ଯାହାକୁ ମିଡିଆ ଖୋଲାଖୋଲି ଭାବରେ ସ୍ୱୀକାର କରିପାରିବ ନାହିଁ ଯେ ଏହା ହେଉଛି ବିଶ୍ୱରେ ବହୁ ବର୍ଷ ପରେ ହୋଇଥିବା ସର୍ବ ବୃହତ ଶାନ୍ତିପୂର୍ଣ୍ଣ ଗଣତାନ୍ତ୍ରିକ ବିକ୍ଷୋଭ - ନିଶ୍ଚିତରୂପେ ମହାମାରୀ ସମୟରେ ସଂଗଠିତ ହୋଇଥିବା - ଏକ ବୃହତ୍ ବିଜୟ ହାସଲ କରିଛି।

ଏକ ବିଜୟ ଯାହା ଏକ ଉତ୍ତରାଧିକାରୀ ବହନ କରେ। ସମସ୍ତ ପ୍ରକାରର କୃଷକ, ପୁରୁଷ ଏବଂ ମହିଳା- ଆଦିବାସୀ ଏବଂ ଦଳିତ ସମ୍ପ୍ରଦାୟର ମଧ୍ୟ - ଏହି ଦେଶର ସ୍ୱାଧୀନତା ସଂଗ୍ରାମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏବଂ ଆମର ସ୍ୱାଧୀନତାର ୭୫ ତମ ବର୍ଷରେ, ଦିଲ୍ଲୀର ଗେଟରେ କୃଷକମାନେ ସେହି ମହାନ ସଂଗ୍ରାମର ଆବେଗକୁ ଦୋହରାଇଲେ।

ପ୍ରଧାନମନ୍ତ୍ରୀ ମୋଦି ଚଳିତ ମାସ ୨୯ ତାରିଖରୁ ସଂସଦର ଆସନ୍ତା ଶୀତକାଳୀନ ଅଧିବେଶନରେ ଚାଷ ଆଇନକୁ ଖାରଜ ଏବଂ ପ୍ରତ୍ୟାହାର କରୁଛନ୍ତି ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ “ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ କିଛି ବର୍ଗର କୃଷକଙ୍କୁ ପ୍ରବର୍ତ୍ତାଇବାରେ" ବିଫଳ ହେବା ପରେ ସେ ଏହା କରୁଛନ୍ତି। ମନେରଖ ଯେ କେବଳ ଏକ ଗୋଷ୍ଠିକୁ ସେ ବୁଝାଇବାରେ ବିଫଳ ହୋଇଥିଲେ ଯେ ଏହି ତିନୋଟି ବିବାଦୀୟ ଆଇନ ବାସ୍ତବରେ ସେମାନଙ୍କ ପାଇଁ ଭଲ। ଏହି ଐତିହାସିକ ସଂଗ୍ରାମରେ ମୃତ୍ୟୁବରଣ କରିଥିବା ୬୦୦ ରୁ ଅଧିକ ଚାଷୀଙ୍କ ପାଇଁ କିମ୍ବା ସେମାନଙ୍କ ବିଷୟରେ ପଦୁଟିଏ ବି କହି ନଥିଲେ। ତାଙ୍କର ବିଫଳତା, ସେ ଏହା ସ୍ପଷ୍ଟ କରିଛନ୍ତି ଯେ କେତେକ ନିର୍ଦ୍ଦିଷ୍ଟ ’କୃଷକ ସଂଗଠନକୁ" ଏହାର ସୁଫଳ ବିଷୟରେ ବୁଝାଇ ନପାରିବାର ଦକ୍ଷତାର ଅଭାବ ରହିଗଲା। ଏହି ଆଇନଗୁଡିକ କିମ୍ବା ମହାମାରୀ ସମୟରେ ସେମାନଙ୍କୁ ଅସୁବିଧାରେ ପକାଇବା ପାଇଁ ତାଙ୍କ ସରକାରର ସମସ୍ତ ପ୍ରଚେଷ୍ଟାର ବିଫଳତା ବିଷୟରେ କିଛି କହିଲେ ନାହିଁ।

ଠିକ୍‍ ଅଛି, ଖଲିସ୍ତାନିମାନେ, ଦେଶ ବିରୋଧିମାନେ, ନକଲି କାର୍ଯ୍ୟକର୍ତ୍ତା ଯେଉଁମାନେ କି ନିଜକୁ କୃଷକ ବୋଲି ଦର୍ଶାଉଥିଲେ, ସେହିମାନେ ହିଁ "ଏକ ନିର୍ଦ୍ଦିଷ୍ଟ ଗୋଷ୍ଠିର" କୃଷକ ଭାବରେ ବିବେଚିତ ହେଉଥିଲେ ଯେଉଁମାନେକି ଶ୍ରୀଯୁକ୍ତ ମୋଦିଙ୍କର ଯାଦୁର ବଶବର୍ତ୍ତୀ ହୋଇନଥିଲେ। ପ୍ରରୋଚିତ ହେବାକୁ ମନାକଲେ? ପ୍ରରୋଚିତ କରିବାର ପ୍ରକ୍ରିୟା ଓ ପଦ୍ଧତି କ’ଣ ଥିଲା? ସେମାନଙ୍କର ଅଭିଯୋଗ ଜଣାଇବାକୁ ରାଜଧାନୀ ଯିବା ସମୟରେ ସେମାନଙ୍କୁ ସେଠାରେ ପ୍ରବେଶ କରାଇନଦେବା? ଖାତ ଓ କଣ୍ଟା ତାର ଦ୍ୱାରା ସେମାନଙ୍କର ରାସ୍ତା ଅବରୋଧ କରିବା? ସେମାନଙ୍କୁ ପାଣି ମାଡ଼ କରିବା? ସେମାନଙ୍କର କ୍ୟାମ୍ପକୁ ରାଜନୈତିକ କାରାଗାରରେ ପରିଣତ କରିବା? ପାଳିତ ମିଡିଆ ଦ୍ୱାରା ସେମାନଙ୍କୁ ପ୍ରତ୍ୟେକ ଦିନ ନିନ୍ଦା କରିବା? ସେମାନଙ୍କ ଉପରେ ଗାଡ଼ି ଚଢାଇ ଦେବା-ଆରୋପ ଅନୁସାରେ ଏକ କେନ୍ଦ୍ର ମନ୍ତ୍ରୀ କିମ୍ବା ତାଙ୍କ ପୁଅଙ୍କ ମାଲିକାନାରେ ଥିବା? ତାହା କ’ଣ ସରକାରଙ୍କର ପ୍ରବର୍ତ୍ତାଇବାର ଉପାୟ? ଯଦି ସେଗୁଡ଼ିକ ତାଙ୍କର ‘ସର୍ବୋତ୍ତମ ପ୍ରଚେଷ୍ଟା’ ହୋଇଥିବ ତେବେ ଆମେ ତାଙ୍କର ସମସ୍ତ ଅତ୍ୟନ୍ତ ଖରାପ ପ୍ରଚେଷ୍ଟାଗୁଡିକୁ ଦେଖିବାକୁ ଘୃଣା କରିବୁ।

What was the manner and method of persuasion? By denying them entry to the capital city to explain their grievances? By blocking them with trenches and barbed wire? By hitting them with water cannons?
PHOTO • Q. Naqvi
What was the manner and method of persuasion? By denying them entry to the capital city to explain their grievances? By blocking them with trenches and barbed wire? By hitting them with water cannons?
PHOTO • Shadab Farooq

ପ୍ରବର୍ତ୍ତାଇବାର ପ୍ରକ୍ରିୟା ଏବଂ ପଦ୍ଧତି କ’ଣ ଥିଲା? ସେମାନଙ୍କର ଅଭିଯୋଗ ଜଣାଇବାକୁ ରାଜଧାନୀ ଯିବା ସମୟରେ ସେମାନଙ୍କୁ ସେଠାରେ ପ୍ରବେଶ କରାଇନଦେବା? ଖାତ ଓ କଣ୍ଟା ତାର ଦ୍ୱାରା ସେମାନଙ୍କର ରାସ୍ତା ଅବରୋଧ କରିବା? ସେମାନଙ୍କୁ ପାଣି ମାଡ କରିବା?

ପ୍ରଧାନମନ୍ତ୍ରୀ ଚଳିତ ବର୍ଷ ଅତି କମ୍‌ରେ ସାତ ଥର ବିଦେଶ ଗସ୍ତ କରିଛନ୍ତି (ଯେପରିକି ନିକଟରେ CoP26 କୁ)। କିନ୍ତୁ ତାଙ୍କ ବାସଭବନରୁ କିଛି କିଲୋମିଟର ଦୂର ଦିଲ୍ଲୀର ଗେଟରେ ହଜାର ହଜାର ଚାଷୀଙ୍କୁ ଦେଖା କରିବା ପାଇଁ ସେହି ସ୍ଥାନକୁ ଯିବା ପାଇଁ କେବେ ବି ସମୟ ପାଇଲେ ନାହିଁ, ଯାହା କି ଦେଶର ଅନେକ ଲୋକଙ୍କ ମନକୁ ଯନ୍ତ୍ରଣା ଦେଇଥିଲା। ପ୍ରବର୍ତ୍ତାଇବାର ଏହା ପ୍ରକୃତ ପ୍ରୟାସ ହୋଇନଥାନ୍ତା କି?

ବର୍ତ୍ତମାନର ବିକ୍ଷୋଭର ପ୍ରଥମ ଦିନରୁ, ମୁଁ ଗଣମାଧ୍ୟମ ଏବଂ ଅନ୍ୟମାନଙ୍କ ପ୍ରଶ୍ନର ସାମ୍ନା କରିଆସୁଛି ରେ ସେମାନେ କେତେ ଦିନଧରି  ବିକ୍ଷୋଭ ଜାରି ରଖିପାରିବେ ? କୃଷକମାନେ ସେହି ପ୍ରଶ୍ନର ଉତ୍ତର ଦେଇଛନ୍ତି। କିନ୍ତୁ ସେମାନେ ଏହା ମଧ୍ୟ ଜାଣନ୍ତି ଯେ ସେମାନଙ୍କର ଏହି ଚମତ୍କାର ବିଜୟ ହେଉଛି ପ୍ରଥମ ପଦକ୍ଷେପ। ବର୍ତ୍ତମାନ ପାଇଁ ଏହି ପ୍ରତ୍ୟାହାରର ଅର୍ଥ ହେଉଛି କୃଷକଙ୍କ ବେକରୁ କର୍ପୋରେଟର ପାଦ କାଢିବା - କିନ୍ତୁ ଏମଏସପି ଏବଂ ସଂଗ୍ରହଠାରୁ ଆରମ୍ଭ କରି ଅନେକଗୁଡିଏ ଅର୍ଥନୈତିକ ସମସ୍ୟାର ସମାଧାନର ଆବଶ୍ୟକତା ରହିଛି।

ଟେଲିଭିଜନର ଆଙ୍କରମାନେ ଆମକୁ କୁହନ୍ତି - ସତେ ଯେପରି ଏହା ଏକ ଚମତ୍କାର ପରିପ୍ରକାଶ -ଏହି ପ୍ରତ୍ୟାହାର ଆସନ୍ତା ଫେବୃଆରୀରେ ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ସରକାର କାରିଥାଇ ପାରନ୍ତି।

ନଭେମ୍ବର ୩ ତାରିଖରେ ୨୯ ଟି ବିଧାନସଭା ଓ ତିନୋଟି ଲୋକସଭା ଆସନ ପାଇଁ କରାଯାଇଥିବା ଉପନିର୍ବାଚନ ଫଳାଫଳ ଘୋଷଣା କରାଯାଇଥିବା ଫଳାଫଳର ମହତ୍ୱ ବିଷୟରେ ସେହି ସମାନ ମିଡିଆ ଆପଣମାନଙ୍କୁ ଜଣାଇବାରେ ବିଫଳ ହୋଇଥିଲେ। ସେହି ସମୟର ସଂପାଦକୀୟ ସ୍ତମ୍ଭଗୁଡିକୁ ପଢନ୍ତୁ-ଦେଖନ୍ତୁ ଟେଲିଭିଜନରେ ବିଶ୍ଳେଷଣ ପାଇଁ କେଉଁ ବିଷୟଗୁଡିକୁ ନିଆଯାଇଥିଲା। ସେମାନେ ପ୍ରକାଶ କରିଥିଲେ ଯେ ସାଧାରଣତଃ ଶାସକ ଦଳ ଉପନିର୍ବାଚନ ଜିତିଥାନ୍ତି, ଜନତାଙ୍କର ଆକ୍ରୋଶର ଶିକାର ହୋଇ ମଧ୍ୟ-ଏବଂ ଏହା କେବଳ ବିଜେପି ସହ ଘଟିନାହିଁ ଏବଂ ଅନ୍ୟମାନଙ୍କ ସହ ମଧ୍ୟ ଘଟିଛି। ଖୁବ୍‍ କମ୍‍ ସଂପାଦକୀୟରେ ସେହି ନିର୍ବାଚନକୁ ଦୁଇଟି ଘଟଣା ପ୍ରଭାବିତ କରିଥିଲା ବୋଲି ଉଲ୍ଲେଖ କରାଯାଇଥିଲା-କୃଷକଙ୍କ ବିକ୍ଷୋଭ ଓ କୋଭିଡ୍‍-୧୯ କୁପରିଚାଳନା।

The protests, whose agony touched so many people everywhere in the country, were held not only at Delhi’s borders but also in Karnataka
PHOTO • Almaas Masood
The protests, whose agony touched so many people everywhere in the country, were held not only at Delhi’s borders but also in West Bengal
PHOTO • Smita Khator
PHOTO • Shraddha Agarwal

ଏହି ବିକ୍ଷୋଭଗୁଡିକ , ଯାହାର ଯନ୍ତ୍ରଣା ସାରା ଦେଶର କୋଟି କୋଟି ଜନସାଧାରଣଙ୍କର ଦୃଦୟକୁ ସ୍ପର୍ଶ କରିଥିଲା , ତାହା କେବଳ ଦିଲ୍ଲୀର ସୀମାରେ କରାଯାଇ ନଥିଲା , ବରଂ କର୍ଣ୍ଣାଟକ (ବାମ) , ପଶ୍ଚିମବଙ୍ଗ (ମଧ୍ୟଭାଗ) , ମହାରାଷ୍ଟ୍ର (ଡାହାଣ) ଏବଂ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଅନୁଷ୍ଠିତ ହୋଇଥିଲା

ଶ୍ରୀ ମୋଦିଙ୍କ ଘୋଷଣା ଆଜି ଦର୍ଶାଉଛି ଯେ ସେ ଅନ୍ତତଃ ପକ୍ଷେ ଏବଂ ଶେଷରେ ସେହି ଉଭୟ ଘଟଣାର ମହତ୍ତ୍ୱ ବିଷୟରେ ବୁଝିପାରିଲେ। ସେ ଜାଣିପାରିଛନ୍ତି ଯେ ଯେଉଁ ରାଜ୍ୟରେ ଚାଷୀଙ୍କ ଆନ୍ଦୋଳନ ତୀବ୍ର ହୋଇଛି ସେହି ରାଜ୍ୟରେ ତାଙ୍କର ଦଳ ସମ୍ପୂର୍ଣ୍ଣ ରୂପେ ପରାଜିତ ହୋଇଛି। ରାଜସ୍ଥାନ ଏବଂ ହିମାଚଳ ପରି ରାଜ୍ୟକୁ- କିନ୍ତୁ ମିଡିଆ ଏହାର ଶ୍ରୋତାମାନଙ୍କୁ କେବଳ ପଞ୍ଜାବ ଏବଂ ହରିୟାଣା ବିଷୟରେ ଶୁଣାଉଛି, ସେମାନଙ୍କ ବିଶ୍ଳେଷଣକୁ ନେଇନାହାଁନ୍ତି।

ଆମେ ଶେଷଥର କେବେ ଦେଖିଥିଲୁ ଯେ ବିଜେପି କିମ୍ବା କୌଣସି ସଂଘ ପରିବାରର ସଂଗଠନ ରାଜସ୍ଥାନର ଦୁଇଟି ଆସନରେ ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ଆସିଥିଲା? କିମ୍ବା ହିମାଚଳର ଅତୀତକୁ ଦେଖନ୍ତୁ ଯେଉଁଠାରେ ସେମାନେ ସମସ୍ତ ତିନୋଟି ବିଧାନସଭା ଏବଂ ଗୋଟିଏ ଲୋକସଭା ଆସନ ହରାଇଲେ?

ହରିୟାଣାରେ, ବିକ୍ଷୋଭକାରୀମାନେ ଯେପରି କହିଥିଲେ, “ସିଏମ୍‍ ଠାରୁ ଡିଏମ୍‍ ପର୍ଯ୍ୟନ୍ତ ସମଗ୍ର ସରକାର” ସେଠାରେ ବିଜେପି ପାଇଁ ପ୍ରଚାର କରୁଥିଲା; ଯେଉଁଠାରେ କଂଗ୍ରେସ ମୂର୍ଖତାର ସହିତ କୃଷକ ପ୍ରସଙ୍ଗରେ ଇସ୍ତଫା ଦେଇଥିବା ଅଭୟ ଚୌତଲାଙ୍କ ବିରୋଧରେ ପ୍ରାର୍ଥୀ ଦେଇଥିଲା; ଯେଉଁଠାରେ କେନ୍ଦ୍ର ମନ୍ତ୍ରୀମାନେ ନିଜର ସମ୍ପୂର୍ଣ୍ଣ ସାମର୍ଥ୍ୟ ଦେଖାଇଥିଲେ - ତଥାପି ବିଜେପି ହାରିଗଲା। କଂଗ୍ରେସ ପ୍ରାର୍ଥୀ ନିଜର ଅମାନତ ହରାଇଲେ କିନ୍ତୁ ଚୌତଲାଙ୍କ ଭୋଟ ବ୍ୟବଧାନ ଟିକେ କମାଇବାରେ ସଫଳ ହୋଇଥିଲେ - ତଥାପି ସେ ୬,୦୦୦ ଭୋଟରେ ଜିତିଥିଲେ।

ସମସ୍ତ ତିନୋଟି ରାଜ୍ୟ କୃଷକଙ୍କ ବିକ୍ଷୋଭର ପ୍ରଭାବକୁ ଅନୁଭବ କରିଥିଲେ - ଏବଂ କର୍ପୋରେଟ ଗୋଡାଣିଆ ଅପେକ୍ଷା, ପ୍ରଧାନମନ୍ତ୍ରୀ ସେହି ବିକ୍ଷୋଭଗୁଡ଼ିକର ପ୍ରଭାବକୁ ଭଲଭାବରେ ବୁଝିପାରିଛନ୍ତି। ପଶ୍ଚିମ ଉତ୍ତରପ୍ରଦେଶରେ ହୋଇଥିବା ଏହି ବିକ୍ଷୋଭର ପ୍ରଭାବ ସହିତ, ଯେଉଁଥିରେ ଲକ୍ଷ୍ମୀପୁର ଖେରୀରେ ଘଟିଥିବା ହତ୍ୟାକାଣ୍ଡର ଆତ୍ମଘାତୀ ସାବ୍ୟସ୍ତ ହୋଇଥିଲା ଏବଂ ବର୍ତ୍ତମାନଠାରୁ ୯୦ ଦିନ ମଧ୍ୟରେ ସେହି ରାଜ୍ୟରେ ହେବାକୁ ଥିବା ନିର୍ବାଚନ କାରଣରୁ, ସେ ଏହାକୁ ଭଲଭାବରେ ବୁଝିପାରିଥିଲେ।

ଏହି ତିନିମାସରେ, ବିଜେପି ସରକାରକୁ ପ୍ରଶ୍ନର ଉତ୍ତର ଦେବାକୁ ପଡିବ-ଯଦି ବିରୋଧି ଦଳର ସାହସ ଥିବ ଏହାକୁ ଉଠାଇବା ପାଇଁ-୨୦୨୨ ମସିହା ସୁଦ୍ଧା କୃଷକଙ୍କର ରୋଜଗାର ଦୁଇ ଗୁଣ କରିବା କ’ଣ ହେଲା? ଏନଏସଏସ ର ୭୭ ତମ (ଜାତୀୟ ନମୁନା ସର୍ଭେ,୨୦୧୮-୧୯) ପର୍ଯ୍ୟବେକ୍ଷଣ ଅନୁସାରେ କୃଷି ଉତ୍ପାଦନରୁ କୃଷକଙ୍କର ଆୟ ହ୍ରାସ ପାଇଛି-କୃଷକଙ୍କର ଆୟ ଦୁଇଗୁଣ ହେବା କଥା ଭୁଲିଯାଆନ୍ତୁ। ଫସଲ ଚାଷରୁ କୃଷକଙ୍କର ଆୟ ସମ୍ପୂର୍ଣ୍ଣ ରୂପେ କମିଯାଇଛି।

ଭିଡିଓଟି ଦେଖନ୍ତୁ: ବେଲା ସିଓ-ପଞ୍ଜାବୀ- ପୂଜନ ସାହିଲଙ୍କର ୱାପସ୍‍ ଜାଓ/କରୱନ ଏ ମୋହବତ

ଏହା କୃଷି ସଙ୍କଟର ସମାପ୍ତି ନୁହେଁ। ସେହି ସଙ୍କଟର ବୃହତ୍ତର ପ୍ରସଙ୍ଗ ପାଇଁ ଯୁଦ୍ଧର ଏକ ନୂତନ ପର୍ଯ୍ୟାୟର ଅୟମାରମ୍ଭ

ଆଇନଗୁଡିକ ରଦ୍ଦ ପାଇଁ ସେମାନଙ୍କର ଦୃଢ ପ୍ରତିଜ୍ଞାକୁ ହାସଲ କରିବା ପାଇଁ କୃଷକମାନେ ପ୍ରକୃତରେ ବହୁତ କିଛି କରିଛନ୍ତି। ସେମାନଙ୍କର ସଂର୍ଘଷ ଏହି ଦେଶର ରାଜନୀତି ଉପରେ ଗଭୀର ପ୍ରଭାବ ପକାଇଛି। ଯେପରିକି ସେମାନଙ୍କର ଦୁର୍ଦ୍ଦଶା ୨୦୦୪ ମସିହା ସାଧାରଣ ନିର୍ବାଚନରେ ପ୍ରତିଫଳିତ ହୋଇଥିଲା।

ଏହା ସମସ୍ତ କୃଷି ସଙ୍କଟର ପରିସମାପ୍ତି ନୁହେଁ। ସେହି ସଙ୍କଟର ବୃହତ୍ତର ପ୍ରସଙ୍ଗ ପାଇଁ ଯୁଦ୍ଧର ଏକ ନୂତନ ପର୍ଯ୍ୟାୟର ଅୟମାରମ୍ଭ। ଦୀର୍ଘ ଦିନ ଧରି କୃଷକଙ୍କର ବିକ୍ଷୋଭ ଜାରି ରହିଛି। ଏବଂ ବିଶେଷକରି ୨୦୧୮ ମସିହା ଠାରୁ ତୀବ୍ର ଭାବରେ, ଯେତେବେଳେ ମହାରାଷ୍ଟ୍ରର ଆଦିବାସୀ କୃଷକମାନେ ନାଶିକରୁ ମୁମ୍ବାଇ ପର୍ଯ୍ୟନ୍ତ ୧୮୨ କିଲୋମିଟର ପଦଯାତ୍ରା କରି ଦେଶରେ ଶିହରଣ ଖେଳାଇ ଦେଇଥିଲେ। ତା’ପରେ ମଧ୍ୟ, ଏମାନେ ପ୍ରକୃତ କୃଷକ ନୁହଁନ୍ତି ଏବଂ  ‘ସହରୀ ନକ୍ସଲ୍’ କହି ସେମାନଙ୍କୁ ଉପହସିତ କରାଯାଇଥିଲା ଏବଂ ଏହିପରି ଅନେକ କିଛି। ସେମାନଙ୍କର ପଦଯାତ୍ରା ସେମାନଙ୍କ ନିନ୍ଦୁକମାନଙ୍କର ମୂଳୋତ୍ପାଟନ କରିଥିଲା।

ଆଜି ଅନେକ କ୍ଷେତ୍ରରେ ବିଜୟୀ ହୋଇଛୁ। କୃଷକମାନେ କର୍ପୋରେଟ ମିଡିଆ ଉପରେ ହାସଲ କରିଥିବା ବିଜୟ ଶେଷତମ ନୁହେଁ। କୃଷି ସମସ୍ୟା(ଅନ୍ୟମାନଙ୍କ ପରି) ଉପରେ ସେହି ମିଡିଆ ଏକ ଅଧିକ ଶକ୍ତିଶାଳୀ ଏଏଏ ବ୍ୟାଟେରି (ଆମ୍ପ୍ଲିଫାଇଂ ଅମ୍ବାନି ଆଦାନି +) ପରି କାମ କରୁଥିଲା।

ଡିସେମ୍ବର ଓ ଆସନ୍ତା ଏପ୍ରିଲ୍‌ ମଧ୍ୟରେ, ଆମେ ଦୁଇଟି ମହାନ ପତ୍ରିକା ଉନ୍ମୋଚନ ହେବାର ୨୦୦ ବର୍ଷ  ପାଳନ କରିବା (ଉଭୟ ରାଜା ରାମମୋହନ ରୟଙ୍କ ଦ୍ୱାରା) ଯାହା ଏକ ପ୍ରକୃତ ଭାରତୀୟ (ମାଲିକାନା ଏବଂ ଅନୁଭବ) ପ୍ରେସ୍‌ର ଅୟମାରମ୍ଭ  ବୋଲି କୁହାଯାଇପାରେ। ସେଥିମଧ୍ୟରୁ ଗୋଟିଏ - ମିରାଟ-ଉଲ-ଅଖବର - କୋମିଲା (ବର୍ତ୍ତମାନ ବାଂଲାଦେଶର ଚିତ୍ରକୋଣ୍ଡା) ର ଜଣେ ବିଚାରପତିଙ୍କ ନିର୍ଦ୍ଦେଶରେ ଇଂରେଜ ଶାସକଙ୍କ ଦ୍ୱାରା ପ୍ରତାପ ନାରାୟଣ ଦାସଙ୍କ ହତ୍ୟାକୁ ସର୍ବ ସମ୍ମୁଖକୁ ଆଣିଥିଲା। ରୟଙ୍କ ଶକ୍ତିଶାଳୀ ସମ୍ପାଦକୀୟ ବଳରେ ସେହି ସମୟର ସର୍ବୋଚ୍ଚ ନ୍ୟାୟାଳୟରେ ସେହି ବିଚାରପତିଙ୍କୁ ହାଜର କରାଯାଇଥିଲା ଏବଂ ତାଙ୍କର ବିଚାର କରାଯାଇଥିଲା।

Farmers of all kinds, men and women – including from Adivasi and Dalit communities – played a crucial role in this country’s struggle for freedom. And in the 75th year of our Independence, the farmers at Delhi’s gates have reiterated the spirit of that great struggle.
PHOTO • Shraddha Agarwal
Farmers of all kinds, men and women – including from Adivasi and Dalit communities – played a crucial role in this country’s struggle for freedom. And in the 75th year of our Independence, the farmers at Delhi’s gates have reiterated the spirit of that great struggle.
PHOTO • Riya Behl

ସମସ୍ତ ପ୍ରକାରର କୃଷକ, ପୁରୁଷ ଏବଂ ମହିଳା- ଆଦିବାସୀ ଏବଂ ଦଳିତ ସମ୍ପ୍ରଦାୟର ମଧ୍ୟ - ଏହି ଦେଶର ସ୍ୱାଧୀନତା ସଂଗ୍ରାମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏବଂ ଆମର ସ୍ୱାଧୀନତାର ୭୫ ତମ ବର୍ଷରେ , ଦିଲ୍ଲୀର ଗେଟରେ କୃଷକମାନେ ସେହି ମହାନ ସଂଗ୍ରାମର ଆବେଗକୁ ଦୋହରାଇଲେ

ଗଣମାଧ୍ୟମକୁ ଆତଙ୍କିତ କରିବା ପାଇଁ ଗଭର୍ନର ଜେନେରାଲ ଏହା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏକ ନୂତନ ନିଷ୍ଠୁର ପ୍ରେସ୍ ଅର୍ଡିନାନ୍ସ ଜାରିକରି ସେ ସେମାନଙ୍କୁ ଦବାଇବାକୁ ଚେଷ୍ଟା କରିଥିଲେ। ସେ ଏହାକୁ ଭୃକ୍ଷେପ ନକରି ରୟ ଘୋଷଣା କରିଥିଲେ ଯେ ସେ ଏହି ଅପମାନଜନକ ଓ ନିଷ୍ଠୁର ଆଇନ ଓ ପରିସ୍ଥିତି ସହ ସାଲିସ କରିବା ଅପେକ୍ଷା ମିରାଟ-ଉଲ-ଅଖବାରକୁ ବନ୍ଦ କରିଦେବାକୁ ଉଚିତ୍‍ ମନେ କରିବେ। (ଏବଂ ଅନ୍ୟ ପତ୍ରିକାଗୁଡ଼ିକ ମାଧ୍ୟମରେ ଏବଂ ତାଙ୍କ ଯୁଦ୍ଧକୁ ଜାରି ରଖିଥିଲେ!)

ତାହା ଥିଲା ସାମ୍ବାଦିକତାର ସାହସ। ଏହା ତୁଚ୍ଛ ସାହାସ ଓ ଆତ୍ମ ସମର୍ପଣର ସାମ୍ବାଦିକତା ନଥିଲା ଯାହା ଆମେ କୃଷି ପ୍ରସଙ୍ଗରେ ଦେଖିଛୁ। ଅଣ ସ୍ୱାକ୍ଷରିତ ସମ୍ପାଦକୀୟରେ କୃଷକମାନଙ୍କ ପାଇଁ ଚିନ୍ତା ବ୍ୟକ୍ତ କରାଯାଉଥିବା ବେଳେ ଏହାର ବିପରୀତ ପୃଷ୍ଠାରେ ଧନୀ କୃଷକମାନେ ‘ଧନୀ ଲୋକମାନଙ୍କ ପାଇଁ ସମାଜବାଦ ଖୋଜୁଛନ୍ତି’ ବୋଲି ସମାଲୋଚନା କରାଯାଉଥିଲା।

ଇଣ୍ଡିଆନ୍ ଏକ୍ସପ୍ରେସ୍, ଟାଇମ୍ସ ଅଫ୍ ଇଣ୍ଡିଆ, ପରି ପ୍ରାୟ ସମସ୍ତ ଖବରକାଗଜ ପ୍ରକାଶ କରୁଥିଲେ ଯେ ଏମାନେ ହେଉଛନ୍ତି ଗାଉଁଲି ଲୋକ ଯେଉଁମାନଙ୍କ ସହ ମଧୁର ଭାଷାରେ କଥାବାର୍ତ୍ତା କରିବା ଉଚି‍ତ୍‍। ସଂପାଦନାଗୁଡ଼ିକ ସର୍ବଦା ଏହି ଆବେଦନ ଉପରେ ସମାପ୍ତ ହେଇଯାଉଥିଲା: କିନ୍ତୁ ଏହି ଆଇନଗୁଡିକ ପ୍ରତ୍ୟାହାର କର ନାହିଁ, ସେଗୁଡିକ ପ୍ରକୃତରେ ଭଲ। ଅନ୍ୟ ସମସ୍ତ ମିଡିଆ ମଧ୍ୟ ସମାନ ମତାମତ ଦେଉଥିଲେ।

ଏହି ପ୍ରକାଶନଗୁଡିକ ମଧ୍ୟରୁ କେହି ଜଣେ ମଧ୍ୟ ସେମାନଙ୍କର ପାଠକମାନଙ୍କୁ-ଜଣାଇଛନ୍ତି କି- କୃଷକ ଏବଂ କର୍ପୋରେଟ ମଧ୍ୟରେ ଥିବା ବିବାଦକୁ- କି ମୁକେଶ ଅମ୍ବାନୀଙ୍କ ବ୍ୟକ୍ତିଗତ ସମ୍ପତ୍ତି ୮୫.୫ ବିଲିୟନ ଡଲାର (ଫୋର୍ବସ୍ ୨୦୨୧) ପଞ୍ଜାବ ରାଜ୍ୟର ଜିଏସଡିପି (ପ୍ରାୟ ୮୫.୫ ବିଲିୟନ)ର ନିକଟତର ଅତି ଶିଘ୍ର ହେଉଛି? ସେମାନେ ଆପଣଙ୍କୁ ଜଣାଇଛନ୍ତି ଯେ ଅମ୍ବାନୀ ଏବଂ ଆଦାନୀଙ୍କ (ଯାହାର ୫୦.୫ ବିଲିୟନ ଡ଼ଲାର୍) ସମ୍ପତ୍ତି ଉଭୟ ପଞ୍ଜାବ କିମ୍ବା ହରିୟାଣାର ଜିଏସଡିପି ଠାରୁ ଅଧିକ?

The farmers have done much more than achieve that resolute demand for the repeal of the laws. Their struggle has profoundly impacted the politics of this country
PHOTO • Shraddha Agarwal
The farmers have done much more than achieve that resolute demand for the repeal of the laws. Their struggle has profoundly impacted the politics of this country
PHOTO • Anustup Roy

ସେହି ଆଇନ ରଦ୍ଦ ପାଇଁ କୃଷକମାନଙ୍କର ଦୃଢ ପ୍ରତିଜ୍ଞା ଅପେକ୍ଷା ସେମାନଙ୍କର ସଂର୍ଘଷ ବହୁତ ଅଧିକ ଥିଲା। ସେମାନଙ୍କର ସଂର୍ଘଷ ଏହି ଦେଶର ରାଜନୀତି ଉପରେ ଗଭୀର ପ୍ରଭାବ ପକାଇଥିଲା

ଠିକ୍ ଅଛି, ବର୍ତ୍ତମାନର ପରିସ୍ଥିତି ବହୁତ ଖରାପ ଅଛି। ଅମ୍ବାନୀ ହେଉଛନ୍ତି ଭାରତର ଗଣମାଧ୍ୟମର ସବୁଠାରୁ ବଡ ମାଲିକ। ଏବଂ ସେହିସବୁ ଗଣମାଧ୍ୟମ ଯାହାର ସେ ମାଲିକ ନୁହଁନ୍ତି, ସେଗୁଡିକର ବୋଧହୁଏ ସେ ସର୍ବାଧିକ ବିଜ୍ଞାପନଦାତା। ଏହି ଦୁଇ କର୍ପୋରେଟ୍ ଉଦ୍ୟୋଗୀଙ୍କ ସମ୍ପତ୍ତି ବିଷୟରେ ବହୁତ କଥା ଲେଖାଯାଇଛି ଏବଂ ସାଧାରଣତଃ ସେମାନଙ୍କୁ ପ୍ରାଧାନ୍ୟ ଦେଇ। ଏହା ହେଉଛି କର୍ପୋରେଟ୍‍ ଚାଟୁକାରଙ୍କ ସାମ୍ବାଦିକତା।

ଏହି ଧୂର୍ତ୍ତ ରଣନୀତି ବିଷୟରେ ଏବେବି ବୋବାଳି ଛାଡୁଛନ୍ତି- ଏହି ପ୍ରତ୍ୟାହାର କରିବା-ପଞ୍ଜାବ ବିଧାନସଭା ନିର୍ବାଚନ ଉପରେ ଉଲ୍ଲେଖନୀୟ ପ୍ରଭାବ ପକାଇବ - କଂଗ୍ରେସରୁ ଇସ୍ତଫା ଦେଇ ଏବଂ ମୋଦିଙ୍କ ସହ ଆଲୋଚନା କରି ଅମରିନ୍ଦର ସିଂ ଏହି  ବିଜୟ ହାସଲ କରିଛନ୍ତି ବୋଲି ବ୍ୟକ୍ତ କରିଥିଲେ। ଏହା ସେଠାର ନିର୍ବାଚନ ଚିତ୍ରକୁ ବଦଳାଇ ଦେବ।

କିନ୍ତୁ ସେହି ରାଜ୍ୟର ଲକ୍ଷାଧିକ ଲୋକ ଯେଉଁମାନେ ଏହି ସଂଗ୍ରାମରେ ଭାଗ ନେଇଛନ୍ତି ସେମାନେ ଜାଣନ୍ତି ଏହି ବିଜୟ କାହାର। ପଞ୍ଜାବର ଜନସାଧାରଣଙ୍କର ହୃଦୟ ବିକ୍ଷୋଭ ସ୍ଥଳର ସେହି ଲୋକମାନଙ୍କର ସହ ଅଛି, ଯେଉଁମାନେ ଦଶନ୍ଧି ମଧ୍ୟରେ ଦିଲ୍ଲୀର ସବୁଠାରୁ ଖରାପ ଶୀତ, ଅତ୍ୟଧିକ ଖରା, ବର୍ଷା, ଏବଂ ଶ୍ରୀଯୁକ୍ତ ମୋଦି ଏବଂ ତାଙ୍କର ଚାଟୁକାର ମିଡିଆର ଦୁଃଖଦ ବ୍ୟବହାରଗୁଡିକୁ ସହ୍ୟ  କରିଛନ୍ତି।

ଏବଂ ବୋଧହୁଏ ବିକ୍ଷୋଭକାରୀମାନେ ହାସଲ କରିଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି: ଅନ୍ୟ କ୍ଷେତ୍ରରେ ମଧ୍ୟ ବିକ୍ଷୋଭକୁ ପ୍ରେରଣା ଦେବା, ଏକ ସରକାରକୁ ଯିଏ ଏହାର ବିରୋଧକାରୀଙ୍କୁ ଜେଲରେ ଭର୍ତ୍ତି କରିଦିଏ କିମ୍ବା ସେମାନଙ୍କୁ ନିର୍ଯ୍ୟାତନା ଦିଏ ବା ହଇରାଣ କରେ। ଯାହା ଜନସାଧାରଣ ସହିତ ସାମ୍ବାଦିକମାନଙ୍କୁ  ୟୁଏପିଏ ଆଇନ ବଳରେ ଅନାସାୟରେ  ଗିରଫ କରିପାରେ ଏବଂ ‘ଅର୍ଥନୈତିକ ଅପରାଧ’ ଆଧାରରେ ନିରପେକ୍ଷ ମିଡିଆ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇପାରେ। ଏହା କେବଳ କୃଷକମାନଙ୍କର ବିଜୟର ଦିନ ନୁହେଁ। ଏହା ହେଉଛି ନାଗରିକ ସ୍ୱତନ୍ତ୍ରତା ଏବଂ ମାନବିକ ଅଧିକାରର ବିଜୟ। ଭାରତୀୟ ଗଣତନ୍ତ୍ରର ଏକ ବିଜୟ।

ଅନୁବାଦ: ଓଡ଼ିଶାଲାଇଭ୍‍

P. Sainath is Founder Editor, People's Archive of Rural India. He has been a rural reporter for decades and is the author of 'Everybody Loves a Good Drought'.

Other stories by P. Sainath
Illustration : Antara Raman

Antara Raman is an illustrator and website designer with an interest in social processes and mythological imagery. A graduate of the Srishti Institute of Art, Design and Technology, Bengaluru, she believes that the world of storytelling and illustration are symbiotic.

Other stories by Antara Raman
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE