ଯେଉଁଦିନମାନଙ୍କରେ ଜୟଲକ୍ଷ୍ମାମ୍ମା କାମ ପାଆନ୍ତି, ସେଦିନ ୧୨ ଘଣ୍ଟାର ପରିଶ୍ରମ ପରେ ସେ ଜେଲ୍‌ମାନଙ୍କରେ ଅପରାଧିମାନଙ୍କୁ ଦିଆଯାଉଥିବା ଭାତର ଏକଚତୁର୍ଥାଂଶଠାରୁ କମ୍‌ ପାଇବାକୁ ସକ୍ଷମ ହୋଇଥାନ୍ତି। ପ୍ରକୃତରେ କହିବାକୁ ଗଲେ, ସେ ସାରାଦିନରେ ଯେତିକି ଭାତ ଖାଇବାକୁ ପାଆନ୍ତି ତାହା ଜଘନ୍ୟ ଅପରାଧୀମାନେ ପାଉଥିବା ଗୋଟିଏ ଭୋଜନଠାରୁ ବି କମ୍‌।

ଜୟଲକ୍ଷ୍ମାମ୍ମା ଜେଲ୍‌ରେ ଜଣେ ଅପରାଧୀ ନୁହଁନ୍ତି। ସେ ଜଣେ ନାମମାତ୍ର କୃଷକ ଯାହାଙ୍କ ସ୍ୱାମୀ ଏଚଏମ୍‌ କ୍ରିଷ୍ଣା ୪୫ବର୍ଷ ବୟସରେ ଚାରିବର୍ଷ ତଳେ ଆତ୍ମହତ୍ୟା କରିଥିଲେ। ସେମାନେ ମାଣ୍ଡ୍ୟା ଜିଲ୍ଲାର ହୁଲୁଗାନାହାଲ୍ଲି ଗ୍ରାମର ବାସିନ୍ଦା। କର୍ଣ୍ଣାଟକରେ ୨୦୦୩ କୃଷକ ଆତ୍ମହତ୍ୟା ସମୟରେ ଏହି ଜିଲ୍ଲା ସବୁଠାରୁ କଦର୍ଯ୍ୟ ଭାବରେ ପ୍ରଭାବିତ ହୋଇଥିଲା। ଏହି ଅବସ୍ଥାରେ ତାଙ୍କର ବିପିଏଲ୍‌ (ଦାରିଦ୍ର୍ୟ ସୀମାରେଖା ତଳେ) କାର୍ଡ ତାଙ୍କୁ ମାସିକ ମାତ୍ର ୪କେଜି ଚାଉଳ (ଏବଂ ଗୋଟିଏ କେଜି ଗହମ) ଦେଇଥାଏ। ଏକଥା ସତ ଏହି ୪କେଜି ରାଜ୍ୟ ଦ୍ୱାରା ସବ୍‌ସିଡିରେ ମିଳେ। କିନ୍ତୁ ସେ  ଚାଲୁ ବଜାର ଦରରେ ଏହାଠାରୁ ଅଧିକ କିଣିବାକୁ ସକ୍ଷମ ହେବେ ନାହିଁ।  ସେ ସାରା ଭାରତର ଏକଲକ୍ଷରୁ ଅଧିକ ମହିଳାଙ୍କ ମଧ୍ୟରେ ସାମିଲ ଯେଉଁମାନେ ଗତ ୧୪ବର୍ଷ ମଧ୍ୟରେ କୃଷି ବିପର୍ଯ୍ୟୟ କାରଣରୁ ସୃଷ୍ଟି ହୋଇଥିବା ଆତ୍ମହତ୍ୟାରେ ନିଜନିଜର ସ୍ୱାମୀମାନଙ୍କୁ ହରାଇଛନ୍ତି।

ଏହି ଜିଲ୍ଲାର କୃଷକ ପରିବାରରୁ ଆସିଥିବା ଟି ଯଶୱନ୍ତ କୁହନ୍ତି, ‘‘ମାସକୁ ଚାରି କେଜି ଅର୍ଥ ଦିନକୁ ୧୩୫ ଗ୍ରାମ’’। ସେ ଷ୍ଟୁଡେଣ୍ଟ ଫେଡ଼େରେସନ ଅଫ୍‌ ଇଣ୍ଡିଆର ମଧ୍ୟ ଜଣେ ରାଜ୍ୟ ଉପସଭାପତି। ସେ କୁହନ୍ତି, ‘‘ଜଣେ ବିଚାରାଧୀନ ବନ୍ଦୀ କିମ୍ବା ଅଭିଯୁକ୍ତ ଅଧିକ ପାଆନ୍ତି’’। ପୁଣି ସେମାନେ ରନ୍ଧା ଭାତ ପାଆନ୍ତି। ସେ କିନ୍ତୁ ଚାଉଳ ପାଆନ୍ତି। ରାଜ୍ୟରେ ଜେଲ୍‌ର ଖାଦ୍ୟ ଜଣେ ବନ୍ଦୀ ‘‘ଅନ୍ନଭୋଜନ’’, ‘‘ବାଜରା ଭୋଜନ’’ କିମ୍ବା ‘‘ଚପାତି ଭୋଜନ’’ ଗ୍ରହଣ କରୁଛନ୍ତି ସେ ଅନୁଯାୟୀ ପରିବର୍ତ୍ତିତ ହୋଇଥାଏ। ବାଙ୍ଗାଲୋରର ଜେଲ୍‌ ଅଧିକାରୀମାନେ ଦି ହିନ୍ଦୁ କୁ କହିଥିଲେ, ‘‘ଯେଉଁମାନେ ଅନ୍ନଭୋଜନ ବାଛିଥାନ୍ତି ଏବଂ ସଶ୍ରମ କାରାଦଣ୍ଡରେ ଥାଆନ୍ତି ଭୋଜନ ପିଛା ୭୧୦ ଗ୍ରାମ ରନ୍ଧା ଭାତ ପାଆନ୍ତି। ଯେଉଁମାନେ ଅଣ ଭାତ ଭୋଜନରେ ଥାଆନ୍ତି, ସେମାନେ ୨୯୦ ଗ୍ରାମ ଭାତ ପାଆନ୍ତି। ବିଚାରାଧୀନ ବନ୍ଦୀ ଏବଂ ସାଧାରଣ କାରାଦଣ୍ଡରେ ଥିବା ବ୍ୟକ୍ତି [ଯେଉଁମାନେ ଅନ୍ନ ଭୋଜନରେ ଅଛନ୍ତି] ଭୋଜନ ପିଛା ୫୦୫ ଗ୍ରାମ ଭାତ ପାଆନ୍ତି।’’

ସଶ୍ରମ କାରାଦଣ୍ଡରେ ଦଣ୍ଡିତ ବନ୍ଦୀମାନେ ଦିନରେ ଆଠଘଣ୍ଟା ପରିଶ୍ରମ କରନ୍ତି। ଜୟଲକ୍ଷ୍ମାମ୍ମା ୧୨ଘଣ୍ଟା କିମ୍ବା ଏହାଠାରୁ ଅଧିକ କରନ୍ତି। ଶ୍ରୀ ଯଶଓ୍ୱନ୍ତ ଏହା ସୂଚିତ କରି କୁହନ୍ତି, ‘‘ସେ କିନ୍ତୁ ଦିନରେ ୩ଥର ୪୫ ଗ୍ରାମ ପାଇବାକୁ ଯୋଗ୍ୟ’’।  କିନ୍ତୁ ତାଙ୍କ ପାଖରେ ତୁଳନା କରିବାକୁ ସମୟ ନାହିଁ। ତାଙ୍କ ଝିଅ ବର୍ତ୍ତମାନ ବାଙ୍ଗାଲୋରର ଏକ ପୋଷାକ କମ୍ପାନୀରେ କେବଳ ସ୍ୱଳ୍ପ ମଜୁରୀରେ କାମ କରୁଛି। ସେ ତାଙ୍କ ଗାଁରେ ଆମକୁ କହିଥିଲେ, ‘‘ଅତି ବେଶୀରେ ସେ ଆମକୁ ବର୍ଷକୁ ୫୦୦ଟଙ୍କା ପଠାଇପାରିବ। ଘରେ ସେ ଏବଂ ତାଙ୍କ ପୁଅ ରହୁଛନ୍ତି। ବିପିଏଲ୍‌ କାର୍ଡରେ ମିଳିତ ଭାବରେ ସେମାନେ ଦିନକୁ ୨୭୦ ଗ୍ରାମ ଲେଖାଏଁ ପାଇବାକୁ ଯୋଗ୍ୟ। ଅର୍ଥାତ୍‌ ସେମାନେ ଏକାଠି ଜଣେ ବନ୍ଦୀଙ୍କ ‘‘ବାଜରା ଭୋଜନ’’ରେ ମିଳୁଥିବା ୨୯୦ ଗ୍ରାମ କିମ୍ବା ଏହାଠାରୁ ଅଧିକ ମିଳୁଥିବା ଭାତଠାରୁ ବି କମ୍‌ ଖାଇବାକୁ ପାଆନ୍ତି।

PHOTO • P. Sainath

କ୍ରିଷ୍ଣାଙ୍କ ଆତ୍ମହତ୍ୟା ପୂର୍ବରୁ ସେମାନଙ୍କର ୦.୪ ଏକର ଜମି ଥିଲା ଏବଂ ସେମାନେ ଦୁଇ ଏକର ଭାଗ ନେଇଥିଲେ। ନିଜ ଜମିରେ ସେମାନେ ପରିବା ଚାଷ କରୁଥିଲେ ଏବଂ ଭାଗଜମିରେ ସେମାନେ ଶାମୁକା ଚାଷ କରୁଥିଲେ। ପରିବା ଦର ଖୁବ୍‌ ଦୟନୀୟ। ଥରେ ଆମେ କିଲେ ଟମାଟୋ ପାଇଁ ୧ଟଙ୍କା ପାଇଥିଲୁ ଏବଂ ପାଣିର ଖର୍ଚ୍ଚ ୬ମାସରେ ୯,୦୦୦ ଟଙ୍କା (କିମ୍ବା ଘଣ୍ଟା ପ୍ରତି ୭୦ଟଙ୍କା) ଆସି ଯାଉଥିଲା। ‘‘ତାଙ୍କର ମୃତ୍ୟୁ ପରେ ଆମେ ଆମର ସମସ୍ତ ପୋଷାଜୀବଙ୍କୁ ମଧ୍ୟ ବିକ୍ରି କରିଦେଲୁ।’’ ସେମାନେ ତାଙ୍କର ଋଣ ପରିଶୋଧ କରୁଛନ୍ତି ଏବଂ ସେମାନେ ଗ୍ରହଣ କରିଥିବା ଅଧିକାଂଶ କ୍ଷତିପୂରଣ ସେହି ରାସ୍ତାରେ ଯାଇଛି। ‘‘ମୋ ପୁଅ ନନ୍ଦିପା ଅନ୍ୟମାନଙ୍କ ଛେଳି ଚରାଏ କିନ୍ତୁ ଏଥିରୁ ଦୈନିକ କୌଣସି ଆୟ ନଥାଏ।’’ ଏହା ବଦଳରେ ମାଲିକମାନେ ଯଦି ସେମାନଙ୍କ ପାଖରେ ଥାଏ ତେବେ ଏହି ପଶୁମାନଙ୍କର ଶାବକକୁ ଆମକୁ ଦିଅନ୍ତି। ‘‘ମୁଁ କାମ ନଥିବା ଋତୁମାନଙ୍କରେ କାମ କରି ଦିନକୁ ୩୫ଟଙ୍କା ଲେଖାଏଁ ରୋଜଗାର କରେ।’’

‘‘ମୁଁ ଚାହେଁ ନନ୍ଦିପା ପଢ଼ୁ। କିନ୍ତୁ ସେ ହତାଶ ହୋଇଯାଇଥିଲା। ତିନିବର୍ଷ ତଳେ ତାକୁ ୧୨ବର୍ଷ ହୋଇଥିବା ବେଳେ ସେ ବାଙ୍ଗାଲୋର ଚାଲିଗଲା ଏବଂ ଏକ ହୋଟେଲରେ କାମ କଲା। ସେଠାରେ ମାଲିକ ଦ୍ୱାରା ମାଡ଼ ଖାଇବା ପରେ ସେ ଖସି ଆସିଲା, ଏକ ଭୁଲ୍‌ ଟ୍ରେନ ଧରି ମୁମ୍ବାଇରେ ପହଞ୍ଚିଲା। କିଛିଦିନ ପରେ ସେ ଘରକୁ ଫେରିଲା।

‘‘କର୍ଣ୍ଣାଟକ ରାଜ୍ୟ ଋତୁ ସଂଘ (ପଟ୍ଟନାଇଆ ଗୋଷ୍ଠୀ)ର ମହିଳା ଶାଖା ଅଧ୍ୟକ୍ଷା ସୁନନ୍ଦା ଜୟରାମ କୁହନ୍ତି, ‘‘ସମସ୍ତ ବିଧବା ମହିଳାଙ୍କର ସମସ୍ୟା ଅଛି। କିନ୍ତୁ ଯେଉଁମାନେ କୃଷି ବିପର୍ଯ୍ୟୟ କାରଣରୁ ବିଧବା ହୋଇଛନ୍ତି ସେମାନେ ସବୁଠାରୁ କଦର୍ଯ୍ୟ ଯନ୍ତ୍ରଣା ଭୋଗୁଛନ୍ତି। ନିଜ ସ୍ୱାମୀଙ୍କୁ ହରାଇବା ପରେ ବି ତାଙ୍କ ବାପା-ମା ଏବଂ ନିଜ ପିଲାମାନଙ୍କର ଏବଂ ଚାଷଜମିର କଥା ବୁଝିବାକୁ ପଡୁଛି। ନିଜ ପାଇଁ କୌଣସି ଆର୍ଥିକ ନିରାପତ୍ତା ନାହିଁ। ସେ କେବଳ ସ୍ୱାମୀଙ୍କ କରଜ ସହ ଲଢ଼ୁଛନ୍ତି। ତାଙ୍କ ସ୍ୱାମୀ ନିଜ ଜୀବନ ନେଇଗଲେ। ତାଙ୍କୁ ଏହାର ମୂଲ୍ୟ ସାରାଜୀବନ ଦେବାକୁ ହେବ।

ବିଦରହୋସାଲି ଗ୍ରାମରେ ଚିକ୍ତାୟାମ୍ମାଙ୍କ ଅବସ୍ଥା ଏହାର ଉଦାହରଣ। ତାଙ୍କ ସ୍ୱାମୀ ହନୁମେଗୌଡ଼ା ୩୮ବର୍ଷ ବୟସରେ ୨୦୦୩ ମସିହାରେ ନିଜର ଜୀବନ ନେଲେ। ସେ ନିଜ ପ୍ରତି କୌଣସି ଦୟା ନ ରଖି କୁହନ୍ତି, ‘‘ଆମପାଖରେ କେବଳ ଋଣ ଅଛି। ଆମେ ଯାହା ରୋଜଗାର କରୁଛୁ, ସେଥିରେ ସାହୁକାରଙ୍କୁ ଋଣର ସୁଧ ମଧ୍ୟ ଦେଇପାରୁନୁ।’’ ସେ ନିଜର ତିନି ପିଲାଙ୍କୁ ପାଠ ପଢ଼ାଇବା ପାଇଁ ସଂଘର୍ଷ କରୁଛନ୍ତି। ସେମାନେ ସମସ୍ତେ ଆଗକୁ ପଢ଼ିବାକୁ ଚହାନ୍ତି କିନ୍ତୁ ବୋଧହୁଏ ପାଠପଢ଼ା ଛାଡ଼ିବାକୁ ବାଧ୍ୟ ହେବେ। ‘‘ଝିଅମାନେ ମଧ୍ୟ ପଢ଼ିବା ଉଚିତ୍‌ କିନ୍ତୁ ପରେ ସେମାନଙ୍କ ବିବାହ ପାଇଁ ମଧ୍ୟ ଆମକୁ ଅନେକ ଅର୍ଥ ରଖିବାକୁ ହେବ।’’

ଗୋଟିଏ ଝିଅ ଶ୍ରୁତି, ଏସ୍‌ଏସ୍‌ଏଲ୍‌ସି ପରୀକ୍ଷା ଦେଇସାରିଛି। ଏବଂ ଅନ୍ୟ ଝିଅ ଭାରତୀ, ପ୍ରି-ୟୁନିଭର୍ସିଟି ପାଠ୍ୟକ୍ରମରେ ଦ୍ୱିତୀୟ ବର୍ଷରେ ଅଛି। ତାଙ୍କ ପୁଅ ହନୁମେଶ ଅଷ୍ଟମ ଶ୍ରେଣୀରେ ପଢ଼ୁଛି। ତାଙ୍କ ସ୍ୱାମୀଙ୍କ ମାଆ ଏବଂ ଆଉ କେତେଜଣ ସମ୍ପର୍କୀୟ ଏହି ଘରେ ରହୁଛନ୍ତି। ଚିକ୍ତାୟାମ୍ମା ଅତି କମ୍‌ରେ ୫ଜଣଙ୍କ ପାଇଁ ଏକମାତ୍ର ରୋଜଗାରିଆ।’’ ଆମର ମାତ୍ର ୧.୫ ଏକର ଜମି [ଏହାର କିଛି ଅଂଶରେ ସେ ଆମ୍ବ ଲଗାଇଛନ୍ତି]। ତେଣୁ ଯେତେବେଳେ ପାରେ ଦିନକୁ ୩୦ଟଙ୍କାରେ ମୁଁ ଜଣେ ଶ୍ରମିକ ଭାବରେ ମଧ୍ୟ କାମ କରେ। ମୋର ଗୋଟିଏ ବିପିଏଲ୍‌ କାର୍ଡ ଥିଲା। କିନ୍ତୁ ସେମାନେ [କର୍ତ୍ତୃପକ୍ଷ] ଏହା ମୋଠାରୁ ନେଇଗଲେ କହିଲେ, ଆମେ ତୁମକୁ ଏକ ନୂଆ କାର୍ଡ ଦେବୁ।’’ ଯଶଓ୍ୱନ୍ତ କୁହନ୍ତି, ‘‘ଏହା କେବେ ବି ଫେରିଲାନି ବରଂ ସେମାନେ ତାଙ୍କୁ ଏକ ଏପିଏଲ୍‌ [ଦାରିଦ୍ର୍ୟ ସୀମାରେଖା ଉପରେ] କାର୍ଡ ଦେଲେ।’’

PHOTO • P. Sainath

ବିଶାଳ ଋଣ

ହୁଲିଗେରେପୁରାରେ ଚେନ୍ନାମ୍ମା ଏବଂ ତାଙ୍କ ପରିବାର ତାଙ୍କ ସ୍ୱାମୀ କାଦେଗୋଡ଼ା ଛାଡ଼ି ଯାଇଥିବା ୨ଲକ୍ଷରୁ ଅଧିକ ଋଣ ସହ ଯୁଝୁଛନ୍ତି। ୬୦ବର୍ଷ ବୟସ୍କ କାଦେଗୋଡ଼ା ୪ବର୍ଷ ତଳେ ନିଜ ଜୀବନ ନେଇଗଲେ। ତାଙ୍କ ପୁଅ ସିଦ୍ଧିରାଜ କୁହନ୍ତି, ‘‘ଆଖୁ ଚାଷ କମିଗଲା ଏବଂ ଏହା ତାଙ୍କ ଜୀବନ ନେଲା। ଚେନ୍ନାମ୍ମା କୁହନ୍ତି, ‘‘ଆମର ମାତ୍ର ତିନି ଏକର ଜମି ଅଛି। ଏଥିରୁ ଜୀବିକା ନିର୍ବାହ କରିବା ଖୁବ୍‌ କଷ୍ଟ।’’ ତଥାପି ସେ ଏବଂ ତାଙ୍କ ପୁଅମାନେ ଏପର୍ଯ୍ୟନ୍ତ ଚେଷ୍ଟା କରୁଛନ୍ତି ଏବର୍ଷ ପରିବାର ଧାନଚାଷ କରିବାକୁ ଯୋଜନା କରିଛନ୍ତି।

ଥୋରେସେଟ୍ଟାହାଲ୍ଲିରେ ଶ୍ରୀଯୁକ୍ତ ଯଶଓ୍ୱନ୍ତଙ୍କ ବାପା, କେହି ଦଶକର କୃଷକ ଥମ୍ମନ୍ନା କୁହନ୍ତି, କୃଷି ବିପର୍ଯ୍ୟୟ ଗଭୀରକୁ ଯାଉଛି। ‘‘ଅଧିକାଂଶ ଆଖୁଚାଷୀ ଉତ୍ପାଦନ ଖର୍ଚ୍ଚ ମଧ୍ୟ ଉଠାଇପାରିନାହାନ୍ତି। ଚାଷ ଖର୍ଚ୍ଚ ବଢ଼ୁଛି, ଆୟ କମୁଛି। ଗତମାସରେ ଏହି ଗାଁ’ରେ ୪୦ଟି ବୋରୱେଲ ଖୋଳା ଯାଇଥିଲା କିନ୍ତୁ ମାତ୍ର ଗୋଟିଏ ସଫଳ ହେଲା। ଲୋକମାନେ ଏବେ ହତାଶ ହୋଇଗଲେଣି। ଆମେ ଦେଖୁଛୁ ଚାଷ ଋତୁରେ ମଧ୍ୟ ଚାଷ ଜମି ଅବ୍ୟବହୃତ ହୋଇପଡିରହୁଛି।’’

କିନ୍ତୁ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ଖବର କ’ଣ? ଜୟଲକ୍ଷ୍ମାମ୍ମା ପ୍ରାରମ୍ଭିକ ରାଶି ଦେଇଥିଲେ ‘‘କିନ୍ତୁ ଏହି ଗୋଷ୍ଠୀ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ ଏବଂ ମୁଁ ସପ୍ତାହରେ ୨୫ଟଙ୍କା କିମ୍ବା ବାର୍ଷିକ ୨୪ ପ୍ରତିଶତ ସୁଧ ଦେଇପାରିବି ନାହିଁ।’’ ଚିକ୍ତାୟାମ୍ମା ଏଭଳି ଦେୟ ନିୟମିତ ଭାବରେ ଦେବା ବିଷୟରେ ଚିନ୍ତା ମଧ୍ୟ କରିପାରିବେ ନାହିଁ। କେଆର୍‌ଆର୍‌ଏସ୍‌ ନେତା କେଏସ୍‌ ପଟ୍ଟନାୟା କୁହନ୍ତି, ‘‘ଏସ୍‌ଏଚ୍‌ଜି ଅବଧାରଣା ଭଲ।’’ “କିନ୍ତୁ କେତେକ କ୍ଷେତ୍ରରେ ସେମାନେ ସାହୁକାର ପାଲଟି ଯାଆନ୍ତି। ଏ ମଧ୍ୟରେ ପ୍ରାରମ୍ଭିକ କ୍ଷତିପୂରଣ ପରେ ରାଜ୍ୟର ମଧ୍ୟ କୃଷକ ଆତ୍ମହତ୍ୟାର ବିଧବା ଏବଂ ଅନାଥ ମାନଙ୍କ ପାଇଁ କୌଣସି ଯୋଜନା ନାହିଁ। କେତେବେଳେ ସେମାନେ ଏ ବିଷୟରେ ଚିନ୍ତା କରିବେ?’’

ସୁଶ୍ରୀ ଜୟରାମ କୁହନ୍ତି, ‘‘ମନେରଖନ୍ତୁ, ଏମାନେ ଏବଂ ଅନ୍ୟ ଚାଷୀ ମହିଳାମାନେ ସବୁବେଳେ ପରିବାର ପୋଷଣକାରୀ ଏବଂ ସବୁବେଳେ ସେମିତି ହୋଇଆସୁଛି।’’ “ତଥାପି ସେମାନଙ୍କର ଜମିର ଅଧିକାର ନାହିଁ ଏବଂ ଜମିର ନିରାପତ୍ତା ନାହିଁ। ଏପରିକି କୃଷି ଶ୍ରମରେ ସେମାନେ ପୁରୁଷଙ୍କ ତୁଳନାରେ କମ୍‌ ପାଆନ୍ତି। ଯେଉଁମାନେ ଆତ୍ମହତ୍ୟା କାରଣରୁ ବିଧବା ହୋଇଛନ୍ତି ସେମାନେ ସବୁବେଳେ ଚାପରେ ରହୁଛନ୍ତି। ତାଙ୍କ ମୁଣ୍ଡରେ ସେହି ଋଣ ଝୁଲୁଛି ଯାହା ସେମାନେ କରିନାହାନ୍ତି। ସେମାନଙ୍କର ଝିଅମାନେ ଅଛନ୍ତି ଯେଉଁମାନଙ୍କ ବିବାହ ବିଳମ୍ବିତ ହେଉଛି। ଏହି ଚାପ ଅସରନ୍ତି।’’  ଏହା ହେଉଛି, କିନ୍ତୁ ଏହି ତିନିଜଣ ଯାକ ମହିଳା ଏବଂ ମାଣ୍ଡ୍ୟାରେ ତାଙ୍କ ପରି ଆଉ ଅନ୍ୟମାନେ ଏହା ବିପକ୍ଷରେ ଅନନ୍ୟ ନମନୀୟତା ସହ ଛିଡ଼ା ହୋଇଛନ୍ତି ଏବଂ ଏପର୍ଯ୍ୟନ୍ତ ସେମାନଙ୍କର ଚାଷଜମି ଚଳାଇବାକୁ ଏବଂ ତାଙ୍କ ପରିବାରକୁ ସମ୍ମାନ ଏବଂ ଗୌରବର ସହ ଆହାର ଦେବାକୁ ଚେଷ୍ଟା କରୁଛନ୍ତି।

ଏହି ପ୍ରବନ୍ଧର ଏକ ରୂପ ମୌଳିକ ଭାବରେ ୨୯/୫/୨୦୦୭ରେ ଦି ହିନ୍ଦୁରେ ପ୍ରକାଶିତ ହୋଇଥିଲା

( http://www.hindu.com/2007/05/29/stories/2007052902231100.htm )

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

P. Sainath is Founder Editor of the People's Archive of Rural India. He has been a rural reporter for decades and is the author of 'Everybody Loves a Good Drought'.

Other stories by P. Sainath