ଶାହଜାହାଁପୁରର ବିକ୍ଷୋଭସ୍ଥଳରେ ୩ ଦିନ ରହିବା ପରେ ଯେତେବେଳେ ହନୁମନ୍ତ ଗୁଞ୍ଜଲ ନିଜ ଗାଁକୁ ଫେରିଲେ, ସେ ନିଜ ସହ ଅନେକ ଅଭୁଲା ସ୍ମୃତି ନେଇ ଗଲେ ।

ମହାରାଷ୍ଟ୍ର ନାସିକ ଜିଲ୍ଲା ଚାନ୍ଦୱାଦ ଗାଁର ଏହି ୪୧ ବର୍ଷୀୟ ଭୀଲ ଆଦିବାସୀ ଚାଷୀ ଜଣକ ଯିଏକି ଡିସେମ୍ବର ୨୫ ତାରିଖରେ ଶାହଜାହାଁପୁରରେ ପହଞ୍ଚିଥିଲେ କହନ୍ତି, ‘‘ସେଠାକାର କୃଷକମାନେ ଅତ୍ୟନ୍ତ ଉଦାର ଓ ଭଲ।‘‘ ଆବଶ୍ୟକସ୍ଥଳେ ରୋଷେଇ କରିବା ଲାଗି ଆମେ ଆମ ସହିତ ଚାଉଳ ଓ ଡାଲି ନେଇ ଯାଇଥିଲୁ। କିନ୍ତୁ ଆମକୁ ତାକୁ କେବେ ବି ବ୍ୟବହାର କରିବାକୁ ପଡ଼ିଲା ନାହିଁ । ସେମାନେ ଆମକୁ ଖୁବ୍‌ ଭଲ ଖାଦ୍ୟ ଖୁଆଇଲେ । ଖାଦ୍ୟରେ ପ୍ରଚୁର ମାତ୍ରାରେ ଘିଅ ପଡ଼ିଥିଲା । ସେମାନେ ଆମକୁ ଖୋଲା ହୃଦୟରେ ସ୍ୱାଗତ କଲେ ।’’

କୃଷି ଆଇନ ବିରୋଧରେ ଚାଲୁଥିବା ଆନ୍ଦୋଳନକୁ ସମର୍ଥନ କରି ସେଥିରେ ସାମିଲ ହେବା ଲାଗି ଡିସେମ୍ବର ୨୧ ତାରିଖରେ ନାସିକ ସହରରୁ ଦିଲ୍ଲୀ ଯାଏଁ ଏକ ଜଥା (ଗାଡ଼ିଗୁଡ଼ିକର ପଟୁଆର) ବାହାରିଲା । ପ୍ରାୟ ୧୪୦୦ କିଲୋମିଟର ଦୂର ଦିଲ୍ଲୀ ସୀମାରେ ପହଞ୍ଚିବା ଲାଗି ୧୦୦୦ ଚାଷୀଙ୍କୁ ୫ ଦିନ ସମୟ ଲାଗିଲା । ଶାହଜାହାଁପୁର, ଯେଉଁଠାରୁ ଜଥାକୁ ଫେରାଇ ଦିଆଗଲା ତାହା ଦିଲ୍ଲୀର ଦକ୍ଷିଣରେ ୧୪୦ କିମି ଦୂରରେ ରାଜସ୍ଥାନ-ହରିୟାଣା ସୀମାରେ ଅବସ୍ଥିତ । ୩ଟି କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଯେଉଁ ସବୁ ସ୍ଥାନରେ ନଭେମ୍ବର ୨୬ ତାରିଖରୁ ଶହ ଶହ ଚାଷୀ, ମୁଖ୍ୟତଃ ପଞ୍ଜାବ, ହରିୟାଣା ଓ ରାଜସ୍ଥାନର ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଏହା ସେହି ବିକ୍ଷୋଭସ୍ଥଳ ମଧ୍ୟରୁ ଅନ୍ୟତମ ।

୨୦୨୦, ଜୁନ୍‌ ୫ ତାରିଖରେ କୃଷି ଆଇନଗୁଡ଼ିକ ଅଧ୍ୟାଦେଶ ଆକାରରେ ପାରିତ ହେଲା, ତା’ପରେ ଫାର୍ମ ବିଲ୍‌ ଆକାରରେ ସଂସଦରେ ସେପ୍ଟେମ୍ବର ୧୪ରେ ଉପସ୍ଥାପିତ କରାଗଲା ଏବଂ ସେହି ମାସ ୨୦ ତାରିଖରେ ଆଇନରେ ପରିଣତ ହେଲା । ତିନିଟି ଆଇନ ହେଲା କୃଷକଙ୍କ (ସଶକ୍ତିକରଣ ଓ ସୁରକ୍ଷା) ମୂଲ୍ୟ ନିଶ୍ଚିତତା ଏବଂ କୃଷି ସେବା ଆଇନ, ୨୦୨୦ , କୃଷକଙ୍କ ଉତ୍ପାଦନ ବ୍ୟବସାୟ ଏବଂ ବାଣିଜ୍ୟ (ଉନ୍ନତି ଏବଂ ସୁବିଧା) ଆଇନ, ୨୦୨୦ ; ଏବଂ ଜରୁରୀ ଦ୍ରବ୍ୟ (ସଂଶୋଧନ) ଆଇନ, ୨୦୨୦ । ଏହି ଆଇନଗୁଡ଼ିକୁ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରଭାବିତ କରୁଥିବା ଭଳି ସମାଲୋଚନା କରାଯାଇଛି କାରଣ ଭାରତର ସମ୍ବିଧାନର ଧାରା ୩୨ କୁ ଦୁର୍ବଳ କରି, ଏଗୁଡ଼ିକ ସମସ୍ତ ନାଗରିକଙ୍କ ଆଇନଗତ ଆଶ୍ରୟ ନେବାର ଅଧିକାରକୁ ଅକ୍ଷମ କରୁଛି।

When Maharashtra farmer Hanumant Gunjal went back to his village from the protest site at Shahjahanpur, he carried back precious memories
PHOTO • Parth M.N.
When Maharashtra farmer Hanumant Gunjal went back to his village from the protest site at Shahjahanpur, he carried back precious memories
PHOTO • Parth M.N.

ଶାହଜାହାଁପୁରର ବିକ୍ଷୋଭସ୍ଥଳରୁ ଯେତେବେଳେ ମହାରାଷ୍ଟ୍ରର ଚାଷୀ ହନୁମନ୍ତ ଗୁଞ୍ଜଲ ନିଜ ଗାଁକୁ ଫେରିଲେ , ସେ ନିଜ ସହିତ ମୂଲ୍ୟବାନ ସ୍ମୃତି ନେଇଗଲେ

ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ବିକ୍ଷୋଭରେ ଭାଗ ନେଇଥିବା ଅଧିକାଂଶ ଚାଷୀଙ୍କର ବହୁ ପରିମାଣର ଜମି ଅଛି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଚାରିଚକିଆ ଗାଡ଼ି ଚଲାନ୍ତି । ସେମାନେ କହୁଛନ୍ତି ୨୦୨୪ ସାଧାରଣ ନିର୍ବାଚନ ଯାଏଁ ଆନ୍ଦୋଳନ ଜାରି ରଖିବା ଲାଗି ସେମାନଙ୍କ ନିକଟରେ ସଂସାଧନ ଅଛି ।

ମହାରାଷ୍ଟ୍ରର ଚାଷୀମାନଙ୍କ ମଧ୍ୟରୁ ଅଧିକାଂଶ ଆଦିବାସୀ ସଂପ୍ରଦାୟର, ଅନେକଙ୍କ ନିକଟରେ ଅଳ୍ପ ଜମି ଓ ସଂସାଧନ ଅଛି, ଏହା ଥିଲା ଅସମାନ । କିନ୍ତୁ ପାଲଘର ଜିଲ୍ଲା ବିକ୍ରମଗଡ଼ ତାଲୁକାରୁ ଆସିଥିବା ୱର୍ଲି ସଂପ୍ରଦାୟର ୪୫ ବର୍ଷୀୟ ଚାଷୀ ସୁରେଶ ୱାର୍ଥା (ଉପରେ କଭର ଫଟୋ ଥିବା)କହନ୍ତି,‘‘ଆମେ ଦେଖାଇବାକୁ ଚାହୁଁଥିଲୁ ଯେ ଦେଶର ଉତ୍ତର ଭାଗର ଚାଷୀଙ୍କ ବ୍ୟତୀତ ଅନ୍ୟ ଚାଷୀମାନେ ମଧ୍ୟ କୃଷି ଆଇନକୁ ବିରୋଧ କରୁଛନ୍ତି । ଏବଂ କୃଷି ଆଇନ ଧନୀ ଓ ଗରିବ ଉଭୟଙ୍କୁ ପ୍ରଭାବିତ କରୁଛି।’’

ସମସ୍ତ କୃଷକମାନେ ଏହି ୩ଟି ଆଇନକୁ ସେମାନଙ୍କ ଜୀବିକା ବିପର୍ଯ୍ୟସ୍ତ କରିଦେବା ଭଳି ଆଇନ ଭାବେ ଦେଖୁଛନ୍ତି କାରଣ ଏହାଦ୍ୱାରା ବଡ଼ ବ୍ୟାବସାୟିକ ସଂସ୍ଥାଗୁଡ଼ିକର କୃଷକ ଓ କୃଷି କ୍ଷେତ୍ର ଉପରେ ଆହୁରି ଅଧିକ କ୍ଷମତା ଦଖଲ ପାଇଁ ପଥ ପ୍ରସାରିତ କରିବ ବୋଲି ସେମାନେ ଭାବୁଛନ୍ତି । ଏହି ଆଇନଗୁଡ଼ିକ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି), କୃଷି ଉତ୍ପାଦ ବଜାର କମିଟି(ଏପିଏମ୍‌ସି), ରାଜ୍ୟର ଫସଲ କ୍ରୟ ଏବଂ ଏହିଭଳି ଉତ୍ପାଦକଙ୍କୁ ସହାୟତା କରୁଥିବା ମୁଖ୍ୟ ନିୟମକୁ ମଧ୍ୟ ଉପେକ୍ଷା କରୁଛି ।

ମହାରାଷ୍ଟ୍ରର ଚାଷୀମାନେ ମଧ୍ୟ ଆନ୍ଦୋଳନକୁ ସମର୍ଥନ ସ୍ୱରୂପ ସେମାନଙ୍କ ଉତ୍ତର ଭାଗର ପ୍ରତିପକ୍ଷମାନଙ୍କ ଲାଗି ଔଷଧ ବାକ୍ସ ନେଇ ଆସିଛନ୍ତି । କିନ୍ତୁ ଶାହଜାହାଁପୁରରେ ବିକ୍ଷୋଭରତ ଚାଷୀଙ୍କ ନିକଟରେ ମଧ୍ୟ ଚିକିତ୍ସା ସୁବିଧା ଯୋଗାଣର ଆଦୌ ଅଭାବ ନାହିଁ ।

ଅହମ୍ମଦନଗର ଜିଲ୍ଲା ସଙ୍ଗମନେର ତାଲୁକା ସିନଡୋଡି ଗାଁର ବାସିନ୍ଦା ୫୭ ବର୍ଷୀୟ ଭୀଲ ଆଦିବାସୀ ଚାଷୀ ମଥୁରା ବରଦେ କହନ୍ତି, ‘‘ମୁଁ କେବେହେଲେ ଏଭଳି ବିକ୍ଷୋଭ ଦେଖିନାହିଁ । ଯେଉଁଠାରେ ବିକ୍ଷୋଭକାରୀଙ୍କ ନିକଟରେ ସମସ୍ତ ସୁବିଧା ରହିଛି।’’ ସେମାନେ ସମସ୍ତ ବ୍ୟବସ୍ଥା କରିସାରିଥିଲେ । ବିକ୍ଷୋଭସ୍ଥଳରେ ପହଞ୍ଚିବା ପରେ ଆମକୁ କାଜୁ, ପିସ୍ତାବାଦାମ, କ୍ଷୀର ଓ ଅନ୍ୟ ବହୁ ଜିନିଷ ଦେଇ ସ୍ୱାଗତ କରାଗଲା । ଏହି ସବୁ ଜିନିଷ କିଣିବା ପୂର୍ବରୁ ଆମେ ଦୁଇ ଥର ଚିନ୍ତା କରୁ । ସେମାନେ ଗାଧୋଇବା ପାଇଁ ଗରମ ପାଣି ଦେଲେ । ଘୋଡ଼ାଇ ହେବା ଲାଗି ମୋଟା କମ୍ବଳ ଦେଲେ । ଆମର କମ୍ବଳ ଚିରି ଯାଇଥିବାବେଳେ ଏହି ସବୁର ବହୁତ ଆବଶ୍ୟକତା ଥିଲା ।’’

ମାର୍ଚ୍ଚ ୨୦୧୮ରେ କୃଷକଙ୍କ ଦୀର୍ଘ ପଦଯାତ୍ରା ରେ ଭାଗ ନେଇଥିବା ମଥୁରାତାଇ କହିଲେ, ଦୁଇଟି ଆନ୍ଦୋଳନକୁ ତୁଳନା କରିବା ବ୍ୟତୀତ ସେ କିଛି ସହାୟତା କରିପାରିବେ ନାହିଁ । ସେ କହିଲେ,‘‘ ମୋର ମନେ ଅଛି ଆମେ ଯେଉଁ ଖାଦ୍ୟଦ୍ରବ୍ୟ ଆମ ସାଙ୍ଗରେ ନେଇ ଯାଇଥିଲୁ ତାକୁ କେମିତି ଅଳ୍ପ ଅଳ୍ପ କରି ଖର୍ଚ୍ଚ କରୁଥିଲୁ । ’’ ‘‘ଆମେ ନାସିକରୁ ମୁମ୍ବାଇ ଯାଏ ପାଦରେ ଚାଲି ସାତ ଦିନରେ ପହଞ୍ଚିଥିଲୁ । ସେଯାଏଁ ଯେପରି ଆମର ଖାଦ୍ୟଦ୍ରବ୍ୟ ନ ସରିବ ତାହା ଆମକୁ ସୁନିଶ୍ଚିତ କରିବାକୁ ପଡ଼ିଥିଲା । ଏଠାରେ ବିକ୍ଷୋଭକାରୀଙ୍କୁ ନିରନ୍ତର ଭାବେ ଲଙ୍ଗରରେ ଖାଇବାକୁ ମିଳୁଛି । ଆମେ ଯେତେଇଚ୍ଛା ସେତେ ଖାଇପାରିବୁ ।’’

Mathura Barde (left): 'Never seen a protest like this'. Suresh Wartha (right): 'We wanted to show farmers are opposed to the laws outside of the northern states too'
PHOTO • Shraddha Agarwal
Mathura Barde (left): 'Never seen a protest like this'. Suresh Wartha (right): 'We wanted to show farmers are opposed to the laws outside of the northern states too'
PHOTO • Parth M.N.

ମଥୁରା ବାରଡେ ( ବାମ ):‘ କେବେହେଲେ ଏଭଳି ବିକ୍ଷୋଭ ଦେଖିନାହିଁ ’’: ସୁରେଶ ୱାର୍ଥା ( ଡାହାଣ ):‘‘ ଆମେ ଦେଖାଇବାକୁ ଚାହୁଁଥିଲୁ ଯେ ଦେଶର ଉତ୍ତରଭାଗର ଚାଷୀଙ୍କ ବ୍ୟତୀତ ଅନ୍ୟ ଚାଷୀମାନେ ମଧ୍ୟ କୃଷି ଆଇନକୁ ବିରୋଧ କରୁଛନ୍ତି

ଶାହଜାହାଁପୁରରେ, ବିଭିନ୍ନ କୃଷକ ଶ୍ରେଣୀ ମଧ୍ୟରେ ଥିବା ଏକଜୁଟତା ସ୍ପଷ୍ଟ ଦେଖାଯାଉଥିଲା, କିନ୍ତୁ ଦିଲ୍ଲୀ ସୀମାରେ ଯାହା ବିକ୍ଷୋଭକୁ ଅଧିକ ଦୃଢ଼ କରିଥିଲା ଓ ଅଧିକ ଜୀବନ୍ତ କରି ରଖିଥିଲା ତାହା ହେଲା ସେଠାରେ ଉପସ୍ଥିତ ନ ଥିବା ବହୁ ଚାଷୀଙ୍କର ସମର୍ଥନ ।

୨୦୧୮ରେ କୃଷକଙ୍କ ଦୀର୍ଘ ପଦଯାତ୍ରାର ଆୟୋଜନ କରିଥିବା କୃଷକ ନେତାଙ୍କ ମଧ୍ୟରୁ ଜଣେ, ଅଜିତ୍‌ ନୱାଲେ ଏହି ପ୍ରଭେଦକୁ ଅନୁଧ୍ୟାନ କଲେ:  ସେ କହିଲେ, ‘‘ସେତେବେଳେ ଦୀର୍ଘ ପଦଯାତ୍ରା ୭ ଦିନ ଚାଲିଥିଲା ।’’‘‘ପ୍ରଥମ ପାଞ୍ଚ ଦିନ ପାଇଁ ଆମେ ସଂସାଧନ ପାଇଁ ସଂଘର୍ଷ କରିଥିଲୁ । ଷଷ୍ଠ ଦିନରେ ଆମେ ମୁମ୍ବାଇ ଉପକଣ୍ଠରେ ପହଞ୍ଚିଯିବା ପରେ, ଅଣକୃଷକ ସଂପ୍ରଦାୟମାନେ ଖାଦ୍ୟ, ପାଣି, ଫଳ, ବିସ୍କିଟ, ସ୍ଲିପର ଓ ଅନ୍ୟ ଜିନିଷ ଯୋଗାଇଦେଲେ ।’’

ସର୍ବଭାରତୀୟ କିଷାନ ସଭା(କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଇଣ୍ଡିଆ ମାର୍କିସ୍‌ଷ୍ଟ ସହ ଅନୁବନ୍ଧିତ)ର ସାଧାରଣ ସମ୍ପାଦକ ଓ ଶାହଜାହାଁପୁରକୁ ଆସୁଥିବା ଚାଷୀଙ୍କ ଦଳର ନେତୃତ୍ୱ ନେଇଥିବା ନୱାଲେ କହନ୍ତି, ‘‘କୌଣସି ବିକ୍ଷୋଭର ସ୍ଥାୟିତ୍ୱ ଏହା ଉପରେ ନିର୍ଭର କରେ ଯେ ସମାଜ ଏହାକୁ ସମର୍ଥନ କରୁଛି ନା ନାହିଁ। ଏହା ହିଁ ଦିଲ୍ଲୀ ଆଖପାଖରେ ଚାଲିଥିବା କୃଷକଙ୍କ ଆନ୍ଦୋଳନ କ୍ଷେତ୍ର ରେ ହୋଇଛି । ଏହା ଏବେ କେବଳ ଚାଷୀଙ୍କ ଭିତରେ ସୀମିତ ହୋଇ ରହିନାହିଁ । ସେମାନଙ୍କୁ ଏବେ ପୁରା ସମାଜର ସମର୍ଥନ ମିଳୁଛି ।’’

ଆହୁରି ବ୍ୟାଖ୍ୟା କରି ନୱାଲେ କହିଲେ ଶାହଜାହାଁପୁରରେ ସେମାନଙ୍କର ପ୍ରଥମ ରାତିରେ, କେତେଜଣ ଅଟୋରିକ୍ସା ଚାଳକ ଆନ୍ଦୋଳନସ୍ଥଳରେ କମ୍ବଳ, ଗରମ ପୋଷାକ, ମଙ୍କି କ୍ୟାପ୍‌ ଏବଂ ଅନ୍ୟ ସାମଗ୍ରୀ ନେଇ ସାଙ୍ଗରେ ପହଞ୍ଚିଲେ । ସେ କହିଲେ, ‘‘ମହାରାଷ୍ଟ୍ରରୁ ଚାଷୀ ଶାହଜାହାଁପୁରକୁ ଆସୁଥିବା ଜାଣି ଦିଲ୍ଲୀର ଶିଖ୍‌ ସମ୍ପ୍ରଦାୟ ଟଙ୍କା ଯୋଗାଇଥିଲେ ।’’ ‘‘ସେମାନେ ଏହି ସବୁ ଜିନିଷ କିଣି ପଠାଇଥିଲେ ।’’

ଏ ସବୁ ହନୁମନ୍ତ ଗୁଞ୍ଜଲଙ୍କର ମନେରହିବା ଭଳି ଅନୁଭୂତିର ଅଂଶ । ସେ କହନ୍ତି, ‘‘ଆମେ ଫେରିଆସିଛୁ (ଗାଁକୁ) ଖୁବ୍‌ ସକାରାତ୍ମକ ଅନୁଭବ କରୁଛୁ ।’’

ଅନୁବାଦ - ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Parth M.N.

Parth M.N. is a 2017 PARI Fellow and an independent journalist reporting for various news websites. He loves cricket and travelling.

Other stories by Parth M.N.