ହରିଶଚନ୍ଦ୍ର ଧୱାରେ ନିଜ ମୃତ୍ୟୁର ଦୁଇ ଦିନ ପୂର୍ବରୁ ନିଜ ସ୍ତ୍ରୀ ଜୟଶ୍ରୀଙ୍କୁ କହିଲେ,"ଯଦି ମୁଁ ମରିଯାଏ ଭଲ ହେବ, କିନ୍ତୁ ଆମେ ଏହି ବିଲ୍‍ ପରିଶୋଧ କରିପାରିବା ନାହିଁ"। କୋଭିଡ - ୧୯ କାରଣରୁ ଏହି ୪୮ ବର୍ଷୀୟ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଯାଇଥିଲା ଏବଂ ତାଙ୍କୁ ଭେଣ୍ଟିଲେଟର ସାହାଯ୍ୟରେ ରଖାଯାଇଥିଲା।

୩୮ ବର୍ଷୀୟା ଜୟଶ୍ରୀ କୁହନ୍ତି, ସେହି ସମୟରେ, ନିଜ ଜୀବନ ବିଷୟରେ ଚିନ୍ତା କରିବା ପରିବର୍ତ୍ତେ, ସେ ହସପିଟାଲ୍‍ର ବିଲ୍‍କୁ ନେଇ ଚିନ୍ତିତ ଥିଲେ। "ସେ ମୋ ସହ ଝଗଡା କରୁଥିଲେ ଓ କାନ୍ଦୁଥିଲେ"। "ସେ ଘରକୁ ଫେରିଯିବା ପାଇଁ ଜିଦି କରୁଥିଲେ"।

ସାମ୍ବାଦିକ ଭାବରେ ଦୀର୍ଘ କୋଡିଏ ବର୍ଷ କାମ କରିବା ତାଙ୍କ ପକ୍ଷେ କିଛି କମ୍ ନଥିଲା ଯେତେବେଳେ ହରିଶଚନ୍ଦ୍ର ୨୦୨୧ ମାର୍ଚ୍ଚର ଶେଷ ବେଳକୁ କରୋନାରେ ସଂକ୍ରମିତ ହେଲେ। ତାଙ୍କର କାମ ତାଙ୍କୁ ଆହୁରି ଅସୁରକ୍ଷିତ କରିଥିଲା।

ମହାରାଷ୍ଟ୍ରର ଓସମାନାବାଦ ଜିଲ୍ଲାର ବିଭିନ୍ନ ଖବରକାଗଜ ସଂସ୍ଥା ପାଇଁ ୨୦୦୧ ମସିହାରୁ ସାମ୍ବାଦିକ ଭାବରେ କାମ କରୁଥିବା ହରିଶଚନ୍ଦ୍ରଙ୍କର ଶେଷ ଖବର କାଗଜ ସଂସ୍ଥା ଥିଲା ଦୈନିକ ମରାଠୀ ରାଜଧର୍ମ। "ସେ କୋଭିଡର ଦ୍ୱିତୀୟ ଲହର ବିଷୟରେ ଖବର ପରିବେଷଣ କରୁଥିଲେ। ଜୟଶ୍ରୀ କୁହନ୍ତି, "ସେ ସାମ୍ବାଦିକ ସମ୍ମିଳନୀଗୁଡିକରେ ଯୋଗ ଦେଉଥିଲେ ଓ ଅନେକ ସମୟରେ ବାହାରେ ରହୁଥିଲେ"। "ସେ ଯେବେବି ବାହାରକୁ ଯାଆନ୍ତି ଆମେମାନେ ଚିନ୍ତିତ ରହୁଥିଲୁ। ସେ ଉଚ୍ଚ ରକ୍ତ ଶର୍କରା[ମଧୁମେହ] ଓ ରକ୍ତଚାପରେ ପୀଡିତ ଥିଲେ। କିନ୍ତୁ ସେ କହୁଥିଲେ ତାଙ୍କୁ ତାଙ୍କ କାମ କରିବାକୁ ପଡିବ।"

ଜୟଶ୍ରୀ କୁହନ୍ତି, ମାର୍ଚ୍ଚ ୨୨ରେ, ଧୱାରେଙ୍କଠାରେ କୋଭିଡର ଲକ୍ଷଣ - ଶରୀର ଯନ୍ତ୍ରଣା ଓ ଜ୍ୱର ଦେଖାଦେଲା। "ଯେତେବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହେଲା ନାହିଁ, ଆମେ ତାଙ୍କୁ ସହରରେ ଥିବା ସିଭିଲ ହସ୍ପିଟାଲ୍‍କୁ ନେଇଗଲୁ"। ସେ ସଂକ୍ରମିତ ଚିହ୍ନଟ ହେବା ପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଗଲା। ଜୟଶ୍ରୀ କୁହନ୍ତି, "ସେଠାରେ ସମସ୍ତ ସୁବିଧା ବହୁତ ଭଲ ନଥିଲା, ଏବଂ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ସନ୍ତୋଷ ଜନକ ନଥିଲା"। ତେଣୁ ମାର୍ଚ୍ଚ ୩୧ରେ, ୬୦ କିଲୋମିଟର ଦୂର ସୋଲାପୁରରେ ଥିବା ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ ପରିବାର ସ୍ଥିର କରିଥିଲେ।

ସେଠାରେ ୬ ଦିନ ଧରି ଚିକିତ୍ସିତ ହେବା ପରେ, ଧୱାରେ ଏପ୍ରିଲ୍‌ ୬ ତାରିଖ ଦିନ ସକାଳେ ଶେଷ ନିଶ୍ୱାସ ତ୍ୟାଗ କଲେ।

Jayashree Dhaware at her home store and beauty parlour (right). Her journalist husband, Harishchandra, died in April due to Covid
PHOTO • Parth M. N.
Jayashree Dhaware at her home store and beauty parlour (right). Her journalist husband, Harishchandra, died in April due to Covid
PHOTO • Parth M. N.

ଜୟଶ୍ରୀ ଧୱାରେ ନିଜର ଘରେ ଦୋକାନ ଓ ବିୟୁଟି ପାର୍ଲର ରେ (ଡାହାଣ)। ତାଙ୍କର ସାମ୍ବାଦିକ ସ୍ୱାମୀ, ହରିଶଚନ୍ଦ୍ର, କୋଭିଡରେ ଏପ୍ରିଲ୍‌ରେ ମୃତ୍ୟୁବରଣ କଲେ

ହସ୍ପିଟାଲ କର୍ତ୍ତୃପକ୍ଷ ୪ ଲକ୍ଷ ଟଙ୍କାର ବିଲ୍‍ ପରିଶୋଧ କରିବା ପାଇଁ ଦେଲେ। ମୃତ୍ୟୁ ବେଳକୁ ହରିଶଚନ୍ଦ୍ରଙ୍କ ମାସିକ ଦରମା ୪୦୦୦ ଟଙ୍କା ଥିଲା। ତାଙ୍କର ମୃତ୍ୟୁ ପରେ ଜୟଶ୍ରୀ ନିଜର ସମସ୍ତ ସ୍ୱର୍ଣ୍ଣ ଅଳଙ୍କାର ୧ ଲକ୍ଷ ଟଙ୍କାରେ ବିକ୍ରି କରିଦେଲେ। ସେ କୁହନ୍ତି, "ବନ୍ଧୁମାନେ ମୋତେ ଧାରେ ସୁତ୍ରରେ ମୋତେ କିଛି ଟଙ୍କା ଦେଲେ। ଓସାମାନାବାଦର ସାମ୍ବାଦିକମାନେ (୨୦୦୦୦ ଟଙ୍କା) ପ୍ରଦାନ କଲେ ଯାହାକି ମୋତେ ଅଳ୍ପ କିଛି ସହାୟତା କଲା"। "କିନ୍ତୁ ଆମେ ଆମ ପରିବାରର ଏକ ମାତ୍ର ରୋଜଗାରିଆ ସଦସ୍ୟଙ୍କୁ ହରାଇଲୁ, ଏବଂ ମୁ ଜାଣିପାରୁ ନାହିଁ କେମିତି ଋଣ ପରିଶୋଧ କରିବି"।

ହରିଶଚନ୍ଦ୍ରଙ୍କ ବାର୍ଷିକ ଆୟ ପ୍ରାୟ ୧ ଲକ୍ଷ ଥିଲା। ଏଥିରେ ତାଙ୍କ ଦରମା ବ୍ୟତିତ ସେ ଖବରକାଗଜକୁ ଆଣୁଥିବା ବିଜ୍ଞାପନର ୪୦% କମିଶନ ଅନ୍ତର୍ଭୁକ୍ତ ଥିଲା। ଜୟଶ୍ରୀ ନିଜ ଘରେ ଏକ ଛୋଟିଆ ଦୋକାନ ଚଲାନ୍ତି ଯେଉଁଥିରେ ସେ ବିସ୍କୁଟ, ଚିପ୍ସ୍‍ ଏବଂ ଅଣ୍ଡା ବିକ୍ରି କରନ୍ତି। ସେ କୁହନ୍ତି, "ମୁଁ ଏଥିରୁ କିଛି ପାଏ ନାହିଁ"। ସେ ଏକ ବିୟୁଟି ପାର୍ଲର ମଧ୍ୟ ଚଲାନ୍ତି, କିନ୍ତୁ ମହାମାରି ଯୋଗୁ ଦୀର୍ଘ ଦେଢବର୍ଷ ଧରି ଗ୍ରାହାକ ଆସୁ ନାହାନ୍ତି।

ଧୱାରେ ପରିବାର, ଯିଏକି ନଭ ବୌଦ୍ଧ ସମ୍ପ୍ରଦାୟର, ଯାହା ରାଜ୍ୟ ସରକାରଙ୍କର ଯୋଜନା ମହାତ୍ମା ଜ୍ୟୋତିରାଓ ଫୁଲେ ଜନ ଆରୋଗ୍ୟ ଯୋଜନାରେ(ଏମଜେପିଜେଏୱାଇ) ସ୍ୱାସ୍ଥ୍ୟ ବୀମା ପାଇବାପାଇଁ ଯୋଗ୍ୟ ଯେଉଁଥିରେ ବାର୍ଷିକ ଏକ ଲକ୍ଷ ଟଙ୍କାରୁ କମ୍‍ ରୋଜଗାର କରୁଥିବା ପରିବାରଗୁଡିକର ସ୍ୱାସ୍ଥ୍ୟ ଖର୍ଚ୍ଚ (୨.୫ ଲକ୍ଷ ପର୍ଯ୍ୟନ୍ତ)ଅନ୍ତର୍ଭୁକ୍ତ। ଏହି ଯୋଜନାରେ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱିକୃତିପ୍ରାପ୍ତ ସାମ୍ବାଦିକମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଯୋଜନା ଅଧିନରେ ହସ୍ପିଟାଲ ରୋଗୀମାନଙ୍କର ଚିକିତ୍ସା କରେ ଏବଂ ଖର୍ଚ୍ଚର ବିଲ୍‍ ସରକାରଙ୍କୁ ପ୍ରଦାନ କରେ।

ଜୟଶ୍ରୀ ଯିଏକି କରୋନା ସଂକ୍ରମିତ ହୋଇ ଅସୁସ୍ଥ ଥିଲେ, ଓ ତିନି ଦିନ ଓସମାନାବାଦର ସିଭିଲ ହସ୍ପିଟାଲ୍‍ରେ କଟାଇଥିଲେ  କୁହନ୍ତି, ହସ୍ପିଟାଲ କର୍ତ୍ତୃପକ୍ଷ ଏହି ଯୋଜନାରେ ଆବେଦନ କରିବାପାଇଁ ହରିଶଚନ୍ଦ୍ରଙ୍କୁ ଆଶାୟୀ ବ୍ୟକ୍ତିମାନଙ୍କ ତାଲିକାରେ ରଖିଥିଲେ। "ଏହି ସମୟରେ ଚିକିତ୍ସା କରିବା ପାଇଁ ଆମ୍ଭେମାନେ ତାଙ୍କୁ କହିଲୁ। କିନ୍ତୁ ଆବେଦନ ପକ୍ରିୟା ଆରମ୍ଭ ହେବା ପୂର୍ବରୁ ସେ ମୃତ୍ୟୁ ବରଣ କଲେ। ମୁଁ ଭାବୁଛି ସେମାନେ ଜାଣି ଶୁଣି ଏପରି ବିଳମ୍ବ କଲେ।" ହରିଶଚନ୍ଦ୍ରଙ୍କ ମୃତ୍ୟୁ ଦିନ ଜୟଶ୍ରୀଙ୍କୁ ଛାଡି ଦିଆଗଲା।

ଏହି ବର୍ଷ ଫେବୃୟାରୀରୁ କୋଭିଡ - ୧୯ର ଦ୍ୱିତୀୟ ଲହର ଆରମ୍ଭ ହେବା ଠାରୁ ସାରାଦେଶରେ, ସାମ୍ବାଦିକମାନଙ୍କ ସୁରକ୍ଷା, ବିଶେଷତଃ କ୍ଷେତ୍ରରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ସ୍ୱର ଉତ୍ତୋଳନ କରାଯାଇଛି। ଯେତେବେଳେ କି କେନ୍ଦ୍ରସରକାର ସାମ୍ବାଦିକମାନଙ୍କୁ ଆଗ ଧାଡିର ଯୋଦ୍ଧା ମାନ୍ୟତା ଦେଇନାହାନ୍ତି, କିନ୍ତୁ ଓଡିଶା, ତାମିଲନାଡୁ, କର୍ଣ୍ଣାଟକ, ଉତ୍ତପ୍ରଦେଶ, ଉତ୍ତରାଖଣ୍ଡ ଏବଂ ବିହାର ଭଳି ରାଜ୍ୟମାନେ ସାମ୍ବାଦିକମାନଙ୍କୁ ଏହି ମାନ୍ୟତା ପ୍ରଦାନ କରିଛନ୍ତି ଏବଂ ସେମାନଙ୍କୁ ଟୀକା ପ୍ରଦାନରେ ଅଗ୍ରାଧିକାର ଦିଆଯାଉଛି।

ମହାରାଷ୍ଟ୍ରରେ ବିକ୍ଷୋଭ ଓ କିଛି କ୍ୟାବିନେଟ୍‍ ପାହ୍ୟାର ମନ୍ତ୍ରୀମାନଙ୍କ ଦ୍ୱାରା ରଜ୍ୟ ସରକାରଙ୍କୁ ଅପିଲ ସତ୍ତ୍ଵେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‍ରେ ସାମ୍ବାଦିକମାନଙ୍କୁ ଅଗ୍ରାଧିକାର ବର୍ଗରେ ଅନ୍ତର୍ଭୁକ୍ତ କରିନାହାନ୍ତି।

TV journalist Santosh Jadhav rarely goes out now. His mother (right) died from getting infected when he had Covid last year
PHOTO • Parth M. N.
TV journalist Santosh Jadhav rarely goes out now. His mother (right) died from getting infected when he had Covid last year
PHOTO • Parth M. N.

ଟେଲିଭିଜନ ସାମ୍ବାଦିକ ସନ୍ତୋଷ ଜାଦ ଏବେ ବେଳେ ବେଳେ ବାହାରକୁ ଯାଉଛନ୍ତି। ଯେତେବେଳେ ସେ ଗତ ବର୍ଷ କୋଭିଡ ସଂକ୍ରମିତ ହୋଇଥିଲେ ତାଙ୍କ ମା ( ଡାହାଣ) ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିଲେ।

ଏସ.ଏମ. ଦେଶମୁଖ ଯିଏକି ମହାରାଷ୍ଟ୍ରରେ ପାଖାପାଖି ୮୦୦୦ ସାମ୍ବାଦିକମାନଙ୍କୁ ନେଇ ଗଠିତ ମରାଠୀ ପତ୍ରକାର ପରିଷଦ ସଂଘର ମୁଖ୍ୟ ଟ୍ରଷ୍ଟି  କୁହନ୍ତି," ଏହି ରାଜ୍ୟରେ  ଅଗଷ୍ଟ ୨୦୨୦ ରୁ ମେ ୨୦୨୧ ମଧ୍ୟରେ ୧୩୨ ଜଣ ସାମ୍ବାଦିକ ମୃତ୍ୟୁବରଣ କରିଛନ୍ତି। କିନ୍ତୁ ତାହା ହେଉଛି ଏକ ଉଦ୍ଦେଶ୍ୟମୂଳକ ଭାବେ ନିମ୍ନ ଆକଳନ ବୋଲି  ଗ୍ରାମାଞ୍ଚଳର ସାମ୍ବାଦିକମାନେ କୁହନ୍ତି- ଏହି ତାଲିକାରେ ଅପେକ୍ଷାକୃତ କମ୍‍ ପ୍ରଚଳିତ ସ୍ଥାନୀୟ ଖବରକାଗଜ ସଂସ୍ଥାର ସାମ୍ବାଦିକମାନଙ୍କ ନାମ ସ୍ଥାନ ପାଇନାହିଁ।

ଦେଶମୁଖ ସ୍ୱୀକାର କରନ୍ତି, "ଏହା ସମ୍ଭବ ହୋଇପାରେ ଗ୍ରାମାଞ୍ଚଳରୁ  କିଛି ନାମ ମୋ ପାଖରେ ପହଞ୍ଚି ପାରିନାହିଁ। ସେ କୁହନ୍ତି,"ଏପର୍ଯ୍ୟନ୍ତ ରାଜ୍ୟରେ ପ୍ରାୟ ୬୦୦୦ ସାମ୍ବାଦିକ-ସମସ୍ତେ ଏମପିପି ର ସଦସ୍ୟ ନୁହନ୍ତି - କରୋନାରେ ସଂକ୍ରମିତ ହୋଇଛନ୍ତି। ଅନେକ କ୍ଷେତ୍ରରେ, ଯଦିଓ ସେମାନେ ସୁସ୍ଥ ହୋଇଛନ୍ତି, ସେମାନଙ୍କର ପରିବାର ସଦସ୍ୟ ପ୍ରାଣ ହରାଇଛନ୍ତି।

ମେ ୧୧ ତାରିଖରେ, ସାରା ମହାରାଷ୍ଟ୍ରରୁ ୯୦ ଜଣ ସାମ୍ବାଦିକ ଆଗଧାଡିର ଯୋଦ୍ଧା ମାନ୍ୟତା ପାଇବା ପାଇଁ ସେମାନଙ୍କର ଦାବିକୁ ତୀବ୍ର କରିବା ପାଇଁ ଏକ ଅନ୍‍ଲାଇନ୍‍ ସମାବେଶରେ ଯୋଗଦେଲେ। ଛୋଟ ସହର ଏବଂ ଗାଁରେ କୋଭିଡ-୧୯ ବ୍ୟାପିବା ପରେ ଗ୍ରାମାଞ୍ଚଳରେ ସାମ୍ବାଦିକଙ୍କର ସୁରକ୍ଷା ହେଉଛି ମୁଖ୍ୟ ଚିନ୍ତାର ବିଷୟ, କିଛି ଦୂର ଯାତ୍ରା ନକଲେ ସେମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହେଉ ନାହିଁ।

ନୂଆଦିଲ୍ଲୀ ସ୍ଥିତ ପର୍‍ସେପସନ ଷ୍ଟଡିଜ୍‍ ଅନୁଷ୍ଠାନ ଦ୍ୱାରା କୋଭିଡ-୧୯ରେ ମୃତ୍ୟୁବରଣ କରିଥିବା ସାମ୍ବାଦିକମାନଙ୍କ ଉପରେ କରାଯାଇଥିବା ଅନୁସନ୍ଧାନରୁ ଯଣାଯାଏ ଏପ୍ରିଲ୍‌ ୧,୨୦୨୦ରୁ ମେ ୧୨,୨୦୨୧ ମଧ୍ୟରେ ହୋଇଥିବା ୨୧୯ଟି ମୃତ୍ୟୁରୁ ୧୩୮ଟି ମେଟ୍ରୋ ବାହାର ଅଞ୍ଚଳରେ ଘଟିଛି।

ଓସମାନାବାଦର ୩୭ ବର୍ଷୀୟ ସାମ୍ବାଦିକ ସନ୍ତୋଷ ଜାଦବ କୁହନ୍ତି, ଭାରତରେ ଗ୍ରାମାଞ୍ଚଳର ସାମ୍ବାଦିକମାନେ ବିନା ଖ୍ୟାତିରେ ଓ ଅଳ୍ପ ଦରମାରେ କଠିନ ପରିଶ୍ରମ କରନ୍ତି। ସେମାନେ ଅବହେଳିତ ହୋଇ ଆସିଛନ୍ତି। ଜାଦବ ଯିଏକି ମୁମ୍ବାଇରେ ପ୍ରଶାସନିକ କେନ୍ଦ୍ର ଥିବା ଏକ ମରାଠୀ ଟେଲିଭିଜନ ଚ୍ୟାନେଲ୍‍ ପାଇଁ ସାମ୍ବାଦିକତା କରନ୍ତି କୁହନ୍ତି,"ସାମ୍ବାଦିକମାନେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଓ କୋଭିଡ ଯୋଦ୍ଧା ଭାବରେ ପ୍ରଶଂସିତ। ସାମ୍ବାଦିକତାକୁ ମଧ୍ୟ ଜରୁରୀକାଳୀନ ସେବା କୁହାଯାଏ, କିନ୍ତୁ ଟୀକା ନେବା ପାଇଁ ଆମକୁ ଅଗ୍ରାଧିକାର ଦିଆଯାଉ ନାହିଁ।" "ଆମ୍ଭମାନକୁ ଏଥିପାଇଁ ସଚେତନତା ସୃଷ୍ଟି କରିବାକୁ ପଡିବ। ଆମମାନଙ୍କ ଠାରୁ ସଠିକ୍‍ ଖବର ପ୍ରସାରଣର ଆଶା କରାଯାଏ। ଆମେମାନେ ଅନ୍ୟ ଲୋକମାନଙ୍କର ସ୍ୱର ଉତ୍ତୋଳନ କରୁଛୁ। କିନ୍ତୁ ଆମମାନଙ୍କର ଉଦ୍‍ବେଗକୁ ଶୁଣିବାକୁ କେହି ନାହାନ୍ତି।"

ଜାଦବ ଭଳି ସାମ୍ବାଦିକମାନଙ୍କ ଅବସ୍ଥା ବହୁତ ଖରାପ। "ତୁମେ ଯଦି ମୁମ୍ବାଇ କିମ୍ବା ଦିଲ୍ଲୀର ହୋଇଥାଆନ୍ତ, ତୁମ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥାଆନ୍ତା। ଏହି ସମୟରେ ଗ୍ରାମାଞ୍ଚଳରେ ନିଜର ସାମ୍ବାଦିକମାନଙ୍କ ସୁରକ୍ଷା ନିମନ୍ତେ ନ୍ୟୁଜ୍‍ ଚ୍ୟାନେଲ ଓ ଖବର କାଗଜ ସଂସ୍ଥାଗୁଡିକ କ’ଣ କରିଛନ୍ତି? କେତେଜଣ ସମ୍ପାଦକ ସେମାନଙ୍କ ସାମ୍ବାଦିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି? ଅଗ୍ରାଧିକାର ଭିତ୍ତିରେ ଟୀକା ଦେବାପାଇଁ କେତେଜଣ ପ୍ରଚାର କରିଛନ୍ତି?" ସେ କୁହନ୍ତି, "ଗ୍ରାମାଞ୍ଚଳର ସାମ୍ବାଦିକମାନେ କ୍ୱଚିତ୍‍ ଠିକ୍‍ ଦରମା ପାଆନ୍ତି। ସେମାନେ ଯଦି ମୃତ୍ୟୁବରଣ କରନ୍ତି ସେମାନଙ୍କର ପିଲାମାନଙ୍କର ଅବସ୍ଥା କ’ଣ ହେବ?"

Yash and Rushikesh have been unusually quiet after their father's death
PHOTO • Parth M. N.

ବାପାଙ୍କ ମୃତ୍ୟୁ ପରେ ୟଶ ଏବଂ ରୁ ଷି କେଶ ଅସାଧାରଣ ଭାବରେ ନିରବି ଯାଇଛନ୍ତି

ଛୋଟ ସହର ଏବଂ ଗାଁରେ କୋଭିଡ-୧୯ ବ୍ୟାପିବା ପରେ ଗ୍ରାମାଞ୍ଚଳରେ ସାମ୍ବାଦିକଙ୍କର ସୁରକ୍ଷା ହେଉଛି ମୁଖ୍ୟ ଚିନ୍ତାର ବିଷୟ, କିଛି ଦୂର ଯାତ୍ରା ନକଲେ ସେମାନଙ୍କୁ  ଉନ୍ନତ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହେଉ ନାହିଁ

ଧୱାରେଙ୍କର ୧୮ ବର୍ଷୀୟ ଝିଅ ବିଶାଖା ଦ୍ୱାଦଶ ଶ୍ରଣୀରେ ପଢୁଛି। ସେ ଡାକ୍ତର ହେବାକୁ ଚାହୁଁଚି, କିନ୍ତୁ ଏହା ଏବେ ଅନିଶ୍ଚିତତା ମଧ୍ୟରେ। ଜୟଶ୍ରୀ ବିଶାଖାକୁ ଚାହିଁ କୁହନ୍ତି,"ମୁଁ ତାର ପଢା ଖର୍ଚ୍ଚ ବହନ କରିପାରିବି ନାହିଁ"।

ବିଶାଖା (କଭର ଫଟୋରେ, ଚଷମା ପିନ୍ଧି) ମନେପକାଇ କୁହନ୍ତି ସେ ତାଙ୍କ ବାପାଙ୍କୁ ମୃତ୍ୟୁର ଚାରିଦିନ ପୂର୍ବରୁ ଭିଡିଓ କଲ୍‍ କରିଥିଲେ ଓ ବାପା ବହୁତ ଗପିଥିଲେ। “ଏପ୍ରିଲ ୨ରେ ତାଙ୍କର ଜନ୍ମଦିନ ଥିଲା’’। ସେ କହିଲେ, "ମୁଁ ତାଙ୍କୁ ଅଭିନନ୍ଦନ ଜଣାଇବା ପାଇଁ କଲ୍‍ କରିଥିଲି। ସେ ମୋତେ ପାଠପଢାରେ ମନୋନିବେଶ କରିବା ପାଇଁ କହିଲେ ଓ ସେ ନଥିଲା ବେଳେ ବହିରୁ ଆଖି ନ ହଟାଇବା ପାଇଁ କହିଲେ। ସେ ଚାହୁଁଥିଲେ  ଯେତେ ସମ୍ଭବ ସେତେ ମୁଁ ପଢେ।’’

ବିଶାଖାଙ୍କ ପାଠପଢା ଖର୍ଚ୍ଚ ସହ ସେ  ହସ୍ପିଟାଲ୍‍ ବିଲ୍‍ ପରିଶୋଧ କରିବା ପାଇଁ ଆଣିଥିବା ଋଣକୁ ନେଇ ଜୟଶ୍ରୀ ଚିନ୍ତିତ। ସେ କୁହନ୍ତି, “ମୋର ବନ୍ଧୁମାନେ ବହୁତ ଭଲ କାରଣ ସେମାନେ ମୋତେ ଏବେ ଋଣ ପରିଶୋଧ କରିବା ପାଇଁ କହୁନାହାନ୍ତି, କିନ୍ତୁ ଏହି ଖରାପ ସମୟରେ ସମସ୍ତେ ଟଙ୍କା ପାଇଁ ସଂର୍ଘଷ କରୁଛନ୍ତି। ମୋତେ ମୋର ଋଣ ପରିଶୋଧ କରିବାକୁ ପଡିବ, କିନ୍ତୁ ମୁଁ ଜାଣିପାରୁ ନାହିଁ କିପରି କରିବି। ମୁଁ ଏବେ ଏକା।’’

ଓସାମାନାବାଦର କିଛି ସାମ୍ବାଦିକ ଏବେ ଅନୁଭବ କରୁଛନ୍ତି ନିଜ ପରିବାରକୁ ଆର୍ଥିକ ସଂକଟରେ ପକାଇବା ଅପେକ୍ଷା କାର୍ଯ୍ୟକ୍ଷେତ୍ରରୁ ଦୂରେଇ ରହିବା ଭଲ।

ଜାଦବ ଯାହାର ଛଅ ବର୍ଷ ଓ ଚାରି ବର୍ଷର ଦୁଇଟି ପିଲା, ଫେବୃୟାରୀ ମାସରେ ଦ୍ୱିତୀୟ ଲହର ଆରମ୍ଭ ହେବାଠାରୁ ବାହାରକୁ ଯାଇ ନାହାନ୍ତି। ୨୦୨୦ ମସିହାରେ କୋଭିଡର ପ୍ରଥମ ଲହର ସମୟରେ କାର୍ଯ୍ୟକ୍ଷେତ୍ରରୁ  ସାମ୍ବାଦିକତା କରି ତାଙ୍କୁ ବହୁ ମୂଲ୍ୟ ଦେବାକୁ ପଡିଥିଲା। ସେ କୁହନ୍ତି, "ମା’ ମୋ କାରଣରୁ ମୃତ୍ୟୁ ବରଣ କଲେ। ମୁଁ ଜୁଲାଇ ୧୧ ତାରିଖ ଦିନ ସଂକ୍ରମିତ ହେଲି। ସେ ତାପରେ ସଂକ୍ରମିତ ହେଲେ। ମୁଁ ସୁସ୍ଥ ହେଲି କିନ୍ତୁ ସେ ହୋଇ ପାରିଲେ ନାହିଁ। ମୁଁ ଏପରିକି ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗ ଦେଇପାରିଲି ନାହିଁ। ଏବେ ବାହରକୁ ଯିବା ପାଇଁ ମୋର ସାହାସ ନାହିଁ।" ଓସାମାନାବାଦ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ନିଜ ସର୍ମ୍ପକରୁ ସେ ଭିଡିଓ ସଂଗ୍ରହ କରୁଛନ୍ତି। “ମୁଁ କେବଳ ଗୁରୁତ୍ୱପୂର୍ଣ୍ଣ ସାକ୍ଷାତ୍‍କାର କରିବା ପାଇଁ ବା କ୍ୟାମେରାରେ ଫଟୋ ଉଠାଇବାକୁ ଯାଏ।’’

କିନ୍ତୁ ୩୯ ବର୍ଷୀୟ ଦାଦାସାହେବ ବାନ୍‍ ଘଟଣାସ୍ଥଳରୁ ସମ୍ବାଦ ଦେବାକୁ ପସନ୍ଦ କରନ୍ତି। ସେ ହେଉଛନ୍ତି ବିଡ୍‍ ଜିଲ୍ଲାର ଅଷ୍ଟି ତାଲୁକର କଶରି ଗାଁର ଜଣେ ଖବରକାଗଜ ସାମ୍ବାଦିକ, ସେ ଜିଲ୍ଲାର ମରାଠୀ ଦୈନିକ ଖବରକାଗଜ ଲୋକଶା ପାଇଁ ଲେଖନ୍ତି। ସେ ନିଜର ସମ୍ବାଦ ପାଇଁ  କେବେବି  ଅନ୍ୟ ଉତ୍ସ ଉପରେ ନିର୍ଭର କରିବା କଥା ଚିନ୍ତା କରନ୍ତି ନାହିଁ।

୩୪ ବର୍ଷୀୟ ତାଙ୍କ ସ୍ତ୍ରୀ ମୀନା କୁହନ୍ତି, "ସେ ହସ୍ପିଟାଲ୍‍, ପରୀକ୍ଷା କେନ୍ଦ୍ର ଏବଂ ଅନ୍ୟ ସ୍ଥାନ ସବୁ ବୁଲୁଥିଲେ ଏବଂ ଘଟଣାସ୍ଥଳର ପରିସ୍ଥିତି ବିଷୟରେ ଲେଖୁଥିଲେ। ନୂତନ ଲହର ବିଷୟରେ ଖବର ଦେବା ବେଳେ ମାର୍ଚ୍ଚର ଶେଷଭାଗରେ ସେ ସଂକ୍ରମିତ ହୋଇଥିଲେ"।

Meena Ban's husband, Dadasaheb, was infected while reporting about the second wave. Dilip Giri (right) says the family spent Rs. 1 lakh at the hospital
PHOTO • Parth M. N.
Meena Ban's husband, Dadasaheb, was infected while reporting about the second wave. Dilip Giri (right) says the family spent Rs. 1 lakh at the hospital
PHOTO • Parth M. N.

ମୀନା ବେନଙ୍କ ସ୍ୱାମୀ, ଦା ଦାସାହେବ, ଦ୍ୱିତୀୟ ଲହର ବିଷୟରେ ଖବର ଦେବା ସମୟରେ ସଂକ୍ରମିତ ହୋଇଥିଲେ। ଦି ଲ୍ଲୀ ପ ଗିରି(ଡାହାଣ) କୁହନ୍ତି ପରିବାର ହସ୍ପିଟାଲରେ ୧ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି

ବେନଙ୍କ ପରିବାର ତାଙ୍କୁ କେସରିଠାରୁ ୬୦ କିଲୋମିଟର ଦୂର ଅହମଦାନଗର ଥିବା ଏକ ଘରୋଇ ହସ୍ପିଟାଲକୁ ନେଇଯାଇଥିଲେ। ମୀରା କୁହନ୍ତି, "କିନ୍ତୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସୁଧୁରି ନଥିଲା"। "ତାଙ୍କର ଅମ୍ଳଜାନର ସ୍ତର ୮୦କୁ ଖସି ଆସିଥିଲା। ଏହା ଅଧିକରୁ ଅଧିକ ଗୁରୁତର ହେବାକୁ ଲାଗିଲା"।

ଚାରି ଦିନ ପରେ ଅନ୍ୟକୌଣସି ରୋଗର ଲକ୍ଷଣ ବିନା ବେନ କୋଭିଡ ୧୯ ରେ ମୃତ୍ୟୁବରଣ କଲେ। ବେନଙ୍କ ପୁତୁରା ୩୫ ବର୍ଷୀୟ ଦିଲ୍ଲୀପ ଗିରି କୁହନ୍ତି, "ଆମେ ହସ୍ପିଟାଲ ଖର୍ଚ୍ଚ ଓ ମେଡିସିନ ବିଲ୍‍ ବାବଦକୁ ୧ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲୁ"। "ଆମେ ହସ୍ପିଟାଲ ବିଲ୍‍ ଦେବା ନିମନ୍ତେ ବନ୍ଧୁବାନ୍ଧବଙ୍କଠାରୁ ଧାର କରି ଟଙ୍କା ଆଣିଥିଲୁ। ମୋର କକା ମାସକୁ ୭୦୦୦-୮୦୦୦ ଟଙ୍କାରୁ ଅଧିକ ରୋଜଗାର କରନ୍ତି ନାହିଁ। ଆମର ସେପରି ଅଧିକ କିଛି ସଞ୍ଚୟ ନାହିଁ।"

ବେନଙ୍କୁ ଏମଜେପିଜେଏୱାଇ (MJPJAY) ଯୋଜନା ଅଧିନରେ ଚିକିତ୍ସା କରାଯାଇପାରିଥାଆନ୍ତା, ଯାହାକି ରାଜ୍ୟର କୃଷି କ୍ଷେତ୍ରରେ ପଛୁଆ ବିଡ୍‍ ସହିତ ୧୪ଟି ଜିଲ୍ଲାର କୃଷକମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ବେନଙ୍କ ପରିବାର ପାଖରେ ନିଜ ଗ୍ରାମରେ ୫ ଏକର କୃଷି କ୍ଷେତ୍ର ରହିଛି, ଯାହାକି ତାଙ୍କୁ ଏହି ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ କରିଛି।

ବେନ ଚିକିତ୍ସିତ ହେଉଥିବା ଅହମ୍ମଦାନଗରର ଘରୋଇ ହସ୍ପିଟାଲଟି ତାଙ୍କୁ ଏହି MJPJAY ଯୋଜନା ଅଧିନରେ ଅନ୍ତର୍ଭୁକ୍ତ କରିବା ପାଇଁ ମନା କଲେ। ମୀନା କୁହନ୍ତି,"ସେମାନେ କହିଲେ ଏହି ଯୋଜନାର ଲାଭ ପାଇବାକୁ ହେଲେ ଆମକୁ ଅନ୍ୟ ହସ୍ପିଟାଲ ଖୋଜିବାକୁ ପଡିବ"। "ସେହି ସମୟରେ, ଯେତେବେଳେ ତୁମେ ଗୋଟେ ଭଲ ହସ୍ପିଟାଲର ସୁବିଧା ପାଇବା ପାଇଁ ସଂଘର୍ଷ କରୁଛ, ସେତେବେଳେ ତୁମେ ଟଙ୍କା ବିଷୟରେ ଚିନ୍ତା କରୁନାହଁ, କିନ୍ତୁ କେବଳ ଲୋକଟିକୁ ବଞ୍ଚାଇବା ପାଇଁ ଚିନ୍ତା କରୁଛ। କିନ୍ତୁ ଆମେ ନା ଲୋକଟିକୁ ବଞ୍ଚାଇପାରିଲୁ ନା ଟଙ୍କା ବଞ୍ଚାଇ ପାରିଲୁ"।

ବେନ ଓ ମୀନାଙ୍କର ପୁଅ ୧୫ ବର୍ଷୀୟ ରୁଷିକେଶ ଓ ୧୪ ବର୍ଷୀୟ ୟଶ ଏବେ ଏକ ଅନିଶ୍ଚିତ ଭବିଷ୍ୟତର ମୁକାବିଲା କରୁଛନ୍ତି। ସେମାନଙ୍କର ବାପା ସେମାନଙ୍କୁ ପାଠପଢାଇ ଡାକ୍ତର କରିବାକୁ ଚାହୁଁଥିଲେ। ଦିଲ୍ଲୀପ କୁହନ୍ତି,"ସେମାନେ ସାମ୍ବାଦିକ ହୁଅନ୍ତୁ ବୋଲି ସେ କେବେବି ଚାହୁଁନଥିଲେ"। ସେ କୁହନ୍ତି, "ସେମାନଙ୍କ ଭବିଷ୍ୟତ ଏବେ ତାଙ୍କ ମା’ଙ୍କ ହାତରେ। ତାଙ୍କ ରୋଜଗାରର ଏକ ମାତ୍ର ପନ୍ଥା ହେଉଛି କୃଷି। ଆମେ କେବଳ ଯବାର ଏବଂ ବାଜରା ଚାଷ କରୁ। ଆମେ ଅର୍ଥକାରୀ ଫସଲ ଚାଷ କରୁନାହୁଁ।"

ନୀରବରେ ପରସ୍ପର ପାଖରେ ବସି କିଶୋରମାନେ ଆମର ବାର୍ତ୍ତାଳାପ ଶୁଣନ୍ତି । ଦିଲିପ କୁହନ୍ତି,"ସେମାନେ ନିଜ ପିତାଙ୍କୁ ହରାଇବା ଠାରୁ ଅସାଧାରଣ ଭାବରେ ନୀରବ ହୋଇଯାଇଛନ୍ତି"। "ସେମାନେ ସବୁବେଳେ ଖୁସିରେ ରହି ଥଟ୍ଟା ମଜା କରନ୍ତି। କିନ୍ତୁ ଏହି କ୍ଷଣି ସେମାନେ କହୁଛନ୍ତି ବାପାଙ୍କ ପାଖକୁ ସେମାନେ ଯିବାକୁ ଚାହୁଁଛନ୍ତି।"

ଅନୁବାଦ: ଓଡ଼ିଶାଲାଇଭ୍‍

Parth M. N.

Parth M.N. is a 2017 PARI Fellow and an independent journalist reporting for various news websites. He loves cricket and travelling.

Other stories by Parth M. N.
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE