PHOTO • P. Sainath

ସ୍କୁଲର ପ୍ରବେଶ ପଥ ଉପରେ ଲଗାଯାଇଥିବା ବୋର୍ଡ କହୁଛି ‘ତାଲିମ’ (‘ଶିକ୍ଷା’ ପାଇଁ ଊର୍ଦ୍ଦୁ ଶବ୍ଦ)। ତେବେ ଏହା ମଧ୍ୟରେ ଆପଣ ପ୍ରଥମ ଜିନିଷ ଦେଖିପାରିବେ ଏଠାରେ ପହିଲିମାନମାନଙ୍କର ଦେବତା ହନୁମାନଙ୍କର ଗୋଟିଏ ଛବି। ଏହି ସଂସ୍କୃତି ଏକ ରଙ୍ଗିନ ମିଶ୍ରଣ। ଗ୍ରାମୀଣ ପଶ୍ଚିମ ମହାରାଷ୍ଟ୍ରର କୁସ୍ତି ବିଦ୍ୟାଳୟଗୁଡ଼ିକୁ ଆଖଡ଼ା ନୁହେଁ ତାଲିମ କୁହାଯାଏ। ଏହି ତାଲିମଗୁଡ଼ିକ ସହ ଏହା ବିଭାଜନ ପୂର୍ବବତ୍ତୀ ପଞ୍ଜାବକୁ ପ୍ରତ୍ୟାବର୍ତ୍ତନ ଯେଉଁଠାରେ ସେମାନେ ଶହେ ବର୍ଷରୁ ଅଧିକ ସମୟ ପୂର୍ବରୁ ୧୦୦ରୁ ଅଧିକ ଦୃଢ଼ ସଂଯୋଗ ବିକାଶ କରିଥିଲେ। ଏହା ବିଶେଷ କରି ତତ୍କାଳୀନ ରାଜ୍ୟ କୋହ୍ଲାପୁରର ଶାସକ ସାହୁ ମହାରାଜଙ୍କ ସମୟରେ ଯିଏକି ଜଣେ ସମାଜ ସଂସ୍କାରକ ଭାବରେ ବିଖ୍ୟାତ ଥିଲେ। ସେ ମଧ୍ୟ ଜଣେ ମହାନ କୁସ୍ତି ପୃଷ୍ଠପୋଷକ ଥିଲେ ଯିଏକି ସାରା ଅବିଭାଜିତ ଭାରତରୁ ପହିଲିମାନମାନଙ୍କୁ କୋହ୍ଲାପୁର ଆଣୁଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ପଞ୍ଜାବରୁ।

ଆଜି ମଧ୍ୟ, ଗ୍ରାମୀଣ ପଶ୍ଚିମ ମହାରାଷ୍ଟ୍ର ବିଶାଳ ଟୁର୍ଣ୍ଣାମେଣ୍ଟମାନଙ୍କରେ ପାକିସ୍ତାନ, ଇରାନ, ତୁର୍କି ଏବଂ ଏପରିକି କିଛି ଆଫ୍ରିକୀୟ ଦେଶର ଶୀର୍ଷ ପହିଲିମାନମାନେ ଯୋଗ ଦିଅନ୍ତି। ପାକିସ୍ତାନ ଏବଂ ଇରାନରୁ ଆସିଥିବା ଯୋଦ୍ଧାମାନଙ୍କର ଏଠାରେ ମୁଖ୍ୟତଃ ହିନ୍ଦୁ ପୁରୁଷ ଦର୍ଶକମାନଙ୍କ ମଧ୍ୟରେ ଉଲ୍ଲେଖଯୋଗ୍ୟ ସଂଖ୍ୟାରେ ପ୍ରଶଂସକ ଅଛନ୍ତି। ବିଧାନସଭାରେ କୋହ୍ଲାପୁରର ସଦସ୍ୟ (ଏମଏଲଏ) ବିନୟ କୋରେ କୁହନ୍ତି, ‘‘ବାହାରୁ ଆସୁଥିବା ପହିଲିମାନ ମାନେ ଭିଡ଼ ଆକର୍ଷଣ କରନ୍ତି।’’ ଏକ ଗୁରୁତ୍ୱପୂର୍ଣ୍ଣ ଚିନି ସମବାୟ କାରଖାନା ଏବଂ ଦୁଗ୍ଧଜାତ ସାମଗ୍ରୀ ପରିସରର ମୁଖ୍ୟ ଥିବା ଶ୍ରୀ କୋରେ ରାଜ୍ୟରେ ଏକ ଅନନ୍ୟ ଟୁର୍ଣ୍ଣାମେଣ୍ଟ ପରିଚାଳନା କରନ୍ତି। ମହାରାଷ୍ଟ୍ରର ସର୍ବବୃହତ କୁସ୍ତି ପଡ଼ିଆଥିବା କୋହ୍ଲାପୁର ଜିଲ୍ଲାର ୱାରାନାନଗରଠାରେ ଗୋଟିଏ ହୁଏ। ଏହା ପ୍ରତିବର୍ଷ ଡିସେମ୍ବର ୧୩ ତାରିଖରେ ଅନୁଷ୍ଠିତ ହୋଇଥାଏ।

ଶ୍ରୀ କୋରେ କୁହନ୍ତି, ‘‘ପ୍ରାୟ ୩ଲକ୍ଷ ଲୋକ ଏକତ୍ର ହୁଅନ୍ତି’’। ‘‘କେତେକ ସମୟରେ ଭିସା ନେଇ ମଧ୍ୟ ଭୀଷଣ ମୁଣ୍ଡବିନ୍ଧା ହୁଏ। ଗୋଟିଏ ବର୍ଷ ପାକିସ୍ତାନୀମାନଙ୍କଠାରୁ ଭିସା ଖୁବ୍‌ ବିଳମ୍ବରେ ଆସିଲା। ସେମାନଙ୍କ ପହିଲିମାନମାନଙ୍କୁ ଏହାପରେ ଇସଲାମାବାଦରୁ ଦିଲ୍ଲୀ ଆସିବାକୁ ହୋଇଥିଲା, ସେଠାରୁ ପୁନେ ଆସିଲେ, ସେଠାରୁ ଆମେ ତାଙ୍କୁ ଆଣିଲୁ ଏବଂ ୱାରାନାରେ ପହଞ୍ଚାଇଲୁ। ସେ ମଧ୍ୟରେ ଲକ୍ଷ ଲକ୍ଷ ଲୋକ ୧୨-୧୩ଘଣ୍ଟା ପାଇଁ ଧୈର୍ଯ୍ୟର ସହ ସେମାନଙ୍କୁ ଅପେକ୍ଷା କଲେ।’’

ତାଲିମଗୁଡ଼ିକରେ ମହାରାଷ୍ଟ୍ରର କୁସ୍ତିଗୁରୁମାନେ ଏକ ନୈତିକ ଏବଂ ସଦାଚାର ନିର୍ଦ୍ଦେଶ ଦିଅନ୍ତି ଯାହାକି ଆଧ୍ୟାତ୍ମିକ ଏବଂ ଧର୍ମନିରପେକ୍ଷତା ସହ ମିଶ୍ରଣ ହୋଇଥାଏ। ଅନେକ ଶିକ୍ଷକ ସେମାନଙ୍କ ଛାତ୍ରମାନଙ୍କୁ କିମ୍ବଦନ୍ତୀୟ ଗାମା ପହିଲିମାନ (ତାଙ୍କ ସମୟର ଜଣେ ଅପରାଜିତ ମଲ୍ଲ ଯୋଦ୍ଧା ଯିଏ କି ଦୁନିଆର ସବୁଠାରୁ ବଡ଼ ବିଜେତା ଥିଲେ)ଙ୍କ ବିଷୟରେ କୁହନ୍ତି। ପଞ୍ଜାବରେ ଗୁଲାମ ମହମ୍ମଦ ଭାବରେ ଜନ୍ମ ନେଇଥିବା ଗାମା ଜଣେ ମୁସଲମାନ ଥିଲେ ଯିଏକି ୧୯୪୭ ପରେ ପାକିସ୍ତାନରେ ରହୁଥିଲେ। ଶିକ୍ଷକମାନେ ସେମାନଙ୍କ ଛାତ୍ରମାନଙ୍କୁ ସେହି ସମୟ ବିଷୟରେ କୁହନ୍ତି, ଯେତେବେଳେ ସେ ବିଭାଜନ ଦଙ୍ଗା ସମୟରେ ଗୋଟିଏ ହିଂସ୍ର ଆକ୍ରମଣକାରୀଙ୍କୁ ସାମ୍ନା କରୁଥିବା ତାଙ୍କ ହିନ୍ଦୁ ପଡ଼େଶୀମାନଙ୍କ କଲୋନୀ ବାହାରେ ଗୋଟିଏ ପାହାଡ଼ ପରି ଛିଡ଼ା ହୋଇଥିଲେ। ‘‘ଜଣେ ମଲ୍ଲ ଯୋଦ୍ଧା ଏହିପରି ହେବା ଉଚିତ୍‌’’ ହେଉଛି ସାଧାରଣ ମତାମତ।

କୋହ୍ଲାପୁର ସହରରେ ତାଙ୍କ ତାଲିମଠାରେ ମହାରାଷ୍ଟ୍ରର ମହାନ କୁସ୍ତି ଯୋଦ୍ଧା ଆପ୍ପାସାହେବ କଦମ କୁହନ୍ତି, ‘‘ସବୁ ମହାନ ଶିକ୍ଷକମାନେ ସହମତି ହୁଅନ୍ତି ଯେ, ନୈତିକ ତାଲିମ ଗୁରୁତ୍ୱପୂର୍ଣ୍ଣ। ନୈତିକ ପୃଷ୍ଠଭୂମି ନଥିବା ଜଣେ କୁସ୍ତି ଯୋଦ୍ଧା ଏକ ବିପର୍ଯ୍ୟୟ ହେବ।’’ ମହାରାଷ୍ଟ୍ରର ପହିଲିମାନମାନେ ଅଧିକାଂଶ କ୍ଷେତ୍ରରେ କିଛି ଅନ୍ୟ ରାଜ୍ୟ ପରି ସନ୍ଦେହଜନକ ନାମ ରୋଜଗାର କରିନାହାନ୍ତି।

ଏହି କ୍ରୀଡ଼ାପ୍ରତି ସ୍ଥାନୀୟ ଆତିଥେୟତା ଏବଂ ସହୃଦତାର ସଂସ୍କୃତି ମଧ୍ୟ ରହିଛି। ଏହା କୁନ୍ଦାଲ ହେଉ କିମ୍ବା ୱାରାନା ନଗର ମେଗା ଇଭେଣ୍ଟ ହେଉ, ଆମେ ଏହା ବୁଝିବା ଲୋକମାନେ ଚାହାଁନ୍ତି। ‘‘ଆପଣ ଜାଣିବା ଉଚିତ ଏହି କାର୍ଯ୍ୟକ୍ରମକୁ ବାହାରୁ ଆସୁଥିବା ଲକ୍ଷ ଲକ୍ଷ ଲୋକ ଏଠାରେ ଗ୍ରାମବାସୀଙ୍କ ଦ୍ୱାରା ଅତିଥି ଭାବରେ ଆତିଥେୟତା ପାଆନ୍ତି। ଆଗନ୍ତୁକମାନଙ୍କ ପାଇଁ  ସ୍ଥାନୀୟ ଘରମାନଙ୍କରେ ଶହ ଶହ ସଂଖ୍ୟାରେ ରାତ୍ରି ଭୋଜନ ପ୍ରସ୍ତୁତ ହୁଏ।’’

ତାଲିମଗୁଡ଼ିକ କାନ ମୋଡ଼ା ଏବଂ ରଗଡ଼ାର ଏକ ସମ୍ମିଳନୀ। ପୂର୍ବତନ ଅଲମ୍ପିଆନ ଏବଂ କିମ୍ବଦନ୍ତୀ ପାଲଟି ଥିବା ପହିଲିମାନ ଗୁରୁ ଗଣପତ ରାଓ ଅନ୍ଧାଲକର ହସି ହସି କୁହନ୍ତି, ‘‘ଏହା ପହିଲିମାନମାନଙ୍କର ପ୍ରମାଣିତ ପ୍ରମାଣପତ୍ର।’’ ଏହି ଭାଙ୍ଗି ଯାଇଥିବା ଅଙ୍ଗର ମାଲିକ ଏବଂ ଶିକ୍ଷକମାନେ ସମସ୍ତେ ହେଉଛନ୍ତି ଗ୍ରାମୀଣ ପରିବାରର। କୃଷକ କିମ୍ବା ଶ୍ରମିକ। ଏହା ବିଶେଷ କରି ପଶ୍ଚିମ ମହାରାଷ୍ଟ୍ର ପାଇଁ ସତ।

ଏସିଆଡ଼, ରାଜ୍ୟ ଗୋଷ୍ଠୀ ଏବଂ ଜାତୀୟ ପଦକଧାରୀ କାକା ପାଓ୍ୱାର ପୁନେ ସ୍ଥିତ ତାଙ୍କ ତାଲିମରେ କୁହନ୍ତି, ‘‘କୁସ୍ତି, ଆଖୁ କ୍ଷେତ ଏବଂ ତମାସା (ଏକ  ପାରମ୍ପରିକ ମରାଠୀ ଲୋକ ନାଟ୍ୟ ସ୍ୱରୂପ) ପରସ୍ପର ସହ ନିବିଡ଼ ଭାବରେ ସଂଯୁକ୍ତ।’’ ‘‘ତମାସା କାହିଁକି? ଉଭୟ ପ୍ରଦର୍ଶନକାରୀ, ଶୃଙ୍ଖଳା ଏବଂ ଭିଡ଼ର ସମର୍ଥନ ଉପରେ ନିର୍ଭରଶୀଳ।’’

ଯଦିଓ ଦର୍ଶକମାନେ ମୁଖ୍ୟତଃ ହିନ୍ଦୁ, କୁସ୍ତି ନିଜେ ଅତୀତ ତୁଳନାରେ ଅଧିକ ବିବିଧତା ପ୍ରଦର୍ଶନ କରୁଛି। ଏକଦା ଯେଉଁଥିରେ ମରାଠାମାନେ ସମ୍ପୂର୍ଣ୍ଣ ଭାବରେ ଆଧିପତ୍ୟ ବିସ୍ତାର କରିଥିଲେ ବର୍ତ୍ତମାନ ସେଠି ବିଜେତାମାନେ ଢ଼ାଙ୍ଗର (ପଶୁପାଳକ) ସମୂହର। ଏକ ଶୀର୍ଷ କୁସ୍ତି ଜିଲ୍ଲା ସୋଲାପୁରରେ ଯୁବ ଚାମ୍ପିଅନମାନେ ମୁସଲମାନ ସମୂହରୁ ବାହାରୁଛନ୍ତି।

ମହାରାଷ୍ଟ୍ରର କୁସ୍ତି ସଂସ୍କୃତିର ଗୁରୁମାନେ ଅନେକ ସ୍ପଷ୍ଟ ଏବଂ ବିଶ୍ଲେଷଣାତ୍ମକ। ସେମାନେ କୁସ୍ତିକୁ ଅଲମ୍ପିକରୁ ବାଦ ଦିଆଯିବା ସମ୍ପର୍କିତ କ୍ଷୁଦ୍ର ତର୍କକୁ ଖାରଜ କରନ୍ତି। କଦମ ତର୍କ ଦର୍ଶାନ୍ତି, ‘‘ସେମାନେ ୩୦ଟି ଦେଶ ଦ୍ୱାରା ଖେଳାଯାଉଥିବା କ୍ରୀଡ଼ାକୁ ସାମିଲ କରୁଛନ୍ତି। କୁସ୍ତି ୧୨୨ଟି ଦେଶରେ ଏକ ସଂସ୍କୃତି। ସେମାନେ ଏହାକୁ ବାଦ୍‌ ଦେବାକୁ କିପରି ସାହାସ କରିବେ।’’

ସେମାନେ ମହାରାଷ୍ଟ୍ରରେ କୁସ୍ତିକୁ କିପରି ଉପଯୋଗ କରାଯାଉଛି ସେ ନେଇ ଅଧିକ ଚିନ୍ତିତ। ଆମେ ଭେଟିଥିବା ଅଧିକାଂଶ ତାଲିମ ଏବଂ କୁସ୍ତି ଯୋଦ୍ଧାଙ୍କର ଅଭିଯୋଗଗୁଡ଼ିକ ସମାନ ଥିଲା।  ଦ୍ରୁତ ସହରୀକରଣ ହେଉଥିବା ମହାରାଷ୍ଟ୍ର ତୁଳନାରେ ପଞ୍ଜାବ ଏବଂ ହରିୟାଣା ପରି କୃଷି ରାଜ୍ୟଗୁଡ଼ିକ କୁସ୍ତିକୁ ଅଧିକ ଗୁରୁତ୍ୱର ସହ ବିବେଚନା କରନ୍ତି।

ଜଣେ ଶିକ୍ଷକ କୁହନ୍ତି, ‘‘ସେଠାରେ ପୋଲିସ ଏବଂ ଅନ୍ୟ ସୁରକ୍ଷାବଳରେ ଏକ ସମ୍ମାନଜନକ ସ୍ତରର କାର୍ଯ୍ୟରେ ସ୍ୱୀକୃତି ଖୁବ୍‌ ଦ୍ରୁତ। ଏଠାରେ ଯେଉଁମାନେ କୁସ୍ତି ଛାଡ଼ନ୍ତି ଶ୍ରମିକ ପାଲଟନ୍ତି।’’ କେତେଜଣ ଈଶ୍ୱରଦତ୍ତ ପହିଲିମାନ ଶେଷରେ ଚିନି କାରଖାନାମାନଙ୍କରେ ଜଗୁଆଳି ପାଲଟନ୍ତି।

ରାଜନୈତିକ ଶ୍ରେଣୀ ସୁବିଧାବାଦି ଭାବରେ ପରିଗଣିତ ହୁଅନ୍ତି। ‘‘ସେମାନେ ସାଧାରଣତଃ ଆସନ୍ତି କାରଣ କୁସ୍ତି ଭିଡ଼ ନିମନ୍ତ୍ରଣ କରେ।’’ କିନ୍ତୁ ଯଦିଓ ସେମାନେ ଫେଡ଼େରେସନଗୁଡ଼ିକର ମୁଖ୍ୟ ହୁଅନ୍ତି, ଖେଳର କିଛି ହୁଏ ନାହିଁ। ଅନ୍ୟ ଜଣେ ଆୟୋଜକ କୁହନ୍ତି, ‘‘କେନ୍ଦ୍ରମନ୍ତ୍ରୀ ଶରଦ ପାଓ୍ୱାର ଏହି ରାଜ୍ୟର କୃଷି ଫେଡ଼େରେସନର ମୁଖ୍ୟ। ଆମେ ତାହା ଜାଣିଛୁ। କିନ୍ତୁ ମୁଁ ଭାବୁଛି, ସେ ଏହା ଜାଣିଛନ୍ତି କି ମନେ ରଖିଛନ୍ତି।’’ ଆଉ ଜଣେ କୁହନ୍ତି, ‘‘ଏମଏଲଏ ଭାବରେ ଆମେ ଦୁଇଜଣ ପୂର୍ବତନ ପହିଲିମାନଙ୍କୁ ପାଇଛୁ, ସେମାନେ ଆମ ଆଡ଼କୁ ଅନାନ୍ତିନି ମଧ୍ୟ।’’

ସମାଜ ଓ ସଂସ୍କୃତିରେ ପରିବର୍ତ୍ତନ, କ୍ଷୁଦ୍ର ଚାଷୀ ପରିବାରର ସଂଖ୍ୟା ହ୍ରାସ, ବାରମ୍ବାର ଆସୁଥିବା ଜଳ ବିପର୍ଯ୍ୟୟ ଏବଂ ରାଜ୍ୟର ଅବହେଳାର ମିଶ୍ରଣ ଏଠାରେ ଗ୍ରାମୀଣ ଅର୍ଥନୀତିରେ ସବୁଠାରୁ ଗଭୀର ଉତ୍ପତ୍ତି ଥିବା କ୍ରୀଡ଼ାକୁ ଦୁର୍ବଳ କରିଦେଉଛି। ଅନ୍ଧାଲକର କୁହନ୍ତି, ‘‘ଜଣେ ପହିଲିମାନର ଜୀବନ ଏକ ପ୍ରକାର ଅଦୃଶ୍ୟ ତପସ୍ୟା। ଜଣେ କ୍ରିକେଟ ଖେଳାଳିଙ୍କର ଛୋଟ ଆଘାତ ଗଣମାଧ୍ୟମରେ ହଜାରେ ଥରେ ପ୍ରଦର୍ଶିତ ହେବ। ଜଣେ ପହିଲିମାନ ମରିଗଲେ କେହି ଖାତିର କରିବେନି।’’।

PHOTO • P. Sainath

ଏହି ପ୍ରବନ୍ଧର ଗୋଟିଏ ସଂସ୍କରଣ ମୂଳତଃ ଅକ୍ଟୋବର ୩୧, ୨୦୧୩ରେ ଦି ହିନ୍ଦୁରେ ପ୍ରକାଶିତ ହୋଇଥିଲା। 

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ପି.ସାଇନାଥ ପିପୁଲ୍ସ ଆର୍କାଇବ ରୁରାଲ ଇଣ୍ଡିଆର ସଂସ୍ଥାପକ ସମ୍ପାଦକ, ସେ କେଇ ଦଶକ ଧରି ଜଣେ ଗ୍ରାମୀଣ ସମ୍ବାଦଦାତା ଭାବରେ କାର୍ଯ୍ୟ କରିଛନ୍ତି ଏବଂ ସେ ‘ଏଭ୍ରିବଡି ଲଭ୍ସ ଏ ଗୁଡ୍ ଡ୍ରଟ୍’ର ଲେଖକ।

Other stories by P. Sainath