଲ୍ ଟ୍ରେନକୁ ଅପେକ୍ଷା କରିଛନ୍ତି । ସେମାନଙ୍କ ଅଞ୍ଚଳରେ ଦୃଷ୍ଟିହୀନ ପିଲାଙ୍କ ଲାଗି କୌଣସି ସ୍କୁଲ ନାହିଁ, ତେଣୁ ସେମାନେ ପ୍ରତିଦିନ ସ୍କୁଲକୁ ଯିବା ଏବଂ ସେଠାରୁ ଘରକୁ ଫେରିବା ଲାଗି ପ୍ରାୟ ୧୦୦ କିମି ଯାତ୍ରା କରିଥାନ୍ତି

ସରନ୍ୟାଙ୍କ ଉଦ୍ୟମ ତାଙ୍କର ୩ ପିଲାଙ୍କ ଲାଗି ଯେଉଁମାନେ କି ସମସ୍ତେ ଦୃଷ୍ଟିହୀନ ଭାବେ ଜନ୍ମ ହୋଇଥିଲେ । ପ୍ରଥମ ଥର ଲାଗି ସେମାନେ ଯେତେବେଳେ ଯାତ୍ରା କରିଥିଲେ ସେତେବେଳେ ଜଣେ ମାମି (ବୁଢୀ ଲୋକ) ତାଙ୍କୁ ରାସ୍ତା ଦେଖାଇବା ଲାଗି ତାଙ୍କ ସହ ସାଙ୍ଗରେ ଆସିଥିଲେ ବୋଲି ସେ କହିଲେ । ନିଜର ପିଲାଙ୍କ ସହ ଯାତ୍ରାକୁ ମନେ ପକାଇ ସେ କହିଲେ, ‘‘ପରଦିନ ଯେତେବେଳେ ମୁଁ ପୁଣି ତାଙ୍କୁ ମୋ ସହିତ ଆସିବାକୁ କହିଲି, ସେ ତାଙ୍କର କାମ ଥିବା କଥା କହିଲେ । ମୁଁ କାନ୍ଦିଲି, ଯାତ୍ରା କରିବାରେ ସଂଘର୍ଷର ସାମ୍ନା କଲି।’’

ତାଙ୍କର ୩ ପିଲା ଏକ ଆନୁଷ୍ଠାନିକ ଶିକ୍ଷା ପାଆନ୍ତୁ ବୋଲି ସେ ଦୃଢ ଥିଲେ, କିନ୍ତୁ ଘର ପାଖରେ ଦୃଷ୍ଟିହୀନଙ୍କ ଲାଗି କୌଣସି ସ୍କୁଲ ନଥିଲା । ସେ ମନେ ପକାଇଲେ, ‘‘ଆମ ଘର ପାଖରେ ଏକ ବଡ଼ [ଘରୋଇ] ସ୍କୁଲ ରହିଛି । ମୁଁ ସେହି ସ୍କୁଲକୁ ଗଲି ଏବଂ ସେମାନେ ମୋ ପିଲାଙ୍କୁ ନେଇପାରିବେ କି ବୋଲି ସେମାନଙ୍କୁ ପଚାରିଲି । ସେମାନ ମୋତେ କହିଲେ ଯେ ଯଦି ସେମାନେ ପିଲାମାନଙ୍କୁ ନେବେ, ଅନ୍ୟ ପିଲାମାନେ ହୁଏତ ସେମାନଙ୍କ ଆଖିକୁ ଏକ ପେନସିଲ୍ କିମ୍ବା ଧାରୁଆ ଜିନିଷରେ ଆଘାତ କରି ପାରନ୍ତି, ଏବଂ ସେଥିଲାଗି ସେମାନଙ୍କୁ ଦାୟୀ କରାଯାଇ ପାରିବ ନାହିଁ ।’’

ସରନ୍ୟା ଶିକ୍ଷକମାନଙ୍କର ପରାମର୍ଶକୁ ଗ୍ରହଣ କଲେ ଏବଂ ଦୃଷ୍ଟିହୀନଙ୍କ ଲାଗି ଏକ ସ୍କୁଲ ସନ୍ଧାନରେ ବାହାରିଲେ । ଚେନ୍ନାଇରେ ଦୃଷ୍ଟିହୀନ ପିଲାଙ୍କ ଲାଗି କେବଳ ଗୋଟିଏ ମାତ୍ର ସରକାରୀ ପରିଚାଳିତ ସ୍କୁଲ ରହିଛି । ଏହା ତାଙ୍କ ଘରଠାରୁ ୪୦ କିମି ଦୂର ପୁନମଲ୍ଲୀ (ପୁନମଲ୍ଲେ ବୋଲି ମଧ୍ୟ କୁହାଯାଏ)ରେ ଅବସ୍ଥିତ। ଏହା ବଦଳରେ ତାଙ୍କର ପଡ଼ୋଶୀମାନେ ସହରରେ ଥିବା ଘରୋଇ ସ୍କୁଲରେ ତାଙ୍କ ପିଲାଙ୍କ ନାମ ଲେଖାଇବାକୁ ତାଙ୍କୁ ପରାମର୍ଶ ଦେଲେ; ସେ ସେହି ସବୁ ସ୍କୁଲ ଦେଖିବାକୁ ନିଷ୍ପତ୍ତି ନେଲେ ।

Saranya with her three children, M. Meshak, M. Lebana and M. Manase (from left to right), at their house in Gummidipoondi, Tamil Nadu
PHOTO • M. Palani Kumar

ତାମିଲନାଡୁର ଗୁମିଡିପୁଣ୍ଡିରେ ତାଙ୍କ ଘରେ ସରନ୍ୟା ନିଜର ୩ ପିଲା ଏମ୍. ମେଶକ, ଏମ୍. ଲେବାନା ଏବଂ ଏମ୍. ମନସେ(ବାମରୁ ଡାହାଣ)ଙ୍କ ସହ

ସେହି ସବୁ ଦିନକୁ ମନେ ପକାଇ ସେ କହିଲେ, ‘‘ମୁଁ କେଉଁଠାକୁ ଯିବି ତାହା ଜାଣିନଥିଲି ।’’ ‘‘ବିବାହ ପୂର୍ବରୁ ଘରେ ବହୁତ ସମୟ କାଟିଥିବା’’ ଯୁବତୀଜଣକ ଏବେ ସ୍କୁଲ ଖୋଜୁଥିଲା । ସେ ଆହୁରି ଯୋଗ କଲେ, ‘‘ଏପରିକି ବିବାହ ପରେ ବି ମୁଁ କିଭଳି ଏକୁଟିଆ ଯାତ୍ରା କରିବାକୁ ହୁଏ ତାହା ଜାଣିନଥିଲି।’’

ଦକ୍ଷିଣ ଚେନ୍ନାଇର ଏକ ଅଞ୍ଚଳ ଆଦ୍ୟାରରେ ସରନ୍ୟା ବଧିର ଓ ଅନ୍ଧଙ୍କ ଲାଗି ସେଣ୍ଟ. ଲୁଇସ୍ ଇନଷ୍ଟିଚ୍ୟୁଟର ସନ୍ଧାନ ପାଇଲେ;  ସେ ତାଙ୍କର ଦୁଇ ପୁଅଙ୍କୁ ଏଠାରେ ଭର୍ତ୍ତି କଲେ । ପରେ ସେ ନିକଟରେ ଜି.ଏନ୍ . ଚେଟ୍ଟି ରୋଡରେ ଥିବା ଲିଟିଲ ଫ୍ଲାୱାର କନଭେଣ୍ଟ ହାୟର ସେକେଣ୍ଡାରୀ ସ୍କୁଲରେ ତାଙ୍କ ଝିଅଙ୍କର ନାମ ଲେଖାଇବେ । ବର୍ତ୍ତମାନ ତାଙ୍କର ବଡ ପୁଅ ଏମ୍ ମେଶକ ଅଷ୍ଟମ ଶ୍ରେଣୀରେ ପଢୁଛନ୍ତି, ଦ୍ୱ ିତୀୟ ପୁଅ ଏମ୍ ମନାସେ ଷଷ୍ଠରେ ଏବଂ ସବା ସାନ ଏମ୍ ଲେବାନା ତୃତୀୟରେ ପଢୁଛନ୍ତି ।

କିନ୍ତୁ ସେମାନଙ୍କୁ ସ୍କୁଲରେ ରଖିବାର ଅର୍ଥ ହେଉଛି ଲମ୍ବା ଟ୍ରେନ୍ ଯାତ୍ରା ଯାହାକି କ୍ଲାନ୍ତିକର, ଚାପଯୁକ୍ତ ଏବଂ ପ୍ରାୟତଃ ଯନ୍ତ୍ରଣାଦାୟକ। ରାସ୍ତାରେ ଚେନ୍ନାଇ ସେଣ୍ଟ୍ରାଲ ଷ୍ଟେସନରେ ବଡ଼ ପୁଅକୁ ଅଧିକାଂଶ ସମୟରେ ବାତ ମାରିଥାଏ। ସେ କହିଲେ, ‘‘ମୁଁ ଜାଣେନାହିଁ ତା’ ସହ କ’ଣ ହେବ…ତାକୁ ବାତ ମାରିବ । ମୁଁ ତାକୁ ମୋ କୋଳରେ ଧରିବି ଯେପରିକି ତାକୁ କେହି ଦେଖି ନ ପାରିବେ। କିଛି ସମୟ ପରେ ମୁଁ ତାକୁ ନେଇଯିବି ।’’

ତାଙ୍କ ପିଲାଙ୍କ ଲାଗି ଆବାସିକ ସ୍କୁଲ ଶିକ୍ଷା ଏକ ବିକଳ୍ପ ନଥିଲା । ତାଙ୍କ ବଡ ପୁଅ ଉପରେ ସବୁବେଳେ କଡା ନଜର ରଖିବା ଆବଶ୍ୟକ । ସେ କହିଲେ ଏବଂ ଯୋଗ କଲେ, ‘‘ତାକୁ ଦିନକୁ ୩-୪ ଥର ବାତ [ଏପିଲେପ୍ଟିକ ସିଜର] ମାରିଥାଏ । ମୁଁ ସେଠାରେ ନଥିଲେ ମୋର ଦ୍ୱିତୀୟ ପିଲା ଖାଏ ନାହିଁ ।’’

Saranya feeding her sons, M. Manase (right) and M. Meshak, with support from her father Balaraman. R (far left)
PHOTO • M. Palani Kumar

ନିଜ ବାପା ବାଲାରମଣ ଆର୍ (ବାମ)ଙ୍କ ସାହାଯ୍ୟରେ ସରନ୍ୟା ତାଙ୍କର ପିଲାମାନଙ୍କୁ ଖୁଆଇବାକୁ ଉଦ୍ୟମ କରୁଛନ୍ତି । ସେ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି

*****

ସରନ୍ୟାଙ୍କୁ ୧୭ ବର୍ଷ ହେବା ପୂର୍ବରୁ ସେ ତାଙ୍କ ମାମୁଁ ମୁଥୁଙ୍କୁ ବିବାହ କରିଥିଲେ। ତାମିଲନାଡୁରେ ପଛୁଆ ବର୍ଗ(ବିସି) ଭାବେ ସୂଚୀବଦ୍ଧ ରେଡ୍ଡି ସଂପ୍ରଦାୟରେ ରକ୍ତ ସଂପର୍କୀୟଙ୍କ ମଧ୍ୟରେ ବିବାହ ଖୁବ୍ ସାଧାରଣ । ସେ କହିଲେ, ‘‘ମୋ ବାପା ପାରିବାରିକ ବନ୍ଧନକୁ ଭାଙ୍ଗିବାକୁ ଚାହୁଁନଥିଲେ । ତେଣୁ ସେ ମୋତେ ମୋର ମାମା[ମାମୁଁ]ଙ୍କ ସହ ବିବାହ କରାଇ ଦେଲେ ।’’ ‘‘ମୁଁ ଏକ ଯୌଥ ପରିବାରରେ ରହିଲି । ମୋର ୪ ଜଣ ଥାଇ ମାମାନ୍ [ ମାମୁଁ] ଅଛନ୍ତି, ମୋର ସ୍ୱ ାମୀ ସେମାନଙ୍କ ମଧ୍ୟରୁ ସବା ସାନ ଥିଲେ ।’’

ତାଙ୍କୁ ୨୫ ବର୍ଷ ହେବାବେଳକୁ ସରନ୍ୟା ଦୃଷ୍ଟିହୀନ ଭାବେ ଜନ୍ମ ହୋଇଥିବା ୩ଟି ପିଲାଙ୍କର ମା’ ହୋଇସାରିଥିଲେ । ସେ କହିଲେ, ‘‘ମୁଁ ମୋର ପ୍ରଥମ ପୁଅକୁ ଜନ୍ମ ଦେବାଯାଏ ପିଲାମାନେ ସେଭଳି [ଦୃଷ୍ଟିହୀନ] ହୋଇ ଜନ୍ମ ହୋଇପାରନ୍ତି ବୋଲି ଜାଣିନଥିଲି । ତା’ର ଜନ୍ମ ବେଳକୁ ମୋତେ ୧୭ ବର୍ଷ ହୋଇଥିଲା । ତା’ର ଆଖି ଏକ କଣ୍ଢେଇର ଆଖି ଭଳି ଲାଗୁଥିଲା । ମୁଁ କେବଳ ବଡ଼ ଲୋକଙ୍କୁ ହିଁ ସେଭଳି ଦେଖିଥିଲି।’’

ଦ୍ୱିତୀୟ ପୁଅର ଜନ୍ମ ସମୟରେ ତାଙ୍କୁ ୨୧ ବର୍ଷ ହୋଇଥିଲା । ସରନ୍ୟା କହିଲେ, ‘‘ମୁଁ ଭାବିଲି ଅତି କମ୍‌ରେ ଦ୍ୱିତୀୟ ପିଲାଟି ସାମାନ୍ୟ ଭାବେ ଜନ୍ମ ହେବ, କିନ୍ତୁ ୫ ମାସ ମଧ୍ୟରେ ଏହି ପିଲା ବି ଦୃଷ୍ଟିହୀନ ଥିବା କଥା ବୁଝିପାରିଲି ।’’ ଦ୍ୱିତୀୟ ପିଲାକୁ ୨ ବର୍ଷ ହୋଇଥିବା ବେଳେ ସରନ୍ୟାଙ୍କର ସ୍ୱା ମୀ ଏକ ଦୁର୍ଘଟଣାର ଶିକାର ହେଲେ ଏବଂ କୋମାକୁ ପଳାଇଲେ। ଯେତେବେଳେ ସେ ଭଲ ହୋଇଗଲେ ସେତେବେଳେ ସରନ୍ୟାଙ୍କର ବାପା ତାଙ୍କୁ ଟ୍ରକ ଲାଗି ଏକ ଛୋଟ ମରାମତି ଦୋକାନ ଖୋଲିବାକୁ ସହାୟତା କଲେ।

ତାଙ୍କ ସ୍ୱାମୀଙ୍କର ଦୁର୍ଘଟଣାର ୨ ବର୍ଷ ପରେ ସରନ୍ୟା ଏକ ଝିଅକୁ ଜନ୍ମ ଦେଲେ । ସେ କହିଲେ, ‘‘ଆମେ ଭାବିଲୁ ସେ ସୁସ୍ଥ ହୋଇପାରେ…’’, ଏବଂ ଯୋଗକଲେ  ‘‘ଲୋକମାନେ ମୋତେ କହିଲେ ଯେ ସମସ୍ତ ୩ ପିଲା ଏଭଳି ଜନ୍ମ ହେବାର କାରଣ ହେଉଛି  ମୁଁ ଜଣେ ରକ୍ତ ସଂପର୍କୀୟଙ୍କୁ ବିବାହ କରିଥିଲି । ମୁଁ ଏହା ପୂର୍ବରୁ ଜାଣିଥାନ୍ତି ଭଲା।’’
Photos from the wedding album of Saranya and Muthu. The bride Saranya (right) is all smiles
PHOTO • M. Palani Kumar
Photos from the wedding album of Saranya and Muthu. The bride Saranya (right) is all smiles
PHOTO • M. Palani Kumar

ସରନ୍ୟା ଏବଂ ମୁଥୁଙ୍କ ବିବାହ ଆଲବମର ଫଟୋ । କନ୍ୟା ସରନ୍ୟା (ଡାହାଣ) ହସୁଛନ୍ତି

Saranya’s family in their home in Gummidipoondi, north of Chennai
PHOTO • M. Palani Kumar

ସରନ୍ୟାଙ୍କ ପରିବାର ସଦସ୍ୟମାନେ ଗୁମ୍ମିଦିପୁଣ୍ଡିରେ ଥିବା ତାଙ୍କ ଘରେ ସକାଳ ସମୟକୁ ଏକାଠି ବିତାଇଥାନ୍ତି

ସେମାନଙ୍କର ବଡ଼ ପୁଅ ଏକ ସ୍ନାୟବିକ ରୋଗରେ ପୀଡିତ ଏବଂ ସେମାନେ ତାର ମେଡିକାଲ ଖର୍ଚ୍ଚ ବାବଦରେ ମାସକୁ ୧୫୦୦ ଟଙ୍କା ଯାଏ ବ୍ୟୟ କରିଥାନ୍ତି । ପୁଣି ଉଭୟ ପୁଅଙ୍କ ସ୍କୁଲ ଫି’ ବାବଦରେ ବାର୍ଷିକ ୮୦୦୦ ଟଙ୍କା ଖର୍ଚ୍ଚ ହୋଇଥାଏ; ତାଙ୍କ ଝିଅଙ୍କ ସ୍କୁଲ କୌଣସି ଫି’ ନିଏନାହିଁ । ସେ କହିଲେ, ‘‘ମୋ ସ୍ୱାମୀ ଆମର ଦେଖାଶୁଣା କରୁଥିଲେ । ସେ ଦିନକୁ ୫୦୦ କିମ୍ବା ୬୦୦ ଟଙ୍କା ରୋଜଗାର କରୁଥିଲେ।’’

ଯେତେବେଳେ ତାଙ୍କ ସ୍ୱାମୀ ୨୦୨୧ରେ ଏକ ହୃଦଘାତରେ ଚାଲିଗଲେ, ସରନ୍ୟା ସେହି ଅଞ୍ଚଳରେ ଥିବା ତାଙ୍କର ବାପା ମା’ଙ୍କ ଘରକୁ ପଳାଇଗଲେ । ସେ କହିଲେ, ‘‘ବର୍ତ୍ତମାନ ମୋ’ ବାପା ମା’ ମୋର ଏକମାତ୍ର ସାହାରା । ମୋତେ ଏହା [ପିଲାମାନଙ୍କର ଦେଖାଶୁଣା] ଏକୁଟିଆ ହିଁ କରିବାକୁ ହେବ । ମୁଁ ହସିବା ଭୁଲି ଯାଇଛି ।’’

ସରନ୍ୟାଙ୍କର ବାପା ଏକ ପାୱାରଲୁମ୍ କାରଖାନାରେ କାମ କରନ୍ତି ଏବଂ ଯେଉଁ ଥର ପୂରା ମାସ କାମ କରିବାରେ ସମର୍ଥ ହୋଇଥାନ୍ତି ସେଥର ମାସକୁ ୧୫,୦୦୦ ଟଙ୍କା ପାଆନ୍ତି ।  ତାଙ୍କ ମା’ ଶାରିରୀକ ଭାବେ ଦିବ୍ୟାଙ୍ଗମାନଙ୍କୁ ପ୍ରତି ମାସରେ ମିଳୁଥିବା ୧୦୦୦ ଟଙ୍କାର ଭତ୍ତା ପାଇଥାନ୍ତି । ସେ କହିଲେ, ‘‘ମୋ ବାପା ବୁଢା ହେଉଛନ୍ତି । ସେ ସମସ୍ତ ୩୦ ଦିନ କାମକୁ  ଯାଇପାରିବେ ନାହିଁ ଏବଂ ତେଣୁ ସେ ଆମର ଖର୍ଚ୍ଚ ତୁଲାଇ ପାରିବେ ନାହିଁ । ମୋତେ ସବୁ ସମୟରେ  ପିଲାଙ୍କ ସହ ରହିବାକୁ ହୋଇଥାଏ, ମୋତେ ଏକ ଚାକିରି ମିଳୁନାହିଁ ।’’ ଏକ ସ୍ଥିର ସରକାରୀ ଚାକିରିରୁ ସହାୟତା ମିଳିପାରନ୍ତା ଏବଂ ସେ ପିଟିସନ୍ ଦାଖଲ କରିଛନ୍ତି କିନ୍ତୁ କିଛି ହୋଇନାହିଁ ।

ନିଜ ସମସ୍ୟାରୁ ରକ୍ଷା ପାଇବା ଲାଗି ତାଙ୍କୁ ପ୍ରତିଦିନ ସଂଘର୍ଷ କରିବାକୁ ପଡୁଥିବାରୁ ସରନ୍ୟାଙ୍କ ମନରେ ଆତ୍ମହତ୍ୟାର ବିଚାର ଆସିଥାଏ । ସେ କହିଲେ, ‘‘ମୋ ଝିଅ ହିଁ ମୋତେ ବଞ୍ଚାଇ ରଖିଛି । ସେ ମୋତେ କହେ, ‘ଆମ ବାପା ଆମକୁ ଛାଡ଼ି ଚାଲିଗଲେ । ଆମେ ଅତି କମ୍‌ରେ କିଛି ବର୍ଷ ବଞ୍ଚିବା ଏବଂ ତା’ ପରେ ଚାଲିଯିବା’।’’

Balaraman is helping his granddaughter get ready for school. Saranya's parents are her only support system
PHOTO • M. Palani Kumar

ବାଲାରମଣ ତାଙ୍କ ନାତୁଣୀଙ୍କୁ ସ୍କୁଲ ଯିବାକୁ ପ୍ରସ୍ତୁତ କରୁଛନ୍ତି । ସରନ୍ୟାଙ୍କର ବାପା ମା’ ହେଉଛନ୍ତି ଏକମାତ୍ର ସାହାରା ଯାହା ଉପରେ ସେ ନିର୍ଭରଶୀଳ

Saranya begins her day at 4 a.m. She must finish household chores before she wakes up her children and gets them ready for school
PHOTO • M. Palani Kumar

ରୋଷେଇ କରିବା ଏବଂ ତାଙ୍କ ପିଲାକୁ ସ୍କୁଲ ଯିବାକୁ ପ୍ରସ୍ତୁତ କରିବାକୁ ସରନ୍ୟା ପ୍ରତିଦିନ ଭୋର ୪ଟାରୁ ଉଠନ୍ତି

Saranya with her son Manase on her lap. 'My second son [Manase] won't eat if I am not there'
PHOTO • M. Palani Kumar

ସରନ୍ୟା ତାଙ୍କ ପୁଅ ଏମ୍ ମନସେଙ୍କୁ ଶ୍ରଦ୍ଧା କରୁଛନ୍ତି ଯିଏକି ତାଙ୍କର କୋଳରେ ଶୋଇଛନ୍ତି । ‘ମୁଁ ସେଠାରେ ନଥିଲେ ମୋର ଦ୍ୱି ତୀୟ ପୁଅ ଖାଏ ନାହିଁ’

Manase asleep on the floor in the house in Gummidipoondi
PHOTO • M. Palani Kumar

ତାଙ୍କ ଘର ଗୁମ୍ମିଦିପୁଣ୍ଡି ରେ ମନସେ ଚଟାଣରେ ଶୋଇଥିବାବେଳେ ସୂର୍ଯ୍ୟକିରଣ ତାଙ୍କ ଉପରେ ପଡୁଛି

Saranya's daughter, Lebana has learnt to take care of herself and her belongings
PHOTO • M. Palani Kumar

ଲେବାନା ତାଙ୍କର ବଡ଼ ଭାଇମାନଙ୍କ ଅପେକ୍ଷା ଅଧିକ ସ୍ୱ ାଧୀନ । ସେ ଅତି ଶୃଙ୍ଖଳିତ ଏବଂ ନିଜର ଯତ୍ନ ନେବା ଶିଖିଯାଇଛନ୍ତି

Lebana listening to Tamil songs on Youtube on her mother's phone; she sometimes hums the tunes
PHOTO • M. Palani Kumar

ଲେବାନା ତାଙ୍କ ମା’ଙ୍କ ଫୋନରୁ ୟୁଟ୍ୟୁବ୍ ରେ ତାମିଲ ଗୀତ ଶୁଣୁଛନ୍ତି । ଗୀତ ନ ଶୁଣିବା ସମୟରେ ସେ ଧୀର ସ୍ୱ ରରେ ସେଗୁଡିକୁ ଗାଆନ୍ତି

Manase loves his wooden toy car. He spends most of his time playing with it while at home
PHOTO • M. Palani Kumar

ମନସେ ତାଙ୍କର କାଠ ଖେଳନା କାର୍ କୁ ଭଲ ପାଆନ୍ତି । ଘରେ ଥିବାବେଳେ ସେ ଏହା ସହ ଖେଳି ତାଙ୍କର ଅଧିକାଂଶ ସମୟ ବିତାଇଥାନ୍ତି

Thangam. R playing with her grandson Manase. She gets a pension of Rs. 1,000 given to persons with disability and she spends it on her grandchildren
PHOTO • M. Palani Kumar

ଥଙ୍ଗମ୍ ଆର୍ ତାଙ୍କର ନାତି ମନସେ ସହ ଖେଳୁଛନ୍ତି । ସେ ଶାରିରୀକ ଭାବେ ଦିବ୍ୟାଙ୍ଗଙ୍କୁ ଦିଆଯାଉଥିବା ୧୦୦୦ ଟଙ୍କାର ଭତ୍ତା ପାଇଥାନ୍ତି ଯାହାକୁ କି ସେ ତାଙ୍କର ନାତିନାତୁଣୀଙ୍କ ପାଇଁ ଖର୍ଚ୍ଚ କରିଥାନ୍ତି

Lebana with her grandmother. The young girl identifies people's emotions through their voice and responds
PHOTO • M. Palani Kumar

ଲେବାନା ତାଙ୍କର ଆଇ ମା’ଙ୍କୁ ପ୍ରବୋଧନା ଦେଉଛନ୍ତି । ଜଣେ ଦୟାଳୁ ପିଲା ଲେବାନା ଅନ୍ୟମାନଙ୍କର ଭାବନା ପ୍ରତି ସମ୍ବେଦନଶୀଳ ଯାହାକୁ ସେ ଅନ୍ୟମାନଙ୍କର ସ୍ୱ ରରୁ ଜାଣିପାରନ୍ତି ଏବଂ ସେମାନଙ୍କୁ ଉତ୍ତର ଦେଇଥାନ୍ତି

Balaraman is a loving grandfather and helps take care of the children. He works in a powerloom factory
PHOTO • M. Palani Kumar

ବାଲାରମଣ ତାଙ୍କର ସମସ୍ତ ୩ ନାତିନାତୁଣୀଙ୍କର ଶ୍ରଦ୍ଧାର ସହ ଯତ୍ନ ନିଅନ୍ତି । ସେ ଏକ ପାୱାରଲୁମ୍ କାରଖାନାରେ କାମ କରନ୍ତି ଏବଂ ଘରେ ଥିବାବେଳେ ଘର କାମରେ ସହାୟତା କରିଥାନ୍ତି

Balaraman (left) takes his eldest grandson Meshak (centre) to the terrace every evening for a walk. Meshak needs constant monitoring because he suffers frequently from epileptic seizures. Sometimes his sister Lebana (right) joins them
PHOTO • M. Palani Kumar

ବାଲାରମଣ (ବାମ) ତାଙ୍କର ବଡ଼ ନାତି ମେଶକ (ମଝି)କୁ ପ୍ରତିଦିନ ସନ୍ଧ୍ୟାରେ ଚାଲିବା ଲାଗି ଛାତକୁ ନେଇଥାନ୍ତି । ବେଳେବେଳେ ଲେବାନା ସେମାନଙ୍କ ସହ ଯୋଗ ଦେଇ ସେମାନଙ୍କର ସାନ୍ଧ୍ୟ ଭ୍ରମଣକୁ ଆନନ୍ଦମୟ କରିଥାନ୍ତି

Lebana likes playing on the terrace of their building. She brings her friends to play along with her
PHOTO • M. Palani Kumar

ଲେବାନା ତାଙ୍କ ଘରର ଛାତରେ ଖେଳିବାକୁ ପସନ୍ଦ କରନ୍ତି। ସେ ତାଙ୍କ ସହିତ ଖେଳିବାକୁ ସାଙ୍ଗମାନଙ୍କୁ ଆଣନ୍ତି’

Lebana pleading with her mother to carry her on the terrace of their house in Gummidipoondi
PHOTO • M. Palani Kumar

ଗୁମ୍ମିଦିପୁଣ୍ଡି ରେ ସେମାନଙ୍କ ଘରର ଛାତରେ ଖେଳୁଥିବା ସମୟରେ ଲେବାନା ତାଙ୍କ ମା’ଙ୍କୁ ତାଙ୍କୁ ଉଠାଇବାକୁ ନିବେଦନ କରୁଛନ୍ତି

Despite the daily challenges of caring for her three children, Saranya finds peace in spending time with them at home
PHOTO • M. Palani Kumar

ନିଜର ୩ ଦୃଷ୍ଟିହୀନ ପିଲାଙ୍କର ଯତ୍ନ ନେବାର ଚାଲେଞ୍ଜ ଥିବା ସତ୍ତ୍ୱେ ସରନ୍ୟା ସେମାନଙ୍କ ସହ ଘରେ ସମୟ ବିତାଇଲେ ଶାନ୍ତି ଅନୁଭବ କରିଥାନ୍ତି

After getting her children ready for school, Saranya likes to sit on the stairs and eat her breakfast. It is the only time she gets to herself
PHOTO • M. Palani Kumar

ନିଜ ପିଲାଙ୍କୁ ସ୍କୁଲ ପାଇଁ ପ୍ରସ୍ତୁତ କରିବା ପରେ ସରନ୍ୟା ଜଳଖିଆ ଖାଇବାକୁ ସିଡ଼ି ଉପରେ ବସିଥାନ୍ତି । ସେ ଏକୁଟିଆ ଖାଇବାକୁ ପସନ୍ଦ କରନ୍ତି । ସେ ନିଜ ଲାଗି କେବଳ ଏତିକି ସମୟ ପାଇଥାନ୍ତି

Saranya is blowing bubbles with her daughter outside their house in Gummidipoondi. 'It is my daughter who has kept me alive'
PHOTO • M. Palani Kumar

ଗୁମ୍ମିଦିପୁଣ୍ଡି ରେ ସେମାନଙ୍କ ଘର ବାହାରେ ସରନ୍ୟା ନିଜ ଝିଅ ସହ ଫୋଟକା ଉଡାଉଛନ୍ତି । ‘ମୋ ଝିଅ ହିଁ ମୋତେ ବଞ୍ଚାଇ ରଖିଛି’

'I have to be with my children all the time. I am unable to get a job'
PHOTO • M. Palani Kumar

ମୋତେ ସବୁ ସମୟରେ ପିଲାଙ୍କ ସହ ରହିବାକୁ ହୋଇଥାଏ । ମୋତେ ଏକ ଚାକିରି ମିଳୁନାହିଁ'


ଏହି କାହାଣୀ ତାମିଲ ଭାଷାରେ ରିପୋର୍ଟ କରାଯାଇଥିଲା ଏବଂ ଏ ସ୍‌ ସେ ନ୍ଥା ଲିରଙ୍କ ଦ୍ୱାରା ଇଂରାଜୀରେ ଅନୁବାଦ କରାଯାଇଥିଲା

ଅନୁବାଦ : ଓଡ଼ିଶାଲାଇଭ୍‍

M. Palani Kumar

M. Palani Kumar is PARI's Staff Photographer and documents the lives of the marginalised. He was earlier a 2019 PARI Fellow. Palani was the cinematographer for ‘Kakoos’, a documentary on manual scavengers in Tamil Nadu, by filmmaker Divya Bharathi.

Other stories by M. Palani Kumar
Editor : S. Senthalir

S. Senthalir is a Reporter and Assistant Editor at the People's Archive of Rural India. She was a PARI Fellow in 2020.

Other stories by S. Senthalir
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE