ମଦୁରାଇରେ ନିଃଶବ୍ଦତା ବଜାଉଛି କୋମ୍ବୁ
କୋଭିଡ -୧୯ ଲକଡାଉନ୍ ସମୟରେ ତାମିଲନାଡୁର କୋମ୍ବୁ କଳାକାରମାନେ ମନ୍ଦିର ଉତ୍ସବ ଓ ସର୍ବସାଧାରଣ କାର୍ଯ୍ୟକ୍ରମରୁ କୌଣସି ଆୟ କରି ନପାରି ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। କିନ୍ତୁ ସେମାନଙ୍କର ଅଧିକ ଚିନ୍ତା ଏହି ଲୋପ ପାଇଯାଉଥିବା କଳା ପାଇଁ



କୋଭିଡ -୧୯ ଲକଡାଉନ୍ ସମୟରେ ତାମିଲନାଡୁର କୋମ୍ବୁ କଳାକାରମାନେ ମନ୍ଦିର ଉତ୍ସବ ଓ ସର୍ବସାଧାରଣ କାର୍ଯ୍ୟକ୍ରମରୁ କୌଣସି ଆୟ କରି ନପାରି ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। କିନ୍ତୁ ସେମାନଙ୍କର ଅଧିକ ଚିନ୍ତା ଏହି ଲୋପ ପାଇଯାଉଥିବା କଳା ପାଇଁ
ଶୀତ ମାସଗୁଡ଼ିକରେ ପଡ଼ୁଥିବା ସମାରୋହ ଓ ଉତ୍ସବ ସମୟରେ, ଛତିଶଗଡ଼ର ଗୋଣ୍ଡ ସମ୍ପ୍ରଦାୟର ଯୁବକ ଓ ଯୁବତୀମାନେ ହୁଲ୍କୀ ମାଣ୍ଡରୀ ଓ କୋଲାଙ୍ଗ ନୃତ୍ୟ କରିବା ଲାଗି ଏକ ସଙ୍ଗେ ଯାତ୍ରା କରିଥାନ୍ତି ଏବଂ ରେଲା ଗୀତ ଗାଇଥାନ୍ତି।
ମହାରାଷ୍ଟ୍ରର କୋଡୋଲି ଗ୍ରାମର କୁଶଳୀ ଶିଳ୍ପୀ ଓ ସଙ୍ଗୀତଜ୍ଞ ଦୀନକର ଆଇୱଲେ ୧.୫ ଲକ୍ଷ ଘଣ୍ଟା ଧରି ବଂଶୀ ତିଆରି କରିବା କାମ କରିସାରିଛନ୍ତି-କିନ୍ତୁ ଲକଡାଉନ ଓ ଅନ୍ୟ ସମସ୍ୟାଗୁଡ଼ିକ କାରଣରୁ ଏହି କାମ ଓ ସଙ୍ଗୀତ ଫିକା ପଡ଼ିବାକୁ ଲାଗିଲାଣି
ଛତିଶଗଡ଼ ନାରାୟଣପୁର ଜିଲ୍ଲାର, ଗଣ୍ଡ ଆଦିବାସୀ ସମ୍ପ୍ରଦାୟର ବଂଶୀ ନିର୍ମାତା ମଣିରାମ ମାଣ୍ଡୱି ସ୍ମରଣ କରନ୍ତି, ଏକ ସମୟ ଥିଲା, ଯେତେବେଳେ ତାଙ୍କ ସ୍ୱାକ୍ଷରିତ "ଝୁଲନ୍ତା ବଂଶୀ" ପାଇଁ ଜଙ୍ଗଲସବୁ ପଶୁ, ଗଛ ଏବଂ ବାଉଁଶରେ ପରିପୂର୍ଣ୍ଣ ଥିଲା ।
ମୁମ୍ବାଇର ଆଜାଦ୍ ମୈଦାନରେ ଜାନୁଆରୀ ମାସର ଶେଷ ଆଡ଼କୁ ଏକ ଚାଷୀ ଆନ୍ଦୋଳନ ସ୍ଥଳରେ ମହାରାଷ୍ଟ୍ରର ଦହାନୁ ତାଲୁକାର ଆଦିବାସୀ ସମ୍ପ୍ରଦାୟର ଧୁମ୍ସୀ ଓ ଟାର୍ପା ବାଦକମାନେ ନୂଆ କୃଷି ଆଇନ୍କୁ ସଂଗୀତ ଓ ନୃତ୍ୟ ମାଧ୍ୟମରେ ବିରୋଧ କଲେ ।
କୋଭିଡ-19 ଲକଡାଉନରେ ବିକ୍ରି ନହେବା, ଏବଂ ନିଜ ମୃଦଙ୍ଗ ଲାଗି କଞ୍ଚା ଚମଡ଼ା କିଣିବା ପାଇଁ ସମସ୍ୟା କାରଣରୁ କେରଳର ପେରୁଭେମ୍ବା ଗ୍ରାମର କଡ଼ଚୀ କୋଲ୍ଲନ ବାଦ୍ୟଯନ୍ତ୍ର ନିର୍ମାତାମାନଙ୍କୁ ସ୍ଥିର ଆୟ ମିଳିପାରୁନାହିଁ
ଗୋପାଳକମାନଙ୍କର ଏକ ସମୂହରୁ ଆସିଥିବା କେନ୍ଦ୍ର ଛତିଶଗଡ଼ର ବାଲୋଦ ଜିଲ୍ଲାର ପଚରାମ୍, ବାବୁଲାଲ୍ ଏବଂ ସହଦେବ ଯାଦବ ଏ ପର୍ଯ୍ୟନ୍ତ ଆଜିକାଲି ଲୋକପ୍ରିୟ ନଥିବା ଏକ ପାରମ୍ପରିକ ବାଦ୍ୟ ଏବଂ ଗୀତ – ବାନ୍ସ ବାଜା- ଗୀତ ପରିବେଷଣ କରୁଛନ୍ତି
ମହାରାଷ୍ଟ୍ରର ବିଭିନ୍ନ ଜିଲ୍ଲାର ପ୍ରାୟ ୧,୦୦୦ କୃଷକ, ଯେଉଁମାନଙ୍କ ମଧ୍ୟରୁ ଅନେକ ଆଦିବାସୀ, ଦିଲ୍ଲୀର ବିକ୍ଷୋଭକାରୀଙ୍କ ସହ ଯୋଗଦେବାକୁ ଚେଷ୍ଟା କରୁଛନ୍ତି - ଭ୍ୟାନ୍, ଟେମ୍ପୋ, ଜିପ୍ ଏବଂ କାର୍ଯୋଗେ ଏମାନେ ଯାଉଛନ୍ତି। ଏହା ଏକ ରଙ୍ଗୀନ ଏବଂ ନିଷ୍ଠାପର ଯାତ୍ରୀ
ଆଦିବାସୀ ସମାଜର ଲୋକପ୍ରିୟ ଏବଂ ମୂଳ ସଂଗୀତ ବାଦ୍ୟଗୁଡ଼ିକର ବ୍ୟବହାର ହ୍ରାସ ପାଉଛି । ଏବଂ ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ଏହାର କାରଣ ହେଉଛି ଲୋକମାନେ ନିଜର ମୂଳ ସଂସ୍କୃତିଠାରୁ ଦୂରେଇ ଯାଉଛନ୍ତି
ଗ୍ରାମୀଣ ବଙ୍ଗଳାର ପାରମ୍ପରିକ ବାଦକମାନଙ୍କ ପାଇଁ କୋଲକାତାରେ ଏହି ଋତୁ କଷ୍ଟର ସମୟ ହୋଇଛି
ଅନେକ ବଂଶାନୁକ୍ରମିକ ହାରମୋନିୟମ ମରାମତିକାରୀ – ବର୍ତ୍ତମାନ ଏକ ବିରଳ ବୃତ୍ତି – ତାଲାବନ୍ଦ ଯୋଗୁଁ ଦୁଇମାସରୁ ଅଧିକ ସମୟ ହେବ ମଧ୍ୟପ୍ରଦେଶର ଜବଲପୁରରୁ ଆସିଥିବା ସେମାନେ ମହାରାଷ୍ଟ୍ରର ରେନାପୁରରେ ଫସିଯାଇଛନ୍ତି । ସେମାନେ କିପରି ମୁକାବିଲା କଲେ ପରୀକୁ କୁହନ୍ତି
ଚମ୍ବା ଜିଲ୍ଲାର ଜଣେ କୃଷକ ଓ ସଂଗୀତଜ୍ଞ ପ୍ରେମଲାଲଙ୍କୁ ଶୁଣନ୍ତୁ, ସେ ଗୋଟିଏ କାର୍ଯ୍ୟକ୍ରମରେ ପରିବେଷଣ କରୁଛନ୍ତି
ଯଦିଓ ସେମାନଙ୍କର କଳାର ପରମ୍ପରା କ୍ଷୟ ହୋଇଯାଉଛି ଏବଂ ରାଜ୍ୟର ସହଯୋଗ ଆବଶ୍ୟକ କରୁଛି, ତଥାପି ଓଡ଼ିଶାର ଦେବଗୁରୁମାନେ ଧାନରେ ମୂର୍ତ୍ତି ଏବଂ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ କରିବା ଏବଂ ଲକ୍ଷ୍ମୀ ପୁରାଣ ଗାଇ ଗାଇ ଗାଁ’ରୁ ଗାଁ’କୁ ଯିବା ଜାରି ରଖିଛନ୍ତି।
ଯେସୁଦାସ ଓ ତାଙ୍କ ପୁଅ ଏଡୱିନ୍ ଦୁହେଁ କୁଶଳୀ କାରିଗର, ମୃଦଙ୍ଗମ୍କୁ ଜୀବନ୍ନ୍ୟାସ ଦେଇ ଚେନ୍ନାଇ ଓ ଅନ୍ୟ ସ୍ଥାନର କର୍ଣ୍ଣାଟକୀ ସଙ୍ଗୀତ ଦୁନିଆରେ ସେମାନେ ବେଶ୍ ଜଣାଶୁଣା, ତଥାପି ଏବେ ବି ବେଳେବେଳେ ସେମାନେ ସାଂପ୍ରଦାୟିକ ପକ୍ଷପାତିତାର ସମ୍ମୁଖୀନ ହୁଅନ୍ତି ।
କେରଳର ପରପ୍ପା ଗାଁରେ ମାଭିଲନ୍ ଆଦିବାସୀ ସଂପ୍ରଦାୟର ପୁରୁଷମାନେ ପର୍ବପର୍ବାଣୀ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ‘ଘାସ’ରେ ଢୋଲ ବଜାନ୍ତି ଏବଂ ବର୍ଷର ଅନ୍ୟ ସମୟରେ ଏହି ବାଦ୍ୟକାରମାନେ ପାଲଟି ଯାଆନ୍ତି ଦିନ ମଜୁରିଆ ।
ଫେବ୍ରୁଆରୀ ୨୦-୨୧ରେ ନାସିକ୍ରେ ହୋଇଥିବା କୃଷକ ରାଲିର ଅଧିକାଂଶ ଅଂଶଗ୍ରହଣକାରୀ ସେମାନଙ୍କ ପାରମ୍ପରିକ ବାଦ୍ୟଯନ୍ତ୍ର ଆଣି ଆସିଥିଲେ, ପ୍ରତିବାଦ ସମାବେଶରେ ଗୀତ ଏବଂ ଛନ୍ଦ ତୋଳୁଥିଲେ
ପ୍ରତିବର୍ଷ ପଶ୍ଚିମ ଓଡ଼ିଶାର ଦଳିତ ସଂପ୍ରଦାୟର ବାଦ୍ୟକାରମାନେ ରାୟପୁରର ଏକ ଚୌଛକିରେ ଏକାଠି ହୁଅନ୍ତି ଏବଂ ସେମାନଙ୍କୁ ନେବା ପାଇଁ ଛତିଶଗଡ଼ର ଓବିସି ନୃତ୍ୟ ଦଳଙ୍କୁ ଅପେକ୍ଷା କରନ୍ତି
ପ୍ରତିବର୍ଷ ଏପ୍ରିଲ-ମେ ମାସରେ ରାଜସ୍ଥାନର କୃଷିଶ୍ରମିକମାନେ ହିମାଚଳ ପ୍ରଦେଶର ଧର୍ମଶାଳାକୁ ଯାତ୍ରା କରିଥାନ୍ତି। ସେଠାରେ ସେମାନେ ଶହ ଶହ ବର୍ଷ ପୁରୁଣା ଏକ ବାଦ୍ୟଯନ୍ତ୍ର ରାବଣହାତ ବଜାଇ ଋତୁକାଳୀନ ଭାବେ କିଛି ଟଙ୍କା ରୋଜଗାର କରନ୍ତି।
ଖଣି ମାଫିଆଙ୍କ ବିରୋଧରେ ଓଡ଼ିଶାର ନିୟମଗିରି ପାହାଡ଼ର ଆଦିବାସୀମାନେ ୨୦୧୩ରେ ଏକ ବିଜୟ ହାସଲ କରିଥିଲେ। କିନ୍ତୁ ସେମାନଙ୍କର ପୈତୃକ ଜମି ପ୍ରତି ବିପଦ ଜାରି ରହିଛି। ନିକଟରେ ଆୟୋଜିତ ନିୟମଗିରି ମହୋତ୍ସବରେ କବି ତଥା ସାମାଜିକ କର୍ମୀ ରାଜକିଶୋର ସୁନାନି ଏ ସଂପର୍କରେ ଗୀତ ଗାନ କରିଥିଲେ ।
ବେଙ୍ଗାଲୁରୁର ଉପନଗରୀୟ ଅଞ୍ଚଳରେ କିଛି କିଶୋରୀ ଏକ କନ୍ନଡ଼ ଡ୍ରମ ଓ ନୃତ୍ୟ କଳାରେ ଉତ୍କର୍ଷ ଲାଭ କରିଛନ୍ତି ଯାହାକୁକି ପୂର୍ବରୁ ହୃଷ୍ଟପୃଷ୍ଟ ଲୋକମାନଙ୍କର ଦକ୍ଷତା ଭାବେ ଗଣନା କରାଯାଉଥିଲା । ଏଠାରେ ଥିବା ଭିଡିଓରେ ଝିଅମାନଙ୍କର ସେହି ଦଳ ଅଦ୍ଭୁତ ଶକ୍ତି ଓ ତାଳର ସହ ପ୍ରଦର୍ଶନ କରୁଥିବାର ଦେଖନ୍ତୁ ।
ଗାଁ ଲୋକଙ୍କ ସମାଲୋଚନା, ସ୍ୱାମୀମାନଙ୍କର ନିନ୍ଦା ଏବଂ ବହୁ ଶତାବ୍ଦୀ ଧରି ଚାଲିଆସୁଥିବା ଜାତିଗତ ପକ୍ଷପାତ ବିରୋଧରେ ଲଢେଇ କରି ବିହାରର ଧୀବ୍ରା ଗାଁର ୧୦ ଜଣ ଦଳିତ ମହିଳା ଏକ ବ୍ୟାଣ୍ଡ ଗଠନ କରିଛନ୍ତି । ଏବେ ସେମାନେ ଅନେକ ସ୍ଥାନକୁ ଗସ୍ତ କରିବା ସହ ସେମାନଙ୍କର ଧୂନ୍ରେ ଝୁମୁଛନ୍ତି ।
ବାଉଲ ସଂଗୀତର ସଂସ୍କୃତି ସ୍ୱତନ୍ତ୍ର। ଏଥିରେ ବିଭିନ୍ନ ଧର୍ମର ଜୀବନ ଦର୍ଶନର ସମନ୍ୱୟ ଦେଖିବାକୁ ମିଳିଥାଏ। ଏହି ଫିଲ୍ମର ବାସୁଦେବା ଦାସ ବାଉଲ ବୀରଭୂମ ଜିଲ୍ଲା ବୋଲପୁର ଅଞ୍ଚଳର ଜଣେ ବାଉଲ ଗାୟକ ତଥା ଜଣେ ଶିକ୍ଷକ। ତାଙ୍କ ସଂଗୀତରେ ବଂଚିବାର ଏହି କଳା ପରିପ୍ରକାଶ ହୋଇଥାଏ।
ଗ୍ରାମୀଣ ଭାରତୀୟ ସଙ୍ଗୀତରେ ସ୍କଟଲ୍ୟାଣ୍ଡର ବ୍ୟାଗପାଇପର ସଂଯୋଜନ କରନ୍ତି ଉତ୍ତରାଖଣ୍ଡର ଛୋଲିୟା ନୃତ୍ୟଦଳ
ତାମିଲନାଡ଼ୁ ମନମୁଣ୍ଡାରିରେ ୮ କିଲୋଗ୍ରାମର କାଦୁଅ ସୁନ୍ଦର ସ୍ୱର ତିଆରି କରିପାରେ
ମଣିପୁରର ମୈତେଇ ସଂପ୍ରଦାୟର ଏହି ପାରମ୍ପରିକ ଢୋଲ ହିଁ ସେମାନଙ୍କ ସଂସ୍କୃତି ଏବଂ ଆକର୍ଷଣୀୟ ନୃତ୍ୟ ଓ ସଂଗୀତର କେନ୍ଦ୍ରରେ ବିଦ୍ୟମାନ
ପିଢ଼ି ପରେ ପିଢ଼ି ଏହି କାରିଗରମାନେ ଫୁଙ୍କାଯାଉଥିବା ଏହି ଜଟିଳ ବାଦ୍ୟଯନ୍ତ୍ରକୁ ହାତରେ ଗଢ଼ିଛନ୍ତି । କିନ୍ତୁ ନୂତନ ପିଢ଼ି ଅଧିକ ଲାଭଜନକ ପେସାକୁ ଆପଣେଇ ନେବା ସହିତ ଏହି କାରିଗରୀ ଏବେ ଲୋପ ପାଉଛି
ଡାଙ୍ଗର ଆଦିବାସୀ ସମ୍ପ୍ରଦାୟର ଏହି ପାରମ୍ପରିକ ଯନ୍ତ୍ରକୁ ଶୁଣନ୍ତୁ
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ଭାରତର-ଅନେକ-ବାଦ୍ୟଯନ୍ତ୍ରରେ-ଟ୍ୟୁନିଂ