ତାରାବନ୍ତି କୌର ଚିନ୍ତିତ ଅଛନ୍ତି । ସେ କହନ୍ତି,‘‘ବର୍ତ୍ତମାନ ଯାହା କିଛି କାମ ମିଳୁଛି, ଏହି କୃଷି ଆଇନଗୁଡ଼ିକ ପାସ୍‌ ହେବା ପରେ ତାହା ବି ମିଳିବ ନାହିଁ ।’’

ତେଣୁ ସେ ପଞ୍ଜାବର କିଲାନୱାଲି ଗାଁରୁ ସେ ପଶ୍ଚିମଦିଲ୍ଲୀର ଟିକ୍ରି ଆନ୍ଦୋଳନସ୍ଥଳକୁ ଆସିଛନ୍ତି । ରାଜ୍ୟର ଭଟିଣ୍ଡା, ଫରିଦକୋଟ, ଜଳନ୍ଧର, ମୋଗା, ମୁକ୍ତଶର, ପଟିୟାଲା ଓ ସଙ୍ଗରୁର ଭଳି ଜିଲ୍ଲାରୁ ଜାନୁଆରୀ ୭ ତାରିଖରେ ଯେଉଁ ୧,୫୦୦ କୃଷି ଶ୍ରମିକ ଏଠାରେ ପହଞ୍ଚିଛନ୍ତି, ସେମାନଙ୍କ ମଧ୍ୟରେ ତାରାବନ୍ତି ଓ ଅନ୍ୟ ୩୦୦ ମହିଳା ସାମିଲ । ସେମାନେ ସମସ୍ତେ ପଞ୍ଜାବ କ୍ଷେତ ମଜଦୁର ୟୁନିୟନର ସଦସ୍ୟ, ଯାହାକି ଦଳିତମାନଙ୍କର ଜୀବିକା, ଭୂମି ଅଧିକାର ଏବଂ ଜାତିପ୍ରଥା ପ୍ରସଙ୍ଗରେ କାମ କରେ।

ଏବଂ ସେ ଭାରତର ସେହି ଲକ୍ଷ ଲକ୍ଷ ମହିଳାଙ୍କ ମଧ୍ୟରୁ ଜଣେ ଯିଏ ଜୀବିକା ପାଇଁ କୃଷି କ୍ଷେତ୍ରରେ କାମ ଉପରେ ନିର୍ଭର କରନ୍ତି । ଦେଶର ୧୪୪.୩ ନିୟୁତ କୃଷି ଶ୍ରମିକଙ୍କ ମଧ୍ୟରୁ ଅତି କମ୍‌ରେ ୪୨ ପ୍ରତିଶତ ମହିଳା ।

୭୦ ବର୍ଷୀୟା ତାରାବନ୍ତି ମୁକ୍ତସର ଜିଲ୍ଲା ମଲୌଟ ତହସିଲ ଅଧୀନରେ ଥିବା ନିଜ ଗାଁରେ ଗହମ, ଧାନ ଓ କପା କ୍ଷେତରେ କାମ କରି ଦିନକୁ ୨୫୦-୩୦୦ ଟଙ୍କା ରୋଜଗାର କରନ୍ତି । ୧୯୬୦ ଦଶକ ଓ ତା’ ପର ସମୟ, ଯେତେବେଳେ ପଞ୍ଜାବରେ କୃଷିକ୍ଷେତ୍ରରେ ପରିବର୍ତ୍ତନ, ଯାନ୍ତ୍ରିକୀକରଣ ବ୍ୟାପକ ହେଲା ସେ ସମୟର କଥା ଦର୍ଶାଇ ସେ କହନ୍ତି, ‘‘ପୂର୍ବଭଳି ଏବେ ଆଉ ଅଧିକ କାମ ମିଳୁନାହିଁ । ହରିତ କ୍ରାନ୍ତି (ସବୁଜ ବିପ୍ଳବ) ପରଠାରୁ ଶ୍ରମିକମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି’’।
Hardeep Kaur (left), 42, is a Dalit labourer from Bhuttiwala village of Gidderbaha tehsil in Punjab’s Muktsar district. She reached the Tikri border on January 7 with other union members. “I started labouring in the fields when I was a child. Then the machines came and now I barely get work on farms," she says "I have a job card [for MGNREGA], but get that work only for 10-15 days, and our payments are delayed for months." Shanti Devi (sitting, right) a 50-year-old Dalit agricultural labourer from Lakhewali village of Muktsar district, says, “We can eat only when we have work. Where will go once these farm laws are implemented? Right: Shanti Devi’s hands
PHOTO • Sanskriti Talwar
Hardeep Kaur (left), 42, is a Dalit labourer from Bhuttiwala village of Gidderbaha tehsil in Punjab’s Muktsar district. She reached the Tikri border on January 7 with other union members. “I started labouring in the fields when I was a child. Then the machines came and now I barely get work on farms," she says "I have a job card [for MGNREGA], but get that work only for 10-15 days, and our payments are delayed for months." Shanti Devi (sitting, right) a 50-year-old Dalit agricultural labourer from Lakhewali village of Muktsar district, says, “We can eat only when we have work. Where will go once these farm laws are implemented? Right: Shanti Devi’s hands
PHOTO • Sanskriti Talwar

ହରଦୀପ କୌର (ବାମ),୪୨, ପଞ୍ଜାବର ମୁକ୍ତସର ଜିଲ୍ଲା ଗିଦ୍ଦରବାହା ତହସିଲ ଅଧୀନ ଭୁଟ୍ଟିୱାଲା ଗାଁର ଜଣେ ଦଳିତ ଶ୍ରମିକ । ଅନ୍ୟ ୟୁନିୟନ ସଦସ୍ୟଙ୍କ ସହ ସେ ଜାନୁଆରୀ ୭ ତାରିଖରେ ଟିକ୍ରି ସୀମାରେ ପହଞ୍ଚିଲେ। ସେ କହନ୍ତି, ‘‘ମୁଁ ପିଲାବେଳୁ କ୍ଷେତରେ କାମ କରିବା ଆରମ୍ଭ କରିଥିଲି । ତା’ ପରେ ମେସିନ୍‌ ଆସିଲା ଏବଂ ବର୍ତ୍ତମାନ ମୁଁ ଚାଷ ଜମିରେ ଆଉ ଖୁବ୍‌ କମ୍‌ କାମ ପାଉଛି ।’’ ‘‘ମୋ ପାଖରେ ଜବ୍‌ କାର୍ଡ [ମନରେଗା ପାଇଁ] ଅଛି, କିନ୍ତୁ ସେଥିରେ ମାତ୍ର ୧୦-୧୫ ଦିନ କାମ ମିଳେ ଏବଂ ମାସ ମାସ ଧରି ପାଉଣା ବିଳମ୍ବିତ କରାଯାଏ’’। ମୁକ୍ତସର ଜିଲ୍ଲା ଲଖେୱାଲି ଗାଁରୁ ଆସିଥିବା ଜଣେ ୫୦ ବର୍ଷୀୟା ଦଳିତ କୃଷି ଶ୍ରମିକ ଶାନ୍ତି ଦେବୀ(ଡାହାଣ ପାଖରେ ବସିଥିବା) କହନ୍ତି ‘‘କାମ ମିଳିଲେ ଯାଇ ଆମେ ଖାଦ୍ୟ ପାଉ । ଏହି କୃଷି ଆଇନଗୁଡ଼ିକ ଲାଗୁ ହେଲେ ଆମେ କୁଆଡ଼େ ଯିବୁ ?’’ ଡାହାଣ: ଶାନ୍ତି ଦେବୀଙ୍କ ହାତ

ସେ କହନ୍ତି ‘‘ମୋର ବୟସ ହୋଇଯାଇଛି କିନ୍ତୁ ମୁଁ ଦୁର୍ବଳ ନୁହେଁ । କାମ ମିଳିଲେ ମୁଁ ଏବେ ବି କଠିନ ପରିଶ୍ରମ କରିପାରିବି ।’’ ‘‘କିନ୍ତୁ ଏବେ ମେସିନ ସ୍ଥାନ ନେଇସାରିଛି । ଆମେ କୃଷି ଶ୍ରମିକମାନେ ଆଉ (ଅଧିକ) କାମ ପାଉନାହୁଁ । ଆମ ପିଲାମାନେ ଭୋକିଲା ରହୁଛନ୍ତି । ଦିନକୁ କେବଳ ଗୋଟିଏ ଥର ପେଟପୁରା ଖାଦ୍ୟ ମିଳୁଛି । ସବୁ ସୀମା ଟପି, ଆମଠାରୁ ଆମର ଅଧିକାଂଶ କାମ ଛଡ଼ାଇ ନେଇ, ବଞ୍ଚି ଥାଉ ଥାଉ ସରକାର ଆମ ଜୀବନ ନର୍କ କରିଦେଇଛନ୍ତି ।’’

ସେ କହନ୍ତି, ‘‘କୃଷି କ୍ଷେତ୍ରରେ ଏବେ ଖୁବ୍‌ କମ୍‌ ଦିନର କାମ ବାକି ଥିବାବେଳେ, ଶ୍ରମିକମାନେ ଏବେ ମନରେଗା କାମ ଚାଲିଥିବା ସ୍ଥାନକୁ ଯାଉଛନ୍ତି । ପଞ୍ଜାବରେ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ଅଧୀନରେ ଗ୍ରାମାଞ୍ଚଳର ପ୍ରତି ପରିବାର ପାଇଁ ଦିନକୁ ୨୫୮ ଟଙ୍କାରେ ବର୍ଷକୁ ୧୦୦ ଦିନର କାମ ଦେବା ପାଇଁ ନିୟମ ରହିଛି । କିନ୍ତୁ ସେ କହନ୍ତି ‘‘ ଏହା କେତେ ଦିନ?’’ ‘‘ଆମେ ସ୍ଥିର କାମ ଦାବି କରିଆସୁଛୁ । ଆମେ ପ୍ରତିଦିନ କାମ ପାଇଁ ଦାବି କରୁଛୁ ।’’

ତାରାବନ୍ତି ଏକ ଦଳିତ ସମ୍ପ୍ରଦାୟର ଅଟନ୍ତି । ସେ କହନ୍ତି, ‘‘ଏହା ଆମ ପାଇଁ ସର୍ବଦା ଭିନ୍ନ ରହିଆସିଛି । ଏବଂ ଆମେ ଗରିବ,’’ ‘‘ସେମାନେ [ଉଚ୍ଚ ଜାତିର ଲୋକେ] ଆମକୁ ସମାନ ଭାବେ ଦେଖନ୍ତି ନାହିଁ । ଅନ୍ୟମାନଙ୍କ ଦ୍ୱାରା ଆମେ ମଣିଷ ଭାବେ ଗଣାଯାଉନାହିଁ । ଆମକୁ କୀଟପତଙ୍ଗ ଭାବେ ଦେଖନ୍ତି।’’

ସେ କହନ୍ତି, ‘‘କିନ୍ତୁ ଏବେ ଚାଲିଥିବା ବିକ୍ଷୋଭରେ, ଦିନ ପରେ ଦିନ ସବୁ ଶ୍ରେଣୀ, ଜାତି ଓ ଲିଙ୍ଗରୁ ଅଂଶଗ୍ରହଣ ବଢ଼ିବାରେ ଲାଗିଛି ।’’ ‘‘ଏଥର ଏହି ଆନ୍ଦୋଳନରେ ଆମେ ସମସ୍ତେ ଏକାଠି ହୋଇଛୁ । ଆମେ ଏବେ ଠିକ୍‌ ପଥରେ ଅଛୁ । ଏହି କୃଷି ଆଇନଗୁଡ଼ିକ ପ୍ରତ୍ୟାହାର ନ ହେବା ଯାଏଁ ଆମେ ଆନ୍ଦୋଳନ ଜାରି ରଖିବୁ। ଏବେ ଆମେ ସମସ୍ତେ ଏକାଠି ହେବା ଓ ନ୍ୟାୟ ଦାବି କରିବାର ସମୟ ଆସିଛି।’’

Pamanjeet Kaur, 40, a Dalit labourer from Singhewala village in Malout tehsil of Muktsar district, Punjab, was among the 300 women members of Punjab Khet Mazdoor Union who reached on the outskirts of the national capital on January 7. They all returned to Punjab on January 10. Right: Paramjeet's hands
PHOTO • Sanskriti Talwar
Pamanjeet Kaur, 40, a Dalit labourer from Singhewala village in Malout tehsil of Muktsar district, Punjab, was among the 300 women members of Punjab Khet Mazdoor Union who reached on the outskirts of the national capital on January 7. They all returned to Punjab on January 10. Right: Paramjeet's hands
PHOTO • Sanskriti Talwar

ପଞ୍ଜାବ ମୁକ୍ତସର ଜିଲ୍ଲା ମଲୌଟ ତହସିଲ ଅଧୀନ ସିଙ୍ଘେୱାଲା ଗାଁରୁ ଆସିଥିବା ୪୦ ବର୍ଷୀୟା ପରମଜିତ୍‌ କୌର, ଜଣେ ଦଳିତ ଶ୍ରମିକ। ସେ କ୍ଷେତ ମଜଦୁର ୟୁନିୟନର ୩୦୦ ମହିଳା ସଦସ୍ୟଙ୍କ ମଧ୍ୟରୁ ଜଣେ, ଯିଏ ଜାନୁଆରୀ ୭ ତାରିଖରେ ଦିଲ୍ଲୀ ଉପକଣ୍ଠରେ ପହଞ୍ଚିଥିଲେ । ସେମାନେ ସମସ୍ତେ ଜାନୁଆରୀ ୧୦ ତାରିଖରେ ପଞ୍ଜାବ ଫେରିଗଲେ । ଡାହାଣ: ପରମଜିତଙ୍କ ହାତ

୨୦୨୦ ଜୁନ୍‌ ୫ ତାରିଖରେ, କୃଷି ଆଇନଗୁଡ଼ିକ ଅଧ୍ୟାଦେଶ ଆକାରରେ ପାରିତ ହେଲା, ତା’ପରେ ଫାର୍ମ ବିଲ୍‌ ଆକାରରେ ସଂସଦରେ ସେପ୍ଟେମ୍ବର ୧୪ରେ ଉପସ୍ଥାପିତ କରାଗଲା ଏବଂ ସେହି ମାସ ୨୦ ତାରିଖରେ ଆଇନରେ ପରିଣତ ହେଲା । ତିନିଟି ଆଇନ ହେଲା କୃଷକଙ୍କ (ସଶକ୍ତିକରଣ ଓ ସୁରକ୍ଷା) ମୂଲ୍ୟ ନିଶ୍ଚିତତା ଏବଂ କୃଷି ସେବା ଆଇନ, ୨୦୨୦ , କୃଷକମାନଙ୍କ ଉତ୍ପାଦ ବାଣିଜ୍ୟ ଓ ବ୍ୟବସାୟ (ପ୍ରୋତ୍ସାହନ ଏବଂ ସୁବିଧା) ଆଇନ, ୨୦୨୦ ; ଏବଂ ଜରୁରୀ ଦ୍ରବ୍ୟ (ସଂଶୋଧନ) ଆଇନ, ୨୦୨୦ । ଏହି ଆଇନଗୁଡ଼ିକୁ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରଭାବିତ କରୁଥିବା ଭଳି ସମାଲୋଚନା କରାଯାଇଛି କାରଣ ଭାରତର ସମ୍ବିଧାନର ଧାରା ୩୨କୁ ଦୁର୍ବଳ କରି, ଏଗୁଡ଼ିକ ସମସ୍ତ ନାଗରିକଙ୍କ ଆଇନଗତ ଆଶ୍ରୟ ନେବାର ଅଧିକାର କୁ ଅକ୍ଷମ କରୁଛି ।

ସମସ୍ତ କୃଷକମାନେ ଏହି ୩ଟି ଆଇନକୁ ସେମାନଙ୍କ ଜୀବିକା ବିପର୍ଯ୍ୟସ୍ତ କରିଦେବା ଭଳି ଆଇନ ଭାବେ ଦେଖୁଛନ୍ତି କାରଣ ଏହାଦ୍ୱାରା ବଡ଼ ବ୍ୟାବସାୟିକ ସଂସ୍ଥାଗୁଡ଼ିକର କୃଷକ ଓ କୃଷି କ୍ଷେତ୍ର ଉପରେ ଆହୁରି ଅଧିକ କ୍ଷମତା ଦଖଲ ପାଇଁ ପଥ ପ୍ରସାରିତ କରିବ ବୋଲି ସେମାନେ ଭାବୁଛନ୍ତି । ଏହି ଆଇନଗୁଡ଼ିକ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି), କୃଷି ଉତ୍ପାଦ ବଜାର କମିଟି(ଏପିଏମ୍‌ସି), ରାଜ୍ୟର ଫସଲ କ୍ରୟ ଏବଂ ଏହିଭଳି ଉତ୍ପାଦକଙ୍କୁ ସହାୟତା କରୁଥିବା ମୁଖ୍ୟ ନିୟମକୁ ମଧ୍ୟ ଉପେକ୍ଷା କରୁଛି ।

ତାରାବନ୍ତି କହିଲେ, ‘‘ସରକାର କହୁଛନ୍ତି ଏହି ଆଇନଗୁଡ଼ିକରେ ପରିବର୍ତ୍ତନ (ସଂଶୋଧନ) କରିବେ । କିନ୍ତୁ ଯଦି ପ୍ରଥମେ ଏହି ଆଇନଗୁଡ଼ିକ ଠିକ୍‌ ଥିଲା, ଯେମିତି ସେମାନେ କହୁଥିଲେ, ତେବେ ଏବେ ସେମାନେ କାହିଁକି ପରିବର୍ତ୍ତନ କଥା କହୁଛନ୍ତି ? ଏହାର ଅର୍ଥ ହେଲା ସେମାନେ ଆଣିଥିବା ଆଇନ ଭଲ ନ ଥିଲା ।’’

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Sanskriti Talwar

Sanskriti Talwar is an independent journalist based in New Delhi. She reports on gender issues.

Other stories by Sanskriti Talwar