ପୁଣି ସ୍କୁଲକୁ ଫେରିଛନ୍ତି ସିତ୍ତିଲିଙ୍ଗି ଉପତ୍ୟକାର କେତେକ ଯୁବ ଆଦିବାସୀ । କିନ୍ତୁ ଏଥର ପାଠ ପଢ଼ିବାକୁ ନୁହେଁ, ବରଂ ଥୁଲିର ସ୍କୁଲ୍ର ନୂଆ ପରିସର ନିର୍ମାଣ କରିବା ପାଇଁ ।

ସେମାନଙ୍କ ମଧ୍ୟରେ ଅଛନ୍ତି ୨୯ ବର୍ଷୀୟ ଏ. ପେରୁମଲ, ଯିଏ କି ଜଣେ ଇଲେକ୍ଟ୍ରିସିଆନ୍। ଦିନେ ସକାଳେ, ତାର ଓ ଅନ୍ୟ ଉପକରଣଗୁଡ଼ିକୁ ରଖୁଥିବା ବେଳେ ସେ କହନ୍ତି, “ତଳେ ଥିବା ଏହି ଛୋଟ ଭେଣ୍ଟିଲେଟରକୁ ଦେଖୁଛନ୍ତି ? ଏହାଦ୍ଵାରା ସବୁଠୁ ଛୋଟ ପିଲାଟି ମଧ୍ୟ ତାଜା ପବନ ପାଇପାରିବ।” ସିତ୍ତିଲିଙ୍ଗିରେ ତାଙ୍କ ଟେଲିଭିଜନ ଓ ଫ୍ୟାନ୍ମରାମତି କାମରଚାହିଦା ଥିଲେ ହେଁ, ତାକୁ ଛାଡ଼ି ସେ ସ୍କୁଲ୍ନିର୍ମାଣସ୍ଥଳରେ କାମ କରିବାକୁ ଆସିଛନ୍ତି ।

ତାଙ୍କ ପାଖରେ ମାଟି ଅକ୍ସାଇଡ୍ରେ କୋଠାର ଖମ୍ବଗୁଡ଼ିକୁ ଆକାର ଦେଉଛନ୍ତି ୨୪ ବର୍ଷର ଏମ୍. ଜୟବଲ।ମାଟି ତିଆରି ଇଟା କାମରେ ସିଦ୍ଧହସ୍ତ ଜଣେ ଜଣାଶୁଣା ରାଜମିସ୍ତ୍ରୀ। ଯଦିଓ ଉପତ୍ୟକାର ଏହି ସରକାରୀ ସ୍କୁଲ୍ରେ ପଢ଼ିବା ବେଳେ ସେ କେବେ ହେଲେ ହାତରେ ଖଡ଼ି କି ଚିତ୍ରାଙ୍କନ ଖାତା ଧରି ନଥିଲେ। ୨୦୧୬ ମସିହା ଡିସେମ୍ବରରେ ସ୍କୁଲ୍ର ନୂଆ କୋଠାର ଭିତ୍ତି ପ୍ରସ୍ତର ସ୍ଥାପନ ଦିନରୁ ହିଁ ସେ ମଧ୍ୟ ଜଣେ କାଠ କାରିଗର ଭାବେ କାମ କରିଆସୁଛନ୍ତି। ସେ ଓ ଅନ୍ୟମାନେ ଦିନକୁ ଆଠ ଘଣ୍ଟାର କାମ ପାଇଁ ୫୦୦ ଟଙ୍କା ପାଆନ୍ତି ଏବଂ ଯେତେବେଳେ ଦରକାର ହୁଏ ଆସନ୍ତି ।

୨୦୦୪ ମସିହାରେ ଥୁଲିରରେ ସ୍କୁଲ ପରବର୍ତ୍ତୀ କାର୍ଯ୍ୟକ୍ରମରେ ହିଁ ସେମାନେ କୋଠା ନିର୍ମାଣ କୌଶଳର ପ୍ରଥମ ଶିକ୍ଷା ଆରମ୍ଭ କରିଥିଲେ । ଏହିଠାରେ, ଜୟବଲ ଏବଂ ଅନ୍ୟ ପ୍ରାଥମିକ ଓ ମାଧ୍ୟମିକସ୍ତରର ଛାତ୍ରଛାତ୍ରୀମାନେ ସିତ୍ତିଲିଙ୍ଗିର ସ୍ଥାନୀୟ ସରକାରୀ ସ୍କୁଲ୍ରେ ହିଁ ବ୍ୟାବହାରିକ ପରୀକ୍ଷଣ ଜରିଆରେ ବିଜ୍ଞାନ, ଅଙ୍କନ ଜରିଆରେ କଳା ଏବଂ ବହି ଜରିଆରେ ଭାଷାର ଅନ୍ଵେଷଣ କରୁଥିଲେ ।

Children at the Thulir primary school
PHOTO • Priti David
Teachers and students working at an after-school training centre
PHOTO • Priti David

ଥୁଲିରର ପ୍ରାଥମିକ ସ୍କୁଲ୍ଏବଂ ପ୍ରାୟ ଏକ କିଲୋମିଟର ଦୂରରେ ଥିବା ସ୍କୁଲ୍ପରବର୍ତ୍ତୀ ପ୍ରଶିକ୍ଷଣ କେନ୍ଦ୍ରର ନୂତନ ଉନ୍ନୀତ ପରିସର ପାଇଁ କାମ ଚାଲିଛି

୨୦୧୫ ସୁଦ୍ଧା, ସିତ୍ତିଲିଙ୍ଗିରେ ସ୍ଥାପିତ ହୋଇଥିଲା ଥୁଲିର ‘ଶିକ୍ଷଣ କେନ୍ଦ୍ର’ (‘ଥୁଲିର’ ଅର୍ଥ ଗୋଟିଏ ଗଛର ଗଜା) ଯାହାକି ୫ମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଏକ ପ୍ରାଥମିକ ବିଦ୍ୟାଳୟ। ତାମିଲନାଡୁର ଏକ ସୁଦୂରକୋଣରେ, ଧର୍ମପୁରୀ ଜିଲ୍ଲାରେ ଥିବା ଏହି ଉପତ୍ୟକାର ଜନସଂଖ୍ୟା ମୋଟାମୋଟି ୧୦,୦୦୦, ଯେଉଁମାନେ ୨୧ଟି ସମୂହରେ ରହନ୍ତି । ଏଥିରୁ ମାଲାୟାଲିମାନଙ୍କର ୧୮ଟି ପଡ଼ା ଗାଁ, ଦୁଇଟି ଲାମ୍ବାଡ଼ିମାନଙ୍କର ଛୋଟ ଗାଁ ଏବଂ ଗୋଟିଏ ଦଳିତମାନଙ୍କର ପଡ଼ା ଗାଁ ।

କୋଠାରେ କାର୍ଯ୍ୟରତ ସବୁ ଲୋକେ ମାଲାୟାଲି ସଂପ୍ରଦାୟର, ଯେଉଁମାନଙ୍କ ମଧ୍ୟରେ ଶିକ୍ଷିତଙ୍କ ହାର ରାଜ୍ୟରେ ସବୁଠାରୁ କମ୍। ସାକ୍ଷରତା ହାରମାତ୍ର ୫୧.୩ ପ୍ରତିଶତ (୨୦୧୧ ଜନଗଣନା ଅନୁସାରେ)। ତାମିଲନାଡୁର ମୋଟ ଅଧିସୂଚିତ ଜନଜାତି ଜନସଂଖ୍ୟା ୭୯୪,୬୯୭ ମଧ୍ୟରୁ ମାଲାୟାଲି ସଂପ୍ରଦାୟର ଜନସଂଖ୍ୟା ସର୍ବାଧିକ ୩୫୭,୯୮୦। ସେମାନେ ମୁଖ୍ୟତଃ ଧର୍ମପୁରୀ, ନର୍ଥ ଆର୍କଟ, ପୁଡୁକୋଟ୍ଟାଇ, ସାଲେମ, ସାଉଥ୍ଆର୍କଟ ଏବଂ ତିରୁଚିରାପଲ୍ଲୀ ଜିଲ୍ଲାରେ ବାସ କରନ୍ତି ।

 “ପ୍ରଥମ କଥା ଯାହା ମୁଁ (ସ୍କୁଲ୍ପରବର୍ତ୍ତୀ କାର୍ଯ୍ୟକ୍ରମରେ) ଶିଖିଥିଲି, ତାହା ହେଲା କେମିତି ଏକ ଏଲ୍ବୋ ଜଏଣ୍ଟ ବ୍ୟବହାର କରି ପାଣି ପ୍ଲାଣ୍ଟ ପାଇଁ ପାଇପ୍ବସେଇବାକୁ ହୁଏ”, ସ୍ମୃତିଚାରଣ କରନ୍ତି ଏକ ମାଲାୟାଲି ଆଦିବାସୀ ପଡ଼ା ଗାଁ ମୁଲ୍ଲା ସିତ୍ତିଲିଙ୍ଗିରେ ବଢ଼ିଥିବା ଥୁଲିର ସ୍କୁଲ୍ର ଜଣେ ଶିକ୍ଷକ ୨୭ ବର୍ଷୀୟ ଏମ୍.ଶକ୍ତିଭେଲ୍।

ଏକ ସିଡ଼ି ଉପରେ ଠିଆ ହୋଇ ସୌରଶକ୍ତି ପ୍ୟାନେଲ ଏବଂ ବ୍ୟାଟେରୀ ଖୋଲୁଥିଲେ ଶକ୍ତିଭେଲ। ସଂପ୍ରତି ଉପତ୍ୟକାର ଏକ ଭଡ଼ାଘରେ ଚାଲୁଥିବା ସ୍କୁଲ ପରିସରରୁ ପ୍ରାୟ ଏକ କିଲୋମିଟର ଦୂର ନୂଆ କୋଠାକୁ ଏଗୁଡ଼ିକ ସ୍ଥାନାନ୍ତରିତ ହେବ। ଶକ୍ତିଭେଲ କହନ୍ତି ଯେ ନୂଆ ସ୍କୁଲ୍ରେ ଅନେକ ଦାମୀ ଉପକରଣ ଲାଗିଛି ଏବଂ ରାତିରେ ଜଳିବା ପାଇଁ ସୌରଶକ୍ତିଚାଳିତ ଆଲୋକ ରହିଛି ଯାହାକି ଚୋରମାନଙ୍କ ଦାଉରୁ ରକ୍ଷା କରିବ ।

M. Sakthivel repairing electronics
PHOTO • Priti David
M. Sakthivel teaching children at the Thulir school
PHOTO • Priti David

ଥୁଲିର କେନ୍ଦ୍ରର ପ୍ରାରମ୍ଭିକ ସମୟର ଜଣେ ଗ୍ରାଜୁଏଟ୍ଏମ୍. ଶକ୍ତିଭେଲ, ଏବେ ଏଠାରେ ପାଠ ପଢ଼ାନ୍ତି ଏବଂ ଇଲେକ୍ଟ୍ରୋନିକ୍ସ ଉପକରଣ ମରାମତି ଏବଂ ନିଜ କ୍ଷେତରେ ଚାଷବାସ କରନ୍ତି

ତାଙ୍କଠାରୁ ଅନତି ଦୂରରେ,ଝରକା ଗ୍ରୀଲ୍ପାଇଁ ଲୁହା ପ୍ଲେଟ୍ଏବଂ ବାର୍ଗୁଡ଼ିକର ମାପଚୁପ, କଟାକଟି ଏବଂ ବଙ୍କା କରିବାରେ କାର୍ଯ୍ୟରତ ୨୮ ବର୍ଷୀୟ କୁମାର ଏ । ସେ ଏବଂ ତାଙ୍କ ସାଥୀ କର୍ମଚାରୀମାନେ ମଜାଳିଆ ଢଙ୍ଗରେ କହନ୍ତି ଯେ, ସାତ ବର୍ଷର ଜଣେ ପିଲା ବି ଯେତେବେଳେ ବାହାର ଦୁନିଆର କଥା ଜାଣିବାକୁ ଚାହିଁବ. ଝରକା ପାଇଁ ଛାଡ଼ି ଦିଆଯାଇଥିବା ଖୋଲା ସ୍ଥାନ ଦେଇ ଗଳିକରି ଯା’ଆସ କରିପାରିବ ।

କୁମାର, ପେରୁମଲ, ଜୟବଲ ଏବଂ ଶକ୍ତିଭେଲ ପଢ଼ିଥିବା ସିତ୍ତିଲିଙ୍ଗି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଜ୍ଞାନ ଅନ୍ଵେଷଣର ବିକଳ୍ପ ପନ୍ଥା ନଥିଲା। ଶ୍ରେଣୀଗୃହଗୁଡ଼ିକରେ ଗହଳି ଲାଗୁଥିଲା, ପ୍ରାୟତଃ ଶିକ୍ଷକମାନେ ଅନୁପସ୍ଥିତ ରହୁଥିଲେ, ସ୍କୁଲ ଥିଲା ଏକ ପୀଡ଼ାଦାୟକ ଅନୁଭୂତି । ଯେତେବେଳେ ମାଧ୍ୟମିକ ସ୍କୁଲ୍କୁ ଯିବା ବେଳ ଆସୁଥିଲା ସେମାନେ ଅଧାରୁ ପାଠ ଛାଡ଼ି ଦେଉଥିଲେ । ଶକ୍ତିଭେଲ କହନ୍ତି, “ଶ୍ରେଣୀରେ କ’ଣ ହେଉଥିଲା ମୁଁ ବୁଝିପାରୁ ନଥିଲି ଏବଂ ପରୀକ୍ଷାକୁ ଘୃଣା କରୁଥିଲି ।” କଥା ଯୋଡ଼ି ପେରୁମଲ କହନ୍ତି,” ମୋ ବାପାମାଆ ଶିକ୍ଷିତ ନ ଥିଲେ । ତେଣୁ ଘରେ ମଧ୍ୟ (ପାଠପଢ଼ା) ପୂରା କରିବାର ବାଟ ନ ଥିଲା।”

ସାରା ଦେଶରେ ଅଧାରୁ ପାଠ ଛାଡୁଥିବା ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ହାର ୬.୯୩ ପ୍ରତିଶତ । ମାନବ ସମ୍ବଳ ବିକାଶ ବିଭାଗ ଦ୍ଵାରା ୨୦୧୮ ମସିହାରେ ପ୍ରକାଶିତ ଏଜୁକେସନ୍ଷ୍ଟାଟିଷ୍ଟିକ୍ସ ଆଟ୍ଏ ଗ୍ଲାନ୍ସ ଶୀର୍ଷକ ରିପୋର୍ଟ ଅନୁସାରେ, ମାଧ୍ୟମିକ ସ୍କୁଲ୍କ୍ଷେତ୍ରରେ ଏହି ହାର ୨୪.୬୮କୁ ବଢ଼ି ଯାଏ (ଭାରତର ସବୁ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଏହି ହାର ଯଥାକ୍ରମେ ୪.୧୩ ଏବଂ୧୭.୦୬)। ଏହି ରିପୋର୍ଟରେ ଉଲ୍ଲେଖ ରହିଛି, ‘ଏହାର (ଅଧାରୁ ସ୍କୁଲ୍ଛାଡୁଥିବା ପିଲାଙ୍କ ଉଚ୍ଚ ହାର) କାରଣ କେବଳ ଘରୋଇ କାମରେ ନିୟୋଜିତ ହେବା ନୁହେଁ, ବରଂ ପାଠପଢ଼ା ପ୍ରତି ଅନାଗ୍ରହ ମଧ୍ୟ’।

 “ଆମେ ଦିନ ସାରା ଗୋଟିଏ ଜାଗାରେ ବସି ରହୁଥିଲୁ, ବେଶି କିଛି ପଢ଼ା ହେଉନଥିଲା,” ଜୟବଲ କହନ୍ତି । ସିତ୍ତିଲିଙ୍ଗିର ପୂର୍ବତନ ପଞ୍ଚାୟତ ଅଧ୍ୟକ୍ଷ ପି.ଥେନମୋଝି କଥା ଯୋଡ଼ନ୍ତି, “୮ମ ଶ୍ରେଣୀ ସରିବା ପରେ ବି ମୁଁ ମୋ ନାଁ ଇଂଲିଶରେ ଲେଖିପାରୁ ନଥିଲି ।”

Village elder R. Dhanalakshmi smiling
PHOTO • Priti David

ଆର୍. ଧନଲକ୍ଷ୍ମୀଙ୍କର ସାତ ଜଣ ପିଲା କାମ କରିବା ପାଇଁ ଅଧାରୁ ସ୍କୁଲ୍ଛାଡ଼ିଛନ୍ତି: ‘ଯେତେବେଳେ ବର୍ଷାର ଅଭାବ ହୁଏ, ବହୁ ଲୋକ ଅନ୍ୟ ସ୍ଥାନକୁ ପଳାଇ ଯାଆନ୍ତି...’ ସେ କହନ୍ତି

ଯଦି ଛାତ୍ରଛାତ୍ରୀମାନେ କୌଣସି ପ୍ରକାରେ ପାଠପଢ଼ା ଜାରି ରଖିଲେ,ଏହାର ଅର୍ଥ ସଂରକ୍ଷିତ ଜଙ୍ଗଲ ରାସ୍ତାରେ ଚାଲି ଚାଲି ୧୦ କିଲୋମିଟର ଦୂର କୋଟ୍ଟାପାଟ୍ଟିର ସରକାରୀ ହାଇସ୍କୁଲ୍କୁ ଯିବା। ବସ୍ରେ ଗଲେ ସେମାନେ ହୁଏତ ଖୁବ୍ଶୀଘ୍ର କିମ୍ବା ଖୁବ୍ଡେରିରେ ସ୍କୁଲରେ ପହଞ୍ଚିବେ । (୨୦୧୦ରେ ଜୟବଲ ଏବଂ ଅନ୍ୟମାନେ ପଢୁଥିବା ସରକାରୀ ସ୍କୁଲ୍ରେ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ଖୋଲିଲା) ସିତ୍ତିଲିଙ୍ଗି ଉପତ୍ୟକାକୁ ଘେରି ରହିଛି କାଲରାୟନ୍ଘନ ଜଙ୍ଗଲ ଏବଂ ସିତେରି ପର୍ବତ ସମୂହ । ଅତୀତରେ କ୍ରିଷ୍ଣଗିରିରୁ ତିରୁବନ୍ନାମଲାଇ ଯାଇଥିବା ଜାତୀୟ ରାଜପଥ ନଂ. ୪୫ଏ ବାଟ ଦେଇ କେବଳ ଉତ୍ତର ଦିଗରୁ ହିଁ ଏହି ଉପତ୍ୟକାକୁ ଯାଇ ହେଉଥିଲା । ୨୦୦୩ରେ ଦକ୍ଷିଣକୁ ଏକ ସଂପ୍ରସାରିତ ରାସ୍ତା ଖୋଲିଲା ଏବଂ ଏହା ରାଜ୍ୟ ରାଜପଥ ନଂ. ୭୯ରେ ମିଶିଲା, ଯାହା ସାଲେମ (୮୦ କିଲୋମିଟର ଦୂର) ଏବଂ ତିରୁପୁର, ଇରୋଡ ଏବଂ ଅବିନାଶୀର ବୟନ ଶିଳ୍ପଭିତ୍ତିକ ଔଦ୍ୟୋଗିକ ଅଞ୍ଚଳ ଯାଏ ଲମ୍ବିଛି ।

ଏ ଅଞ୍ଚଳରେ ବହୁ ସଂଖ୍ୟାରେ ଶ୍ରମିକଙ୍କ ଆବଶ୍ୟକତା ରହିଛି । ନୂଆ ରାସ୍ତା ଖୋଲିବା ପରେ ଲୋକେ କାମ ପାଇଁ ଅନ୍ୟ ସ୍ଥାନକୁ ଯିବା ସହଜ ହେଲା ବୋଲି କହନ୍ତି ଗାଁର ଜଣେ ବୟସ୍କା ମହିଳା ୬୫ ବର୍ଷୀୟା ଆର୍.ଧନଲକ୍ଷ୍ମୀ । ତାଙ୍କର ତିନି ପୁଅ ୭ମ ଶ୍ରେଣୀ ହେଲା ବେଳକୁ ସ୍କୁଲ୍ଛାଡ଼ି ଟ୍ରକ୍କ୍ଲିନର୍ହେବାକୁ ପଳାଇଲେ ଏବଂ ଚାରି ଝିଅ ସ୍କୁଲ ଛାଡ଼ି କ୍ଷେତ କାମରେ ସାହାଯ୍ୟ କଲେ । କ୍ଷେତରେ ତାଙ୍କ ପରିବାର ଧାନ, ଆଖୁ, ଛୁଇଁ ଏବଂ ପରିବାପତ୍ର ଚାଷ କରନ୍ତି । ଧନଲକ୍ଷ୍ମୀ କହନ୍ତି, “ଯେତେବେଳେ ବର୍ଷାର ଅଭାବ ହୁଏ, ବହୁ ଲୋକ ଅନ୍ୟ ସ୍ଥାନକୁ ପଳାଇ ଯାଆନ୍ତି....”

ରାଜ୍ୟ ଯୋଜନା ବୋର୍ଡର ଆର୍ଥିକ ସହାୟତାରେ ୨୦୧୫ ମସିହାରେ ହୋଇଥିବା ତାମିଲ ନାଡୁର ପ୍ରବାସନ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ଯେ, ଅନ୍ୟ ସ୍ଥାନକୁ ପଳାଇଥିବା ୩୨ ପ୍ରତିଶତ ପ୍ରବାସୀ ୮ମ ଶ୍ରେଣୀ ପାସ୍କରିଛନ୍ତି । ସେମାନଙ୍କର ହାରାହାରି ବୟସ ପାଖାପାଖି ୧୪, ଯାହାକି ଭାରତର ଅନେକ କ୍ଷେତ୍ରରେ ନିଯୁକ୍ତି ପାଇଁ ଆଇନାନୁମୋଦିତ ବୟସ । କୌଣସି କର୍ମକୁଶଳତା ନ ଥିବାରୁ ଅନେକ ହୁଏତ ନିର୍ମାଣ ଶ୍ରମିକ ପାଲଟି ଯାଆନ୍ତି – ଯାହାକି ଅଣକୁଶଳୀ ଶ୍ରମିକମାନଙ୍କ ପାଇଁ ଏକମାତ୍ର ବୃହତ୍ତର କ୍ଷେତ୍ର, ଯେଉଁଠି ରାଜ୍ୟ ଛାଡ଼ିଥିବା ପ୍ରତି ୧୦ ଜଣରେ ଜଣେ ବ୍ୟକ୍ତି ନିଯୁକ୍ତି ପାଆନ୍ତି । 

୮ମ ଶ୍ରେଣୀ ପରେ ଜୟବଲ ସ୍କୁଲ ଛାଡ଼ି କେରଳ ପଳାଇଲେ, ଯେଉଁଠି ଏକ ନିର୍ମାଣସ୍ଥଳୀରେ ତାଙ୍କୁ ହେଲ୍ପର ଭାବେ କାମ ମିଳିଲା ଏବଂ ସେ ସପ୍ତାହକୁ ୧୫୦୦ ଟଙ୍କା ରୋଜଗାର କଲେ । କାମ ଓ ବସବାସ ଶୈଳୀ ତାଙ୍କୁ ଭଲ ଲାଗିଲାନି ଏବଂ ତାଙ୍କ ପରିବାରର ପାଞ୍ଚ ଏକର ଜମି ଚାଷ କରିବା ଲାଗି ସ୍ଥିର କରି ଛ’ ମାସ ଭିତରେ ହିଁ ସେ ଫେରି ଆସିଲେ । ପେରୁମଲ ବି ୧୭ ବର୍ଷ ବୟସରେ କେରଳ ଯାଇଥିଲେ। “ମୁଁ ଜଣେ ଦିନ ମଜୁରିଆ ଭାବେ କାମ କଲି ଏବଂ କ୍ଷେତ ସଫା କରି ଏବଂ ଗଛ କାଟି ଦିନକୁ ୫୦୦ ଟଙ୍କା ରୋଜଗାର କଲି । କିନ୍ତୁ ଏଥିରେ ମୁଁ ଖୁବ ଥକିଯାଉଥିଲି ଏବଂ ମାସକ ପରେ ପୋଙ୍ଗଲ (ବାର୍ଷିକ ଫସଲ ଅମଳ ପର୍ବ) ପାଇଁ ଫେରି ଆସିଲି ଏବଂ (ପରିବାରର ତିନି ଏକର ଚାଷଜମିରେ କାମ କରିବା ପାଇଁ) ରହିଗଲି ।”

Perumal, Sriram and Kumar (left to right) building a new school campus
PHOTO • Priti David

ପେରୁମଲ, ଶ୍ରୀରାମ ଓ କୁମାର (ବାମରୁ ଡାହାଣକୁ) ଅଧାରୁ ସ୍କୁଲ୍ଛାଡ଼ିଲେ ଏବଂ ସିତ୍ତିଲିଙ୍ଗିରୁ ବାହାରକୁ ଗଲେ, କିନ୍ତୁ ଏବେ ଉପତ୍ୟକାରେ ହିଁ କାମ କରି ଜୀବନଯାପନ କରୁଛନ୍ତି

ରୀରାମ ଆର୍. ଦ୍ଵାଦଶ ଶ୍ରେଣୀ ପାସ୍କରି ନପାରି ସ୍କୁଲ୍ଛାଡ଼ିଲେ ଏବଂ ୨୦୦ କିଲୋମିଟର ଦୂର ତିରୁପୁରକୁ ଗଲେ । ସେ କହନ୍ତି, “ମୁଁ ଗୋଟିଏ ବୟନଶିଳ୍ପ ପାଇଁ ମେସିନ୍ତିଆରି କରୁଥିବା ସଂସ୍ଥାରେ ଛ’ ମାସ ପାଇଁ କାମ କରିଥିଲି ଏବଂ ସପ୍ତାହକୁ ୧୫୦୦ ଟଙ୍କା ରୋଜଗାର କଲି । ସୂତା ତନ୍ତରୁ ମୋର ଆଲର୍ଜି ହେଲା ଏବ ମତେ ଘରକୁ ଫେରିଆସିବାକୁ ପଡ଼ିଲା ।”

ସ୍କୁଲ୍ଛାଡ଼ି ଅନ୍ୟ ସ୍ଥାନରେ ରହିବାକୁ ଚେଷ୍ଟା କରି ସେତେଟା ସଫଳ ହୋଇ ନଥିବା ଏହି ପିଲାମାନଙ୍କ ପାଇଁ ଏକ ‘ମୌଳିକ ଜ୍ଞାନକୌଶଳ’(BT) ପାଠ୍ୟକ୍ରମ ଆରମ୍ଭ କରିଛନ୍ତି ସ୍ଥପତି ଦମ୍ପତି ୫୩ବର୍ଷୀୟ ଟି.କ୍ରିଷ୍ଣା ଏବ ୫୨ବର୍ଷୀୟା ଏସ୍. ଅନୁରାଧା । ଥୁଲିର ସ୍ଥାପନ କରିଥିବା ଏହି ଦମ୍ପତି ସିତ୍ତିଲିଙ୍ଗିର ପ୍ରାୟ ୫୦୦ ଯୁବକ ଓ ଯୁବତୀଙ୍କୁ ସ୍କୁଲ୍ପରବର୍ତ୍ତୀ କାର୍ଯ୍ୟକ୍ରମ ଶେଷ କରିଥିବା ଦେଖିଛନ୍ତି । ଏହି ପାଠ୍ୟକ୍ରମରେ ଇଲେକ୍ଟ୍ରୋନିକ୍ସ, ଇଲେକ୍ଟ୍ରିକାଲ୍ସ, ଗୃହ ନିର୍ମାଣ ଏବଂ ଅନୁବନ୍ଧିତ ବିଷୟରେ ଗୋଟିଏ ବର୍ଷ ପାଇଁ ବ୍ୟାବହାରିକ ତାଲିମ ରହିଛି । କ୍ରିଷ୍ଣା କହନ୍ତି, “ସେମାନେ ଯଦି ଏମିତି କିଛି କୌଶଳ ଶିଖିବେ ଯାହା କି ସେମାନଙ୍କୁ ଏହିଠାରେ ହିଁ କାମ କରି ରୋଜଗାର କରିବାର ସୁଯୋଗ ଦେବ, ତାହେଲେ ସେମାନଙ୍କୁ ଏହି ସ୍ଥାନ ଛାଡ଼ି ଯିବାକୁ ପଡ଼ିବନି ।”

୨୦୦୬ରେ ୧୨ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରଥମ BT ପାଠ୍ୟକ୍ରମ ଆରମ୍ଭ ହେଲା (ଏ ପର୍ଯ୍ୟନ୍ତ ୬୫ ଜଣ ବାଳକ ଏବଂ ୨୦ ଜଣ ବାଳିକା ‘ସ୍ନାତକ’ ହେଲେଣି) । ଶିକ୍ଷାର୍ଥୀମାନେ ପ୍ରଥମେ ସାଇକେଲ ଠିକ କରିବା କାମରୁ ଆରମ୍ଭ କଲେ ଏବଂ କାଦୁଅ, ସିମେଣ୍ଟ ଓ ମାଟିଗଦା (କୂଅ ଖୋଳିବା ପରେ ବାହାରିଥିବା) ବ୍ୟବହାର କରି ଦୀର୍ଘସ୍ଥାୟୀ ସ୍ଥାପତ୍ୟ ନିର୍ମାଣ ଶିଖିଲେ । ମୌଳିକ ଇଞ୍ଜିନିୟରିଂ ଡ୍ରଇଂ କୌଶଳ, କେମିତି ସ୍ଥାପତ୍ୟ କଳାରେ ଏକ ଯୋଜନା କିମ୍ବା ବିଭାଗର ରୂପରେଖ ଜାଣିବାକୁ ହେବ, ସୁଇଚ୍ଓ ସକେଟ୍ଗୁଡ଼ିକର ସାଂପ୍ରତିକ ମାନ, ସୁରକ୍ଷା ପ୍ରଣାଳୀ ଏବଂ ଅନ୍ୟାନ୍ୟ ଅନେକ ବିଷୟରେ ସେମାନେ ଉପତ୍ୟକା ଅଞ୍ଚଳର ବିଭିନ୍ନ କୋଠା ନିର୍ମାଣ ସ୍ଥଳୀରେ, ଯେମିତି କି ଟ୍ରାଇବାଲ ହେଲ୍ଥ ଇନିସିଏଟିଭ୍, ସିତିଲିଙ୍ଗି ଅର୍ଗାନିକ ଫାର୍ମର୍ସ ଆସୋସିଏସନ୍ଏବଂ  ପୋରଗାଇ ଆର୍ଟିଜାନ୍ସ ଆସୋସିଏସନ୍ରେ ଶିକ୍ଷାଲାଭ କଲେ । 

ପାଠ୍ୟକ୍ରମ ଅବଧିରେ ସେମାନେ ମାସକୁ ୧୦୦୦ ଟଙ୍କା ଷ୍ଟାଇପେଣ୍ଡ ପାଇଲେ । ଏହା ଉପତ୍ୟକା ବାହାର ଅଞ୍ଚଳରେ ସେମାନଙ୍କ ଆୟ ସହ ଆଦୌ ସମାନ ନ ଥିଲା । ସେଠାରେ ନିର୍ମାଣସ୍ଥଳୀରେ ସେମାନେ ଦିନକୁ ୫୦୦ ଟଙ୍କା ପାଉଥିଲେ । କିନ୍ତୁ ବାହାରକୁ ନ ଯାଇ ପାଠ୍ୟକ୍ରମ ଶେଷ କରିବାରେ ଏହା ସେମାନଙ୍କୁ ସାହାଯ୍ୟ କଲା । ପେରୁମଲ କହନ୍ତି, “ମୁଁ ଭାବିଲି ମୁଁ (କୌଣସି ବିଷୟରେ) ଶିଖିପାରିବି ଏବଂ ଘରେ ରହି ରୋଜଗାର କରିପାରିବି ।”

Kumar installing window grilles at the new campus.
PHOTO • Priti David
Perumal working at the new campus.
PHOTO • Priti David

ବାମ: ନୂତନ ପରିସରରେ ଝରକା ଗ୍ରୀଲ୍ଲଗାଉଛନ୍ତି କୁମାର । ଡାହାଣ: ଠିକ୍ମାସକ ପାଇ ଜଣେ ଦିନ ମଜୁରିଆ ଭାବେ କାମ କରି ପେରୁମଲ ଘରକୁ ଫେରିଛନ୍ତି

ପାଠ୍ୟକ୍ରମ ପରେ, ସେମାନଙ୍କ ମଧ୍ୟରୁ ଅନେକଙ୍କର ଆତ୍ମବିଶ୍ଵାସ ବଢ଼ିଲା ଏବଂ ସ୍କୁଲ୍ଏବଂ କଲେଜ ଯାଇ ଆନୁଷ୍ଠାନିକ ଶିକ୍ଷାଲାଭ ଶେଷ କରିବାକୁ ସେମାନେ ଆଗ୍ରହୀ ହେଲେ। ଦୁଇ ଜଣ ଏବେ ଥୁଲିରରେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଲେ ୨୮ ବର୍ଷୀୟା ଏ. ଲକ୍ଷ୍ମୀ। ସେ କହନ୍ତି, “ମୁଁ BT ପାଠ୍ୟକ୍ରମ କରିବା ପରେ ସ୍କୁଲ୍ଶିକ୍ଷା ଶେଷ କଲି। ମୁଁ ବିଜ୍ଞାନରୁ ଆନନ୍ଦ ପାଏ ଏବଂ ଏହା ପଢ଼ାଇବାକୁ ପସନ୍ଦ କରେ ।”

ପେରୁମଲ ଜଣେ କୁଶଳୀ ଏବଂ ବ୍ୟସ୍ତ ଇଲେକ୍ଟ୍ରିସିଆନ୍ଏବଂ ସେ ମଧ୍ୟ ଗୋଟିଏ ଟ୍ରାକ୍ଟର ଭଡ଼ାରେ ଦେଇ ମାସକୁ ମୋଟ ପ୍ରାୟ ୧୫,୦୦୦ ଟଙ୍କା ରୋଜଗାର କରନ୍ତି । ଖୁସିରେ ସେ କହନ୍ତି “ମୋର BT ପାଠ୍ୟକ୍ରମ ପରେ (୨୦୦୭ ମସିହାରେ), ମୁଁ ୧୦ମ ଓ ୧୨ଶ ଶ୍ରେଣୀ ପରୀକ୍ଷା ପାସ୍କଲି ଏବ ସାଲେମ୍ର କଲେଜରେ ଫିଜିକ୍ସରେ ବିଏସ୍ସି ପଢ଼ିବାକୁ ନାମ ଲେଖାଇଲି ।” (ସେ ବିଏସ୍ସି ଡିଗ୍ରୀ ପାସ୍କରି ନଥିଲେ। କିନ୍ତୁ ତାହା ଆଉ ଏକ କାହାଣୀ ।)

ଥୁଲିରରେ କାମ କରି ଶକ୍ତିଭେଲ ୮,୦୦୦ ଟଙ୍କା ରୋଜଗାର କରନ୍ତି, ଘରେ ରହି ପରିବାର ଏକ ଏକର ଜମିରେ ଚାଷକାମରେ ସାହାଯ୍ୟ କରନ୍ତି । “ମୋବାଇଲ ଫୋନ୍ଠିକ୍କରି ଏବଂ ଇଲେକ୍ଟ୍ରିକ୍କାମ କରି ବେଳେବେଳେ ମୁଁ ମାସକୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଅଧିକ ଆୟ କରିପାରେ ।”

୨୦୧୬ରେ, ଯେତେବେଳେ ଥୁଲିରର ନୂଆ କୋଠା କାମ ଆରମ୍ଭ ହେଲା, ବ୍ୟାବହାରିକ ଜ୍ଞାନ ଆହରଣ ପାଇଁ BT ପାଠ୍ୟକ୍ରମର ଛାତ୍ରଛାତ୍ରୀମାନଙ୍କୁ ନିର୍ମାଣସ୍ଥଳୀକୁ ସ୍ଥାନାନ୍ତର କରାଗଲା । ସେମାନଙ୍କୁ ଷ୍ଟାଇପେଣ୍ଡ ବଦଳରେ ଦିନକୁ ୩୦୦ ଟଙ୍କା ମଜୁରି ଦିଆଗଲା। ଜଣେ କାଠ କାରିଗର, ଏ. ସାମ୍ୟକାନୁ (ଯାହାଙ୍କ ପୁଅ ଏସ୍. ସେନ୍ଥିଲ ଜଣେ BT ଛାତ୍ର ଥିଲେ)ଙ୍କ ବ୍ୟତୀତ କୋଠାନିର୍ମାଣ ଟିମ୍ର ଅନ୍ୟ ସମସ୍ତେ ପୂର୍ବତନ BT ସ୍ନାତକ । 

ଥୁଲିର ସ୍କୁଲ୍କୋଠାର ପ୍ରଥମ ପର୍ଯ୍ୟାୟରେ, ଛ’ଟି ଶ୍ରେଣୀଗୃହ, ଗୋଟିଏ ଅଫିସ୍, ଗୋଟିଏ ଷ୍ଟୋର୍ଏବଂ ଏକ ବୈଠକ କକ୍ଷର ନିର୍ମାଣ ପ୍ରାୟ ଶେଷ ହେବା ଉପରେ । ଏଥିରେ ଗୋଟିଏ ପାଠାଗାର, ରନ୍ଧାଘର ଏବଂ ହସ୍ତକଳା କୋଠରି ମଧ୍ୟ ନିର୍ମାଣ କରାଯିବ । ଏ ପର୍ଯ୍ୟନ୍ତ ଥୁଲିର ଟ୍ରଷ୍ଟକୁ ଦାନ ଦେଉଥିବା ବ୍ୟକ୍ତିମାନଙ୍କଠାରୁ ଏ ବାବଦ ୫୦ ଲକ୍ଷ ଟଙ୍କା ମିଳିଛି

ଥେନ୍ମୋହି କହନ୍ତି, “ବେଳେବେଳେ ବାପା ମାଆ ଅନ୍ୟ ସ୍ଥାନକୁ ଚାଲିଯାଉଥିବାରୁ ପିଲାମାନେ ପାଠ ପଢ଼ି ପାରୁ ନଥିଲେ । ମୁଁ ଖୁସି ଯେ ଆମ ଏଠାକାର ପିଲାମାନେ ନୂଆ ନୂଆ କୌଶଳ ଶିଖୁଛନ୍ତି । ସେମାନେ ଏଠାରେ ସେମାନଙ୍କ ପରିବାର ସହ ରହି ରୋଜଗାର କରିବାରେ ସକ୍ଷମ ।”

ଏହି ରିପୋର୍ଟ ପ୍ରସ୍ତୁତିରେ ସେମାନଙ୍କ ସହଯୋଗ ପାଇଁ ଥୁଲିରର ଶିକ୍ଷକ ରାମ କୁମାର ଏବଂ ସ୍ଥାପତ୍ୟ ଛାତ୍ରୀ ମୀନାକ୍ଷୀ ଚନ୍ଦ୍ରା ଦୀନେଶ ରାଜାଙ୍କୁ ରିପୋର୍ଟର ଧନ୍ୟବାଦ ଦେଇଛନ୍ତି

ଅନୁବାଦ: ଓଡ଼ିଶାଲାଇଭ୍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Priti David

ପ୍ରୀତି ଡେଭିଡ୍ ବେଙ୍ଗାଲୁରୁ ଅଞ୍ଚଳର ଜଣେ ଲେଖିକା, ସଂପାଦିକା ଏବଂ ଶିକ୍ଷୟିତ୍ରୀ। ଲୋକେ ଭୁଲି ଯାଉଥିବା କାହାଣୀ ସଂଗ୍ରହ କରିବା ତାଙ୍କର ରୁଚି, ଏବଂ ସେ ଜଣେ ପରି ସ୍ୱେଛାସେବୀ।

Other stories by Priti David