“ଦିଲ୍ଲୀରୁ ଫେରିବା ଦୁଇ ବର୍ଷ ହେଇଗଲାଣି। ସରକାର ଆମର ସବୁ ଦାବି ପୂରଣ କରିବେ ବୋଲି କହିଥିଲେ, କିନ୍ତୁ ଆମର ସେହି ଦାବିଗୁଡିକୁ ଘେନି ଆଲୋଚନା କରିବା ପାଇଁ କେହି ଆମକୁ ଡାକିଲେ ନାହିଁ”, କହନ୍ତି ପଞ୍ଜାବର ସାଙ୍ଗରୁର ଜିଲ୍ଲା ନିବାସୀ ୬୦-ବର୍ଷ ବୟସ୍କା ଚରଣଜିତ କୌର। ସେ ଓ ତାଙ୍କ ପରିବାର ତାଙ୍କର ଦୁଇ ଏକର ଜମିରେ ଗହମ, ଧାନ ଓ ଘରର ଆବଶ୍ୟକତା ମୁତାବକ କିଛିଟା ପରିବା ଚାଷ କରନ୍ତି। “ଆମେ ସବୁ ଚାଷୀଙ୍କ ଅଧିକାର ପାଇଁ ଲଢେଇ କରୁଛୁ”, ସେ ପୁଣି କହନ୍ତି।

ପଟିଆଲା ଜିଲ୍ଲାର ଶମ୍ଭୁ ସୀମାରେ ଚରଣଜିତ ତାଙ୍କ ପଡ଼ୋଶୀ ଓ ବନ୍ଧୁ ଗୁରମିତ କୌର ଅନ୍ୟ ମହିଳାମାନଙ୍କ ସହ ଏକାଠି ବସି ରହିଛନ୍ତି। ଅପରାହ୍ନର ଉଷୁମ ସୂର୍ଯ୍ୟ କିରଣ ସେମାନଙ୍କ ଉପରେ ପଡୁଥାଏ। “ଆମକୁ ସେମାନେ (ସରକାର) ଦିଲ୍ଲୀ ଯିବାକୁ ମଧ୍ୟ ଦେଉନାହାନ୍ତି”, କହନ୍ତି ଗୁରମିତ। ବିରୋଧ ପ୍ରଦର୍ଶନ କରୁଥିବା କୃଷକମାନଙ୍କୁ ଦିଲ୍ଲୀରେ ପହଞ୍ଚିବାକୁ ବନ୍ଦ କରିବା ପାଇଁ, ହରିୟାନା-ଦିଲ୍ଲୀ ସୀମାର ରାସ୍ତାରେ ଓ ପୁଣି ଦିଲ୍ଲୀ-ହରିୟାନା ସୀମାରେ କରାଯାଇଥିବା ବହୁ-ସ୍ତରୀୟ କଂକ୍ରିଟ କାନ୍ଥ, ଲୁହା କଣ୍ଟା ଓ କଣ୍ଟା ବାଡ ବାବଦରେ କହୁଥିଲେ। ପଢନ୍ତୁ: ‘ମୋତେ ଶମ୍ଭୁ ସୀମାରେ ବନ୍ଦୀ ହେବା ପରି ଲାଗିଲା

ଏଠାରେ ଏକାଠି ହୋଇଥିବା ଚାଷୀମାନଙ୍କ ମତରେ କେନ୍ଦ୍ର ସରକାର ସେମାଙ୍କୁ ଏକାଧିକ କାରଣରୁ ନିରାଶ କରିଛନ୍ତି: ସ୍ଵାମୀନାଥନ କମିଶନ ସୁପାରିଶ ଅନୁଯାୟୀ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ଗ୍ୟାରେଣ୍ଟି, ଚାଷୀ ଓ କୃଷି ଶ୍ରମିକମାନଙ୍କ ସମସ୍ତ ଋଣ ଛାଡ, ଲକ୍ଷ୍ମୀପୁର-ଖେରି ନରସଂହାରରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ନ୍ୟାୟ ପ୍ରଦାନ, ଦୋଷୀମାନଙ୍କୁ ଗିରଫ, ଚାଷୀ ଓ କୃଷି  ଶ୍ରମିକମାନଙ୍କ ପାଇଁ ପେନସନ ସ୍କିମ ଲାଗୁ କରିବା ଓ ୨୦୨୦-୨୧ ବିରୋଧ ରେ ଶହୀଦ ହୋଇଥିବା ଚାଷୀମାନଙ୍କ ପରିବାରକୁ କ୍ଷତିପୂରଣ ଦେବା।

କିଛି ସପ୍ତାହ ପୂର୍ବେ ଫେବୃୟାରୀ ୧୩ ତାରିଖରେ ଯେତେବେଳେ ଏହି ଚାଷୀମାନେ ଜାତୀୟ ରାଜଧାନୀକୁ ଯାଇ ସେମାନଙ୍କ ଦାବି ଉପସ୍ଥାପନ କରିବାକୁ ଏକ ଶାନ୍ତି ଶୋଭାଯାତ୍ରାରେ ବାହାରିଥିଲେ ସେତେବେଳେ ହରିୟାନା ପୋଲିସ ପକ୍ଷରୁ ଆଉ ଆଗକୁ ନବଢ଼ିବା ପାଇଁ ସେମାନଙ୍କ ଉପରେ ଲୁହାବୁହା ଗ୍ୟାସ, ପାଣି ତୋପ ଓ ପେଲେଟ ବନ୍ଧୁକରୁ ରବର ବୁଲେଟ ମରା ଯାଇଥିଲା।

Left: Neighbours and friends, Gurmeet Kaur (yellow dupatta) and Charanjit Kaur have come to Shambhu border from Khurana village in Punjab's Sangrur district.
PHOTO • Sanskriti Talwar
Right: Surinder Kaur says, ' We are protesting for our rights, we will not return until our rights are met'
PHOTO • Sanskriti Talwar

ବମରେ: ପଡୋଶୀ ଓ ବନ୍ଧୁ ଗୁରମିତ କୌର (ହଳଦିଆ ଦୁପଟା ପରିହିତା) ଓ ଚରଣଜିତ କୌର ପଞ୍ଜାବର ସଂଗରୁର ଜିଲ୍ଲାସ୍ଥିତ ଖୁରାଣା ଗାଁରୁ ଶମ୍ଭୁ ସୀମାକୁ ଆସିଛନ୍ତି। ଡାହାଣରେ: ସୁରିନ୍ଦର କୌର କହନ୍ତି, 'ଆମେ ଆମ ଦାବି ପୂରଣ କରିବାକୁ ଆସିଛୁ, ଆମ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଫେରିବୁ ନାହିଁ'

Left: Surinder Kaur, along with other women, praying for strength to carry on with the protest.
PHOTO • Sanskriti Talwar
Right: Women sit near the stage put up at Shambhu border
PHOTO • Sanskriti Talwar

ବାମରେ: ସୁରିନ୍ଦର କୌର ଓ ଅନ୍ୟ ମହିଳାମାନେ ସେମାନଙ୍କ ପ୍ରତିବାଦ ଜାରି ରଖିବାକୁ ଶକ୍ତି ପାଇବା ପାଇଁ  ପ୍ରାର୍ଥନା କରୁଛନ୍ତି। ଡାହାଣରେ: ଶମ୍ଭୁ ସୀମାରେ ତିଆରି କରାଯାଇଥିବା ମଞ୍ଚ ନିକଟରେ ମହିଳାମାନେ

ହରିୟାନା ଓ ପଞ୍ଜାବର ଶମ୍ଭୁ ସୀମାରେ ଆନ୍ଦୋଳନକାରୀଙ୍କ ମଧ୍ୟରେ ସୁରିନ୍ଦର କୌରଙ୍କ ପୁଅ ରହିଛି। “ସଦେ ତେ ମୋବାଇଲ, ଟେଲିଭିଜନ ବନ୍ଦ ହି ନହି ହୋନଦେ, ଅସି ଦେଖଡ଼େ ହୈ ନା ସାରା ଦିନ ଗୋଲେ ଭାଜଡେ, ତଦୋ ମନ ଭିଚ ହଉଲ ଯେୟା ପାଏନଡା ହୈ କି ସଦେ ବଚେ ତେ ଭାଯେ ନା। [ଆମ ମୋବାଇଲ ଫୋନ ଓ ଟେଲିଭିଜନ ସବୁବେଳେ ଚାଲୁଛି। ଲୁହାବୁହା ଗ୍ୟାସ ସାରା ଦିନ ପଡ଼ୁଥିବାର ଦେଖି ଆମ ପିଲାଙ୍କ ସୁରକ୍ଷା କଥା ଭାବି ଭାରି ବ୍ୟସ୍ତ ଲାଗୁଛି”], ସେ କହନ୍ତି।

ସୁରିନ୍ଦରଙ୍କ ଗାଁ ହେଉଛି ଖୋଜେ ମାଜରା ଓ ସେ ହରିୟାନା-ପଞ୍ଜାବର ଆଉ ଗୋଟିଏ ସୀମା ଖାନୌରୀଠାରେ ସୁରକ୍ଷାବଳ ସହ ଲଢ଼େଇ ବେଳେ ମୃତ୍ୟୁବରଣ କରିଥିବା ୨୨-ବର୍ଷର ଶୁଭକରଣ ସିଂଙ୍କ ପାଇଁ ଆୟୋଜିତ ମହମବତୀ ଶୋଭାଯାତ୍ରାରେ ଯୋଗଦେବାକୁ ୨୦୨୪ ଫେବୃୟାରୀ ୨୪ ତାରିଖ ଦିନ ସକାଳେ ଆସି ପହଞ୍ଚିଥିଲେ।

“ଆମ ହକ ପାଇଁ ଆମେ ଲଢ଼େଇ କରୁଛୁ, ଆମେ ଆମ ଦାବି ପୂରଣ ନହେଲା ପର୍ଯ୍ୟନ୍ତ ଫେରିବୁ ନାହିଁ,” ସେ ଜୋର ଦେଇ କହନ୍ତି। ୬୪-ବର୍ଷୀୟ ସୁରୀନ୍ଦରଙ୍କ ସହ ତାଙ୍କ ବୋହୁ ଓ ନାତିନାତୁଣୀମାନେ ଆସିଛନ୍ତି।

ସୁରିନ୍ଦର କୌରଙ୍କ ଛ’ଜଣିଆ ପରିବାର ଫତେହଗଡ଼ ଜିଲ୍ଲାରେ ଥିବା ସେମାନଙ୍କର ଦୁଇ ଏକର ଚାଷ ଜମିରେ ଗହମ ଓ ଧାନ ଚାଷ କରି ସେଥିରେ ଚଳନ୍ତି। ସେ କହନ୍ତି ଯେ ମାତ୍ର ପାଞ୍ଚ ଫସଲର ଅମଳ ସର୍ବନିମ୍ନ ବିକ୍ରୟ ମୂଲ୍ୟ ଦ୍ଵାରା ଚାଲିବା ପାଇଁ ଯଥେଷ୍ଟ ନୁହେଁ। “ମିତି ଦେ ଭାଓ ଲେନଡେ ହୈ ସାଡି ଫସଲ [ସେମାନେ ଆମ ଫସଲ କିଣି କିଛି ବି ଦେଉ ନାହାନ୍ତି], ତାଙ୍କ ଜମି ଚାରିପଟେ ବିକ୍ରି ହେଉଥିବା ସୋରିଷ ଫସଲର ମୂଲ୍ୟ ସହ ତୁଳନା କରି ସେ କହନ୍ତି।

“ଆମର ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ସତ୍ତ୍ୱେ ପୋଲିସ କାହିଁକି ଚରମ ପଦକ୍ଷେପ ନେଉଛି?”, ବିବ୍ରତ ଭାବେ ପଚାରନ୍ତି ଦେବୀନ୍ଦର କୌର, ଯାହାଙ୍କ ପୁଅ ପ୍ରତିବାଦ ସ୍ଥଳରେ ଆରମ୍ଭରୁ ଅଛନ୍ତି। ପଞ୍ଜାବର ଶାହିବଜାଦା ଅଜିତ ସିଂହ ନଗର ଜିଲ୍ଲା ଅନ୍ତର୍ଗତ ଲାଣ୍ଡ୍ରାଣ ଗ୍ରାମନିବାସୀ ଦେବୀନ୍ଦର କୌର ମଧ୍ୟ ସପରିବାର ଆସିଛନ୍ତି – ସବୁ ବୋହୂ ଓ ୨,୭ ଓ ୧୧ ବର୍ଷ ବୟସର ନାତିନାତୁଣୀମାନଙ୍କ ସହ।

“ସରକାର କେବଳ ଦୁଇଟି ଫସଲ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରନ୍ତି – ଗହମ ଓ ଧାନ। ତା’ପରେ ସେମାନେ ଚାଷରେ ବିବିଧତା ପାଇଁ ଅନ୍ୟ ଫସଲ କରିବାକୁ କହନ୍ତି। ଏଭଳି ପରିସ୍ଥିତିରେ ଆମେ ଅନ୍ୟ ଫସଲ କେମିତି କରିବୁ?”, ପଚାରନ୍ତି ଦେବୀନ୍ଦର। “ଆମେ ଉତ୍ପାଦନ କରୁଥିବା ମକା ବିକିଲେ କ୍ଵିଣ୍ଟାଲ ପ୍ରତି ୮୦୦ ରୁ ୯୦୦ ଟଙ୍କା ପାଉଛୁ, ଯେତେବେଳେ କି ଫୁଡ କର୍ପୋରେସନ ଅଫ ଇଣ୍ଡିଆ ପକ୍ଷରୁ ସର୍ବନିମ୍ନ ସହାୟକ ମୂଲ୍ୟ ୧୯୬୨ ଟଙ୍କା ଧାର୍ଯ୍ୟ କରାଯାଇଛି”।

Left: Devinder Kaur has come with her family from Landran village in Sahibzada Ajit Singh Nagar district. ' Everyone can see the injustice the government is committing against our children,' she says.
PHOTO • Sanskriti Talwar
Right: Farmers hold a candle light march for 22-year-old Shubhkaran Singh who died on February 21 at the Khanauri border during the clash between Haryana police and the farmers
PHOTO • Sanskriti Talwar

ବାମରେ: ଦେବୀନ୍ଦର କୌର ଶାହିବଜାଦା ଅଜିତ ସିଂହ ନଗର ଜିଲ୍ଲା ଅନ୍ତର୍ଗତ ଲାଣ୍ଡ୍ରାଣ ଗାଁରୁ ଆସିଛନ୍ତି। “ଆମ ପିଲାମାନଙ୍କ  ପ୍ରତି ସରକାର ଯେଉଁ ଅନ୍ୟାୟ କରୁଛନ୍ତି, ସମସ୍ତେ ତାହା ଦେଖି ପାରିବେ”। ଡାହାଣରେ: ଖାନୌରୀଠାରେ ୨୧ ଫେବୃୟାରୀ ଦିନ ସୁରକ୍ଷାବଳ ସହ ଚାଷୀମାନଙ୍କ ଲଢ଼େଇ ବେଳେ ମୃତ୍ୟୁବରଣ କରିଥିବା ୨୨-ବର୍ଷର ଶୁଭକରଣ ସିଂଙ୍କ ପାଇଁ ଆୟୋଜିତ ମହମବତୀ ଶୋଭାଯାତ୍ରା

At the candle light march for Shubhkaran Singh. The farmers gathered here say that the Centre has failed them on many counts
PHOTO • Sanskriti Talwar
At the candle light march for Shubhkaran Singh. The farmers gathered here say that the Centre has failed them on many counts
PHOTO • Sanskriti Talwar

ଶୁଭକରଣ ସିଂଙ୍କ ପାଇଁ ଆୟୋଜିତ ମହମବତୀ ଶୋଭାଯାତ୍ରା। ଏଠାରେ ଏକତ୍ରିତ ହୋଇଥିବା ଚାଷୀମାନେ କହନ୍ତି ଯେ କେନ୍ଦ୍ର ସରକାର ସେମାନଙ୍କୁ ବହୁବିଧ ଭାବେ ନିରାଶ କରିଛନ୍ତି

ପ୍ରତିବନ୍ଧକ ବାଡ଼ଠାରୁ ପ୍ରାୟ ୨୦୦ ମିଟର ଦୂରରେ ଗୋଟିଏ ଟ୍ରଲି ଉପରେ ତିଆରି କରାଯାଇଥିବା ଅସ୍ଥାୟୀ ମଞ୍ଚରେ ଚାଷୀ ନେତାମାନେ ଭାଷଣ ଦେବା ସହ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରତିବାଦକାରୀ ଚାଷୀମାନଙ୍କୁ ଜଣାଇ ଦେଉଥାନ୍ତି। ବଡ଼ ସଡ଼କ ଉପରେ ବିଛା ଯାଇଥିବା ଦରି ଉପରେ ଲୋକେ ବସିଥାନ୍ତି; ପଞ୍ଜାବ ଆଡକୁ ଯାଇଥିବା ରାସ୍ତାର ଚାରି କିମି ପର୍ଯ୍ୟନ୍ତ ହଜାର ହଜାର ଟ୍ରାକ୍ଟର ଟ୍ରଲି ଲମ୍ବି ରହିଥାନ୍ତି।

ପଞ୍ଜାବ ରାଜପୁରାର ଜଣେ ଚାଷୀ ୪୪-ବର୍ଷୀୟ ପରମପ୍ରୀତ କୌର ଶମ୍ଭୁଠାରେ ଫେବୃୟାରୀ ୨୪ ତାରିଖଠାରୁ ରହିଛନ୍ତି। ଅମୃତସର ଓ ପଠାଣକୋଟରୁ ଆସିଥିବା ପ୍ରତି ଟ୍ରାକ୍ଟର ଟ୍ରଲିରେ ଚାରି ପାଞ୍ଚ ଜଣ କରି ମହିଳା ଥାଆନ୍ତି। ସେମାନେ ପୂରା ଦିନ ରହନ୍ତି ଓ ତା’ ପରଦିନ ଅନ୍ୟ ମହିଳା ଦଳ ଆସନ୍ତି। ପ୍ରତିବାଦ ସ୍ଥଳରେ ପାଇଖାନା ନଥିବାରୁ ସେମାନେ ସେଠାରେ ରାତି କାଟି ପାରନ୍ତି ନାହିଁ। “ମୁଁ ଚାହେଁ କି ଆମ ପରିବାରରୁ କେହି ନା କେହି ଜଣେ ସମର୍ଥନ କରିବାକୁ ଆସନ୍ତୁ,” କହନ୍ତି ପରମପ୍ରୀତ। ଅସୁସ୍ଥତା କାରଣରୁ ତାଙ୍କର ୨୧-ବର୍ଷୀୟ ପୁଅ ଆସି ପାରିଲା ନାହିଁ, ତେଣୁ ତା’ ପରିବର୍ତ୍ତେ ସେ ଅନ୍ୟ ସମ୍ପର୍କୀୟମାନଙ୍କ ସହ ଆସିଛନ୍ତି। ତାଙ୍କ ପରିବାର ନିକଟରେ ଥିବା ୨୦ ଏକର ଜମିରେ ସେମାନେ ଗହମ ଓ ଧାନ ଚାଷ କରନ୍ତି, କିନ୍ତୁ ୨୦୨୧ ରେ ତାଙ୍କ ସ୍ଵାମୀଙ୍କୁ ହୃଦଘାତ ହେବା ପରେ ସେ ଜମିରୁ କିଛି ବି ରୋଜଗାର ହୋଇନାହିଁ।

“କେହି ଲିଜ ନେଇ ସେହି ଜମିରେ ଚାଷ କରିବାକୁ ଆଗ୍ରହୀ ନୁହଁ, ନିକଟରେ ଥିବା କାରଖାନାରୁ ନିର୍ଗତ ରାସାୟନିକ ପଦାର୍ଥ ମିଶି ଭୂତଳ ଜଳ ବିଷାକ୍ତ ହୋଇଯାଇଥିବା ମଧ୍ୟ ଅନ୍ୟ ଏକ କାରଣ”, ସେ ପୁଣି କହନ୍ତି।

ପଟିଆଲା ଜିଲ୍ଲାର ଭାତେରି ଗାଁରେ ଅମନଦୀପ କୌର ଓ ତାଙ୍କ ପରିବାରର ୨୧ ଏକର ଚାଷ ଜମି ଅଛି। ସେମାନେ ମୁଖ୍ୟତଃ ଗହମ ଓ ଧାନ ଚାଷ କରନ୍ତି। “ଆମ ଜମିରେ ଥିବା ପର୍ଯ୍ୟନ୍ତ ଆମ ଫସଲର ମୂଲ୍ୟ ଅତି ନଗଣ୍ୟ। ତେବେ ଆମ ହାତରୁ ବାହାରିଯିବା ପରେ ବଜାରରେ ତାହା ଦୁଇଗୁଣ ଅଧିକ ଦାମରେ ବିକ୍ରିହୁଏ”।

ଆନ୍ଦୋଳନ ବାବଦରେ କହିବାକୁ ଯାଇ ସେ ମତ ଦିଅନ୍ତି, “ଏହା ନିରସ୍ତ୍ର ପ୍ରତିବାଦ, ତା’ସତ୍ତ୍ଵେ ସରକାର ନିଜ ନାଗରିକମାନଙ୍କ ବିରୁଦ୍ଧରେ ଅସ୍ତ୍ର ଚଳାଉଛନ୍ତି। ଭାରତରେ ରହିବା ପାଇଁ କିଛି ଠୋସ କାରଣ ଆଉ ନାହିଁ। ଯୁବବର୍ଗ ଦେଶ ଛାଡ଼ି ଚାଲି ଯାଉଥିବା ଦେଖି ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଏଠାରେ କେବଳ ସୀମିତ ସଂଖ୍ୟକ ଚାକିରି ନୁହେଁ, ଆମେ ଆମ ଅଧିକାର ସାବ୍ୟସ୍ତ କଲା ବେଳକୁ ଆମ ପ୍ରତି ଏଭଳି ଦୁର୍ବ୍ୟବହାର କରାଯାଉଛି”।

ଅନୁବାଦ : ଓଡ଼ିଶାଲାଇଭ୍‍

Sanskriti Talwar

Sanskriti Talwar is an independent journalist based in New Delhi, and a PARI MMF Fellow for 2023.

Other stories by Sanskriti Talwar
Editor : PARI Desk

PARI Desk is the nerve centre of our editorial work. The team works with reporters, researchers, photographers, filmmakers and translators located across the country. The Desk supports and manages the production and publication of text, video, audio and research reports published by PARI.

Other stories by PARI Desk
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE