ଏକ ଡ୍ରମ ଆଡକୁ ଇଙ୍ଗିତ କରି ସବିତା ଦାସ କହିଲେ, “ଏହା ଡ୍ରମ୍ ନୁହେଁ ।’
ସେମାନଙ୍କ ସମ୍ମୁଖରେ ଥିବା ସୀମିତ ବିକଳ୍ପ ମଧ୍ୟରେ ସୀମାବଦ୍ଧ ହେବାକୁ ଖଣ୍ଡନ କରି ବିହାରର ପାଟନା ଜିଲ୍ଲାର ଧୀବ୍ରା ଗାଁର କିଛି ମହିଳା ଏକ ଅଣପାରମ୍ପରିକ ଜୀବିକାକୁ ବାଛିଛନ୍ତି । ଚାଷ ଉପଯୋଗୀ ଜମି କମିବା ଏବଂ କମ୍ ଟଙ୍କା ପାଉଥିବା କୃଷି ଶ୍ରମିକମାନଙ୍କ ପାଇଁ କାମର ଅଭାବ ହେବା ଯୋଗୁ ସେମାନେ ବାଡ଼ି ଧରିଛନ୍ତି । ୧୬ ଜଣ ମହିଳା ଏହି ଯାତ୍ରା ଆରମ୍ଭ କରିଥିଲେ, କିନ୍ତୁ ପାରିବାରିକ ଚାପ ଏବଂ ଶେଷ ହେଉନଥିବା ସମାଲୋଚନା ଯୋଗୁ ୬ ଜଣ ସେଥିରେୁ ଓହରିଗଲେ । ବାକି ଯେଉଁ ୧୦ ଜଣ ରହିଲେ ସେମାନେ ରାଜ୍ୟର ପ୍ରଥମ ମହିଳା ଡ୍ରମରମାନଙ୍କର ଏକମାତ୍ର ବ୍ୟାଣ୍ଡ ସଂଗ୍ରାମ ମହିଳା ବ୍ୟାଣ୍ଡକୁ ୨୦୧୨ରେ ଗଠନ କଲେ । ବ୍ୟାଣ୍ଡର ସବୁ ମହିଳା ସଦସ୍ୟଙ୍କ ସାଙ୍ଗିଆ ହେଉଛି ଦାସ ।







