T


Nashik, Maharashtra
|THU, APR 04, 2019
ଶବ୍ଦ, ସଂଗୀତ, ସ୍ଳୋଗାନ
ଫେବ୍ରୁଆରୀ ୨୦-୨୧ରେ ନାସିକ୍ରେ ହୋଇଥିବା କୃଷକ ରାଲିର ଅଧିକାଂଶ ଅଂଶଗ୍ରହଣକାରୀ ସେମାନଙ୍କ ପାରମ୍ପରିକ ବାଦ୍ୟଯନ୍ତ୍ର ଆଣି ଆସିଥିଲେ, ପ୍ରତିବାଦ ସମାବେଶରେ ଗୀତ ଏବଂ ଛନ୍ଦ ତୋଳୁଥିଲେ
Author
Translator

Sanket Jain

Sanket Jain
ବାମ: ମାର୍ଚ୍ଚର ପ୍ରଥମ ଦିନ (ଫେବ୍ରୁଆରୀ୨୦,୨୦୧୯) ୫୦ ବର୍ଷୀୟ ୱାର୍ଲି ଆଦିବାସୀ ସଂପ୍ରଦାୟର ସୋନ୍ୟା ମଲକାରୀ ପାରଂପରିକ ତରପା ବଜାଉଥିଲେ। ମହାରାଷ୍ଟ୍ର ପାଲଘର ଜିଲ୍ଲାର ବିକ୍ରମଗଡ଼ ତାଲୁକର ସଖାଡେ ଗାଁରୁ ଆସିଥିଲେ ସୋନ୍ୟା। ସେ ନାସିକ୍ର ମହାମାର୍ଗ ବସ୍ ଷ୍ଟେସନ୍ରେ ପରିବେଷଣ କରୁଥିଲେ, ଯେଉଁଠି ମହାରାଷ୍ଟ୍ରର ବିଭିନ୍ନ ଜିଲ୍ଲାରୁ ଆସିଥିବା ହଜାର ସଂଖ୍ୟାରେ କୃଷକ ଅଟକି ଥିଲେ। ଦକ୍ଷିଣ: ୫୫ ବର୍ଷୀୟ ବସନ୍ତ ସାହାଡେ। ତାଙ୍କ ଘର ମହାରାଷ୍ଟ୍ର ନାସିକ ଜିଲ୍ଲାର ସୁରଗଣା ତାଲୁକର ୱାଙ୍ଗନ ସୁଲେ ଗାଁରେ। ସେ ପାବ୍ରୀ ବଜାଉଥିଲେ। ବସନ୍ତ ହେଉଛନ୍ତି ଅନୁସୂଚିତ ଜନଜାତି କୋକଣ ସଂପ୍ରଦାୟର। ସେ ଦୁଇ ଏକର ଜଂଗଲ ଜମିରେ ଚାଷ କରନ୍ତି।

Sanket Jain
ଭକ୍ତି ସଂଗୀତ ପରିବେଷଣ କଲାବେଳେ ବିଭା ଗାଲେ ଚିପ୍ଲି ବଜାଉଥିଲେ। ତାଙ୍କ ସଂପ୍ରଦାୟର ଲୋକେ ଭଗବାନ କୃଷ୍ଣଙ୍କୁ ପୂଜା କରନ୍ତି। ସେ ଘର ଘର ବୁଲି ଭକ୍ତି ସଂଗୀତ ପରିବେଷଣ କରିବା ସହ ଭିକ୍ଷା କରନ୍ତି। ସେ ନାସିକ ଜିଲ୍ଲା ପେଇନ୍ତ ତାଲୁକର ରାଇତାଲେ ଗାଁରୁ ଆସିଥିଲେ।

Sanket Jain
୪୯ ବର୍ଷୀୟ ଗୁଲାବ ଗବିତ (ବାମ), ଟୁଣଟୁଣା ବଜାଉଥିଲେ (ଗୋଟିଏ ତାର ଲାଗିଥିବା ବାଜା)। ସେ ମହାରାଷ୍ଟ୍ର ନାସିକ ଜିଲ୍ଲା ଦିଣ୍ଡୋରୀ ତାଲୁକର ଫୋପ୍ଶି ଗାଁରୁ ଆସିଛନ୍ତି। ୫୦ ବର୍ଷୀୟ ବାସୁଦେବ ଚଭନ (ଦକ୍ଷିଣ, ଗୋଟିଏ ନାଲି ଟୋପି ପିନ୍ଧିଛନ୍ତି) ମଧ୍ୟ ଫୋପ୍ଶି ଗାଁରୁ ଆସିଛନ୍ତି। ସେ ଖଞ୍ଜଣି (ଏକ ଚମଡ଼ା ତିଆରି ବାଦ୍ୟ) ବଜାଉଥିଲେ। ଦିଣ୍ଡୋରି ତାଲୁକରୁ ଆସିଥିବା ଅନ୍ୟ କୃଷକଙ୍କ ସହ ଗବିତ ଓ ଚଭନ କୃଷକ ବିକ୍ଷୋଭର ସମର୍ଥନରେ ଗୀତ ଗାଉଥିଲେ।

Sanket Jain
ଫେବ୍ରୁଆରୀ ୨୧ ତାରିଖ ରାତିର ସଂଗୀତ ଏବଂ ସମୂହ ନୃତ୍ୟ। ଅପେକ୍ଷା ରହିଛି ମହାରାଷ୍ଟ୍ର ସରକାରଙ୍କ ପ୍ରତିନିଧି ଏବଂ ସର୍ବ ଭାରତୀୟ କିସାନ ସଭା ନେତାଙ୍କ ମଧ୍ୟରେ ଆଲୋଚନାର ନିଷ୍କର୍ଷକୁ।
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ଶବ୍ଦ-ସଂଗୀତ-ସ୍ଳୋଗାନ

