ଦୁଇବର୍ଷରେ ଅତିକମ୍‌ରେ ୧୩ଟି ମୃତ୍ୟୁ, ୧୫ ବି ହୋଇପାରେ।ଅନେକ ଗୋରୁଗାଈ ମରିଛନ୍ତି ଏବଂ କ୍ଷତବିକ୍ଷତ ହୋଇଛନ୍ତି। ସବୁକିଛି ହୋଇଛି ଯବତ୍‌ମାଲ୍‌ର ୫୦ ବର୍ଗ କିଲୋମିଟର ଅଞ୍ଚଳ ମଧ୍ୟରେ। ଏହି ଜିଲ୍ଲା କୃଷି ବିପର୍ଯ୍ୟୟ ଏବଂ କୃଷକ ମୃତ୍ୟୁ ପାଇଁ ମଧ୍ୟ କୁଖ୍ୟାତି ଅର୍ଜନ କରିଛି। ଗତ ସପ୍ତାହ ପର୍ଯ୍ୟନ୍ତ ବିଦର୍ଭର ରାଲେଗାଓଁ ତହସିଲରେ ନିଜର ଦୁଇ ଶାବକଙ୍କ ସହ ବୁଲୁଥିବା ଏକ ବାଘୁଣୀ ଗ୍ରାମବାସୀ ଏବଂ ଜଙ୍ଗଲ ଅଧିକାରୀମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ପ୍ରାୟ ୫୦ଟି ଗ୍ରାମରେ ଚାଷବାସ ବାଧାପ୍ରାପ୍ତ ହୋଇଥିଲା। କୃଷି ଶ୍ରମିକମାନେ ଏକୁଟିଆ କ୍ଷେତକୁ ଯିବାକୁ ଭୟ କରୁଥିଲେ କିମ୍ବା ଭୟଭୀତ ଅବସ୍ଥାରେ ଦଳ ହୋଇ ଯାଉଥିଲେ।

ସାଧାରଣରେ ଗୋଟିଏ ଆଲୋଚନା ଥିଲା,‘‘ ତିଚା ବନ୍ଦୋବସ୍ତ କରା’’ (‘‘ବାଘୁଣୀର ବନ୍ଦୋବସ୍ତ କର ’’)।

 କ୍ରମଶଃ ବୃଦ୍ଧି ପାଉଥିବା କ୍ରୋଧ ଏବଂ ଜନତାଙ୍କ ଚାପ ଜଙ୍ଗଲ ଅଧିକାରୀମାନଙ୍କୁ ଚିନ୍ତାରେ ପକାଇ ଦେଲା, ଟି୧ ବା ଅବନୀ(ପୃଥିବୀ) ଭାବରେ ଜଣାଶୁଣା ଏହି ବାଘୁଣୀକୁ ଧରିବା କିମ୍ବା ମାରିବା ପାଇଁ ବ୍ୟସ୍ତ ହୋଇଉଠିଲେ। ଏହା ଏକ ଜଟିଳ ଏବଂ କଷ୍ଟକର ଅଭିଯାନରେ ପରିଣତ ହେଲା। ଏଥିରେ ୨୦୦ ଜଙ୍ଗଲ ରକ୍ଷକ, ଟ୍ରାକର୍‌, ସାର୍ପ ସୁଟର୍‌, ମହାରାଷ୍ଠ୍ର ଜଙ୍ଗଲ ବିଭାଗର ଶୀର୍ଷ ଅଧିକାରୀ ଏବଂ କେନ୍ଦ୍ର ଭାରତର ବହୁ ସଂଖ୍ୟକ ବିଶାରଦ ପ୍ରମୁଖ ଏଥିରେ ସଂଶ୍ଲିଷ୍ଟ ହେଲେ। ସମସ୍ତେ ୨୪ ଘଣ୍ଟିଆ ଅଭିଯାନ ପାଇଁ ଶିବିର ପକାଇଲେ ଯାହାକି ଟି୧କୁ ହତ୍ୟା କରିବା ସହ ନଭେମ୍ବର ୨ ତାରିଖରେ ଶେଷ ହେଲା।

(ଦେଖନ୍ତୁ ଇନ୍‌ ଟାଇଗ୍ରେସ୍‌ ଟି୧ ଟେରିଟୋରୀ: କ୍ରୋନିକିଲ୍‌ ଅଫ୍‌ ଏ କିଲିଂ ଏବଂ ‘ହ୍ୱେନ୍‌ ଆଇ ସି ହିମ୍‌ ବ୍ୟାକ୍‌ ହୋମ୍‌ , ଆଇ ଥ୍ୟାଙ୍କ ଦି ଟାଇଗର୍‌)

 ୨୦୧୬ ମସିହା ମଧ୍ୟଭାଗରୁ ଆରମ୍ଭ କରି ଏ ମଧ୍ୟରେ ବାଘୁଣୀ ଅନେକଙ୍କୁ ହତ୍ୟା କରିଛି। ତା’ ହେଲେ ଏହି ଦୁଇବର୍ଷରେ ତାକୁ ସନ୍ଦେହ କରି ନଥିବା କେଉଁମାନେ ତା’ର ଶୀକାର ହୋଇଛନ୍ତି।

*****

ଏକ: ବୋରାତି ଗ୍ରାମର ପାର୍ଦ୍ଧି ଯାଯାବର ଆଦିବାସୀ ଗୋଷ୍ଠୀର ୭୦ବର୍ଷ ବୟସ୍କା ସୋନାବାଈ ଘୋଷାଲେ, ଜୁନ୍‌ ୧, ୨୦୧୬

ସୋନାବାଈ ଟି୧ର ପ୍ରଥମ ଶିକାର। ୨୦୧୬, ଜୁନ୍‌ ୧ ତାରିଖ ସକାଳେ ସେ ନିଜ ଛେଳିମାନଙ୍କ ପାଇଁ ସବୁଜ ଘାସ ସଂଗ୍ରହ କରିବା ପାଇଁ ଜମିକୁ ଯାଇଥିଲେ। ଗଲାବେଳେ ଅସୁସ୍ଥ ସ୍ୱାମୀ ୱାମନ ରାଓ (ସେ ମୃତ୍ୟୁବରଣ କରିଛନ୍ତି)ଙ୍କୁ କହି ଯାଇଥିଲେ, ‘‘ମୁଁ ଖୁବ୍‌ଶୀଘ୍ର ଏହା ଶେଷ କରି ଫେରିବି’’  ବୋଲି ତାଙ୍କ ବଡ଼ପୁଅ ସୁବାସ କୁହନ୍ତି।

ଏହା ତାଙ୍କର ଦୈନନ୍ଦିନ କାର୍ଯ୍ୟ। ଶୀଘ୍ର ଉଠିବା, ଘର କାମ ଶେଷ କରି ଜମିକୁ ଯିବା ଏବଂ ଘାସ କାଟି ଆଣିବା। କିନ୍ତୁ ସେଦିନ ସୋନାବାଈ ଫେରିଲେନି।

ସୁବାସ ବୋରାତି ଗ୍ରାମର ନିଜର ଦୁଇ ବଖରା ଚାଳ ଛପର ଘରର ବାରଣ୍ଡାରେ ବସି ସେଦିନର କଥା ମନେପକାଇ କହିଥିଲେ, ‘‘ସେ ଅପରାହ୍ନରେ ଆମକୁ କହିଲେ ମାଏପର୍ଯ୍ୟନ୍ତ ଜମିରୁ ଫେରିନି। ମୁଁ ଗୋଟିଏ ପିଲାକୁ ତାକୁ ଖୋଜିବାକୁ ପଠାଇଲି କିନ୍ତୁ ସେ ଫେରିଆସି କହିଲା, ମାଙ୍କୁ କେଉଁଠି ବି ଦେଖିବାକୁ ପାଇଲାନି, କେବଳ ତାର ପ୍ଲାଷ୍ଟିକ୍‌ ପାଣି ବୋତଲ ସେଠି ଥିଲା।’’ ତେଣୁ ସୁବାସ ଓ ଅନ୍ୟ କେତେଜଣ ଜମିକୁ ଗଲେ। 

Subhash Ghosale, a tribal farmer in village Borati, holds the photo of her mother Sonabai Ghosale, T1’s first victim. She died in T1’s attack on her field close to the village on June 1, 2016
PHOTO • Jaideep Hardikar

ବୋରାତି ଗ୍ରାମର ସୋନାବାଈ ଘୋଷାଲେ ୨୦୧୬, ଜୁନ୍‌ ୧ରେ ଟି୧ର ପ୍ରଥମ ଶିକାର। ତାଙ୍କ ପୁଅ ସୁବାସ କୁହନ୍ତି, ‘ଆମେ ବାଘକୁ ଅନୁସରଣ କଲୁ ଏବଂ ତାର କ୍ଷତବିକ୍ଷତ ଶରୀର ପାଇଲୁଆମେ ସ୍ତବ୍‌ଧ ହୋଇଗଲୁ।

ସେମାନେ ତାଙ୍କ ୫ଏକର ଜମି ଯେଉଁଠାରେ ସେମାନେ କପା, ହରଡ଼ ଏବଂ ଯଅ ପ୍ରଭୃତି ଚାଷ କରନ୍ତି, ତାର ଏକ ଶୁଖିଲା କୋଣରେ କାହାକୁ ଘୋଷଡ଼ା ଯାଇଥିବାର ଚିହ୍ନ ଦେଖିଲେ। ସୁବାସ ମନେପକାଇ କୁହନ୍ତି, ‘‘ଆମେ ସେହି ଦାଗକୁ ଅନୁସରଣ କଲୁ ଏବଂ ଜମିଠାରୁ ୫୦୦ ମିଟର ଦୂରରେ ଜଙ୍ଗଲରେ ତାର ବିଭତ୍ସ ହୋଇଯାଇଥିବା ଶରୀର ପାଇଲୁ। ଆମେ ସ୍ତବ୍‌ଧ ହୋଇଗଲୁ।

ଟି୧- ସ୍ଥାନୀୟ ଲୋକେ ତାକୁ ଅବନୀ କୁହନ୍ତି- ଏହି ଅଞ୍ଚଳକୁ ୨୦୧୬ ମାର୍ଚ୍ଚ ବେଳକୁ ଆସିଥିଲା ବୋଲି ବିଶ୍ୱାସ କରାଯାଏ। କେତେଜଣ ତାକୁ ଦେଖିଥିଲେ ବୋଲି ମଧ୍ୟ କହିଲେ। କିନ୍ତୁ ସୋନାବାଈର ମୃତ୍ୟୁ ପର୍ଯ୍ୟନ୍ତ ଅଧିକାଂଶ ସେମାନଙ୍କ ଆଖପାଖରେ ଗୋଟିଏ ବାଘ ଥିବା ସମ୍ପର୍କରେ ଅଜ୍ଞ ଥିଲେ। ସନ୍ଦେହ କରାଯାଏ, ସେ ଜବତମାଲ ଜିଲ୍ଲାର ପ୍ରାୟ ୫୦ କିଲୋମିଟର ପଶ୍ଚିମରେ ଥିବା ଟିପେଶ୍ୱର ବନ୍ୟ ଜୀବ ଅଭୟାରଣ୍ୟରୁ ରାଲେଗାଓଁ ତହସିଲରେ ଥିବା ଏହି ଅଞ୍ଚଳକୁ ଖସି ଆସିଛି। ଯେଉଁମାନେ ତାର ଗତିବିଧି ଉପରେ ନଜର ରଖିଥିଲେ, ସେମାନେ କୁହନ୍ତି, ୨୦୧୪ ବେଳକୁ ସେ ଏଠାକୁ ଆସି ଏହାକୁ ନିଜର ରାଜ୍ୟ କରିଥାଇପାରେ। ୨୦୧୭, ଡିସେମ୍ବରରେ ସେ ଦୁଇଟି ଶାବକଙ୍କୁ ଜନ୍ମ ଦେଇଥିଲା। ଗୋଟିଏ ମାଈ ଓ ଗୋଟିଏ ଅଣ୍ଡିରା।

ସୋନାବାଈଙ୍କ ପରିବାର ମହାରାଷ୍ଟ୍ର ଜଙ୍ଗଲ ବିଭାଗ ପକ୍ଷରୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଗ୍ରହଣ କରିଥିଲେ। 

ମୁଁ ରାଲେଗାଓଁ ତହସିଲରେ ଭେଟିଥିବା ଅନେକ ଲୋକ ସେବେଠାରୁ ସେଇ ବାଘୁଣୀ କିପରି ନିଜ ଶିକାରର ବେକ କଣା କରି ରକ୍ତ ଶୋଷି ନେଉଥିଲା ତାହା ବର୍ଣ୍ଣନା କରିଥିଲେ। 

*****

ଦୁଇ: ସରାତି ଗ୍ରାମର କୁନ୍‌ବି ପଛୁଆବର୍ଗର ୪୦ବର୍ଷ ବୟସ୍କ ଗଜାନନ ପାୱାର, ଅଗଷ୍ଟ ୨୫, ୨୦୧୭

ଆମେ ଯେତେବେଳେ ପହଞ୍ଚିଲୁ ସେତେବେଳେ ଇନ୍ଦୁକଳାବାଈ ପାୱାର ତାଙ୍କ ଘରେ ଏକୁଟିଆ ଥିଲେ। ୨୦୧୭, ଅଗଷ୍ଟ ୨୫ରେ ତାଙ୍କ ସାନପୁଅ ୪୦ବର୍ଷ ବୟସ୍କ ଗଜାନନଙ୍କୁ ଟି୧ ମାରିଦେଲା। ସେ ତାଙ୍କ ଗାଁ ସରାତିରେ ଥିବା ନିଜ ଜମିରେ କାମ କରୁଥିଲେ। ଲୋନି ଓ ବୋରାତି ଗାଁ ମଝିରେ ଥିବା ଏହି ଗାଁ ଏକ ବୁଦାଳିଆ ଜଙ୍ଗଲକୁ ଲାଗିଛି। ସେହି ଅପରାହ୍ନରେ ବାଘୁଣୀଟି ପଛପଟୁ ଆସି ତାଙ୍କୁ ମାଡ଼ିବସିଲା। ଗ୍ରାମବାସୀମାନେ ତାଙ୍କ ଶରୀର ଜଙ୍ଗଲର ୫୦୦ ମିଟର ଭିତରରେ ପାଇଲେ। ଇନ୍ଦୁକଳାବାଈ କୁହନ୍ତି, ‘‘ଗଜାନନର ଦୁଇ ଛୋଟ ଝିଅଙ୍କ ବିଷୟରେ ଚିନ୍ତା କରି କରି ମୋ ସ୍ୱାମୀ ୪ ମାସ ତଳେ ମୃତ୍ୟୁବରଣ କଲେ। ତାଙ୍କ ବୋହୂ ମଙ୍ଗଳା ୱାର୍ଦ୍ଧା ଜିଲ୍ଲାରେ ଥିବା ତାଙ୍କ ବାପ ଘର ଗାଁକୁ ଚାଲିଯାଇଛି। ଇନ୍ଦୁକଳାବାଈ କୁହନ୍ତି, ‘‘ସେ ଏତେ ଭୟଭୀତ ହୋଇଛି ଯେ ସେ ବାଘୁଣୀ ଧରାନହେବା କିମ୍ବା ମରାନଯିବା ପର୍ଯ୍ୟନ୍ତ ଏଠାରେ ରହିବାକୁ ଚାହୁଁନାହିଁ।’’

Indukala Pawar lost her husband Shyamrao early this year, but she says he died in tension after the couple lost their elder son Gajanan (framed photo) last year in T1’s attack in Sarati
PHOTO • Jaideep Hardikar

ଇନ୍ଦୁକଳାବାଈ ପାୱାରଙ୍କ ପୁଅ ଗଜାନନ (ସେ ଧରିଥିବା ଫଟୋ ଫ୍ରେମ୍‌ରେ) ୨୦୧୭, ଅଗଷ୍ଟ ମାସରେ ସରାତି ଗ୍ରାମରେ ବାଘୁଣୀ ଟି୧ ଦ୍ୱାରା ନିହତ ହୋଇଥିଲେ। ତାଙ୍କ ସ୍ୱାମୀ ଶ୍ୟାମରାଓ ସେହି ଆଘାତରେ କେଇମାସ ତଳେ ପ୍ରାଣ ହରାଇଲେ। 

ସେହି ଘଟଣା ପରଠାରୁ ସରାତିରେ ଗ୍ରାମବାସୀମାନେ ରାତ୍ରୀ ଜଗୁଆଳି ବ୍ୟବସ୍ଥା କରିଛନ୍ତି। ଜଙ୍ଗଲ ବିଭାଗ ପକ୍ଷରୁ ଅବନୀକୁ ଧରିବା ପାଇଁ ଚାଲିଥିବା ଅଭିଯାନରେ କେତେଜଣ ଯୁବକ ଦୈନିକ ମଜୁରିରେ ଯୋଗ ଦେଇଛନ୍ତି। ମରାଠି ଦୈନିକ ଖବର କାଗଜ ଦେଶୋନ୍ନତି ପାଇଁ ସମ୍ବାଦଦାତା ଭାବରେ କାର୍ଯ୍ୟ କରୁଥିବା ଜଣେ ଯୁବ ଗ୍ରାମବାସୀ ରବୀନ୍ଦ୍ର ଥାକ୍ରେ କହିଥିଲେ, ‘‘କପା ତୋଳିବା ପାଇଁ ଶ୍ରମିକ ମିଳିବା ଏକ ସମସ୍ୟା ହୋଇଗଲାଣି, ଭୟ ଯୋଗୁ  କେହି ଜମିକୁ ଯିବାକୁ ଚାହୁନାହାନ୍ତି।

ଇନ୍ଦୁକଳାବାଈଙ୍କ ବଡ଼ପୁଅ ବିଷ୍ଣୁ ପରିବାରର ୧୫ଏକର ଜମି ହଳ କରୁଛନ୍ତି। ସେ ସେଥିରେ କପା ଓ ସୋୟାବିନ୍‌ ଲଗାନ୍ତି ଏବଂ ରବି ଋତୁରେ କିଛି ଜମିରେ ଗହମ ଚାଷ କରନ୍ତି।

କ୍ଷେତରେ କାମ କଲାବେଳେ ବାଘୁଣୀଟି ପଛପଟୁ ଆସିବାରେ ଗଜାନନ ନିଶ୍ଚୟ ଚକିତ ହୋଇଯାଇଥିବ ବୋଲି ତାଙ୍କ ମାକହିଥିଲେ। ଖୁବ୍‌ ଅସନ୍ତୁଷ୍ଟ ଏବଂ ରାଗିଯାଇଥିବା ତାଙ୍କ ମାକହିଥିଲେ, ‘‘କେଉଁଠୁ ଆସିଥିବା ଏହି ବାଘୁଣୀ ଯୋଗୁ ମୁଁ ମୋ ପୁଅକୁ ହରାଇଲି। ଜଙ୍ଗଲ ବିଭାଗ ତାକୁ ମାରିଦେବା ଉଚିତ୍। କେବଳ ତାପରେ ହିଁ ଆମେ ସ୍ୱାଭାବିକ ଜୀବନ ଜିଇଁ ପାରିବୁ ଆଉଥରେ।’’

*****

ତିନି: ରାମାଜୀ ସେନ୍ଦ୍ରେ, ୬୮, ଲୋନି ଗ୍ରାମର ଗୋଣ୍ଡ ଗୋୱାରି ଜନଜାତିର, ଜାନୁଆରୀ ୨୭, ୨୦୧୮

କଳାବାଈ ଏ ବର୍ଷ ଜାନୁଆରୀ ମାସର ସେଇ ଶୀତୁଆ ସନ୍ଧ୍ୟାର ସ୍ମୃତିରେ ବିବ୍ରତ ହୋଇଅଛନ୍ତି। ତାଙ୍କ ସ୍ୱାମୀ ୭୦ବର୍ଷ ବୟସ୍କ ରାମାଜୀ ରବି ଋତୁରେ ତାଙ୍କ ଦୁଇ ଏକର ଜମିରେ କଟା ହେବାକୁ ରହିଥିବା ତାଙ୍କ ଗହମ ଫସଲକୁ ଜଙ୍ଗଲି ବାର୍‌ହା ଏବଂ ନୀଳ ଗାଈଙ୍କ ଠାରୁ ରକ୍ଷା କରିବା ନିମନ୍ତେ ନିଆଁ ଜାଳି ବସିଥିଲେ। ସେମାନଙ୍କ ଜମିର ଅନ୍ୟ ପାର୍ଶ୍ୱରୁ କଳାବାଈ କପା ତୋଳୁଥିଲେ। ହଠାତ୍‌ ସେ ଏକ ଶବ୍ଦ ଶୁଣିଲେ ଏବଂ ଗୋଟିଏ ବାଘୁଣୀ ତାଙ୍କ ସ୍ୱାମୀଙ୍କୁ ପଛରୁ ମାଡ଼ିବସିଲା। ଟି୧ ବୁଦା ଭିତରୁ ବାହାରି ରାମାଜୀଙ୍କ ବେକକୁ ଧରିଥିଲା। ସେହି ସ୍ଥାନରେ ତାଙ୍କର ମୃତ୍ୟୁ ଘଟିଲା ବୋଲି କଳାବାଈ କୁହନ୍ତି।

ରାମାଜୀ ତାଙ୍କ ଜମି କଥା ବୁଝୁଥିଲେ, ତାଙ୍କ ପୁଅମାନେ ଅନ୍ୟମାନଙ୍କ ଜମିରେ ଶ୍ରମିକ ଭାବରେ କାମ କରୁଥିଲେ। କଳାବାଈ କୁହନ୍ତି, ‘‘ଯେବେଠାରୁ ଆମର ବିବାହ ହୋଇଛି, ସେବେଠାରୁ ଆମେ ପ୍ରତିଦିନ ଆମେ ଏକାଠି ଚାଷ କାମ କରୁଥିଲୁ। ଏହା ହିଁ ଆମ ଜୀବନ ଥିଲା।’’ ବର୍ତ୍ତମାନ ସେ ଜମିକୁ ଯିବା ବନ୍ଦ କରିଦେଇଛନ୍ତି। ସେ କୁହନ୍ତି, ‘‘ମାଲା ଧାଡ଼କି ଭାର୍‌ତେ [ମୋତେ ଭୟ ଲାଗୁଛି]’’

Kalabai Shendre stood a mute witness on her farm, trembling and watching T1 attack and maul her husband Ramaji. At her home in Loni village, the epicenter of the drama, she recounts the horror and says she’s not since returned to the farm in fear
PHOTO • Jaideep Hardikar
Kalabai Shendre stood a mute witness on her farm, trembling and watching T1 attack and maul her husband Ramaji. At her home in Loni village, the epicenter of the drama, she recounts the horror and says she’s not since returned to the farm in fear
PHOTO • Jaideep Hardikar

ଯେତେବେଳେ ଟି୧ ତାଙ୍କ ସ୍ୱାମୀ ରାମାଜୀଙ୍କୁ ଆକ୍ରମଣ କରି ଖଣ୍ଡିଆ ଖାବରା କଲା ସେତେବେଳେ କଳାବାଈ ସେନ୍ଦ୍ରେ ଛିଡ଼ାହୋଇ ଥରୁଥିଲେ। ଲୋନି ଗ୍ରାମସ୍ଥିତ ତାଙ୍କ ଘରେ ସେ ଏହି ଆତଙ୍କକୁ ମନେପକାଇ କହିଥିଲେ ଯେ ଜମିକୁ ଯିବା ପାଇଁ ତାଙ୍କୁ ଭୟ ଲାଗୁଛି। 

କଳାବାଈଙ୍କ ଚାଳ ଛପର ଘରର କାନ୍ଥରେ ତାଙ୍କ ସ୍ୱାମୀଙ୍କର ଏକ ଫ୍ରେମ୍‌ବନ୍ଧା ଫଟୋ ଝୁଲୁଥିଲା। ସେଠାରେ ଗୋଟିଏ ଚେୟାରରେ ବସିଥିବା କଳାବାଈ କହିବା ପାଇଁ ଶବ୍ଦ ପାଉନଥିଲେ। ଯନ୍ତ୍ରଣା ଭିତରେ କାନ୍ଦୁଥିବା ଅବସ୍ଥାରେ ରହି ରହି ସେ ପଦେ ପଦେ କଥା କହୁଥିଲେ। ସ୍ୱାମୀଙ୍କ ଫଟୋକୁ ଅନାଇ ସେ କହୁଥିଲେ, ମୁଁ ଭୟରେ ଥରି ଥରି ଗୋଟିଏ କୁଦ ଉପରକୁ ଯାଇ ସାହାଯ୍ୟ ପାଇଁ ଚିତ୍କାର କଲି। ସେ କେବେ ବି ଚିନ୍ତା କରିନଥିବେ ଯେ ତାଙ୍କର ମୃତ୍ୟୁ ଏହିପରି ଭାବରେ ହେବ।

କଳାବାଈ ନିଜକୁ ରକ୍ଷା କରିବା ପାଇଁ ଗୋଟିଏ ଉଚ୍ଚ ସ୍ଥାନକୁ ଦୌଡ଼ିଯିବା ବେଳେ ବାଘୁଣୀ ରାମାଜୀଙ୍କ ଶରୀରକୁ ଘୋଷାଡ଼ି ନେଇଥିଲା।

ଅନ୍ୟଜଣେ ଗ୍ରାମବାସୀ ବାବାରାଓ ୱାଥୋଡ଼େ, ୫୬ ନିଜ ଗୋରୁ ଗାଈଙ୍କ ସହ ନିକଟରେ ଥିଲେ। ଯେତେବେଳେ ସେ ଦେଖି ଟି୧ ରାମାଜୀଙ୍କ ବେକକୁ ଧରିଛି, ସେତେବେଳେ ସେ ଚିତ୍କାର କଲେ ଏବଂ ତାଉପରକୁ ଏକ ବାଡ଼ି ଫିଙ୍ଗିଲେ । ବାଘୁଣୀ ତାଙ୍କୁ ଚାହିଁଲା ଏବଂ ପୁଣି ଥରେ ତାଙ୍କୁ ଘୋଷାଡ଼ି ଧରି ଚାଲିଲା। ଏହାପରେ ୱାଥୋଡ଼େ ତାକୁ ଗୋଡ଼ାଇବାରୁ ବାଘୁଣୀଟି ମୃତଦେହକୁ ସେଇଠି ଛାଡ଼ିଦେଲା ଏବଂ ହଠାତ୍‌ ଏକ ଟ୍ରକ୍‌ ଆସିବାରୁ ଜଙ୍ଗଲ ଭିତରେ ହଜିଗଲା।

ରାମାଜୀଙ୍କ ପୁଅ ନାରାୟନ ଯାହାଙ୍କର ଦୃଷ୍ଟି ଶକ୍ତି ଦୁର୍ବଳ ବର୍ତ୍ତମାନ ତାଙ୍କ ଗାଁର ଗାଈ ଓ ମେଣ୍ଢା ଚରାଳିଙ୍କ ଉପରେ ନଜର ରଖିବା ପାଇଁ ଏବଂ ସେମାନେ ପଶୁ ଚରାଇବା ବେଳେ ତାଙ୍କ ସହ ଯିବା ପାଇଁ ଜଙ୍ଗଲ ବିଭାଗରେ ଗାର୍ଡ଼ ଭାବରେ ନିଯୁକ୍ତି ପାଇଛନ୍ତି। ନାରାୟଣଙ୍କ ବଡ଼ପୁଅ ସାଗର ସ୍କୁଲର ପାଠପଢ଼ା ଅଧାରୁ ଛାଡ଼ିଛନ୍ତି, ବାପାଙ୍କୁ ଚାଷ କାମରେ ଏବଂ ଗାର୍ଡ ଭାବରେ ପାଇଥିବା ନିଯୁକ୍ତିରେ ସାହାଯ୍ୟ କରୁଛନ୍ତି। ଅକ୍ଟୋବର ୧୨ ତାରିଖରେ ଆମେ ତାଙ୍କ ଘରକୁ ଯିବା ସମୟରେ କଳାବାଈ ଏକଥା କହିଥିଲେ। 

*****

ଚାରି: ଗୁଲାବରାଓ ମୋକାଶେ, ୫୬ବେଦସି ଗ୍ରାମ ଗୋଣ୍ଡ ଆଦିବାସୀ ସଂପ୍ରଦାୟର। ଅଗଷ୍ଟ ୫, ୨୦୧୮

ତାଙ୍କ ବଡ଼ଭାଈ ନାଥୁଜୀ ତାଙ୍କୁ ଜଙ୍ଗଲ ଭିତରକୁ ଯିବା ପାଇଁ ବାରମ୍ବାର ମନା କରୁଥିଲେ। କିନ୍ତୁ ଗୁଲାବରାଓ ତାଙ୍କ କଥା ମାନିନଥିଲେ। ଏହାଥିଲା ଅଗଷ୍ଟ ୫ତାରିଖର ସକାଳ।

ବୟସ୍କ ନାଥୁଜୀ ସେହିଦିନର ଘଟଣା ମନେପକାଇ ବର୍‌ହାଡ଼ି ଭାଷାରେ କହୁଥିଲେ, ‘‘ଯେତେବେଳେ ଆମ ଗାଈମାନେ ହମ୍ବା ରଡ଼ି ଛାଡ଼ିଲେ ଏବଂ ଅସ୍ଥିର ହେଲେ, ସେତେବେଳେ ମୁଁ ଜାଣିଗଲି କିଛି ବିପଦ ଆସୁଛି। ସେମାନେ ବୋଧହୁଏ କିଛି ଜାଣିପାରିଥିଲେ।’’

In Vedshi, T1 killed Gulabrao Mokashe, a Gond farmer in his 60s. His widow Shakuntala, his elder brother Natthuji and son (seated on the chair) Kishor, who is just been appointed as a forest guard, narrate their tale – of the tiger and their fears
PHOTO • Jaideep Hardikar

ବେଦ୍‌ସି ଗ୍ରାମରେ ୬୦ବର୍ଷ ବୟସ୍କ କୃଷକ ଗୁଲାବରାଓ ମୋକାସିଙ୍କୁ ଟି୧ ହତ୍ୟାକଲା। ତାଙ୍କ ବିଧବା ପତ୍ନୀ ଶକୁନ୍ତଳା, ବଡ଼ଭାଇ ନାଥୁଜୀ ଏବଂ ପୁଅ କିଶୋର (ଚେୟାର ଉପରେ ବସିଥିବା) ଆକ୍ରମଣର କଥା କହୁଛନ୍ତି।

କେଇ ମିନିଟ୍‌ ପରେ ସେ ଏକ ବାଘର ହେଣ୍ଟାଲ ଶୁଣିଲେ ଏବଂ ସେ ତାଙ୍କ ଭାଇ ଉପରକୁ ଡେଇଁପଡ଼ିଲା। ଏହା ଏକ ବଡ଼ ଜନ୍ତୁ ଥିଲା ଏବଂ ଗୁଲାବ ରାଓ ତାକୁ ଅଟକାଇ ପାରିଲେନି। ନାଥୁଜୀ ଅସହାୟ ଭାବରେ ଦେଖୁଥିଲେ। ସେ ବାଘୁଣୀକୁ ଚିତ୍କାର କଲେ, ତାଉପରକୁ ପଥର ଫିଙ୍ଗିଲେ। ଜନ୍ତୁଟି ତାଙ୍କ ଭାଇର ଦେହକୁ ସେଇଠି ପକାଇ ଜଙ୍ଗଲ ଭିତରକୁ ଚାଲିଗଲା। ସେ କୁହନ୍ତି, ‘‘ମୁଁ ସାହାଯ୍ୟ ପାଇଁ ଗାଁକୁ ଦୌଡ଼ିଲି, ଅନେକ ଗ୍ରାମବାସୀ ମୋ ସହ ଆସିଲେ ଏବଂ ଆମେ ଭାଇର ମୃତଦେହକୁ ଘରକୁ ଆଣିଲୁଏହା କ୍ଷତବିକ୍ଷତ ହୋଇଯାଇଥିଲା।’’

ନାଥୁଜୀ ଏପର୍ଯ୍ୟନ୍ତ ବିସ୍ମୟ ଏବଂ ଭୟରୁ ମୁକୁଳିପାରୁନାହାନ୍ତି। ଭାଇଦୁହେଁ ନିୟମିତ ଭାବରେ ଗାଁରୁ ୧୦୦ ଗାଈଗୋରୁଙ୍କୁ ଜଙ୍ଗଲକୁ ଚରାଇବାକୁ ନେଉଥିଲେ।  ବେଦ୍‌ସି ଗ୍ରାମ ରାଲେଗାଓଁର ଘୋର ଜଙ୍ଗଲ ମଧ୍ୟରେ ଅଛି। ଯେଉଁଠି ଗତ ଦୁଇବର୍ଷ ହେବ ଟି୧ ତାର ଆତଙ୍କ ସୃଷ୍ଟି କରିଛି।

୨୦୧୮, ଅଗଷ୍ଟରେ ଟି୧ରେ ୩ଜଣଙ୍କୁ ମାରିଥିଲା, ଆରମ୍ଭ କରିଥିଲା ଗୁଲାବ ରାଓଙ୍କଠାରୁ। ଅନ୍ୟ ଗ୍ରାମବାସୀ ଥିଲେ ପଡ଼ୋଶୀ ଗାଁ ବିହିରଗାଓଁର। ସେ ଅଗଷ୍ଟ ୧୧ରେ ମୃତ୍ୟୁବରଣ କଲେ। ତୃତୀୟ ଗ୍ରାମବାସୀ ଥିଲେ ପିମ୍ପଲସେନ୍ଦା ଗାଁର। ଯିଏ ଅଗଷ୍ଟ ୨୮ ତାରିଖରେ ମୃତ୍ୟୁବରଣ କଲେ।

ଗୁଲାବ ରାଓଙ୍କ ପୁଅ କିଶୋର ସେବେଠାରୁ ଜଙ୍ଗଲ ବିଭାଗର ଜଣେ ଗାର୍ଡ ଭାବରେ ମାସକୁ ୯ହଜାର ଟଙ୍କା ଦରମାରେ କାମ କରୁଛନ୍ତି। ସେ କୁହନ୍ତି, ଏବେ ଗାଁର ଗାଈଗୋରୁ ମେଣ୍ଢା ଚରାଳିମାନେ ଏକାଠି ପଶୁ ଚରାଇବାକୁ  ନେଉଛନ୍ତି। ‘‘ଆମେ ଏକାଠି ପାଖାପାଖି ରହୁଛୁ। ଜଙ୍ଗଲର ଅଧିକ ଭିତରକୁ ବି ଯାଉନାହୁଁ। କାରଣ ବାଘୁଣୀ କେଉଁଠାରେ ଲୁଚି ରହିଥାଇପାରେ…’’

*****

ପାଞ୍ଚ: ନାଗରାଓ ଜୁଙ୍ଘାରେ, ୬୫, ପିମ୍ପଲସେନ୍ଦା ଗ୍ରାମର (ରାଲେଗାଓଁ ତହସିଲ ସୀମାରେ କୋଲାମ୍ବ ତହସିଲ୍‌ରେ) କୋଲାମ୍‌ ଜନଜାତିର। ଅଗଷ୍ଟ ୨୮, ୨୦୧୮

ସେ ଟି୧ର ଶେଷ ଶିକାର।

ଜୁଙ୍ଘାରେଙ୍କର ୫ଏକର ଜମି ଥିଲା ଏବଂ ସେ ଜଣେ ଗୋପାଳକ। ସେ ପ୍ରତିଦିନ ସକାଳେ ତାଙ୍କ ଗାଈମାନଙ୍କୁ ନିକଟସ୍ଥ ଜଙ୍ଗଲକୁ ଚରାଇବାକୁ ନିଅନ୍ତି। ତାଙ୍କ ପୁଅମାନେ ନିଜ ଜମିରେ କାମ କରନ୍ତି ଏବଂ ଅନ୍ୟମାନଙ୍କ ଜମିରେ ଦୈନିକ ମଜୁରିରେ କାମ କରନ୍ତି।

ତାଙ୍କର ମାଟି-ଇଟା କୁଡ଼ିଆରେ ବସି ତାଙ୍କ ପତ୍ନୀ ରେଣୁକାବାଈ ଅଗଷ୍ଟ ୨୮ ତାରିଖକୁ ମନେ ପକାନ୍ତି। ଆମ ଗାଈମାନେ ସନ୍ଧ୍ୟାରେ ଘରକୁ ଫେରିଲେ ଏବଂ ଭୀଷଣ ଶବ୍ଦ କଲେ। କିନ୍ତୁ ମୋ ସ୍ୱାମୀ ଫେରିନଥିଲେ। ସେ କୁହନ୍ତି, ‘‘ମୋତେ ଲାଗିଲା କେଉଁଠି କିଛି ଭୁଲଭାଲ୍‌ ହୋଇଯାଇଛି।’’

Women sitting with photo of deceased man
PHOTO • Jaideep Hardikar

ଫଟୋ- ୨୦୧୮, ଅଗଷ୍ଟ ୨୮ ତାରିଖରେ ଟି-୧ର ଶେଷ ଶିକାର ଥିଲେ ପିମ୍ପଲସେନ୍ଦା ଗ୍ରାମର ନାଗରାଓ ଜୁଙ୍ଘାରେ। ତାଙ୍କ ବିଧବା ପତ୍ନୀ ରେଣୁକାବାଈ କୁହନ୍ତି, ‘‘ଯଦି ଆମେ ତାଙ୍କ ମୃତଦେହ ଖୋଜି ପାଇବାରେ ବିଳମ୍ବ ହୋଇଥାନ୍ତା, ତାହେଲେ ବୋଧେ ଆମେ ଆଦୌ ପାଇନଥାନ୍ତୁ…’’

ତୁରନ୍ତ ଦଳେ ଗ୍ରାମବାସୀ ଜଙ୍ଗଲରେ ଯେଉଁଠାକୁ ଜୁଙ୍ଘାରେ ସାଧାରଣତଃ ନିଜ ଗାଈମାନଙ୍କୁ ଚରାଇବାକୁ ନେଇଥାନ୍ତି ସେଠାକୁ ଦୌଡ଼ିଲେ। ଏଠି ମଧ୍ୟ ସେମାନେ ଘୋଷଡ଼ା ଦାଗ ଦେଖିଲେ। ଏବଂ ଜଙ୍ଗଲ ଭିତରେ ପ୍ରାୟ ୧ କିଲୋମିଟର ଦୂରରେ ତାଙ୍କ ଶରୀର ଦେଖିଲେ। ରେଣୁକାବାଈ କୁହନ୍ତି, ‘‘ବାଘୁଣୀ ବେକ କଣା କରି ରକ୍ତ ପିଇବା ପରେ ତାଙ୍କୁ ଘୋଷାଡ଼ି ନେଇଥିଲା। ଯଦି ତାଙ୍କ ଦେହ ପାଇବାରେ ଆମର ବିଳମ୍ବ ହୋଇଥାନ୍ତା ତା’ହେଲେ ବୋଧହୁଏ ଆମେ ଆଦୌ ପାଇନଥାନ୍ତୁ…।’’

ଏହି ଘଟଣା ପରେ ତାଙ୍କ ବଡ଼ପୁଅ କୃଷ୍ଣ ଗାଁର ଗାଈ ମେଣ୍ଢା ଚରାଳିମାନଙ୍କ ସହ ଜଙ୍ଗଲ ଭିତରକୁ ଯିବା ପାଇଁ ଜଣେ ଫରେଷ୍ଟ ଗାର୍ଡ ଭାବରେ ନିଯୁକ୍ତି ପାଇଲେ। ସାନପୁଅ ବିଷ୍ଣୁ ନିଜ ଗାଁରେ ଦିନ ମଜୁରିଆ ଭାବରେ କାର୍ଯ୍ୟ କରନ୍ତି କିମ୍ବା ପନ୍ଧରକାୱଡ଼ା-ଜବତମାଲ ରାଜ୍ୟ ରାଜପଥ ନିକଟରେ ଥିବା ମୋହଡ଼ା ଗ୍ରାମରେ କାମ କରନ୍ତି।

କୋଲାମମାନେ ଭୟରେ ଚାଷ କରିବା ଛାଡ଼ିଦେଇଛନ୍ତି। ରେଣୁକାବାଈ କୁହନ୍ତି, ‘‘ମୁଁ ଏବେ ମୋ ପୁଅର ଜୀବନ ପାଇଁ ଭୟ କରୁଛି। ସେ ନିଜ ପରିବାର ପାଇଁ ସେଇ କାମ (ଗାର୍ଡ ଭାବରେ) ନେଇଛି, ତା’ର ଦୁଇଟି ଝିଅ। କିନ୍ତୁ ଯେ ପର୍ଯ୍ୟନ୍ତ ବାଘୁଣୀ ଧରାନପଡ଼ିଛି, ସେ ପର୍ଯ୍ୟନ୍ତ ସେ ଏହି କାମ କରିବା ମୁଁ ଚାହୁଁନାହିଁ।’’

ଏବଂ ହାତୀଦ୍ୱାରା ମୃତ୍ୟୁ

ଅର୍ଚ୍ଚନା କୁଲ୍‌ସାଙ୍ଘେ, ୩୦, ଚାହାନ୍ଦ ଗ୍ରାମର ଗୋଣ୍ଡ ଆଦିବାସୀ ସଂପ୍ରଦାୟର, ଅକ୍ଟୋବର ୩, ୨୦୧୮

ସେ ନିଜ ଘର ସାମ୍ନାରେ ଗୋବର ସଂଗ୍ରହ କରୁଥିଲେ, ଯେତେବେଳେ ମୃତ୍ୟୁ ତାଙ୍କ ପଛପଟୁ ଆସିଥିଲା। ଚାହାନ୍ଦ ଗ୍ରାମଠାରୁ ୩୫ କିଲୋମିଟର ଦୂରରେ ଲୋନି ଗ୍ରାମରେ ଜଙ୍ଗଲ କାର୍ଯ୍ୟାଳୟର ବେସ୍‌ କ୍ୟାମ୍ପ ନିକଟରେ ଶିକୁଳିରୁ ନିଜକୁ ମୁକ୍ତ କରିବା ପରେ ଗୋଟିଏ ହାତୀ କେଇଘଣ୍ଟା ପୂର୍ବରୁ ଉନ୍ମତ୍ତ ହୋଇଯାଇଥିଲା। ସେ ପଛପଟୁ ଆସିଲା, ଅର୍ଚ୍ଚନାଙ୍କୁ ନିଜ ଶୁଣ୍ଢରେ ଟେକିଦେଲା  ଏବଂ ରାଗରେ କେଇ ମିଟର ଦୂରରେ ଥିବା କପା କ୍ଷେତକୁ ଫିଙ୍ଗି ଦେଲା। କ’ଣ ହେଲା କେହି ଚିନ୍ତା କରିବା ପୂର୍ବରୁ ହିଁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଲା। 

In Chahand village of Ralegaon tehsil, Archana Kulsanghe, 30, became an unusual victim in an elephant attack. The tragic story unfolded as one of the elephants deployed during Operation Avni, went berserk and fled from the base camp, only to trample two people, Archana being one of those. At her home, her husband Moreshwar sit grieving his wife’s demise, as his younger son Nachiket, clings on to him. The elephant trampled her when Archana was collecting the cow-dung in front of her hut near the cart; the Gajraj came from behind the neighbourer’s home, rammed into a toilet structure, and broke the shed built along the hut. After trampling Archana, it went to the neighbouring village of Pohana before it was reigned in. Purushottam’s mother Mandabai is sitting along the door of their hut
PHOTO • Jaideep Hardikar

ଟି୧କୁ ଖୋଜିବା ପାଇଁ ଅଣାଯାଇଥିବା ଏକ ହାତୀ ଦ୍ୱାରା ଚାହନ୍ଦ ଗ୍ରାମର ଅର୍ଚ୍ଚନା କୁଲସାଙ୍ଗେ ମୃତ୍ୟୁବରଣ କଲେ। ତାଙ୍କ ଘରେ ତାଙ୍କ ଶୋକସନ୍ତପ୍ତ ସ୍ୱାମୀ ମୋରେଶ୍ୱର ନିଜ ପୁଅ ନଚିକେତା ଏବଂ ମାମଣ୍ଡାବାଈଙ୍କ ସହ

କୃଷି ଶ୍ରମିକ ଭାବରେ କାମ କରୁଥିବା ଅର୍ଚ୍ଚନାଙ୍କ ସ୍ୱାମୀ ମୋରେଶ୍ୱର, ତାଙ୍କ ୫ବର୍ଷର ପୁଅ ନଚିକେତକୁ ଧରି କହିଥିଲେ, ‘‘ମୁଁ ବାରଣ୍ଡାରେ ବସି ଦାନ୍ତ ଘଷୁଥିଲି, ସୂର୍ଯ୍ୟ ସେତେବେଳେକୁ ଉଦୟ ହୋଇନଥାନ୍ତି, ଆମେ ଏକ ଜୋର୍‌ ଶବ୍ଦ ଶୁଣିଲୁ, ହାତୀଟି ଆମ ପଡ଼ୋଶୀଙ୍କ ଘର ଭାଙ୍ଗି ଆସିଲା ଏବଂ କୁଡ଼ିଆ ଆଗ ଦେଇ ରାସ୍ତା ଆଡ଼କୁ ଦୌଡ଼ି ଚାଲିଗଲା।’’ ହାତୀଟି ଅର୍ଚ୍ଚନାଙ୍କୁ ଫିଙ୍ଗି ଦେବାର ଦୃଶ୍ୟ ସେ ଅସହାୟ ହୋଇ ଦେଖୁଥିଲେ।

ହାତୀଟି ଧରାଯିବା ଏବଂ ରାଜପଥରେ ଶାନ୍ତ କରାଯିବା ପୂର୍ବରୁ ପଡ଼ୋଶୀ ପୋହନା ଗ୍ରାମର ଅନ୍ୟ ଜଣେ ଗ୍ରାମବାସୀଙ୍କୁ ମଧ୍ୟ ଆହତ କରିଥିଲା , ସେ ତିନି ଦିନ ପରେ ମୃତ୍ୟୁମରଣ କରିଥିଲେ।

ମୋରେଶ୍ୱରଙ୍କ ମା’ ମାଣ୍ଡବି ତାଙ୍କ ବୋହୂର ମୃତ୍ୟୁ ତାଙ୍କ ପରିବାର ପାଇଁ ବିପର୍ଯ୍ୟୟ। ସେ କୁହନ୍ତି, ‘‘ମୁଁ ମୋ ନାତି ପାଇଁ ଚିନ୍ତାରେ ଅଛି।’’

ଗଜରାଜ – ବାଘୁଣୀ ଟି୧କୁ ଧରିବା ଅଭିଯାନରେ ଯେଉଁ ପାଞ୍ଚଟି ହାତୀକୁ ନିଯୁକ୍ତି ଦିଆଯାଇଥିଲା ସେ ମଧ୍ୟରୁ ଏହା ଅନ୍ୟତମ। ଏହି ହାତୀକୁ ଚନ୍ଦ୍ରପୁର ଜିଲ୍ଲାର ତାଡ଼ୋବା ଅନ୍ଧାରୀ ଟାଇଗର୍ ରିଜର୍ଭରୁ ଅଣାଯାଇଥିଲା। ପୂର୍ବ ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ହେଉଥିବା ଅନ୍ୟ ଚାରୋଟି ହାତୀ ମଧ୍ୟପ୍ରଦେଶରୁ ଆସିଥିଲେ। ଏହି ଘଟଣା ପରେ ଅଧିକାରୀମାନେ ଅଭିଯାନକୁ ସ୍ଥଗିତ ରଖିବା ଯୋଗୁଁ ସେମାନଙ୍କୁ ମଧ୍ୟ ପଠାଇ ଦିଆଗଲା। ଗଜରାଜ କାହିଁକି ଅସଫଳ ହେଲା ତାହା ଜାଣିବା ପାଇଁ ବିଭାଗ ଏକ ତଦନ୍ତ ଆରମ୍ଭ କରିଛି।

*****

ବର୍ତ୍ତମାନ ଟି୧କୁ ମରାଯାଇସାରି ଥିବାରୁ ଯେଉଁ କେତେଜଣ ଗ୍ରାମବାସୀ ଗାର୍ଡ଼ ଭାବରେ ନିଯୁକ୍ତି ପାଇଛନ୍ତି ସେଗୁଡ଼ିକର କଣ ହେବ ତାହା ଏବଂ ସ୍ପଷ୍ଟ ହୋଇନାହିଁ। ଯେତେଦୂର ସମ୍ଭବ ଅନୁକମ୍ପା ସହାୟତା ପାଇଁ ଜଙ୍ଗଲ ବିଭାଗ ସେମାନଙ୍କୁ ଦୈନିକ ମଜୁରୀରେ ରଖିବ। ସବୁ ପୀଡ଼ିତଙ୍କ ପରିବାର ୧୦ଲକ୍ଷ ଟଙ୍କା କ୍ଷତିପୂରଣ ପାଇବାର ହକଦାର୍। କେତେଜଣ ପାଇ ସାରିଛନ୍ତି, ଅନ୍ୟମାନଙ୍କ ପାଇଁ କାଗଜପତ୍ର କାମ ଚାଲିଛି।

 ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Jaideep Hardikar

ଜୟଦୀପ ହାର୍ଦିକର୍‌ ନାଗପୁରର ଜଣେ ସାମ୍ବାଦିକ ଏବଂ ଲେଖକ, ଏବଂ PARIର ଜଣେ କୋର୍‌ ଟିମ୍‌ ସଦସ୍ୟ

Other stories by Jaideep Hardikar