ଚିତ୍ରଦୁର୍ଗରେ ଅବସ୍ଥିତ ଏକ ଜନପ୍ରିୟ ଖାଇବା ସ୍ଥାନ ଶ୍ରୀ ଲକ୍ଷ୍ମୀ ଭବନ ଟିଫିନ୍‌ ରୁମ୍‌ର ଭିତର ପାଖ କାନ୍ଥରେ ଲଗାଯାଇଥିବା ଏକ ନୋଟିସ୍‌ରେ କନ୍ନଡ ଭାଷାରେ ଏହା ଲେଖାଯାଇଛି ଯେ-

ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ

ଆମ ପାଖରେ ୨୦୦୦ ଟଙ୍କା ନୋଟ୍‌ ବଦଳରେ ଦେବା ପାଇଁ  ଖୁଚୁରା ପଇସା ଉପଲବ୍ଧ ନାହିଁ । ଦୟାକରି ସଠିକ୍‌ ମୂଲ୍ୟ ପ୍ରଦାନ କରନ୍ତୁ ବା ଦେୟ ମୂଲ୍ୟ ଠାରୁ କମ୍‌ ମୂଲ୍ୟ ବିଶିଷ୍ଟ ମୁଦ୍ରା ପ୍ରଦାନ କରନ୍ତୁ ।

The notice on the wall inside the Sri Lakshmi Bhavan Tiffin Room – Chitradurga’s most famous eating place –  written in Kannada
PHOTO • P. Sainath

ଶ୍ରୀ ଲକ୍ଷ୍ମୀ ଭବନ ଟିଫିନ ରୁମ୍‌ର ଭିତର ପାଖ କାନ୍ଥରେ ଲଗିଥିବା ନୋଟିସ୍‌

ଏହି ନୋଟିସ୍‌ ନଭେମ୍ବର ୮, ୨୦୧୬ରେ ବିମୁଦ୍ରୀକରଣ ହେବାର ଅଳ୍ପ କିଛି ଦିନପରେ ଲଗାଯାଇଥିଲା । “ଏହା ଦ୍ୱାରା ଆମେ ପ୍ରକୃତରେ ପ୍ରଭାବିତ ହୋଇଛୁ ” ବୋଲି ଏହାର ମ୍ୟାନେଜର୍‌ ଏସ୍‌.ମୁରଲୀ କୁହନ୍ତି । "ପ୍ରଥମ ୩-୪ ମାସରେ ଆମ ବ୍ୟବସାୟରେ ଆମକୁ ୫୦ ପ୍ରତିଶତ କ୍ଷତି ସହିବାକୁ ପଡିଲା । ଲୋକମାନେ ଏଠାକୁ ଆସନ୍ତି ଓ କିଛି ନଖାଇ ଚାଲି ଯାଆନ୍ତି । ଏହା ଏକ ଦୁଃସମୟ ଥିଲା ।’’ ଚିତ୍ରଦୁର୍ଗ ଟାଉନ୍‌, ଯାହା ହେଉଛି କର୍ଣ୍ଣାଟକର ଏକ ଜିଲ୍ଲାର ସଦରମହକୁମାର ନାମ ମଧ୍ୟରେ ଅବସ୍ଥିତ ଏକ ଜନପ୍ରିୟ ଟିଫିନ୍‌ ରୁମ୍‌ର ଭାଗ୍ୟ ଏଭଳି ହୋଇଯାଇଥିଲା ।

“ମୁଦ୍ରା ପରିସ୍ଥିତି ଏବେ ସୁଧୁରି ଗଲାଣି, ନଗଦ କାରବାର ପୁଣି ଆରମ୍ଭ ହେବାର ପ୍ରାୟ ଏକ ବର୍ଷ ହୋଇ ଗଲାଣି- ତଥାପି ଏହି ନୋଟିସ୍‌ କାହିଁକି ଲଗାଯାଇଛି?” ବୋଲି ଆମେ ଯେତେବେଳେ ପଚାରିଲୁ, ମୁରଲି ହସିଲେ । “ହଁ, ବର୍ତ୍ତମାନ ପରିସ୍ଥିତି ସୁଧୁରି ଗଲାଣି କିନ୍ତୁ ମୁଁ ଭାବୁଛି ଆମେ ଏବେ ମଧ୍ୟ ଏହାକୁ ଲଗେଇ ରଖିବାକୁ ଚାହିଁବୁ ।’’ ଏହି ଅକୁହା ବାର୍ତ୍ତା: ଆପଣ କେବେ ମଧ୍ୟ ଜାଣିନଥିବେ … ଏହା ପୁଣି ଥରେ ଘଟିପାରେ । ପରବର୍ତ୍ତୀ ଥର ଏହା କେଉଁ ରୂପରେ ଦେଖାଦେବ ତାହା କିଏ ଜାଣିଛି?

ଆମ ପାଖରେ ଉପଯୁକ୍ତ ମୂଲ୍ୟର ମୁଦ୍ରା ଉପଲବ୍ଧ ଥିବାରୁ ମୁଁ ଗର୍ବିତ ଅନୁଭବ କଲି । ପ୍ରକୃତରେ ସେହି ଦୋସାଗୁଡିକ ଅବିଶ୍ୱସନୀୟ ଅଟେ । ପ୍ରସିଦ୍ଧ ଚିତ୍ରଦୁର୍ଗ ଦୁର୍ଗ ପରିଦର୍ଶନରେ ଯାଉଥିବା ପର୍ଯ୍ୟଟକ ଓ ଆଖପାଖ ଅଞ୍ଚଳରୁ ଆସୁଥିବା ଲୋକମାନେ ଏଥିପାଇଁ ଏଠାକୁ ଆସନ୍ତି । ମୁଁ ସେମାନଙ୍କୁ ଏହି ଟିଫିନ୍‌ ରୁମ୍‌କୁ ଯିବାପାଇଁ ସୁପାରିଶ କରିବି । ତେବେ କେବଳ ଏତିକି ମନେ ରଖନ୍ତୁ ଯେ ୨୦୦୦ ଟଙ୍କାର ନୋଟ୍‌ ଏଠାରେ ବାହାର କରିବେ ନାହିଁ ।

ଅନୁବାଦ: ଓଡ଼ିଶାଲାଇଭ୍‍

P. Sainath is Founder Editor, People's Archive of Rural India. He has been a rural reporter for decades and is the author of 'Everybody Loves a Good Drought' and 'The Last Heroes: Foot Soldiers of Indian Freedom'.

Other stories by P. Sainath
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE