ବିଟ୍ଟୋ ପାଣ୍ଡେଙ୍କୁ ଶୌଚାଳୟରେ ପହଞ୍ଚିବା ପାଇଁ ୬୦ପାଦ ଚାଲିବାକୁ ହୁଏ । ସେ ସେହି ଅସମତଳ ଭୂମି ଉପରେ ଏକଲା ଯାଇ ପାରିବେ ନାହିଁ । ବେଳେବେଳେ, କେହି ଜଣେ ତାଙ୍କ ହାତ ଧରିବା ପାଇଁ ଓ ତାଙ୍କ ସହିତ ଚାଲି ଚାଲି ଯିବାପାଇଁ ସେ ଘଣ୍ଟାଘଣ୍ଟା ସମୟ ଅପେକ୍ଷା କରିଥାନ୍ତି । “ମୁଁ ପଡିଯାଏ । ମୁଁ ପଡେ ଓ ପୁଣି ଉଠେ ।  ଗୋଟିଏ ଥର, ମୋତେ ଗୋଟିଏ ଷଣ୍ଢ ମାରିଦେଲା ଓ ଏଥିଯୋଗୁଁ ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ମୋର ଶରୀରରେ ଫୁଲା ରହିଲା,” ବୋଲି ସେ କୁହନ୍ତି ।

ବିଟ୍ଟୁ, ଯିଏ ଜନ୍ମରୁ ଦେଖି ପାରୁନାହାନ୍ତି, ତାଙ୍କୁ ସାଧାରଣତଃ ତାଙ୍କ ଭାଇଙ୍କ ସ୍ତ୍ରୀ ଗୀତା ଶୌଚାଳୟକୁ ନେଇଯାଆନ୍ତି । “ବେଳେବେଳେ ସେ ମୋତେ ଡାକିଲା ବେଳେ ମୁଁ କାମରେ ବ୍ୟସ୍ତ ଥାଏ । ଏହା ଏକ ସମସ୍ୟା ଅଟେ,’’ ବୋଲି ଗୀତା କୁହନ୍ତି, ଯିଏ ନିଜେ ମଧ୍ୟ ପଡିଆକୁ ଯାଆନ୍ତି । “ଶୌଚାଳୟରେ ପାଣିର ସୁବିଧା ନାହିଁ, ଏଣୁ ଏହା ଅପରିଷ୍କାର ହୋଇଯାଏ । ଏହି ଶୌଚାଳୟକୁ କେହି ବ୍ୟବହାର କରନ୍ତି ନାହିଁ,’’ ବୋଲି ସେ କୁହନ୍ତି । ତାଙ୍କ ସ୍ୱାମୀ ସନତକ୍‌ ହେଉଛନ୍ତି ବିଟ୍ଟୋଙ୍କ ତିନ ଭାଇଙ୍କ ମଧ୍ୟରେ ସବୁଠାରୁ ସାନ । ସେ ଲକ୍ଷ୍ନୌ ଜିଲ୍ଲା ଅନ୍ତର୍ଗତ ଗୋସାଇଗଞ୍ଜରେ ଅବସ୍ଥିତ ତାଙ୍କ ଗ୍ରାମ ବଖାରୀରେ ଥିବା ତାଙ୍କର ଏକ ବିଘା (୦.୬ ଏକର୍‌) ଜମିରେ ଚାଷ କରନ୍ତି ।

ବଖାରୀରେ ଥିବା ମୋଟ ୨୦୩ଟି ଶୌଚାଳୟ ମଧ୍ୟରୁ ଅଧିକାଂଶ, ଯାହା ମଧ୍ୟରୁ ଅନେକ ଲୋକମାନେ ରହୁଥିବା ସ୍ଥାନଠାରୁ ବହୁ ହୂରତାରେ ଅବସ୍ଥିତ, ତାହା ଭଗ୍ନ ଅବସ୍ଥାରେ ଅଛି ଓ ଏହା କୌଣସି ପରିସ୍ଥିତିରେ ମଧ୍ୟ ବ୍ୟବହାର ଯୋଗ୍ୟ ନୁହେଁ। ଏପରିକି ଏକ ସାଧାରଣ ଶୌଚାଳୟର ସୁବିଧା ଉପଲବ୍ଧ ନହେବା ଅର୍ଥ ହେଉଛି ଦୀର୍ଘ ସମୟ ପର୍ଯ୍ୟନ୍ତ ନିଜ ଉପରେ ନିୟନ୍ତ୍ରଣ ରଖିବା, ଦୀର୍ଘ ପଥ ଚାଲି ଚାଲି ଯିବା ଓ ଗ୍ରାମବାସୀମାନେ ବାରମ୍ବାର ଲଜ୍ଜିତ ହେବା ।

ତାରାୱତି ସାହୁ, ଜଣେ ଗୃହିଣୀ, ବାରମ୍ବାର ତାଙ୍କ ପେଟ ଖରାପ ଥିବା ଅବସ୍ଥାରେ ପଡିଆରେ ଶୀଘ୍ର ପହଞ୍ଚିବାକୁ ଚେଷ୍ଟା କରି କିଭଳି ଭାବେ ଅନ୍ୟମାନଙ୍କ ଘର ସମ୍ମୁଖରେ ମଳତ୍ୟାଗ କରିଦେଉଥିଲ, ସେ କଥା ମନେ ପକାନ୍ତି । ‘‘ଏହା ବହୁତ ଲଜ୍ଜ୍ୟାଜନକ ଘଟଣା। ପଡୋଶୀମାନେ ଆମକୁ ଖରାପ ନଜରରେ ଦେଖନ୍ତି । ଯେତେବେଳେ ମୋର ପେଟ ଖରାପ ହୋଇଯାଏ ଓ ମୁଁ ନିଜକୁ ନିୟନ୍ତ୍ରଣ କରିପାରେ ନାହିଁ, ସେତେବେଳେ । ମୁଁ ଯେଉଁ ରାସ୍ତାରେ ମଳତ୍ୟାଗ କରିଥାଏ, ସେହି ରାସ୍ତାକୁ ଧୋଇଦିଏ, ବେଳେବେଳେ ଦିନରେ ପାଞ୍ଚଥର,” ବୋଲି ସେ କୁହନ୍ତି । ୬୫ - ବର୍ଷ ବୟସରେ ପାଞ୍ଚ ମିନିଟ୍‌ ଚାଲି ଚାଲି ପଡିଆକୁ ଯିବା ତାଙ୍କ ପାଇଁ କଷ୍ଟକର ହୋଇଥାଏ। ତାଙ୍କର ସ୍ୱାମୀ, ୭୨ ବର୍ଷ ବୟସ୍କ ମାତା ପ୍ରସାଦ ସାହୁ, ଯିଏ ବେମାର ଥିବା ଯୋଗୁଁ ତାଙ୍କର ତିନି ବିଘା ଜମିରେ ଚାଷ କାମ କରିପାରନ୍ତିନି, ସେ ମଧ୍ୟ ସମାନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ‘‘ଆମେ ଅନେକଙ୍କ ସମ୍ମୁଖରେ ଯୋଡହସ୍ତ ହୋଇ ଅନୁରୋଧ କରିଛୁ କିନ୍ତୁ କେହି ମଧ୍ୟ ଆମକଥା ଶୁଣୁନାହାନ୍ତି । ଗୋଟିଏ ଶୌଚାଳୟ ପାଇଁ କହି କହି ମୁଁ ଥକି ଗଲିଣି,” ବୋଲି ସେ କୁହନ୍ତି ।

Tarawati Sahu and Mata Prasad Sahu
PHOTO • Puja Awasthi
Bindeshvari's toilet which has no door
PHOTO • Puja Awasthi

ବାମ: ମାତା ପ୍ରସାଦ ସାହୁ ଓ ତାରାୱତି, ଯିଏ ବାରମ୍ବାର ନିଜର ପେଟ ଖରାପ ଥିବା ବେଳେ କିଭଳି ପଡିଆରେ ଶୀଘ୍ର ପହଞ୍ଚିବାକୁ ଚେଷ୍ଚା କରୁ କରୁ ଅନ୍ୟଜଣଙ୍କ ଘର ସମ୍ମୁଖରେ ମଳତ୍ୟାଗ କରିଦିଅନ୍ତି ସେ କଥା ମନେପକାଉଛନ୍ତି । ଡାହାଣ : ବିନ୍ଦେଶ୍ୱରୀଙ୍କ ପରିବାର ପାଖରେ ମଧ୍ୟ ଏକ ଭଗ୍ନ ପ୍ରାୟ ଶୌଚାଳୟ ବ୍ୟବହାର କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ

ତଥାପି, ଭାରତକୁ ଶତ ପ୍ରତିଶତ ସ୍ୱଚ୍ଛ କରିବା ପାଇଁ  କେନ୍ଦ୍ର ସରକାରଙ୍କ ପାନୀୟ ଜଳ ଓ ସାନିଟେସନ୍‌ ବିଭାଗ ଦ୍ୱାରା ଅକ୍ଟୋବର ୨୦୧୪ ରେ ଆରମ୍ଭ କରାଯାଇଥିବା ସ୍ୱଚ୍ଛ ଭାରତ ମିଶନ(ଏସ୍‌ବିଏମ୍‌) ଅଧୀନରେ ଉତ୍ତର ପ୍ରଦେଶରେ ଯେଉଁ ସବୁ ଅଞ୍ଚଳରେ ୧୦୦ ପ୍ରତିଶତ ଘରେ ଶୌଚାଳୟ ସୁବିଧା ଉପଲବ୍ଧ କରାଯାଇଥିବା ଦାବି କରାଯାଉଛି, ସେ ମଧ୍ୟରେ ବଖାରୀ- ୧୯୦ ପରିବାର ବିଶିଷ୍ଟ ଏକ ଗ୍ରାମ, ଯାହା ଲକ୍ଷ୍ନୌ ସହରଠାରୁ ୨୫ କିମି ଦୂରରେ ଅବସ୍ଥିତକୁ ସ୍ଥାନିତ କରାଯାଛି।

ବଖାରୀର ଶୌଚାଳୟ ସହିତ ସମ୍ପର୍କ, ଏସ୍‌ବିଏମ୍‌ ଆରମ୍ଭ ହେବାର ବହୁ ପୂର୍ବରୁ ଆରମ୍ଭ ହୋଇସାରିଛି । ୨୦୦୯ ମସିହାରେ, ମାୟାବତି ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ବେଳେ, ଏହି ଗ୍ରାମକୁ ଡ. ଆମ୍ବେଦ୍‌କର ଗ୍ରାମ ସଭା ବିକାଶ ଯୋଜନା (ଏଜିଏସ୍‌ଭିୱାଇ)- ଉତ୍ତର ପ୍ରଦେଶ ସରକାରଙ୍କ ଏକ ସ୍କିମ୍, ଯାହା ଅନ୍ତର୍ଗତ ସ୍ୱଚ୍ଛ ଶୌଚାଳୟ ଯୋଗାଯିବା ବ୍ୟବସ୍ଥା ରହିଥିଲାରେ ସାମିଲ କରାଯିବା ପାଇଁ ଚୟନ କରାଯାଇଥିଲା । ପୂରଣ କରାଯିବାକୁ ଥିବା ଅନ୍ୟ ୫ଟି ବାଧ୍ୟତାମୂଳକ ଲକ୍ଷ୍ୟ ହେଉଛି- ବୈଦ୍ୟୁତିକରଣ, ଲିଙ୍କ ରୋଡ୍‌, ନାଳ, ପାନୀୟ ଜଳ ଓ ଗୃହ । ବିଟ୍ଟୋ ବ୍ୟବହାର କରୁଥିବା ଶୌଚାଳୟ ହେଉଛି ବଖାରୀରେ ଏହି ସ୍କିମ ଅଧୀନରେ ନିର୍ମାଣ କରାଯାଇଥିବା ୧୭୦ଟି ଶୌଚାଳୟ ମଧ୍ୟରୁ ଗୋଟିଏ - ଯେଉଁଥିପାଇଁ ଏହି ଗ୍ରାମକୁ ୧୮ ଟି ପରିମାପ ଆଧାରରେ ଚୟନ କରାଯାଇଥିଲା – ଯାହା ମଧ୍ୟରେ ଗୋଟିଏ ପରିମାପ ହେଉଛି ସେଠାରେ ଅନୁସୂଚିତ ଜାତିର ଲୋକମାନଙ୍କ ସଂଖ୍ୟା ବେଶ୍‌ ଅଧିକ ହୋଇଥିବା ଆବଶ୍ୟକ । ବଖାରୀରେ ରହୁଥିବା ୯୧୭ ନିବାସୀଙ୍କ ମଧ୍ୟରେ, ୨୦୧୧ ସେନ୍‌ସନ୍‌ ମୁତାବକ ୩୮୧ଜଣ ହେଉଛନ୍ତି ଏସ୍‌ସି ସଂପ୍ରଦାୟର ।

କିନ୍ତୁ ବଖାରୀ ଏଜିଏସ୍‌ଭିୱାଇ ଅନ୍ତର୍ଭୁକ୍ତ ହୋଇଥିବାରୁ,୨୦୧୨ରେ ଏସ୍‌ବିଏମ୍‌ର ଆଧାରରେଖା ସର୍ବେକ୍ଷଣ ଅନ୍ତର୍ଗତ ଶୌଚାଳୟ ପାଇଁ ଯୋଗ୍ୟ ଘର ଚିହ୍ନଟ କାର୍ଯ୍ୟକ୍ରମରେ, ଏହାକୁ ବିଚାରକୁ ନିଆଗଲା ନାହିଁ । ଏହି ଗ୍ରାମକୁ ଏଜିଏସ୍‌ଭିୱାଇ ଅଧୀନରେ ଶୌଚାଳୟ ମିଳିବାକୁ ଥିବାରୁ, ଏହା ଏସ୍‌ବିଏମ୍‌ ତାଲିକାରୁ ବାଦ୍‌ ପଡିଥିଲା ।

ଅମ୍ବର ସିଂ, ବଖାରୀ ଗ୍ରାମ ସଭାର ନିର୍ବାଚିତ ପ୍ରଧାନ, କୁହନ୍ତି ଯେ ଏଜିଏସ୍‌ଭିୱାଇ ଅଧୀନରେ ନିର୍ମିତ ହୋଇଥିବା ଶୌଚାଳୟଗୁଡିକର ମରାମତି ପାଇଁ ଏସ୍‌ବିଏମ୍‌ରୁ କିଛି ପାଣ୍ଠି ପାଇବା ପାଇଁ ମୁଁ ଚେଷ୍ଟା କରିଥିଲି-ଯେଉଁଥିରେ ପାଣ୍ଡେଙ୍କ ଘରେ ବ୍ୟବହାର ହେଉଥିବା ଭଙ୍ଗା ଶୌଚାଳୟ ମଧ୍ୟ ସାମିଲ ଅଛି । “କିନ୍ତୁ ଏହା ଲକ୍‌ ହୋଇଯିବା ପରେ ଆଉ କିଛି କରିବା ସମ୍ଭବ ହୋଇପାରିଲା ନାହିଁ ’’ । ସିଂଙ୍କ ଭାଷାରେ ‘ଲକ୍‌ଡ’ର ଅର୍ଥ ହେଉଛି ଏହି ମିଶନର ପ୍ରଗତି ଉପରେ ନଜର ରଖୁଥିବା ଏସ୍‌ବିଏମ୍‌ ଡାଟାବେସ୍‌ର ରେକର୍ଡ । ଯଦି ଏହି ରେକର୍ଡରେ ଗୋଟିଏ ଗ୍ରାମରେ ଶୌଚାଳୟ ନିର୍ମାଣ ହୋଇସାରିଥିବା ବିଷୟ ଉଲ୍ଲେଖ କରାଯାଇଛି, ତେବେ ନୂଆକରି ଆଉ ଏକ ଶୌଚାଳୟ ନିର୍ମାଣ କରିବା ପାଇଁ  ପାଣ୍ଠି ପ୍ରଦାନ କରାଯାଇ ପାରିବନାହିଁ ।

ଦୁଇଟି ସ୍କିମ୍‌ର ଦାବି ମଧ୍ୟରେ ଫସି ଯାଇଥିବା, ବିନ୍ଦେଶ୍ୱରୀ’ଙ୍କ ପରିବାର ପାଖରେ ମଧ୍ୟ ସେହି ଭଗ୍ନ ପ୍ରାୟ ଶୌଚାଳୟ, ଯାହାର ଇଟା ଖସିଯାଉଛି, ତାହା ବ୍ୟବହାର କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ‘ଏପରି ଲାଗୁଛି ଯେପରି ଏହା ମୋ ଉପରେ ପଡିଯିବ’

ଭିଡିଓ ଦେଖନ୍ତୁ : ‘ପାଇଖାନା ବହୁତ ଦୂରରେ ଅଛି’

ଦୁଇଟି ସ୍କିମ୍‌ର ଦାବି ମଧ୍ୟରେ ଫସି ଯାଇଥିବା, ବିନ୍ଦେଶ୍ୱରୀ ପରିବାର ପାଖରେ ମଧ୍ୟ ସେହି ଭଗ୍ନ ପ୍ରାୟ ଶୌଚାଳୟ, ଯାହାର ଇଟା ଖସିଯାଉଛି. ତାହା ବ୍ୟବହାର କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ । ‘‘ଏପରି ଲାଗୁଛି ଯେପରି ଏହା ମୋ ଉପରେ ପଡିଯିବ’ । ମୁଁ ବୃଦ୍ଧା ହୋଇଗଲିଣି କିନ୍ତୁ ଏବେ ମଧ୍ୟ କାମ କରୁଛି । ଏହି ଶୌଚାଳୟ ନିର୍ମାଣ ହେବା ସଙ୍ଗେ ସଙ୍ଗେ ଅକାମୀ ହୋଇଗଲା,”  ବିନ୍ଦେଶ୍ୱରୀ, ୩୭, ଯିଏ ଲକ୍ଷ୍ନୌରେ ଅନ୍ୟମାନଙ୍କ ଘରେ କାମ କରନ୍ତି । ଗ୍ରାମରେ ରହୁଥିବା ତାଙ୍କର ଆଠ ଜଣ ସଦସ୍ୟ ବିଶିଷ୍ଟ ପରିବାରରେ, ଯେଉଁଥିରେ ତାଙ୍କ ଝିଅ ଓ ଦୁଇ ବୋହୁ ମଧ୍ୟ ସାମିଲ ଅଛନ୍ତି, ସମସ୍ତେ ବାହାରକୁ ଯାଆନ୍ତି । କିନ୍ତୁ ସହରରେ ରହୁଥିବା ବିନ୍ଦେଶ୍ୱରୀ ସବୁବେଳେ ପାଣି ସୁବିଧା ଥିବା ଶୌଚାଳୟ ବ୍ୟବହାର କରିବା ଅଭ୍ୟାସ ଅଛି । ସେ ସପ୍ତାହ ସାରା କାମ କରନ୍ତି ଓ ମାସକୁ ୬,୦୦୦ ଟଙ୍କା ଉପାର୍ଜନ କରନ୍ତି ।

ବଖାରୀରେ ନିର୍ମିତ ହୋଇଥିବା ଶୌଚାଳୟଗୁଡିକ ମାନ ବିଭିନ୍ନ ଜାତି ଓ ବିଭିନ୍ନ ଆର୍ଥିକ ବର୍ଗର ଲୋକମାନଙ୍କ ସହ ସମାନ । ଏକ ଅନୂସୂଚିତ ଜାତିର ଭୂମି-ହୀନ ପରିବାରର ବିନ୍ଦେଶ୍ୱରୀଙ୍କ ପାଇଁ ନିର୍ମାଣ ହୋଇଥିବା ଶୌଚାଳୟ ଓ ୬୨ ବର୍ଷ- ବୟସ୍କ ବାହ୍ମଣ କୃଷକ ରାମ ଚନ୍ଦ୍ର ପାଣ୍ଡେଙ୍କ ଘର ପାଇଁ ନିର୍ମାଣ କରାଯାଇଥିବା ଶୌଚାଳୟର ମାନ ସମାନ ।

ଯଦିଓ ଏଜିଏସ୍‌ଭିୱାଇ ସ୍କିମ ଅଧୀନରେ ଶୌଚାଳୟ ନିର୍ମାଣ କରିବା ପାଇଁ କେତେ ବ୍ୟୟ ହୋଇଥିଲା, ତାହା ଗ୍ରାମର କେହି ମଧ୍ୟ ମନେପକାଇ ପାରୁନାହାନ୍ତି, ତେବେ ପ୍ରତ୍ୟେକ ଶୌଚାଳୟ ନିର୍ମାଣ କରିବା ପାଇଁ ୩୦୦ଇଟା ଲାଗିଥିବା ସେମାନେ ମନେପକାଇ ପାରୁଛନ୍ତି । ଯେଉଁ ଲୋକମାନେ ଏହି ଖର୍ଚ୍ଚ ବହନ କରିବାକୁ ସମର୍ଥ ହୋଇପାରିଲେ, ସେମାନେ ନିଜେ ଶୌଚାଳୟ ନିର୍ମାଣ କରିଥିଲେ ।

ରାମ ଚନ୍ଦ୍ର, ଯାହାର ଗ୍ରାମରେ ୨.୮ ଏକର ଜମି ଅଛି, ତାଙ୍କ ଶୌଚାଳୟ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଭାବି, ତାର ଗଠନ ସୁଦୃଢ କରିବା ପାଇଁ ନିଜ ହାତରୁ ୪୦୦୦ ଟଙ୍କା ଖର୍ଚ୍ଚ କରିଥିଲେ। “ଦ୍ୱାର ଭାବେ କେବଳ ଏକ ଟିଣର ଚଦର ଲଗାଯାଇଥିଲା। ଦିନେ ରାତିରେ ଏହା ପବନରେ ଉଡିଗଲା,” ବୋଲି ସେ ମନେପକାନ୍ତି । ତାଙ୍କ ଘରେ ଏହି ଶୌଚାଳୟ ବ୍ୟବହାର କରୁଥିବା ଏକମାତ୍ର ସଦସ୍ୟ ହେଉଛନ୍ତି ତାଙ୍କର ସାତ-ବର୍ଷ-ବୟସ୍କ ନାତୁଣୀ। “ଯଦି ପରିବାରର ସମସ୍ତ ସଦସ୍ୟ ଏହାକୁ ବ୍ୟବହାର କରୁଥାନ୍ତେ, ତେବେ ବହୁ ବର୍ଷ ପୂର୍ବେ ଏହା ସମ୍ପୂର୍ଣ୍ଣ ଭାବେ ବ୍ୟବହାର ଅନୁପଯୋଗୀ ହୋଇସାରିଥାନ୍ତା’’।

PHOTO • Puja Awasthi
PHOTO • Puja Awasthi

ଗୀତା ଓ ବିଟ୍ଟୋ ପାଣ୍ଡେ (ବାମ) ଓ ରାମ ଚନ୍ଦ୍ର ପାଣ୍ଡେ (ଡାହାଣ) : ବଖାରୀରେ, ଶୌଚାଳୟଗୁଡିକ ବିଭିନ୍ନ ଜାତି ଓ ବିଭିନ୍ନ ଆର୍ଥିକ ବର୍ଗର ଲୋକମାନଙ୍କ ମଧ୍ୟରେ ସମାନତା ରକ୍ଷା କରିବାରେ ସମର୍ଥ ହୋଇପାରିଛି ।

ଅଧିକନ୍ତୁ, ବଖାରୀରେ ନିର୍ମିତ ହୋଇଥିବା ଏହି ଶୌଚାଳୟଗୁଡିକୁ ସିୱେରେଜ୍‌ ବ୍ୟବସ୍ଥା ସହିତ ସଂଯୁକ୍ତ କରାଯାଇନି ଓ ସେଗୁଡିକ ସ୍ୱଚ୍ଛ ଭାରତ ମିଶନର ନିୟମାବଳିଗୁଡିକ ମଧ୍ୟ ଅନୁପାଳନ କରନ୍ତି ନାହିଁ – କାରଣ ଏହା ପୂର୍ବର ସ୍ୱଚ୍ଛତା ସ୍କିମ ଅନ୍ତର୍ଭୁକ୍ତ ହୋଇଥିବାରୁ, ଏସ୍‌ବିଏମ୍‌ ଏହି ଗ୍ରାମକୁ ଉପେକ୍ଷା କରିଥିଲା । ଉଦାହରଣ ସ୍ୱରୂପ, ରାମ ଚନ୍ଦ୍ରଙ୍କ ଘରେ ଥିବା ଶୌଚାଳୟ ଗୋଟିଏ ଖାତ ବିଶିଷ୍ଟ ଅଟେ ଓ ଏହା ମିଶନ୍‌ ଦ୍ୱାରା ସୁପାରିଶ ହୋଇଥିବା ଦୁଇ-ଖାତ ବିଶିଷ୍ଟ ନୁହେଁ । ପ୍ରଥମ ଖାତ ଭର୍ତ୍ତି ହୋଇଯିବା ପରେ ଦ୍ୱିତୀୟ ଖାତ ଶୌଚାଳୟର ନିରବଚ୍ଛିନ ବ୍ୟବହାର ସୁନିଶ୍ଚିତ କରିଥାଏ । ପ୍ରଥମ ଖାତ ଭର୍ତ୍ତି ହେବାକୁ ପାଞ୍ଚରୁ ଆଠ ବର୍ଷ ବୟସ ସମୟ ଲାଗିଥାଏ ।

ବଖାରୀରେ ଏସବିଏମ୍‌ର ‘ନିରପେକ୍ଷତା ଓ ଅନ୍ତର୍ଭୁକ୍ତିକରଣ’ର ଲକ୍ଷ୍ୟ ମଧ୍ୟ ପୂରଣ ହୋଇ ପାରିନାହିଁ । ପୂର୍ବର ସ୍କିମ୍‌ ଅନ୍ତର୍ଗତ ନିର୍ମାଣ କରାଯାଇଥିବା ଶୌଚାଳୟରେ ବିଟ୍ଟୋଙ୍କ ପରି  ଶାରୀରିକ ଅକ୍ଷମତା ଯୁକ୍ତ ବ୍ୟକ୍ତିମାନଙ୍କ ପାଇଁ ହ୍ୟାଣ୍ଡବୁକ୍‌ ଅନ୍‌ ଆସେସିବଲ୍‌ ହାଉସ୍‌ହୋଲ୍ଡ ସାନିଟେସନ୍‌ ଫର୍‌ ପର୍ସନ୍‌ ୱିଥ୍‌ ଡିଜାବିଲିଟି ପୁସ୍ତକରେ ତାଲିକାଭୁକ୍ତ ହୋଇଥିବା ସୁବିଧାଗୁଡିକ ଏଥିରେ ସାମିଲ ହୋଇନାହିଁ । ପାନୀୟ ଜଳ ଓ ସାନିଟେସନ୍‌ ମନ୍ତ୍ରାଳୟ ଦ୍ୱାରା ପ୍ରକାଶିତ ଡକ୍ୟୁମେଣ୍ଟ, ସମଗ୍ର ଦେଶରେ ଏସ୍‌ବିଏମ୍‌ ପାଇଁ ରେଫରାନ୍ସ ଭାବେ କାମ କରିବା ଉଟିଚ। ଏଥିରେ ଯେଉଁସବୁ ସୁବିଧା ବିଷୟରେ କୁହାଯାଇଛି ତାହା ହେଉଛି ରାମ୍ପ, ସିଡିର ବାଡ, ଯିବାଆସିବା ରାସ୍ତା, ଅନ୍ଧମାନଙ୍କ ପାଇଁ ଚିହ୍ନ ଓ ଚଉଡା ପ୍ରବେଶ ପଥ ଆଦି।

କିନ୍ତୁ ବିଟ୍ଟୋ, ଯିଏ ପ୍ରତ୍ୟେକ ନିର୍ବାଚନରେ ନିଜର ନିର୍ବାଚନ ଫଟୋ ପରିଚୟ ପତ୍ର (ଇପିଆଇସି), ତାଙ୍କ ପାଖରେ ଉପଲବ୍ଧ ଏକମାତ୍ର ସରକାରୀ ପରିଚୟ ପତ୍ର, ସହିତ ଯାଇ ଭୋଟ୍‌ ପ୍ରଦାନ କରିଥାନ୍ତି, ଏପରି ସୁବିଧା ବିଷୟରେ ପୂର୍ବରୁ କେବେ ମଧ୍ୟ ଶୁଣି ନଥିଲେ । “ଯେତେବେଳେ ବର୍ଷା ହୁଏ, ମୋର ଶୌଚାଳୟର ଛାତରୁ ପାଣି ଗଳେ । ଖାତଗୁଡିକ ସେହି ପାଣିରେ ଭର୍ତ୍ତି ହୋଇଯାଏ” ବୋଲି ସେ କୁହନ୍ତି । ଏପରି ହେଲେ, ସେ ପଡିଆକୁ ଯାଆନ୍ତି । ଯଦିଓ ତାଙ୍କ ସହଜରେ ବ୍ୟବହାର କରିହେଉଥିବା ଓ ଜଳ ଯୋଗାଣ ସୁବିଧା ଥିବା ଏକ ଶୌଚାଳୟ କିଭଳି ଭାବେ ତାଙ୍କ ପରିବାର ପାଇପାରିବ, ତେବେ ସେ ନିଶ୍ଚିତ ଯେ ଗୋଟିଏ ରହିବା ବାଞ୍ଚନୀୟ ଅଟେ । “ଜୀବନ ଆଉଟିକେ ସରଳ ହୋଇଯିବ,” ସେ କୁହନ୍ତି ।

ଏ ସବୁ ମଧ୍ୟରେ, ବଖାରୀରେ ଓଡିଏଫ୍‌ର ଅର୍ଥ କଣ, ଏହା ପ୍ରାୟତଃ କେହି ଜାଣିନାହାନ୍ତି (ଓପେନ୍‌ ଡିଫେକେସନ୍‌ ଫ୍ରି, ଏସ୍‌ବିଏମ୍‌ର ଉଦ୍ଦେଶ୍ୟ) । ବିନ୍ଦେଶ୍ୱରୀ ଦୁଇ ମିନିଟ୍‌ ପର୍ଯ୍ୟନ୍ତ ଗଭୀର ଚିନ୍ତା କରି କୁହନ୍ତି ଯେ “ବୋଧହୁଏ ଓଡିଏଫ୍‌ର ଅର୍ଥ ହେଉଛି ନୋ ଅର୍ଡର୍‌ ଫର୍‌ ଭିଲେଜ୍‌ (ଗ୍ରାମ ପାଇଁ କୌଣସି ନିର୍ଦ୍ଦେଶ ନାହିଁ)”

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Puja Awasthi

Puja Awasthi is a freelance print and online journalist, and an aspiring photographer based in Lucknow. She loves yoga, travelling and all things handmade.

Other stories by Puja Awasthi