ଜୟପୁରରେ ରାଜସ୍ଥାନ ପୋଲୋ କ୍ଲବରେ ଫେବୃୟାରୀ ମାସର ଏକ ଖରାଦିନରେ ଅପରାହ୍ଣ ୪ଟା ବାଜିଛି।

ଚାରିଜଣ ଲେଖାଏଁ ଖେଳାଳିଙ୍କୁ ନେଇ ଗଠିତ ଉଭୟ ଦଳ ପୋଜିସନରେ ଅଛନ୍ତି।

ଏହି ପ୍ରଦର୍ଶନୀ ମ୍ୟାଚ୍ ଲାଗି ପିଡିକେଏଫ୍ ଟିମର ଭାରତୀୟ ମହିଳାମାନେ ପୋଲୋଫ୍ୟାକ୍ଟୋରି ଇଣ୍ଟରନ୍ୟାସନାଲ ଟିମ୍ ବିପକ୍ଷରେ ଅଛନ୍ତି-ଏହା ଭାରତରେ ଖେଳାଯିବାକୁ ଥିବା ପ୍ରଥମ ଅନ୍ତର୍ଜାତୀୟ ମହିଳା ପୋଲୋ ମ୍ୟାଚ୍।

ପ୍ରତି ଖେଳାଳି ହାତରେ ଏକ କାଠର ବାଡ଼ି ଧରି ଆରମ୍ଭ କରିବାକୁ ପ୍ରସ୍ତୁତ ଅଛନ୍ତି। ଏହା ଅଶୋକ ଶର୍ମାଙ୍କର ସିଜନର ପ୍ରଥମ ମ୍ୟାଚ୍। କିନ୍ତୁ ସେ ଖେଳ ପାଇଁ ଅପରିଚିତ ନୁହନ୍ତି।

ତୃତୀୟ ପିଢ଼ିର ଜଣେ କାରିଗର ଅଶୋକଙ୍କ ନିକଟରେ ମାଲେଟ୍ ବା ବାଡ଼ି-ଯେକୌଣସି ପୋଲୋ ଖେଳାଳିଙ୍କ କିଟ୍ ଲାଗି ଆବଶ୍ୟକୀୟ ବେତ ଆଧାରିତ ଛଡ଼ି ବନାଇବାର ୫୫ ବର୍ଷର ଅନୁଭବ ରହିଛି। ନିଜ ପରିବାରର ୧୦୦ ବର୍ଷର ପରମ୍ପରା ସଂପର୍କରେ ସେ ଗର୍ବର ସହ କହିଲେ, ‘‘ମୁଁ ବାଡ଼ି ବନାଇବାର ଶିଳ୍ପରେ ଜନ୍ମ ହୋଇଥିଲି।’’ ହର୍ସବ୍ୟାକ୍ ପୋଲୋ ଦୁନିଆର ସବୁଠାରୁ ପୁରୁଣା ଅ ଶ୍ୱା ରୋହୀ ଖେଳ ମଧ୍ୟରୁ ଅନ୍ୟତମ।

Ashok Sharma outside the Jaipur Polo House where he and his family – his wife Meena and her nephew Jitendra Jangid craft different kinds of polo mallets
PHOTO • Shruti Sharma
Ashok Sharma outside the Jaipur Polo House where he and his family – his wife Meena and her nephew Jitendra Jangid craft different kinds of polo mallets
PHOTO • Shruti Sharma

ଜୟପୁର ପୋଲୋ ହାଉସ୍ ବାହାରେ ଅଶୋକ ଶର୍ମା(ବାମ) ଯେଉଁଠାରେ ସେ ଏବଂ ତାଙ୍କର ପରିବାର-ତାଙ୍କ ପତ୍ନୀ ମୀନା ଓ ତାଙ୍କର ପୁତୁରା ଜିତେନ୍ଦ୍ର ଜାଙ୍ଗିଡ୍ (ଡାହାଣ) ବିଭିନ୍ନ ପ୍ରକାର ପୋଲୋ ବାଡ଼ି ପ୍ରସ୍ତୁତ କରିଥାନ୍ତି

ସେ ଜୟପୁର ପୋଲୋ ହାଉସର ପରିଚାଳନା କରନ୍ତି ଯାହାକି ପୂରା ସହରରେ ସବୁଠୁ ପୁରୁଣା ଏବଂ ଅଧିକ ଚାହିଦା ଥିବା ୱାର୍କସପ୍ ବା କାର୍ଯ୍ୟଶାଳା। ଏହା ମଧ୍ୟ ତାଙ୍କର ଘର ଯେଉଁଠାରେ ସେ ତାଙ୍କର ପତ୍ନୀ ମୀନା ଏବଂ ତାଙ୍କର ୩୭ ବର୍ଷୀୟ ପୁତୁରା ଜିତେନ୍ଦ୍ର ଜାଙ୍ଗିଡ୍ ଯାହାଙ୍କୁ ଶ୍ରଦ୍ଧାରେ ‘ଜିତୁ’ ବୋଲି ଡକାଯାଇଥାଏ ତାଙ୍କ ସହ ବିଭିନ୍ନ ପ୍ରକାର ବାଡି ତିଆରି କରନ୍ତି। ସେମାନେ ରାଜସ୍ଥାନରେ ଅନ୍ୟାନ୍ୟ ପଛୁଆ ବର୍ଗ ଭାବେ ସୂଚୀବଦ୍ଧ ଜାଙ୍ଗିଡ୍ ସଂପ୍ରଦାୟର ଅନ୍ତର୍ଭୁକ୍ତ।

ପରସ୍ପରର ବିପରୀତରେ ଧାଡ଼ି ହୋଇ ଛିଡ଼ା ହୋଇଥିବା ଦଳ ମଧ୍ୟରେ ଅମ୍ପାୟାର ବଲ୍ ଘୂରାଇଲେ; ଏବଂ ମ୍ୟାଚ ଆରମ୍ଭ ହେବା ସହିତ ୭୨ ବର୍ଷୀୟ ଶର୍ମା ଉଦାସ ଅନୁଭବ କଲେ। ‘‘ମୁଁ ପଡ଼ିଆକୁ ସାଇକେଲ ନେଇ ଯାଉଥିଲି ଏବଂ ପରେ ଏକ ସ୍କୁଟର କିଣିଲି।’’ କିନ୍ତୁ ତାହା ୨୦୧୮ରେ ଶେଷ ହୋଇଗଲା ଯେତେବେଳେ ମସ୍ତିଷ୍କରେ ଏକ ହାଲକା ଷ୍ଟ୍ରୋକ ତାଙ୍କର ଯିବାଆସିବା କମାଇ ଦେଲା।

ଦୁଇଜଣ ପୁରୁଷ ଖେଳାଳି ଆସିଲେ ଏବଂ ‘‘ପୋଲି ଜୀ’’ ନମସ୍କାର ବୋଲି କହିଲେ, ଏହି ଡାକ ନାଁ ଅଶୋକଙ୍କୁ ତାଙ୍କର ନାନି(ଆଈମା’)ଙ୍କ ନିକଟରୁ ମିଳିଥିଲା ଯାହାକି ଜୟପୁରର ପୋଲୋ ସର୍କିଟରେ ପ୍ରସିଦ୍ଧ ହୋଇଯାଇଛି। ସେ କହିଲେ, ‘‘ଆଜିକାଲି ମୁଁ ଅଧିକ ଆସିବାକୁ ଚାହୁଁଛି ଯେପରିକି ଅଧିକ ଖେଳାଳିମାନେ ମୁଁ ଏବେ ମଧ୍ୟ କାମ କରୁଛି ବୋଲି ଜାଣିବେ ଏବଂ ତା’ ପରେ ସେମାନେ ସେମାନଙ୍କର ବାଡ଼ିକୁ ମରାମତି ଲାଗି ପଠାଇବେ।’’

ପ୍ରାୟ ଦୁଇ ଦଶନ୍ଧି ପୂର୍ବରୁ ଅଶୋକଙ୍କ କାରଖାନା (ୱାର୍କସପ୍)କୁ ଆସୁଥିବା ଜଣେ ପରିଦର୍ଶକଙ୍କୁ ପୂରା କାନ୍ଥଗୁଡ଼ିକରେ ସଂପୂର୍ଣ୍ଣ ହୋଇସାରି ସଜାଯାଇଥିବା ବାଡ଼ିର ଦୃଶ୍ୟ ସ୍ୱା ଗତ କରୁଥିଲା ସେଗୁଡିକ ଛାତରୁ ମୁଣ୍ଡ ଉପରକୁ କରି ଝୁଲୁଥିଲେ। ସେ କହନ୍ତି ଅଫ୍ ହ୍ୱାଇଟ୍ ରଙ୍ଗର କାନ୍ଥ ଟିକେ ହେଲେ ଦେଖାଯାଉନଥିଲା ଏବଂ ‘‘ବଡ଼ ଖେଳାଳିମାନେ ଆସୁଥିଲେ, ସେମାନଙ୍କର ପସନ୍ଦ ମୁତାବକ ଏକ ବାଡ଼ି ବାଛୁଥିଲେ, ମୋ ସହିତ ବସି ଚା’ ପିଉଥିଲେ ଏବଂ ଯାଉଥିଲେ।’’

ଖେଳ ଆରମ୍ଭ ହୋଇଯାଇଛି ଏବଂ ଆମେ ରାଜସ୍ଥାନ ପୋଲୋ କ୍ଲବର ପୂର୍ବତନ ସଚିବ ବେଦ ଆହୁଜାଙ୍କ ନିକଟରେ ଆମର ସିଟ୍ ପାଇଲୁ। ସେ ହସି କରି କହିଲେ ‘‘ସମସ୍ତେ ସେମାନଙ୍କର ବାଡ଼ିକୁ କେବଳ ପୋଲିଙ୍କ ନିକଟରୁ ତିଆରି କରାଇଛନ୍ତି’’। ଆହୁଜା ମନେ ପକାଇଲେ, ‘‘ପୋଲି ମଧ୍ୟ କ୍ଲବକୁ ବାଉଁଶ ମୂଳିଆ ବଲ୍ ଯୋଗାଇଥିଲେ।’’

Ashok with international polo-players who would visit in the 1990s for fittings, repairs and purchase of sticks
PHOTO • Courtesy: Ashok Sharma
The glass showcases that were once filled with mallets are now empty.
PHOTO • Shruti Sharma

ବାମ: ଅନ୍ତର୍ଜାତୀୟ ପୋଲୋ ଖେଳାଳିମାନଙ୍କ ସହିତ ଅଶୋକ(ମଝି) ଯେଉଁମାନେ ୧୯୯୦ ଦଶକରେ ଫିଟିଂ, ମରାମତି ଏବଂ ବାଡ଼ି କିଣିବା ପାଇଁ ଆସିବେ। ଡାହାଣ: କାଚ ସୋ’କେସଗୁଡ଼ିକ ଯାହା ଏକଦା ବାଡ଼ିରେ ପୂର୍ଣ୍ଣ ହୋଇ ରହୁଥିଲା ତାହା ଏବେ ଖାଲିପଡ଼ିଛି

ଅଶୋକ କହିଲେ, ଅତି ଧନୀ କିମ୍ବା ସେନାବାହିନୀର ସଦସ୍ୟମାନେ ପୋଲୋ ଖେଳିପାରିବାର ରିସ୍କ ନେଇପାରିବେ ଏବଂ ୧୯୮୨ ମସିହାରେ ସ୍ଥାପିତ ହୋଇଥିବା ଭାରତୀୟ ପୋଲୋ ଆସୋସିଏସନ (ଆଇପିଏ)ରେ ୨୦୨୩ ମଧ୍ୟରେ କେବଳ ୩୮୬ ଜଣ ଖେଳାଳି ପଞ୍ଜୀକୃତ ହୋଇଛନ୍ତି। ‘‘ଏକ ମ୍ୟାଚ୍ ଖେଳିବା ଲାଗି ଜଣେ ବ୍ୟକ୍ତିଙ୍କ ନିକଟରେ ନିଜର ଅତି କମ୍‌ରେ ୫-୬ଟି ଘୋଡ଼ା ଥିବା ଆବଶ୍ୟକ’’, ସେ କହିଲେ। କାରଣ ମ୍ୟାଚଗୁଡ଼ିକୁ ୪-୬ଟି ଛୁକ୍କର ରେ ଭାଗ କରାଯାଇଥାଏ ଏବଂ ପ୍ରତି ରାଉଣ୍ଡ ପରେ ପ୍ରତି ଖେଳାଳିଙ୍କୁ ଏକ ଭିନ୍ନ ଘୋଡ଼ା ଚଢ଼ିବାକୁ ହୋଇଥାଏ।

ବିଶେଷ କରି ରାଜସ୍ଥାନରେ ପୂର୍ବତନ ରାଜାମାନେ ଖେଳର ପୃଷ୍ଠପୋଷକ ଥିଲେ। ସେ କହିଲେ, ମୋର ଦାଦା କେଶୁ ରାମ ଯୋଧପୁର ଏବଂ ଜୟପୁରର ଶାସକମାନଙ୍କ ଲାଗି ପୋଲୋ ବାଡ଼ି ବନାଇଥିଲେ।’’

ବିଗତ ତିନି ଦଶନ୍ଧି ହେଲା ଆର୍ଜେଣ୍ଟିନା ଖେଳ, ଉତ୍ପାଦନ ଏବଂ ନିୟନ୍ତ୍ରଣ କ୍ଷେତ୍ରରେ ପୋଲୋ ଦୁନିଆରେ ରାଜ୍ କରୁଛି। ଅଶୋକ ଆହୁରି ଯୋଗ କଲେ, ‘‘ସେମାନଙ୍କର ପୋଲୋ ବାଡ଼ି ଏବଂ ଫାଇବର ଗ୍ଲାସ ବଲ୍ ଭଳି ସେମାନଙ୍କର ପୋଲୋ ଘୋଡ଼ା ଭାରତରେ ସୁପରହିଟ୍ ହୋଇଛି। ଏପରିକି ଖେଳାଳିମାନେ ତାଲିମ ଲାଗି ଆର୍ଜେଣ୍ଟିନା ବି ଯାଉଛନ୍ତି।’’

ସେ କହିଲେ, ‘‘ଆର୍ଜେଣ୍ଟିନାର ବାଡ଼ି ଯୋଗୁ ମୋ କାମ ବନ୍ଦ ହୋଇଯାଇଥାନ୍ତା, କିନ୍ତୁ ସୌଭାଗ୍ୟକୁ ୩୦-୪୦ ବର୍ଷ ପୂର୍ବରୁ ମୁଁ ସାଇକେଲ ପୋଲୋ ବାଡ଼ି ବନାଇବା ଆରମ୍ଭ କରିଥିଲି, ତେଣୁ ମୋ ପାଖରେ ଏବେ ବି କାମ ଅଛି।’’

ସାଇକେଲ ପୋଲୋ ଯେକୌଣସି ଭାବେ ତିଆରି ହୋଇଥିବା ଏବଂ ଯେକୌଣସି ଆକୃତିର ଏକ ସାଧାରଣ ସାଇକେଲ ଉପରେ ଖେଳା ଯାଇଥାଏ। ଅଶୋକ କହିଲେ, ଘୋଡାସବାର ପ୍ରତିପକ୍ଷଙ୍କ ବିପରୀତ ଭାବେ ‘‘ଏହି ଖେଳ ସାଧାରଣ ଲୋକଙ୍କ ପାଇଁ।’’ ତାଙ୍କର ବାର୍ଷିକ ରୋଜଗାର ପ୍ରାୟ ୨.୫ ଲକ୍ଷ ଟଙ୍କା ସାଇକେଲ ପୋଲୋ ବାଡ଼ି ବନାଇବାରୁ ଆସିଥାଏ।

Ashok says that years of trial and error at the local timber market have made him rely on imported steam beech and maple wood for the mallet heads.
PHOTO • Shruti Sharma
Jeetu begins the process of turning this cane into a mallet. He marks one cane to between 50 to 53 inches for horseback polo and 32 to 36 inches for cycle polo
PHOTO • Shruti Sharma

ବାମ: ଅଶୋକ କହନ୍ତି ଯେ ସ୍ଥାନୀୟ କାଠ ବଜାରରେ ବର୍ଷ ବର୍ଷର ପରୀକ୍ଷଣ ଏବଂ ତ୍ରୁଟି ତାଙ୍କୁ ବାଡ଼ିର ମୁଣ୍ଡ ତିଆରି କରିବାକୁ ଆମଦାନୀ ହେଉଥିବା ଷ୍ଟିମ ବିଚ୍ ଏବଂ ମାପଲ ଉଡ୍ ଉପରେ ନିର୍ଭର କରିବାକୁ ବାଧ୍ୟ କରିଛି। ଡାହାଣ: ଜିତୁ ଏହି ବେତରୁ ଏକ ବାଡ଼ି ତିଆରି କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସେ ହର୍ସବ୍ୟାକ୍ ପୋଲୋ ପାଇଁ ଗୋଟିଏ ବେତକୁ ୫୦-୫୩ ଇଞ୍ଚ ମଧ୍ୟରେ ଚିହ୍ନ ଦେଇଛନ୍ତି ଏବଂ ସାଇକେଲ ପୋଲୋ ପାଇଁ ୩୨-୩୬ ଇଞ୍ଚ ମଧ୍ୟରେ ଚିହ୍ନ ଦେଇଛନ୍ତି

ଅଶୋକଙ୍କୁ କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶର ସାଧାରଣ ନାଗରିକ ଏବଂ ସେନା ଟିମଗୁଡିକ ପ୍ରତ୍ୟେକଙ୍କ ପକ୍ଷରୁ ୧୦୦ରୁ ଅଧିକ ସାଇକେଲ ପୋଲୋ ବାଡି ପାଇଁ ଅର୍ଡର ମିଳିଥାଏ। ନିଜର ପ୍ରତ୍ୟେକ ବାଡି ବିକ୍ରି କରି ସେ କାହିଁକି ମାତ୍ର ୧୦୦ ଟଙ୍କା ରୋଜଗାର କରିଥାନ୍ତି ତାହା ବୁଝାଇ ସେ କହିଲେ, ‘‘ଖେଳାଳି ସାଧାରଣ ଭାବେ ଗରିବ ଥାନ୍ତି, ତେଣୁ ମୋତେ ସେଥିଲାଗି ଅନୁମତି ଦେବାକୁ ହେବ।’’ ସେ ମଧ୍ୟ ଓଟ ପୋଲୋ ଏବଂ ହାତୀ ପୋଲୋ ଯାହାକି ସେତେ ଅଧିକ ଆୟୋଜିତ ହୋଇନଥାଏ ଏବଂ ଛୋଟ ଉପହାର ସେଟ୍ ପାଇଁ ବାଡ଼ି ଅର୍ଡର ନେଇଥାନ୍ତି।

ଆମେ ପଡ଼ିଆରୁ ବାହାରିବା ସମୟରେ ଅଶୋକ କହିଲେ, ‘‘ଆଜିକାଲି ବଡ଼ କଷ୍ଟରେ କୌଣସି ଦର୍ଶକଙ୍କୁ ଦେଖିବାକୁ ମିଳୁଛି।’’

ଯେତେବେଳେ ପଡିଆରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ ଖେଳାଯାଇଥିଲା, ସେ ମନେ ପକାଇଲେ ଯେ ସେଥିରେ ପ୍ରାୟ ୪୦ ହଜାରରୁ ଅଧିକ ଲୋକ ଯୋଗ ଦେଇଥିଲେ ଏବଂ କିଛି ଲୋକ ତ ମ୍ୟାଚ ଦେଖିବାକୁ ଗଛ ଉପରେ ବସି ଯାଇଥିଲେ। ଏହି ଭଳି ସ୍ମୃତି ସମୟ ସହିତ ଖାପ ଖୁଆଇବା ଲାଗି ତାଙ୍କର ଚିନ୍ତାଧାରାକୁ ବଜାୟ ରଖିଥାଏ ଏବଂ ବାଡ଼ି ବନାଇବାର ତାଙ୍କ ପରିବାରର ସୁଦୀର୍ଘ ପରମ୍ପରାକୁ ଜାରି ରଖେ।

*****

‘‘ଲୋକମାନେ ମୋତେ ପଚାରନ୍ତି, ଏହି କାମରେ କ’ଣ କୌଣସି ଶିଳ୍ପ କୌଶଳ ରହିଛି? ଏହା କେବଳ ଏକ ବେତ।’’

ସେ କହନ୍ତି ଏକ ବାଡି ବନାଇବା, ‘‘ ଖେଳର ଅଦ୍ଭୁତ ଅନୁଭବ ଯାଏ ପହଞ୍ଚିବା ଲାଗି ବିଭିନ୍ନ ପ୍ରାକୃତିକ କଞ୍ଚାମାଲକୁ ଏକା ସାଙ୍ଗରେ ପ୍ରସ୍ତୁତ କରିବାର ପରିଣାମ। ଏହି ଅନୁଭବ ହେଉଛି ସନ୍ତୁଳନ, ନମନୀୟତା, ଶକ୍ତି ଏବଂ ହାଲୁକାପଣର ସମ୍ମିଶ୍ରଣ। ଏହା ବିଲକୁଲ ଝଟକାଦାର ହେବା ଅନୁଚିତ୍।’’

ଦୀର୍ଘ ବର୍ଷ ଧରି ସେ ନିଜର କାର୍ଯ୍ୟଶାଳାରେ ଖେଳର ଏହି ଅନୁଭବ କୁ ଆକାର ଦେଇଛନ୍ତି। ‘ଜୟପୁର ପୋଲୋ ହାଉସ୍’ ଫଳକ ଲେଖା ହୋଇଥିଲେ ବି ଜଣେ ସହଜରେ ତାଙ୍କ ଘରର ପ୍ରବେଶ ଦ୍ୱା ରକୁ ପାଇବ ନାହିଁ।

ଆମେ ତାଙ୍କ ଘରର ତୃତୀୟ ମହଲାରେ ଥିବା କାର୍ଯ୍ୟଶାଳାକୁ ଯିବା ଲାଗି କମ୍ ଆଲୋକ ଥିବା ଅଣଓସାରିଆ ସିଡ଼ି ପାହାଚରେ ଗୋଟିଏ ଗୋଟିଏ ପାଦ ପକାଇ ଚଢ଼ିଲୁ। ଷ୍ଟ୍ରୋକ ପରେ ଏହା ତାଙ୍କ ଲାଗି କଷ୍ଟକର ବୋଲି ସେ କହିଲେ, କିନ୍ତୁ ସେ ଦୃଢ ସଂକଳ୍ପବଦ୍ଧ। ହର୍ସବ୍ୟାକ୍ ପୋଲୋ ବାଡ଼ିର ମରାମତି ସାରା ବର୍ଷ ଚାଲୁଥିବାବେଳେ, ସାଇକେଲ ପୋଲୋ ବାଡ଼ି ତିଆରି କେବଳ ନିର୍ଦ୍ଦିଷ୍ଟ ଋତୁରେ ସେପ୍ଟେମ୍ବରରୁ ମାର୍ଚ୍ଚ ମଧ୍ୟରେ  ଅଧିକ ହୋଇଥାଏ।

Meena undertakes the most time consuming aspects of making mallets – strengthening the shaft and binding the grip
PHOTO • Shruti Sharma
in addition to doing the household work and taking care of Naina, their seven-year old granddaughter
PHOTO • Shruti Sharma

ମୀନା(ବାମ) ବାଡ଼ି  ବନାଇବାର ସବୁଠୁ ଅଧିକ ସମୟ ଲାଗୁଥିବା ଦିଗ ଉପରେ କାମ କରିଥାନ୍ତି-ବେଣ୍ଟକୁ ମଜଭୁତ କରିବା ଏବଂ ଗ୍ରୀପକୁ ବାନ୍ଧିବା –ଘର କାମ କରିବା ଓ ସେମାନଙ୍କର ୭ ବର୍ଷର ନାତୁଣୀ ନୈନା(ଡାହାଣ)ଙ୍କର ଯତ୍ନ ନେବା ସହିତ ସେ ଏହି କାମ କରିଥାନ୍ତି

ଅଶୋକ କହିଲେ, ‘‘କଠିନ କାମଗୁଡ଼ିକ ଜିତୁ ଉପରେ କରିଥାଏ।’’ ‘‘ମ୍ୟାଡାମ ଏବଂ ମୁଁ ବଳକା କାମକୁ ତଳେ ଆମର କୋଠରୀରେ କରୁ।’’ ସେ ନିଜ ପାଖରେ ବସିଥିବା ପତ୍ନୀ ମୀନାଙ୍କ ଉଦ୍ଦେଶ୍ୟରେ ‘ମ୍ୟାଡାମ’ ବୋଲି କହିଲେ। ଶର୍ମା ତାଙ୍କୁ ‘ବସ୍ ’ କହିବା ଜାରି ରଖିବାରୁ ନିଜର ୬୦ ଦଶକରେ ପହଞ୍ଚିଥିବା ମୀନା ହସିଲେ; ସେ ଆମର କଥାବାର୍ତ୍ତାକୁ ଅଧା ଶୁଣୁଥିବାବେଳେ ନିଜର ଫୋନ୍ ମାଧ୍ୟମରେ ଜଣେ ସମ୍ଭାବିତ ଗ୍ରାହକଙ୍କୁ ଛୋଟ ବାଡ଼ି ସେଟଗୁଡ଼ିକର ନମୂନା ଫଟୋ ପଠାଉଥିଲେ।

ତାହା ସରିଯିବା ପରେ ସେ ଆମ ଖାଇବା ଲାଗି କଚୋଡ଼ି ଛାଣିବାକୁ ରୋଷେଇ ଘରକୁ ଗଲେ। ମୀନା କହିଲେ, ‘‘ମୁଁ ବିଗତ ୧୫ ବର୍ଷ ହେଲା ପୋଲୋ କାମ କରୁଛି।’’

କାନ୍ଥରୁ ଏକ ପୁରୁଣା ବାଡ଼ି ବାହାର କରିବା ସମୟରେ ସେ ଏକ ପୋଲୋ ବାଡ଼ିର ୩ଟି ମୁଖ୍ୟ ଉପାଦାନ ସଂପର୍କରେ ଇଙ୍ଗିତ କଲେ: ଏକ ବେତ ବେଣ୍ଟ, ଏକ କାଠ ମୁଣ୍ଡ ଏବଂ ଏକ ସୂତା ଦଉଡି ଲାଗିଥିବା ଏକ ରବର କିମ୍ବା ରେକ୍ସିନ୍ ଗ୍ରୀପ୍ ହ୍ୟାଣ୍ଡଲ। ପ୍ରତି ଉପାଦାନର ପ୍ରସ୍ତୁତି ତାଙ୍କ ପରିବାରର ଭିନ୍ନ ଭିନ୍ନ ସଦସ୍ୟଙ୍କ ମାଧ୍ୟମରେ ହୋଇଥାଏ।

ପ୍ରକ୍ରିୟା ଜିତୁଙ୍କଠାରୁ ଆରମ୍ଭ ହୋଇଥାଏ ଯିଏକି ଘରର ତୃତୀୟ ମହଲାରେ କାମ କରୁଛନ୍ତି। ସେ ବେତକୁ କାଟିବା ଲାଗି ନିଜେ ତିଆରି କରିଥିବା ଏକ ମେସିନକୃତ କଟର ବ୍ୟବହାର କରନ୍ତି। ଏହି ବେତକୁ ପତଳା କରିବା ଲାଗି ସେ ଏକ ରନ୍ଦା (ସମାନ କରିବାକୁ)ର ବ୍ୟବହାର କରିଥାନ୍ତି ଯାହାକି ବେଣ୍ଟକୁ ନମନୀୟ କରିଦେଇଥାଏ ଏବଂ ଖେଳିବା ସମୟରେ ବଙ୍କା ହେବା ଲାଗି ଅନୁମତି ହୋଇଥାଏ।

ଅଶୋକ କହନ୍ତି, ‘‘ଆମେ ବେତର ତଳେ କଣ୍ଟା ଲଗାଇନଥାଉ କାରଣ ଏହାଯୋଗୁଁ ଘୋଡାଗୁଡ଼ିକୁ ଆଘାତ ଲାଗିପାରେ।’’ ସେ ଆହୁରି ଯୋଗ କଲେ, ‘‘ମାନୋ ଅଗର ଘୋଡା ଲଙ୍ଗଡା ହୋ ଗୟା ତୋ ଆପକେ ଲାଖୋଁ ରୁପୟେ ବେକାର [ଯଦି ଘୋଡା ଛୋଟା ହୋଇଯାଏ ତା’ ହେଲେ ଆପଣଙ୍କର ଲକ୍ଷ ଲକ୍ଷ ଟଙ୍କା ନଷ୍ଟ ହୋଇଯାଏ]।’’

Jeetu tapers the cane into a shaft for it to arc when in play. He makes a small slit at the end of this shaft
PHOTO • Shruti Sharma
He makes a small slit at the end of this shaft and then places it through the mallet’s head.
PHOTO • Shruti Sharma

ଖେଳିବା ସମୟରେ ବାଙ୍କିବା ଲାଗି ଜିତୁ ବେତକୁ ଏକ ବେଣ୍ଟରେ ପରିଣତ କରିବାକୁ ପତଳା କରୁଛନ୍ତି। ସେ ଏହି ବେଣ୍ଟର ଶେଷ ଭାଗରେ (ବାମ) ଏକ ଛୋଟ କଣା କଲେ ଏବଂ ପରେ ଏହାକୁ ବାଡ଼ିର ମୁଣ୍ଡ (ଡାହାଣ) ଦେଇ ପୁରାଇଲେ

ଜିତୁ କହିଲେ, ‘‘ମୋର କାମ ସବୁବେଳେ ପ୍ରଯୁକ୍ତିଗତ ରହିଆସିଛି।’’ ସେ ପୂର୍ବରୁ ଆସବାବପତ୍ର ତିଆରି କରୁଥିଲେ ଏବଂ ବର୍ତ୍ତମାନ ରାଜସ୍ଥାନ ସରକାରଙ୍କ ସୱାଇ ମାନ ସିଂହ ହସ୍ପିଟାଲରେ ‘ଜୟପୁର ଫୁଟ’ ବିଭାଗରେ କାର୍ଯ୍ୟରତ ଯାହାକି ଶସ୍ତାରେ କୃତ୍ରିମ ଗୋଡ଼ କିମ୍ବା ହାତ ବନାଇବା ଲାଗି ତାଙ୍କ ଭଳି କାରିଗରଙ୍କ ଉପରେ ନିର୍ଭର କରିଥାଏ।

ବାଡ଼ିର ଅଗ୍ରଭାଗକୁ ଇଙ୍ଗିତ କରି ଜିତୁ ବେତ ବେଣ୍ଟ ଦେଇ ଯିବା ଲାଗି ଏକ ଛେଦ (କଣା) ବନାଇବାକୁ ସେ କିପରି ଏକ ଡ୍ରିଲିଂ ମେସିନ୍ ବ୍ୟବହାର କରନ୍ତି ତାହା ଦର୍ଶାଇଲେ। ସେ ଏହାପରେ ବେତ ବେଣ୍ଟକୁ ମୀନାଙ୍କୁ ହସ୍ତାନ୍ତର କଲେ ଯିଏକି ତାକୁ ରଖିଲେ।

ତଳ ମହଲାରେ ସେମାନଙ୍କର ଦୁଇଟି ଶୋଇବା ଘର ସହିତ ରୋଷେଇ ଘର ରହିଛି। ମୀନା ଏହି ସବୁ ସ୍ଥାନ ମଧ୍ୟରେ କାମ କରନ୍ତି, ଆବଶ୍ୟକତା ଅନୁସାରେ ସହଜରେ ଏପଟ ସେପଟ ହୋଇଥାନ୍ତି। ସେ ରୋଷେଇ କରିବା ପରେ ଏବଂ ପୂର୍ବରୁ ଦିନ ୧୨ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ଅପରାହ୍ଣରେ ବାଡି ବନାଇବାର କାମ ରଖିବାକୁ ଯୋଜନା କରିଥାନ୍ତି। କିନ୍ତୁ ଯେତେବେଳେ ସ୍ୱଳ୍ପ ଅବଧି ମଧ୍ୟରେ ଅର୍ଡର ଆସେ, ତାଙ୍କୁ ଅଧିକ ସମୟ ଦେବାକୁ ହୋଇଥାଏ।

ମୀନା ବାଡ଼ି ବନାଇବାର ସବୁଠୁ ଅଧିକ ସମୟ ଲାଗୁଥିବା ଦିଗ ଉପରେ କାମ କରିଥାନ୍ତି-ବେଣ୍ଟକୁ ମଜଭୁତ କରିବା ଏବଂ ଗ୍ରୀପକୁ ବାନ୍ଧିବା। ଏଥିରେ ବେଣ୍ଟର ପତଳା ମୁଣ୍ଡରେ ଫେଭିକଲ ଅଠାରେ ବୁଡ଼ାଯାଇଥିବା ତୁଳାର ଷ୍ଟ୍ରିପକୁ ସାବଧାନତାର ସହ ଗୁଡାଇବା ସାମିଲ। ଥରେ ଏହି କାମ ହୋଇଗଲେ ତାର ଆକାରକୁ ଅକ୍ଷୁର୍ଣ୍ଣ ରଖିବାକୁ ତାଙ୍କୁ ବେଣ୍ଟକୁ ସିଧା ଭାବେ ମାଟି ଉପରେ ୨୪ ଘଣ୍ଟା ଧରି ଶୁଖାଇବାକୁ ହୋଇଥାଏ।

ଏହାପରେ ସେ ରବର କିମ୍ବା ରେକ୍ସିନ ଗ୍ରିପକୁ ବାନ୍ଧନ୍ତି ଏବଂ ଅଠା ଓ କଣ୍ଟାର ବ୍ୟବହାର କରି ମୋଟା ହ୍ୟାଣ୍ଡଲଗୁଡିକରେ ସୂତାର ଦଉଡି ବାନ୍ଧିଥାନ୍ତି। ଏହି ଗ୍ରିପ୍ ସ୍ପଷ୍ଟ ଭାବେ ସୁନ୍ଦର ଏବଂ ଦଉଡ଼ି ଶକ୍ତ ହେବା ଦରକାର ଯେପରିକି ବାଡ଼ିଟି ଖେଳାଳିଙ୍କ ହାତରୁ ଖସିବ ନାହିଁ।

Meena binds rubber or rexine grips and fastens cotton slings onto the thicker handles using glue and nails. This grip must be visibly neat, and the sling strong, so that the stick does not slip out of the player’s grasp
PHOTO • Shruti Sharma
Meena binds rubber or rexine grips and fastens cotton slings onto the thicker handles using glue and nails. This grip must be visibly neat, and the sling strong, so that the stick does not slip out of the player’s grasp
PHOTO • Shruti Sharma

ମୀନା ରବର କିମ୍ବା ରେକ୍ସିନ ଗ୍ରୀପକୁ ବାନ୍ଧନ୍ତି ଏବଂ ଅଠା ଓ କଣ୍ଟାର ବ୍ୟବହାର କରି ମୋଟା ହ୍ୟାଣ୍ଡଲଗୁଡ଼ିକରେ ସୂତା ଦଉଡ଼ି ବାନ୍ଧିଥାନ୍ତି। ଏହି ଗ୍ରୀପ୍ ସ୍ପଷ୍ଟ ଭାବେ ସୁନ୍ଦର ଏବଂ ଦଉଡ଼ି ଶକ୍ତ ହେବା ଆବଶ୍ୟକ ଯେପରିକି ବାଡ଼ିଟି ଖେଳାଳିଙ୍କ କବଜାରୁ ଖସିବ ନାହିଁ

ଏହି ଦମ୍ପତିଙ୍କର ୩୬ ବର୍ଷୀୟ ପୁଅ ସତ୍ୟମ ପୂର୍ବରୁ ଏହି ସବୁ କାମରେ ସାହାଯ୍ୟ କରୁଥିଲେ କିନ୍ତୁ ଏକ ରାସ୍ତା ଦୁର୍ଘଟଣାରେ ତାଙ୍କ ଗୋଡ଼ରେ ୩ଟି ଅସ୍ତ୍ରୋପଚାର ହେବା ପରେ ସେ ଏବେ ତଳେ ବସିବାରେ ସକ୍ଷମ ନୁହନ୍ତି। କିଛି ସଂଧ୍ୟାରେ ସେ ରାତ୍ରିଭୋଜନ ଲାଗି ସବଜି (ତରକାରୀ) ବନାଇ କିମ୍ବା ଡାଲିରେ ଢାବା ଶୈଳୀରେ ତଡକା (ଛୁଙ୍କ ଦେବା) ଦେଇ ରୋଷେଇଘରେ ସାହାଯ୍ୟ କରିଥାନ୍ତି।

ତାଙ୍କର ପତ୍ନୀ ରାକ୍ଷୀ ସେମାନଙ୍କ ଘରଠାରୁ ପାଦଚଲା ରାସ୍ତା ଦୂରରେ ଥିବା ଏକ ପିଜା ହଟ୍‌ରେ ସପ୍ତାହରେ ୭ ଦିନ ସକାଳ ୯ଟାରୁ ରାତି ୯ଟା ଯାଏ କାମ କରିଥାନ୍ତି। ସେ ଘରେ ସେମାନଙ୍କ ଝିଅ ନୈନା ସହ ମିଶି ଯେକୌଣସି ଫାଙ୍କା ସମୟରେ ମହିଳାଙ୍କ ପୋଷାକ ଯେପରିକି ବ୍ଲାଉଜ ଏବଂ କୁର୍ତ୍ତା ସିଲାଇ କରିଥାନ୍ତି। ୭ ବର୍ଷୀୟ ନୈନା ପ୍ରାୟତଃ ସତ୍ୟମଙ୍କର ମାର୍ଗଦର୍ଶନରେ ତାଙ୍କର ହୋମୱାର୍କ ସାରିଥାନ୍ତି।

ନୈନା ଏକ ୯ ଇଞ୍ଚର ଛୋଟ ବାଡ଼ି ସହ ଖେଳୁଛନ୍ତି। ଦୁଇଟି ବାଡ଼ିର ଏକ ଛୋଟ ସେଟ୍, ଏକ କାଠର ଆଧାରରେ ବଲ୍ ଭଳି ଏକ କୃତ୍ରିମ ମୋତିର ଦାମ୍ ୬୦୦ ଟଙ୍କା। ମୀନା କହନ୍ତି ଉପହାର ଦେବାଲାଗି ଛୋଟ ବାଡ଼ିକୁ ତିଆରି କରିବା ବଡ଼ ବାଡ଼ି ଯେଉଁଗୁଡ଼ିକ ଖେଳାଯାଇଥାଏ ତା’ ଅପେକ୍ଷା ଅଧିକ କଷ୍ଟକର। ‘‘ସେଗୁଡ଼ିକ ଲାଗି କାମ କରିବା ଅଧିକ ଜଟିଳ।’’

ବାଡ଼ି ପ୍ରସ୍ତୁତ କରିବା ସମୟରେ ଦୁଇଟି ଭିନ୍ନ ଖଣ୍ଡ- ମୁଣ୍ଡ ଏବଂ ବେତ ବେଣ୍ଟକୁ ଏକାଠି ଯୋଡ଼ିବାକୁ ସବୁଠୁ ପରିଭାଷିତ କାମ ବୋଲି ମନେ କରାଯାଏ। ଏହି ପର୍ଯ୍ୟାୟ ବାଡ଼ିର ସନ୍ତୁଳନକୁ ନିର୍ଦ୍ଧାରିତ କରିଥାଏ। ମୀନା କହିଲେ, ‘‘ସନ୍ତୁଳନ ହେଉଛି ଏପରି ଏକ ଜିନିଷ ଯାହାକୁ ସମସ୍ତେ ଠିକ୍ ଭାବେ ନିର୍ଦ୍ଧାରଣ କରିପାରିବେ ନାହିଁ।’’ ଏହା ଉପକରଣର ଏକ ଅଦ୍ଭୁତ ବିଶେଷତା ଏବଂ ଅଶୋକ ହାଲକା ଭାବେ ଉତ୍ତର ଦେଲେ ଯେ ‘‘ମୁଁ ତାହା ହିଁ କରେ।’’

ନିଜର ବାମ ଗୋଡ଼କୁ ଲମ୍ବାଇ ଚଟାଣ ଉପରେ ଏକ ଲାଲ୍ ଗଦି (କୁସନ୍) ଉପରେ ବସି ସେ ବାଡ଼ିର ମୁଣ୍ଡରେ ହୋଇଥିବା କଣାର ଚାରିପଟେ ଅଠା ଲଗାଇଲେ ଯେତେବେଳେକି ତାଙ୍କର ପାଦର ବୁଢା ଆଙ୍ଗୁଳି ଏବଂ ତର୍ଜନୀ ମଧ୍ୟରେ ବେତ ବେଣ୍ଟ ରହିଥିଲା। ବିଗତ ସାଢେ ୫ ଦଶକ ମଧ୍ୟରେ ସେ କେତେ ଥର ବେତ ବେଣ୍ଟକୁ ତାଙ୍କର ପାଦର ଆଙ୍ଗୁଳି ମଧ୍ୟରେ ରଖିଛନ୍ତି ବୋଲି ପଚରାଯିବାରୁ ଅଶୋକ କହିଲେ, ‘‘କୌଣସି ଗଣନା ନାହିଁ’’।

This photo from 1985 shows Ashok setting the balance of the mallet, a job only he does. He must wedge a piece of cane onto the shaft to fix it onto the mallet’s head and hammer it delicately to prevent the shaft from splitting completely.
PHOTO • Courtesy: Ashok Sharma
Mo hammad Shafi does varnishing and calligraphy
PHOTO • Jitendra Jangid

୧୯୮୫ ମସିହାର ଏହି ଫଟୋ(ବାମ)ରେ ଅଶୋକ ବାଡ଼ିର ସନ୍ତୁଳନ ନିର୍ଦ୍ଧାରଣ କରୁଥିବା ଦେଖିବାକୁ ମିଳୁଛି, ଏହି କାମକୁ ସେ ହିଁ କେବଳ କରିଥାନ୍ତି। ତାଙ୍କୁ ବାଡିର ମୁଣ୍ଡରେ ସ୍ଥିର ଭାବେ ଲଗାଇବା ଲାଗି ବେଣ୍ଟରେ ବେତର ଏକ ଖଣ୍ଡ ଲଗାଇବା ଆବଶ୍ୟକ ଏବଂ ବେଣ୍ଟକୁ ସଂପୂର୍ଣ୍ଣ ଭାବେ ବିଖଣ୍ଡିତ ହେବାରୁ ରୋକିବାକୁ ତାକୁ ହାଲକା ଭାବେ ପିଟିବା ଦରକାର। ମହମ୍ମଦ ଶାଫି(ଡାହାଣ) ବାର୍ନିଶିଂ ଏବଂ ଲେଖା କାମ କରନ୍ତି

‘‘ ୟେ ଚୁଡି ହୋ ଯାଏଗୀ, ଫିକ୍ସ ହୋ ଯାଏଗୀ ଫିର୍ ୟେ ବାହାର ନେହିଁ ନିକଲେଗୀ [ଏହା ଏକ ଚୁଡ଼ିର ରୂପ ଧାରଣ କରିବ ଏବଂ ଏହି ଚୁଡ଼ିର ରିମ୍ ମଧ୍ୟରେ ରହିଯିବ। ତାପରେ ଏହା ବାହାରିବ ନାହିଁ,’’ ଜିତୁ ବୁଝାଇଲେ। ଏକ ବଲ୍‌ର ନିରନ୍ତର ପ୍ରଭାବକୁ ସାମ୍ନା କରିବା ଲାଗି ବେତ ଏବଂ କାଠକୁ ଦୃଢ ଭାବେ ଯୋଡ଼ା ଯାଇଥାଏ।

ଗୋଟିଏ ମାସରେ ପ୍ରାୟତଃ ୧୦୦ଟି ବାଡ଼ି ତିଆରି ହୋଇଥାଏ। ତା’ ପରେ ସେଗୁଡ଼ିକୁ ବିଗତ ୪୦ ବର୍ଷ ହେଲା ଅଶୋକଙ୍କର ସହଯୋଗୀ ଥିବା ମହମ୍ମଦ ଶାଫି ବାର୍ନିଶ କରିଥାନ୍ତି। ବାର୍ନିଶ ସେଗୁଡ଼ିକୁ ଚିକଚିକ୍ ରୂପ ପ୍ରଦାନ କରିଥାଏ ଏବଂ ଆର୍ଦ୍ରତା ଓ ଧୂଳିରୁ ସୁରକ୍ଷା ଦିଏ। ଶାଫି ବାଡିର ଉଚ୍ଚତାକୁ ଗୋଟିଏ ପଟରେ ରଙ୍ଗରେ ଲେଖିଲେ ଏବଂ ହ୍ୟାଣ୍ଡଲ ତଳେ ‘ଜୟପୁର ପୋଲୋ ହାଉସ୍’ର ଷ୍ଟିକର ଲଗାଇ କାମ ଶେଷ କଲେ।

ଏକ ବାଡ଼ି ବନାଇବା ଲାଗି କଞ୍ଚାମାଲର ଦାମ୍ ହେଉଛି ୧୦୦୦ ଟଙ୍କା ଏବଂ ଅଶୋକ କହନ୍ତି ବିକ୍ରି ସମୟରେ ସେ ସେହି ଟଙ୍କାର ଅଧା ବି ଆଦାୟ କରିପାରନ୍ତି ନାହିଁ। ସେ ବାଡ଼ିକୁ ୧୬୦୦ ଟଙ୍କାରେ ବିକ୍ରି କରିବାକୁ ଉଦ୍ୟମ କରନ୍ତି, କିନ୍ତୁ ସବୁବେଳେ ସଫଳ ହୁଅନ୍ତି ନାହିଁ। ସେ କହିଲେ, ‘‘ଖେଳାଳିମାନେ ଭଲ ଟଙ୍କା ଦିଅନ୍ତି ନାହିଁ। ଏକ ହଜାର, ୧୨ ଶହ[ଟଙ୍କା] ଏହାହିଁ ଦେବାକୁ ସେମାନେ ପ୍ରସ୍ତାବ ଦେଇଥାନ୍ତି।’’

ଏକ ବାଡ଼ିର ପ୍ରତ୍ୟେକ ଭାଗକୁ କିଭଳି ଧ୍ୟାନର ସହ ଗ୍ରହଣ କରାଯାଇଥାଏ ତାହା ଦର୍ଶାଇ ସେ କମ୍ ଲାଭ ନେଇ ଅବସୋସ ପ୍ରକାଶ କଲେ। ଅଶୋକ କହିଲେ, ‘‘ବେତ[ କେବଳ] ଆସାମ ଏବଂ ରେଙ୍ଗୁନରୁ କୋଲକାତାକୁ ଆସିଥାଏ।’’ ଏହା ଠିକ୍ ଆର୍ଦ୍ରତା ସାମଗ୍ରୀ, ନମନୀୟତାର ପରିମାଣ, ଘନ ତ୍ୱ ଏବଂ ମୋଟେଇ ସହିତ ଯୋଗ୍ୟ ହେବା ଆବଶ୍ୟକ।

ଅଶୋକ କହିଲେ, ‘‘କୋଲକାତାର ଯୋଗାଣକାରୀଙ୍କ ନିକଟରେ ମୋଟା ବେତ ରହିଛି ଯାହାକି ପୁଲିସକର୍ମୀଙ୍କ ଲାଗି ବାଡ଼ି ଏବଂ ବୟସ୍କଙ୍କ ପାଇଁ ଚାଲିବା ସମୟରେ ଧରାଯାଉଥିବା ବାଡ଼ି ବନାଇବା ଲାଗି ଉପଯୁକ୍ତ। ସେଥିମଧ୍ୟରୁ ୧ହଜାରରୁ କେବଳ ଶହେ ହିଁ ମୋର ଆବଶ୍ୟକତା ପୂରଣ କରିଥାଏ।’’ ତାଙ୍କର ଅଧିକାଂଶ ଯୋଗାଣକାରୀ ଯେଉଁ ବେତ ପଠାଇଥାନ୍ତି ସେଗୁଡ଼ିକ ବାଡ଼ି ବନାଇବା ଲାଗି ବହୁତ ମୋଟା ହୋଇଥାଏ ଏବଂ ତେଣୁ ଉପଯୁକ୍ତ ବେତର ବ୍ୟବସ୍ଥା କରିବା, ବାଛିବା ଏବଂ ଆଣିବା ଲାଗି ସେ ମହାମାରୀ ପୂର୍ବରୁ  ପ୍ରତିବର୍ଷ କୋଲକାତା ଯାଉଥିଲେ। ‘‘ବର୍ତ୍ତମାନ ମୋ ପକେଟରେ ଏକ ଲକ୍ଷ ଟଙ୍କା ହେଲେ ହିଁ ମୁଁ କୋଲକାତା ଯାଇପାରିବି।’’

Mallets for different polo sports vary in size and in the amount of wood required to make them. The wood for a horseback polo mallet head (on the far right) must weigh 200 grams for the length of 9.25 inches.
PHOTO • Shruti Sharma
The tools of the craft from left to right: nola , jamura (plier), chorsi (chisel), bhasola (chipping hammer), scissors, hammer, three hole cleaners, two rettis ( flat and round hand files) and two aaris (hand saws)
PHOTO • Shruti Sharma

ବାମ: ବିଭିନ୍ନ ପୋଲୋ ଖେଳ ଲାଗି ବାଡ଼ିଗୁଡ଼ିକ ଆକାରରେ ଏବଂ ସେଗୁଡିକୁ ବନାଇବା ଲାଗି ଆବଶ୍ୟକ ହେଉଥିବା କାଠର ପରିମାଣ ଦୃଷ୍ଟିରୁ ଭିନ୍ନ ଭିନ୍ନ ହୋଇଥାଏ। ଏକ ହର୍ସବ୍ୟାକ ପୋଲୋ ବାଡିର ମୁଣ୍ଡ(ସବା ଡାହାଣରେ) ୯.୨୫ ଇଞ୍ଚ ଲମ୍ବ ପାଇଁ ୨୦୦ ଗ୍ରାମ ଓଜନ ହେବା ଆବଶ୍ୟକ। ଡାହାଣ: ଏହି କାର୍ଯ୍ୟ ପାଇଁ ବ୍ୟବହୃତ ଉପକରଣ ବାମରୁ ଡାହାଣ ଯାଏ: ନୋଲା, ଜାମୁରା(ପ୍ଲିଅର), ଚୋରସୀ(ଛେଣୀ), ଭାସୋଲା(ଚିପିଂ ହାମର), କଇଁଚି, ହାତୁଡି, ତିନିଟି କଣା ଥିବା କ୍ଲିନର,ଦୁଇଟି ରେଟ୍ଟି(ସିଧା ଏବଂ ଗୋଲାକୃତି ହାତ ଫାଇଲ୍) ଏବଂ ଦୁଇଟି ଆରି (ହାତ ଆରି)

ଅଶୋକ କହିଲେ ଯେ ସ୍ଥାନୀୟ କାଠ ବଜାରରେ ବର୍ଷ ବର୍ଷ ଧରି ପରୀକ୍ଷଣ ଏବଂ ତ୍ରୁଟି ତାଙ୍କୁ ବାଡ଼ିର ମୁଣ୍ଡ ତିଆରି ପାଇଁ ଆମଦାନୀ କରାଯାଉଥିବା ଷ୍ଟିମ ବିଚ୍ ଏବଂ ମାପଲ ଉଡ୍ ଉପରେ ନିର୍ଭର କରିବାକୁ ବାଧ୍ୟ କରିଛି।

ସ୍ଥାନୀୟ କାଠ ବଜାରରେ ବର୍ଷ ବର୍ଷ ଧରି ପରୀକ୍ଷଣ ଏବଂ ତ୍ରୁଟି ଅଶୋକଙ୍କୁ ଆମଦାନୀ କରାଯାଉଥିବା ଷ୍ଟିମ ବିଚ୍ ଅବଂ ମାପଲ ଉଡ୍ ଯାହାକୁକି ସାଧାରଣତଃ ଫର୍ଣ୍ଣିଚର ପ୍ରସ୍ତୁତି ଲାଗି ବ୍ୟବହାର କରାଯାଇଥାଏ ସେଗୁଡିକ ଉପରେ ନିର୍ଭର କରିବାକୁ ବାଧ୍ୟ କରିଛି।

ନିଜେ କିଣୁଥିବା ଜିନିଷରେ ସେ କ’ଣ ଶିଳ୍ପ କରନ୍ତି ତାହା ସେ କେବେହେଲେ କାଠ ବିକ୍ରେତାମାନଙ୍କୁ ଜଣାଇ ନାହାନ୍ତି ବୋଲି କହିଲେ। ‘‘ତୁମେ ଏକ ବଡ କାମ [ଅତ୍ୟଧିକ ମୂଲ୍ୟବାନ] କରୁଛ କହି ସେମାନେ ଦାମ୍ ବଢାଇଦେବେ।’’

ତା’ ବଦଳରେ ସେ ତାଙ୍କର ଯୋଗାଣକାରୀମାନଙ୍କୁ ଟେବୁଲ ପାଇଁ ଗୋଡ଼ ପ୍ରସ୍ତୁତ କରୁଥିବା କହନ୍ତି। ସେ ହସି କରି କହିଲେ, ‘‘ଯଦି କେହି ମୁଁ ବେଲଣା ବାଡ଼ି କରେ କି ବୋଲି ପଚାରନ୍ତି, ତା’ ହେଲେ  ମୁଁ ସେଥିପାଇଁ ମଧ୍ୟ ହଁ ଭରିଦିଏ!’’

ସେ କହିଲେ, ‘‘ଯଦି ମୋ ପାଖରେ ୧୫-୨୦ ଲକ୍ଷ ଟଙ୍କା ଅଛି ତା’ ହେଲେ ମୋତେ କେହି ଅଟକାଇ ପାରିବେ ନାହିଁ।’’ ସେ ଆର୍ଜେଣ୍ଟିନାରେ ଦେଖାଯାଉଥିବା ଟିପୁଆନା ଟିପୁ ଗଛରୁ ଟିପା କାଠ ପାଇଥାନ୍ତି ଯାହାର ବ୍ୟବହାର ଆର୍ଜେଣ୍ଟିନୀୟ ବାଡ଼ିର ମୁଣ୍ଡକୁ ଆହୁରି ଭଲ କରିବାକୁ କରାଯାଇଥାଏ। ସେ କହିଲେ, ‘‘ଏହା ଅତି ହାଲକା ଏବଂ ଭାଙ୍ଗେ ନାହିଁ, ଏଥିରୁ କେବଳ ଚୋପା ଛାଡେ।’’

ଆର୍ଜେଣ୍ଟିନୀୟ ବାଡିର ମୂଲ୍ୟ ସର୍ବନିମ୍ନ ୧୦-୧୨ ହଜାର ହୋଇଥାଏ। ‘‘ବଡ ଖେଳାଳିମାନେ ଆର୍ଜେଣ୍ଟିନାରୁ ମଗାଇଥାନ୍ତି।’’

Ashok’s paternal uncle, Keshu Ram with the Jaipur team in England, standing ready with mallets for matches between the 1930s and 1950s
PHOTO • Courtesy: Ashok Sharma
PHOTO • Courtesy: Ashok Sharma

ଇଂଲଣ୍ଡରେ ଜୟପୁର ଟିମ୍ ସହିତ ଅଶୋକଙ୍କର ଦାଦା କେଶୁ ରାମ(ବାମ) ଏବଂ ତାଙ୍କର ବାପା କଲ୍ୟାଣ(ଡାହାଣ), ୧୯୩୦ ଏବଂ ୧୯୫୦ ଦଶକ ମଧ୍ୟରେ ମ୍ୟାଚ୍ ପାଇଁ ବାଡ଼ି ଧରି ସେମାନେ ପ୍ରସ୍ତୁତ ହୋଇ ଛିଡ଼ା ହୋଇଥିଲେ

ବର୍ତ୍ତମାନ ଅଶୋକ ଅର୍ଡର ଅନୁସାରେ କଷ୍ଟମ ହର୍ସବ୍ୟାକ ପୋଲୋ ବାଡ଼ି ବନାଇଥାନ୍ତି ଏବଂ ବିଦେଶୀ ବାଡ଼ିର ମରାମତି କରନ୍ତି। ଜୟପୁର ଜିଲ୍ଲାରେ ଭାରତର ସର୍ବାଧିକ ସଂଖ୍ୟକ ପୋଲୋ କ୍ଲବ୍ ଥିଲେ ମଧ୍ୟ ସହରର ଖୁଚୁରା କ୍ରୀଡା ଦୋକାନଗୁଡିକ ବିକ୍ରି ଲାଗି ବାଡ଼ି ରଖନ୍ତି ନାହିଁ।

ମୋତେ ଅଶୋକଙ୍କ ବିଜନେସ୍ କାର୍ଡ ଧରାଇ ଲିବର୍ଟି ସ୍ପୋର୍ଟସ(୧୯୫୭)ର ଅନୀଲ ଛାବ୍ରିଆ କହିଲେ, ‘‘ଯହି କେହି ପୋଲୋ ବାଡ଼ି ଖୋଜି ଆସିଥାନ୍ତି ତା’ହେଲେ ଆମେ ତାଙ୍କୁ ସବୁବେଳେ ପୋଲୋ ଭିକ୍ଟୋରି ବିପରୀତରେ ଥିବା ଜୟପୁର ପୋଲୋ ହାଉସକୁ ପଠାଇଥାଉ।’’

ପୋଲୋ ଭିକ୍ଟୋରି ସିନେମା(ବର୍ତ୍ତମାନ ଏକ ହୋଟେଲ)କୁ ଅଶୋକଙ୍କର ଦାଦା କେଶୁ ରାମଙ୍କ ଦ୍ୱାରା ୧୯୩୩ ମସିହାରେ ଇଂଲଣ୍ଡ ଗସ୍ତ ସମୟରେ ଜୟପୁର ଟିମର ଐତିହାସିକ ବିଜୟକୁ ପାଳନ କରିବାକୁ ନିର୍ମାଣ କରାଯାଇଥିଲା। କେଶୁ ରାମ ଏକମାତ୍ର ପୋଲୋ ବାଡ଼ି କାରିଗର ଥିଲେ ଯିଏକି ଗସ୍ତ ପାଇଁ ଟିମ୍ ସହ ଯାତ୍ରା କରିଥିଲେ।

ଆଜି ଜୟପୁର ଏବଂ ଦିଲ୍ଲୀରେ ଐତିହାସିକ ଜୟପୁର ଟିମର ୩ ଜଣ ସଦସ୍ୟ ମାନ ସିଂହ ଦ୍ୱିତୀୟ, ହନୁତ୍ ସିଂହ ଏବଂ ପ୍ରୀତି ସିଂହଙ୍କ ନାମରେ ବାର୍ଷିକ ପୋଲୋ ଟୁର୍ଣ୍ଣାମେଣ୍ଟଗୁଡ଼ିକ ଖେଳାଯାଉଛି। ଉପମହାଦ୍ୱୀପର ପୋଲୋ ଇତିହାସରେ ଅଶୋକ ଏବଂ ତାଙ୍କ ପରିବାରର ଯୋଗଦାନକୁ ଅବଶ୍ୟ ବହୁତ କମ୍ ସ୍ୱୀକାରତା ମିଳିଛି।

ସେ କହିଲେ, ‘‘ ଜବ୍ ତକ୍ କେନ୍ କି ଷ୍ଟିକସସେ ଖେଲେଙ୍ଗେ, ତବ୍ ତକ ପ୍ଲେୟର୍ସକୋ ମେରେ ପାସ୍ ଆନା ହି ପଡେଗା [ଯେପର୍ଯ୍ୟନ୍ତ ସେମାନେ ବେତରେ ତିଆରି ବାଡ଼ିରେ ଖେଳିବେ, ସେବେଯାଏ ଖେଳାଳିମାନଙ୍କୁ ମୋ ଉପରେ ନିର୍ଭର କରିବାକୁ ପଡିବ]।’’

ମୃଣାଳିନୀ ମୁଖାର୍ଜୀ ଫାଉଣ୍ଡେସନ୍ (ଏମଏମଏଫ୍‌)ଙ୍କ ସହାୟତରେ ଏହି କାହାଣୀ ପ୍ରସ୍ତୁତ ହୋଇଛି।

ଅନୁବାଦ : ଓଡ଼ିଶାଲାଇଭ୍‍

Reporter : Shruti Sharma

Shruti Sharma is a MMF-PARI fellow (2022-23). She is working towards a PhD on the social history of sports goods manufacturing in India, at the Centre for Studies in Social Sciences, Calcutta.

Other stories by Shruti Sharma
Editor : Riya Behl

Riya Behl is Senior Assistant Editor at People’s Archive of Rural India (PARI). As a multimedia journalist, she writes on gender and education. Riya also works closely with students who report for PARI, and with educators to bring PARI stories into the classroom.

Other stories by Riya Behl
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE