ଭିଡିଓ ଦେଖନ୍ତୁ : ମଣିପୁରୀ ପ ଙ୍ଗ୍ ର ଚୂଡ଼ାମଣି ଏହି କଳାରେ ସନ୍ନିହିତ ଦର୍ଶନ ସମ୍ବନ୍ଧରେ କହନ୍ତି

ପାଞ୍ଚ ବର୍ଷ ବୟସରେ ପଙ୍ଗ୍‌ (ଢୋଲ) ବାଦନ ଶିଖିବା ଆରମ୍ଭ କଲେ ସାରୁଂବାମ୍‌ ଖୋମେଇ । ୩୫ ବର୍ଷ ବୟସରେ ସେ ଏଥିରେ ପାରଦର୍ଶିତା ହାସଲ କଲେ । ଏବେ, ୭୬ ବର୍ଷ ବୟସରେ, ସେ ରହୁଛନ୍ତି ମଣିପୁରର ଇମ୍ଫାଲ୍‌ରେ ହୋରୈବି ଆୱାଙ୍ଗ ଲୈକାଇରେ, ଯେଉଁଠାରୁ ସେ ଆମକୁ ଏହି ପଙ୍ଗ୍‌ ପରମ୍ପରା ଏବଂ ସଂକୀର୍ତ୍ତନ ସଂସ୍କୃତି ସଂପର୍କରେ କହନ୍ତି ।

ମୈତେଇ ସଂପ୍ରଦାୟରେ ଏହି ଦୁଇ-ପାଖିଆ ପଙ୍ଗ୍‌ କୁ ସବୁ ବାଦ୍ୟଯନ୍ତ୍ରର ରାଜା ବୋଲି ମନେ କରାଯାଏ । ଏହାକୁ ବାଦ୍‌ ଦେଇ କିଛି ବି ପୂର୍ଣ୍ଣାଙ୍ଗ ନୁହେଁ, ନା ଗୀତ, ନା ସାମରିକ ପରମ୍ପରାରୁ ଉଦ୍ଧୃତ ଅନନ୍ୟ ନୃତ୍ୟ- ‘ପଙ୍ଗ୍‌ ଚୋଲୋମ୍‌’ ।

ଅନୁବାଦ: ଓଡ଼ିଶାଲାଇଭ୍‍

Anubha Bhonsle & Sunzu Bachaspatimayum

ଲେଖକ ପରିଚୟ: ଅନୁଭା ଭୋସଁଲେ ଜରେ ସ୍ୱାଧୀନ ସାମ୍ବାଦିକ , ଆଇସିଏଫଜେର ନାଇଟ୍ ଫେଲୋ ଏବଂ ‘ମଦର୍ ହ୍ୱେୟାର୍ ଇଜ୍ ମାଇଁ କଣ୍ଟ୍ରିର ଲେଖିକା ଯାହାକି ମଣିପୁରର ଅଶାନ୍ତ ଇତିହାସ ଓ ସଶସ୍ତ୍ର ବଳ ବିଶେଷାଧିକାର ଆଇନର ପ୍ରଭାବ ଉପରେ ପର୍ଯ୍ୟବସିତ। ଏହି ପ୍ରମାଣିକ ଭିଡିଓଟି ତାଙ୍କର ୨୦୧୫ ପରି ଫେଲୋସିପର ଅଂଶବିଶେଷ। ସୁଞ୍ଜୁ ବାଚସ୍ପତିମୟୁମ୍ ଜଣେ ମୁକ୍ତବୃତ୍ତ ସାମ୍ବାଦିକ ଓ ଜାତୀୟ ପୁରସ୍କାର ବିଜୟୀ ଚଳଚ୍ଚିତ୍ର ନିର୍ମାତା। ସେ ଇମ୍ଫାଲରେ ରୁହନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Anubha Bhonsle & Sunzu Bachaspatimayum
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE