‘‘ଏଠି କେହି ଦାସ ନୁହେଁ…ଆମେ ପୃଥିବୀର ସନ୍ତାନ। ପୃଥିବୀର ଭାଗ୍ୟବାନ ସନ୍ତାନ।’’

ଏବଂ ଏହା ହିଁ ଗୋଟିଏ ଗାଁ ସ୍କୁଲରେ ପିଲାମାନେ ଗାଆନ୍ତି। ଗୋଟିଏ ସ୍ତରରେ ବିଡ଼ମ୍ବନା ସ୍ପଷ୍ଟ। ଗ୍ରାମୀଣ ସ୍କୁଲଗୁଡ଼ିକୁ ସହରାଞ୍ଚଳ ସ୍କୁଲଗୁଡ଼ିକୁ ଦିଆଯାଉଥିବା ସୁବିଧା, ଆର୍ଥିକ ସହାୟତା ଏବଂ ସୁଯୋଗର ଗୋଟିଏ ଭାଗ ମଧ୍ୟ ଦିଆଯାଏନି। ସ୍କୁଲଗୁଡ଼ିକ ଉଲ୍ଲେଖଯୋଗ୍ୟ କମ୍‌ ଦରମାରେ ଅସ୍ଥାୟୀ ଶିକ୍ଷକମାନଙ୍କୁ ନିଯୁକ୍ତି ଦିଅନ୍ତି, ସ୍କୁଲଗୁଡ଼ିକ ଯେଉଁଠାରେ ତାଲିମଦାତାମାନେ ସମ୍ପୂର୍ଣ୍ଣ ଭାବରେ ଯୋଗ୍ୟତାହୀନ- କେତେକ ରାଜ୍ୟ ପ୍ରାର୍ଥୀମାନଙ୍କୁ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଛାଡ଼ କରିଛନ୍ତି ଯେପରିକି ସେମାନେ ସମ୍ପୂର୍ଣ୍ଣ ଅଯୋଗ୍ୟ ଏବଂ କମ୍‌ ଦରମାର ଲୋକଙ୍କୁ ଆଣିପାରିବେ। କେତେକ ସ୍କୁଲରେ ବେଳେ ବେଳେ ଅନେକ ଦିନ ପର୍ଯ୍ୟନ୍ତ କୌଣସି ଶିକ୍ଷକ ନଥାନ୍ତି।

Girls singing outside a school
PHOTO • Namita Waikar

ଗ୍ରାମୀଣ ସ୍କୁଲଗୁଡ଼ିକ ସାଧାରଣତ। ଅବହେଳିତ ତଥାପି ପିଲାମାନେ ଆବେଗ ଏବଂ ଆତ୍ମବିଶ୍ୱାସ ସହ ଗୀତ ଗାଆନ୍ତି

ତଥାପି, ସେମାନେ ଖୁବ୍‌ ଆବେଗ ଏବଂ ଆତ୍ମବିଶ୍ୱାସର ସହ ଗାଆନ୍ତି। ପୁନେ ଜିଲ୍ଲାର ମୁଲସି ତାଲୁକାର ନନ୍ଦଗାଁଓ ଗ୍ରାମର ପ୍ରାଥମିକ ସ୍କୁଲର ଏହି ପିଲାମାନେ। ସେମାନେ ଏହି ଆଦର୍ଶଗୁଡ଼ିକରେ ବିଶ୍ୱାସ କରନ୍ତି ଏବଂ ସେମାନେ ଆମ ଅନୁରୋଧରେ ସ୍କୁଲରେ ଶିଖିଥିବା ଏକ ମରାଠି କବିତା ଗାଇଥିଲେ। ଏହା ସେମାନଙ୍କର ବାଲ ଭାରତୀ ଚତୁର୍ଥ ଶ୍ରେଣୀ ପାଠ୍ୟପୁସ୍ତକରେ ଅଛି।

ଏହି କବିତାଟି ଡି.ଏନ୍‌. ଗାଭାଙ୍କର (୧୯୧୫-୧୯୭୧) କବି ଏବଂ ଫଟୋଗ୍ରାଫରଙ୍କ ଦ୍ୱାରା ଲେଖାଯାଇଥିଲା। ଯିଏ କି ୧୯୪୨-୪୪ରେ ସ୍ଥାପନ କରାଯାଇଥିବା ଲାଲ ବାଭତ କଲା ପାଠକ ବା ରେଡ୍‌ ଫ୍ଲାଗ କଲଚରାଲ ସ୍କ୍ୱାର୍ଡରେ ଅମର ଶେକ୍‌ ଏବଂ ଆନ୍ନାଭାଉ ସାଠେଙ୍କ ସହ ସଦସ୍ୟ ଥିଲେ। ଏହି ତିନିଜଣଙ୍କୁ ସେମାନଙ୍କର ସମକାଳୀନ ଏବଂ ପରବର୍ତ୍ତୀ ଲେଖକମାନେ ‘‘ଜନସାଧାରଣ ଏବଂ ସମ୍ୟୁକ୍ତ ମହାରାଷ୍ଟ୍ର ଅଭିଯାନର ଯୋଗାଯୋଗ’’ର ଭାବରେ ଗଣନା କରନ୍ତି। (ଏହି ଅଭିଯାନ ଏକ ଭିନ୍ନ ମରାଠୀ ଭାଷାଭାଷି ମହାରାଷ୍ଟ୍ର ନିମନ୍ତେ ସଂଘର୍ଷ କରିଥିଲା ଏବଂ ଏହା ହାସଲ କରିଥିଲା, ଯାହାକି ୧୯୬୦ ମଇ ୧ରେ ଅସ୍ତିତ୍ୱକୁ ଆସିଥିଲା।)

୧୯୪୦ ଦଶକରେ ଏହି କଳାକାରମାନଙ୍କର ଗୀତ ଏବଂ କବିତା ଲୁଗାକଳ ଶ୍ରମିକ ଏବଂ ମୁମ୍ବାଇର ଅନ୍ୟ ଶ୍ରମିକମାନଙ୍କ ମଧ୍ୟରେ ଖୁବ୍‌ ଲୋକପ୍ରିୟ ହୋଇଥିଲା।

ସେହି ଶବ୍ଦଗୁଡ଼ିକ ଆମେ ଆସିବାର ଅନେକ ସମୟ ପରେ ମଧ୍ୟ ଆମ କାନରେ ଅନୁରଣିତ ହେଉଚି: ‘‘ଆମେ ସମାନତା, ଚିରସ୍ଥାୟୀ ଏକତା ସ୍ଥାପନ କରିବୁ… କେହି ଛୋଟ ନୁହେଁ, ଏଠି କେହି ଦାସ ନୁହେଁ।’’

ଭିଡ଼ିଓ ଦେଖନ୍ତୁ : ନନ୍ଦଗାଁଓର ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଶା ଏବଂ ସମାନତାର ଏକ ଗୀତ ଗାଉଛନ୍ତି

धरतीची आम्ही लेकरं, भाग्यवान
धरतीची आम्ही लेकरं..

शेतावरं जाऊया, सांगाती गाऊया
रानी वनी गाती जशी रानपाखरं

धरतीची आम्ही लेकरं, भाग्यवान
धरतीची आम्ही लेकरं..

मेहनतं जिमनीवरी, केली वरीसभरी
आज आलं फळं त्याचं डुले शिवर

धरतीची आम्ही लेकरं, भाग्यवान
धरतीची आम्ही लेकरं..

शाळु जुंधळा मोती, चमचम
चमकत्याती मोत्यांची सालभरी खाऊ भाकरं

धरतीची आम्ही लेकरं, भाग्यवान
धरतीची आम्ही लेकरं..

स्थापू समानता पोलादी ऐक्यता
नाही धनी येथ कोणी नाही चाकर

धरतीची आम्ही लेकरं, भाग्यवान
धरतीची आम्ही लेकरं..

ଆମେ ପୃଥିବୀର ସନ୍ତାନ
ଏହି ପୃଥିବୀର ଭାଗ୍ୟବାନ ସନ୍ତାନ

ଆମେ ପୃଥିବୀର ସନ୍ତାନ
ଏହି ପୃଥିବୀର ଭାଗ୍ୟବାନ ସନ୍ତାନ

ଆମେ ପୃଥିବୀର ସନ୍ତାନ
ଏହି ପୃଥିବୀର ଭାଗ୍ୟବାନ ସନ୍ତାନ

ସାରାବର୍ଷ ଜମିରେ ଆମର କଠିନ ପରିଶ୍ରମ
ଆଜି ପରିଶ୍ରମର ଫଳ ଫଳିଛି କ୍ଷେତ ହସୁଛି

ଆମେ ପୃଥିବୀର ସନ୍ତାନ
ଏହି ପୃଥିବୀର ଭାଗ୍ୟବାନ ସନ୍ତାନ

ଯଅ ବାଜରା, ମୋତି ପରି ଚମକୁଛନ୍ତି
ସେହି ମୋତିର ଭକ୍ରି ବର୍ଷସାରା ଆମେ ଖାଇବା

ଆମେ ପୃଥିବୀର ସନ୍ତାନ
ଏହି ପୃଥିବୀର ଭାଗ୍ୟବାନ ସନ୍ତାନ

ଆମେ ସ୍ଥାପନ କରିବା ସମାନତା, ଚିରସ୍ଥାୟୀ ଏକତା
କେହି ମାଲିକ ନୁହେଁ, ଏଠି କେହି ଦାସ ନୁହେଁ

ଆମେ ପୃଥିବୀର ସନ୍ତାନ
ଏହି ପୃଥିବୀର ଭାଗ୍ୟବାନ ସନ୍ତାନ

ଅନୁବାଦ: ଓଡ଼ିଶାଲାଇଭ୍‍

Samyukta Shastri

Samyukta Shastri is the content coordinator at the People’s Archive of Rural India. She has a bachelor’s degree in Media Studies from the Symbiosis Centre for Media and Communication, Pune, and a master’s degree in English Literature from SNDT Women's University, Mumbai.

Other stories by Samyukta Shastri
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE