ସରକାରୀ କର୍ମଚାରୀମାନଙ୍କ ବ୍ୟତିତ ଏଠାରେ ପ୍ରଦାନ କରାଯାଇଥିବା ଅନ୍ୟ ବ୍ୟକ୍ତିମାନଙ୍କ ନାମ ସେମାନଙ୍କ ପରିଚୟ ଗୋପନ ରଖିବା ଉଦ୍ଦେଶ୍ୟରେ ପରିବର୍ତ୍ତନ କରାଯାଇଛିସମାନ କାରଣରୁ ସେମାନଙ୍କ ଗ୍ରାମର ନାମ ମଧ୍ୟ ଦିଆଯାଇନାହିଁଦୁଇଟି ଅଂଶ ଥିବା ଗୋଟିଏ ବିଷୟବସ୍ତୁର ଏହା ପ୍ରଥମଭାଗ

ସଂଧ୍ୟା ପ୍ରାୟ ପାଞ୍ଚଟା। ସୂର୍ଯ୍ୟ ସମ୍ପୂର୍ଣ୍ଣ ଯାଇନଥା‘ନ୍ତି। ୧୬ ବର୍ଷୀୟ ବିବେକ ସିଂହ ବିଷ୍ଟ ଓ ତାଙ୍କ ସହ ଥିବା ଅନ୍ୟମାନେ ସାତପେରସ୍ଥିତ ସେମାନଙ୍କ ତମ୍ବୁକୁ ଫେରିଆସିଲେ। କିଛି ଅଧିକ କୀଡ଼ାଜଡ଼ି ପାଇବା ପାଇଁ ଆମେ ଆଉ ୧୦ ଦିନ ଏଠାରେ ରହିବୁ। ସେଦିନ ସଂଗ୍ରହ କରିଥିବା ୨୬ଟି ଛତୁ ଦେଖାଇ ସେ କୁହନ୍ତି, ଏ ଋତୁ ଆମ ପାଇଁ ଭଲ ହେଲାନି।

ଆମେ ସମୁଦ୍ରପତ୍ତନରୁ ୪,୫୦୦ ମିଟର ଉଚ୍ଚତାରେ ଥିବା ସାତପେର୍ ଘାସ ପଡ଼ିଆକୁ ଯାଇଥିଲୁ। ଚତୁର୍ଦ୍ଦିଗରେ ବରଫାବୃତ୍ତ ପାହାଡ଼। ଏଠାରେ ପ୍ରାୟ ୩୫ଟି ନୀଳ ଟାର୍ପୋଲିନ୍ ତମ୍ବୁ ହେମାଳ ପବନରେ ଫଡ଼ଫଡ଼ ଶବ୍ଦ କରୁଛି। ବିଭିନ୍ନ ଗ୍ରାମରୁ ବିବେକଙ୍କ ପରି ଛତୁ ତୋଳାଳୀମାନେ ଏଠାରେ ଆଶ୍ରୟ ନେଇଛ‘ନ୍ତି। ସେମାନେ ମେ’ ମାସର ମଧ୍ୟଭାଗରୁ ଏଠାରେ ଜମା ହୋଇଛନ୍ତି। ଭାରତ-ନେପାଳ ସୀମାର ପଶ୍ଚିମରେ କେଇ କିଲୋମିଟର ଦୂରରେ ପିଥୋରଗଡ଼ ଜିଲ୍ଲାର ଧାର୍ଚୁଲା ବ୍ଲକରେ ସାତପେର ଅବସ୍ଥିତ।

ଭଲ ଦିନମାନଙ୍କରେ ଛତୁ ତୋଳାଳୀମାନେ ୪୦ଟି ପର୍ଯ୍ୟନ୍ତ  କୀଡ଼ା ଜଡ଼ି ତୋଳିପାରନ୍ତି,  ଖରାପ ଦିନରେ ୧୦ଟି ପର୍ଯ୍ୟନ୍ତ। ଜୁନ୍ ମାସର ମଧ୍ୟଭାଗରେ ଉତ୍ତରାଖଣ୍ଡରେ ମୌସୁମୀ ପ୍ରବାହ ଆରମ୍ଭ ହୋଇଗଲା ପରେ ଲୋଭନୀୟ କୀଡ଼ାଜଡ଼ି ଅମଳ ଋତୁ ଶେଷ ହୋଇଯାଏ। ଗତବର୍ଷ ଜୁନ୍ ମାସରେ ବିବେକଙ୍କ ବାପା-ମା’, ଜେଜେବାପା-ଜେଜେମା’ ଓ ଆଠବର୍ଷୀୟା ଭଉଣୀ ଗାଁକୁ ୯୦୦ଟି କୀଡ଼ାଜଡ଼ି ଧରି ଗାଁକୁ ଫେରିଥିଲେ। ପ୍ରତି କୀଡ଼ାଜଡ଼ିର ଓଜନ ଅଧ ଗ୍ରାମରୁ ମଧ୍ୟ କମ୍। ବିବେକଙ୍କ ପରିବାର ଗୋଟିକ ପିଛା ୧୫୦-୨୦୦ ଟଙ୍କା ଦରରେ ବିକ୍ରି କରିବେ। 

Children form the highest participants among the harvesters of caterpillar fungus. With better eyesight and nimble fingers, they say they can pick as many as 40 fungi in a day. They join the hunt party as soon as they turn six and are able to trek for longer distances and deal with the bitter winter
PHOTO • Arpita Chakrabarty

ପ୍ରତିବର୍ଷ ମେମଧ୍ୟଭାଗରୁ ଧାର୍ଚୁଲା ବ୍ଲକର ସମୁଦ୍ରପତ୍ତନରୁ ଢେର୍ ଉଚ୍ଚତାରେ ଥିବା ସତପେର ଉପତ୍ୟାକାରେ ଅନେକ ତମ୍ବୁ ପୋତା ହୋଇଯାଏଏଠାରେ କେଇ ସପ୍ତାହ ପର୍ଯ୍ୟନ୍ତ ରହି ଗ୍ରାମବାସୀମାନେ ଏହି ବିଶାଳ ପାର୍ବତ୍ଯ ଉପତ୍ୟାକାରୁ ମୂଲ୍ୟବାନ କୀଡ଼ାଜଡି ସଂଗ୍ରହ କରନ୍ତି। 

କୀଡ଼ାଜଡ଼ି ବା ସଁବାଳୁଆ ଛତୁ ଅମଳ ଗତ ଏକ ଦଶକରୁ ଅଧିକ ସମୟ ଧରି ନେପାଳ ଓ ଭାରତର ତିବ୍ବତୀୟ ମାଳଭୂମିରେ ଉଚ୍ଚ ସ୍ଥାନରେ ଥିବା ଗ୍ରାମଗୁଡ଼ିକର ଗରିବ ପରିବାରଗୁଡ଼ିକ ପାଇଁ ସୌଭାଗ୍ୟଦାୟକ ହୋଇଛି।  ବିଶେଷ କରି ପିଥୋରଗଡ଼ ଓ ଚାମୋଲିର ଉଚ୍ଚ ସ୍ଥାନରେ ଥିବା ଗ୍ରାମବାସୀଙ୍କ ପାଇଁ ଲାଭଜନକ ହୋଇଛି  (ବିଷୟବସ୍ତୁର ଦ୍ୱିତୀୟ ଭାଗରେ ଏ ସମ୍ପର୍କରେ ଆଉ କିଛି )। ଏହି ଛତୁ ଖୋଜିବା କାମ ବଢ଼ିବା ପୂର୍ବରୁ ଗ୍ରାମବାସୀ ମୁଖ୍ୟତଃ ନାମମାତ୍ର କୃଷି ଓ ଦିନ ମଜୁରି ଉପରେ ନିର୍ଭର କରୁଥିଲେ। ବର୍ତ୍ତମାନ ଏହି ଛତୁ ମାନ ଓ ଆକାର ଆଧାରରେ କେଜି ପିଛା ୫୦,୦୦୦ରୁ ୧୨ ଲକ୍ଷ ଟଙ୍କା ପଯ୍ୟନ୍ତ ଦାମ୍ ରେ ବିକ୍ରି ହେଉଛି। ସବୁଠାରୁ କମ୍ ଦରରେ ବିକ୍ରି କଲେ ବି ଏହା ଗ୍ରାମୀଣ ପରିବାରଗୁଡ଼ିକର କେଇ ମାସର ରୋଜଗାରଠାରୁ ବି ଅଧିକ।

ଭାରତୀୟ ଓ ନେପାଳୀ ଏଜେଣ୍ଟମାନେ ଅଧିକ ପରିମାଣରେ ଏହି ଉତ୍ପାଦ ଚୀନର କ୍ରେତା ଓ ଗ୍ରାହକମାନଙ୍କୁ ବିକ୍ରୟ କରନ୍ତି। ଉତ୍ତରାଖଣ୍ଡର ରାଜ୍ୟର ପୋଲିସ କିମ୍ବା ଜଙ୍ଗଲ ଓ ରାଜସ୍ୱ ବିଭାଗ ଅଧିକାରୀମାନଙ୍କ ଦ୍ୱାରା ଧରାପଡ଼ିବା ଭୟରେ ସେମାନେ ସୁଉଚ୍ଚ ପାର୍ବତ୍ୟ ରାସ୍ତା ଦେଇ ନେପାଳ ଓ ଚୀନକୁ କୀଡ଼ା ଜଡ଼ି ଚାଲାଣ କରନ୍ତି।

ଏହି ଛତୁର କଥିତ ନାମ କୋର୍ଡିସେପ୍ସ ମସରୁମ୍ ହୋଇଥିବା ବେଳେ ବୈଜ୍ଞାନିକ ନାମ ଓଫିଓକୋର୍ଡିସେପ୍ସ ସିନେନ୍ସିସ୍। ଏହାକୁ ସଁବାଳୁଆ ଛତୁ ମଧ୍ୟ କୁହାଯାଏ  କାରଣ ଏହା ପ୍ରଜାପତି ପରିତ୍ୟାଗ କରିଦେଇଥିବା ସଁବାଳୁଆ ଲାର୍ଭାରେ ବୃଦ୍ଧି ପାଏ। ଏହା ରକ୍ତ ସଁବାଳୁଆକୁ ମାରି, ଏହା ଉପରେ ଏକ ହଳଦିଆ-ମାଟିଆ ଆବରଣ ସୃଷ୍ଟି କରେ। ଏହାପରେ ଯେତେବେଳେ ଶୀତ ଆସେ ଓ ମାଟି ବରଫ ପାଲଟିବା ଆରମ୍ଭ କରେ ସେତେବେଳେ ଗୋଟିଏ ଛୋଟ କଡ ସୃଷ୍ଟି ହୋଇ ସଁବାଳୁଆ ମୁଣ୍ଡ ଉପର ଦେଇ ପ୍ରସ୍ଫୁଟିତ ହୁଏ। ବସନ୍ତ ଋତୁରେ ଯେତେବେଳେ ବରଫ ତରଳିବା ଆମ୍ଭ ହୁଏ, ସେତେବେଳେ ମାଟି ଉପରେ ମାଟିଆ  ରଙ୍ଗର ଛତୁ ଫୁଟେ।

ଏହା ହିଁ କୀଡା ଜଡି ସାଧାରଣ ଭାବେ ଉତ୍ତରାଖଣ୍ଡରେ ପୋକ ଘାସ, ତିବ୍ଦତ ଓ ନେପାଳରେ ୟାରସାଗୁମ୍ବା ଓ ଚୀନରେ ଡୋଙ୍ଗ ଚୋଙ୍ଗ ଜିଆ କାଓ ଭାବରେ ଜଣାଶୁଣା। ଚୀନା ସହ ତିବ୍ଦତୀୟ ଓ ନେପାଳୀ ନାମରେ ଏହାର ମୋଟାମୋଟି ଅର୍ଥ ‘ଶୀତର ପୋକ ଗ୍ରୀଷ୍ମର ଘାସ’।
A picker looks for the caterpillar fungus
PHOTO • Arpita Chakrabarty
Caterpillar fungus – the collection of keeda jadi of Gopal Singh. He says he spends his all-year round household expenses on earnings of keeda jadi
PHOTO • Arpita Chakrabarty

ଛତୁ ତୋଳାଳିମାନଙ୍କୁ ଗୁରୁଣ୍ଡି ଗୁରୁଣ୍ଡି କୀଡା ଜଡି ଖୋଜିବାକୁ ହୁଏ (ବାମ) ଭଲ ଦିନରେ ଜଣେ ପ୍ରାୟ ୪୦ ଖଣ୍ଡ କୀଡା ଜଡି ପାଇପାରେ, ଖରାଦିନରେ ଅତିବେଶୀରେ ୧୦ଟି। 

ଏହି ଛତୁରେ କାମଉତ୍ତେଜକ କାରକ ଥିବା କାରଣରୁ ଏହାର ଦାମ୍ ଖୁବ୍ ଅଧିକ, ତେଣୁ ଏହାକୁ ହିମାଲୟାନ୍ ଭାଏଗ୍ରା ମଧ୍ୟ କୁହାଯାଏ। ପାରମ୍ପରିକ ଚୀନା ଔଷଧରେ ଏହା ଏକ ମୂଲ୍ୟବାନ ଉପାଦାନ। ୧୯୯୩ ମସିହାରେ ତିନିଜଣ ଚୀନା ଖେଳାଳୀ ବେଜିଂ ନ୍ୟାସନାଲ୍ ଗେମ୍ ରେ 5ଟି ଓ୍ୱାଲର୍ଡରେକର୍ଡ ଭଙ୍ଗ କରିଥିଲେ। ସେମାନେ ନିୟମିତ ଭାବରେ ଏହି ଛତୁରେ ପ୍ରସ୍ତୁତ ଟନିକ୍ ପିଇବା ଏହି ସଫଳତାର କାରଣ ଥିଲା ବୋଲି ଜଣାପଡିବା ପରେ ୟାରସାଗୁମ୍ବାର ଚାହିଦା ହଠାତ୍ ବଢ଼ିଯାଇଥିଲା।

ପ୍ରାୟ ଏକ ଦଶକ ପରେ ଛତୁ ତୋଳା ଭାରତକୁ ଆସିଲା। ୨୦୦୦ ଶତାବ୍ଦୀର ଆଦ୍ୟ ଭାଗରେ ତିବ୍ଦତୀୟ ଖୋମ୍ପାମାନେ ଭାରତୀୟ ସୀମା ମଧ୍ୟରେ ଥିବା ଗୋଚରଭୂମି ଗୁଡ଼ିକରେ ଏହି ଛତୁ ଖୋଜୁଥିବା ଦେଖିଥିଲେ ବୋଲି କହିଛନ୍ତି କ୍ରୀଷ୍ଣା ସିଂହ। ସେମାନେ କହିଲେ ,ଏବେ ତିବ୍ଦତ ସୀମା ଭତରେ ଏହି ଛତୁ ଖୁବ୍ କମ୍ ଦେଖାଯାଉଛି। ତେଣୁ ଖୋଜାଯାଇନଥିବା ଭାରତୀୟ କ୍ଷେତ୍ରରେ ସେମାନେ ଏହାକୁ ଖୋଜୁଛନ୍ତି। ଏଥିରେ ସେମାନଙ୍କୁ ସାହାଯ୍ୟ କରିବାକୁ ତିବ୍ଦତୀୟ ଚାଷୀମାନେ ଆମକୁ ଅନୁରୋଧ ମଧ୍ୟ କରିଥିଲେ ବୋଲି କୁହନ୍ତି ଶ୍ରୀ ସିଂହ। ସେତେବେଳେ କୀଡାଜଡିର ବଜାର ମୂଲ୍ୟ ସାଧାରଣ ଥିଲା  କି‘ନ୍ତୁ ୨୦୦୭ ମସିହା ବେଳକୁ ଏହି ବ୍ୟବସାୟ କ୍ରମେ ଲାଭଜନକ ହୋଇଗଲା। ଏହା ଅଧିକ ଲୋକଙ୍କୁ ଏହି ଛତୁ ଅମଳ କରିବା ପାଇଁ ଆକର୍ଷିତ କଲା।

ଉତ୍ତରାଖଣ୍ଡର ମୁଖ୍ୟ ବନ୍ଯ ସଂରକ୍ଷକ ରଞ୍ଜନ ମିଶ୍ର କୁହନ୍ତି, “ଏବେ ଯାହା ବି ହେଉଛି - ତୋଳିକା, କିଣିବା, ବିକ୍ରିକରିବା - ସବୁକିଛି ଅବୈଧ। ତେଣୁ କୀଡାଜଡିର ପ୍ରକୃତ ଦାମ୍ କ’ଣ ତାହା ଜାଣିନୁ, ଏପରିକି ଭାରତୀୟ ବଜାରରେ ମଧ୍ୟ ଏହାର କ’ଣ ଦାମ ତାହା ଜାଣିନୁ”।

୨୦୦୨ ମସିହାରେ ଏହି ଅବୈଧ ବ୍ୟବସାୟ ଆଦ୍ୟ ଅବସ୍ଥାରେ ଥିଲା। ସେତେବେଳୁ ଉତ୍ତରାଖଣ୍ଡ ସରକାର ବନପଞ୍ଚାୟତ ବା ଗ୍ରାମ୍ୟ ଗୋଷ୍ଠୀ ଦ୍ୱାରା ପରିଚାଳିତ ଜଙ୍ଗଲ ପରିଷଦକୁ ପଞ୍ଚାୟତ ସୀମା ମଧ୍ୟରେ ଛତୁ ତୋଳିବା ପାଇଁ ସ୍ଥାନୀୟ ଲୋକଙ୍କୁ ଲାଇସେନ୍ସ ପ୍ରଦାନ କରିବାକୁ ଅନୁମତି ଦେଇଥିଲେ। ଏହି ଲାଇସେନ୍ସ ପ୍ରାପ୍ତ ଛତୁ ତୋଳାଳିମାନେ ବନପଞ୍ଚାୟତ ବ୍ୟତୀତ ଅନ୍ୟ କାହାକୁ ଏହି ଛତୁ ବିକ୍ରୟ କରିବା ଅବୈଧ ଥିଲା। ୨୦୦୫ରେ ରାଜ୍ୟ ସରକାର ଏହାକୁ ନେଇ ଔପଚାରିକ ନୀତି ମଧ୍ୟ ପ୍ରଚଳନ କଲେ।  ମାତ୍ର ଖୁବ୍ କମ୍ ବନ ପଞ୍ଚାୟତ ସୀମା ମଧ୍ୟରେ ଏସବୁ ବରଫାବୃତ୍ତ ଘାସପଡିଆ  ଥିଲା। ଏହାଛଡା ଗ୍ରାମବାସୀ କିମ୍ବା ପଞ୍ଚାୟତ ସଦସ୍ୟ, କେହି ମଧ୍ୟ ଏହି ନିୟମକୁ ଅନୁସରଣ କଲେ ନାହିଁ।

ପିଥୋରଗଡର ପୂର୍ବତନ ପୋଲିସ୍ ସୁପରିଣ୍ଟେଣ୍ଡେଣ୍ଟ ଅଜୟ ଯୋଶୀଙ୍କ କହିବା ଅନୁଯାୟୀ- ଏ ମାମଲାରେ କାହାକୁ ଗିରଫ କରାଯିବ ପ୍ରାୟ ବିରଳ। ସେମାନଙ୍କୁ ଠାବ କରିବା ସହଜ ନୁହେଁ କାରଣ କୀଡ଼ାଜଡି ଚାଲାଣ ପାଇଁ ସେମାନେ ଖୁବ୍ ଅଗମ୍ୟ ରାସ୍ତା ବ୍ୟବହାର କରନ୍ତି। ଗତ ଏକବର୍ଷ ମଧ୍ୟରେ କୀଡାଜଡି  ପାଇଁ ଆମେ କାହାକୁ ବି ଗିରଫ କରିନୁ।

A footbridge hangs connecting the two nations of Nepal and India.
PHOTO • Arpita Chakrabarty
The camps of keeda jadi pickers in alpine meadows of Satper in Pithoragarh
PHOTO • Arpita Chakrabarty

ବରଫାବୃତ୍ତ ଏସବୁ ଘାସପଡ଼ିଆ ଭାରତ-ନେପାଳ ସୀମା ନିକଟରେ ରହିଛି (ବାମ) ଏବଂ ଏଜେଣ୍ଟମାନେ ଚୀନକୁ କୀଡାଜଡ଼ି ଚାଲାଣ କରିବା ପାଇଁ ଉଚ୍ଚ ପାର୍ବତ୍ୟ ରାସ୍ତା ବ୍ୟବହାର କରନ୍ତି। 

ପୋଲିସ ବିଭାଗ, ଜଙ୍ଗଲ ବିଭାଗ ଓ ରାଜସ୍ବ ବିଭାଗ ନିମନ୍ତେ  ଅଧିକାର କ୍ଷେତ୍ର ମଧ୍ୟ ଏକ ଅସ୍ବଚ୍ଛ ପ୍ରସଙ୍ଗ ଅଧିକାଂଶ କ୍ଷେତ୍ର ରାଜସ୍ବ ବିଭାଗ ସୀମା ମଧ୍ୟରେ ଆସେ, ଯାହା ଜଙ୍ଗଲ ବିଭାଗ ସହ ମିଶି ଅବୈଧ କୀଡାଜଡ଼ି କାରବାର ମାମଲା ଦେଖିଥାଏ ବୋଲି କହିଛନ୍ତି  ଶ୍ରୀ ଯୋଶୀ।

ତେବେ ଧାର୍ଚୁଲାର ସବ୍ ଡିଭିଜନାଲ ମାଜିଷ୍ଟ୍ରେଟ ଆର.କେ. ପାଣ୍ଡେ କୁହନ୍ତି - ଏହା ପୋଲିସ, ଜଙ୍ଗଲ ଓ ରାଜସ୍ବ ବିଭାଗର ମିଳିତ କାର୍ଯ୍ୟକ୍ରମ ହେବା ଉଚିତ। ରାଜସ୍ୱ ବିଭାଗ ଏକୁଟିଆ କୀଡାଜଡି ଜବତ କରିପାରିବନାହିଁ। ଆମେ ଗତ ଗୋଟିଏ ବର୍ଷରେ କୌଣସି କୀଡ଼ାଜଡ଼ି ଜବତ କରିନାହୁଁ।

ଛତୁ ତୋଳାଳୀମାନେ କୀଡ଼ାଜଡ଼ିକୁ ଖୁବ୍ ଯତ୍ନରେ କାଗଜରେ ଗୁଡାଇ ଏୟାରଟାଇଟ୍ ଜାର୍ ମଧ୍ୟରେ ରଖିଥାନ୍ତି। ଯେତେବେଳେ ପୋଲିସ ବା ଅନ୍ୟ ଅଧିକାରୀମାନେ ଏହାକୁ ଜବତ କର‘ନ୍ତି ସେତେବେଳେ ଚେକିଂ ପାଇଁ ଏହାକୁ ଖୋଲିଦିଅନ୍ତି। ଯେହେତୁ ଏହା ଖୁବ୍ ଶୀଘ୍ର ସଢ଼ିଯିବା ପରି ଜିନିଷ, ପୋଲିସ ପାଖରେ ଏଥିପାଇଁ ମାତ୍ର ଦୁଇଟି ରାସ୍ତା ଥାଏ- ନିଲାମ କରିବା ପାଇଁ ଜଙ୍ଗଲ ବିଭାଗକୁ ଦେବା କିମ୍ବା ଦେଶୀ ଔଷଧ ନିମନ୍ତେ ଡେରାଡୁନସ୍ଥ ଆୟୁଷ ବିଭାଗ କିମ୍ବା ବିଭାଗର ଜିଲ୍ଲା କେନ୍ଦ୍ରରେ ଦେବା। ମାତ୍ର ଖୁବ୍ କ୍ୱଚିତ୍ ଏହା ହୋଇପାରେ ଏବଂ ଏ ମଧ୍ୟରେ କୀଡାଜଡ଼ି ପଚିଯାଏ।

୨୦୧୭ ରେ ଚାମୋଲି ପୋଲିସ ବଦ୍ରିନାଥ ଜଙ୍ଗଲ ବିଭାଗକୁ ଦୁଇ କିଲୋ କୀଡାଜଡ଼ି ଦେଇଥିଲେ  କିନ୍ତୁ କୀଡ଼ାଜଡ଼ି ନିଲାମ ହୋଇପାରିଲାନି। କାରଣ ସେତେବେଳକୁ ଏହା ସଢ଼ିଯାଇଥିଲା ବୋଲି ମତେ ବଦ୍ରିନାଥ ଡିଭିଜନାଲ୍ ଜଙ୍ଗଲ ଅଧିକାରୀ କହିଥିଲେ।

କଥିତ କୋମାଦ୍ଦୀପକ ଗୁଣ ନିମନ୍ତେ ଏହି ଛତୁର ଦାମ୍ ଆକାଶଛୁଆ....ଏହା ପାରମ୍ପରିକ ଚୀନା ଔଷଧରେ ଏକ ମୂଲ୍ୟବାନ ଉପାଦାନ।

ଭିଡ଼ିଓ ଦେଖନ୍ତୁ : ଛତୁ ତୋଳିବା ଆମ ପାଇଁ ଖୁବ୍ ଲାଭଜନକ

ଗ୍ରାମବାସୀଙ୍କ ପାଇଁ ମେ-ଜୁନ୍ ମାସରେ ଛତୁ ଖୋଜିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାମ। ରାଜ ସିଂହ କୁହନ୍ତି , ସରକାରୀ ଚାକିରିରେ ଥିବା ଲୋକମାନେ ମଧ୍ୟ ମାସେ ‘ଅସୁସ୍ଥତା ଜନିତ ଛୁଟି’ ନେଇ ଛତୁ ଖୋଜିବା ପାଇଁ ପରିବାର ସହ ଯୋଗ ଦିଅନ୍ତି।  ପରିବାର ସଦସ୍ୟଙ୍କ ସଂଖ୍ୟା ଯେତେ ଅଧିକ ହେବ ସେତେ ଅଧିକ କୀଡାଜଡି ତୋଳିହେବ। ଅଧିକ କୀଡାଜଡି ମାନେ ଅଧିକ ରୋଜଗାର। କେବଳ ବୟସ୍କ ଓ ରୋଗୀଲୋକ ଯେଉଁମାନେ କି ଉଚ୍ଚ ପାହାଡ଼ ଚଢ଼ିପାରିବେନି କି କଷ୍ଟକର ପାଣିପାଗ ସମ୍ଭାଳି ପାରିବେନି ସେମାନେ ହିଁ ଘରେ ରୁହନ୍ତି।

ପିଲାମାନେ ଯେତେବେଳେ ଛଅ ବା ସାତ ବର୍ଷର ହୋଇଯାଆନ୍ତି ଓ ବରଫାବୃତ୍ତ ଅଞ୍ଚଳର ଥଣ୍ଡା ଓ ରୁକ୍ଷତା ସହିବାକୁ ପ୍ରସ୍ତୁତ ହୋଇଯାଆନ୍ତି , ସେତେବେଳେ ସେମାନେ ପରିବାର ସହ ଯୋଗ ଦିଅନ୍ତି। ଏହି ଛୋଟ ପିଲାମାନେ ହିଁ ଅଧିକ ଛତୁ ଖୋଜି ପାରନ୍ତି। ୧୬ ବର୍ଷିୟ ବିବେକ ଖୁବ୍ ଆତ୍ମବିଶ୍ୱାସର ସହ କୁହନ୍ତି - ବଡ଼ମାନଙ୍କ ତୁଳନାରେ ଆମ ଦୃଷ୍ଟିଶକ୍ତି ଭଲ। ଗୋଟେ ଦିନରେ ଆମେ ପ୍ରାୟ ୪୦ ଟି ଲେଖାଏଁ କୀଡ଼ାଜଡ଼ି ଖୋଜି ତୋଳିପାରୁ , କିନ୍ତୁ ବଡ଼ମାନେ ଖୁବ୍ କମ୍ ପାଆନ୍ତି,  ଗୋଟେ ଗୋଟେ ଦିନ ତ ଆଦୌ ପାଆନ୍ତି ନାହିଁ।

ଉତ୍ତରାଖଣ୍ଡରେ ମେ ମାସରେ ଅଧିକାଂଶ ସମୟ ସ୍କୁଲ ଛୁଟି ଥାଏ। ତେଣୁ ପିଲାମାନଙ୍କୁ ସୁଯୋଗ ମିଳିଯାଏ। ପରିବାର ସହ ହିମାଳୟ କ୍ଷେତ୍ରରେ ଥିବା ଏସବୁ ଗୋଚରକୁ ଯିବାକୁ  ବିବେକ ନଅ ବର୍ଷ ହେବ ସାତପେରକୁ ଆସୁଛନ୍ତି। ପ୍ରଥମ ଥର ସାତ ବର୍ଷ ବର୍ଷରେ ସେ ଏଠାକୁ ଆସିଥିଲେ  କିନ୍ତୁ ଏହା ତାଙ୍କ ପାଠପଢ଼ାକୁ ପ୍ରଭାବିତ କରେନି। ସେ ନିକଟରେ ୮୨ ପ୍ରତିଶତ ନମ୍ବର ରଖି ୧୦ମ ପାସ୍ କରିଛନ୍ତି। ୧୨ଶ ଶ୍ରେଣୀର ପାଠପଢ଼ା ପରେ ଭବିଷ୍ୟତ ଯୋଜନା କରିବେ ବୋଲି କୁହନ୍ତି। 

Smoke bellows from the camp while Gopal Singh makes food in the morning before he leave for the hunt
PHOTO • Arpita Chakrabarty

ରାଜୁ ସିଂହ (ପରିବର୍ତ୍ତିତ ନାମ) ସକାଳୁ ସଂବାଳୁଆ ଛତୁ ଖୋଜିବାକୁ ଯିବା ପୂର୍ବରୁ ସକାଳ ଭୋଜନ ପ୍ରସ୍ତୁତ କରୁଛନ୍ତି। 

ପରିବାରର ସମସ୍ତେ ଏହି ଛତୁ ଖୋଜାରେ ସାମିଲ ହୁଅନ୍ତି। ଯେଉଁମାନେ ପରିବେନି କିମ୍ବା ଛତୁ ଖୋଜିପାରିବେନି ସେମାନେ ରୋଷେଇ ତ କରିପାରିବେ, ପାଣି ତ ଆଣିପାରିବେ। ସାତପେର ଅଞ୍ଚଳର ନଅଟି ଗାଁ ମେ’ ମାସରେ ଖାଲି ହୋଇଯାଏ। ପୂରା ପରିବାର ବୁଗ୍ୟାଲ (ବରଫାବୃତ୍ତ ଘାସପଡ଼ିଆ)କୁ ଚାଲିଯାଆନ୍ତି।  ଏହି କୀଡା ଜଡି ଋତୁରେ ବୋଲି କୁହନ୍ତି ରାଜୁ। ରାଜୁ ଓ ବିବେକ ଗୋଟିଏ ଗାଁର।

କୀଡ଼ାଜଡ଼ି ଅଞ୍ଚଳକୁ କିଏ ଆସୁଛି ତାହା ପାହାଡ଼ ପାଦଦେଶରେ ଥିବା ଗ୍ରାମୀଣମାନଙ୍କ ନଜରରେ ଥାଏ। କିଏ ସେମାନଙ୍କ  ଗାଁ ଓ ଆଖପାଖ ଅଞ୍ଚଳକୁ ଆସିଲା ଓ ଗଲା  ତା’ ଉପରେ ସେମାନେ ନଜର ରଖନ୍ତି। ବାହାର ଲୋକମାନଙ୍କୁ ସେମାନେ ନିଜ ଅଞ୍ଚଳରେ ଛତୁ ତୋଳିବାକୁ ଦିଅନ୍ତି ନାହିଁ। ଅବଶ୍ୟ ବାହାରୁ ଆସିଥିବା ଗବେଷକମାନଙ୍କୁ ବେଳେବେଳେ ଅନୁମତି ଦିଅନ୍ତି। ପିଥୋରଗଡ଼ର ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଚିଠି ନେଇ ଯାଇଥିବାରୁ ମତେ ସେଠାକୁ ଯିବାକୁ ଅନୁମତି ମିଳିଲା। ଜଣେ ସମ୍ବାଦ ସଂଗ୍ରାହକ ଭାବରେ ମତେ ଏହି ଅନୁମତି ପତ୍ର ଦେବା ସହ ସରକାରୀ ଅଧିକାରୀ ଓ ଅନ୍ୟମାନେ ମତେ ସେସବୁ ଅଞ୍ଚଳକୁ ଯିବାକୁ ଅନୁମତି ଦେବାପାଇଁ (ଅଧିକାଂଶ ଉତ୍ତେଜନାପ୍ରବଣ ସୀମାକ୍ଷେତ୍ର ) ଏବଂ ଆବଶ୍ୟକ ସହାୟତା ଦେବାକୁ ସେ ଏଥିରେ ନିର୍ଦ୍ଦେଶ ଦେଇଥିଲେ। 

The footmark of a leopard after rains
PHOTO • Arpita Chakrabarty

ସାତପେର୍ ଯିବାପାଇଁ ରାସ୍ତା ଯେଉଁ ଘନ ଜଙ୍ଗଲ ଭିତର ଦେଇ ଯାଏ ତାହା ଚିତାବାଘ ଭାଲୁଙ୍କ କ୍ଷେତ୍ର। 

“ମୁଁ ଜଣେ ଗାଇଡ୍ (ନାମ ଦିଆଯାଇ ନାହିଁ) ସହ ସେହି ଆବୁଡ଼ାଖାବୁଡ଼ା ରାସ୍ତାରେ କ୍ୟାମ୍ପ ପାଖରେ ପହଞ୍ଚିଲି।  ତୀଖ ପାହାଡରେ ୨୫ କିଲୋମିଟର ଯିବା ପାଇଁ ୧୨ ଘଣ୍ଟା ସମୟ ଲାଗିଗଲା। କୀଡ଼ାଜଡ଼ି ଋତୁ ଆସିଲେ ଗ୍ରାମବାସୀମାନେ ସାତପେରକୁ ଖଚର ପିଠିରେ ସାମଗ୍ରୀ ନେବା ପାଇଁ ଏହି ରାସ୍ତା ବ୍ୟବହାର କରନ୍ତି। ଆମେ ଏପ୍ରିଲ ମାସରୁ ଖଚର ପିଠିରେ ୨୫ କିଲୋ ଚାଉଳ, ୧୦ କିଲୋ ଡାଲି, ପିଆଜ, ରସୁଣ, ମସଲାମସଲି, ସାତପେରଙ୍କୁ ନେବା ଆରମ୍ଭ କରିଥିଲୁ”, କୁହନ୍ତି ରାଜୁ।

ଏହି ରାସ୍ତା ଘଞ୍ଚ ଜଙ୍ଗଲ ଓ ରାସ୍ତା ବଦଳାଉଥିବା ପାହାଡ଼ି ଝରଣା ଦେଇ ଯାଇଛି। ଏହି ଅଞ୍ଚଳ ଚିତାବାଘ ଓ ଭାଲୁ ପାଇଁ ଜଣାଶୁଣା। ବଣ୍ୟ ପଶୁଙ୍କ ଆକ୍ରମଣକୁ ପ୍ରତିହତ କରିବା ପାଇଁ କ୍ୟାମ୍ପକୁ ଯିବା ସମୟରେ ଗ୍ରାମବାସୀମାନେ ନିଜ ସହ ଛୁରୀ ଓ ଲାଠି ନେଇଥାନ୍ତି।

ତେବେ କୀଡାଜଡି ସଂଗ୍ରହ ପାଇଁ ଦୁର୍ଗମ ରାସ୍ତାରେ ଯିବା ଏକମାତ୍ର ବିପଦ ନୁହେଁ। ସଁବାଳୁଆ ଛତୁ ସଂଗ୍ରହ ବିପଦଜନକ ଏବଂ ଭୀଷଣ ଥଣ୍ଡାରେ ଅଣଓସାରିଆ ଓ ତୀଖ ପାହାଡିଆ ରାସ୍ତା ଦେଇ ଯିବା କଠିନ ପରିଶ୍ରମ ସାପେକ୍ଷ। ଘାସ ପଡିଆରେ ଘାସକୁ ତନ୍ନ ତନ୍ନ କରି ଆଡେଇ  ପେଟେଇ ପେଟେଇ ଯିବାକୁ ହୁଏ। ଏମିତି ଭାବରେ ଯିବାରେ ଆଣ୍ଠୁ ଓ କହୁଣି ବରଫରେ ପୋତିହୋଇ ଯାଉଥାଏ। ଘରକୁ ଫେରିବା ପରେ  ଆଣ୍ଠୁଗଣ୍ଠି ଯନ୍ତ୍ରଣା , ବରଫ ଜନିତ ଦୃଷ୍ଟି ସମସ୍ୟା ଓ ନିଃଶ୍ଵାସ ପ୍ରଶ୍ଵାସରେ ସମସ୍ୟା ଆଦି ଗ୍ରାମବାସୀଙ୍କ ନିମନ୍ତେ ସାଧାରଣ ସମସ୍ୟା ପାଲଟି ଯାଏ।

୨୦୧୭ରେ ସାତପେର୍ ଠାରୁ ପ୍ରାୟ ୩୫ କିଲୋମିଟର ଦୂର ଆଉ ଅନ୍ୟ ଏକ ବରଫାବୃତ୍ତ ଉପତ୍ୟାକାରେ କୀଡା ଜଡି ଖୋଜୁଥିବା ବେଳେ ଦୁଇଜଣ ବ୍ୟକ୍ତି ପାହାଡରୁ ଖସିପଡି ପ୍ରାଣ ହରାଇଛନ୍ତି। ୨୦୧୮ ଏପ୍ରିଲ୍ ମାସରେ କୀଡାଜଡି ୠତୁ ପାଇଁ ଖାଦ୍ୟସାମଗ୍ରୀ ପରିବହନ କରୁଥିବାବେଳେ ଅନ୍ୟଜଣେ ବ୍ୟକ୍ତି ମଧ୍ୟ ପାହାଡରୁ ଖସି ପ୍ରାଣ ହରାଇଛନ୍ତି। କିନ୍ତୁ ଛତୁର ଆର୍ଥିକ ପୁରସ୍କାର ଏତେ ଅଧିକ ଯେ ମୃତ୍ୟୁ ଓ କଠିନ ପରିଶ୍ରମ ଗ୍ରାମବାସୀମାନଙ୍କୁ ଏଥିରୁ ଦୂରେଇ ରଖିପାରୁନାହିଁ। 

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Arpita Chakrabarty

ଲେଖକ ପରିଚୟ: ଅର୍ପିତା ଚକ୍ରବର୍ତ୍ତୀ ଜଣେ କୁମାଓନ ଭିତ୍ତିକ ମୁକ୍ତବୃତ୍ତ ସାମ୍ବାଦିକା ଏବଂ ୨୦୧୭ର ପରୀ ବ୍ୟକ୍ତିବିଶେଷ।

Other stories by Arpita Chakrabarty