ପରୀ ଯୋଗଦାନକାରୀଙ୍କ ପାଇଁ ନିର୍ଦ୍ଦେଶାବଳି

ଲେଖକ, ଫଟୋଗ୍ରାଫର, ଚଳଚ୍ଚିତ୍ର ନିର୍ମାତା ଏବଂ ଅନ୍ୟମାନେ

ବିଷୟବସ୍ତୁର ସୂଚୀପତ୍ର

  1. ପ୍ରବନ୍ଧ ଏବଂ ଅନ୍ୟ ବିଷୟବସ୍ତୁର ପ୍ରକାର

    ପରିରେ ଅନେକ ଭିନ୍ନ ଭିନ୍ନ ପ୍ରକାରର ପ୍ରବନ୍ଧ/ଲେଖା ପ୍ରକାଶିତ ହୋଇଥାଏ । ସେଗୁଡ଼ିକ ହେଉଛି:

    1. ପୂର୍ଣ୍ଣ ଆକାର ଫିଚର୍‌::

      ସାଧାରଣତଃ ସର୍ବୋତ୍ତମ ଭାବରେ ଏସବୁ ପ୍ରବନ୍ଧଗୁଡ଼ିକ ୧,୦୦୦ ଶବ୍ଦ କିମ୍ବା କମ୍‌ ହେବ । ଆମେ ଏହି ମାନ ପାଇଁ ଲକ୍ଷ୍ୟ ରଖିଛୁ ।  ଯଦି ଗୋଟିଏ ପ୍ରବନ୍ଧ ଏହାର ବିଷୟବସ୍ତୁ ଏବଂ ଏଥିସହିତ ଲେଖନ ଏବଂ ଫଟୋଗ୍ରାଫ୍‌ରେ ଖୁବ୍‌ ଭଲ ହୁଏ ତେବେ ଏହା ୧,୨୦୦- ୧,୫୦୦ ପର୍ଯ୍ୟନ୍ତ ହୋଇପାରିବ ।  ଯଦି ଗୋଟିଏ ଆଲେଖ୍ୟ ପ୍ରକୃତରେ ଅନନ୍ୟ ମାନର କିମ୍ବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହୋଇଥାଏ, ତେବେ ଆମେ ସେହି ପ୍ରବନ୍ଧ ପାଇଁ ଏକ ଅଧିକ ଶବ୍ଦ ସୀମା ନିମନ୍ତେ ବିବେଚନା କରିପାରିବୁ - ଏବଂ ଏହା ୨,୦୦୦ ଶବ୍ଦ ପର୍ଯ୍ୟନ୍ତ ଯାଇପାରିବ ।  କିନ୍ତୁ ଯଦି ଆପଣଙ୍କ ପାଖରେ କିଛି ଅଛି ଯାହା ୨,୦୦୦ ଶବ୍ଦ ଆବଶ୍ୟକ କରୁଛି, ତେବେ ଚେଷ୍ଟା କରନ୍ତୁ ଏବଂ ଏହାକୁ ଦୁଇଟି ଭିନ୍ନ ଭିନ୍ନ ଭାଗରେ ଭାଙ୍ଗି ଦିଅନ୍ତୁ ।

      ଏକ ପୂର୍ଣ୍ଣ ଆକାର ଫିଚର୍‌ରେ ଫଟୋଗୁଡ଼ିକର ସଂଖ୍ୟା ୪ରୁ ୮ ମଧ୍ୟରେ ହୋଇଥାଏ । (ଗୋଟିଏ ଡିପ୍ଟିକ୍‌ କିମ୍ବା ଟ୍ରାଇପ୍ଟିକ୍‌ ଗୋଟିଏ ଫଟୋ ଭାବରେ ହିସାବ କରାଯାଏ) । ବହୁତ ଅଧିକ ଫଟୋ, ବିଶେଷକରି ବଡ଼ଗୁଡ଼ିକ, ପ୍ରକୃତରେ ଲେଖାର ପଠନୀୟତାକୁ ହ୍ରାସ କରିପାରେ ।

      ଆମେ ପ୍ରତ୍ୟେକ ଫଟୋ ପାଇଁ ସେହି ଛବିରେ ଥିବା ବ୍ୟକ୍ତି/ ସ୍ଥାନ/ କାର୍ଯ୍ୟକଳାପ/ ଘଟଣା ଚିହ୍ନଟ ନିମନ୍ତେ ୧-୨ ଧାଡ଼ି ସଂକ୍ଷିପ୍ତ କ୍ୟାପ୍‌ସନ୍‌ ଆବଶ୍ୟକ କରୁ ।

      ଯଦି ଲେଖକଙ୍କର ୪-୮ ଅତ୍ୟନ୍ତ ଭଲ ଫଟୋଗ୍ରାଫ୍‌ରୁ ଅଧିକ ଅଛି, ସେଗୁଡ଼ିକ ସର୍ବାଧିକ ୮-୧୫ ଫଟୋ ବିଶିଷ୍ଟ ଏକ ଫଟୋ ଆଲ୍‌ବମ୍‌ ହୋଇପାରିବ । ଏ ମଧ୍ୟରୁ ପ୍ରତ୍ୟେକଟି ମଧ୍ୟ ଏକ କ୍ୟାପ୍‌ସନ୍‌ ଆବଶ୍ୟକ କରିଥାଏ ।

      ଉଦାହରଣ ସ୍ୱରୂପ, କୁମାରତୁଲି ଦେଇ ଯାତ୍ରା

      ପରିରେ ସମସ୍ତ ସ୍ଲଟ୍‌ ନିମନ୍ତେ ଫଟୋଗ୍ରାଫ୍‌ଗୁଡ଼ିକର ମାନ ସମ୍ପର୍କରେ ଅଧିକ ଜାଣିବା ପାଇଁ ଫଟୋ ପାଇଁ ମାର୍ଗଦର୍ଶିକା ଦେଖନ୍ତୁ।

      ଆପଣ ମଧ୍ୟ ଗୋଟିଏ ପ୍ରବନ୍ଧ ସହିତ - ଏବଂ ଏହା ମଧ୍ୟରେ ରହିବା ପାଇଁ ଖୁବ୍‌ ଛୋଟ ଭିଡିଓ କ୍ଲିପ୍‌ ଦାଖଲ କରିପାରିବେ । ଅଧିକ ବିବରଣୀ ପାଇଁ ଭିଡିଓ ଦିଶା ନିର୍ଦ୍ଦେଶଗୁଡ଼ିକ ଦେଖନ୍ତୁ ।

      ଅନ୍ୟ ଶବ୍ଦରେ କହିବାକୁ ଗଲେ, ପରି ପ୍ରକାଶିତ କରୁଥିବା କାହାଣୀଗୁଡ଼ିକ ମଧ୍ୟରୁ ଅନେକ ପ୍ରକୃତରେ ମଲ୍‌ଟି-ମିଡିଆ ହେବ ଏବଂ ଆପଣ ଗୋଟିଏ ବିଷୟକୁ ସେହି ରୂପରେଖାରେ ଦେଖିବା ପାଇଁ ଆମେ ଚାହିଁବୁ ।

    2. ଫଟୋ କାହାଣୀ::

      ପରିର ସମସ୍ତ ଲିଖିତ ପ୍ରବନ୍ଧରେ ନିଶ୍ଚୟ ଫଟୋଗ୍ରାଫ୍‌ ଯାଇଥାଏ । ଗୋଟିଏ ଫଟୋ କାହାଣୀରେ ତଥାପି ଫଟୋଗୁଡ଼ିକର ସଂଖ୍ୟା ଅଧିକ ହୋଇପାରିବ ଏବଂ ସେଗୁଡ଼ିକ ବର୍ଣ୍ଣନାତ୍ମକ ଭାବରେ କ୍ରମରେ ରହିଥାଏ। ମନେରଖନ୍ତୁ, ଏହି ସ୍ୱରୂପ ଏକ ଦୃଶ୍ୟ - ସକ୍ଷମ କାହାଣୀ କହିବା ପାଇଁ ଉଦ୍ଦିଷ୍ଟ।

      ସର୍ବୋତ୍ତମ ଭାବରେ, ଗୋଟିଏ ଫଟୋ କାହାଣୀରେ ପ୍ରାୟ ୧୦- ୧୨ ଛବି ରହିବା ଉଚିତ୍‌ । ଏହାଠାରୁ ଅଧିକ ଅନ୍‌ଲାଇନ୍‌ରେ ବହନ କରିବା କଷ୍ଟକର ହୋଇଯିବ ।

      ଏକ ଫଟୋ କାହାଣୀ ଏକ ଉପକ୍ରମ ଆବଶ୍ୟକ କରେ - ଅର୍ଥାତ୍‌ ଆରମ୍ଭ ଫଟୋଗ୍ରାଫ୍‌ଗୁଡ଼ିକ ପାଇଁ ୧୫୦ ଶବ୍ଦ ପର୍ଯ୍ୟନ୍ତ । ଏହି ସ୍ୱରୂପରେ, କାରଣ ଛବି ଏବଂ ଲେଖା ଏକ କାହାଣୀ କହିବା ପାଇଁ ମିଶ୍ରଣ କରାଯାଇଥାଏ, ଶବ୍ଦ ସୀମା ଆଦର୍ଶ ଭାବରେ ୮୦୦ ଶବ୍ଦ ଅତିକ୍ରମ କରିବା ଉଚିତ୍‌ ନୁହେଁ ।

      ଦେଖନ୍ତୁ ହ୍ୱେନ୍‌ ଦି କାଓଜ୍‌ କମ୍‌ ହୋମ୍‌ ଇନ୍‌ ପାକିଡିହି (When the cows come home in Parkidih)

      ଦୟାକରି ଏପରି କାହାଣୀଗୁଡ଼ିକରେ ମଧ୍ୟ ଫଟୋଗୁଡ଼ିକ ପାଇଁ ସଂକ୍ଷିପ୍ତ କ୍ୟାପ୍‌ସନ୍‌ ପଠାନ୍ତୁ ।  ଯଦି ଆପଣଙ୍କ ପାଖରେ ୧୦- ୧୨ରୁ ଅଧିକ ଅତ୍ୟନ୍ତ ଭଲ ଛବି ଅଛି ତେବେ ଫଟୋ କାହାଣୀଗୁଡ଼ିକ ଏକ ଫଟୋ ଆଲ୍‌ବମ୍‌କୁ ମିଳିତ କରିପାରିବ ।

    3. ଫଟୋ ନିବନ୍ଧ::

      ଏଥିରେ ଫଟୋ କାହାଣୀ ଅପେକ୍ଷା କମ୍‌ ଲେଖା ଥାଏ, ମୂଳତଃ ଏକ ଉପକ୍ରମ, କ୍ୟାପ୍‌ସନ୍‌ ଏବଂ ବୋଧହୁଏ ଏକ ଉପସଂହାର ଫଟୋଗ୍ରାଫ୍‌ ।  ଏଥିରେ ପ୍ରତ୍ୟେକଟିରେ ୫୦ ଶବ୍ଦରୁ ଅଧିକ ହୋଇନଥିବା କ୍ୟାପ୍‌ସନ୍‌ ସହିତ ୧୨- ୧୫ ଫଟୋଗ୍ରାଫ୍‌ ରହିପାରିବ । ଏକ ଫଟୋ ନିବନ୍ଧରେ, କ୍ୟାପ୍‌ସନ୍‌ଗୁଡ଼ିକ ହେଉଛି ନିଜେ ମୁଖ୍ୟ ଲେଖା। ସମୁଦାୟ ଶବ୍ଦ ସୀମା ଆଦର୍ଶ ଭାବରେ ୫୦୦ ଅତିକ୍ରମ କରିବା ଉଚିତ୍ ନୁହେଁ ।

      ଦେଖନ୍ତୁ କିଞ୍ଜାସ୍‌ ଡେ’ ଆଟ୍‌ ଅଙ୍ଗନଓ୍ୱାଡ଼ି (Kynja’s day at the aanganwadi)

    4. ଫଟୋ ଆଲ୍‌ବମ୍‌::

      ଏକ ପୂର୍ଣ୍ଣ ଆକାର ଫିଚର୍‌ କିମ୍ବା ଫଟୋ ଷ୍ଟୋରିରେ ନିମଜ୍ଜିତ ହେବା ସହିତ ଏହି ‘ସ୍ଲାଇଡ୍‌ସୋ’ ମଧ୍ୟ ଏକ ଏକକ ଆଲ୍‌ବମ୍‌ ହୋଇପାରିବ, ଯେଉଁଥିରେ ଛବିଗୁଡ଼ିକର ସଂଖ୍ୟା ୩ରୁ ୧୫ ମଧ୍ୟରେ ରହିବ। ପ୍ରତ୍ୟେକ ଫଟୋ ଏକ କ୍ଷୁଦ୍ର କ୍ୟାପ୍‌ସନ୍‌ ଆବଶ୍ୟକ କରିଥାଏ ।

      ଏଥିରେ - ଦି ଆମେଜିଙ୍ଗ୍ ସ୍ପାଇଡରଓମ୍ୟାନ୍‌ (The amazing spiderwoman) - ରେ ସାତୋଟି ଅଛି ।

    5. ଭ୍ରମଣ କାହାଣୀଗୁଡ଼ିକ::

      ପରିରେ ଏହି ଶ୍ରେଣୀ ମୁସାଫିର୍‌ କେବଳ ଜଣେ ଭ୍ରମଣକାରୀଠାରୁ ଅଧିକକୁ ସୂଚିତ କରିଥାଏ । ଏହା ଲୌକିକ ଜ୍ଞାନ ବିଶିଷ୍ଟ ନିରୀକ୍ଷଣକାରୀ ହେବାର ପରାମର୍ଶ ଦେଇଥାଏ । ଏଗୁଡ଼ିକ ରାସ୍ତାରୁ ଆସିଥିବା କାହାଣୀଗୁଡ଼ିକ । ଏଗୁଡ଼ିକ ହାଲ୍‌କା, ମଜାଦାର କିମ୍ବା ଏପରିକି ଏକ ହାଲ୍‌କା ସ୍ପର୍ଶ ସହିତ ବର୍ଣ୍ଣନା କରାଯାଇଥିବା ଖୁବ୍‌ ଗମ୍ଭୀର ବିଷୟବସ୍ତୁ ହୋଇଥାଇପାରେ । ଏବଂ ପ୍ରତ୍ୟକ୍ଷ ଉକ୍ତି ତଥାପି ଆବଶ୍ୟକ ହେଉଥିବା ବେଳେ ଅନ୍ୟ ସ୍ୱରୂପରେ ଲେଖକଙ୍କର ବର୍ଣ୍ଣନା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।  ଏକ ମୁସାଫିର୍‌ କାହାଣୀ ୩୦୦ ଶବ୍ଦ ପରି ଖୁବ୍‌ ଛୋଟ ହୋଇପାରିବ କିମ୍ବା ଏକ ପୂର୍ଣ୍ଣ ଆକାର ଫିଚର୍‌ ପରି ଦୀର୍ଘ ହୋଇପାରିବ । ଫଟୋଗୁଡ଼ିକର ସଂଖ୍ୟା ନିବନ୍ଧର ଦୀର୍ଘତା ଅନୁଯାୟୀ ଭିନ୍ନ ଭିନ୍ନ ହେବ - ଏହା ଗୋଟିଏ ଛବି ହୋଇପାରେ କିମ୍ବା ସର୍ବାଧିକ ୮ ପର୍ଯ୍ୟନ୍ତ ହୋଇପାରେ ।

      ଦେଖନ୍ତୁ ବିଶ୍ୱାସ ଆଣ୍ଡ୍ ଦ ବାମ୍ବୋଜ୍‌ ଅନ୍‌ ହିଜ୍‌ ବାଇକ୍‌ (Biswas and the bamboos on his bike) ଏବଂ ଦି ପଟାଟୋ ସଙ୍ଗ୍‌ (The Potato Song)

    6. ରିପୋର୍ଟଗୁଡ଼ିକ::

      ଯଦି ଗୋଟିଏ ଗବେଷଣା ଆପଣଙ୍କୁ ଆଗ୍ରହୀ କରାଏ ତେବେ ଆମ ଗବେଷଣା ବିଭାଗ ଉପରେ ଏକ ନଜର ପକାନ୍ତୁ ।

      ଏହି ଗବେଷଣା ବିଭାଗ ହେଉଛି ଦଲିଲ୍‌, ଅଧ୍ୟୟନ, ରିପୋର୍ଟ ଏବଂ ଏପରିକି ପୁସ୍ତକ ଆଦିର ଅନ୍‌ଲାଇନ୍‌ରେ ଏକ ଲାଇବ୍ରେରୀ ନିର୍ମାଣ କରିବା ନିମନ୍ତେ ପରିର ପ୍ରୟାସ। ଲାଇବ୍ରେରୀ ମଧ୍ୟରେ ନାଭିଗେସନ୍‌କୁ ସହଜ କରିବା ପାଇଁ ଆମେ ରିପୋର୍ଟର ଲକ୍ଷ୍ୟ ସଂକ୍ଷିପ୍ତ କରିଛୁ । ଆମେମାନେ ମଧ୍ୟ ଏସବୁ ବିବରଣୀ ଦେଇଥାଉ: ରିପୋର୍ଟର ଉତ୍ପତ୍ତି, ଏହାର ଲେଖକ ଏବଂ ପ୍ରକାଶନର ବିବରଣୀ । ଏବଂ ଆମେ ବିଷୟବସ୍ତୁରୁ ୫-୧୦ ‘ତଥ୍ୟଖଣ୍ଡ’ ବହନ କରୁ ଯାହା ପାଠକଙ୍କୁ ଜାଣିବାକୁ ଦିଏ ସେମାନେ ଏହି ଅଧ୍ୟୟନକୁ ସବିଶେଷ ଭାବରେ ପଢ଼ିବା ନିମନ୍ତେ ଏହା ଏକ ରିପୋର୍ଟ ନା ନୁହେଁ ।

      ଯୋଗଦାନକାରୀମାନେ ସଂକ୍ଷିପ୍ତସାର ଏବଂ ତଥ୍ୟଖଣ୍ଡ ସହିତ ସମ୍ପୂର୍ଣ୍ଣ ସଫ୍ଟ କପି (ଅର୍ଥାତ୍‌ ଇଲେକ୍ଟ୍ରୋନିକ୍‌ ସ୍ୱରୂପରେ) ରିପୋର୍ଟ ପଠାଇପାରିବେ କିମ୍ବା ଏପରିକି ଆମେ ପରିର ରିସୋର୍ସ ବିଭାଗରେ ଯୋଗ କରିବା ପାଇଁ ସାର୍ବଜନୀନ ଡୋମେନ୍‌ରେ ଏପରି ସାମଗ୍ରୀ ଚିହ୍ନଟ କରିପାରିବେ । ଏକ ସାରାଂଶ/ ତଥ୍ୟଖଣ୍ଡର ଏକ ଉଦାହରଣ ନିମନ୍ତେ, ଦେଖନ୍ତୁ ରିପୋର୍ଟ ଅନ୍‌ କଣ୍ଡିସନ୍‌ସ ଅଫ୍ ୱାର୍କ ଆଣ୍ଡ୍ ପ୍ରମୋସନ୍‌ ଅଫ୍‌ ଲାଇଭ୍‌ଲିହୁଡ୍‌ସ ଇନ୍‌ ଦି ଅନ୍‌ଅର୍ଗାନାଇଜ୍‌ଡ ସେକ୍ଟର (Report on Conditions of Work and Promotion of Livelihoods in the Unorganised Sector)

      ଦୟାକରି ଧ୍ୟାନ ଦିଅନ୍ତୁ ଯେ ଆମେ ଅଧିକାରିକ କିମ୍ବା ସ୍ୱାଧୀନ କିମ୍ବା ଅଣସରକାରୀ କିନ୍ତୁ ବିଶ୍ୱସନୀୟ ଏବଂ ପ୍ରାମାଣିକ ରିପୋର୍ଟଗୁଡ଼ିକ ବହନ କରିଥାଉ । ଆମେ ବହନ କରୁଥିବାଗୁଡ଼ିକ ତଥ୍ୟର ଅଧିକ ଅଂଶ ସରକାରୀ ରିପୋର୍ଟ ହେବ କାରଣ ଏହିଠାରେ ହିଁ ଅଧିକାରିକ ତଥ୍ୟ ଏକ ରେକର୍ଡରେ ରଖାଯାଇଥାଏ। ଜନଗଣନା, ଏନ୍‌ଏସ୍‌ଏସ୍‌ଓ, କେନ୍ଦ୍ର ଏବଂ ରାଜ୍ୟ ମନ୍ତ୍ରାଳୟ ରିପୋର୍ଟ, ଔପଚାରିକ ଅଧ୍ୟୟନ ଏବଂ ସର୍ବେକ୍ଷଣଗୁଡ଼ିକ, ଜାତିସଂଘର ରିପୋର୍ଟଗୁଡ଼ିକ ଏବଂ ଅନ୍ୟ ଖ୍ୟାତନାମା ଆନ୍ତର୍ଜାତିକ ଅନୁଷ୍ଠାନଗୁଡ଼ିକ ଏବଂ ଏହିଭଳି । ଆମେ କରୁ, ଯଦିଓ, ସ୍ୱାଧୀନ ରିପୋର୍ଟ ବହନ କରିବାକୁ ଚାହୁଁ ଯାହା ବିଶ୍ୱସନୀୟ ଏବଂ ଗମ୍ଭୀର, ଯେମିତି ଆମ ପାଖରେ ବସ୍ତରରେ ସାମ୍ବାଦିକତା ଏବଂ ମାନବ ଅଧିକାର ପ୍ରତି ବିପଦର ରେକର୍ଡ ରହିଛି ।

    7. ଚେହେରାଗୁଡ଼ିକ::

      ଆପଣ ପରି’ର ଫେସେସ୍‌ ପ୍ରୟାସ ନିମନ୍ତେ ଫଟୋଗୁଡ଼ିକ ପଠାଇପାରିବେ - ସାରା ପୃଥିବୀରେ, ଗ୍ରାମୀଣ ଭାରତରେ ଥିବା ସବୁଠାରୁ ବିବିଧ ସମାଜଗୁଡ଼ିକର ଏକ ଚେହେରା ମାନଚିତ୍ର ପ୍ରସ୍ତୁତି ନିମନ୍ତେ ଏକ ମହତ୍ୱାକାଂକ୍ଷି ଉଦ୍ୟମ ।   ପ୍ରତ୍ୟେକ ଜିଲ୍ଲାରୁ (ଏବଂ ପ୍ରତ୍ୟେକ ଜିଲ୍ଲାରୁ ପ୍ରତ୍ୟେକ ବ୍ଲକ୍‌ରୁ) ଆମେ ଅତି କମ୍‌ରେ ଜଣେ ପ୍ରାପ୍ତ ବୟସ୍କ ପୁରୁଷ, ପ୍ରାପ୍ତ ବୟସ୍କ ମହିଳା ଏବଂ ଜଣେ ଶିଶୁ କିମ୍ବା କିଶୋରର ଫଟୋ ଦେବାକୁ ଲକ୍ଷ୍ୟ ରଖିଛୁ । ଯେ କେହି ଅଂଶଗ୍ରହଣ କରିପାରିବେ ତେବେ ଫଟୋଗ୍ରାଫ୍‌ ଯଥେଷ୍ଟ ଭଲ ହୋଇଥିବା ଆବଶ୍ୟକ । ଏହା ମଧ୍ୟ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ଯେ ଆପଣ ପଠାଉଥିବା ଫଟୋ ହାଇ ରିଜୋଲ୍ୟୁସନ୍‌ରେ ଥିବ, ଆଦର୍ଶ ଭାବରେ ପ୍ରୋଟ୍ରେଟ୍‌ ଆକାରରେ ଏବଂ ଛବିରେ ଥିବା ବ୍ୟକ୍ତିଙ୍କର ସବିଶେଷ ବିବରଣୀ ସହିତ ଥିବ ।

      ଆମେ ଏହି ବିବରଣୀଗୁଡ଼ିକ ଆବଶ୍ୟକ କରିଥାଉ:

      ନାମ: ଦୟାକରି ଫଟୋରେ ଥିବା ବ୍ୟକ୍ତିଙ୍କର ପୁରା ନାମ ପ୍ରଦାନ କରନ୍ତୁ; ଉଦାହରଣ ସ୍ୱରୂପ, ଯଦି ନାମଟି ହେଉଛି ରୋଶନ ନାଲାବନ୍ଦ ତେବେ କେବଳ ‘ରୋଶନ’ ବଦଳରେ ଏହି ନାମ ପୂରା ବ୍ୟବହାର କରନ୍ତୁ ।

      ବୃତ୍ତି: ଉଦାହରଣ ସ୍ୱରୂପ: କୃଷକ/ ଶ୍ରମିକ/ ଶିକ୍ଷକ/ ଦର୍ଜି

      ପିତାମାତାଙ୍କ ବୃତ୍ତି: ଯେଉଁଠାରେ ଫଟୋଟି ଗୋଟିଏ ଶିଶୁ/ କିଶୋରର, ଦୟାକରି ପିତାମାତାଙ୍କ ବୃତ୍ତି ଉଲ୍ଲେଖ କରିବା ପାଇଁ ଚେଷ୍ଟା କରନ୍ତୁ। ଉଦାହରଣ ନିମନ୍ତେ ଏଇଟିକୁ ଦେଖନ୍ତୁ । ଯଦି ଜଣେ ଶିଶୁ ବିଦ୍ୟାଳୟକୁ ଯାଉଛି, ବୃତ୍ତି ନିକଟରେ ‘ଛାତ୍ର/ଛାତ୍ରୀ’ କୁହନ୍ତୁ ଏବଂ ତା’ର ପିତାମାତାଙ୍କ ବୃତ୍ତି ମଧ୍ୟ ଦର୍ଶାନ୍ତୁ ।

      ବୟସ: ଯେଉଁଠାରେ ସମ୍ଭବ, ବ୍ୟକ୍ତିବିଶେଷଙ୍କର ବୟସ ଦିଅନ୍ତୁ । ଏହା ସମ୍ଭବତଃ ଯୁବ ପିଢ଼ି ସହିତ ଭଲ ଭାବରେ କାମ କରିବ କାରଣ ଅନେକ ବୟସ୍କ ଗ୍ରାମାଞ୍ଚଳ ଲୋକ ଆମର ବୟସର ଅବଧାରଣା ଏବଂ ବିଚାରାଧାରାକୁ ପସନ୍ଦ ନ କରିପାରନ୍ତି ଏବଂ ଏହି କାରଣରୁ ଏ ସମ୍ପର୍କରେ ଅନିଶ୍ଚିତ ହୋଇପାରନ୍ତି ।

      ଗ୍ରାମ: ଫଟୋଗ୍ରାଫ୍‌ ନିଆଯାଇଥିବା ବ୍ୟକ୍ତିଙ୍କ ଦ୍ୱାରା ଦର୍ଶାଯାଇଥିବା ଅନୁଯାୟୀ । କିନ୍ତୁ ଧ୍ୟାନ ଦିଅନ୍ତୁ: ଅଧିକାଂଶ ସମୟରେ ଯେତେବେଳେ ଗ୍ରାମର ନାମ ପଚରାଯାଏ ସେ ହୁଏତ ଆପଣଙ୍କୁ ସେ ବାସ କରୁଥିବା ଗ୍ରାମର ପଡ଼ା, ବସ୍ତି କିମ୍ବା ସାହିର ନାମ ଦେଇପାରନ୍ତି । ପଡ଼ା/ ବସ୍ତି/ ସାହିର ନାମଗୁଡ଼ିକ ଜନଗଣନା କିମ୍ବା ଜିଲ୍ଲା ହସ୍ତପୁସ୍ତିକାରେ ଉଲ୍ଲେଖ କରାଯାଏ ନାହିଁ ଏବଂ ଗୋଟିଏ ମ୍ୟାପ୍‌ରେ ଚିହ୍ନଟ କରାଯାଇପାରିବ ନାହିଁ । ତେଣୁ ସବୁବେଳେ ଏହା ଯାଞ୍ଚ କରନ୍ତୁ। ଯଦି ଏହା ଏକ ପଡ଼ା ବୋଲି ଜଣାପଡ଼େ ତେବେ ଏହା ଯେଉଁ ଗ୍ରାମର ଅଂଶ ତାହାର ନାମ ଉଲ୍ଲେଖ କରନ୍ତୁ । ଉଦାହରଣ ସ୍ୱରୂପ: ସାଇନଗର ହେଉଛି ପଶ୍ଚିମବଙ୍ଗର ଦାର୍ଜିଲିଂ ଜିଲ୍ଲାର କୁର୍ସେଓଙ୍ଗ ବ୍ଲକ୍‌ରେ ଥିବା ସୁକ୍ନ ପ୍ରଥମ ଖଣ୍ଡ ଗ୍ରାମର ଏକ ପଡ଼ାର ନାମ। ଦେଖନ୍ତୁ ଏହା ଏଠାରେ କିପରି ଉଲ୍ଲେଖ ଖରାଯାଇଛି ।

      ବ୍ଲକ୍: କିମ୍ବା ଏଗୁଡ଼ିକ ମଧ୍ୟରୁ ଯେ କୌଣସିଟି: ତହସିଲ/ ତାଲୁକା/ ମଣ୍ଡଳ/ ରାଜସ୍ୱ ଉପଖଣ୍ଡ

      ଜିଲ୍ଲା: 

      ରାଜ୍ୟ:

      ଫଟୋ ନିଆଯାଇଥିବା ସ୍ଥାନ: ସାଧାରଣତଃ ନିତିଦିନିଆ ଲୋକ ହେଉଛନ୍ତି ପ୍ରବାସୀ ଶ୍ରମିକ । ତେଣୁ ଯଦି ଆପଣ ଫଟୋ ନେଇଥିବା ଜଣେ ବ୍ୟକ୍ତି ହେଉଛନ୍ତି ଲକ୍ଷ୍ନୌ ସହରରେ ଜଣେ ପ୍ରବାସୀ ଶ୍ରମିକ, କିନ୍ତୁ ସେ ପ୍ରକୃତରେ ଉତ୍ତରପ୍ରଦେଶର ଅନ୍ୟ ଏକ ଜିଲ୍ଲାର ଗୋଟିଏ ଗ୍ରାମରୁ ଆସିଛନ୍ତି ତେବେ ସବିଶେଷ ଭାବରେ ଉଭୟ ଉଲ୍ଲେଖ କରନ୍ତୁ: କେଉଁଠାରେ ଫଟୋ ନିଆଯାଇଥିଲା (ଏହି କ୍ଷେତ୍ରରେ ଲକ୍ଷ୍ନୌରେ) । ଏବଂ ଏହି ବ୍ୟକ୍ତି ଜଣକ ମୂଳତଃ କେଉଁଠାରୁ ଆସିଛନ୍ତି (ସେଥିପାଇଁ ଉପରେ ତାଲିକାଭୁକ୍ତ ହୋଇଥିବା ବିବରଣୀଗୁଡ଼ିକ ଦେଖନ୍ତୁ) ।

      ତାରିଖ: ଯେତେବେଳେ ଫଟୋ ନିଆଯାଇଥିଲା; ଉଦାହରଣ ସ୍ୱରୂପ: ଜୁନ୍‌ ୨୬, ୨୦୧୬

      ଫଟୋଗ୍ରାଫର୍‌: ଆପଣଙ୍କ ନାମ

      କ୍ୟାମେରା: ଏହି ଫଟୋ ନେବା ପାଇଁ ବ୍ୟବହାର ହୋଇଥିବା କ୍ୟାମେରାର ମଡେଲ୍‌

      ଉଦ୍ଧୃତି: ସେହି ବ୍ୟକ୍ତିଙ୍କଠାରୁ ଏକ ସଂକ୍ଷିପ୍ତ ଉଦ୍ଧୃତି ସାମିଲ୍ କରିବାକୁ ଚେଷ୍ଟା କରନ୍ତୁ । ଏହା ସେ ଆଲୋଚନା କରୁଥିବା ବିଷୟରେ କିଛି ହୋଇପାରେ । ଏହି ଉଦାହରଣ ଦେଖନ୍ତୁ। ବ୍ୟକ୍ତି ଜଣକ ଖୁବ୍‌ ଦୃଢ଼ ଭାବରେ ଅନୁଭବ କରିଥିବା ଏକ ବିଷୟ ହେବାକୁ ହେବ। ଦୟାକରି, ଏହାକୁ ଛୋଟ ରଖନ୍ତୁ।

      ପରିରେ ଫଟୋଗ୍ରାଫ୍‌ଗୁଡ଼ିକର ମାନ ସମ୍ପର୍କରେ ଅଧିକ ଜାଣିବା ପାଇଁ ଫଟୋ ଦିଶା ନିର୍ଦ୍ଦେଶଗୁଡ଼ିକ ଦେଖନ୍ତୁ।

    8. ଭିଡିଓ କାହାଣୀଗୁଡ଼ିକ::

      ପରି ଭିଡିଓ କ୍ଲିପ୍‌ ଭିଡିଓ କାହାଣୀ ଏବଂ ପ୍ରାମାଣିକ ଚିତ୍ରଗୁଡ଼ିକ ବହନ କରେ। ଯଦି ଆମେ ଗୋଟିଏ ଲିଖିତ କାହାଣୀ ସହିତ ଖୁବ୍‌ ଛୋଟ କିନ୍ତୁ ଖୁବ୍‌ ପ୍ରଭାବଶାଳୀ ଭିଡିଓ କ୍ଲିପ୍‌ ପାଉ, ଆମେ ଏହାକୁ ପାଠ୍ୟ ମଧ୍ୟରେ ସନ୍ନିବେଶିତ ବା ଏମ୍ବେଡ୍ କରିବାକୁ ଚେଷ୍ଟା କରୁ ।

      କିମ୍ବା ଏପରିକି ଏହାକୁ ନିଜେ ଛୋଟ ଅଂଶରେ ବହନ କରିଥାଉ   

      ଯେଉଁ ଭିଡିଓଗୁଡ଼ିକ ଏକକ କାହାଣୀ ସେଗୁଡ଼ିକୁ ମଧ୍ୟ ପ୍ରାମାଣିକ ଚିତ୍ର ପରି ସ୍ୱାଗତ କରାଯାଏ ।

      ଏଗୁଡ଼ିକ ମଧ୍ୟରୁ ଯେ କୌଣସିଟି ଆମକୁ ପଠାଇବା ପାଇଁ ଦୟାକରି ଅଧିକ ବିଷଦ ଭିଡିଓ ଦିଶା ନିର୍ଦ୍ଦେଶ ଦେଖନ୍ତୁ ।

    9. କଥା କୁହା ଆଲ୍‌ବମ୍‌::

      ଏହି ସ୍ୱରୂପରେ, ୧୦- ୧୪ଟି ଫଟୋଗ୍ରାଫ୍‌ ଫଟୋଗ୍ରାଫରଙ୍କର ଅଡିଓ କ୍ୟାପ୍‌ସନ୍‌ ସହିତ ସଂଯୁକ୍ତ କରାଯାଏ । ଏଗୁଡ଼ିକ ଫଟୋଗ୍ରାଫର୍‌ ପ୍ରଦାନ କରିଥିବା ଲିଖିତ କ୍ୟାପ୍‌ସନ୍‌ ପରି ସମାନ ହେବା ଜରୁରୀ ନୁହେଁ କିନ୍ତୁ ଅଧିକ ବ୍ୟକ୍ତିଗତ ଅଭିଜ୍ଞତା । ଏହି କଥା କୁହା ଆଲ୍‌ବମ୍‌ ଉପରେ ଏକ ନଜର ପକାନ୍ତୁ,  ଦି କୋଇଲାୱାଲାଜ୍‌ ଅଫ୍ ଗୋଡ୍ଡା

       କ୍ୟାପ୍‌ସନ୍‌ଗୁଡ଼ିକର ଅଡିଓ ମାନ ଖୁବ୍‌ ଭଲ ଏବଂ ସ୍ପଷ୍ଟ ତାହା ଦେଖିବା ପାଇଁ ଯତ୍ନଶୀଳ ହୁଅନ୍ତୁ । ଧ୍ୟାନ ଦିଅନ୍ତୁ ଯେ ପ୍ରଥମ ଏବଂ ଶେଷ ଅଡିଓ କ୍ୟାପ୍‌ସନ୍‌ ସାମାନ୍ୟ ଦୀର୍ଘ ହୋଇପାରେ - ପ୍ରତ୍ୟେକ ୪୦ ସେକେଣ୍ଡ୍ ପର୍ଯ୍ୟନ୍ତ - କାରଣ ସେଗୁଡ଼ିକ କାହାଣୀକୁ ଆରମ୍ଭ ଏବଂ ଶେଷ କରିବ ।  ଅବଶିଷ୍ଟ କ୍ୟାପ୍‌ସନ୍‌ଗୁଡ଼ିକ ୨୦- ୨୫ ସେକେଣ୍ଡ୍ ଅତିକ୍ରମ କରିବା ଉଚିତ ନୁହେଁ । ସମୁଦାୟ ଭାବରେ, ଏକ କଥାକୁହା ଆଲ୍‌ବମ୍‌ ଛଅ ମିନିଟ୍‌ ଅତିକ୍ରମ କରିବା ଉଚିତ୍‌ ନୁହେଁ - ଏବଂ ଖୁବ୍‌ ଛୋଟ ହୋଇପାରିବ ।

    10. ଏବଂ ଅନ୍ୟ ଅନେକ ଶ୍ରେଣୀରେ ବିକଳ୍ପଗୁଡ଼ିକ::

      ଦି ରୁରାଲ୍‌ ଇନ୍‌ ଦି ଅର୍ବାନ୍‌, ରୁରାଲ୍ ସ୍ପୋର୍ଟସ, ଏନ୍‌ଭାର୍ନମେଣ୍ଟ: ଆପଣ ପରିରେ ଏସବୁ ନିମନ୍ତେ କିମ୍ବା ଅନ୍ୟ ବିଷୟଗୁଡ଼ିକରେ ଫଟୋ ନେଇପାରିବେ - ପ୍ରାୟ ଯାହା କିଛି ଆପଣ ଯୋଗଦାନ ଦେବାକୁ ଚାହାଁନ୍ତି - ତେବେ ମାନ ଭଲ ହୋଇଥିବା ଏବଂ ପ୍ରସଙ୍ଗଟି ଆମ ନିର୍ଦ୍ଧାରଣ ଅନୁଯାୟୀ ରହୁଥିବା ଆବଶ୍ୟକ ।  ଅଧିକ ବିବରଣୀ ପାଇଁ ଏବଂ ଏସବୁ ସମ୍ଭାବ୍ୟତା ସମ୍ପର୍କରେ ଏକ ଉନ୍ନତ ଦୃଷ୍ଟିକୋଣ ପାଇବା ପାଇଁ ପରି ୱେବ୍‌ସାଇଟ୍‌ରେ କ୍ୟାଟେଗୋରିଜ୍‌କୁ ଯାଆନ୍ତୁ ।

  2. ଲେଖାରେ ଜରୁରୀ ଆବଶ୍ୟକତା

    ଏହା ସମସ୍ତ ସ୍ୱରୂପ ପାଇଁ ଲାଗୁ ହୁଏ, କିନ୍ତୁ ବିଶେଷକରି ଲେଖା ପ୍ରବନ୍ଧଗୁଡ଼ିକରେ। ଗ୍ରାମୀଣ ଭାରତୀୟମାନଙ୍କ ଉପରେ ଆପଣ ପଠାଉଥିବା କାହାଣୀଗୁଡ଼ିକରେ, ଆମେ ଆବଶ୍ୟକ କରୁ: 

    1. ପୁରା ନାମ::

      ସର୍ବୋତ୍ତମ ଭାବରେ ଯେତେ ଦୂର ସମ୍ଭବ ପୁରା ନାମଗୁଡ଼ିକ ବ୍ୟବହାର କରନ୍ତୁ ଏବଂ ବିଶେଷକରି ପ୍ରଥମ ସ୍ଥାନରେ। ଉଦାହରଣ ସ୍ୱରୂପ: କେବଳ ମୀରାମାନଭାଇ ବଦଳରେ ମୀରାମାନ୍‌ ଚାୱଦା ।

      ସବୁବେଳେ ଜଣେ ନୂତନ ବ୍ୟକ୍ତି ଏବଂ ସେମାନଙ୍କର ଅବସ୍ଥିତି, ବୟସ (ଯଦି ପ୍ରାସଙ୍ଗିକ) ଏବଂ ଅନୁଷ୍ଠାନ/ ପଦବୀ (ଯଦି କିଛି ଥାଏ)କୁ ସମ୍ପୂର୍ଣ୍ଣ ଭାବରେ ପରିଚିତ କରାନ୍ତୁ । ଉଦାହରଣ ସ୍ୱରୂପ: ଉରୁଲି ଦେବାଚିର ନାଏବ ସରପଞ୍ଚ ମହେନ୍ଦ୍ର ସେୱାଲାଙ୍କର ଆଠ ଏକର ଜମି ଅଛି ଯେଉଁଥିରେ ସେ ପନିପରିବା ଏବଂ ଯଅ, ବାଜରା ଏବଂ ଅନ୍ୟାନ୍ୟ ଫସଲ ଚାଷ କରନ୍ତି ।

      ଏ ସମସ୍ତ ବିବରଣୀ ଗୋଟିଏ ଫଟୋରେ ଜମା ହେବା ଉଚିତ୍‌ ନୁହେଁ କିନ୍ତୁ ସେଗୁଡ଼ିକ ଆପଣଙ୍କର ପ୍ରବନ୍ଧରେ ଉପଲବ୍ଧ ହେବା ଉଚିତ ।

      ଅନେକ ସମୟରେ ଲେଖକ ହୁଏତ ଏପରି ପରିସ୍ଥିତି ଅଧିନରେ ସାକ୍ଷାତକାର କରିଥାଇପାରନ୍ତି ଯେଉଁଠାରେ ଲୋକମାନଙ୍କୁ ପଚାରିବା କିମ୍ବା ସମସ୍ତ ପୁରା ନାମ ଉଲ୍ଲେଖ କରିବା ସମ୍ଭବ ନଥିଲା (ଉଦାହରଣ ସ୍ୱରୂପ, ଗୋଟିଏ ଟ୍ରେନ୍‌ରେ, ଲୋକମାନଙ୍କର ଏକ ବଡ଼ ଗୋଷ୍ଠୀ ସହିତ) । ବେଳେ ବେଳେ, ଉଦ୍ଧୃତି ଗ୍ରହଣ କରିଥିବା ବ୍ୟକ୍ତି ସେମାନଙ୍କର ପୁରା ନାମ ବ୍ୟବହାର ହେବା ଚାହିଁ ନପାରନ୍ତି । କିନ୍ତୁ ଅନେକ କ୍ଷେତ୍ରରେ ଲେଖକମାନେ ପୁରା ନାମଗୁଡ଼ିକ ପଚାରିବାକୁ ଭୁଲି ଯାଆନ୍ତି। ଆମେ ସବୁ ସମୟରେ ପରିରେ ସ୍ଥାନିତ ହୋଇଥିବା ଲୋକମାନଙ୍କର ପୁରା ନାମଗୁଡ଼ିକ ବ୍ୟବହାର କରିବାକୁ ଲକ୍ଷ୍ୟ ରଖୁ।

    2. ଅବସ୍ଥିତି ବିବରଣୀଗୁଡ଼ିକ::

      ଏହି କାହାଣୀ ଯେଉଁଠାରୁ ଆସିଛି ତାହାର ଗ୍ରାମ(ଗୁଡ଼ିକ), ବ୍ଲକ୍‌ (ଯଦି ଉପଲବ୍ଧ), ଜିଲ୍ଲା ଏବଂ ରାଜ୍ୟର ନାମ । ଉଦାହରଣ ସ୍ୱରୂପ: ଭୁରି କାଲ୍ଲୁ ଦକ୍ଷିଣ-ପୂର୍ବ ଉତ୍ତରପ୍ରଦେଶର ଚିତ୍ରକୁଟ ଜିଲ୍ଲାରେ ଭାର୍କୁରା ଗ୍ରାମରେ ଏକୁଟିଆ ରୁହନ୍ତି ।

    3. ପ୍ରତ୍ୟକ୍ଷ ଉକ୍ତି::

      ଯାହା ଗୁରୁତ୍ୱପୂର୍ଣ୍ଣ ଏବଂ ସାମ୍ନାରେ ରହିବା ଉଚିତ ସେଗୁଡ଼ିକ ହେଉଛି ନୀତିଦିନିଆ ଗ୍ରାମୀଣ ଲୋକମାନଙ୍କର ମତାମତ, ଲେଖକ କିମ୍ବା ଫିଲ୍ମ ନିର୍ମାତାଙ୍କର ନୁହେଁ ।  ପରବର୍ତ୍ତୀଟି ସେହି ବିଷୟବସ୍ତୁକୁ ପରିପ୍ରେକ୍ଷ, ପଠନୀୟତା/ ଦୃଶ୍ୟତା ଏବଂ ଆହୁରି ଅଧିକ ପ୍ରଦାନ କରିଥାଏ ।  କିନ୍ତୁ ନିତିଦିନିଆ ଗ୍ରାମୀଣ ଲୋକଙ୍କର ମତାମତ ଏବଂ ଚେହେରା କାହାଣୀଟିକୁ କହିଥାଏ ।  ଯାହା ହେଲେ ବି ଏହା ସେମାନଙ୍କର କାହାଣୀ ।  କେବେହେଲେ ଏଥିରୁ ନଜର ହଟାନ୍ତୁ ନାହିଁ । ପରିର ସାମ୍ବାଦିକ ଏବଂ ଲେଖକମାନେ ମଧ୍ୟ କାହାଣୀ କଥନର କଳାରେ ପଡ଼ିଯାଆନ୍ତି, ଏମିତି କିଛି ଯାହା ସାମ୍ବାଦିକତାରେ ଦ୍ରୁତ ଗତିରେ ହ୍ରାସ ପାଉଛି ।

      ଲେଖକ ହେଉଛନ୍ତି କାନ୍ଥ ଉପରେ ଏକ ମାଛି ସଦୃଶ ।  ଅନେକ ସମୟରେ ତାହା ସମ୍ପୂର୍ଣ୍ଣ ଭାବରେ ସମ୍ଭବ ହୁଏ ନାହିଁ, କିନ୍ତୁ ଏଥିପାଇଁ ଚେଷ୍ଟା କରନ୍ତୁ । ଆମେ ଚାହୁଁନାହୁଁ ଯେ ଲୋକମାନେ ଅନ୍ତଃଭାଗକୁ ରାମ୍ପିଦିଅନ୍ତୁ ଏବଂ ତା’ପରେ ଲୋକମାନେ ସେମାନଙ୍କୁ କହିବାକୁ ଥିବା କାହାଣୀ ବଦଳରେ ସେମାନଙ୍କର ନିଜସ୍ୱ ଭାବନାକୁ ଶୁଣାନ୍ତୁ ।

      କାହାଣୀଗୁଡ଼ିକ ପରି ଭିଡିଓ ଫିଲ୍ମଗୁଡ଼ିକରେ ମଧ୍ୟ, ଆମେ ଫିଲ୍ମ ନିର୍ମାତା ଅଦୃଶ୍ୟ ରହିବାକୁ ପସନ୍ଦ କରୁ ।  ଯଦି ଫିଲ୍ମ ନିର୍ମାତା ପଚାରିଥିବା କିଛି ପ୍ରଶ୍ନ ଫିଲ୍ମରେ ରେକର୍ଡ ହୋଇଯାଇଛି, ସେଗୁଡ଼ିକୁ ସମ୍ପାଦିତ କରି ବାହାର କରିଦେବାକୁ ଚେଷ୍ଟା କରନ୍ତୁ ଯେପରିକି ଦର୍ଶକ ଫିଲ୍ମର ଅଂଶଗ୍ରହଣକାରୀ ବର୍ଣ୍ଣନା କରୁଥିବା ଦେଖିପାରିବେ। ଯଦି ଏମିତି କିଛି ଅଛି ଯାହା କାହାଣୀ କିମ୍ବା ଫିଲ୍ମରେ ଆପଣଙ୍କୁ ନିଶ୍ଚୟ କହିବାକୁ ହେବ, ଆମେ ‘କଳାପଟା’ ପଦ୍ଧତି ବ୍ୟବହାର କରିବାକୁ ଆପଣଙ୍କୁ ଅନୁରୋଧ କରୁ । ଏ ସମ୍ପର୍କରେ ଅଧିକ ନିମନ୍ତେ ଭିଡିଓ ଦିଶା ନିର୍ଦ୍ଦେଶଗୁଡ଼ିକ ଦେଖନ୍ତୁ ।

    4. ଏନଜିଓ କିମ୍ବା ‘ପରିବର୍ତ୍ତନକାରୀ’ ବାହ୍ୟ ବ୍ୟକ୍ତିଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଠାରୁ ଦୂରେଇ ରୁହନ୍ତୁ::

      ଆମେ ଯଥେଷ୍ଟ ଜୋର ଦେଇ ପାରିବୁ ନାହିଁ ଯେ ଆମର କାହାଣୀ ନିତିଦିନିଆ ଲୋକଙ୍କ ଉପରେ ଧ୍ୟାନ ଦେବା ଆବଶ୍ୟକ । ଅତ୍ୟଧିକ ‘ଗ୍ରାମାଞ୍ଚଳ’ କାହାଣୀ ସହରାଞ୍ଚଳର ଚମତ୍କାରୀ ବ୍ୟକ୍ତିବିଶେଷଙ୍କ ବିଷୟରେ ଅଧିକ ହୋଇଥାଏ , ଯେଉଁମାନେ ଗ୍ରାମାଞ୍ଚଳରେ କାମ କରିବା ପାଇଁ ଏକ ଲାଭଜନକ କ୍ୟାରିୟରକୁ ‘ତ୍ୟାଗ’ କରିଛନ୍ତି । କିମ୍ବା ଏନ୍‌ଜିଓଗୁଡ଼ିକ ସମ୍ପର୍କରେ ଯେଉଁଗୁଡ଼ିକ ଗ୍ରାମୀଣ ଭାରତରେ ଏକ ‘ନିରବ ବିପ୍ଳବ’ ହାସଲ କରିଛନ୍ତି ।  ଆମେ ସ୍ୱୀକାର କରୁ ଯେ ଏଭଳି ବ୍ୟକ୍ତିବିଶେଷ ଅଛନ୍ତି ଏବଂ ଅନେକ ସମୟରେ ମୂଲ୍ୟବାନ୍‌ ଯୋଗଦାନ ଦିଅନ୍ତି । ଏବଂ ଏହା ଯେ ଅନେକ ଏନ୍‌ଜିଓ ଅଛନ୍ତି ଯେଉଁମାନେ ଭଲ କାମ କରନ୍ତି ।  ସେମାନେ ଗ୍ରାମୀଣ ପରିଦୃଶ୍ୟର ଅଂଶ, ସେମାନେ କାହାଣୀଗୁଡ଼ିକରେ ସ୍ଥାନ ପାଇପାରିବେ - କିନ୍ତୁ ସେମାନେ ଆମର କେନ୍ଦ୍ରବିନ୍ଦୁ ହୋଇପାରିବେ ନାହିଁ । ଏହା ଯେ ଧ୍ୟାନ ନିତିଦିନିଆ ଲୋକଙ୍କର ନିତିଦିନିଆ ଜୀବନ ଉପରେ ରହୁ ।

      ଆମେ ସ୍ୱାର୍ଥର ଦ୍ୱନ୍ଦ୍ୱ ଏଡ଼ାଇବାକୁ ପସନ୍ଦ କରିବୁ - ଯେମିତି ହୋଇପାରେ ଯେତେବେଳେ ଗୋଟିଏ ଏନ୍‌ଜିଓ କିମ୍ବା ସେହିପରି ଅନୁଷ୍ଠାନ ଦ୍ୱାରା ନିଯୁକ୍ତ ଜଣେ କର୍ମୀ ତାଙ୍କୁ ଦରମା ଦେଉଥିବା ଅନୁଷ୍ଠାନକୁ ପ୍ରଶଂସା କରି କାହାଣୀଗୁଡ଼ିକ ପଠାନ୍ତି । ଆମେ କାହାଣୀ ଖୋଜୁଛୁ, ପ୍ରଶଂସା ନୁହେଁ ।

    5. ପ୍ରସଙ୍ଗ ଏବଂ ବ୍ୟାଖ୍ୟା::

      ଅଧିକ ସଂପୂର୍ଣ୍ଣ କାହାଣୀ କହିବା ପାଇଁ ଏଗୁଡ଼ିକ ଜରୁରୀ । ଉଦାହରଣ ସ୍ୱରୁପ, ଜଣେ ଲେଖକ ଦର୍ଶାନ୍ତି ଯେ ଗୋଟିଏ କାହାଣୀର ମୁଖ୍ୟ ଚରିତ୍ର ଜୀବିକା ନିର୍ବାହ କରିବାରେ ଅସମର୍ଥ, କିନ୍ତୁ କୌଣସି ବିବରଣୀ ପ୍ରଦାନ କରନ୍ତି ନାହିଁ, ଯଦିଓ ଏହା ହୁଏତ ତାଙ୍କ ନୋଟ୍‌ରେ ଥାଇପାରେ, କିମ୍ବା ଅନ୍ୟ ପ୍ରକାରେ ଦେଖାଯାଇ ପାରିବ । ପ୍ରକୃତରେ ଘରେ ରୋଜଗାର କରିବା ବିଷୟରେ ଟିକିଏ ଅଧିକ  ଜାଣିବାକୁ ଚେଷ୍ଟା କରନ୍ତୁ । ସ୍ୱାମୀ କେତେ ଅର୍ଥ ଆଣନ୍ତି? ମହିଳା ଜଣକ କେତେ ରୋଜଗାର କରନ୍ତି? ପିଲାମାନେ ବିଦ୍ୟାଳୟକୁ ଯାଆନ୍ତି କି? ସେମାନେ ମିଳିତ ଭାବରେ କେତେ ଆୟ କରନ୍ତି, ଏବଂ ଏହାର କେତେ ଅଂଶ କ’ଣ ପାଇଁ ଖର୍ଚ୍ଚ ହୁଏ?

      ଏପରିକି ଗୋଟିଏ ପରିଚ୍ଛେଦ ମଧ୍ୟ ଠିକ୍ ହେବ: ଉଦାହରଣ ସ୍ୱରୂପ ଲେଖକ ରୋଷେଇ ଘରେ କ’ଣ ପାଆନ୍ତି, କିମ୍ବା କେଉଁ ଜରୁରୀ ଜିନିଷଗୁଡ଼ିକ ସେମାନେ ପିଲାମାନଙ୍କୁ ଦେଇପାରନ୍ତି ନାହିଁ ।

      କିମ୍ବା, ଉଦାହରଣ ସ୍ୱରୂପ, କାହାଣୀଟି ବଞ୍ଚିବା ପାଇଁ ସଂଗ୍ରାମ କରୁଥିବା ଜଣେ ମତ୍ସ୍ୟଜୀବୀ ମହିଳାଙ୍କର ହୋଇପାରେ । ଏହି ପ୍ରବନ୍ଧ ଆହୁରି ସମ୍ବନ୍ଧ ହେବ ଯଦି ତାଙ୍କର ବ୍ୟକ୍ତିଗତ ଅଭିଜ୍ଞତା ସେହି ଅଞ୍ଚଳର ମତ୍ସ୍ୟଜୀବୀ ମହିଳାମାନଙ୍କ ବୃହତ୍ତର ଦୁନିଆ ପ୍ରତି ଏକ ଗବାକ୍ଷ ହେବ । ଏହା ସମାନ ବୃତ୍ତିର ଅନ୍ୟମାନଙ୍କ ସହ ଆଲୋଚନାକୁ ସମ୍ପୃକ୍ତ କରିପାରେ । ତଥାପି ଏହା ବାଧ୍ୟତାମୂଳକ ଅପେକ୍ଷା ଅଧିକ ଇଚ୍ଛାଧୀନ- ଅନେକ ସମୟରେ ଗୋଟିଏ ଏକକ ଷ୍ଟୋରି ଭଲ କାମ କରିପାରେ ।

      ସମ୍ପୃକ୍ତି ଗୁଡ଼ିକ: ଯଦି ଗୋଟିଏ କାହାଣୀ, ଗୋଟିଏ ପରିବାର କିମ୍ବା ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ ଆପଣ ତେବେ ଆପଣ ତାହାକୁ ଏକ ବୃହତ୍ତର ପରିଦୃଶ୍ୟ ବିପକ୍ଷରେ ସ୍ଥାନିତ କରିପାରେ । ଉଦାହରଣ ସ୍ୱରୂପ, ଯଦି ମହାରାଷ୍ଟ୍ରର କୃଷକ ଆତ୍ମହତ୍ୟା ସମ୍ପର୍କରେ ଏକ ପ୍ରବନ୍ଧ ଅଛି ଏବଂ ଏହା ଏକ ନିର୍ଦ୍ଦିଷ୍ଟ ପରିବାର କିମ୍ବା କୃଷକଙ୍କୁ ଲକ୍ଷ୍ୟ କରିଛି, ତେବେ ଏହା ଉଲ୍ଲେଖ କରିପାରିବ ଯେ ଗତ ଦୁଇ ଦଶନ୍ଧି ମଧ୍ୟରେ ଏହି ରାଜ୍ୟ ୬୩,୦୦୦ କୃଷକ ନିଜ ଜୀବନ ନେଇଥିବାର ସାକ୍ଷୀ ହୋଇଛି ।

      ସେହିପରି ଭାବରେ, ଯଦିଓ କାହାଣୀଟି କୌଣସି ବ୍ୟକ୍ତି କିମ୍ବା ପରିବାର ଉପରେ ଦୃଢ଼ ଭାବରେ କେନ୍ଦ୍ରିତ କରାଯାଇଛି, ଆପଣ ଅନ୍ୟମାନଙ୍କ (ପଡୋଶୀ, ଅଧିକାରୀ, ପ୍ରସଙ୍ଗ ସହିତ ଜଡିତ ଅନ୍ୟମାନଙ୍କ)ର ଉଦ୍ଧୃତି ବ୍ୟବହାର କରିପାରିବେ । କିମ୍ବା ଏକ ବୃହତ୍‌ ସ୍ତରରୁ ତଥ୍ୟ ବ୍ୟବହାର କରନ୍ତୁ - ଉଦାହରଣ ସ୍ୱରୂପ ଏକ କ୍ଷୁଧା ମୃତ୍ୟୁର ଅନ୍ୱେଷଣ କରୁଥିବା କାହାଣୀରେ ଅପପୁଷ୍ଟି ପରିସଂଖ୍ୟାନ (ଜିଲ୍ଲା, ରାଜ୍ୟ କିମ୍ବା ଜାତୀୟ, ଯାହା ପ୍ରାସଙ୍ଗିକ) ପ୍ରଦାନ କରିବାକୁ ଚେଷ୍ଟା କରନ୍ତୁ ।

    6. ତଥ୍ୟ ଯାଞ୍ଚ::

      ପ୍ରବନ୍ଧରେ ଦର୍ଶାଯାଇଥିବା ସମସ୍ତ ସାଂଖ୍ୟିକ ତଥ୍ୟ ନିଶ୍ଚୟ ନିର୍ଭରଯୋଗ୍ୟ କିମ୍ବା ସରକାରୀ ଉତ୍ସଗୁଡିକ (ଯଥା ସମ୍ଭବ) ଠାରୁ ଯାଞ୍ଚ କରାଯିବା ଆବଶ୍ୟକ । ଉଦାହରଣ ସ୍ୱରୂପ, ଯଦି ଏକ ପ୍ରବନ୍ଧ ଏକ ରିପୋର୍ଟର ପ୍ରକାଶନ ବର୍ଷ ବିଷୟରେ ଉଲ୍ଲେଖ କରିଥାଏ, ତେବେ ଲେଖକ ସେହି ବର୍ଷ ସମ୍ପର୍କରେ ଅନଲାଇନରେ ପୁନଃ-ଯାଞ୍ଚ କରିବା ଆବଶ୍ୟକ ।

      ଉଦାହରଣ ସ୍ୱରୂପ: 2008 ର ଏକ ଭାରତୀୟ ବ୍ୟାଙ୍କ ଆସୋସିଏସନ୍ ରିପୋର୍ଟ ଦର୍ଶାଏ …

      - ଏଠାରେ, ଆପଣ ସେହି ବର୍ଷର IBA ରିପୋର୍ଟ ପାଇଁ ଅନଲାଇନ୍‌ରେ ଯାଞ୍ଚ କରିପାରିବେ।

      ଆମେ ଦର୍ଶାଯାଇଥିବା ସମସ୍ତ ମେଟା ଡାଟା / ଅଧିକାରିକ ତଥ୍ୟର ଅନଲାଇନ୍‌ ଉତ୍ସଗୁଡ଼ିକୁ ଆବଶ୍ୟକ କରିବୁ- ଲେଖକ ଆମକୁ ସେହି ୟୁଆର୍‌ଏଲ୍‌ ପ୍ରଦାନ କରିପାରିବେ ଯେଉଁଥିରେ ଆମର ସମ୍ପାଦକମାନେ ସେହି ସଂଖ୍ୟାଗୁଡ଼ିକ ପୁନଃ ଯାଞ୍ଚ କରିପାରିବେ । ଯଦି ଲେଖକ ଏକ ହାର୍ଡକପି ବିଷୟରେ ଉଲ୍ଲେଖ କରିଛନ୍ତି, ତେବେ ସେ ପ୍ରବନ୍ଧ ସହିତ ସୂଚନା ବିବରଣୀ (ଶୀର୍ଷକ; ଲେଖକ/ମାନେ; ତାରିଖ; ପ୍ରକାଶନ ସ୍ଥାନ) ଦେବା ଉଚିତ୍ ।

      ପରି ଉପରେ ପ୍ରକାଶିତ ପ୍ରବନ୍ଧରେ, ଏସବୁ ବିବରଣୀଗୁଡିକ ସମ୍ପୂର୍ଣ୍ଣ ଆନୁଷ୍ଠାନିକ ସୂଚନା ଭାବରେ ବ୍ୟବହୃତ ହେବ ନାହିଁ, ସମ୍ପାଦକ ସେଗୁଡ଼ିକୁ ବିଲୋପ କରିବେ। ସେଗୁଡିକ କେବଳ ସମ୍ପାଦକଙ୍କ ଦ୍ୱାରା ତଥ୍ୟ-ଯାଞ୍ଚ ପାଇଁ ଆବଶ୍ୟକ ହୋଇଥାଏ । କିନ୍ତୁ ତଥ୍ୟ ଉଲ୍ଲେଖ କରିବାବେଳେ ଏକ ସାଧାରଣ ସନ୍ଦର୍ଭ / ଉତ୍ସ ତଥାପି ପାଠ୍ୟ ମଧ୍ୟରେ ବଜାୟ ରଖାଯାଇପାରିବ ।

      ଆମେ ଆଶା କରୁଛୁ ଲେଖକ ପ୍ରଥମ ତଥ୍ୟ-ଯାଞ୍ଚକାରୀ ହେବେ । ତାହା ହେଉଛି, ସେମାନେ କାହାଣୀରେ ତଥ୍ୟ ଭାବରେ ଯାହା ଦର୍ଶାଇଛନ୍ତି ତାହାର ସତ୍ୟତା ଯାଞ୍ଚ କରିବା । ପ୍ରାୟତଃ ସମ୍ପାଦନା ସମୟରେ ଅନେକ ସମୟ ନଷ୍ଟ ହୋଇଯାଏ - ଏବଂ ପ୍ରକାଶନକୁ ମନ୍ଥର କରିଥାଏ - କାରଣ ଲେଖକ ଏହା କରିବାକୁ ଯତ୍ନବାନ ହୋଇନାହାନ୍ତି ।

      ଉଦାହରଣ ସ୍ୱରୂପ: ସାମାଜିକ ଅର୍ଥନୈତିକ ଏବଂ ଜାତି ଜନଗଣନା ତଥ୍ୟ ଅନୁଯାୟୀ, କେବଳ 8 ପ୍ରତିଶତ ଗ୍ରାମୀଣ ପରିବାରରେ ସର୍ବାଧିକ ରୋଜଗାର କରୁଥିବା ସଦସ୍ୟ ମାସକୁ ଟ. ୧୦,୦୦୦ରୁ ଅଧିକ ରୋଜଗାର କରନ୍ତି । ଉଦାହରଣ ସ୍ୱରୂପ, ଦି ବେଞ୍ଜ୍ ଆଣ୍ଡ୍‌ ଦି ବଞ୍ଜାରା (The Benz and the Banjara) ଦେଖନ୍ତୁ

    7. ଲେଖକଙ୍କ ବ୍ୟକ୍ତିଗତ ସୂଚନା::

      ଆମକୁ ଦୁଇଟି ଧାଡି ମଧ୍ୟରେ ଲେଖକଙ୍କ ସମ୍ପର୍କରେ ବ୍ୟକ୍ତିଗତ ସୂଚନା ଆବଶ୍ୟକ କରୁ। ଉଦାହରଣ ସ୍ୱରୂପ: ଜୟଦୀପ ହାର୍ଦ୍ଦିକାର ହେଉଛନ୍ତି ନାଗପୁର ଭିତ୍ତିକ ସାମ୍ବାଦିକ, ଯିଏ କି ଦି ଟେଲିଗ୍ରାଫ୍, କୋଲକାତା ସହିତ କାମ କରୁଛନ୍ତି ।

    8. ଫଟୋ କ୍ରେଡିଟ୍::

      ଫଟୋଗୁଡ଼ିକ ଲେଖକ କିମ୍ବା ଅନ୍ୟ କାହା ଦ୍ୱାରା ଉଠାଯାଇଛି କି ? ଦୟାକରି ସମସ୍ତ ଫଟୋଗ୍ରାଫରଙ୍କ ନାମ ଏବଂ ବ୍ୟକ୍ତିଗତ ସୂଚନା ଦିଅନ୍ତୁ ।

    9. କାହାଣୀର ବିଚାର ଧାରାଗୁଡ଼ିକ::

      ଯଦି ଆପଣ ଅନ୍ୟ ପ୍ରକାଶନକୁ ମଧ୍ୟ ପଠାଇଥିବା ଏକ କାହାଣୀ ପରିକୁ  ପଠାଇବାକୁ ପ୍ରସ୍ତାବ ଦେଉଛନ୍ତି, ଆପଣ ଏହା ବିଷୟରେ ଆମକୁ ଜଣାଇବା ଗୁରୁତ୍ୱପୂର୍ଣ୍ଣ । ଅନ୍ୟଥା, ଏହା ଅନାବଶ୍ୟକ ଏବଂ ଜଟିଳ ପରିସ୍ଥିତି ସୃଷ୍ଟି କରିପାରେ ।

      ଗୋଟିଏ କାହାଣୀ ସମ୍ପର୍କରେ ଆମର ବିଚାର  ଅନୁମୋଦନ ପ୍ରକାଶନର ଏକ ଗ୍ୟାରେଣ୍ଟି ନୁହେଁ । କେବଳ ପଠାନ୍ତୁ, ଆମେ ହୁଏତ ସେହି ବିଚାରକୁ ପସନ୍ଦ କରିପାରୁ ଏବଂ ହଁ କହିପାରୁ, ଏହାକୁ ଅନୁସନ୍ଧାନ କରିପାରୁ । ଆମେ ପ୍ରସ୍ତୁତ ହେଉଥିବା କାହାଣୀକୁ ପ୍ରକାଶ କରିବୁ କି ନାହିଁ ତାହା ଏହି କାହାଣୀ କେତେ ଭଲ ତାହା ଉପରେ ନିର୍ଭର କରେ, ଧାରଣା କେତେ ଭଲ ଥିଲା ତାହା ଉପରେ ନୁହେଁ ।

      ସେହିପରି ଭାବରେ, ଯଦି ଆପଣ ପରିକୁ ଏକ କାହାଣୀ ପଠାନ୍ତି ଏବଂ ଏଥିସହିତ ଅନ୍ୟ ପ୍ରକାଶନକୁ ପଠାନ୍ତି, ଆମକୁ ଜଣାନ୍ତୁ । ଆମେ ସମ୍ପୂର୍ଣ୍ଣ ବିଷୟବସ୍ତୁ ପୁନଃ ପ୍ରକାଶନ ପାଇଁ ଉନ୍ମୁକ୍ତ-କିନ୍ତୁ ଆମେ ସୂଚିତ ହେବା ଆବଶ୍ୟକ କରୁ ।

  3. ଲେଖିବା ସମ୍ପର୍କରେ ଛୋଟ ଉପଦେଶ

    1. ବାକ୍ୟଗୁଡ଼ିକୁ ଛୋଟ ରଖନ୍ତୁ - ପ୍ରାୟ ୩୦-୩୫ ଶବ୍ଦ କିମ୍ବା ତା’ଠାରୁ କମ୍ - ସାଧାରଣତଃ ଏକ ଆଦର୍ଶ ଭାବରେ, ନିୟମ ଭାବରେ ନୁହେଁ ।

    2. ପ୍ରତ୍ୟକ୍ଷ ଉକ୍ତି ଏବଂ ସକ୍ରିୟ ସ୍ୱର ଯଥାସମ୍ଭବ ରଖନ୍ତୁ । ଗୋଟିଏ ଉଦ୍ଧୃତିକୁ ସଂକ୍ଷିପ୍ତ ଶବ୍ଦ କିମ୍ବା ପୁନଃ ଶବ୍ଦରେ ଉଲ୍ଲେଖ କରନ୍ତୁ ନାହିଁ ଯଦି ଏହି ପ୍ରକ୍ରିୟାରେ ତାହାର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି । କିନ୍ତୁ ଅନ୍ୟଥା ଆବଶ୍ୟକ ନହେଲେ ଉଦ୍ଧୃତି ଗୁଡିକ ମଧ୍ୟ ଛୋଟ ରଖନ୍ତୁ ।

    3. ଆରମ୍ଭ ବା ଲିଡ୍‌ : ‘ଲିଡ୍‌’ର ଗୁରୁତ୍ୱର କୌଣସି ଅତ୍ୟଧିକ ବର୍ଣ୍ଣନା ନାହିଁ - ପ୍ରଥମ ପରିଚ୍ଛେଦ (କିମ୍ବା ଦୁଇଟି) ଯାହା ପାଠକଙ୍କ ପାଇଁ ଆପଣଙ୍କ କାହାଣୀଟିକୁ ଉନ୍ମୁକ୍ତ କରିବ । ଲିଡ୍‌ଟି କେତେ ଭଲ, କେତେ ମନୋରଞ୍ଜକ/ଚମକପ୍ରଦ/ଆକର୍ଷକ ତାହା  ପାଠକମାନେ ପ୍ରକୃତରେ ସମୁଦାୟ ପାଠ୍ୟ ଭିତରକୁ ଯିବାରେ ଜଣାପଡ଼ିବ । ଏକ ଦୁର୍ବଳ ଆରମ୍ଭ ସେଗୁଡ଼ିକୁ ବନ୍ଦ କରିଦେବ ।

    4. ଏଥିସହିତ  ପ୍ରବନ୍ଧର ଗଠନାତ୍ମକ ସୁସଂଗତି ଏବଂ ପ୍ରବାହ ରହିଥିବା ନିଶ୍ଚିତ କରନ୍ତୁ - ତେଣୁ ଇତସ୍ତତଃ କରିବା ଅପେକ୍ଷା ଗୋଟିଏ ବିନ୍ଦୁ ପ୍ରସ୍ତୁତ କରନ୍ତୁ, ଏହା ପରେ ଆଗକୁ ବଢ଼ନ୍ତୁ, ଏକତ୍ର କରନ୍ତୁ । କେତେକ ଲେଖା ଚାରିଆଡ଼କୁ ଚାଲିଯାଏ ଏବଂ ମୁଖ୍ୟ ବିଷୟବସ୍ତୁ  ପୋତି ହୋଇଯାଏ ଯାହାକି ହୁଏତ ପ୍ରକୃତରେ ଏକ ଭଲ କିମ୍ବା ଏପରିକି ଉତ୍କୃଷ୍ଟ କାହାଣୀ ହୋଇଥାନ୍ତା ।

    5. ବିବରଣୀ ଏବଂ ରଙ୍ଗ: ଚରିତ୍ରଗୁଡ଼ିକୁ କିଛି ବିବରଣୀ ସହିତ ପୁଟ ଦିଅନ୍ତୁ । ଉଦାହରଣ :

      ଆମେ ନିତାଇଙ୍କର ଛୋଟ ଏବଂ ସଙ୍କୁଚିତ ଘରକୁ ଯାଉ, ଯେଉଁଠାରେ ସେ ଆଲୁମିନିୟମ ପାତ୍ର ଏବଂ କେନ୍‌ଗୁଡ଼ିକରେ ଚଟାଣରେ ମହୁ ସାଇତି ରଖନ୍ତି ।

      ଏହା ପରିବର୍ତ୍ତେ: ଆମେ ନିତାଇଙ୍କ ଘରକୁ ଯାଉ, ଯେଉଁଠାରେ ସେ ପାତ୍ରଗୁଡ଼ିକରେ ମହୁ ସାଇତି ରଖନ୍ତି ।

      ଦେଖନ୍ତୁ ଦି ଷ୍ଟିଙ୍ଗ ଅଫ୍‌ ବି’ଜ୍‌  ଆଣ୍ଡ ଦି ଟିରାନି ଅଫ୍ ଟାଇଗର୍ସ (The sting of bees and the tyranny of tigers)

      କିଛି ରଙ୍ଗ ଦିଅନ୍ତୁ । ଉଦାହରଣସ୍ୱରୂପ : ତାଙ୍କର ହାସ୍ୟ ରସ ଏକ ସାଧାରଣହୀନ ଶୈଶବର ସ୍ମୃତିଗୁଡ଼ିକୁ ହାଲକା କରିଦିଏ । ‘‘ମୋ ବାପା ଗୋଟିଏ ରାତିରେ ଆମକୁ ନିଦରୁ ଉଠାଇଲେ । ମୁଁ ୧୦ ବର୍ଷର ମଧ୍ୟ ହୋଇନଥିଲି । ସେ କହିଲେ ଜହ୍ନ ବଡ଼ ଏବଂ ଧଳା ଥିଲା ଏବଂ ଆମେ ତାହାର ଆଲୋକରେ ଅମଳ କରିପାରିଥାଆନ୍ତୁ ।’’

      ଦେଖନ୍ତୁ ସ୍ମଲ ଫାର୍ମର, ବିଗ୍‌ ହାର୍ଟ, ମିରାକଲ ବାଇକ

      କିମ୍ବା ଏହା : ଦୀର୍ଘଦୂରତ୍ୱ ଧାବକ ଲଳିତା ବାବର, ୨୫, ୨୦୦୫ରେ ଏକ ଜାତୀୟ ଟ୍ରାକ୍‌ ଇଭେଣ୍ଟରେ ଖାଲି ପାଦରେ ଦୌଡିବାରୁ ତାଙ୍କୁ ବାରଣ କରାଯିବା ପରେ ତାଙ୍କର ପ୍ରଥମ ହଳ ଯୋତା କିଣିଲେ..... ଚାରି ଭାଇଭଉଣୀଙ୍କ ମଧ୍ୟରୁ ସବୁଠାରୁ ବଡ଼ ବାବର କହିଥିଲେ, ‘‘ଏମିତି କେତେକ ଦିନଗୁଡ଼ିକ ଥିଲା, ମୋ ପିତାମାତା ମୋର ସାମର୍ଥ୍ୟ କମ୍‌ ନହେଉ ଏଥିପାଇଁ  ଖାଲି ପେଟରେ ରହୁଥିଲେ, କିନ୍ତୁ ମୁଁ ତାହା ଜାଣିନଥିଲି ।

      ଦେଖନ୍ତୁ ଦି ଜର୍ଣ୍ଣି ଅଫ୍‌ ଏ ରୁରାଲ ରନର୍‌ (The journey of a rural runner)

      ଧ୍ୟାନ ଦିଅନ୍ତୁ ଯେ ଖୁବ୍‌ ପ୍ରଥମ କେତୋଟି ଶବ୍ଦ ‘‘ଖାଲି ପାଦରେ ଦୌଡ଼ିବା’’ ଆମକୁ ସେହି ବ୍ୟକ୍ତି ସମ୍ପର୍କରେ କିଛି କହିଥାଏ, ପ୍ରକୃତ ଦାରିଦ୍ର୍ୟର ଏକ ପୃଷ୍ଠଭୂମି ସୂଚିତ କରିଥାଏ । ତାଙ୍କ ପିତାମାତା ଭୋକରେ ରହୁଥିଲେ ଏଥିସହିତ ସଂଯୁକ୍ତ ହୁଏ । ସେ ଚାରି ଭାଇ-ଭଉଣୀଙ୍କ ମଧ୍ୟରୁ ସବୁଠାରୁ ବଡ଼ ଥିଲେ, ଏହା ତାଙ୍କ ପରିବାର ପରିପ୍ରେକ୍ଷୀରେ ଉକ୍ତ ବ୍ୟକ୍ତିଙ୍କର ଏକ ଛବି ଆମକୁ ପ୍ରଦାନ କରେ ।

  4. ଫାଇଲଗୁଡ଼ିକ ମେଲ୍‌ କରିବା

    ଆପଣ ପରି କଣ୍ଟେଣ୍ଟ ଅପଲୋଡ୍‌ ଫର୍ମ ଜରିଆରେ ଆମକୁ ସାମଗ୍ରୀ ପଠାଇପାରିବେ

    ଯଦି କୌଣସି କାରଣ ପାଇଁ ଆପଣ କଣ୍ଟେଣ୍ଟ ଅପଲୋଡ୍‌ ଫର୍ମ ବ୍ୟବହାର କରିବା ନିମନ୍ତେ ଅସମର୍ଥ, ଆପଣ ଆପଣଙ୍କ ପ୍ରବନ୍ଧ ଏବଂ ଫଟୋଗୁଡ଼ିକୁ ମେଲ୍‌ ଦ୍ୱାରା : [email protected] ପଠାଇପାରିବେ ।

    ଦୟାକରି ହାଇରିଜୋଲ୍ୟୁସନ ଫଟୋଗୁଡ଼ିକୁ ଟେକ୍ସଠାରୁ ଅଲଗା ଭାବରେ ଅପଲୋଡ୍‌ କରନ୍ତୁ/ପଠାନ୍ତୁ । ଆମକୁ ସମସ୍ତ ଫଟୋ ସେଗୁଡ଼ିକୁ ଗୁଗୁଲ ଡ୍ରାଇଭରେ ଅପଲୋଡ୍‌ କରି କିମ୍ବା ସେଗୁଡ଼ିକୁ Wetransfer ଜରିଆରେ ପଠାନ୍ତୁ । ଆପଣଙ୍କ ପ୍ରବନ୍ଧର ଟେକ୍ସଟ ଉପରେ ଇମେଜ୍‌ଗୁଡ଼ିକ ପେଷ୍ଟ କରନ୍ତୁ ନାହିଁ- ସେଗୁଡ଼ିକ ମେଲ୍‌କୁ ଓଜନିଆ କରିଦେବ ଏବଂ ମେଲ୍‌ବକ୍ସକୁ ବନ୍ଦ କରିଦେବ ଏବଂ ସେଗୁଡ଼ିକ ଲେଖା ପଢ଼ିବା କିମ୍ବା ସମ୍ପାଦନ କରିବାରେ ସମସ୍ୟା ସୃଷ୍ଟି କରିବ ।

    ଆପଣ ବିନା ଫଟୋରେ ପ୍ରବନ୍ଧର ଓ୍ୱାର୍ଡ ଫାଇଲ ପଠାଇପାରିବେ- କେବଳ ସେଗୁଡ଼ିକର ଅସ୍ଥାୟୀ ସ୍ଥାନ ଏବଂ କ୍ୟାପସନଗୁଡ଼ିକ ସୂଚିତ କରି ।

    ଦୟାକରି ଆପଣଙ୍କ ଓ୍ୱାର୍ଡ ଫାଇଲର ଶୀର୍ଷକ ଦିଅନ୍ତୁ । ଲେଖକ ଏବଂ ପରି’ର ସମ୍ପାଦକମାନଙ୍କ ମଧ୍ୟରେ ଅନେକଗୁଡ଼ିଏ ଆଦାନ ପ୍ରଦାନ ଅନିବାର୍ଯ୍ୟ । ଯେହେତୁ ପୁନଃପଠନ କରାଯାଏ ଏବଂ ନୂତନ ଭାବରେ ଲେଖାଯାଏ, ଏହା ଖୁବ୍‌ ବିଭ୍ରାନ୍ତକାରକ ହୋଇପାରେ । ତେଣୁ ପ୍ରତ୍ୟେକ ସମୟରେ ଏହା ଯୋଗ କରିବା ଜରୁରୀ :

    (a) ଆପଣଙ୍କର ଆଦ୍ୟାକ୍ଷର

    (b) କାହାଣୀର ବିଷୟବସ୍ତୁ ସମ୍ପର୍କରେ ୨-୩ ଶବ୍ଦ (ଉଦାହରରଣ ସ୍ୱରୂପ : ଓଡ଼ିଶା ସ୍ଥାନାନ୍ତର)

    (c) ଫାଇଲ ମେଲ୍‌ କରାଯାଇଥିବା ତାରିଖ (ଉଦାହରଣସ୍ୱରୂପ: 10 ଅକ୍ଟୋବର 16) ଏବଂ

    (d) ଏକ V1, V2, ଇତ୍ୟାଦି ଭାବରେ (ସଂସ୍କରଣ ସଂଖ୍ୟାଗୁଡ଼ିକ ନିମନ୍ତେ, ଯେମିତି ସେଗୁଡ଼ିକ ଆଦାନପ୍ରଦାନ ହୋଇଛି)।

    ଉଦାହରଣସ୍ୱରୂପ : PST_Odisha migration_10Oct16_V1 (ପିଏସଟି-ଓଡ଼ିଶା ମାଇଗ୍ରେସନ୍ -10ଅକ୍ଟୋବର 16_V1

    ଲେଖିବା/ସମ୍ପାଦନ କରିବା ପ୍ରକ୍ରିୟାରେ, ଟ୍ରାକ୍‌ ମୋଡ୍‌ରେ କାର୍ଯ୍ୟ କରିବା ଉପଯୋଗୀ ହୋଇପାରେ ।

  5. ଫଟୋ ମାର୍ଗଦର୍ଶିକାଗୁଡ଼ିକ

    ପରି ଦୃଶ୍ୟଗୁଡ଼ିକୁ ଖୁବ୍‌ ଗୁରୁତ୍ୱ ପ୍ରଦାନ କରିଥାଏ । ପରିରେ ପ୍ରାୟତଃ କୌଣସି କାହାଣୀ, ଆଲେଖ୍ୟ କିମ୍ବା ଏକ ପ୍ରକାର ଉଚ୍ଚ ମାନର ଛବି ବିନା ପ୍ରକାଶିତ ହୁଏ ନାହିଁ- ରିସୋର୍ସେସରେ ବ୍ୟତିକ୍ରମ ବ୍ୟତୀତ ।  ଆପଣ ଆମକୁ ପୂର୍ଣ୍ଣ-ଲେଖା ପ୍ରବନ୍ଧଗୁଡ଼ିକ, ଫଟୋ ନିବନ୍ଧ, ସ୍ଲାଇଡ୍‌ଶୋ’, ଟକିଂ ଆଲବମ୍‌, ଓ୍ୱାନ-ଅଫ୍‌ସ, ଫେସେସ୍‌, କିମ୍ବା ଗ୍ରାମୀଣ ଜୀବନ, କାର୍ଯ୍ୟ, ପରିବେଶ ଏବଂ ସଂସ୍କୃତି କିମ୍ବା ଆହୁରି ଅନେକର କିଛି ଦିଗ ଦଲିଲକରଣ କରୁଥିବା କେବଳ ଫଟୋଗୁଡ଼ିକ ନିମନ୍ତେ ଫଟୋଗ୍ରାଫ୍‌ ପଠାଇପାରିବେ । (ଏହି ଦିଶାନିର୍ଦ୍ଦେଶର ବିଭାଗ ୧ ଦେଖନ୍ତୁ) ।

    1. ପଠାଯିବାକୁ ଥିବା ଫଟୋଗୁଡ଼ିକର ସଂଖ୍ୟା ::

      ପରୀରେ ପ୍ରତ୍ୟେକ ପ୍ରକାର ପ୍ରବନ୍ଧ ପାଇଁ ସର୍ବୋତ୍ତମ ଭାବରେ ଆବଶ୍ୟକ ହେଉଥିବା ଫଟୋଗୁଡ଼ିକର ସଂଖ୍ୟା ବିଭାଗ-୧ରେ ରେଖାଙ୍କିତ ହୋଇଛି । ଦୟାକରି  ପ୍ରତି ପ୍ରବନ୍ଧ ପାଇଁ ଆମ ନିକଟକୁ ଅତିକମ୍‌ରେ ୪-୬ ହାଇ-ରିଜୋଲ୍ୟୁସନ ଫଟୋ ପଠାନ୍ତୁ । ଏହା ହେଉଛି ସର୍ବନିମ୍ନ । ଆଦର୍ଶ ଭାବରେ ଏହି ସର୍ବୋତ୍ତମ  ଅପେକ୍ଷା ଆପଣ ଆମକୁ ଆହୁରି ଅଧିକ ଫଟୋ ପଠାଇବା ଉଚିତ୍‌ -ପ୍ରକୃତରେ  ଆପଣଙ୍କ ପାଖରେ ଥିବା ସମସ୍ତ ଫଟୋ ଏବଂ ଯାହା ଏହି କାହାଣୀ ପାଇଁ ବ୍ୟବହାର କରାଯାଇପାରିବାର ସମ୍ଭାବନା ରହିଛି । ବେଳେ ବେଳେ ଆମେ ହୁଏତ ଆପଣ ପଠାଇ ନଥିବା ସେହି ଫଟୋଗୁଡ଼ିକ ସାମିଲ କରିବାକୁ ଆପଣଙ୍କୁ କହିପାରୁ, ଯଦ୍ୱାରା ଆମ ନିକଟରେ ପସନ୍ଦ କରିବା ପାଇଁ ଏକ ବ୍ୟାପକ ପରିସର ରହିବ ।

    2. ବିବରଣୀ ::

      ଆମେ ସାଇଟ୍‌ରେ ପ୍ରଦାନ କରିବା ପୂର୍ବରୁ ଗୋଟିଏ ଫଟୋଗ୍ରାଫ ସମ୍ପର୍କରେ କିଛି ମୌଳିକ ବିବରଣୀ (ନିମ୍ନରେ ତାଲିକାଭୁକ୍ତ) ଆବଶ୍ୟକ କରୁ । ଏହା ଅତ୍ୟନ୍ତ ଜରୁରୀ । ଏପରିକି ଯଦି ତାହା ଏକ ପ୍ରବନ୍ଧ ପାଇଁ ନୁହେଁ, ପ୍ରତ୍ୟେକ ଛବି ସମ୍ପର୍କରେ ଗୋଟିଏ କିମ୍ବା ଦୁଇଟି ପାରାଗ୍ରାଫ୍‌ ଲେଖନ୍ତୁ ଯେପରିକି ଆମେ ସବିଶେଷ ବିବରଣୀ ଏବଂ ପ୍ରସଙ୍ଗ ପାଇପାରିବୁ । ଏ ସମସ୍ତ ବିବରଣୀ ହୁଏତ ପରିରେ ବ୍ୟବହାର କରାଯାଇନପାରେ, କିନ୍ତୁ ଏହା ସମ୍ପାଦକମାନଙ୍କ ପାଇଁ ଜାଣିବା ଗୁରୁତ୍ୱପୂର୍ଣ୍ଣ । ଏକ ଅଭିଲେଖାଗାର ଦୃଷ୍ଟିକୋଣରୁ ମଧ୍ୟ ସେଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ।

      (i) ସ୍ଥାନ ସମ୍ପର୍କରେ - ଗ୍ରାମ, ବ୍ଲକ୍‌, ଜିଲ୍ଲା ଏବଂ ରାଜ୍ୟର ନାମ, କିଛି ନଥାଇ ଏକ ଚମତ୍କାର ଫଟୋ ପାଇବା ନିରାଶାଜନକ ।  ଏହା ଫଟୋଗ୍ରାଫଟିକୁ ଗ୍ରହଣ କରିବା ଏବଂ ପରୀରେ ପ୍ରକାଶିତ କରିବାର ସମ୍ଭାବନାକୁ ଗୁରୁତର ଭାବରେ କ୍ଷତିଗ୍ରସ୍ତ କରିଥାଏ । ତାହା ହେବାକୁ ଆମେ ନାପସନ୍ଦ କରିବୁ ।

      (ii) ଯଦି ଜଣେ ବ୍ୟକ୍ତି ଏହାର କେନ୍ଦ୍ରରେ ଅଛନ୍ତି, ତାଙ୍କର ପୁରା ନାମ କ’ଣ ? ଅନେକ ଫଟୋଗ୍ରାଫର ଗ୍ରାମୀଣ ଭାରତୀୟ ମାନଙ୍କର ଫଟୋ ନେବା ସମୟରେ ସେମାନଙ୍କର ପୁରାନାମ ଲିପିବଦ୍ଧ କରିବା ପାଇଁ ଯତ୍ନଶୀଳ ହେଉନଥିବା ମନେହୁଏ । ବେଳେ ବେଳେ, ସେମାନେ ଆଦୌ ସେମାନଙ୍କର ନାମ ଲିପିବଦ୍ଧ କରନ୍ତି ନାହିଁ । ଲୋକମାନଙ୍କର ଏକ ସମୂହର ଗୋଟିଏ ଫଟୋ ପାଇଁ ସମସ୍ତଙ୍କର ନାମ ପାଇବା ନିଶ୍ଚୟ ସମ୍ଭବ ହୋଇନପାରେ । କିନ୍ତୁ ସେହି କାହାଣୀ/ ଆଲବମ୍‌/ଫଟୋର କେନ୍ଦ୍ରରେ ଥିବା ବ୍ୟକ୍ତିବିଶେଷ (ମାନଙ୍କର) ନାମ ପାଇବା ସମ୍ଭବ ।

      (iii) ସେମାନେ କ’ଣ କରୁଛନ୍ତି ତାହା ଆମକୁ କହିବାକୁ ଚେଷ୍ଟା କରନ୍ତୁ । ସେମାନେ କୃଷି ଶ୍ରମିକ, କୃଷକ, ଗୃହ ନିର୍ମାଣକାରୀ, ବଢ଼େଇ, ବୁଣାକାର କି - ସେମାନଙ୍କର ବୃତ୍ତି କ’ଣ ?

      (iv) କେତେବେଳେ (ଦିନ, ମାସ, ବର୍ଷ) ଫଟୋ ଉଠାଯାଇଥିଲା, କାହା ଦ୍ୱାରା ଏବଂ କେଉଁ ମଡେଲର କ୍ୟାମେରାରେ ଆମକୁ କୁହନ୍ତୁ ।

      (v) ଯଦି ଫଟୋରେ କିଛି ଅନନ୍ୟ ଜିନିଷ ଅଛି - ଟୋପି, ହାର, ବାଦ୍ୟ ଯନ୍ତ୍ର, ଏକ କୃଷି ଉପକରଣ - ଦୟାକରି ଆମକୁ ସେହି ସାମଗ୍ରୀର ସଠିକ୍ ନାମ ଦିଅନ୍ତୁ - ଯଦି ସମ୍ଭବ ହୁଏ ସ୍ଥାନୀୟ ଭାଷାରେ ଏବଂ ଇଂରାଜୀରେ ଅନୁବାଦ ସହିତ ।

    3. ସହମତି ଏବଂ ସମ୍ମାନ::

      ପରି ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ଆମେ ପ୍ରକାଶ କରୁଥିବା ପ୍ରତିଛବିଗୁଡିକ ଚିତ୍ରରେ ଥିବା ଲୋକଙ୍କ ସହମତିରେ ନିଆଯାଏ । ଭିଡ଼ ଦୃଶ୍ୟ, ବଜାରରେ କିମ୍ବା ବସ୍ ବା କାରରେ ଯାଉଥିବା ସମୟରେ ନିଆଯାଇଥିବା ଫଟୋ ପାଇଁ ଏହା ପ୍ରଯୁଜ୍ୟ ହୋଇନପାରେ, କିନ୍ତୁ ଏହା ପ୍ରତ୍ୟେକ ଫଟୋଗ୍ରାଫ୍‌ ପାଇଁ ଦୃଢ଼ ଭାବରେ ପ୍ରଯୁଜ୍ୟ ହେବ ଯେ ବ୍ୟକ୍ତିବିଶେଷମାନେ ଫଟୋଗ୍ରାଫରଙ୍କ ଦ୍ୱାରା  ଜ୍ଞାତ ଭାବରେ ରେକର୍ଡ ହେଉଛନ୍ତି । ପରି ଏପରି କୌଣସି ଫଟୋ ପ୍ରକାଶ କରିବ ନାହିଁ ଯାହା ସେହି ପ୍ରତିଛବିରେ ଥିବା ବ୍ୟକ୍ତି କିମ୍ବା ବ୍ୟକ୍ତିବିଶେଷମାନଙ୍କର ସମ୍ମାନକୁ ଉଲ୍ଲଂଘନ କରିବ ।

    4. ବୈଷୟିକ ଆବଶ୍ୟକତା::

      ପରିରେ ପ୍ରକାଶିତ ସମସ୍ତ ଫଟୋଗ୍ରାଫ୍ ନିଶ୍ଚୟ ନିମ୍ନ ତାଲିକାଭୁକ୍ତ ବୈଷୟିକ ଆବଶ୍ୟକତା ପୂରଣ କରିବା ଆବଶ୍ୟକ :

      (i) ଫର୍ମାଟ୍ ବା ସ୍ୱରୂପ : ଯଦି ଆପଣଙ୍କର ଡିଭାଇସ୍ ଅନୁମତି ଦିଏ ତେବେ ସର୍ବଦା କ୍ୟାମେରାର ର’ (RAW) ଫର୍ମାଟରେ ସୁଟ୍ କରନ୍ତୁ । ଏହା ହେଉଛି ଏକ ଅଣ ସଙ୍କୋଚିତ ଫାଇଲ୍ ଫର୍ମାଟ୍ ଯାହା ସମସ୍ତ ପ୍ରତିଛବି ତଥ୍ୟ ଧାରଣ କରିଥାଏ | (ଯଦି ଆପଣଙ୍କର କାର୍ଡରେ ର’ (RAW) ଫର୍ମାଟରେ ଶୁଟ୍ କରିବାକୁ ପର୍ଯ୍ୟାପ୍ତ ସ୍ଥାନ ନାହିଁ, ଦୟାକରି ସର୍ବୋଚ୍ଚ ମାନବିଶିଷ୍ଟ JPG ଫର୍ମାଟରେ ଶୁଟ୍ କରନ୍ତୁ |)

      JPG (ଜେପିଜି) ଫର୍ମାଟ୍ ହେଉଛି ଏକ ସଙ୍କୋଚିତ ଫର୍ମାଟ୍ ଏବଂ RAW ‘ର’ ଇମେଜ କିମ୍ବା TIFF (ଟିଫ୍) ଇମେଜ୍‌ ଅପେକ୍ଷା ଏହା କମ୍ ଡାଟା  ଧାରଣ କରିଥାଏ । JPG ଫର୍ମାଟରେ ସୁଟ୍‌ କରିବା ସମୟରେ ଦୟାକରି ସର୍ବୋଚ୍ଚ ମାନ ଚୟନ କରନ୍ତୁ ।

      (ii) କଲର ସ୍ପେସ୍: ଯଦି ଆପଣଙ୍କର କ୍ୟାମେରା  ଅନୁମତି ଦିଏ, ତେବେ କଲର ସ୍ପେସ୍ aRGB ରେ ସେଟ୍ କରନ୍ତୁ । ଏହାର ଏକ ବ୍ୟାପକ ରଙ୍ଗ ପରିସର ଅଛି, ଏବଂ ୱେବ୍ ପାଇଁ ଛୋଟ ଗାମଟ୍ ବିଶିଷ୍ଟ sRGB ରେ ରୂପାନ୍ତର କରାଯାଇପାରିବ।

      (iii) ରିଜୋଲ୍ୟୁସନ: ଆପଣଙ୍କ ଡିଭାଇସରେ ସର୍ବାଧିକ ସମ୍ଭବ ରିଜୋଲ୍ୟୁସନରେ ସୁଟ୍‌ କରନ୍ତୁ । ଆମେ ଗ୍ରହଣ କରୁଥିବା ସର୍ବନିମ୍ନ ରିଜୋଲ୍ୟୁସନ ହେଉଛି 72dpi ।

      (iv) ଆକୃତି ଅନୁପାତ: ସମସ୍ତ ଆକୃତି ଅନୁପାତଗୁଡ଼ିକ ଗ୍ରହଣଯୋଗ୍ୟ

    5. ଫଟୋ ସମ୍ପାଦନ::

      ଆପଣ ଆମକୁ ସମ୍ପୂର୍ଣ୍ଣ ଅଣସମ୍ପାଦିତ ଛବି ପଠାଇବା ଆମେ ପସନ୍ଦ କରୁ । ଆବଶ୍ୟକ ସମ୍ପାଦନ କାର୍ଯ୍ୟ ଆମେ କରିବୁ । ଯଦି ଆପଣ ସମ୍ପାଦନର ପ୍ରତ୍ୟେକ ସ୍ତର ସହିତ (କ୍ରପିଙ୍ଗ୍, ଡଜିଂ, ଏବଂ ବର୍ଣ୍ଣିଂ, ଲେବଲ୍‌, ଇତ୍ୟାଦି) ଗୋଟିଏ ଫଟୋଗ୍ରାଫ୍‌ ଦାଖଲ କରୁଛନ୍ତି ସ୍ପଷ୍ଟ ଭାବରେ ସୂଚିତ କରନ୍ତୁ ଯେ ଆପଣ ଏପରି କରିଛନ୍ତି। ଦୟାକରି ସମ୍ପାଦିତ ଫାଇଲ୍‌ ସହିତ ମୌଳିକ ଫାଇଲ୍‌ ମଧ୍ୟ ପଠାନ୍ତୁ ।  ଛବିଗୁଡ଼ିକ ଉପରେ ୱାଟରମାର୍କ ଯୋଗ କରନ୍ତୁ ନାହିଁ ।

    6. ଫଟୋଗୁଡ଼ିକର ନାମକରଣ::

      ଆପଣ ମୂଳ ଫାଇଲ୍ ନମ୍ବର ରଖିବା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । ଉଦାହରଣ ସ୍ୱରୂପ:  _DSC_2826.jpg / _MG_2826.jpg.  ଦୟାକରି ଗୋଟିଏ ଫାଇଲ୍‌ ନମ୍ବରକୁ ଗୋଟିଏ ଛବିକୁ ବର୍ଣ୍ଣନା କରୁଥିବା ଗୋଟିଏ କ୍ୟାପ୍‌ସନ୍‌ ସହିତ ପ୍ରତିସ୍ଥାପିତ କରନ୍ତୁ ନାହିଁ । ଉଦାହରଣ ସ୍ୱରୂପ: _MG_2826.jpg ‘ଜଣେ ବ୍ୟକ୍ତି ବଜାରରେ ପରିବା ବିକୁଛନ୍ତି (‘man selling vegetables at the market’)’ ଦ୍ୱାରା ପ୍ରତିସ୍ଥାପିତ କରିବା ଉଚିତ୍‌ ନୁହେଁ ।

    7. ଛବି ଚିହ୍ନଟକାରକ କିମ୍ବା କ୍ୟାପ୍‌ସନ୍‌ଗୁଡ଼ିକ::

      ଏଗୁଡ଼ିକ ସମସ୍ତ ଛବି ପାଇଁ ଆବଶ୍ୟକ । ସେଗୁଡ଼ିକର ଉଦ୍ଦେଶ୍ୟ ହେଉଛି ଛବିକୁ ଚିହ୍ନଟ କରିବା ଏବଂ ବ୍ୟାଖ୍ୟା କରିବା - ସେହି ଫଟୋରେ କିଏ ଅଛନ୍ତି? କେଉଁ ସ୍ଥାନରେ? କେଉଁ କାମ କରୁଛନ୍ତି? ଫଟୋରେ ଥିବା ଜିନିଷର ନାମ କ’ଣ? ଏହି ବିବରଣୀଗୁଡ଼ିକ ଆମକୁ କାହାଣୀର ପ୍ରକାଶନ ଏବଂ ଲେଆଉଟ୍‌ ନିମନ୍ତେ ଛବିଗୁଡ଼ିକ ଚୟନ କରିବା ସମୟରେ ସାହାଯ୍ୟ କରିଥାଏ ।  ଏସବୁ କ୍ୟାପ୍‌ସନ୍‌ଗୁଡ଼ିକ ଚୂଡ଼ାନ୍ତ ପ୍ରକାଶିତ କାହାଣୀରେ ବ୍ୟବହୃତ ହେବ ନାହିଁ ।  ଦୟାକରି ଛବିଗୁଡ଼ିକ ସହିତ କ୍ୟାପ୍‌ସନ୍‌ଗୁଡ଼ିକ ଏକ ୱାର୍ଡ/ ଟେକ୍ସଟ୍‌ ଡକ୍ୟୁମେଣ୍ଟ୍‌ରେ ପଠାନ୍ତୁ ।

      ଉଦାହରଣ ସ୍ୱରୂପ: _MG_2826.jpg – ଜୈତି ଗ୍ରାମର ନୈନ ରାମ୍‌ ବାଜେଲା ବାଉଁଶ ବୁଣୁଛନ୍ତି କିମ୍ବା  _MG_2828.jpg – ମୁଲା ଦେବୀ ପର୍ସଦା ଗ୍ରାମରେ ତାଙ୍କ କ୍ଷେତରେ

      ଏହା ମଧ୍ୟ ସ୍ୱତ୍ୱାଧିକାର ପ୍ରସଙ୍ଗ କ୍ଷେତ୍ରରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଇମେଜ୍‌ ନମ୍ବରଗୁଡ଼ିକ ରକ୍ଷା କରିବା ରିଭର୍ସ ଇମେଜ୍‌ ସର୍ଚ୍ଚ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ପୁନଃପ୍ରକାଶିତ କିମ୍ବା ବିନା ଅନୁମତିରେ ପୁନଃମୁଦ୍ରଣ କିମ୍ବା କୌଣସି ପ୍ରକାରେ ଅପବ୍ୟବହାର ହେବା କ୍ଷେତ୍ରରେ ପରିକୁ ଛବି ଠାବ କରିବାରେ ସାହାଯ୍ୟ କରିଥାଏ ।

    8. କଳାତ୍ମକ ଆବଶ୍ୟକତାଗୁଡ଼ିକ::

      (i) ପରିରେ ପ୍ରକାଶିତ ସମସ୍ତ କାହାଣୀଗୁଡ଼ିକର ପୃଷ୍ଠାର ଶୀର୍ଷରେ ଏକ ଦୃଢ଼ ସମାନ୍ତରାଳ ଆକୃତି ଛବି ବା ପ୍ରଚ୍ଛଦ ଫଟୋ ରହିଥାଏ । ଦୟାକରି ଫଟୋଗ୍ରାଫ୍‌ ନେବା ସମୟରେ ଏହି ସ୍ଲଟ୍‌କୁ ମନରେ ରଖନ୍ତୁ ଏବଂ ଆମ ନିକଟକୁ ୩-୪ ସମାନ୍ତରାଳ ବିକଳ୍ପ ପଠାନ୍ତୁ । ଏଠାରେ କେତେକ ଉଦାହରଣ ରହିଛି:

      ଦି ଚଙ୍ଗପାସ୍‌ ହୁ ମେକ୍‌ କାଶ୍‌ମୀର (The Changpas who make cashmere)

      ଦି ମେନି ବାସ୍କେଟ୍‌ସ ଅଫ୍ ମାକୋ ଲିଙ୍ଗି (ମାକୋ ଲିଙ୍ଗିଙ୍କର ଅନେକ ଝୁଡ଼ି)

      ବ୍ରୋକେନ୍‌ ବୋ: ଧନୁସ୍‌କୋଡ଼ିସ୍‌ ଫର୍‌ଗଟନ୍‌ ପିପୁଲ୍‌ (Broken bow: Dhanushkodi's forgotten people )

      ବହୁରୂପୀ: ଏ ଫ୍ୟାମିଲି ଅଫ୍‌ ମେନି ଫେସେସ୍‌ (Bahurupi: a family of many faces)

      (ii) ସେମାନଙ୍କର ପ୍ରାକୃତିକ ପରିବେଶରେ ଲୋକମାନଙ୍କର ଫଟୋ ନିଅନ୍ତୁ। ଅନେକ ସମୟରେ ଆପଣ ସେମାନଙ୍କୁ ଆପଣଙ୍କ କ୍ୟାମେରା ପାଇଁ ପୋଜ୍‌ ଦେବା ପାଇଁ ମଧ୍ୟ କହିପାରନ୍ତି, କିନ୍ତୁ ସେମାନଙ୍କୁ ଅସହଜ କିମ୍ବା ମୂଲ୍ୟହୀନ ନ ଦେଖାଇବା କିମ୍ବା ଅନୁଭବ ନ କରାଇବା ବିନା ।

      (iii) ସମାନ ଦୃଶ୍ୟ କିମ୍ବା ବ୍ୟକ୍ତିଙ୍କର ଭିନ୍ନ ଭିନ୍ନ କୋଣରୁ ଫଟୋ ନିଅନ୍ତୁ: ସୁନିଶ୍ଚିତ କରନ୍ତୁ ଆପଣ ୱାଇଡ୍‌, ମିଡ୍‌ ଏବଂ କ୍ଲୋଜ୍‌ ରେଞ୍ଜ୍ ସ୍ଲଟ୍‌ ନେବେ ଯେପରିକି ଆମେ ଲେଆଉଟ୍ କରିବା ସମୟରେ ପସନ୍ଦ କରିବା ପାଇଁ ଆମ ପାଖରେ ଯଥେଷ୍ଟ ଫଟୋ ରହିବ ।

      (iii) ରେଖାଗୁଡ଼ିକ ସିଧା ରଖିବାକୁ ଚେଷ୍ଟା କରନ୍ତୁ । ଫଟୋଗ୍ରାଫ୍‌ ନେବା ସମୟରେ ସମାନ୍ତରାଳ ଏବଂ ଭୂଲମ୍ବ ରେଖାଗୁଡ଼ିକ ଯେତେ ସମ୍ଭବ ସିଧା ରଖିବା ଗୁରୁତ୍ୱପୂର୍ଣ୍ଣ । ଆପଣ କମ୍ପୋଜ୍‌ କରୁଥିବା ଫଟୋଗ୍ରାଫ୍‌ରେ ଥିବା ହୋରାଇଜେଣ୍ଟାଲ୍ ଏବଂ ଭର୍ଟିକାଲ୍ ଇଣ୍ଡିକେଟର୍ସ ବ୍ୟବହାର କରି କିମ୍ବା ଏହି ଉଦ୍ଦେଶ୍ୟ ପାଇଁ ଆପଣଙ୍କ କ୍ୟାମେରା ସ୍କ୍ରିନ୍‌ର ଏଜ୍‌ଗୁଡ଼ିକ କିମ୍ବା ଭ୍ୟୁ ଫାଇଣ୍ଡର୍‌ ବା ଦୃଶ୍ୟଦର୍ଶୀ ବ୍ୟବହାର କରି ଏହା କରିପାରିବେ । ଆପଣଙ୍କ କ୍ୟାମେରାରେ ଆପଣ ନେବାକୁ ଯାଉଥିବା ଫଟୋଗ୍ରାଫ୍‌ର ସମାନ୍ତରାଳ କିମ୍ବା ଭୂଲମ୍ବ ରେଖାଗୁଡ଼ିକୁ ସମରୈଖିକ କରିବାରେ ସାହାଯ୍ୟ କରିବା ପାଇଁ ଏକ ଅନ୍‌ସ୍କ୍ରିନ୍‌ ଗ୍ରୀଡ୍‌ ବ୍ୟବହାର କରିବାର ବିକଳ୍ପ ମଧ୍ୟ ଥାଇପାରେ । ଏହି ବିକଳ୍ପ ବ୍ୟବହାର କରିବା ବିଷୟରେ ମଧ୍ୟ ବିଚାର କରନ୍ତୁ ।

      ସମାନ୍ତରାଳ ଏବଂ ଭୂଲମ୍ବ ରେଖାଗୁଡ଼ିକର ଏହି ସମରୈଖିକତା ଛବିରେ ଏକ ଦୃଶ୍ୟ ସନ୍ତୁଳନ ସୃଷ୍ଟି କରେ । ଫଟୋଗ୍ରାଫ୍‌ ନେବା ସମୟରେ ଏହା କରିବା ଭଲ ଯେପରିକି ପରେ ସମରୈଖିକତାକୁ ସଂଶୋଧନ କରିବା ପାଇଁ ଚେଷ୍ଟା କରିବା ସମୟରେ ଛବିରେ ଥିବା ଗୁରୁତ୍ୱପୂର୍ଣ୍ଣ ଉପାଦାନଗୁଡ଼ିକ କ୍ରପ୍‌ ହୋଇନଯିବ ।

      ହୋରାଇଜେଣ୍ଟାଲ୍‌ ଇଣ୍ଡିକେଟର୍ସର ଉଦାହରଣଗୁଡ଼ିକ: ଏକ ଭୂଦୃଶ୍ୟର ଦିଗନ୍ତ, ଗୋଟିଏ କାନ୍ଥରେ ଥାକଗୁଡ଼ିକ, ଗୋଟିଏ ଟେବୁଲ୍‌ ଇତ୍ୟାଦି । ଭର୍ଟିକାଲ୍ ଇଣ୍ଡିକେଟର୍ସର ଉଦାହରଣଗୁଡ଼ିକ: ଦ୍ୱାର ଏବଂ ପ୍ରବେଶ ପଥ, ଗଛ, ଖୁମ୍ବ, ସ୍ତମ୍ଭ ଇତ୍ୟାଦି ।

      ତଥାପି, ଅନେକ ସମୟ ଅଛି ଯେତେବେଳେ ଆପଣ ହୁଏତ ଏକ ଚମତ୍କାର ସଂଯୋଜନା ସୃଷ୍ଟି ପାଇଁ ଇଛାକୃତ ଭାବରେ ସମାନ୍ତର ଏବଂ ଭୂଲମ୍ବ ରେଖାଗୁଡ଼ିକ ବଙ୍କେଇବାକୁ ଚାହିଁ ପାରନ୍ତି । ଏହା ମଧ୍ୟ ଖୁବ୍‌ ଭଲ, ଯେ ପର୍ଯ୍ୟନ୍ତ ଏହା ଠିକ୍‌ ଭାବରେ କାର୍ଯ୍ୟ କରୁଛି ଏବଂ ଏହା ଏକ କଳାତ୍ମକ ଭାବରେ ଦୃଢ଼ ସଂଯୋଜନା ।

      (iv) କ୍ୟାମେରାର ଯେ କୌଣସି କମ୍ପନକୁ ସର୍ବନିମ୍ନ କିମ୍ବା ବିଲୋପ କରିବାକୁ ଚେଷ୍ଟା କରନ୍ତୁ । ଯେତେବେଳେ ଆପଣ ଦୁର୍ଘଟଣାବଶତଃ କିମ୍ବା ଅଣଇଛାକୃତ ଭାବରେ ଫଟୋଗ୍ରାଫ୍‌ ନେବା ସମୟରେ ଆପଣଙ୍କ ହାତ ହଲିଥାଏ ସେତେବେଳେ ଗୋଟିଏ କ୍ୟାମେରା କମ୍ପନ ହୋଇଥାଏ ।  ତେଣୁ କ୍ୟାମେରାକୁ ଖୁବ୍‌ ଦୃଢ଼ ଭାବରେ ଧରିବା ପ୍ରକୃତରେ ଗୁରୁତ୍ୱପୂର୍ଣ୍ଣ ।  ଗୋଟିଏ କମ୍ପନ ପାଇଁ ଅନ୍ୟ କାରଣଗୁଡ଼ିକ ମଧ୍ୟରେ ରହିଛି ଏକ ଧିମା ସଟର୍‌ ସ୍ପିଡ୍‌, ଏବଂ ଗୋଟିଏ କ୍ୟାମେରା କମ୍ପନ ଆପଣ ଟେଲି ଫଟୋଲେନ୍ସ ସହିତ ଏକ କ୍ଲୋଜ୍‌ଅପ୍‌ ସୁଟ୍ କରିବା ସମୟରେ ଗୋଟିଏ ଛବିରେ ଅଧିକ ଦୃଶ୍ୟ ହୋଇଥାଏ - ଏପରିକି ହାତର ସାମାନ୍ୟ ଗତି ଏକ ଅସ୍ପଷ୍ଟ ଛବି ସୃଷ୍ଟି କରିପାରେ ।

      ଏକ ଅସ୍ପଷ୍ଟ ଛବି ଆମ କାହାଣୀଗୁଡ଼ିକ ପାଇଁ ଅବ୍ୟବହାର୍ଯ୍ୟ ହୋଇଯାଏ । ଦୟାକରି ଫଟୋ ଉଠାଇବା ସମୟରେ ଆପଣଙ୍କ ଫଟୋଗୁଡ଼ିକର କ୍ୟାମେରା କମ୍ପନ ଯାଞ୍ଚ କରନ୍ତୁ ଯେପରିକି ଆପଣ ସେହିଠାରେ ହିଁ ପୁନର୍ବାର ଫଟୋ ଉଠାଇପାରିବେ ।

      ଏକ ମୋସନ୍‌ ବ୍ଲର୍‌ ଏକ କ୍ୟାମେରା କମ୍ପନଠାରୁ ଭିନ୍ନ । ଏହି କୌଶଳ ଗତିଶୀଳତାକୁ ସୂଚିତ କରିବା ପାଇଁ ବ୍ୟବହାର କରାଯାଏ ଏବଂ ଏହା ଗୋଟିଏ ଫଟୋଗ୍ରାଫ୍ ସଂଯୋଜନା କରିବା ସମୟରେ ଏକ ଇଛାକୃତ କଳାତ୍ମକ ପସନ୍ଦ - ଯେତେବେଳେ ଗୋଟିଏ ଗତିଶୀଳ ବସ୍ତୁ ଛବିରେ ଏକ ଅସ୍ପଷ୍ଟତା କିମ୍ବା ଗାର ସହିତ ସାମିଲ୍‌ ହୋଇଥାଏ । କେବଳ ଗତିଶୀଳ ବସ୍ତୁ/ଗୁଡ଼ିକ ଝାପ୍‌ସା ହୋଇଯିବ ଯେତେବେଳେ କି ଅବଶିଷ୍ଟ ସଂଯୋଜନା ଫୋକସ୍‌ରେ ରହିଥାଏ । ଆପଣଙ୍କ ଫଟୋଗ୍ରାଫ୍‌କୁ ଆଉ ଏକ ଦିଗ ଯୋଗ କରିବା ପାଇଁ ଆପଣ ଏହି କୌଶଳ ବ୍ୟବହାର କରିପାରିବେ ।

  6. ଭିଡିଓ ଦିଶାନିର୍ଦ୍ଦେଶ

    1. ପରିରେ ଭିଡିଓଗୁଡ଼ିକର ପ୍ରକାର::

      ମୁଖ୍ୟତଃ, ପରି ପାଞ୍ଚ ପ୍ରକାରର ଭିଡିଓ ସାମଗ୍ରୀ ଅଭିଲିଖିତ କରିବାକୁ ଚେଷ୍ଟାକରେ:

      (i) ଏହି ପ୍ରକାରର ଉତ୍କୃଷ୍ଟ ଫିଲ୍ମ ଯାହା ଆମର କିଛି ସହଯୋଗୀ ପ୍ରସ୍ତୁତ କରିଛନ୍ତି । ଦେଖନ୍ତୁ:

      କାଲି, ଦ ଡ୍ୟାନ୍‌ସର ଆଣ୍ଡ୍ ହିଜ୍‌ ଡ୍ରିମ୍‌ସ (Kali, the dancer and his dreams)

      କୁମ୍ଭାରୱାଡା (Kumbharwada )

      ବେକ୍‌ଡ ଆର୍ଥ (Baked Earth)

      ପଙ୍ଗ (Pung)

      (ii) ଭିନ୍ନ ଏବଂ ଜିଜ୍ଞାସୁ ଏବଂ ବେଳେ ବେଳେ ମଜ୍ଜାଳିଆ ଛୋଟ କ୍ଲିପ୍‌ଗୁଡ଼ିକ ଯାହା ଆମକୁ ମଧ୍ୟ କିଛି ଶିଖାଇଥାଏ । ଏଗୁଡ଼ିକ ଭ୍ରମଣ ସମୟରେ ନିଆଯାଇପାରିବ ।

      ଉଦାହରଣ ସ୍ୱରୂପ, ଜଣେ ପେସାଦାର, ଡେଙ୍ଗୁରା ପିଟାଳି ଘୋଷକ ବା ଦାୱାଣ୍ଡି ଏକ ନିର୍ଦ୍ଦିଷ୍ଟ ତାରିଖରେ ପଞ୍ଚାୟତ ବୈଠକ ଅନୁଷ୍ଠିତ ହେବ ବୋଲି ଲୋକମାନଙ୍କୁ କହୁଛନ୍ତି ।

      କିମ୍ବା ଗୋଟିଏ ଗାଁ ସ୍କୁଲ୍‌ରେ ପିଲାମାନେ ଗୀତ ଗାଉଛନ୍ତି ଦେଖନ୍ତୁ, ଉଦାହରଣ ସ୍ୱରୂପ, ଦି ପଟାଟୋ ସଙ୍ଗ୍‌ (the Potato Song)

      କିମ୍ବା କିଛି ନୂତନ, ଉତ୍କୃଷ୍ଟ, ଅସ୍ୱାଭାବିକ, ଯେମିତିକି ଏ ଡିଫରେଣ୍ଟ୍ କାଇଣ୍ଡ୍ ଅଫ୍ ଡ୍ରମ୍‌ ବିଟ୍‌ (A different kind of drumbeat) ରେ ଝିଅମାନେ ମୃଦଙ୍ଗମ୍‌ ବଜାଇବା

      ଏସବୁ ଭିଡିଓଗୁଡ଼ିକ ମଧ୍ୟରୁ କେତେକ ଖୁବ୍‌ ଭଲ ଭାବରେ ପରିର ମୂଷାଫିର୍‌ ଶ୍ରେଣୀ ପାଇଁ ଉପଯୁକ୍ତ ହେବ, କିନ୍ତୁ ସାଇଟ୍‌ରେ ଅନ୍ୟ କେଉଁଠାରେ ମଧ୍ୟ ବ୍ୟବହାର କରାଯାଇପାରିବ ।

      (iii) ଅଭିଲେଖୀୟ ଦଲିଲ୍‌କରଣ: ଏହା ଭଲ ସିନେମା କିମ୍ବା ପ୍ରାମାଣିକ ଚିତ୍ରର ସମ୍ବେଦନଶୀଳତା ସହିତ ଦେଖିବା ପାଇଁ ଉଦ୍ଦିଷ୍ଟ ନୁହେଁ । ବରଂ ବର୍ତ୍ତମାନଠାରୁ ୩୦ ବର୍ଷ ପରେ ଆର୍କାଇଭ୍‌ରେ କେହି ଜଣେ ଖୋଜିବା ଏବଂ ଜାଣିବା ପାଇଁ ଏକ କ୍ଲିପ୍‌ ଭାବରେ: ଏହା ଭିନ୍ନ ଏକ ଯୁଗର ଜଣେ ମହିଳା ବର୍ଜ୍ୟ ସଂଗ୍ରାହକ (ତାଙ୍କ ଭାଷାରେ)ଙ୍କ ଜୀବନ ଥିଲା ।

      ବିରୋଧ ଫିଲ୍ମ ହେଉଛି ଏହି ଶ୍ରେଣୀର ଏକ ଉଦାହରଣ- କିପରି ଏହା ନିତିଦିନିଆ ଲୋକମାନଙ୍କ ଜୀବନକୁ ରେକର୍ଡ କରିଥାଏ ।

      (iv) ଏହାପରେ ଲେଖା କାହାଣୀଗୁଡ଼ିକ ମଧ୍ୟରେ ସଂଯୁକ୍ତ ହୋଇଥିବା ଛୋଟ ଭିଡିଓ ମଧ୍ୟ ରହିଛି ।

      ଯେମିତି ସ୍ମଲ ଫାର୍ମର, ବିଗ୍‌ ହାର୍ଟ, ମିରାକେଲ ବାଇକ୍‌ରେ ଗୋଟିଏ ରହିଛି । ଏଠାରେ ପାଠକ/ଦର୍ଶକ ଲେଖା କାହାଣୀର ମୁଖ୍ୟ ଚରିତ୍ର ଏବଂ ବର୍ଣ୍ଣନାକାରୀଙ୍କୁ ଏକ ଜୀବନ୍ତ ବ୍ୟକ୍ତି ଭାବରେ ଦେଖିବାକୁ ପାଆନ୍ତି । ବିଷୟବସ୍ତୁ ଏବଂ କାହାଣୀ ସହିତ ସହାନୁଭୁତି ଗଠନ ପାଇଁ ଏହା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ହୋଇପାରିବ । ଏଇଟି ୬୦ ସେକେଣ୍ଡରୁ କମ୍‌ ସମୟର ।

      ଗୋଟିଏ କାହାଣୀରେ ଥିବା ଏକ ଭିଡ଼ିଓ ତିନି ମିନିଟ୍‌ କିମ୍ବା ଏହାଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଚାଲିପାରିବ । ଯେମିତି କ୍ଲାଉଡ୍ସ ଅଫ୍‌ ଅନସର୍ଟନିଟି (Clouds of uncertainty) କ୍ଷେତ୍ରରେ ହୋଇଛି

      ଏବଂ ବେଳେ ବେଳେ ସଂଯୁକ୍ତ ହୋଇଥିବା ଭିଡିଓ ଆଉ ସାମାନ୍ୟ ଦୀର୍ଘ ହୋଇପାରିବ, ପ୍ରାୟ ଛଅ ମିନିଟ୍‌ ପର୍ଯ୍ୟନ୍ତ , କିନ୍ତୁ ଏହି ଦୀର୍ଘତାରେ ଏହା ନିଶ୍ଚୟ କାହାଣୀ ସହିତ ଖୁବ୍‌ ପ୍ରାସଙ୍ଗିକ ହେବା ଆବଶ୍ୟକ । ଉଦାହରଣ ଭାବରେ ଦେଖନ୍ତୁ, ‘କ୍ୟାପଟେନ୍‌ ଏଲ୍‌ଡର ବ୍ରଦର’ ଆଣ୍ଡ ଦି ହ୍ୱିର୍ଲଓ୍ୱିଣ୍ଡ୍‌ ଆର୍ମି (Captain Elder Brother’ and the whirlwind army)

      (v) ଏକ ପଞ୍ଚମ ବର୍ଗ ଯାହା ପରି ଖୁବ୍‌ କମ୍‌ ପ୍ରକାଶିତ କରେ, କିନ୍ତୁ ଏହା ଅଭିଲିଖନ ଦୃଷ୍ଟିକୋଣରୁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ, ତାହା ହେଉଛି; ଆମେ ସମୁଦାୟ ଫଟୋ ପ୍ରଦର୍ଶନୀକୁ ଡିଜିଟାଲ କରଣ କରୁ ଏବଂ ବୃହତ୍‌ ଆକାରରେ ମଲ୍ଟିମିଡିଆରେ ପରୀକ୍ଷାନିରୀକ୍ଷା କରୁ ।

      ଯେମିତି ଆମର ଅନ୍‌ଲାଇନ୍‌ ଫଟୋ ପ୍ରଦର୍ଶନୀ, ଭିଜିବଲ ଓ୍ୱାର୍କ, ଇନ୍‌ଭିଜିବଲ ଓମେନ୍‌ (Visible Work, Invisible Women) । ଏଠାରେ ଆମେ ୧୦ଟି ପ୍ୟାନେଲର ପ୍ରଦର୍ଶନକୁ ଡିଜିଟାଲ କରଣ କରିଥିଲୁ । ପ୍ରତ୍ୟେକ ପ୍ୟାନେଲରେ ମୌଳିକ ପାଠ୍ୟ ପୂର୍ବରୁ ରହିଥିଲା; ଆମେ ପ୍ରତ୍ୟେକର ଗୋଟିଏ ପୃଷ୍ଠା କଲୁ ଏବଂ ଏଥିରେ ପ୍ରାସଙ୍ଗିକ ମୌଳିକ ଫଟୋଗୁଡ଼ିକ ଭର୍ତ୍ତିକଲୁ ।

      ଏବଂ ଆମେ ପ୍ରତ୍ୟେକ ପ୍ୟାନେଲରେ ଦୁଇମିନିଟ୍‌ର ଭିଡିଓ ସଂଯୁକ୍ତ କଲୁ ଯେପରି ଜଣେ ଜୀବନ୍ତ ଦର୍ଶକ ଏହା ଚାରିପାଖରେ ଚାଲୁଛନ୍ତି । ଏହି ପରିଣାମ  ହେଉଛି ଏକ ଅନନ୍ୟ ସମ୍ପୂର୍ଣ୍ଣ ମଲ୍ଟିମିଡିଆ ଅଭିଜ୍ଞତା । ଦୁଇ ମିନିଟ୍‌ର ଭିଡିଓଗୁଡ଼ିକରେ ଆପଣ ଦେଖନ୍ତି ଜଣେ ଦର୍ଶକ ପ୍ରଦର୍ଶନ ହୋଇଥିବା ଫଟୋଗୁଡ଼ିକର ଚାରି ପାଖରେ ବୁଲନ୍ତି, ଏଥିସହିତ କେବଳ ଫଟୋଗ୍ରାଫରଙ୍କର କଣ୍ଠସ୍ୱର ରହିଛି । ଭିଡ଼ିଓ ତଳେ ଫଟୋଗୁଡ଼ିକ ସହିତ ପ୍ୟାନେଲ ରହିଛି ଯାହା ବାସ୍ତବିକ ପ୍ରଦର୍ଶନୀରେ ରହିଥିବା ପରି ସମାନ କ୍ରମରେ ସଜାଯାଇଛି । ଏହି ପାଠ୍ୟ ଯାହା ଭିନ୍ନ ଭାବରେ ଭୌତିକ ରୂପରେ ରହିଛି ତାହା ଡିଜିଟାଲ ସଂସ୍କରଣରେ ଛବିଗୁଡ଼ିକ ମଧ୍ୟରେ ମଝିରେ ମଝିରେ ରହିଛି । ପରିଦର୍ଶକ, ଅଡିଓ, ଭିଡିଓ, ସ୍ଥିର ଚିତ୍ର ଏବଂ ଲେଖା ପାଆନ୍ତି, ପ୍ରତ୍ୟେକ ଦିଗ ଅନ୍ୟ ଏକ ଦିଗକୁ ସଂଯୁକ୍ତ କରିଥାଏ ।

    2. ଅବଧି ::

      ପରିରେ ଭିଡିଓଗୁଡ଼ିକ ୧୦ ସେକେଣ୍ଡ ପରି ଛୋଟ ହୋଇପାରେ । ସାଧାରଣତଃ ସେଗୁଡ଼ିକ ୩ରୁ ୧୦ ମିନିଟ୍‌ ମଧ୍ୟରେ ହୋଇଥାଏ । କେତେଗୁଡ଼ିଏ ୧୪-୧୫ ମିନିଟ୍‌ ପର୍ଯ୍ୟନ୍ତ ମଧ୍ୟ ବଡ଼ ହୋଇପାରେ । ଅଳ୍ପ କେତୋଟି ଯାହା ବାସ୍ତବରେ ସମ୍ମୋହକ ୨୦ ମିନିଟ୍‌ ପର୍ଯ୍ୟନ୍ତ ଯାଇଥାଏ । ଆମେ ପ୍ରସ୍ତୁତ କରିଥିବା ସବୁଠାରୁ ଦୀର୍ଘ ହେଉଛି ୩୦ ମିନିଟ୍‌ର । କିନ୍ତୁ ଦୟାକରି ଆମ ସହିତ ପ୍ରଥମେ ପରାମର୍ଶ ଏବଂ ଏକ ଅଧିକ ଦୀର୍ଘ କରିବା ନିମନ୍ତେ ବାଧ୍ୟବାଧ୍ୟକତା ବ୍ୟାଖ୍ୟା ନ କରି ଏହା ଉପରେ କିମ୍ବା ଏହାଠାରୁ ଅଧିକ ଉପରେ ଲକ୍ଷ୍ୟ ରଖନ୍ତୁ ନାହିଁ ।  କେବଳ ପୂର୍ଣ୍ଣ ପ୍ରାମାଣିକ ଚିତ୍ରଗୁଡ଼ିକ ୧୫ ମିନିଟ୍‌ ଅତିକ୍ରମ କରିବା ଉଚିତ୍‌ ।

      ଖୁବ୍‌ ଛୋଟ ମଜାଦାର କିମ୍ବା ଅନୁସନ୍ଧିତ୍ସୁ କ୍ଲିପଗୁଡ଼ିକ ନିମନ୍ତେ (ପରିରେ ଭିଡ଼ିଓଗୁଡ଼ିକର ପ୍ରକାର ଦେଖନ୍ତୁ) ଏହା ୩୦ ସେକେଣ୍ଡରୁ ୩ ମିନିଟ୍‌ ମଧ୍ୟରେ । ଲିଖିତ କାହାଣୀଗୁଡ଼ିକରେ ସଂଯୁକ୍ତ ହେବାକୁ ଥିବା ଭିଡିଓଗୁଡ଼ିକ ପାଇଁ ୬୦ ସେକେଣ୍ଡରୁ ୩ ମିନିଟ୍‌ ପର୍ଯ୍ୟନ୍ତ, ସର୍ବାଧିକ ପାଞ୍ଚ ମିନିଟ୍‌ ନିମନ୍ତେ ଲକ୍ଷ୍ୟ ରଖନ୍ତୁ । ଆପଣ ଏମିତି କିଛି କରିବାକୁ ଚାହାଁନ୍ତି ଯାହା ୧୫-୨୦ ମିନିଟ୍‌ରୁ ଦୀର୍ଘ ହେବାର ସମ୍ଭାବନା ରହିଛି, ସେଥିପାଇଁ ପ୍ରଥମେ ଆମ ସହ ଆଲୋଚନା କରନ୍ତୁ । ଦୟାକରି କେତୋଟି ସ୍ଥିର ଫଟୋ ପଠାନ୍ତୁ ।

    3. ସ୍ୱରଗୁଡ଼ିକ ::

      ପରି ନିମନ୍ତେ, ଆମର ଫିଲ୍ମ ଏବଂ ପ୍ରବନ୍ଧଗୁଡ଼ିକରେ ସାଧାରଣ ଲୋକଙ୍କର ସ୍ୱରଗୁଡ଼ିକ ପ୍ରାଧାନ୍ୟ ଲାଭ କରିବା ଅତ୍ୟନ୍ତ ଜରୁରୀ । ସମୁଦାୟ ଭାବରେ, ଆମେ ପସନ୍ଦ କରୁଯେ, ଫିଲ୍ମ ନିର୍ମାତା ଅଦୃଶ୍ୟ ରହିବ । ଯଦି ଆପଣ ଜଣେ ମହିଳା କୃଷି ଶ୍ରମିକଙ୍କ ଉପରେ ଏକ ଫିଲ୍ମ ତିଆରି କରୁଛନ୍ତି, ତେବେ କାହାଣୀ ଜରିଆରେ ସେ ଦୃଶ୍ୟ ହେବା ଏବଂ ତାଙ୍କୁ ଶୁଣାଯିବା ଆବଶ୍ୟକ, ଆପଣଙ୍କୁ ନୁହେଁ । ଆମେ ବର୍ଣ୍ଣନା ପାଇଁ ଫିଲ୍ମ ନିର୍ମାତାଙ୍କ ଦ୍ୱାରା ଦୀର୍ଘ ଏବଂ ଆରାମଦାୟକ ବିବରଣୀକୁ ପସନ୍ଦ କରୁନାହିଁ । ଆମେ ବୁଝୁ ଆପଣଙ୍କୁ ଏହି ସାକ୍ଷାତକାର କରିବାକୁ ହୋଇଛି , କିନ୍ତୁ ଏହା ପରେ ଆପଣଙ୍କ ଫିଲ୍ମକୁ ଏପରି ଭାବରେ ପ୍ରସ୍ତୁତ କରିବାକୁ ଚେଷ୍ଟା କରନ୍ତୁ, ଯାହାଦ୍ୱାରା ଆପଣ ନିଜକୁ ଏଥିରୁ ସମ୍ପାଦିତ କରି ବାହାର କରିଦେବେ ଏବଂ ଏଥିରେ ଥିବା ନିତିଦିନିଆ ଲୋକଙ୍କ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ରହିବାକୁ ଦେବେ । ଗୋଟିଏ ଫିଲ୍ମ ଯେଉଁଥିରେ ଫିଲ୍ମ ନିର୍ମାତାଙ୍କର ଅଧିକ ମନ୍ତବ୍ୟ ରହିଥାଏ ଏବଂ ଏଥିରେ ଥିବା ଲୋକମାନଙ୍କଠାରୁ କମ୍‌ କିନ୍ତୁ ସକରାତ୍ମକ ସହମତି ଓ ଶବ୍ଦ ରହିଥାଏ- ତାହା  ପରିରେ ଗ୍ରହଣ ହୁଏ ନାହିଁ । ହଁ, ବେଳେ ବେଳେ ଆପଣଙ୍କ ଦ୍ୱାରା ପଚରାଯାଇଥିବା ଏକ ପ୍ରଶ୍ନ ଶୁଣାଯିବା ଆବଶ୍ୟକ ହୋଇପାରେ । କିନ୍ତୁ ତାହାକୁ ସର୍ବନିମ୍ନ ରଖନ୍ତୁ- ଏବଂ ନିଶ୍ଚିତ କରନ୍ତୁ ଯେ, ଆପଣ ଦେଖାଯିବେ ନାହିଁ ।

      ଯଦି ଏମିତି କିଛି ଅଛି ଯାହା କାହାଣୀ କିମ୍ବା ଫିଲ୍ମରେ ଆପଣଙ୍କୁ କହିବାକୁ ହେବ, ‘କଳାପଟା ପଦ୍ଧତି’ ବ୍ୟବହାର କରନ୍ତୁ। ଏ ସମ୍ପର୍କରେ ଏକ ଉନ୍ନତ ଧାରଣ ପାଇଁ ଆମେ ଆପଣଙ୍କୁ କାଳି, ଦି ଡ୍ୟାନ୍ସର ଆଣ୍ଡ ହିଜ୍‌ ଡ୍ରିମ୍‌ସ (Kali, the dancer and his dreams) କିମ୍ବା ଡ୍ରମ୍‌ସ, ବ୍ୟାଗ୍‌ପାଇପ୍‌ସ ଆଣ୍ଡ୍‌ ଚୋଲିୟା ଡ୍ୟାନ୍ସ (Drums, bagpipes and Choliya dance) ଦେଖିବାକୁ ଅନୁରୋଧ କରୁ ।

    4. ସଂଗୀତ::

      ଏହା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ଯେଉଁମାନେ ସେମାନଙ୍କର ଭିଡିଓରେ ମ୍ୟୁଜିକ୍‌ ଟ୍ରାକ୍‌ ସଂଯୁକ୍ତ କରନ୍ତି ସେମାନଙ୍କ ପାଇଁ  । ବିଷୟବସ୍ତୁ, ସ୍ଥାନ ଏବଂ ଆପଣଙ୍କ ଭିଡିଓର ପ୍ରସଙ୍ଗ ସହିତ ସମ୍ପୂର୍ଣ୍ଣ ଭାବରେ କିମ୍ବା ଆଂଶିକ ପ୍ରାସଙ୍ଗିକ ଟ୍ରାକ୍‌ଗୁଡ଼ିକ ବ୍ୟବହାର କରନ୍ତୁ । ଯଦି ଓଡ଼ିଶାର ବୁଣାକାରମାନଙ୍କ ଉପରେ ଏହା ଗୋଟିଏ ଫିଲ୍ମ ସେହି ନିର୍ଦ୍ଦିଷ୍ଟ ଅଞ୍ଚଳର ସଙ୍ଗୀତ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ, ବୁଣାକାର ସମୂହର ନିଜସ୍ୱ ସଂଗୀତ ହୋଇପାରେ । ଦୟାକରି ଇଣ୍ଟରନେଟ୍‌ରୁ କିଛି ଚୟନ କରନ୍ତୁ ନାହିଁ ଯାହା ହୁଏତ ଆପଣଙ୍କୁ ପସନ୍ଦ ହୋଇପାରେ କିନ୍ତୁ ଭିଡିଓର ବିଷୟବସ୍ତୁ ଏବଂ ପ୍ରସଙ୍ଗ ସହିତ ମେଳ ଖାଉନଥିବ । ରାଜସ୍ଥାନର କୁମ୍ଭାରମାନଙ୍କ ଉପରେ ଏକ ଫିଲ୍ମର ପ୍ରଚ୍ଛଦ ପଟରେ ୟାନିଙ୍କ ସଙ୍ଗୀତ ଦେବା ବିଚିତ୍ର !

      ଗୁରୁତ୍ୱପୂର୍ଣ୍ଣ: ଯେତେଦୂର ସମ୍ଭବ ଦୟାକରି ସେହି ସଙ୍ଗୀତ ବ୍ୟବହାର କରନ୍ତୁ ଯାହା କୌଣସି ପ୍ରକାରେ ସ୍ୱତ୍ୱାଧିକାର ଦ୍ୱାରା ସୁରକ୍ଷିତ ନୁହେଁ । ଯଦି ଆପଣ ବ୍ୟବହାର କରିଥିବା ସଙ୍ଗୀତ କୌଣସି ପ୍ରକାର ସ୍ୱତ୍ୱାଧିକାର ଅଧୀନରେ ଆସେ ଆମକୁ ସ୍ପଷ୍ଟ ଭାବରେ ସୂଚିତ କରନ୍ତୁ । ପ୍ରତ୍ୟେକ କ୍ଷେତ୍ରରେ ଆମକୁ ବ୍ୟବହୃତ ସଙ୍ଗୀତର ଉତ୍ସ ପଠାନ୍ତୁ, ଏପରିକି ଯଦି ତାହା ଏକ ମୁକ୍ତ ଇଣ୍ଟରନେଟ୍‌ ଡାଟାବେସ୍‌ରୁ ହୋଇଥାଏ ।

    5. ଶ୍ରେୟଗୁଡ଼ିକ ::

      ଫିଲ୍ମ କ୍ରେଡିଟ୍‌ ନିମନ୍ତେ ପରିର ପ୍ରୋଟୋକଲର ଏକ ଭିନ୍ନ ସମୂହ ରହିଛି । ଯଦି ଆପଣ ଜଣେ କୁମ୍ଭାର ଉପରେ ଏକ ଫିଲ୍ମ ନିର୍ମାଣ କରୁଛନ୍ତି, ତେବେ ପ୍ରଥମ (ଏବଂ ମୁଖ୍ୟ) ଶ୍ରେୟ (କାହାଣୀ ଏବଂ ବର୍ଣ୍ଣନା ନିମନ୍ତେ) ସେହି ଫିଲ୍ମର ମୁଖ୍ୟ ଚରିତ୍ର (ମାନଙ୍କୁ) ପ୍ରଦାନ କରାଯାଏ । ଉଦାହରଣସ୍ୱରୂପ, ବେକଡ୍‌ ଆର୍ଥରେ କୁମ୍ଭାର ବୁଦ୍ଧଦେବ କୁମ୍ଭାରକର ।

      ଦ୍ୱିତୀୟ ଏବଂ ତୃତୀୟ ଧାଡ଼ିଗୁଡ଼ିକ ତାଙ୍କ ପରିବାରରେ କିମ୍ବା ଗ୍ରାମ (ଗୁଡ଼ିକରେ) ଥିବା ଲୋକମାନେ ଯେଉଁମାନେ ଏହି ଫିଲ୍ମଟି ତିଆରି କରିବାରେ ସର୍ବାଧିକ ସାହାଯ୍ୟ କରିଛନ୍ତି ସେମାନଙ୍କୁ ଶ୍ରେୟ ଦେଇଥାଏ । ଏହା ପରେ ଫିଲ୍ମ ନିର୍ମାତା/ନିର୍ଦ୍ଦେଶକଙ୍କ ଶ୍ରେୟ ଆସିଥାଏ । ଏହା ଅନ୍ୟ ସମସ୍ତଙ୍କ ଦ୍ୱାରା ଅନୁସୃତ ହେବା ଉଚିତ୍‌- ସମ୍ପାଦନା, ଶବ୍ଦ, ସଙ୍ଗୀତ ଏବଂ ଏହିପରି ଅନ୍ୟ କିଛି । ଠିକ୍‌ ଧାରଣା ପାଇବା ପାଇଁ ଆପଣ ସବୁବେଳେ ପରିର ଯେ କୌଣସି ଫିଲ୍ମର ଶ୍ରେୟଗୁଡ଼ିକ ଉପରେ ନଜର ପକାଇପାରିବେ । ଆପଣ ଫିଲ୍ମଟିକୁ ଚୂଡ଼ାନ୍ତ କରୁଥିବା ସମୟରେ ମଧ୍ୟ ଆମକୁ ଏକ ପ୍ରସ୍ତାବିତ ଶ୍ରେୟଗୁଡ଼ିକ ପଠାନ୍ତୁ ।

    6. ସବ୍‌ଟାଇଟଲ୍‌::

      ଆମେ ଆପଣ ଦାଖଲ କରିଥିବା ପ୍ରତ୍ୟେକ ଭିଡିଓର ଦୁଇଟି ପ୍ରକାର ଆବଶ୍ୟକ କରୁ- ଗୋଟିଏ ସବ୍‌ଟାଇଟଲ୍‌ ସହିତ, ଅନ୍ୟଟି ଏହା ବିନା। ଉଭୟ ଗୁରୁତ୍ୱପୂର୍ଣ୍ଣ ଆପଣ ପରିର ଅନୁରୋଧରେ ଫିଲ୍ମଟିର ସମ୍ପାଦନା କିମ୍ବା ପୁନଃ ପ୍ରସ୍ତୁତି କରୁଥିଲେ ମଧ୍ୟ ଆପଣ ଆମକୁ ସବ୍‌ଟାଇଟେଲ୍‌ଗୁଡ଼ିକ ପଠାଇବା ମଧ୍ୟ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ଆପଣ ଫିଲ୍ମ ଉପରେ କାମ କରିବା ସମୟରେ ଆମେ ସବ୍‌ଟାଇଟେଲ୍‌ଗୁଡ଼ିକୁ ସମ୍ପାଦିତ କରିବୁ। ଆମେ ସବ୍‌ଟାଇଟେଲ୍‌ଗୁଡ଼ିକୁ ସମୟ (ମିନିଟ୍: ସେକେଣ୍ଡ) ସହିତ ପାଇବାକୁ ପସନ୍ଦ କରୁ, ପ୍ରତ୍ୟେକ ଧାଡ଼ି ଫିଲ୍ମରେ ପ୍ରଦର୍ଶିତ ହେବା ଉଚିତ୍‌। ଅନୁରୋଧ କଲେ ଆମେ ଆପଣଙ୍କୁ ଏପରି ଏକ ଫାଇଲ୍‌ର ନମୁନା ପଠାଇପାରିବୁ।

      ଦୟାକରି ଆପଣ ଆମକୁ ପଠାଇଥିବା ଭିଡିଓରେ କୌଣସି ଲେଖା ଭର୍ତ୍ତି କରନ୍ତୁ ନାହିଁ (ବିନା ସବ୍‌ଟାଇଟେଲ୍‌ ସଂସ୍କରଣ) । ଏହା ସମ୍ପାଦନ କିମ୍ବା ସଂଶୋଧନ ଯେ କୌଣସି ପ୍ରକ୍ରିୟାକୁ ଜଟିଳ କରିଦିଏ ।

      ଆପଣ ଆମକୁ ପଠାଉଥିବା ସବ୍‌ଟାଇଟେଲ୍‌ ଫାଇଲ୍‌ ନିମ୍ନ ଫର୍ମାଟ୍‌ରେ ହେବା ଆବଶ୍ୟକ (ନିମ୍ନ ଲେଖା କେବଳ ଏକ ଉଦାହରଣ):

      1

      00:00:15,520 --> 00:00:20,380

      ମୋ ନାମ ହେଉଛି ରାମଚନ୍ଦ୍ର ଶ୍ରୀପତି ଲାଦ

      2

      00:00:20,380 --> 00:00:25,000

      ମୁଁ ସମସ୍ତଙ୍କ ପାଖରେ ‘କ୍ୟାପ୍‌ଟେନ୍‌ ଭାଉ’ ଭାବରେ ଜଣାଶୁଣା

      3

      00:00:28,140 --> 00:00:32,540

      ଆମେ ୧୯୪୨ର ଭାରତ ଛାଡ଼ ବିପ୍ଳବ [ଖୁବ୍ ସକ୍ରିୟ] ସମୟରେ ଥିଲୁ

    7. କଳାପଟାଗୁଡ଼ିକ::

      ଆପଣ ଫିଲ୍ମରେ ଦେବାକୁ ଚାହୁଁଥିବା ଯେ କୌଣସି ‘କଳାପଟାଗୁଡ଼ିକ’ କିମ୍ବା ଲେଖା ଆମ ପାଖକୁ ପଠାନ୍ତୁ (ଊର୍ଦ୍ଧ୍ୱରେ ୬.୩ରେ ଉଦାହରଣଗୁଡ଼ିକ ଦେଖନ୍ତୁ) । ଆମେ ଏଗୁଡ଼ିକୁ ମଧ୍ୟ ସମ୍ପାଦିତ କରିବୁ । ଏହା ଦୁଃଖର ବିଷୟ ହେବ ଯଦି ଏକ ଭଲ ଫିଲ୍ମ ଭୁଲ୍ ଶବ୍ଦ, ଖରାପ ବନାନ ହୋଇଥିବା ନାମଗୁଡ଼ିକ ଏବଂ ଅନ୍ୟ କିଛି ତ୍ରୁଟିରେ ଭରପୂର ଲେଖା ଯୋଗୁଁ ନଷ୍ଟ ହୋଇଯାଏ ।

    8. ଦୃଶ୍ୟ ଏବଂ ଶ୍ରାବ୍ୟ ସ୍ପଷ୍ଟତା::

      ଆମର ଫିଲ୍ମଗୁଡ଼ିକ ଦକ୍ଷ ସ୍ୱେଚ୍ଛାସେବୀ ସମ୍ପାଦକମାନଙ୍କ ଦ୍ୱାରା ସମ୍ପାଦିତ ହୁଏ, କିନ୍ତୁ ଯଦି ମୌଳିକ ସାମଗ୍ରୀ ଦୃଶ୍ୟ ଏବଂ ଶ୍ରାବ୍ୟ ସ୍ପଷ୍ଟତାରେ ନିଅଣ୍ଟ ଥିବ ତେବେ ସେମାନଙ୍କର ହାତ ବାନ୍ଧି ହୋଇଯାଏ। ଅଡିଓ ପାଇଁ, ମାନ ନିଶ୍ଚିତ କରିବା ନିମନ୍ତେ ଏକ ଭଲ ବାହ୍ୟ ମାଇକ୍‌ ବ୍ୟବହାର କରନ୍ତୁ। ଯଦି ଫିଲ୍ମଗୁଡ଼ିକ ସାଧାରଣ ପଏଣ୍ଟ୍ ଏବଂ ସୁଟ୍‌ ଡିଏସ୍‌ସିଗୁଡ଼ିକରେ କିମ୍ବା ସେଲ୍‌ ଫୋନ୍‌ଗୁଡ଼ିକରେ ପ୍ରସ୍ତୁତ ହୁଏ ତେବେ ଆପଣ ଭଲ ଶବ୍ଦ ଆବଶ୍ୟକ କରିବାର ଅଧିକ ସମ୍ଭାବନା ରହିଛି । ଏକ ବାହ୍ୟ ମାଇକ୍‌ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ କିମ୍ବା ଆପଣଙ୍କ ଅଂଶଗ୍ରହଣକାରୀଙ୍କ ଖୁବ୍‌ ନିକଟରେ ଏକ ଛୋଟ ଡିଜିଟାଲ୍ ଅର୍ଡର ରେକର୍ଡର ସ୍ଥାନିତ କରନ୍ତୁ, କିନ୍ତୁ କ୍ୟାମେରା ଦୃଷ୍ଟିର ବାହାରେ। ଯଦି କ୍ୟାମେରାର ଅଡିଓ ଟ୍ରାକ୍‌ ଅସନ୍ତୋଷଜନକ ପ୍ରମାଣିତ ହୁଏ, ଆପଣ ନିଜ ପାଖରେ ଥିବା ଦୁଇଟି ଅଡିଓ ଟ୍ରାକ୍‌କୁ ସମକାଳୀନ କରିପାରିବେ। ଆମେ ସେଥିରେ ଆପଣଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିପାରିବୁ ।

      ଆପଣ ପରିକୁ ପଠାଉଥିବା ଏହି ଭିଡିଓଗୁଡ଼ିକ ଆଦର୍ଶ ଭାବରେ mp4 ଫର୍ମାଟ୍‌ରେ  ଥିବା ଉଚିତ୍‌ ।

    9. ୱେବ୍‌ସାଇଟ୍ ଲେଖା::

      ଫିଲ୍ମଟି କାହା ସମ୍ପର୍କରେ ସେ ବିଷୟରେ ଆମକୁ କେତୋଟି ପରିଚ୍ଛେଦ, ଏକ ସଂକ୍ଷିପ୍ତ ପ୍ରସଙ୍ଗ ଏବଂ ବ୍ୟାଖ୍ୟା ଦିଅନ୍ତୁ । ଆପଣଙ୍କ ଫିଲ୍ମ ଯେଉଁ ପରି ପୃଷ୍ଠାରେ ସ୍ଥାନ ପାଇବ ଏହା ସେଥିରେ ଯିବ। ଦେଖନ୍ତୁ, ଉଦାହରଣ ସ୍ୱରୂପ, ଜାହାଙ୍ଗିର୍‌ସ ଷ୍ଟୋରି

      କେତେକ ଫିଲ୍ମ ପାଇଁ ଏହି ଲେଖା ଆପଣଙ୍କ ନିକଟରେ ଥିବା ପାଠ୍ୟ ସାମଗ୍ରୀ ଉପରେ ନିର୍ଭର କରି ୫୦୦ ଶବ୍ଦ ପର୍ଯ୍ୟନ୍ତ ଯାଇପାରେ । ଏବଂ ଏହା ମଧ୍ୟ ଫଟୋଗ୍ରାଫ୍‌ ସହିତ ରହିପାରେ (ସଂକ୍ଷିପ୍ତ କ୍ୟାପ୍‌ସନ୍‌ ସହିତ)। ଦେଖନ୍ତୁ ଇମା କେଇଥେଲ୍‌: ଏଭ୍ରି ଡେ’ ଇଜ୍‌ ଓମେନ୍‌ସ ଡେ (Ima Keithel: every day is women’s day)’

    10. ସ୍ଥିର ଫଟୋଗୁଡ଼ିକ::

      ଦୟାକରି ଆପଣଙ୍କ ଭିଡିଓର ଅଂଶଗ୍ରହଣକାରୀ/ମାନଙ୍କର ସ୍ଥିର ଫଟୋ ପଠାନ୍ତୁ। ଏଗୁଡ଼ିକ ସାଧାରଣତଃ ପରିର ୱେବ୍‌ସାଇଟ୍‌ ଲେଖା ସହିତ ଯାଇଥାଏ। ନଚେତ୍‌ ଆମକୁ ଏକ ସ୍କ୍ରିନସଟ୍‌ ବ୍ୟବହାର କରିବାକୁ ହେବ ଏବଂ ତାହା ସାଧାରଣତଃ ବାଞ୍ଛିତ ମାନର ହୋଇନଥାଏ। ଆମକୁ ପସନ୍ଦ କରିବା ପାଇଁ ୩-୪ ସ୍ଥିର ଫଟୋ ପଠାନ୍ତୁ ଏବଂ ସୁନିଶ୍ଚିତ କରନ୍ତୁ ଯେ ଅତି କମ୍‌ରେ ସେଗୁଡ଼ିକ ମଧ୍ୟରୁ ଦୁଇଟି ସମାନ୍ତରାଳ ଛବି

    11. ଫିଲ୍ମନିର୍ମାତାଙ୍କ ବ୍ୟକ୍ତିଗତ ସୂଚନା::

      ଶେଷରେ, ଆମେ ଏକ ବ୍ୟକ୍ତିଗତ ସୂଚନା ଆବଶ୍ୟକ କରୁ, ଦୁଇ ଧାଡ଼ି ଚଳିବ, ଏହାକୁ ତିନି ଧାଡ଼ିରୁ ଅଧିକ କରନ୍ତୁ ନାହିଁ ।

  7. ନୈତିକ ଦିଶା ନିର୍ଦ୍ଦେଶ

    ପରି ପାଇଁ ଲେଖିବାକୁ ଚାହୁଁଥିବା/ଯୋଗଦାନ କରିବାକୁ ଚାହୁଁଥିବା ଯେ କୌଣସି ବ୍ୟକ୍ତି ନିଶ୍ଚୟ ଜାଣିବା ଆବଶ୍ୟକ:

    (i) ସାମ୍ପ୍ରଦାୟିକ ଜାତିଗତ କିମ୍ବା ଲିଙ୍ଗଗତ ପକ୍ଷପାତିତା ଧାରଣ କରିଥିବା କୌଣସି ରିପୋର୍ଟ କିମ୍ବା ହିଂସା ଉଦ୍ରେକକାରୀ ଲେଖା ଗ୍ରହଣ କରାଯିବ ନାହିଁ କିମ୍ବା ପ୍ରକାଶିତ କରାଯିବ ନାହିଁ ।

    (ii) ଯୋଗଦାନକାରୀମାନେ ସୁନିଶ୍ଚିତ କରିବେ ଯେ ସେମାନେ ଯାହା ଲେଖନ୍ତି, ଫିଲ୍ମ କିମ୍ବା ଫଟୋଗ୍ରାଫ୍‌ କରନ୍ତି, ପ୍ରଥମ ସିଦ୍ଧାନ୍ତ ହେଉଛି ଆପଣ ଯେଉଁମାନଙ୍କ ଜୀବନ ରେକର୍ଡ କିମ୍ବା ରିପୋର୍ଟ କରୁଛନ୍ତି ସେମାନଙ୍କର କୌଣସି କ୍ଷତି କିମ୍ବା ବିଘ୍ନ ନ କରିବା । ଆପଣ ଗ୍ରାମୀଣ ଭାରତରେ ପରିସରଭୁକ୍ତ କରୁଥିବା ଲୋକମାନେ ମୁଖ୍ୟତଃ ନିତିଦିନିଆ, ସାଧାରଣ ନାଗରିକ ଏବଂ ଅଧିକାଂଶ ସମୟରେ ବଞ୍ଚିତ।  ସେମାନଙ୍କୁ ବିବାଦସ୍ପଦ କିମ୍ବା ବିବାଦୀୟ ପ୍ରସଙ୍ଗଗୁଡ଼ିକରେ ଉଦ୍ଧୃତ କରିବା ସମୟରେ ଆପଣ ଚିନ୍ତା କରିବା ଆବଶ୍ୟକ ଯେ ଆପଣ ବ୍ୟବହାର କରିବାକୁ ଯୋଜନା କରୁଥିବା ଏକ ଉକ୍ତି ହୁଏତ ସେମାନଙ୍କ ପାଇଁ କୌଣସି କ୍ଷତି ବା ହାନି ସୃଷ୍ଟି କରିପାରେ। ଉଦାହରଣ ସ୍ୱରୂପ: ଜଣେ ଶ୍ରମିକ ତାଙ୍କ ଗାଁର ଶକ୍ତିଶାଳୀ ଜମି ମାଲିକଙ୍କ ବିରୋଧରେ ଦୃଢ଼ ଶବ୍ଦରେ ଅଭିଯୋଗ କରିବାର ପ୍ରତ୍ୟକ୍ଷ ଉଦ୍ଧୃତି । ଏହି ସୂଚନା ସେହି ବ୍ୟକ୍ତିଙ୍କୁ ଗୁରୁତର ପ୍ରତିହିଂସାକୁ ସାମ୍ନା କରିବାର ସମ୍ଭାବନା ଆଣୁଥିବା ସେହି ପ୍ରତ୍ୟକ୍ଷ ଉକ୍ତି ବିନା ପ୍ରକାଶ କରାଯାଇପାରିବ। ଆପଣ ନିଶ୍ଚୟ ସେହି ଶ୍ରମିକଙ୍କଠାରୁ ପ୍ରତ୍ୟକ୍ଷ ଉକ୍ତି ନେଇପାରିବେ - କିନ୍ତୁ ଯେଉଁ ଉକ୍ତି ସେହି ବ୍ୟକ୍ତିଙ୍କୁ ଗୁରୁତର ସମସ୍ୟାରେ ପକାଇବ ବୋଲି ଆପଣ ଜାଣନ୍ତି ସେହି ମନ୍ତବ୍ୟଗୁଡ଼ିକ ନୁହେଁ ।

    (iii) ଲୋକମାନଙ୍କ ଜୀବନ ଉପରେ ସାମଗ୍ରୀ ଏବଂ ଫଟୋଗ୍ରାଫ୍‌ ଏକତ୍ର କରିବା ଏବଂ ବ୍ୟବହାର କରିବାରେ ସେମାନଙ୍କର ସୂଚିତ ସହମତି ଜରୁରୀ ।  ଆପଣ କିଏ, ଆପଣ ସେଠାକୁ କାହିଁକି ଯାଇଛନ୍ତି, ଆପଣ ସେମାନଙ୍କ ଜୀବନ ସମ୍ପର୍କରେ କାହିଁକି ସୂଚନା ଚାହୁଁଛନ୍ତି ଏବଂ ଆପଣ କେଉଁଠାରେ ଏବଂ କିପରି ସେଗୁଡ଼ିକ ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଛନ୍ତି ତାହା ସେମାନଙ୍କୁ ବ୍ୟାଖ୍ୟା କରିବା ଆପଣଙ୍କର ଦାୟିତ୍ୱ ।

    ପରି ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ଆମେ ପ୍ରକାଶ କରୁଥିବା ପ୍ରତିଛବିଗୁଡ଼ିକ ସେଥିରେ ଥିବା ଲୋକଙ୍କ ସହମତିରେ ମଧ୍ୟ ନିଆଯାଏ । ଭିଡ଼ ଦୃଶ୍ୟ, ବଜାରରେ କିମ୍ବା ବସ୍ ବା କାରରେ ଯାଉଥିବା ସମୟରେ ନିଆଯାଇଥିବା ଫଟୋ ପାଇଁ ଏହା ପ୍ରଯୁଜ୍ୟ ହୋଇନପାରେ, କିନ୍ତୁ ଏହା ପ୍ରତ୍ୟେକ ଫଟୋଗ୍ରାଫ୍‌ ପାଇଁ ଦୃଢ଼ ଭାବରେ ପ୍ରଯୁଜ୍ୟ ହେବ ଯେ ବ୍ୟକ୍ତିବିଶେଷମାନେ ଫଟୋଗ୍ରାଫରଙ୍କ ଦ୍ୱାରା ରେକର୍ଡ ହେଉଛନ୍ତି ।

    ପରି ଏପରି କୌଣସି ଫଟୋ କିମ୍ବା ପ୍ରତିଛବି ଗ୍ରହଣ କରିବ ନାହିଁ ଯାହା ସେଥିରେ ଥିବା ବ୍ୟକ୍ତି କିମ୍ବା ବ୍ୟକ୍ତିବିଶେଷମାନଙ୍କର ସମ୍ମାନକୁ ଉଲ୍ଲଂଘନ କରିବ ।

    (iv) ଆପଣଙ୍କ ରିପୋର୍ଟଗୁଡ଼ିକୁ ଅଜ୍ଞାତ ଉତ୍ସରୁ ପୂରଣ କରନ୍ତୁ ନାହିଁ ।  ନିଶ୍ଚିତ ଭାବରେ, ଯେଉଁଠାରେ ଆପଣଙ୍କ ଉତ୍ସକୁ ସୁରକ୍ଷା ଦେବା ଜରୁରୀ ସେସବୁ କ୍ଷେତ୍ରରେ ଅଜ୍ଞାତତା ଆବଶ୍ୟକ ହୋଇପାରେ କିନ୍ତୁ ଆମେ (a) ଏହି ଉପକରଣର ସର୍ବନିମ୍ନ ଉପଯୋଗ ନିମନ୍ତେ ପରାମର୍ଶ ଦେଉ ଏବଂ (b) ଦୟାକରି ପରି ସମ୍ପାଦକଙ୍କୁ ଏହି ପରିସ୍ଥିତି ବ୍ୟାଖ୍ୟା କରନ୍ତୁ ।

    (v) ବିଷୟବସ୍ତୁ ସମ୍ପର୍କିତ ଲିଙ୍ଗ ପ୍ରସଙ୍ଗଗୁଡ଼ିକ ପ୍ରତି ସମ୍ବେଦନଶୀଳ ହୁଅନ୍ତୁ। ଉଦାହରଣ ସ୍ୱରୂପ, ଯୌନ ହିଂସା କ୍ଷେତ୍ରରେ, ସେହି ମହିଳା/ଝିଅ ଚିହ୍ନିତ ହେବେ ନାହିଁ କିମ୍ବା ସେହି ଗ୍ରାମରେ ତାଙ୍କ ଘରର ଅବସ୍ଥିତି ପରି ଚିହ୍ନଟ କାରକ ବ୍ୟବହୃତ ହେବ ନାହିଁ।  ଅନୁସନ୍ଧାନ କିମ୍ବା ଅଦାଲତଙ୍କ ବିଚାରଧୀନ ଥିବା ଯୌନ ହିଂସାର ଏକ ମାମଲା ଗୋଟିଏ କାହାଣୀରେ ଉଲ୍ଲେଖ ହେବା କ୍ଷେତ୍ରରେ ବିବରଣୀଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ତଥ୍ୟଗତ ହେବା ଆବଶ୍ୟକ ।

    (vi) ସମ୍ପୂର୍ଣ୍ଣ ଭାବରେ ଗତାନୁଗତିକତାକୁ ଏଡ଼ାନ୍ତୁ: ଉଦାହରଣ ସ୍ୱରୂପ, ସମ୍ପୂର୍ଣ୍ଣ ସମୂହକୁ ମୂଷା-ହାର ଭାବରେ ଖାରଜ କରିବା, ସେହି ଗୋଟିଏ କାର୍ଯ୍ୟକୁ ଏକ ବୃହତ ଦୃଶ୍ୟପଟରେ ସ୍ଥାନିତ କରିବା ବିନା ।

    (vii) ନିଶ୍ଚିତ କରନ୍ତୁ ଯେ ଆପଣ କେବେବି ଭାବ ଚୋରି କରନ୍ତି ନାହିଁ । ଭାବ ଚୋରି ହେଉଛି ଏକ ଅତ୍ୟନ୍ତ ଗୁରୁତର ଅପରାଧ। ସବୁ ସମୟରେ ଆପଣଙ୍କ କାହାଣୀରେ ଆପଣ ବ୍ୟବହାର କରିଥିବା ସାମଗ୍ରୀର ଉତ୍ସ ସଠିକ ଭାବରେ ପ୍ରଦାନ କରନ୍ତୁ ।  ଅନ୍ୟମାନଙ୍କ ଦ୍ୱାରା କରାଯାଇଥିବା କାମ ନକଲ କରିବା ଏବଂ ଏହାକୁ ଆପଣଙ୍କ ନିଜସ୍ୱ ଭାବରେ ଉପସ୍ଥାପିତ କରିବା କିମ୍ବା ଆଉ ଏକ ରିପୋର୍ଟରୁ କପି ପେଷ୍ଟ୍‌ କରିବା ନୈତିକ କାର୍ଯ୍ୟ ନୁହେଁ ।

    ଯେଉଁଠାରେ ଆପଣ ପୂର୍ବରୁ ପ୍ରକାଶିତ ସାମଗ୍ରୀଗୁଡ଼ିକ ବ୍ୟବହାର କିମ୍ବା ଉଦ୍ଧୃତ କରନ୍ତି (ନ୍ୟୁଜ୍ ରିପୋର୍ଟ, ଦଲିଲ୍‌ କିମ୍ବା ଇଣ୍ଟରନେଟ୍‌ରେ ପ୍ରସାରିତ ହେଉଥିବା କିଛି ସମେତ) ସବୁ ସମୟରେ: (a) ସେହି ଉତ୍ସ ଭରସାଯୋଗ୍ୟ ହୋଇଥିବା ସୁନିଶ୍ଚିତ କରନ୍ତୁ (b) ଠିକ୍ ଭାବରେ ଏବଂ ସମ୍ପୂର୍ଣ୍ଣ ଭାବରେ ଆରୋପିତ କରନ୍ତୁ (c) ସେହି ସାମଗ୍ରୀ ପ୍ରତି ଆମକୁ ଅଭିଗମ୍ୟତା ପ୍ରଦାନ କରନ୍ତୁ । ଉଦାହରଣ ସ୍ୱରୂପ, ଯଦି ଆପଣ ସୂଚନା ଏକ ଅନ୍‌ଲାଇନ୍‌ ଉତ୍ସରୁ ଗ୍ରହଣ କରିଛନ୍ତି ଆମକୁ ୟୁଆର୍‌ଏଲ୍‌ ପ୍ରଦାନ କରନ୍ତୁ।  ଯଦି ଏକ ପୁସ୍ତକ କିମ୍ବା ହାର୍ଡ କପି ଉତ୍ସରୁ, ଆମକୁ ସମ୍ପୂର୍ଣ୍ଣ ଉଦାହରଣ ପ୍ରଦାନ କରନ୍ତୁ (ବହି/ ରିପୋର୍ଟର ନାମ, ଲେଖକଙ୍କ ନାମ, ତାରିଖ, ପ୍ରକାଶକ, ପ୍ରକାଶନର ସ୍ଥାନ ଏବଂ ପୃଷ୍ଠା ସଂଖ୍ୟା) ।

    (viii) ପରି ଯୋଗଦାନକାରୀମାନେ ଅନିବାର୍ଯ୍ୟ ଭାବରେ ଅତ୍ୟନ୍ତ ଜଟିଳ ଏବଂ ଅନେକ ସମୟରେ ଏତେ ଭଲ ଭାବରେ ବୁଝାଯାଇନଥିବା ବିଷୟ, ପ୍ରସଙ୍ଗ ଏବଂ ପରିସ୍ଥିତି ସମ୍ପର୍କରେ କାମ କରନ୍ତି । ଦୟାକରି ଜାଣନ୍ତୁ ଯେ ଆମେ ଆପଣଙ୍କ ରିପୋର୍ଟିଂରେ ପ୍ରସଙ୍ଗ ଆବଶ୍ୟକ କରୁ । ଏହା ପାଠକ ଏବଂ ଦର୍ଶକମାନେ ଆପଣଙ୍କ କାହାଣୀଗୁଡ଼ିକୁ ବୁଝିବାକୁ ସକ୍ଷମ କରିବା ପାଇଁ ଏହା ଆବଶ୍ୟକ ।

    ପ୍ରସଙ୍ଗର ବିଷୟବସ୍ତୁ ଆହୁରି ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ କାରଣ ପରି ହେଉଛି ଉଭୟ ଏକ ସମସାମୟିକ ଜର୍ନାଲ୍‌ ଏବଂ ଏକ ଅଭିଲେଖାଗାର - ଆପଣ ଯାହା ଉପସ୍ଥାପନ କରନ୍ତି ତାହା ଆଜିର ପାଠକଙ୍କ ପାଇଁ ମୂଲ୍ୟଯୁକ୍ତ ହେବା ଆବଶ୍ୟକ ଏବଂ ଏଥିସହିତ ଆଜିଠାରୁ ଅନେକ ବର୍ଷ ପରେ ଯେଉଁମାନେ ହୁଏତ ଏହା ଦେଖିବେ ସେମାନଙ୍କ ପାଇଁ ମଧ୍ୟ ।