"ମୁଁ ସବୁବେଳେ ଆଧ୍ୟାତ୍ମିକ ଭାବପୂର୍ଣ୍ଣ ସଂଗୀତ ପରିବେଷଣ କରି ଆସିଛି । ମୁଁ ପିଲାବେଳୁ ଏହି ଦୁଇଟି ବାଦ୍ୟ ବଜାଇ ଜାଣେ ।" ଏକଥା ଆମକୁ କହିଲେ ୬୦ ବର୍ଷ ବୟସ୍କ ପ୍ରେମଲାଲ। ଡିସେମ୍ବର ୨୦୧୯ରେ ଛତିଶଗଡ଼ ରାଜଧାନୀ ରାୟପୁରରେ ଆୟୋଜିତ ଜାତୀୟ ଆଦିବାସୀ ନୃତ୍ୟ ସମାରୋହରେ ଆମେ ତାଙ୍କୁ ଭେଟିଥିଲୁ।

ଏହି ଦୁଇଟି ବାଦ୍ୟ ଯନ୍ତ୍ର ହେଉଛି ରୁବାବ ଓ ଖଞ୍ଜରୀ। ଗୋଟିଏ ହେଉଛି ଡାହାଣ କାନ୍ଧରେ ଝୁଲିଥିବା ତାର ଲାଗିଥିବା ବାଦ୍ୟଯନ୍ତ୍ର, ଯାହାକୁ ସେ ବଜାଉଛନ୍ତି। ଯାହାର ନାଁ ରୁବାବ (ଅନେକ କହନ୍ତି ଏହା କେନ୍ଦ୍ରୀୟ ଆଫଗାନିସ୍ଥାନରୁ ଉଦ୍ଭବ) । ଅନ୍ୟଟି ହେଉଛି ଖଞ୍ଜରୀ (ତାମ୍ବୋରିନ ଭଳି ଅନ୍ୟ ଏକ ବାଦ୍ୟଯନ୍ତ୍ର), ଏକ ଛୋଟ ଡ୍ରମ ଭଳି, ଯାହା ତାଙ୍କ କାନ୍ଧ ତଳକୁ ଓହଳି ଥିଲା, ଅଣ୍ଟାଯାଏ।

ପ୍ରେମଲାଲ- ସେ କହନ୍ତି ଏହା ହିଁ ତାଙ୍କର ପୂରା ନାଁ । ତାଙ୍କର ଅନ୍ୟ କୌଣସି ନାଁ ନଥିବା ମଧ୍ୟ ସେ କହୁଥିଲେ। ତାଙ୍କ କହିବା ମୁତାବକ, ସେ ହିମାଚଳ ପ୍ରଦେଶର ଚାମ୍ବା ଜିଲ୍ଲାର ନିବାସୀ।  ବ୍ରହ୍ମପୁର ବ୍ଲକର ଜଗତ ଗାଁର। ସେଠାରେ ରହନ୍ତି ପ୍ରାୟ ୯୦୦ ଲୋକ (୨୦୧୧ ଜନଗଣନା ଅନୁଯାୟୀ)। ଏହି ଗାଁର ୬୦ ପ୍ରତିଶତ ଆଦିବାସୀ ଓ ଅନ୍ୟ ୪୦ ପ୍ରତିଶତ ଦଳିତ।

ସେ ଉଭୟ ବାଦ୍ୟଯନ୍ତ୍ରକୁ କିଭଳି ଏକ ସଙ୍ଗେ ବଜାଇ ପାରନ୍ତି, ସେ ସଂପର୍କରେ ଆମକୁ ଏକ ସଂକ୍ଷିପ୍ତ ବିବରଣୀ ଦେଲେ ( ଭିଡିଓ ଦେଖନ୍ତୁ)। ସେ ଆମକୁ ଏକଥା ମଧ୍ୟ କହିଲେ ଯେ, ସେ ଜଣେ ଚାଷୀ ବୋଲି। "ବାଦ୍ୟଯନ୍ତ୍ର ବଜାଇବା ବ୍ୟତୀତ ମୁଁ ଚାଷବାସ ମଧ୍ୟ କରେ, ମୁଁ ମକା ଓ ରାଜମା ମଧ୍ୟ ଉତ୍ପାଦନ କରେ", ଏକଥା କହିଲେ ପ୍ରେମଲାଲ।

ଭିଡିଓ ଦେଖନ୍ତୁ- ପ୍ରେମଲାଲ ରୁବାବ ଓ ଖଞ୍ଜରୀ ବଜାଉଛନ୍ତି

ଅନୁବାଦ: ଓଡ଼ିଶାଲାଇଭ୍‍

Purusottam Thakur

ପୁରୁଷୋତ୍ତମ ଠାକୁର ୨୦୧୫ ର ଜଣେ ପରି ଫେଲୋ । ସେ ଜଣେ ସାମ୍ବାଦିକ ଏବଂ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା । ସେ ବର୍ତ୍ତମାନ ଅଜିମ୍‌ ପ୍ରେମ୍‌ଜୀ ଫାଉଣ୍ଡେସନ ସହ କାମ କରୁଛନ୍ତି ଏବଂ ସାମାଜିକ ପରିବର୍ତ୍ତନ ପାଇଁ କାହାଣୀ ଲେଖୁଛନ୍ତି ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ପୁରୁଷୋତ୍ତମ ଠାକୁର
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE