ଗୋଟିଏ ପୋଖରୀ ପାଖରେ ଛିଡ଼ା ହୋଇ ମୁଲା ଦୀର୍ଘନିଃଶ୍ୱାସ ପକାଇ କହିଲେ “ବୋଧହୁଏ ଫୋନ୍ ପାଖରେ ମୋର ଟଙ୍କା ଅଛି।’’ ସେହି ପୋଖରୀକୁ ଖୋଳିବାରେ ସେ ସହାୟତା କରିଥିଲେ। ଏହା ଏକ ଶୀତୁଆ ସକାଳ ଥିଲା । ପବନ ବୋହୁଥିଲା । ଅନେକ ମାସ ଧରି ମଜୁରୀ ନ ପାଇବା ପରେ ଶେଷରେ ମୁଲା ସେ ସଂପର୍କରେ ଏକ ସନ୍ଧାନ ପାଇଲେ । କିମ୍ବା ସେ ଏପରି ଭାବୁଥିଲେ ।

ବାରମ୍ବାର ତାଙ୍କ ଅଫିସ୍ ସାମ୍ନାରେ ବିକ୍ଷୋଭ ହେବା ପରେ ଶେଷରେ ଜାନୁଆରୀ ୨୦୧୮ରେ ସୀତାପୁରର ଅତିରିକ୍ତ ପ୍ରୋଗ୍ରାମ ଅଫିସର(ମନରେଗା) ବିକାଶ ସିଂହ ଘୋଷଣା କଲେ ଯେ ମନରେଗା ମଜୁରୀ ଏୟାରଟେଲ ପେମେଣ୍ଟ ବ୍ୟାଙ୍କ ମାଧ୍ୟମରେ ଖୋଲା ଯାଇଥିବା ୯୮୭୭ଟି ଆକାଉଣ୍ଟକୁ ଜାନୁଆରୀ ୨୦୧୭ରୁ ଯାଉଛି। ସିଂହଙ୍କ ଭାଷାରେ ସେହିସବୁ ନୂଆ ଆକାଉଣ୍ଟ ଏକ ନୂଆ ସିମ୍ କାର୍ଡ କିଣାଯିବା ସମୟରେ “ଗ୍ରାହକମାନଙ୍କୁ ସୂଚନା ଦିଆନଯାଇ ଏବଂ ସେମାନଙ୍କର ଅନୁମତି ନିଆ ନଯାଇ’’ ଖୋଲାଯାଇଥିଲା ।

‘ଆଧାର ଭିତ୍ତିକ ସିମ୍ ଭେରିଫିକେସନ୍’ ସମୟରେ ଅନ୍ଲାଇନ୍ଗ୍ରାହକ ସଂଗ୍ରହ ଫର୍ମର ଗୋଟିଏ ବକ୍ସରେ ଠିକ୍ଚିହ୍ନ ମାରିବା ଦ୍ୱାରା ହିଁ ଏହି ସୂଚନା ଦିଆଯାଇ ନ ଥିବା ଅନୁମତି ନିଆଯାଇଥିଲା ଯାହା ଫଳରେ ଏହି ନୂଆ ଆକାଉଣ୍ଟଗୁଡ଼ିକୁ ଟଙ୍କା ଜମା ହୋଇଯାଇଛି। ଏହି ଉପାୟ ୟୁନିକ୍ଆଇଡେଣ୍ଟିଫିକେସନ୍ଅଥରିଟି ଅଫ୍ଇଣ୍ଡିଆ:ର ଏକ ସୁରକ୍ଷିତ ନିର୍ଦ୍ଦେଶାବଳି, ଯାହା ଦ୍ୱାରା ଆଧାର ନମ୍ବର ସହ ସଂଯୁକ୍ତ ହୋଇଥିବା ବ୍ୟାଙ୍କ ଆକାଉଣ୍ଟକୁ ଆପେ ଆପେ ସିଧାସଳଖ ସରକାରୀ  ଟଙ୍କା ଆସିଯାଏ ।

ପାର୍ସି ଦଳିତ ସଂପ୍ରଦାୟର ୪୫ ବର୍ଷୀୟ ମୁଲା ସିଂହଙ୍କର ଘୋଷଣା ଦ୍ୱାରା ଟିକେ ଆଶାୟୀ ହୋଇପଡ଼ିଲେ । ସେ ମଧ୍ୟ ୨୦୧୬ରେ ଏୟାରଟେଲର ସିମ କାର୍ଡ ସହିତ ଏକ ଫୋନ୍ କିଣିଥିଲେ। ପଡୋଶୀମାନଙ୍କଠାରୁ ଏୟାରଟେଲ ସିମ୍ କାର୍ଡରେ ଖୁବ୍ ଲାଭ ମିଳୁଥିବା କଥା ଶୁଣି ଦିନେ ସକାଳେ (ସିମ୍ କାର୍ଡର ଦାମ୍ ୪୦ ଟଙ୍କା ଥିବାବେଳେ ସେଥିରେ ୩୫ ଟଙ୍କାର ଟକ୍ ଟାଇମ୍ ମିଳୁଥିଲା)ମୁଲା ଏବଂ ତାଙ୍କର ପୁଅ ନାଗରାଜ ସେମାନଙ୍କର ଗାଁ ଉତ୍ତରପ୍ରଦେଶର ସୀତାପୁର ଜିଲ୍ଲାର ଦାଡେଓରାରୁ ୪ କିମି ଦୂରରେ ମାଛରେଟା ବ୍ଲକ୍ର ପରସଦାରେ ଥିବା ମୁଖ୍ୟ ବଜାରକୁ  ଚାଲି ଚାଲି ଗଲେ । ସେଠାରେ ସେମାନେ ଯେଉଁ ଦୋକାନରୁ ଏକ ମୋବାଇଲ ଫୋନ୍ କିଣିଲେ (ସେବେଠାରୁ ଦୋକାନ ବନ୍ଦ ହୋଇଯାଇଛି) ସେହି ଦୋକାନୀ ମୁଲାଙ୍କୁ ତାଙ୍କର ଆଧାର କାର୍ଡର ଏକ ନକଲ ମାଗିଲା । ତାଙ୍କ ପୁଅ ପାଖରେ ଆଧାର କାର୍ଡ ନଥିବାରୁ ମୁଲା ତାଙ୍କର ଆଧାର କାର୍ଡର ନକଲ ଦେଲେ ।

Mula at her house
PHOTO • Puja Awasthi

‘ଆଧାର ଭିତ୍ତିକ ସିମ୍ ଯାଞ୍ଚ’ ସମୟରେ ଅନଲାଇନ୍ ଫର୍ମରେ ଉଦ୍ଦିଷ୍ଟ ଥିବା ସ୍ଥାନରେ ଟିକ୍ ମାରି ଅଜାଣତରେ ମୁଲାଙ୍କର ସହମତି ମିଳିଗଲା ।’

ସେ ମନେ ପକାଇଲେ, “ସେଠାରେ ଗୋଟିଏ ଛୋଟ ମେସିନ୍ ଥିଲା । ମୋତେ ତା’ ଉପରେ ଦୁଇଥର ଟିପ ଦବାଇବାକୁ କୁହାଗଲା।’’ ଏହା ସରକାରଙ୍କର ଅନେକ ନିର୍ଦ୍ଦେଶାବଳି ଅନୁସାରେ ହୋଇଥିଲା। ୨୦୧୪ରେ ଟେଲିକମ୍ୟୁନିକେସନ୍ ବିଭାଗ ପକ୍ଷରୁ ଏ ସଂପର୍କରେ ପ୍ରଥମେ ଏକ ନିର୍ଦ୍ଦେଶ ଜାରି ହୋଇଥିଲା। ସେଥିରେ ଏକ ଟେଲିଫୋନ୍/ମୋବାଇଲ ନମ୍ବର ପାଇଁ ଆବେଦନ କରିବା ସମୟରେ ଗ୍ରାହକଙ୍କର ଆଧାର ନମ୍ବରକୁ ଆବେଦନ ଫର୍ମରେ ଦେବାପାଇଁ କୁହାଯାଇଥିଲା ।

ମୁଲା ତାଙ୍କର ଆଧାର କାର୍ଡର ଏକ ନକଲ ଦାଖଲ କରିବା ପରେ ଦୋକାନୀ ଜଣକ ତାଙ୍କୁ କିଛି ତଥ୍ୟ ପଚାରିଲେ ଯାହାକୁ କି ସେ ଏକ କମ୍ପ୍ୟୁଟରରେ ଲୋଡ୍ କଲେ, ପରେ ଏକ ମୋବାଇଲରେ ଏକ ସିମ୍ କାର୍ଡ ଭର୍ତ୍ତି କରି ତାକୁ ମା’ପୁଅଙ୍କୁ ହସ୍ତାନ୍ତର କଲେ। ସେମାନେ ଏଥିପାଇଁ ୧୩୦୦ ଟଙ୍କା ଦେଲେ। ଯେତେବେଳେ ସେମାନେ ଘରକୁ ଫେରିଲେ ଉତ୍ସାହିତ ଥିବା ନାଗରାଜ ମୁଲାଙ୍କୁ ତାର ବ୍ୟବହାର ସଂପର୍କରେ ବୁଝାଇବାକୁ ଉଦ୍ୟମ କଲେ।

କିଛି ମାସ ପରେ ଏକ ବିବାହ ଉତ୍ସବରେ ଫୋନ୍ଟି ହଜିଗଲା। ଆଉ ସେହି ଫୋନ୍ ନମ୍ବର ଯାହା ମାଧ୍ୟମରେ ଆକାଉଣ୍ଟ ସଂପର୍କରେ ଜାଣି ହୋଇଥାନ୍ତା ତାକୁ ସେମାନେ ଭୁଲିଗଲେ ।

ତଥାପି ମଧ୍ୟ ମୁଲା ବ୍ଲକ୍ ଅଫିସରେ ଛିଡ଼ା ହୋଇଥିଲେ, ତାଙ୍କ ପରି ଅନ୍ୟମାନଙ୍କ ମଜୁରୀ ହରାଇବା ବିରୋଧରେ ବିକ୍ଷୋଭ କରୁଥିଲେ। ସେମାନେ ନାରା ଦେଉଥିଲେ, ‘କମାନେୱାଲା ଖାଏଗା , ଲୁଟନେୱାଲା ଜାଏଗା , ନୟା ଜମାନା ଆୟେଗା’ (‘ମଜୁରୀ କରୁଥିବା ଲୋକେ ଖାଇବେ, ଯେଉଁମାନେ ଲୁଟ୍ କରୁଛନ୍ତି ସେମାନେ ଯିବେ,ଏକ ନୂଆ ଯୁଗ ଆରମ୍ଭ ହେବ’)। ସେ ଆଶା କରୁଥିଲେ ଯେ ତାଙ୍କର ମଜୁରୀ ସଂପର୍କରେ ସନ୍ଧାନ ମିଳିବ ଏବଂ ପରସଦାରେ ଆହ୍ଲାବାଦ ୟୁପି ଗ୍ରାମୀଣ ବ୍ୟାଙ୍କ୍ରେ ଥିବା ତାଙ୍କର ଆକାଉଣ୍ଟକୁ ସେହି ଟଙ୍କା ଟ୍ରାନ୍ସଫର ହେବ। ( ସେହି ବ୍ରାଞ୍ଚ ସଂପର୍କରେ ସେ ତାଙ୍କର ମଜୁରୀ ପାଇଁ ଆବେଦନ ସମୟରେ ତଥ୍ୟ ଦେଇଥିଲେ।)

କିନ୍ତୁ ଗତବର୍ଷ ଜାନୁଆରୀ ପରେ ଫେବ୍ରୃୟାରୀ ମାସ ଆସିଲେ ମଧ୍ୟ ତାଙ୍କର ମଜୁରୀ ସଂପର୍କରେ କିଛି ତଥ୍ୟ ମିଳିଲା ନାହିଁ ।

ବାମ: ଭିଡିଓ ଦେଖନ୍ତୁ: ମୁଲା ତାଙ୍କର ଟଙ୍କା ସଂପର୍କରେ ଅନୁସନ୍ଧାନ କରୁଛନ୍ତି

୨୦୧୭ ମସିହା ଫେବ୍ରୃୟାରୀରୁ ଅଗଷ୍ଟ ମାସ ମଧ୍ୟରେ ମୁଲା ମନରେଗା ଅଧୀନରେ ୫୮ ଦିନ କାମ କରିଥିଲେ। ସେ ଏକ ରାସ୍ତାକାମ, ଏକ କରିଡର ଖୋଳା ଏବଂ ‘ଜାଭର ତାଲାବ-୨’ ପାଇଁ  ପାହାଡ଼ିଆ ମାଟି ବାହାର କରିବା କାମ କରିଥିଲେ। ସେହି ପୋଖରୀରେ ଛିଡ଼ା ହୋଇ ସେ ଆଶ୍ଚର୍ଯ୍ୟ ହେଉଥିଲେ ଯେ ପ୍ରକୃତରେ ସେହି ଫୋନରେ କ’ଣ ତାଙ୍କର ଟଙ୍କା ଥିଲା। ସେ କହିଲେ, “ଏହା ଖୁବ୍ କଷ୍ଟକର ଥିଲା। ଅନେକ ସମୟରେ ମୋର ଫୋଟକା ହୋଇଯାଉଥିଲା।’’ ଯଦିଓ ମଜୁରୀ ମିଳିବ ନାହିଁ ବୋଲି ଅନେକ ଆଡୁ ଶୁଣିବାକୁ ମିଳୁଥିଲା କିନ୍ତୁ ୫ଟି ପିଲାର ମା’ ମୁଲା ନିଜକୁ ନିଜେ ପ୍ରବୋଧନା ଦେଉଥିଲେ, “ଏହା ସରକାରଙ୍କ କାମ, ମଜୁରୀ ନିଶ୍ଚିତ ଭାବେ ମିଳିବ।’’

ମୁଲା ତାଙ୍କ ପରିବାରର ପ୍ରଧାନ ରୋଜଗାରିଆ। ତାଙ୍କର ସ୍ୱାମୀ ୫୧ ବର୍ଷୀୟ ମଙ୍ଗଳୁ ଲାଲଙ୍କର ଦୀର୍ଘଦିନ ହେଲା କଫ ଏବଂ ଶ୍ୱାସଜନିତ ସମସ୍ୟା ରହିଛି। ସେ ଖରାଦିନେ ମାତ୍ର ୨ ମାସ ଧରି କାମ କରିଥାନ୍ତି। ସେ ଏକ ଆମ୍ବ ବଗିଚାକୁ ଜଗୁଥିବାବେଳେ ସେଥିପାଇଁ ୬୦୦୦ ଟଙ୍କା ପାଇଥାନ୍ତି । ସେମାନଙ୍କ ନିକଟରେ ୫ ବିଘା (ପ୍ରାୟ ଏକ ଏକର) ଜମି ରହିଛି । ୫ ବର୍ଷ ତଳେ ସେମାନେ ସେଥିମଧ୍ୟରୁ ୨ ବିଘା ଜମିକୁ ସେମାନଙ୍କର ବଡ଼ ଝିଅ ଉର୍ମିଳାର ବାହାଘର ସମୟରେ ୧୦ ହଜାର ଟଙ୍କାରେ ବନ୍ଧକ ରଖିଥିଲେ। ୩ ବର୍ଷ ତଳେ ଦ୍ୱିତୀୟ ଝିଅ କାପୁରାର ବାହାଘର ସମୟରେ ଆଉ ୨ ବିଘା ବନ୍ଧା ପଡ଼ିଲା। ବାକି ଯେଉଁ ବିଘା ଜମି ପଡ଼ିରହିଛି ସେଥିରୁ କିଛି ଗହମ ଅମଳ ହୋଇଥାଏ । ୨୦୧୮ରେ ସେଥିରେ ପାଣି ଜମା ହୋଇ ରହିଯାଇଥିଲା ।

ମୁଲା ଏବଂ ନାଗରାଜ ମନରେଗା ଅଧୀନରେ ଶ୍ରମିକ ଭାବେ କାମ କରିଥାନ୍ତି। ସେମାନେ ଏହାଯୋଗୁ ଦିନକୁ ୧୭୦ ଟଙ୍କା ରୋଜଗାର କରିଥାନ୍ତି ଏବଂ ବର୍ଷକୁ ସେମାନେ ପ୍ରାୟ ୫୦ ଦିନ କାମ କରିଥାନ୍ତି। କିମ୍ବା ସେମାନେ ଜମିମାଲିକମାନଙ୍କ ଜମିରେ କାମ କରିଥାନ୍ତି। ସେଥିପାଇଁ ମୁଲାଙ୍କୁ ଦିନକୁ ୧୨୦ ଟଙ୍କା ମିଳୁଥିବା ବେଳେ ନାଗରାଜ ଦିନକୁ ୧୫୦ ଟଙ୍କା ପାଇଥାନ୍ତି। ଆଖୁ ଅମଳ ସମୟରେ ସେମାନଙ୍କୁ ଦିନକୁ ପ୍ରାୟ ୧୪ ଘଣ୍ଟା କାମ କରିବାକୁ ପଡିଥାଏ। ଏସବୁକୁ ମିଶାଇ ସେମାନେ ବର୍ଷକୁ ପାଖାପାଖି ୪୦ ହଜାର ଟଙ୍କା ରୋଜଗାର କରିଥାନ୍ତି। ମୁଲାଙ୍କର ସାନ ପିଲା ୧୫ ବର୍ଷୀୟା ରାଧା ଏବଂ ୧୩ ବର୍ଷୀୟ ପ୍ରତାପ ଏବେ ମଧ୍ୟ ସ୍କୁଲ ଯାଉଛନ୍ତି ।

Mula (with daughter Kapoora) holding the application she gave to the block office to inquire about her missing wages
PHOTO • Puja Awasthi

ମଜୁରୀ ନ ମିଳିବା ସଂପର୍କରେ ଅନୁସନ୍ଧାନ କରିବା ଲାଗି ମୁଲା (ଝିଅ କାପୁରା ସହିତ)ବ୍ଲକ୍ ଅଫିସରେ ଯେଉଁ ଆବେଦନ କରିଥିଲେ ତାକୁ ଧରିଛନ୍ତି ।

ମଜୁରୀ ନ ମିଳିବା ସଂପର୍କରେ ଅନୁସନ୍ଧାନ କରିବା ଲାଗି ମୁଲା (ଝିଅ କାପୁରା ସହିତ)ବ୍ଲକ୍ ଅଫିସରେ ଯେଉଁ ଆବେଦନ କରିଥିଲେ ତାକୁ ଧରିଛନ୍ତି ।

ଯେତେବେଳେ ମନରେଗା ମଜୁରୀ ଆସିଲା ନାହିଁ ମୁଲା ସଂପର୍କୀୟମାନଙ୍କଠାରୁ ୧୫ ହଜାର ଟଙ୍କା ଧାର କଲେ। ତାଙ୍କ ପରିବାର କେବଳ ଆଳୁ ଖାଇ ବଞ୍ଚିଲେ। ଆଳୁ ଦେଢକିଲୋକୁ ୧୦ ଟଙ୍କା ହୋଇଥିବା ବେଳେ ସେମାନେ ତାହା ହିଁ କିଣିବା ସମ୍ଭବପର ହେଉଥିଲା। କ୍ୱଚିତ୍ ଭାତ ଓ ରୁଟି ହେଉଥିଲା। ତାଙ୍କର ଏକବଖୁରିଆ ଘରେ ଚାଳରୁ କେବଳ ଗୋଟିଏ ମାତ୍ର କଖାରୁ ଝୁଲୁଥିଲା। ଯେତେବେଳେ ଆଳୁ କିଣିବା ପାଇଁ ଟଙ୍କା ନ ମିଳିବ କଖାରୁକୁ ଖାଇବା ପାଇଁ ରଖାଯାଇଥିଲା।

ସେ କହିଲେ, “ଦିନେ ଦିନେ ଆମ ପାଖରେ ଖାଇବା ପାଇଁ ଖୁବ୍ କମ୍ ଥାଏ । ସବୁ ପଡ଼ୋଶୀମାନେ ଜାଣିବା ଭଳି ପ୍ରତାପ ଖୁବ୍ ବଡ଼ ପାଟିରେ ଚିତ୍କାର କରେ । ମୁଁ କେବେହେଲେ ଏଭଳି ଲଜ୍ଜିତ ହୋଇନଥିଲି ।’’

ନିଜର ଏଭଳି ସଂଘର୍ଷ ସମୟରେ ମୁଲା ଆଉ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲିଲେ। କହିବା ବାହୁଲ୍ୟ ତାଙ୍କ ପାଇଁ ଆଉ ଏକ ଆକାଉଣ୍ଟ ଖୋଲାଗଲା ।

୨୦୧୬ ମସିହା ମେ ମାସରେ, ସମହିତ ମାଇକ୍ରୋଫାଇନାନ୍ସ ଏଜେନ୍ସିର ପ୍ରତିନିଧିମାନେ ପରସଦା ଗସ୍ତ କଲେ। ୟୁନିଟ୍ର ମ୍ୟାନେଜର ଅମିତ ଦୀକ୍ଷିତ ଯିଏକି ସୀତାପୁର(ଏବଂ ଏହାର ପଡ଼ୋଶୀ ଜିଲ୍ଲା ଲକ୍ଷ୍ମୀପୁର)ରେ ଏଜେନ୍ସିର କାର୍ଯ୍ୟକୁ ଅନୁଧ୍ୟାନ କରିଥାନ୍ତି କହିଲେ, “ଆମେ ଗରିବ ଲୋକମାନଙ୍କୁ ବୁଝାଇଲୁ କିପରି ସେମାନେ ସ୍ୱୟଂ ସହାୟକ ଗୋଷ୍ଠୀ କରି ନିଜେ ଆତ୍ମ ନିର୍ଭରଶୀଳ ହୋଇପାରିବେ। ଯେହେତୁ ସେମାନଙ୍କ ନିକଟରେ ବ୍ୟବସାୟ ଆରମ୍ଭ କରିବା ପାଇଁ ଟଙ୍କା ନଥିଲା ତେଣୁ ଆମେ ସେମାନଙ୍କ ପାଇଁ ବ୍ୟାଙ୍କ ଆକାଉଣ୍ଟ ଖୋଲିଲୁ ଯେପରିକି ତା’ ମାଧ୍ୟମରେ ଟଙ୍କା ଋଣ ମିଳିପାରିବ।’’ ‘ଏଜେନ୍ସିର ୱେବସାଇଟ୍ରେ ମଧ୍ୟ ଏହା କୁହାଯାଇଛି’ ଯେ ଏହା ଗରିବରୁ ଗରିବ ଲୋକଙ୍କୁ ଆର୍ଥିକ ଅଭିବୃଦ୍ଧି ହାସଲ କରିବାରେ ସହାୟତା କରିଥାଏ ।’’

ଏକ ଏମିତି ଦେଶରେ ଯେଉଁଠି ପ୍ରତି ୫ଟିରୁ ୩ଟିରୁ ବି କମ୍ ପରିବାର ପାଖରେ ବ୍ୟାଙ୍କିଂ ସେବା ପହଞ୍ଚି ପାରିନାହିଁ (ଏନ୍ଏସ୍ଏସ୍ଓ ୫୯ ରାଉଣ୍ଡ), ଏହି ପ୍ରକାର ଆର୍ଥିକ ସମାବେଶନ ଗୋଟିଏ ପରେ ଗୋଟିଏ ସରକାର ଗୁରୁତ୍ଵ ଦେଇ ଆସିଛନ୍ତି। ୨୦୧୪ ଅଗଷ୍ଟଠାରୁ, ୩୧.୫୩ କୋଟି ନୂଆ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି । ମୁଲାଙ୍କ ଭଳି ଗ୍ରାମୀଣ ଗରିବ କିପରି ବ୍ୟାଙ୍କ ଋଣ ସହଜରେ ପାଇପାରିବେ ଏହା ତା ପଛର ଉଦ୍ଦେଶ୍ୟ। ତେବେ ଅର୍ଥନୈତିକ ସାକ୍ଷରତା ଅଭାବରୁ, ଗରିବ ଲୋକଙ୍କର ଦୁଃଖ ଦୂର କରିବା ବଦଳରେ, ଏଭଳି ପଦକ୍ଷେପ କମ୍ ସଫଳ ହେଉଛି ।

ଏଭଳି ଏକ ଆକାଉଣ୍ଟ ଖୋଲିବା କଥା ମୁଲାଙ୍କର ମନେ ନାହିଁ । ମେ ୨୦୧୭ରେ ବି ସେ ଗୋଟିଏ ଫର୍ମରେ ଦସ୍ତଖତ କରିଥିଲେ ଯାହା ସୀତାପୁର ସ୍ଥିତ ଆଇଡିବିଆଇ ବ୍ୟାଙ୍କର ମ୍ୟାନେଜର ପ୍ରଶାନ୍ତ ଚୌଧୁରୀଙ୍କ ଯାଏଁ ପହଞ୍ଚିଥିଲା। (ସେ କହିଲେ ‘‘ମୁଁ ଭାବିଥିଲି ମୁଁ କିଛି ଟଙ୍କା ପାଇବି’’) ଚୌଧୁରୀ କହନ୍ତି ତାଙ୍କ ପାଖକୁ ଏମିତି ବହୁ ସଂଖ୍ୟାରେ ଦରଖାସ୍ତ ଆସେ ।

Mula and her husband Mangu Lal at their house.
PHOTO • Puja Awasthi

ମୁଲା ତାଙ୍କ ପରିବାରର ମୁଖ୍ୟ ଆୟକାରୀ । ତାଙ୍କ ସ୍ବାମୀ ମଙ୍ଗୁଲାଲ୍ଖୁବ୍ଦୁର୍ବଳ ।

ସେ କହନ୍ତି ‘‘ଏଜେନ୍ସି ଦ୍ଵାରା ଖୋଲାଯାଇଥିବା ଆମ ପାଖରେ ପ୍ରାୟ ୩,୦୦୦ ସକ୍ରିୟ ଆକାଉଣ୍ଟ ଅଛି। ଜଣେ ପ୍ରତିନିଧି ଆବଶ୍ୟକୀୟ ଦସ୍ତାବିଜ ଦେଇ ଯାଆନ୍ତି ଏବଂ ଆମେ ଔପଚାରିକତା ପୂରଣ କରୁ। ଗୋଟିଏ ବର୍ଷ ପୂର୍ବରୁ, ସେମାନଙ୍କର ଆଧାର କାର୍ଡର ନକଲ ଆବଶ୍ୟକ ନ ଥିଲା । ଏବେ ଏହା ବାଧ୍ୟତାମୂଳକ । ଏମିତି ସବୁ ଆକାଉଣ୍ଟର ଋଣ ନାହିଁ ।’’

ଏହିପରି ଏକ ଆକାଉଣ୍ଟକୁ ମୁଲାଙ୍କର ମଜୁରୀ ଚାଲିଯାଇଛି। ନରେଗା ଯୋଜନା ପାଇଁ ତାଙ୍କ ଅଫିସ୍ଦ୍ଵାରା ରଖାଯାଉଥିବା କମ୍ପ୍ୟୁଟରୀକୃତ ତଥ୍ୟରେ ପୂର୍ବରୁ ଏ ନେଇ କାହିଁକି ଜଣାପଡ଼ିଲା ନାହିଁ, ସେ ନେଇ ବିକାଶ ସିଂ କିଛି ଉତ୍ତର ରଖିଲେ ନାହିଁ । କିନ୍ତୁ ଫେବ୍ରୁଆରୀରେ ଯେତେବେଳେ ବିରୋଧ ଓ ବିକ୍ଷୋଭ ଦୃଷ୍ଟି ଆକର୍ଷଣ କଲା, ସେତେବେଳେ ସିଂ ମୁଲାଙ୍କ ସହ ଅନ୍ୟମାନଙ୍କୁ କହିଲେ, ଯେ ହଜିଯାଇଥିବା ଟଙ୍କା କେଉଁଠି ଅଛି ।

ମୁଲା, ଯିଏ ଟଙ୍କା ଉଠାଇ ନେଇଛନ୍ତି ଏବଂ ଆକାଉଣ୍ଟକୁ ବନ୍ଦ କରିଦେଇଛନ୍ତି, ଏବେ ସେ ଆଶ୍ଵସ୍ତ । ତାଙ୍କୁ ଏମିତି ପୀଡ଼ା ଦେଇଥିବା ବ୍ୟବସ୍ଥାକୁ ସେ ପ୍ରଶ୍ନ କରୁନାହାନ୍ତି । ସେ କହନ୍ତି ‘ଏହି ଅପେକ୍ଷା ମୃତ୍ୟୁଠାରୁ ବି କଷ୍ଟକର ଥିଲା । ମୁଁ ଖୁସି ତାହା ଶେଷ  ହୋଇଛି ।’

ଅନୁବାଦ: ଓଡ଼ିଶାଲାଇଭ୍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Puja Awasthi

Puja Awasthi is a freelance print and online journalist, and an aspiring photographer based in Lucknow. She loves yoga, travelling and all things handmade.

Other stories by Puja Awasthi