ଶିକ୍ଷାଲାଭର ନୂଆ ପରିଭାଷା

  1. ଭବିଷ୍ୟତ ପାଇଁ ପାଠ୍ୟପୁସ୍ତକ ପ୍ରସ୍ତୁତ କରୁଛି

    ପରୀରେ ଆମ୍ଭେମାନେ ଭବିଷ୍ୟତ ପାଇଁ ପାଠ୍ୟପୁସ୍ତକ ତିଆରି କରୁଛୁ। ଏହା ଆମ ସାଇଟରେ ପ୍ରତି ସପ୍ତାହରେ ଅପଲୋଡ୍ କରାଯାଉଥିବା ଅନେକ କାହାଣୀ, ଫଟୋ, ଭିଡ଼ିଓ ଏବଂ ଅଡିଓ ବିଷୟବସ୍ତୁ ମାଧ୍ୟମରେ ଘଟୁଛି। ଏହା ଗୁରୁତ୍ୱପୂର୍ଣ୍ଣ ଯେ ସମୟକ୍ରମେ ସେସବୁ ମଧ୍ୟରୁ ଅଧିକାଂଶ ନିଜେ ଛାତ୍ରଛାତ୍ରୀ ଓ ଶିକ୍ଷକ/ଶିକ୍ଷୟିତ୍ରୀ ପ୍ରସ୍ତୁତ କରିବେ।

    "ପରୀର ଲକ୍ଷ୍ୟ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ପାଇଁ ସୂଚନାତ୍ମକ ଓ ଜୀବନ୍ତ ଉତ୍ସ ସୃଷ୍ଟି କରିବା। ଏବଂ ଔପଚାରିକ ଅନୁଷ୍ଠାନ ବାହାର ଶିକ୍ଷାର୍ଥୀମାନଙ୍କ ପାଇଁ ମଧ୍ୟ। ଆମର ବିଶ୍ୱାସ ପାଠ୍ୟପୁସ୍ତକ ସହିତ ଶିକ୍ଷାଦାନ ଏବଂ ଶିକ୍ଷାଲାଭ ବିଷୟବସ୍ତୁ ଆଗାମୀ କିଛିବର୍ଷ ମଧ୍ୟରେ ଅନଲାଇନରେ ଅଧିକ ପ୍ରାଧାନ୍ୟ ବିସ୍ତାର କରିବ। ଏହି ପ୍ରକ୍ରିୟା ଅଦ୍ୟାବଧି ବିଶ୍ୱର କେତେକ ଅଂଶରେଆରମ୍ଭ ହୋଇଗଲାଣି। ଠିକ୍ ଭାବରେ ହୋଇପାରିଲେ, ଏହା ଦ୍ୱାରା ପାଠ୍ୟପୁସ୍ତକ କିମ୍ବା ଶିକ୍ଷଣସାମଗ୍ରୀ ଯୋଗ କରାଯାଇପାରିବ, ସଂଶୋଧନ କରାଯାଇପାରିବ, ଅଦ୍ୟତନ କରାଯାଇପାରିବ ଏବଂ ପରିବ୍ୟାପ୍ତ କରାଯାଇପାରିବ। ବ୍ରଡବ୍ୟାଣ୍ଡର ଉପଲବ୍ଧତା ବୃଦ୍ଧି ପାଇବା ସହ, ଏହା ମଧ୍ୟ ଛାତ୍ରୀଛାତ୍ରୀଙ୍କୁ ଖୁବ୍ କମ୍ ମୂଲ୍ୟରେ ଉପଲବ୍ଧ ହେବ, କାରଣ ପରୀ ହେଉଛି ମାଗଣାରେ ଜନ ସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ସାଇଟ୍।

  2. ଛାତ୍ର/ଛାତ୍ରୀମାନଙ୍କୁ ପାଠ୍ୟକ୍ରମ ବିଷୟବସ୍ତୁ ବିକଶିତ କରିବାରେ ସାହାଯ୍ୟ କରିବା

    ଆମ୍ଭେମାନେ ଏହି ପ୍ରକ୍ରିୟାରେ ଏକ ମହତ୍ୱପୂର୍ଣ୍ଣ ଉପାଦାନ ଯୋଗ କରିଛୁ: ପରୀରେ ଛାତ୍ରଛାତ୍ରୀମାନେ ସେମାନଙ୍କର ନିଜ ପାଠ୍ୟପୁସ୍ତକ ସୃଷ୍ଟିରେ ଅଂଶଗ୍ରହଣ କରିପାରିବେ ଯଦି ଜଣେ ଶିକ୍ଷକ କିମ୍ବା ଜଣେ ଅନୁଷ୍ଠାନ ଏକ ପାଠ୍ୟକ୍ରମ ସମ୍ବଳ ପାଇଁ କିମ୍ବା ଏକ ପାଠ୍ୟକ୍ରମର ଅଂଶ ସେଟ୍‌ଅପ୍ କରିବାକୁ ଚାହାଁନ୍ତି, ଆମ୍ଭେମାନେ ପାଠ୍ୟକ୍ରମର ବିଷୟବସ୍ତୁ ପ୍ରସ୍ତୁତ କରିବା ପାଇଁ ସେମାନଙ୍କ ସହ କାର୍ଯ୍ୟ କରିବୁ। ଧରି ନିଆଯାଉ ଗ୍ରାମାଞ୍ଚଳରେ କାମ କରୁଥିବା ଦିନ ମଜୁରିଆ କିମ୍ବା ଯାଯାବର କିମ୍ବା ଚାଷ ଜମିର ମୂଲିଆ କିମ୍ବା କାରିଗର ଆମ୍ଭେମାନେ ଫିଲଡ ଟ୍ରିପ୍ ବା କ୍ଷେତ୍ର ପରିଦର୍ଶନ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଜଡ଼ିତ କରି ଏ ବିଷୟରେ ବାସ୍ତବ ଜ୍ଞାନ ପ୍ରସ୍ତୁତ କରିବ।

    ତେଣୁ ଛାତ୍ରଛାତ୍ରୀଙ୍କ ଦ୍ୱାରା ଭିଡ଼ିଓ, ଅଡିଓ ଏବଂ ଫଟୋ ଲେଖାଯାଇଥିବା ନିବନ୍ଧ କେବଳ ଭଲ ଗ୍ରେଡ ବା ମାର୍କ ଆଣିବ ନାହିଁ ତାହା ସହିତ ଏକ ପରିବର୍ତ୍ତନଶୀଳ ଏବଂ ମୁକ୍ତ ପାଠ୍ୟପୁସ୍ତକର ଅଂଶ ହେବ। ଏହା ସହିତ ମଧ୍ୟ ଗୋଟିଏ ଭିଡ଼ିଓ ଦେଖାଏ, ଯେଉଁଠାରେ ଚାଷଜମିର ମୂଲିଆ ନିଜେ ବର୍ଣ୍ଣନାକାରୀ ହୋଇଥାନ୍ତି, ସୂତ୍ରଧର ଭାବରେ ତାଙ୍କର ଜୀବନ, କାର୍ଯ୍ୟ ଏବଂ ଜଗତ ବିଷୟରେ ଶ୍ରୋତାମାନଙ୍କୁ ବୁଝାଇଥାନ୍ତି, ଯାହାକି ଶିକ୍ଷାଲାଭର ଉତ୍ସକୁ ଅଧିକ ଆକର୍ଷଣୀୟ କରିବ। ଏହା ନିର୍ଦ୍ଦିଷ୍ଟ ଭାବରେ ଛାତ୍ରଛାତ୍ରୀ, ଶିକ୍ଷକ, ଗବେଷଣାକାରୀ ଏବଂ ଅନ୍ୟ ସାଧାରଣ ଶ୍ରୋତାଙ୍କର ଧ୍ୟାନ ଆକର୍ଷିତ କରି ରଖିବ, ଏହା କିଛି ବର୍ଷ ତଳେ ମୁଦ୍ରିତ ପାଠ୍ୟପୁସ୍ତକ ତୁଳନାରେ ଯଥେଷ୍ଟ ଅଧିକ ଆକର୍ଷଣୀୟ ହେବ। ବିଶେଷକରି ଯେହେତୁ ପରୀ ଲେଖାଯାଇଥିବା ପାଠ, ଗବେଷଣା ନିବନ୍ଧ, ଭିଡ଼ିଓ, ଅଡିଓ ଏବଂ ଷ୍ଟିଲ୍ ଫଟୋଗ୍ରାଫ୍ ବ୍ୟବହାର କରୁଛି।

  3. ଶିକ୍ଷାର ଏକ ଶକ୍ତିଶାଳୀ ଉତ୍ସ ଉନ୍ମୁକ୍ତ କରିବା

    ପରୀରେ ବା ପରୀ ପାଇଁ ଉତ୍ପନ୍ନ କରାଯାଉଥିବା ଭିଡ଼ିଓ ନିମନ୍ତେ ନିର୍ଦ୍ଦେଶନାମା ରହିଛି, ଯାହାକି ବର୍ଣ୍ଣନାକାରୀଙ୍କର ପ୍ରାଥମିକ ଲେଖକୀୟତାର ସ୍ୱୀକୃତି ସୁନିଶ୍ଚିତ କରିଥାଏ। ସମ୍ପ୍ରତି ଛାତ୍ରଛାତ୍ରୀଙ୍କର ଯେଉଁ ଲୋକଙ୍କ ଜୀବନ ବିଷୟରେ ସେମାନେ ଅଧ୍ୟୟନ କରିବାକୁ ଚାହୁଁଥାନ୍ତି ସେମାନଙ୍କ ସହିତ କଥାବାର୍ତ୍ତା ଏବଂ ସେମାନଙ୍କ ଗୋଷ୍ଠୀର ମିଳିତ ଉଦ୍ୟମ ସହିତ କ୍ଷେତ୍ରରୁ ବାସ୍ତବ ବିଷୟବସ୍ତୁ ଉପସ୍ଥାପିତ ହୋଇଥାଏ। ଏହା ଶିକ୍ଷାଲାଭର ଏକ ଶକ୍ତିଶାଳୀ ଉତ୍ସ ମଧ୍ୟ ପାଲଟିଥାଏ। ଏହା ଅଦ୍ୟାବଧି ପରୀରେ ଘଟୁଛି।

    ଆଉ ଗୋଟିଏ ବିଷୟ ରହିଛି, ଭାରତରେ ଅଗଣିତ ଛାତ୍ରଛାତ୍ରୀ ବହୁ ମୂଲ୍ୟବାନ ବିଷୟ ପ୍ରତିବର୍ଷ ପ୍ରସ୍ତୁତ କରୁଛନ୍ତି। ଗବେଷଣା ପାଇଁ ନିବନ୍ଧ, ଲେଖା, ଭିଡ଼ିଓ, ପ୍ରାମାଣିକ ଚଳଚ୍ଚିତ୍ର, ପତ୍ରପତ୍ରିକା, ଫଟୋଗ୍ରାଫ୍ ଏବଂ ଅନ୍ୟାନ୍ୟ ଆକାରରେ। ଏହାମଧ୍ୟରୁ କେତେକ ଅତ୍ୟନ୍ତ ଉଚ୍ଚକୋଟିର ହୋଇଥାଏ କିନ୍ତୁ ଏସବୁ ବିଭାଗୀୟ ପାଠାଗାରର ଥାକରେ, ପରୀକ୍ଷା ପେପରର କବୋର୍ଡରେ ଏବଂ ସାଇବରସ୍ପେସର ଚାଟ୍ ହୋଇନଥିବା ସିମେଟେରୀରେ ଅଦୃଶ୍ୟ ହୋଇଯାଇଥାଏ। ଯେଉଁ ଅନୁଷ୍ଠାନ ଆମ ସହିତ ଲିଙ୍କ୍ ହୋଇଥାଏ, ପରୀ ସେମାନଙ୍କୁ ଏକ ପ୍ଲାଟଫର୍ମ ପ୍ରଦାନ କରେ, ଯାହାକି ଶ୍ରେଷ୍ଠ ଆଉଟପୁଟ୍ ସଂରକ୍ଷିତ ରଖିବ ଏବଂ ଆଉଟପୁଟ୍ ପ୍ରଦର୍ଶନ କରିବ ଏବଂ ସେଗୁଡ଼ିକୁ ସହଜରେ ଉପଲବ୍ଧ କରିବ, ଯାହାକି ସାରା ବିଶ୍ୱରେ ଯେକୌଣସି ସ୍ଥାନରୁ ସହଜରେ ଦେଖିହେବ। ଏହା ବଦଳରେ ବିଶ୍ୱବ୍ୟାପୀ ସେମାନଙ୍କ କାର୍ଯ୍ୟ ଦେଖାଯାଇପାରିବ ଜାଣିବା ପରେ ଛାତ୍ରଛାତ୍ରୀଙ୍କର କାର୍ଯ୍ୟର ସ୍ତର ଓ ଗୁଣାତ୍ମକ ମାନ ବୃଦ୍ଧି କରିବା ପାଇଁ ସେମାନଙ୍କୁ ପାରିତୋଷିକ ମଧ୍ୟ ପ୍ରଦାନ କରାଯିବ।

  4. ଗବେଷକମାନଙ୍କ ପାଇଁ ଗୋଟିଏ ସ୍ଥାନରେ ସମସ୍ତ ସୂଚନାର ସମ୍ଭାର

    ଏହାସହିତ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ସେମାନଙ୍କର ପାଠ୍ୟକ୍ରମରେ ଲେଖା, ଅଡିଓ ଏବଂ ଭିଡ଼ିଓ ଉପରେ ସ୍ୱାଧୀନ ଭାବରେ ପରୀ ସହିତ କାର୍ଯ୍ୟ କରୁଛନ୍ତି। କେତେକ କମ୍ ବୟସର ଛାତ୍ରଛାତ୍ରୀ ଆମ ପାଇଁ ଏକ ଖବରକାଗଜ ମଧ୍ୟ ପ୍ରସ୍ତୁତ କରିଛନ୍ତି।

    ପରୀ ମଧ୍ୟ ଏକ ସମ୍ବଳବିଭାଗ ପ୍ରସ୍ତୁତ କରୁଛି, ଯେଉଁଠାରେ ଆମେ ଲକ୍ଷ୍ୟ ରଖିଛୁ ଯେ ଗ୍ରାମାଞ୍ଚଳ ସମ୍ପର୍କିତ ଔପଚାରିକ ରିପୋର୍ଟ (ଅନୌପଚାରିକ କିନ୍ତୁ ଯଥାର୍ଥ) (ସମ୍ପୂର୍ଣ୍ଣ ପାଠ୍ୟ କେବଳ ଲିଙ୍କ୍ ମାଧ୍ୟମରେ ନୁହେଁ) ସ୍ଥାପନ କରିବୁ। ଉଦାହରଣସ୍ୱରୂପ ଅସଙ୍ଗଠିତ କ୍ଷେତ୍ରରେ ଉଦ୍ୟୋଗ ପାଇଁ ଜାତୀୟ କମିଶନଙ୍କର ପ୍ରତ୍ୟେକ ରିପୋର୍ଟ ଯୋଜନା କମିଶନ (ବର୍ତ୍ତମାନର ନୀତି ଆୟୋଗ) ଏବଂ ମନ୍ତ୍ରାଳୟଗୁଡ଼ିକର ରିପୋର୍ଟ ମିଳିତ ଜାତିସଂଘ ଏବଂ ଅନ୍ୟାନ୍ୟ ରିପୋର୍ଟ ସ୍ଥାନିତ ହେବ। ଗବେଷଣାକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଦଲିଲ୍ ଏବଂ ଅଧ୍ୟୟନ ପାଇଁ ଏକାଧିକ ସାଇଟର ଭିନ୍ନ ଭିନ୍ନ ଉତ୍ସକୁ ଯିବାକୁ ପଡ଼ିବ ନାହିଁ।

    ପରୀ ହେଉଛି ଛାତ୍ରଛାତ୍ରୀ, ଶିକ୍ଷକ, ଅନ୍ୟ ସମସ୍ତ ଶିକ୍ଷାର୍ଥୀଙ୍କ ପାଇଁ ଗୋଟିଏ ସମ୍ପୂର୍ଣ୍ଣ ପାଠାଗାର।