ଯଦି ଫୋର୍ବସ୍‌ ୨୦୨୧ ତାଲିକାକୁ ବିଶ୍ୱାସ କରାଯାଏ ତେବେ ଭାରତୀୟ ଡଲାର କୋଟିପତିମାନଙ୍କ ସଂଖ୍ୟା ୧୦୨ରୁ ୧୪୦କୁ ସ୍ମିତ ହୋଇଛି (ଏବଂ ଯେତେବେଳେ ଏହା କୋଟିପତି ଏବଂ ସେମାନଙ୍କ ସମ୍ପତ୍ତି ପ୍ରସଙ୍ଗ ଆସେ, ଫୋର୍ବସ୍‌କୁ ସବୁଠାରୁ ଅଧିକ ବିଶ୍ୱାସ କରାଯାଏ) । ସେମାନଙ୍କର ସଂଯୁକ୍ତ ସମ୍ପତ୍ତି କେବଳ ଗତ ବର୍ଷରେ ‘‘ପ୍ରାୟ ଦୁଇ ଗୁଣ ହୋଇ $ ୫୯୬ ବିଲିୟନ’’ରେ ପହଞ୍ଚିଛି ବୋଲି ଏହା ସୂଚିତ କରିଛି ।

ଏହାର ଅର୍ଥ ହେଉଛି ୧୪୦ ଜଣ ବ୍ୟକ୍ତି ବା ଜନସଂଖ୍ୟାର ୦.୦୦୦୦୧୪ ପ୍ରତିଶତ ଆମର $ ୨.୬୨ ଟ୍ରିଲିୟନ୍‌ ସାମଗ୍ରିକ ଘରୋଇ ଉତ୍ପାଦର ୨୨.୭ (କିମ୍ବା ଏକ ପଞ୍ଚମାଂଶରୁ ସାମାନ୍ୟ ଅଧିକ) ସହ ସମାନ ମିଳିତ ସମ୍ପତ୍ତି ରହିଥିଲା । ଏହା ସେମାନେ ଯେମିତି ସବୁବେଳେ କରନ୍ତି, ‘ସାମଗ୍ରିକ’ ଶବ୍ଦର ଏକ ସମ୍ପୂର୍ଣ୍ଣ ଭିନ୍ନ ଅର୍ଥ ଆଣିଥାଏ ।

ଅଧିକାଂଶ ମୁଖ୍ୟ ଭାରତୀୟ ଦୈନିକଗୁଡ଼ିକ - ଓରାକଲ୍ ଅଫ୍‌ ପେଲ୍‌ଫ ଅଧିକ ସ୍ପଷ୍ଟ ଏବଂ ନିଷ୍ଠାପର ଭାବରେ ଯାହା କୁହେ ତାହା ଉଲ୍ଲେଖ କରିବାକୁ ବାଦ୍ ଦେଇ, ଫୋର୍ବସ୍‌ର ଘୋଷଣାକୁ ଏପରି ଅନୁମୋଦନ ବିଶିଷ୍ଟ ସ୍ୱରରେ ସ୍ଥାନିତ କରିଥିଲେ ଯେମିତି ସେମାନେ ଏଭଳି ଅସାଧାରଣ କାର୍ଯ୍ୟ ପାଇଁ ପ୍ରସ୍ତୁତ ଥିଲେ।

ଏହି ଦେଶ ସମ୍ପର୍କରେ ଏହି ରିପୋର୍ଟର ପ୍ରଥମ ଅନୁଚ୍ଛେଦରେ ଫୋର୍ବସ୍‌ କହିଛି, ‘‘ଆଉ ଏକ କୋଭିଡ୍-୧୯ର ଲହଡ଼ି ସାରା ଭାରତରେ ବ୍ୟାପ୍ତ ହୋଇଛି ଏବଂ ବର୍ତ୍ତମାନ ସମୁଦାୟ ମାମଲା ୧୨ ନିୟୁତ ଅତିକ୍ରମ କରିଛି । କିନ୍ତୁ ଦେଶର ଷ୍ଟକ୍‌ ମାର୍କେଟ୍‌ ନୂତନ ଉଚ୍ଚତା ଅକ୍ତିଆର୍‌ କରିବା ପାଇଁ ଏହାର ମହାମାରୀ ଭୟକୁ ତଳକୁ ଖସାଇ ଦେଇଛି; ଐତିହାସିକ ସେନ୍‌ସେକ୍ସ ଗତ ବର୍ଷ ତୁଳନାରେ ୭୫% ବୃଦ୍ଧି ପାଇଛି । ଭାରତୀୟ କୋଟିପତିଙ୍କ ସଂଖ୍ୟା ଗତବର୍ଷ ୧୦୨ ଥିବା ବେଳେ ବର୍ତ୍ତମାନ ୧୪୦କୁ ବୃଦ୍ଧି ପାଇଛି; ସେମାନଙ୍କର ମିଳିତ ସମ୍ପତ୍ତି ମିଳିତ ଭାବରେ ଦୁଇ ଗୁଣ ହୋଇ $ ୫୯୬ ବିଲିୟନରେ ପହଞ୍ଚିଛି ।’’

ବାଃ, ଏହି ୧୪୦ ପ୍ଲୁଟୋକ୍ରାଟ୍‌ ବା ଅର୍ଥବଳରେ କ୍ଷମତାବାନ୍‌ ବ୍ୟକ୍ତିଙ୍କର ମିଳିତ ସମ୍ପତ୍ତି ୯୦.୪ ପ୍ରତିଶତ ବୃଦ୍ଧି ପାଇଛି -–ଏମିତି ଏକ ବର୍ଷରେ ଯେତେବେଳେ ଜିଡିପି ୭.୭ ପ୍ରତିଶତ ସଙ୍କୁଚିତ ହୋଇଛି । ଏବଂ ଏହି ଉପଲବ୍ଧିର ଖବର ଆସିଛି ଯେତେବେଳେ ଆମେ ପ୍ରବାସୀ ଶ୍ରମିକମାନଙ୍କର ଦ୍ୱିତୀୟ ସ୍ରୋତକୁ ଦେଖୁଛୁ ଯେଉଁମାନେ ସହର ଛାଡ଼ି ସେମାନଙ୍କ ଗାଁକୁ ଯାଉଛନ୍ତି – ପୁଣି ଥରେ ଏହି ସଂଖ୍ୟା ଖୁବ୍‌ ଅଧିକ ଏବଂ ଗୁରୁତର ଭାବରେ ଗଣନା କରିବା ପାଇଁ ବିତରିତ ହୋଇଛି । ଏହି ପରିଣାମଗତ କାର୍ଯ୍ୟ ହାନି ଜିଡିପିର କିଛି ଲାଭ କରିବ ନାହିଁ । କିନ୍ତୁ ଦୟାପୂର୍ବକ, ଆମ କୋଟିପତିମାନଙ୍କର ମଧ୍ୟ କୌଣସି କ୍ଷତି କରିବ ନାହିଁ। ଏ ସମ୍ପର୍କରେ ଫୋର୍ବସ୍‌ର ଆଶ୍ୱାସନା ଆମ ପାଖରେ ରହିଛି ।

ଏହା ବ୍ୟତୀତ କୋଟିପତିମାନଙ୍କର ସମ୍ପତ୍ତି କୋଭିଡ୍-୧୯ ପ୍ରତି ଓଲଟା ତର୍କରେ କାର୍ଯ୍ୟ କରୁଥିବା ମନେ ହେଉଛି । ସକେନ୍ଦ୍ରିକରଣ ଯେତେ ବୃହତ୍‌, କୌଣସି ସୁପର- ସ୍ପ୍ରେଡରର ଇଫେକ୍ଟର ସମ୍ଭାବନା ସେତେ କମ୍‌ ।

ଫୋର୍ବସ୍‌ କହିଛି, ‘‘ସମୃଦ୍ଧି ଖୁବ୍‌ ଶୀର୍ଷରେ ଶାସନ କରୁଛି । ତିନି ଜଣ ଧନୀତମ ଭାରତୀୟ ଏକୁଟିଆ ସେମାନଙ୍କ ମଧ୍ୟରେ $ ୧୦୦ ବିଲିୟନରୁ ଅଧିକ ଯୋଗ କରିଛନ୍ତି ।’’ ସେହି ତିନି ଜଣଙ୍କର ସମୁଦାୟ ସମ୍ପତ୍ତି - $ ୧୫୩.୫ ବିଲିୟନ – କ୍ଲବ୍‌ ୧୪୦ର ମିଳିତ ସମ୍ପତ୍ତିର ୨୫ ପ୍ରତିଶତରୁ ଅଧିକ । କେବଳ ଶୀର୍ଷ ଦୁଇ ଜଣ ଅମ୍ବାନୀ ($ ୮୪.୫ ବିଲିୟନ) ଏବଂ ଅଦାନୀଙ୍କର ସମ୍ପତ୍ତି ($ ୫୦.୫ ବିଲିୟନ) ପଞ୍ଜାବ ($ ୮୫.୫ ବିଲିୟନ) କିମ୍ବା ହରିଆଣା ($ ୧୦୧ ବିଲିୟନ)ର ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦଠାରୁ ଖୁବ୍‌ ଅଧିକ ।

ଏହି ମହାମାରୀ ବର୍ଷରେ ଅମ୍ବାନୀ ତାଙ୍କ ସମ୍ପତ୍ତିରେ $ ୪୭.୭ ନିୟୁତ (ଟ. ୩.୫୭ ଟ୍ରିଲିୟନ) ଯୋଗ କରିଛନ୍ତି – ଅର୍ଥାତ୍‌ ପ୍ରତି ଗୋଟିଏ ସେକେଣ୍ଡରେ ହାରାହାରି ଟ . . ୧୩ ଲକ୍ଷ – ଯାହାକି ୬ଟି ପଞ୍ଜାବ କୃଷି ଭିତ୍ତିକ ପରିବାର (ହାରାହାରି ଆକାର ୫.୨୪ ଜଣ ବ୍ୟକ୍ତି)ର ଏକତ୍ର ହାରାହାରି ମାସିକ ଆୟ (ଟ. ୧୮,୦୫୯) ଠାରୁ ଅଧିକ ।

କେବଳ ଅମ୍ବାନୀଙ୍କ ସମୁଦାୟ ସମ୍ପତ୍ତି ପଞ୍ଜାବ ରାଜ୍ୟର ଜିଏସ୍‌ଡିପି ସହ ପ୍ରାୟ ସମାନ । ଏବଂ ତାହା ନୂତନ କୃଷି ଆଇନ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହେବା ପୂର୍ବରୁ । ଥରେ ସେଗୁଡ଼ିକ ହେଲେ ଏହା ଆହୁରି ମଧ୍ୟ ବୃଦ୍ଧି ପାଇବ । ଏ ମଧ୍ୟରେ ମନେରଖନ୍ତୁ ଯେ ପଞ୍ଜାବ କୃଷକମାନଙ୍କର ହାରାହାରି ମାସିକ ମୁଣ୍ଡ ପିଛା ଆୟ ହେଉଛି ପ୍ରାୟ ଟ. ୩,୪୫୦ (୭୦ତମ ପର୍ଯ୍ୟାୟ ଏନ୍‌ଏସ୍‌ଏସ୍‌) ।

ଅନେକ ଖବରକାଗଜ କେବଳ ପ୍ରେସ୍‌ ଟ୍ରଷ୍ଟ୍ ଅଫ୍‌ ଇଣ୍ଡିଆର ରିପୋର୍ଟ ପ୍ରକାଶ (କିମ୍ବା ସଂଶୋଧିତ) କରନ୍ତି ଯେ ଫୋର୍ବସ୍‌ର କାହାଣୀ ଯାହା କହେ ତାହା ସହିତ କୌଣସି ସମାନତା ବା ସମ୍ପର୍କ ନାହିଁ । ପିଟିଆଇ ଖବରରେ କୋଭିଡ୍‌ କିମ୍ବା କରୋନା ଭାଇରସ୍‌ କିମ୍ବା ମହାମାରୀ ଶବ୍ଦ ଅନୁପସ୍ଥିତ ଥିଲା । ଏହି ଖବର କିମ୍ବା ଅନ୍ୟ କୌଣସି ଖବର ଫୋର୍ବସ୍‌ର ରିପୋର୍ଟକୁ ଗୁରୁତ୍ୱ ପ୍ରଦାନ କରିନଥିଲା ଯେ, ‘‘ଭାରତର ଶୀର୍ଷ ୧୦ ଜଣ ଧନିକଙ୍କ ମଧ୍ୟରୁ ଦୁଇ ଜଣ ସେମାନଙ୍କର ସମ୍ପତ୍ତି ସ୍ୱାସ୍ଥ୍ୟସେବାରୁ ପାଆନ୍ତି, ଏକ କ୍ଷେତ୍ର ଯାହା ସାରା ବିଶ୍ୱରେ ଗୋଟିଏ ମହାମାରୀର ସୁଯୋଗକୁ ଉପଭୋଗ କରୁଛି’’ ପିଟିଆଇ ରିପୋର୍ଟ କିମ୍ବା ଅଧିକାଂଶ ଅନ୍ୟ କାହାଣୀଗୁଡ଼ିକରେ ‘ସ୍ୱାସ୍ଥ୍ୟସେବା’ ଶବ୍ଦ ହିଁ ଆସିନଥିଲା । ଯଦିଓ ଫୋର୍ବସ୍‌ ଆମର ୧୪୦ ଡଲାର କୋଟିପତିଙ୍କ ମଧ୍ୟରୁ ୨୪ ଜଣଙ୍କୁ ସ୍ୱାସ୍ଥ୍ୟସେବା ଉଦ୍ୟୋଗରେ ସ୍ଥାନିତ କରେ ।

ଫୋର୍ବସ୍‌ ତାଲିକାରେ ସେହି ୨୪ ଜଣ ଭାରତୀୟ ସ୍ୱାସ୍ଥ୍ୟସେବା କୋଟିପତିଙ୍କ ମଧ୍ୟରୁ ଶୀର୍ଷ ୧୦ ଜଣ ଏକତ୍ର ଭାବରେ ଏହି ମହାମାରୀ ବର୍ଷରେ ସେମାନଙ୍କ ସମ୍ପତ୍ତିରେ $ ୨୪.୯ ବିଲିୟନ ସଂଯୁକ୍ତ କରିଛନ୍ତି (ଟ. ୫ ବିଲିୟନ ହାରାହାରି ପ୍ରତିଦିନ), ସେମାନେ ସେମାନଙ୍କର ସଂଯୁକ୍ତ ସମ୍ପତ୍ତିରେ ୭୫ ପ୍ରତିଶତ ବୃଦ୍ଧି କରି $ ୫୮.୩ ବିଲିୟନ (ଟ. ୪.୩ ଟ୍ରିଲିୟନ) ଯୋଗ କରିଛନ୍ତି । ମନେରଖନ୍ତୁ ଯେ କୋଭିଡ୍- ୧୯ ସମ୍ପର୍କରେ ପ୍ରସଙ୍ଗ ସବୁଠାରୁ ବଡ଼ ସମାନତାକାରୀ?

Left: A farmer protesting with chains at Singhu. In the pandemic year, not a paisa's concession was made to farmers by way of guaranteed MSP. Right: Last year, migrants on the outskirts of Nagpur. If India levied wealth tax at just 10 per cent on 140 billionaires, we could run the MGNREGS for six years
PHOTO • Shraddha Agarwal
Left: A farmer protesting with chains at Singhu. In the pandemic year, not a paisa's concession was made to farmers by way of guaranteed MSP. Right: Last year, migrants on the outskirts of Nagpur. If India levied wealth tax at just 10 per cent on 140 billionaires, we could run the MGNREGS for six years
PHOTO • Satyaprakash Pandey

ବାମ : ଜଣେ କୃଷକ ସିଙ୍ଘୁଠାରେ ଚେନ୍‌ ସହିତ ପ୍ରତିବାଦ କରୁଛନ୍ତି । ମହାମାରୀ ବର୍ଷରେ ଏମ୍‌ଏସ୍‌ପିର ପ୍ରତିଶ୍ରୁତି ସହିତ କୃଷକମାନଙ୍କୁ ଗୋଟିଏ ପଇସା ମଧ୍ୟ ଛାଡ଼ କରାଯାଇନାହିଁ । ଡାହାଣ : ଗତ ବର୍ଷ , ନାଗପୁର ବାହାରେ ପ୍ରବାସୀମାନେ । ଯଦି ଭାରତ ୧୪୦ ଜଣ କୋଟିପତିଙ୍କ ଉପରେ ମାତ୍ର ୧୦ ପ୍ରତିଶତ ସମ୍ପତ୍ତି କର ଲାଗୁ କରେ ତେବେ ଆମେ ଆସନ୍ତା ଛଅ ବର୍ଷ ପାଇଁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଚଳାଇ ପାରିବା

ଆମର ଭାରତରେ ତିଆରି କରନ୍ତୁ ଯେ କୌଣସି ସ୍ଥାନରେ ଉପଭୋଗ କରନ୍ତୁ ଫୋର୍ବସ୍‌ର ପସନ୍ଦରେ ରହିଛି । ଶୀର୍ଷରୁ ମାତ୍ର ଦୁଇଟି ସ୍ଥାନ ଦୂରରେ ଅଛି । ୧୪୦ ନଟ୍ ଆଉଟ୍‌ରେ ବ୍ୟାଟିଂ କରୁଥିବା ଭାରତରେ ବର୍ତ୍ତମାନ ପୃଥିବୀରେ ଯୁକ୍ତରାଷ୍ଟ୍ର ଏବଂ ଚୀନ୍‌ ପରେ ତୃତୀୟ ସର୍ବୋଚ୍ଚ ସଂଖ୍ୟକ କୋଟିପତି ଅଛନ୍ତି । ସମୟ ଥିଲା ଯେତେବେଳେ ଜର୍ମାନୀ ଏବଂ ଋଷିଆ ପରି ଦେଖାଣିଆ ଦେଶ ଏସବୁ ତାଲିକାରେ ନାକ ଭର୍ତ୍ତି କରୁଥିଲେ । କିନ୍ତୁ ସେମାନଙ୍କୁ ସେମାନଙ୍କର ସ୍ଥାନ ଦେଖାଇ ଦିଆଯାଇଛି ।

ଭାରତୀୟ ମନିବ୍ୟାଗ୍‌ମାନଙ୍କର ମିଳିତ $ ୫୯୬ ବିଲିୟନ ମିଳିତ ସମ୍ପତ୍ତି ରହିଛି, ଏହା ମୋଟାମୋଟି ଟ. ୪୪.୫ ଟ୍ରିଲିୟନରେ ପହଞ୍ଚିଛି । ଯାହାକି ୭୫ଟି ରାଫେଲ୍‌ ଡିଲ୍‌ଠାରୁ ସାମାନ୍ୟ ଅଧିକ ସହ ସମାନ । ଭାରତର କୌଣସି ସମ୍ପତ୍ତି କର ନାହିଁ । କିନ୍ତୁ ଯଦି ଆମର ଥାଆନ୍ତା ଏବଂ ଆମେ ଏହାକୁ ସାଧାରଣ ୧୦ ପ୍ରତିଶତରେ ରଖିଥାନ୍ତେ ଏହା ଟ. ୪.୪୫ ଟ୍ରିଲିୟନ ସୃଷ୍ଟି କରିଥାଆନ୍ତା – ଯେଉଁଥିରେ ଆମେ ଟ. ୭୩,୦୦୦ କୋଟିର ସାମ୍ପ୍ରତିକ ବାର୍ଷିକ ଆବଣ୍ଟନ (୨୦୨୧-୨୨ ପାଇଁ) ରଖିବା ସହ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଯୁକ୍ତି ପ୍ରତିଶ୍ରୁତି ଯୋଜନା ୬ ବର୍ଷ ପାଇଁ ଚଳାଇ ପାରିଥାଆନ୍ତୁ । ଯାହା ଆସନ୍ତା ଛଅ ବର୍ଷରେ ଗ୍ରାମୀଣ ଭାରତରେ ପ୍ରାୟ ୧୬.୮ ବିଲିୟନ ବ୍ୟକ୍ତି କାର୍ଯ୍ୟ ଦିବସ ସୃଷ୍ଟି କରିପାରିଥାଆନ୍ତା ।

ପ୍ରବାସୀମାନଙ୍କର ଦ୍ୱିତୀୟ ସମୂହ ନଗର ଏବଂ ସହରରୁ ପଳାୟନ କରୁଥିବା ସମୟରେ – ସେମାନଙ୍କର ଦୁଃଖଦାୟକ କିନ୍ତୁ ସମ୍ପୂର୍ଣ୍ଣ ଭାବରେ ଏକ ସମାଜ ଭାବରେ ଆମ ଉପରେ ନ୍ୟାୟୋଚିତ ଅବିଶ୍ୱାସ ମତାବସ୍ଥାରେ – ଆମେ ପୂର୍ବ ତୁଳନାରେ ଅଧିକ ଭାବରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଅଧିକ କାର୍ଯ୍ୟ ଦିବସ ଆବଶ୍ୟକ କରିପାରୁ ।

ଏହି ବିସ୍ମୟକାରୀ ୧୪୦ ଙ୍କର ସେମାନଙ୍କ ବନ୍ଧୁମାନଙ୍କଠାରୁ କିଛି ସାହାଯ୍ୟ ରହିଥିଲା । କର୍ପୋରେଟ୍‌ମାନଙ୍କ ପାଇଁ ବିଶାଳ ଟିକସ ହ୍ରାସ, ଯାହାକି ଦୁଇ ଦଶକରୁ ଅଧିକ ସମୟ ପର୍ଯ୍ୟନ୍ତ ବିପଜ୍ଜନକ ବେଗରେ ପ୍ରତିଯୋଗିତା କରୁଛି – ତାହା ଅଗଷ୍ଟ ୨୦୧୯ରୁ ଆହୁରି ଦ୍ରୁତ ହୋଇଛି ।

ବିଚାର କରନ୍ତୁ ଯେ ଏହି ମହାମାରୀ ବର୍ଷରେ ପ୍ରତିଶ୍ରୁତି ପ୍ରଦାନ କରାଯାଇଥିବା ଏମ୍‌ଏସ୍‌ପି ଜରିଆରେ କୃଷକମାନଙ୍କ ନିକଟକୁ ଗୋଟିଏ ପଇସା ମଧ୍ୟ ଆସିନାହିଁ ; ସେହି ଅଧ୍ୟାଦେଶ ଶ୍ରମିକମାନଙ୍କ ଦିନକୁ ୧୨ ଘଣ୍ଟା ଶ୍ରମ କରିବାର ଅନୁମତି ଦେବା ପାଇଁ ପାରିତ ହୋଇଥିଲା (କେତେକ ରାଜ୍ୟରେ ଅତିରିକ୍ତ ଚାରି ଘଣ୍ଟା ପାଇଁ କୌଣସି ଓଭର୍‌ ଟାଇମ୍‌ ପୈଠ ନାହିଁ); ଏବଂ ଆହୁରି ଅଧିକ ପ୍ରାକୃତିକ ସମ୍ପଦ ଏବଂ ସାର୍ବଜନୀନ ସ୍ୱାସ୍ଥ୍ୟଗୁଡ଼ିକ ଏହି କର୍ପୋରେଟ୍‌ ବୃହତ୍‌ ଧନୀମାନଙ୍କୁ ହସ୍ତାନ୍ତର କରାଯାଇଥିଲା । ଏକ ମହାମାରୀ ବର୍ଷ ଯେଉଁଥିରେ ଖାଦ୍ୟ ଶସ୍ୟ ‘ବଫର୍‌ ଷ୍ଟକ୍‌’ ଗୋଟିଏ ସମୟରେ ୧୦୪ ମିଲିୟନ ଟନ୍‌ରେ ପହଞ୍ଚି ଯାଇଥିଲା କିନ୍ତୁ ସେଥିରେ ଲୋକମାନଙ୍କୁ କେବଳ ୬ ମାସ ପାଇଁ ୫ କେଜି ଗହମ କିମ୍ବା ଚାଉଳ ଏବଂ ୧ କେଜି ଡାଲି ମାଗଣାରେ ଦିଆଯାଇଥିଲା। ତାହା ମଧ୍ୟ କେବଳ ସେଇମାନଙ୍କୁ ଯେଉଁମାନେ ଜାତୀୟ ଖାଦ୍ୟ ନିରାପତ୍ତା ଅଧିନିୟମ ଦ୍ୱାରା ସୁରକ୍ଷିତ, ଯାହା ଅସହାୟମାନଙ୍କର ଏକ ଉଲ୍ଲେଖଯୋଗ୍ୟ ଭାଗକୁ ବାଦ୍ ଦେଇଥାଏ । ଏହା ଏମିତି ଏକ ବର୍ଷରେ ଯେତେବେଳେ ଶହ ଶହ ଅୟୁତ ଭାରତୀୟ କେଇ ଦଶକ ତୁଳନାରେ ଅଧିକ କ୍ଷୁଧାରେ ଥିଲେ ।

ଫୋର୍ବସ୍‌ର ଭାଷାରେ ଏହି ସମ୍ପତ୍ତି ‘‘ଲହଡ଼ି’’ ସାରା ବିଶ୍ୱରେ ରହିଛି । ‘‘ଗତ ବର୍ଷ ହାରାହାରି ଭାବରେ ପ୍ରତି ୧୭ ଘଣ୍ଟାରେ ଜଣେ ନୂଆ କୋଟିପତି ତିଆରି ହୋଇଛି । ସମୁଦାୟ ପୃଥିବୀର ଧନିକତମ ଲୋକମାନେ ଗତ ବର୍ଷ ତୁଳନାରେ $ ୫ ଟ୍ରିଲିୟନ ଧନୀ ପାଲଟିଛନ୍ତି ।’’ ଭାରତର ଧନିକତମମାନେ ସେହି ନୂତନ $ ୫ ଟ୍ରିଲିୟନର ପ୍ରାୟ ୧୨ ପ୍ରତିଶତ ଅଟନ୍ତି । ଯାହା, ଦେଶରେ ମଧ୍ୟ ସୂଚିତ କରେ ଯେ ସମସ୍ତ କ୍ଷେତ୍ର ମଧ୍ୟରୁ ଅସମାନତା ଦ୍ରୁତ ବର୍ଦ୍ଧିଷ୍ଣୁ ଭାବରେ ଅପ୍ରତିଦ୍ୱନ୍ଦ୍ୱୀ ରହିଥିଲା ।

ଏହି ସମ୍ପତ୍ତି ‘‘ଲହରି’’ ସାଧାରଣତଃ ଖୁବ୍‌ ଦୁର୍ବଳ ଭାବରେ ଆଗକୁ ବଢ଼ିଥାଏ । ଏବଂ ଏହା କେବଳ ମହାମାରୀ ବିଷୟରେ ନୁହେଁ । ବିପର୍ଯ୍ୟୟଗୁଡ଼ିକ ମଧ୍ୟ ବଢ଼ିଆ ବ୍ୟବସାୟ । ଅନେକଙ୍କ ଅସହାୟତାରୁ ସବୁ ସମୟରେ ଅର୍ଥ ସୃଷ୍ଟି କରିହୁଏ । ଫୋର୍ବସ୍‌ର ବିଶ୍ୱାସ ବିପକ୍ଷରେ, ଆମର ଏହି ବ୍ୟକ୍ତିମାନେ ‘‘ମହାମାରୀର ଭୟକୁ ଦୋହଲାଇ ଦେଇନାହାନ୍ତି’’ – ସେମାନେ ଖୁବ୍‌ ସୁନ୍ଦର ଭାବରେ ଏହାର ତରଙ୍ଗ ସ୍ରୋତ ଚଢ଼ିଛନ୍ତି’’ । ଫୋର୍ବସ୍‌ ଏହା ଠିକ୍‌ କହୁଛି ଯେ ସ୍ୱାସ୍ଥ୍ୟସେବା ସାରା ବିଶ୍ୱରେ ‘‘ମହାମାରୀ ପ୍ରୋତ୍ସାହନକୁ ଉପଭୋଗ କରୁଛି’’ । କିନ୍ତୁ ଏହି ପ୍ରୋତ୍ସାହନ ଏବଂ ଲହରି ଅନ୍ୟ କ୍ଷେତ୍ରରେ ମଧ୍ୟ ହୋଇପାରିଥାଆନ୍ତା, ସମ୍ପୃକ୍ତ ହୋଇଥିବା ବିନାସ ଉପରେ ନିର୍ଭର କରି ।

ଡିସେମ୍ବର ୨୦୦୪ରେ ସୁନାମୀ ହେବାର ମାତ୍ର ଏକ ସପ୍ତାହ ପରେ, ଏହା ଦ୍ୱାରା ସବୁଠାରୁ କଦର୍ଯ୍ୟ ଭାବରେ ପ୍ରଭାବିତ ହୋଇଥିବା ଦେଶଗୁଡ଼ିକ ସମେତ ସବୁ ସ୍ଥାନରେ ଷ୍ଟକ୍‌ ମାର୍କେଟ୍‌ ବୃଦ୍ଧି ପାଇଥିଲା । ଅୟୁତ ଅୟୁତ ଘର ନୌକା ଏବଂ ଗରିବମାନଙ୍କର ସବୁ ପ୍ରକାରର ସମ୍ପତ୍ତି ଧ୍ୱଂସ ହୋଇଯାଇଥିଲା । ସୁନାମୀରେ ୧୦୦,୦୦୦ ଜୀବନ ହରାଇଥିବା ଇଣ୍ଡୋନେସିଆ ଜାକର୍ତ୍ତା କମ୍ପୋଜିଟ୍ ଇଣ୍ଡେକ୍ସ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗି ସର୍ବକାଳୀନ ଉଚ୍ଚତାରେ ପହଞ୍ଚିଥିଲା, ଠିକ୍ ସେମିତି ଆମର ନିଜ ସେନ୍‌ସେକ୍ସ । ସେତେବେଳେ ପୁନଃନିର୍ମାଣ ଡଲାର ଏବଂ ଟଙ୍କାର ମହକ ଆସୁଥିଲା, ଯାହାକି ନିର୍ମାଣ ଏବଂ ସମ୍ପର୍କିତ କ୍ଷେତ୍ରଗୁଡ଼ିକରେ ଏକ ବୃହତ୍‌ ବୃଦ୍ଧିକୁ ଚାଳିତ କରୁଥିଲା ।

ଏଥର ଅନ୍ୟ କ୍ଷେତ୍ରଗୁଡ଼ିକ ମଧ୍ୟରୁ ‘ସ୍ୱାସ୍ଥ୍ୟସେବା’ ଏବଂ ଟେକ୍ନୋଲୋଜି (ବିଶେଷକରି ସଫ୍ଟୱେୟାର୍‌ ସେବା) ନିଜ ପାଇଁ ଖୁବ୍‌ ଭଲ କରିଛନ୍ତି । ତାଲିକାରେ ଥିବା ଭାରତର ଶୀର୍ଷ ୧୦ ଟେକ୍ନୋଲୋଜି ଟାଇକୁନ୍‌ ୧୨ ମାସରେ ଏକତ୍ର $ ୨୨.୮ ବିଲିୟନ (କିମ୍ବା ଟ. ୪.୬ ବିଲିୟନ ହାରାହାରି ପ୍ରତିଦିନ) ସଂଯୁକ୍ତ କରିଛନ୍ତି, ଯାହାକି ସେମାନଙ୍କୁ $ ୫୨.୪ (ଟ. ୩.୯ ଟ୍ରିଲିୟନ) ବିଲିୟନ ସମ୍ପତ୍ତିରେ ପହଞ୍ଚିବା ପାଇଁ । ତାହା ହେଉଛି ଏକ ୭୭ ପ୍ରତିଶତ ବୃଦ୍ଧି । ଏବଂ ହଁ, ଅନ୍‌ଲାଇନ୍‌ ଶିକ୍ଷା -–ଯଦିଓ ମୁଖ୍ୟତଃ ସରକାରୀ ସ୍କୁଲ୍‌ମାନଙ୍କରେ ପଢ଼ୁଥିବା ୧୦ ନିୟୁତ ଗରିବ ଛାତ୍ର କୌଣସି ପ୍ରକାର ଶିକ୍ଷାରୁ ବାଦ୍‌ ପଡ଼ିଛନ୍ତି -–ଯାହା ସେମାନଙ୍କ ପାଇଁ କିଛି ଲାଭ ଆଣିଦେବ। ବାଇଜୁ ରବିନ୍ଦ୍ରନ ନିଜ ସମ୍ପତ୍ତିରେ ୩୯ ପ୍ରତିଶତ ଯୋଗ କରି ସମୁଦାୟ ମୂଲ୍ୟ $ ୨.୫ ବିଲିୟନ (ଟ. ୧୮୭ ବିଲିୟନ)ରେ ପହଞ୍ଚିବ ।

ମୁଁ ଭାବୁଛି ଏହା ଆମ ପାଇଁ ନିରପେକ୍ଷ ଯେ ଆମେ ଅବଶିଷ୍ଟ ପୃଥିବୀକୁ ଏହାର ସ୍ଥାନ ଦେଖାଇଛୁ । ଆରେ… ଆମକୁ ଆମର ସ୍ଥାନ ମଧ୍ୟ ଦେଖାଇ ଦିଆଯାଇଛି – ଜାତି ସଂଘର ମାନବ ବିକାଶ ସୂଚକାଙ୍କରେ – ୧୮୯ ଦେଶ ମଧ୍ୟରୁ ୧୩୧ରେ ରହିଛି । ଏଲ୍‌ ସାଲ୍‌ଭେଡର, ତାଜିକିସ୍ଥାନ, କାବୋ ଭର୍ଡେ, ଗୁଏଟ୍‌ମାଲା, ନିକାରାଗୁଆ, ଭୁଟାନ ଏବଂ ନାମିବିଆ ଆମଠାରୁ ଆଗରେ ଅଛି । ମୁଁ ଅନୁମାନ କରୁଛି ଆମେ ପୂର୍ବ ବର୍ଷ ତୁଳନାରେ ଆମକୁ ତଳେ ପ୍ରଦର୍ଶନ କରିବା ପାଇଁ ଏକ ସ୍ପଷ୍ଟ ବୈଶ୍ୱିକ ଷଡ଼ଯନ୍ତ୍ରର ଉଚ୍ଚ ସ୍ତରୀୟ ବୈଠକର ପରିଣାମକୁ ଅପେକ୍ଷା କରିବାକୁ ହେବ । ଏହି ସ୍ଥାନକୁ ଦେଖନ୍ତୁ ।

ଏହି ପ୍ରବନ୍ଧଟି ପ୍ରଥମେ ୱେୟାର୍‌ରେ ପ୍ରକାଶିତ ହୋଇଥିଲା ।

ଅନୁବାଦ: ଓଡ଼ିଶାଲାଇଭ୍‍

P. Sainath is Founder Editor, People's Archive of Rural India. He has been a rural reporter for decades and is the author of 'Everybody Loves a Good Drought' and 'The Last Heroes: Foot Soldiers of Indian Freedom'.

Other stories by P. Sainath
Illustrations : Antara Raman

Antara Raman is an illustrator and website designer with an interest in social processes and mythological imagery. A graduate of the Srishti Institute of Art, Design and Technology, Bengaluru, she believes that the world of storytelling and illustration are symbiotic.

Other stories by Antara Raman
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE