ଗଦାଇ ଦାସ କୁହନ୍ତି, ‘‘ଏହି ମହାମାରୀ ଏବଂ ଲକ୍‌ଡାଉନ୍‌ ଆମକୁ ହଇରାଣ କରିଛି । ତଥାପି ଏକ କୋଭିଡ୍‌-ଆକ୍ରାନ୍ତ ନଗରକୁ ଆମର ଆନନ୍ଦର ଧ୍ୱନୀରେ ଉଲ୍ଲସିତ କରିବା ପାଇଁ ଏଠାକୁ ଆସିଛୁ ।

ଦାସ ହେଉଛନ୍ତି ଜଣେ ଢାକି , ଗ୍ରାମୀଣ ବଙ୍ଗଳାର ଜଣେ ପାରମ୍ପରିକ ଏବଂ ସାଧାରଣତଃ ଜଣେ ବଂଶାନୁକ୍ରମିକ ବାଦକ । ସେ ତାରାପୀଠ ଅଞ୍ଚଳରୁ ଆସିଛନ୍ତି, ଯାହାକି ବିରଭୁମ୍‌ ଜିଲ୍ଲାର ଚାନ୍ଦିପୁର ଗ୍ରାମରେ ଥିବା ଏକ ବିଖ୍ୟାତ ମନ୍ଦିରର ଅଞ୍ଚଳ । ପ୍ରତିବର୍ଷ ଦୁର୍ଗାପୂଜା ସମୟରେ ସାରା ବଙ୍ଗଳାର ଗ୍ରାମାଞ୍ଚଳରେ ଥିବା ଢ଼ାକି ମାନେ ସିଆଳଦା ରେଳ ଷ୍ଟେସନରେ ଏକ୍ରତିତ ହୁଅନ୍ତି । ଏହି ଷ୍ଟେସନର ପରିସର ବିଭିନ୍ନ ଗତିବିଧିରେ ଚଳଚଞ୍ଚଳ ହୋଇଯାଏ ଏବଂ ଅଧିକାଂଶ ସମୟରେ ଢ଼ୋଲ ଏବଂ ଅନେକ ପାଦର ଶବ୍ଦ ଏବଂ ଆଗମନର ସଙ୍ଗୀତରେ ସଙ୍ଗୀତମୟ ହୋଇଯାଏ – ସବୁକିଛି ଏକତ୍ର ହୋଇ ।

ବାଙ୍କୁରା, ବର୍ଦ୍ଧମାନ, ମାଲଦା, ମୁର୍ସିଦାବାଦ ଏବଂ ନଦିୟାର ଡ୍ରମବାଦକମାନଙ୍କର ଦକ୍ଷତା ସାଧାରଣତଃ ଭୀଷଣ ଭିଡ଼ ଏକତ୍ର କରେ। ଏହି ବାଦକମାନେ ଅପେକ୍ଷାକୃତ ଭାବରେ ଛୋଟ ସାମୁହିକ ପୂଜାରେ ଯୋଗ ଦିଅନ୍ତି, ଯେଉଁମାନେ ସେମାନଙ୍କ ପ୍ରଦର୍ଶନ ପାଇଁ ଭଡ଼ା ଦେଇଥାନ୍ତି ।

କିନ୍ତୁ ଏ ବର୍ଷ ନୁହେଁ । ଅନ୍ୟ ସମସ୍ତ ଲୋକ କଳାକାରମାନଙ୍କ ପରି ସେମାନେ ମଧ୍ୟ କୋଭିଡ୍‌-୧୯ ଲକ୍‌ ଡାଉନ୍‌ ମଧ୍ୟରେ ବିପର୍ଯ୍ୟସ୍ତ ହୋଇଯାଇଛନ୍ତି । ଖୁବ୍‌ କମ୍‌ ସଂଖ୍ୟକ ବାଜା ବାଲା କୋଲକାତାକୁ ଆସିବାକୁ ସକ୍ଷମ ହୋଇଛନ୍ତି- ଟ୍ରେନ୍‌ଗୁଡ଼ିକ ଚାଲୁନାହିଁ । ମୁର୍ସିଦାବାଦ ଜିଲ୍ଲାର ଶେରପୁରରୁ ଆସିଥିବା ଢ଼ାକି ବାଦୁ ଦାସ ବର୍ଣ୍ଣନା କରନ୍ତି ଯେ, ତାଙ୍କ ଗାଁ ଏବଂ ଆଖପାଖ ଅଞ୍ଚଳର ୪୦ଜଣ ଗୋଟିଏ ଛୋଟ ବସ୍‌ରେ ଚାପି ଚୁପି ହୋଇ ଏଠାକୁ ଆସିଥିଲେ, ଯେଉଁଥିପାଇଁ ସେମାନଙ୍କୁ ୨୨ହଜାର ଟଙ୍କା ଦେବାକୁ ହୋଇଥିଲା।  ଅନ୍ୟ ଅଣ ମହାମାରୀ ବର୍ଷ ତୁଳନାରେ କୋଲକାତାରେ ଢ଼ାକିମାନଙ୍କ ପାଇଁ ପାଉଣା ଅଧାରୁ କମ୍‌ ହୋଇଯାଇଛି । ଏବଂ ଅନେକ ଅର୍ଥ ନିଅଣ୍ଟ ଭୋଗୁଥିବା ପୂଜା ଆୟୋଜକମାନେ ପ୍ରାକ୍‌ ରେକର୍ଡ ହୋଇଥିବା ସଙ୍ଗୀତକୁ ଗ୍ରହଣ କରିନେଇଛନ୍ତି- ଏହା ଏହି ଗ୍ରାମୀଣ ସଙ୍ଗୀତଜ୍ଞମାନଙ୍କ ପାଇଁ ଏକ ବଡ଼ ଆଘାତ ।

ମୁଁ ଯେଉଁ ସବୁ ଢ଼ାକି ଦଳଗୁଡ଼ିକ ନିକଟକୁ ଯାଇଥିଲି ସେ ସମସ୍ତଙ୍କର ମାଆ ଦୁର୍ଗାଙ୍କ ପାଇଁ ଗୋଟିଏ ପ୍ରାର୍ଥନା ଥିଲା: ଦୟାକରି ଯେତେ ଶୀଘ୍ର ସମ୍ଭବ ଖୁସିର ଦିନ ଫେରାଇ ଆଣ ।

Gadai Das (in the taxi window) arrives at his venue. Right: a group of dhakis negotiating a fee with a client
PHOTO • Ritayan Mukherjee
Gadai Das (in the taxi window) arrives at his venue. Right: a group of dhakis negotiating a fee with a client
PHOTO • Ritayan Mukherjee

ଗଦାଇ ଦାସ (ଟ୍ୟାକ୍ସି ଝରକାରେ) ତାଙ୍କ ସ୍ଥାନରେ ପହଞ୍ଚିଛନ୍ତି । ଡାହାଣ: ଗୋଟିଏ ଢାକି ଦଳ ଜଣେ କ୍ଲାଏଣ୍ଟଙ୍କ ସହ ପାଉଣା ସ୍ଥିର କରୁଛନ୍ତି

ଅନୁବାଦ: ଓଡ଼ିଶାଲାଇଭ୍‍

Ritayan Mukherjee

କୋଲକାତାରେ ରହୁଥିବା ରୀତାୟନ ମୁଖାର୍ଜୀଙ୍କର ଫଟୋଗ୍ରାଫି ପ୍ରତି ଆଗ୍ରହ ରହିଛି ଏବଂ ସେ ୨୦୧୬ର ପରୀ ବ୍ୟକ୍ତିତ୍ୱ । ସେ ତିବ୍ଦତୀୟ ମାଳଭୂମି ଅଞ୍ଚଳରେ ଯାଯାବର ପଶୁପାଳକ ସଂପ୍ରଦାୟର ଜୀବନ ଉପରେ ତଥ୍ୟ ସଂଗ୍ରହ କରୁଥିବା ଏକ ଦୀର୍ଘକାଳୀନ ପ୍ରକଳ୍ପରେ କାମ କରୁଛନ୍ତି ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Ritayan Mukherjee
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE