“ ଆମେ ପୂର୍ବାହ୍ନ ୫ଟା ବେଳେ ଚାଲି ଚାଲି ବାହାରିଲୁ । ଆମେ ବିଲୋଶି ଯିବାକୁ ଚାହୁଁଛୁ । ସେଠାରେ କୌଣସି ଯାନ ମିଳିଲାନାହିଁ। ଆମର ସେଟ୍‌ (ନିଯୁକ୍ତିଦାତା) ଆମ ସମସ୍ତଙ୍କୁ ଟଙ୍କା ଦେଇଥିଲେ, ପ୍ରତ୍ୟେକ ବ୍ୟକ୍ତିଙ୍କୁ ୧୦୦୦ଟଙ୍କା । ସେହି ଟଙ୍କାରେ ଆମେ ଲୁଣ ଓ ମସଲା (କିରାଣା ସାମାନ) କିଣିଛୁ । ଯଦି ଆମେ ଘରେ ପହଞ୍ଚି ପାରିବୁନାହିଁ, ତାହାହେଲେ ଆମେ କ’ଣ ଖାଇବୁ? ଆମ ପାଖକୁ ଆମ ଗାଁ’ରୁ ଫୋନ୍‌ କଲ୍‌ ଆସିଥିଲା; ଯଦି ତୁମେମାନେ ସମସ୍ତେ ବର୍ତ୍ତମାନ ଫେରିବନି, ତାହାହେଲେ ଦୁଇ ବର୍ଷ ପର୍ଯ୍ୟନ୍ତ ବାହାରେ ରହିବାକୁ ହେବ’’।

ଲୋକମାନେ ମଧ୍ୟ ତାହା କହୁଛନ୍ତି । ସେମାନେ ସେମାନଙ୍କ ମୁଣ୍ଡରେ ଜିନିଷପତ୍ର ମୁଣ୍ଡେଇ ଓ କାଖରେ ଛୋଟ ପିଲାଙ୍କୁ କାଖେଇ ସେହି ପ୍ରଚଣ୍ଡ ସୂର୍ଯ୍ୟ କିରଣରେ ଚାଲି ଚାଲି ଯାଉଥିଲେ। ମୁଁ ସେମାନଙ୍କୁ ମୋର ଗାଁ ଦେଇ ଯିବାର ଦେଖିଲି ଓ ସେମାନଙ୍କ ବିଷୟରେ ପଚାରି ବୁଝିଲି । ସେମାନେ ହେଉଛନ୍ତି ପାଳଘର ଜିଲ୍ଲାର ୱଡା ବ୍ଲକ୍‌ ଅନ୍ତର୍ଗତ ବିଳୋଶି ଗ୍ରାମ ନିବାସୀ । ସେମାନେ ଇଟା ଭାଟିରେ କାମ କରିବାକୁ ବସାଇ ବ୍ଲକ୍‌ର ଭତାନେ ଗ୍ରାମକୁ ପ୍ରବାସରେ ଯାଇଥିଲେ । ପିଲା, ମହିଳା ଓ ପୁରୁଷମାନେ – ସେମାନେ ସମସ୍ତେ ମିଶି ୧୮ଜଣ ହେବେ, ସେମାନେ ସମସ୍ତେ ଆଦିବାସୀ, ସମସ୍ତେ କଟ୍‌କାରୀ ସମ୍ପ୍ରଦାୟର ।

ସେମାନେ କରୋନା ଭୂତାଣୁକୁ ନେଇ ଚିନ୍ତିତ ଥିଲେ । ତାଲାବନ୍ଦ ଯୋଗୁଁ ସେମାନେ ଘରେ ପହଞ୍ଚାଇବା ପାଇଁ କୌଣସି ଯାନ ଉପଲବ୍ଧ ନଥିଲା । ଏପଟେ ଗ୍ରାମକୁ ଶୀଘ୍ର ପ୍ରତ୍ୟାବର୍ତ୍ତନ କରିବା ପାଇଁ ଗ୍ରାମବାସୀଙ୍କଠାରୁ ସେମାନଙ୍କୁ ସେହି କଠୋର ବାର୍ତ୍ତା ମଧ୍ୟ ମିଳିଛି । ଏଣୁ ସେମାନେ ପାଦରେ ଚାଲିଚାଲି ଯିବାକୁ ଆରମ୍ଭ କଲେ । ସେମାନେ ମୋର ଗ୍ରାମ ନିମ୍ବାଭଲିଠାରେ ମାର୍ଚ୍ଚ ୨୯ ପ୍ରାୟ ସକାଳ ପୂର୍ବାହ୍ନ ୧୧ଟା ବେଳକୁ ପହଞ୍ଚିଲେ ।

“ସୂର୍ଯ୍ୟ ଅଗ୍ନି ବର୍ଷୁଥିଲା । ମୁଁ ମୁଣ୍ଡରେ ବୋଝ ମୁଣ୍ଡେଇ ଚାଲୁଥିଲି ଓ ହଠାତ୍‌ ପଡିଗଲି । ମତେ ଆଘାତ ହେଲା,” ବୋଲି ୪୫ ବର୍ଷ-ବୟସ୍କ କବିତା ଦିବା ତାଙ୍କ ଆଣ୍ଠୁ ଦେଖାଇ କହିଲେ । ତାଙ୍କ ପାଖରେ ବସିଥିଲେ ୨୦ବର୍ଷର ସପ୍ନା ୱାଘ । ସେ ଛଅ ମାସର ଗର୍ଭବତୀ । ସେ ତାଙ୍କର ୨୩ ବର୍ଷ ବୟସ୍କ ସ୍ୱାମୀ କିରଣ ୱାଘଙ୍କ ସହିତ ବିବାହ ପରଠାରୁ ଇଟା ଭାଟିରେ କାମ କରିଆସୁଛନ୍ତି । ଲକ୍‌ଡାଉନ୍‌ ଯୋଗୁଁ ସେ ମଧ୍ୟ ତାଙ୍କ ଘରକୁ ଫେରୁଛନ୍ତି, ମୁଣ୍ଡରେ ତାଙ୍କର ଜିନିଷର ବୋଝ ଓ ଗର୍ଭରେ ନୂଆ ଜୀବନ ସହିତ ।
Sapna and her husband Kiran Wagh (top left), Devendra Diva and his little daughter (top right), and Kavita Diva (bottom right) were among the group of Katkari Adivasis trying to reach their village in Palghar district from the brick kilns where they work
PHOTO • Mamata Pared

ସପ୍ନା ଓ ତାଙ୍କର ସ୍ୱାମୀ କରଣ ୱାଘ (ଉପର ବାମ), ଦେବେନ୍ଦ୍ର ଦିବା ଓ ତାଙ୍କର ଛୋଟ ଝିଅ (ଉପର ଡାହାଣ), କବିତା ଦିବା (ତଳ  ଡାହାଣ) ଆଦି ସମସ୍ତେ ନିଜ ନିଜ ଗ୍ରାମକୁ ଫେରୁଥିବା କଟ୍‌କାରୀ ସମ୍ପ୍ରଦାୟର ସେହି ଦଳରେ ଥିଲେ ଯାହା ସେମାନେ କାମ କରୁଥିବା ଇଟା ଭାଟିରୁ ପାଳଘର ଜିଲ୍ଲାରେ ଥିବା ସେମାନଙ୍କ ଗ୍ରାମରେ ପହଞ୍ଚିବାକୁ ଚେଷ୍ଟା କରୁଥିଲା

ଏତେ ପଥ ଚାଲିଚାଲି ସେମାନେ ଥକି ପଡିଥିଲେ । ଆଖପାଖରେ କୌଣସି କୂଅ ଅଛି କି ବୋଲି ସେମାନେ ମତେ ପଚାରିଲେ ଓ କିଛି ଯୁବକଙ୍କୁ ସେମାନଙ୍କ ବୋତଲରେ ପାଣି ଆଣିବାକୁ ସେଠାକୁ ପଠାଇଲେ । କିଛି ସମୟ ମଧ୍ୟରେ ଦେବେନ୍ଦ୍ର ଦିବା, ୨୮ ଓ ଦେବଯାନି ଦିବା, ୨୫, ଯେଉଁମାନେ ପଛରେ ରହିଯାଇଥିଲେ, ସେମାନେ ମଧ୍ୟ ସେଠାରେ ଆସି ପହଞ୍ଚିଗଲେ । ସେମାନେ ସେମାନଙ୍କ ଜିନିଷପତ୍ର ମୁଣ୍ଡେଇ ଥିବାରୁ ଓ ପିଲାଙ୍କୁ ଧରି ଥିବାରୁ ସେମାନେ ଅନ୍ୟମାନଙ୍କ ଭଳି ଜୋର୍‌ରେ ଚାଲିପାରୁନଥିଲେ ।

ସେମାନଙ୍କ ପାଇଁ ମୁଁ ଯେଉଁ ଅଟୋର ବ୍ୟବସ୍ଥା କରିଥିଲି ଯାହା ସେମାନଙ୍କୁ ସେହି ରାସ୍ତାରେ ଆଗକୁ ନେଇଯିବ ତାହା ଆସି ପହଞ୍ଚିଲା । ଏଥିପାଇଁ ୨୦୦୦ଟଙ୍କା ଦେବାକୁ ସ୍ଥିର ହୋଇଥିଲା । ସେମାନେ କେବଳ ୬୦୦ଟଙ୍କା ଦେଇ ପାରିଲେ । ମୁଁ କୌଣସି ପ୍ରକାରେ ବଳକା ଟଙ୍କା ଯୋଗାଡ କଲି ଓ ଅଧିକ ସମୟ ଅପଚୟ ନକରି ସେମାନଙ୍କୁ ଘରକୁ ପଠାଇ ଦେଲି ।

ହେଲେ, ଗ୍ରାମରେ ପହଞ୍ଚିବା ପରେ ସେମାନେ କ’ଣ କରିବେ? ସେଠାରେ କରିବାକୁ କିଛି କାମ ନାହିଁ । ଅଟୋକୁ ଦେବା ପାଇଁ ମଧ୍ୟ ସେମାନଙ୍କ ପାଖରେ ଯଥେଷ୍ଟ ପଇସା ନଥିଲା। ସେମାନେ ପୁଣି ଏହି ତାଲାବନ୍ଦ ସମୟରେ କିଭଳି ବଞ୍ଚିବେ? ଏପରି ଅନେକ ପ୍ରଶ୍ନ ରହିଛି ଯାହାର କୌଣସି ଉତ୍ତର ନାହିଁ ।

ସମଗ୍ର ଭାରତରେ ସେମାନଙ୍କ ଭଳି ଅନ୍ୟାନ୍ୟ ଅନେକ ମଣିଷ ସେମାନଙ୍କ ଗ୍ରାମରେ ପହଞ୍ଚିବା ପାଇଁ ଆପ୍ରାଣ ଉଦ୍ୟମ କରୁଥିବେ । କିଛି ଲୋକ ସେମାନଙ୍କ ଘରେ ପହଞ୍ଚିବାରେ ସଫଳ ହୋଇଥିବେ, ଅଧିକାଂଶ ରାସ୍ତାରେ ଫସି ଯାଇଥିବେ । ଆଉ ଅନ୍ୟ କିଛି ଲୋକ ସୁଦୂରରେ ଥିବା ସେମାନଙ୍କ ଗନ୍ତବ୍ୟସ୍ଥଳକୁ ଚାଲିଚାଲି ଯାଉଥିବେ ।

ମେଧା କାଲେଙ୍କ ଦ୍ୱାରା ମରାଠିରୁ ଅନୁବାଦ କରାଯାଇଛି ।

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Mamata Pared

Mamata Pared is a 2018 PARI intern; she is doing a Masters in Journalism and Mass Communication at the Abasaheb Garware College in Pune.

Other stories by Mamata Pared