ଗୀତା ଦେବୀ ନିଜ ପାଖରେ ଛିଡ଼ା ହୋଇଥିବା ସକୁନିକୁ ସ୍ନେହ ପୂର୍ବକ ଚାହିଁ କୁହନ୍ତି, ‘‘ଆମେ ସାଥୀ ହୋଇ ସବୁ ଆଡ଼କୁ ଯାଉ।’’

ଉଭୟ ନିକଟସ୍ଥ ଜଙ୍ଗଲରୁ ଶାଳ (ସୋରିଆ ରୋବଷ୍ଟା) ପତ୍ର ସଂଗ୍ରହ କରିବାକୁ ଯାଆନ୍ତି, ସେଥିରେ ସେମାନେ ଦନା (ତାଟିଆ) ଓ ପତ୍ତଲ (ଥାଳି) ତିଆରି କରନ୍ତି ଯାହାକୁ ସେମାନେ ପଲାମୁର ଜିଲ୍ଲା ମୁଖ୍ୟାଳୟ ଡାଲ୍ଟନଗଞ୍ଜରେ ବିକ୍ରି କରନ୍ତି।

ଗୀତା ଓ ସକୁନି ଦେବୀ କୋପେ ଗାଁର ଏକ ଛୋଟ ବସ୍ତି ନଦୀଟୋଲାରେ ଗତ ୩୦ ବର୍ଷ ଧରି ରହି ଆସୁଛନ୍ତି। ଝାଡ଼ଖଣ୍ଡ ରାଜ୍ୟର ଅନେକ ଗ୍ରାମୀଣ ବାସିନ୍ଦାଙ୍କ ଭଳି ଗୀତା ଓ ସକୁନି ନିଜ ଜୀବିକା ପାଇଁ ଜଙ୍ଗଲ ଉପରେ ନିର୍ଭର କରିଥା’ନ୍ତି।

ଜଙ୍ଗଲରେ ସେମାନଙ୍କୁ ସାତରୁ ଆଠ ଘଣ୍ଟା ବିତାଇବାକୁ ପଡ଼ିଥାଏ। ସେମାନଙ୍କ ଗୃହପାଳିତ ପ୍ରାଣୀ ଚରିସାରି ଘରକୁ ଫେରିବା ସମୟରେ ସେମାନେ ମଧ୍ୟ ଘରକୁ ଫେରନ୍ତି। ଦନା ଓ ଥାଳି ପାଇଁ ଯଥେଷ୍ଟ ପତ୍ର ସଂଗ୍ରହ କରିବା ଲାଗି ସେମାନଙ୍କୁ ଦୁଇ ଦିନ ସମୟ ଲାଗିଯାଇଥାଏ। ଜଙ୍ଗଲରେ ଅତି ଦ୍ରୁତ ଗତିରେ ସମୟ ବିତିଯାଇଥାଏ, ସେମାନେ କାମ ମଝିରେ ଅଳ୍ପ ଅଳ୍ପ ସମୟ ବିଶ୍ରାମ ମଧ୍ୟ ନିଅନ୍ତି। ଏହି ସମୟରେ ସେମାନେ ପରିବାର ଓ ସ୍ଥାନୀୟ ଘଟଣା ବିଷୟରେ ଆଲୋଚନା କରନ୍ତି।

ଗୀତା ସବୁଦିନ ସକାଳେ ନିଜ ପଡ଼ୋଶୀଙ୍କ ଡାକରା ଶୁଣିବାକୁ ଅପେକ୍ଷା କରି ରହିଥାନ୍ତି, ‘‘ ନିକଲି ହୈ…’’ । କିଛି ସମୟ ପରେ ଉଭୟ ସାଥୀ ହୋଇ ବାହାରି ଯାଆନ୍ତି ଏବଂ ନିଜ ସହିତ ପୁରୁଣା ସିମେଣ୍ଟ ବସ୍ତାରେ ତିଆରି ହୋଇଥିବା ଏକ ବ୍ୟାଗରେ ପାଣି ବୋତଲ, ଛୋଟ କୁରାଢ଼ି ଏବଂ ପୁରୁଣା କପଡ଼ା ନେଇ ଯାଆନ୍ତି। ସେମାନେ ହେହେଗଡ଼ା ଜଙ୍ଗଲ ଆଡ଼କୁ ଯାଆନ୍ତି, ଯାହାକି ଝାଡ଼ଖଣ୍ଡର ପଲାମୁ ସଂରକ୍ଷିତ ଜଙ୍ଗଲର ବଫର୍‌ ଜୋନ୍‌ ବା କେନ୍ଦ୍ରସ୍ଥଳୀରେ ରହିଛି ।

ଦୁଇ ବନ୍ଧୁ ଭିନ୍ନ ଭିନ୍ନ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରିଥାନ୍ତି। ଗୀତା ଜଣେ ଭୂଇୟାଁ ଦଳିତ ହୋଇଥିବା ବେଳେ ସକୁନି ଓରାଓଁ ଆଦିବାସୀ ସମ୍ପ୍ରଦାୟର। ଆମେ ସେମାନଙ୍କ ସହିତ ଆଗକୁ ବଢ଼ିବା ସମୟରେ, ଗୀତା ଆମକୁ ସତର୍କ କରାଇ ଦେଇ କୁହନ୍ତି : ‘‘ଏଠାକୁ ଏକାକୀ ଆସିବ ନାହିଁ। ବେଳେବେଳେ ଜଙ୍ଗଲୀ ପଶୁ ମଧ୍ୟ ଏଠାକୁ ଆସନ୍ତି। ଆମେ ଏଠାରେ କଲରାପତରିଆ ବାଘ କୁ ମଧ୍ୟ ଦେଖିଛୁ!’’ ଏଠାରେ ସାପ ଓ ବିଛାଙ୍କ ବିପଦ ମଧ୍ୟ ରହିଥାଏ। ସକୁନି କୁହନ୍ତି, ‘‘ଅନେକ ଥର ଆମେ ହାତୀମାନଙ୍କୁ ସାମ୍ନା କରିଛୁ।’’ ପଲାମୁ ବ୍ୟାଘ୍ର ଅଭୟାରଣ୍ୟରେ ୭୩ଟି କଲରପତରିଆ ବାଘ ଏବଂ ପ୍ରାୟ ୨୬୭ ହାତୀ ( ବନ୍ୟଜୀବ ଗଣନା, ୨୦୨୧ ) ଅଛନ୍ତି।

Sakuni (left) and Geeta Devi (right), residents of Kope village in Latehar district, have been friends for almost three decades. They collect sal leaves from Hehegara forest and fashion the leaves into bowls and plates which they sell in the town of Daltonganj, district headquarters of Palamau
PHOTO • Ashwini Kumar Shukla
Sakuni (left) and Geeta Devi (right), residents of Kope village in Latehar district, have been friends for almost three decades. They collect sal leaves from Hehegara forest and fashion the leaves into bowls and plates which they sell in the town of Daltonganj, district headquarters of Palamau
PHOTO • Ashwini Kumar Shukla

ଲାତେହାର ଜିଲ୍ଲାର କୋପେ ଗାଁରେ ରହୁଥିବା ସକୁନି (ବାମ) ଏବଂ ଗୀତା ଦେବୀ (ଡାହାଣ)ଙ୍କ ବନ୍ଧୁତା ପ୍ରାୟ ତିରିଶ ବର୍ଷ ପୁରୁଣା। ସେମାନେ ହେହେଗଡ଼ା ଜଙ୍ଗଲରୁ ଶାଳ ପତ୍ର ଏକାଠି କରନ୍ତି ଏବଂ ସେଥିରେ ଦନା ଓ ପତ୍ର ତିଆରି କରି ପଲାମୁ ଜିଲ୍ଲାର ଡାଲ୍ଟନଗଞ୍ଜ ସହରରେ ବିକ୍ରି କରନ୍ତି

ଏହି ଶୀତୁଆ ସକାଳରେ କୁହୁଡ଼ିର ଆସ୍ତରଣ ଚତୁର୍ଦ୍ଦିଗ ବ୍ୟାପିଯାଇଥିବା ବେଳେ ୫୦ରୁ ଅଧିକ ବୟସରେ ପହଞ୍ଚିସାରିଥିବା ଗୀତା ଓ ସକୁନି କେବଳ ଗୋଟିଏ ଲେଖାଏଁ ହାଲୁକା ଚଦର ଘୋଡ଼ାଇ ହୋଇଥା’ନ୍ତି। ସେମାନେ ପ୍ରଥମେ ଲାତେହାର ଜିଲ୍ଲାର ମନିକା ବ୍ଲକ୍‌ରେ ଥିବା ନିଜର ଘର ପାଖରେ ବୋହି ଯାଉଥିବା ଔରଙ୍ଗା ନଦୀରେ ପାର୍‌ ହୋଇଥା’ନ୍ତି। ଶୀତ ଦିନେ ପାଦରେ ଚାଲି ଚାଲି ନଈ ପାର୍‌ କରିହେବା ସହଜ, କାରଣ ଏହି ସମୟରେ ନଦୀରେ ଖୁବ୍‌ କମ୍‌ ପାଣିଥାଏ। କିନ୍ତୁ ବର୍ଷା ଦିନେ ନଈ ପାର୍‌ ହେବା ପାଇଁ ମହିଳାଙ୍କୁ ବେକ ପର୍ଯ୍ୟନ୍ତ ପାଣିରେ ବୁଡ଼ି ଯିବାକୁ ହୋଇଥାଏ।

ଥରେ କୂଳରେ ପହଞ୍ଚିବା ପାଖାପାଖି ୪୦ ମିନିଟ ପାଦରେ ଚାଲିବାକୁ ପଡ଼ିଥାଏ। ଶୂନଶାନ ଜଙ୍ଗଲରେ ସେମାନଙ୍କ ଚପଲରୁ ବାହାରୁଥିବା ଟକ୍‌ ଟକ୍‌ ଟକ୍‌ ସ୍ୱର ଶୁଭିଥାଏ। ସେମାନେ ମହୁଲ ( ମଧୁକା ଲଙ୍ଗିଫୋଲିଆ )ର ଏକ ବଡ଼ ଗଛ ଆଡ଼କୁ ଯାଉଛନ୍ତି, ଯାହାକି ଶାଳ ଗଛରେ ଭର୍ତ୍ତି ଏହି ଅଞ୍ଚଳରେ ଏକ ଲ୍ୟାଣ୍ଡମାର୍କ ଭଳି ରହିଛି ।

ସକୁନି କୁହନ୍ତି, ‘‘ଜଙ୍ଗଲ ଏବେ ପୂର୍ବ ଭଳି ଆଉ ନାହିଁ। ପୂର୍ବରୁ ଏହା ଯଥେଷ୍ଟ ଘଞ୍ଚ ଥିଲା। ଆମକୁ ପୂର୍ବରୁ ଏତେ ଦୂର ପର୍ଯ୍ୟନ୍ତ ଯିବାକୁ ପଡ଼ୁନଥିଲା।’’ ଗ୍ଲୋବାଲ୍‌ ଫରେଷ୍ଟ ୱାଚ୍‌ର ତଥ୍ୟ ଅନୁଯାୟୀ, ୨୦୦୧ରୁ ୨୦୨୨ ମଧ୍ୟରେ ଝାଡ଼ଖଣ୍ଡରେ ୫.୬୨ କିଲୋ ହେକ୍ଟର ବନାଞ୍ଚଳ ହରାଇଛି ।

ଜଙ୍ଗଲ ସହ ଜଡ଼ିତ କିଛି ଦଶନ୍ଧି ପୂର୍ବରୁ ନିଜ ଅନୁଭୂତିକୁ ମନେ ପକାଇ ସକୁନି କୁହନ୍ତି, ‘‘ସେତେବେଳେ ଦିନର କୌଣସି ସମୟରେ, ଜଙ୍ଗଲରେ ଅତିକମ୍‌ରେ ୩୦-୪୦ ଲୋକ ଉପସ୍ଥିତ ରହୁଥିଲେ। ଏବେ ଅଧିକାଂଶ ଗୃହପାଳିତ ପ୍ରାଣୀ ଏବଂ ଛେଳି ଚରାଳି ତଥା ଜାଳେଣି କାଠ ସଂଗ୍ରହ କରୁଥିବା ଲୋକମାନେ ଏଠାକୁ ଆସୁଛନ୍ତି।’’

ଗୀତା କୁହନ୍ତି, ଚାରି ବର୍ଷ ପୂର୍ବରୁ ଏହି କାମରେ ଅନେକ ମହିଳା ନିୟୋଜିତ ଥିଲେ, କିନ୍ତୁ ଏଥିରୁ ହେଉଥିବା ଆମଦାନୀ ଏତେ କମ୍‌ ଯେ ସେମାନେ କାମ ଛାଡ଼ିଦେଲେ। ସେମାନେ ନିଜ ଗାଁର କିଛି ମହିଳାଙ୍କ ମଧ୍ୟରୁ ଅନ୍ୟତମ ଯେଉଁମାନେ ଏବେ ବି ଏହି କାମ କରୁଛନ୍ତି ।

ବିକ୍ରି ଉଦ୍ଦେଶ୍ୟରେ ଜାଳେଣି କାଠ ସଂଗ୍ରହ କରିବା ଏବେ ନିଷିଦ୍ଧ ହୋଇଥିବାରୁ ମହିଳାଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ସକୁନି କୁହନ୍ତି, ‘‘୨୦୨୦ରେ ଲକଡାଉନ ସମୟରେ ଏହି ନିଷିଦ୍ଧାଦେଶ ଲାଗୁ ହୋଇଥିଲା।’’ ଆରମ୍ଭରୁ ଝାଡ଼ଖଣ୍ଡ ସରକାର ଜାଳେଣି କାଠକୁ ସଂଗ୍ରହ କରିବା ଉପରେ ଶୁଳ୍କ ନେବା ଆରମ୍ଭ କରି ଦେଇଥିଲେ। ତେବେ ପରେ ସରକାର ଏହି ନିଷ୍ପତ୍ତିକୁ ବଦଳାଇ ଦେଲେ, କିନ୍ତୁ ଗାଁ ଲୋକମାନେ କୁହନ୍ତି ଯେ ଶୁଖିଲା କାଠ ବିକ୍ରି କରିବା ଲାଗି ସେମାନଙ୍କୁ ଏବେ ବି ଶୁଳ୍କ ଦେବାକୁ ପଡ଼ୁଛି ।

In the area known as Naditola, Geeta lives with her large family of seven and Sakuni with her youngest son (right) Akendar Oraon
PHOTO • Ashwini Kumar Shukla
In the area known as Naditola, Geeta lives with her large family of seven and Sakuni with her youngest son (right) Akendar Oraon
PHOTO • Ashwini Kumar Shukla

ନଦୀଟୋଲା ଅଞ୍ଚଳରେ, ଗୀତା ନିଜର ସାତ ଜଣିଆରେ ବଡ଼ ପରିବାରରେ ରୁହନ୍ତି ଏବଂ ସକୁନି ନିଜର ସବୁଠୁ ସାନ ପୁଅ ଅକେନ୍ଦର ଓରାଓଁ (ଡାହାଣ)ଙ୍କ ସହିତ ରହୁଛନ୍ତି

ଦୁଇ ବନ୍ଧୁ ନିଜର ଓ ନିଜ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ଜଙ୍ଗଲକୁ ଯାଆନ୍ତି। ପାଖାପାଖି ୨୦ ବର୍ଷ ବୟସରୁ ସକୁନି ଏହି କାମ କରି ଆସୁଛନ୍ତି। ସେ କୁହନ୍ତି, ‘‘ଖୁବ୍‌ କମ୍‌ ବୟସରେ ମୋର ବାହାଘର ହୋଇଯାଇଥିଲା।’’ କିଛି ବର୍ଷ ପରେ ତାଙ୍କ ମଦ୍ୟପ ସ୍ୱାମୀ ଯେତେବେଳେ ତାଙ୍କୁ ପରିତ୍ୟାଗ କଲା, ନିଜର ଏବଂ ନିଜର ତିନି ପୁଅଙ୍କ ପାଇଁ ଟଙ୍କା ରୋଜଗାର କରିବା ଲାଗି ତାଙ୍କୁ କୌଣସି ଉପାୟ ଖୋଜିବାର ଥିଲା। ସେ କୁହନ୍ତି, ‘‘ସେତେବେଳେ କାମ ମିଳିବାରେ ବହୁତ ସମସ୍ୟା ହେଉଥିଲା। ପତ୍ର ଓ ଦାନ୍ତକାଠି ବିକ୍ରି କରି ମୁଁ ଯେନତେନ ପ୍ରକାରେ ପିଲାମାନଙ୍କୁ ଲାଳନପାଳନ କରିଥିଲି।’’

ସକୁନି ଏବେ ୧୭ ବର୍ଷ ବୟସର ନିଜ ସାନ ପୁଅ ଅକେନ୍ଦର ଓରାଓଁଙ୍କ ସହିତ ଦୁଇ ବଖୁରିଆ କଚ୍ଚା ଘରେ ରହୁଛନ୍ତି। ତାଙ୍କର ଦୁଇ ବଡ଼ ପୁଅ ବାହା ହୋଇସାରିଛନ୍ତି ଏବଂ ସେମାନେ ମଧ୍ୟ ସେହି ଗାଁରେ ଭିନ୍ନ ଭିନ୍ନ ଘରେ ରହୁଛନ୍ତି।

ତାଙ୍କ ଘର ଠାରୁ କିଛି ଦୂରରେ ଗୀତା ନିଜ ପରିବାର ସହିତ ଏକ ମାଟି ଘରେ ରହୁଛନ୍ତି । ଗୀତାଙ୍କ ପରିବାରରେ ତାଙ୍କ ବ୍ୟତୀତ ଅନ୍ୟ ୭ ଜଣ ସଦସ୍ୟ ରହିଛନ୍ତି । ତାଙ୍କର ଗୋଟିଏ ଝିଅ, ତିନି ପୁଅ, ଗୋଟିଏ ବୋହୂ ଏବଂ ଦୁଇ ନାତି ସାଥୀ ହୋଇ ରହୁଛନ୍ତି। ପାଞ୍ଚ ବର୍ଷ ପୂର୍ବରୁ ତାଙ୍କ ସ୍ୱାମୀଙ୍କର ପରଲୋକ ହୋଇଥିଲା। ଗୀତାଙ୍କ ସବା ସାନ ଝିଅ ଉର୍ମିଳା ଦେବୀଙ୍କ ବୟସ ୨୮ ବର୍ଷ ଏବଂ ସେ ମଧ୍ୟ ନିଜ ମା’ଙ୍କ ଭଳି ଦନା ବିକ୍ରି କରୁଛନ୍ତି । କିନ୍ତୁ ଗୀତା ଦେବୀ ନିଜ ଝିଅ ପାଇଁ ଏକ ଭିନ୍ନ ଭବିଷ୍ୟତର ସ୍ୱପ୍ନ ଦେଖିଛନ୍ତି। ଗୀତା କୁହନ୍ତି, ‘‘ମୁଁ ମୋର ବଡ଼ ଝିଅର ବାହାଘର ଗୋଟିଏ ଗରିବ ପରିବାରରେ କରିଥିଲି। ଛୋଟ ଝିଅକୁ ନେଇ ମୁଁ ଏହା କରିବି ନାହିଁ। ଯଦି ମୋତେ ଯୌତୁକ ଦେବାକୁ ହେବ ତା’ହେଲେ ଦେବି ।’’

ଅଳ୍ପ ବୟସରେ କାମ କରିବା କାରଣରୁ ଏବଂ ସାତ ଭାଇ-ଭଉଣୀଙ୍କ ମଧ୍ୟରେ ସବା ସାନ ଗୀତା କେବେ ବି ସ୍କୁଲ ଯାଇପାରିନାହାନ୍ତି। ସେ ପଚାରନ୍ତି, ‘‘ଯଦି ମୁଁ ସ୍କୁଲ ଯାଇଥା’ନ୍ତି ତା’ହେଲେ ଘର କାମ କିଏ କରିଥାନ୍ତା?’’ ବଡ଼ି ଭୋରରୁ ତାଙ୍କର ଦିନ ଆରମ୍ଭ ହୋଇଥାଏ। ଜଙ୍ଗଲକୁ ଯିବା ପୂର୍ବରୁ ଭୋର ୪ଟାରୁ ଉଠି ସେ ରୋଷେଇ, ସଫାସଫି ଓ ଗୃହପାଳିତ ପ୍ରାଣୀ (ଗୋଟିଏ ଗାଈ ଓ ଦୁଇଟି ବଳଦ)କୁ ଜଙ୍ଗଲକୁ ଚରିବା ପାଇଁ ପଠାଇଦିଅନ୍ତି। ତାଙ୍କ ବନ୍ଧୁଙ୍କ ଦିନଚର୍ଯ୍ୟା ମଧ୍ୟ ପ୍ରାୟ ଏହିପରି, କିନ୍ତୁ ଯେଉଁଠି ଗୀତାଙ୍କ କାମରେ ତାଙ୍କ ବୋହୂ ସହଯୋଗ କରିଥା’ନ୍ତି, ସକୁନି ଏକୁଟିଆ ସବୁ କାମ କରନ୍ତି।

*****

ମଧ୍ୟବର୍ତ୍ତୀ ସ୍ଥାନରେ ପହଞ୍ଚିବା ପରେ ଦୁଇ ମହିଳା ସେମାନଙ୍କ ଥଳିକୁ ତଳେ ଥୋଇ ଦିଅନ୍ତି। ଏହି ଶୀତୁଆ ସକାଳେ ମଧ୍ୟ ଚାଲି ଚାଲି ଯିବା କାରଣରୁ ସେମାନଙ୍କ ଶରୀରରୁ ଝାଳ ବାହାରୁଥାଏ ଏବଂ ସେମାନେ ଶାଢ଼ି କାନିରେ ନିଜ କପାଳ ଓ ବେକକୁ ପୋଛନ୍ତି।

କାମ ଆରମ୍ଭ କରିବା ପୂର୍ବରୁ ସେମାନେ ନିଜ ସାଙ୍ଗରେ ଆଣିଥିବା ପୁରୁଣା କପଡ଼ାର କୋଣଗୁଡ଼ିକୁ ବାନ୍ଧି ସେଥିରେ ଏକ ଥଳି ପ୍ରସ୍ତୁତ କରନ୍ତି, ଯେଉଁଥିରେ ସେମାନେ ପତ୍ର ଏକାଠି କରିବେ। ଶାଢ଼ି କାନିକୁ ନିଜ ଅଣ୍ଟାରେ ଖୋସି ଦେଇ ଏବଂ ପିଠିରେ ଥଳି ଲଦି ସେମାନେ କାମ ଆରମ୍ଭ କରିବା ଲାଗି ପ୍ରସ୍ତୁତ ହୋଇଯାଆନ୍ତି।

Every morning, Sakuni and Geeta cross the Auranga river near their home and make their way on foot to the forest. Even four years ago, there were many women involved in the craft of dona and pattal -making, but poor earnings has deterred them from continuing. The friends are among the last women in their village still engaged in this craft
PHOTO • Ashwini Kumar Shukla
Every morning, Sakuni and Geeta cross the Auranga river near their home and make their way on foot to the forest. Even four years ago, there were many women involved in the craft of dona and pattal -making, but poor earnings has deterred them from continuing. The friends are among the last women in their village still engaged in this craft
PHOTO • Ashwini Kumar Shukla

ସବୁଦିନ ସକାଳେ ସକୁନି ଓ ଗୀତା ନିଜ ଘର ପାଖରେ ବୋହି ଯାଉଥିବା ଔରଙ୍ଗା ନଦୀ ପାର୍‌ ହୋଇ ଅନେକ କିଲୋମିଟର ଯାତ୍ରା କରିବା ପରେ ଜଙ୍ଗଲରେ ପହଞ୍ଚନ୍ତି। ଚାରି ବର୍ଷ ପୂର୍ବରୁ ବହୁସଂଖ୍ୟାରେ ମହିଳା ଦନା ଓ ଥାଳି ତିଆରି କାମରେ ନିୟୋଜିତ ଥିଲେ, କିନ୍ତୁ ଏଥିରୁ ହେଉଥିବା ରୋଜଗାର କମିଯିବା କାରଣରୁ ସେମାନେ କାମ ଛାଡ଼ି ଦେଇଛନ୍ତି। ଏହି ଦୁଇ ବନ୍ଧୁ ନିଜ ଗାଁର ଅଳ୍ପ କେତେଜଣ ମହିଳାଙ୍କ ମଧ୍ୟରୁ ଅନ୍ୟତମ ଯେଉଁମାନେ ଏବେ ଏହି କାମରେ ନିୟୋଜିତ ଅଛନ୍ତି

The two women also cut and collect branches of the sal tree which they sell as datwan( a stick to clean teeth), sometimes with help from family members . One bundle of datwan costs 5 rupees. 'People don’t even want to pay five rupees for the datwan. They bargain,' says Sakuni
PHOTO • Ashwini Kumar Shukla
The two women also cut and collect branches of the sal tree which they sell as datwan( a stick to clean teeth), sometimes with help from family members . One bundle of datwan costs 5 rupees. 'People don’t even want to pay five rupees for the datwan. They bargain,' says Sakuni
PHOTO • Ashwini Kumar Shukla

ଦୁଇ ମହିଳା ଶାଳ ଗଛ ଶାଖାଗୁଡ଼ିକୁ କାଟିବା ଏବଂ ସେଗୁଡ଼ିକୁ ଏକାଠି କରିବା କାମ ମଧ୍ୟ କରିଥା’ନ୍ତି, ଯାହାଦ୍ୱାରା ସେମାନେ ସେଥିରୁ ଦାନ୍ତକାଠି ପ୍ରସ୍ତୁତ କରି ବଜାରରେ ବିକ୍ରି କରିପାରିବେ। ଏହି କାମରେ ସେମାନଙ୍କ ପରିବାର ଲୋକମାନେ ମଧ୍ୟ ବେଳେବେଳେ ସହଯୋଗ କରନ୍ତି। ଗୋଟିଏ ବିଡ଼ା ଦାନ୍ତକାଠି ୫ ଟଙ୍କାରେ ବିକ୍ରି ହୋଇଥାଏ। ସକୁନି କୁହନ୍ତି, ‘ଲୋକମାନେ ଦାନ୍ତକାଠି ପାଇଁ ୫ ଟଙ୍କା ଦେବାକୁ ଚାହାନ୍ତି ନାହିଁ। ସେମାନେ ଏଥିରେ ମଧ୍ୟ ମୂଲଚାଲ କରନ୍ତି

ସେମାନେ ନିଜ ବାଁ ହାତରେ ଶାଖାଗୁଡ଼ିକୁ ଧରି ଡାହାଣ ହାତରେ ବଡ଼ ବଡ଼ ଅଣ୍ଡା ଆକୃତିର ପତ୍ର ତୋଳନ୍ତି। ସକୁନି ନିଜ ସାଙ୍ଗକୁ ସତର୍କ କରାଇ ଦେଇ କୁହନ୍ତି, ‘‘ଏ ଗଛରେ ମାଟ୍ଟା (ନାଲି ପିମ୍ପୁଡ଼ି) ଅଛନ୍ତି, ସାବଧାନ ଥିବ।’’

ଗୀତା ନିଜ ଥଳିରେ ପତ୍ରଗୁଡ଼ିକୁ ଭର୍ତ୍ତି କରୁ କରୁ କୁହନ୍ତି, ‘‘ଆମେ ଭଲ ପତ୍ର ସଂଗ୍ରହ କରିଥାଉ, ଯେଉଁଥିରେ କମ୍‌ କଣା ଥାଏ।’’ ସେମାନେ ଛୋଟ ଶାଖାରୁ ପତ୍ର ତୋଳନ୍ତି, କିନ୍ତୁ ଯେତେବେଳେ ପତ୍ର ସେମାନଙ୍କ ପହଞ୍ଚଠାରୁ ଦୂରରେ ଥାଏ, ସେମାନଙ୍କୁ ଗଛ ଉପରେ ଚଢ଼ିବାକୁ ପଡ଼େ ଏବଂ କୁରାଢ଼ୀ ବ୍ୟବହାର କରିବାକୁ ପଡ଼ିଥାଏ।

ଶାଳ ଗଛଗୁଡ଼ିକ ସାଧାରଣତଃ ଧୀରେ ଧୀରେ ବଢ଼ିଥାଏ, ଯାହାକି ୧୬୪ ଫୁଟ ପର୍ଯ୍ୟନ୍ତ ଉଚ୍ଚା ହୋଇଥାଏ। ତେବେ ଜଙ୍ଗଲରେ ଶାଳ ଗଛଗୁଡ଼ିକ ଛୋଟ ଥାଆନ୍ତି, ପ୍ରାୟ ୩୦-୪୦ ଫୁଟ ଉଚ୍ଚ ।

ସକୁନି ଗୋଟିଏ ଗଛ ଚଢ଼ିବା ପାଇଁ ପ୍ରସ୍ତୁତ ରହିଛନ୍ତି, ଯାହା ପାଖାପାଖି ୧୫ ଫୁଟ ଉଚ୍ଚ। ସେ ନିଜ ଶାଢ଼ିକୁ ଉଠାଇ ଆଣ୍ଠୁ ମଝିରେ ବାନ୍ଧି ଦିଅନ୍ତି। ଗୀତା ତାଙ୍କୁ କୁରାଢ଼ି ଧରାଇ ଦିଅନ୍ତି। ସେ ଗୋଟିଏ ଶାଖା ଆଡ଼କୁ ଇସାରା କରି କୁହନ୍ତି, ‘‘ଏହାକୁ କାଟ।’’ ଶାଖାକୁ ଲମ୍ବା କରି କଟାଯିବ ଏବଂ ତା’ପରେ ଦାନ୍ତକାଠି ଭଳି ବ୍ୟବହାର କରାଯିବ, ଯାହାକୁ ସେମାନେ ପରେ ବିକ୍ରି କରିବେ।

‘‘ଏହାର ମୋଟେଇ ଠିକ୍‌ ହେବା ଉଚିତ୍‌,’’ ଗୋଟିଏ ଗଛରୁ ଅନ୍ୟ ଏକ ଗଛ ପାଖକୁ ଯିବା ସମୟରେ ସେ ନିଜ କୁରାଢ଼ିରେ ବୁଦାଗୁଡ଼ିକୁ ସଫା କରି କରି ଯିବା ସମୟରେ କୁହନ୍ତି। ‘‘ଶାଳ କାଠି ବହୁତ ଭଲ ହୋଇଥାଏ, କାରଣ ଏହା ଶୀଘ୍ର ଶୁଖେ ନାହିଁ। ଏହାକୁ ଆପଣ ୧୫ ଦିନ ପର୍ଯ୍ୟନ୍ତ ମଧ୍ୟ ରଖିପାରିବେ।’’

ପତ୍ର ଓ କାଠି ସଂଗ୍ରହ କରିବା ସହଜ କଥା ନୁହେଁ। ‘‘ଶୀତ ଋତୁ ସବୁଠୁ କଠିନ ହୋଇଥାଏ; ଆମ ହାତ ବଧିରା ହୋଇଯାଏ,’’ ଗୀତା କୁହନ୍ତି ଏବଂ ସେ ଆହୁରି କହିଥାନ୍ତି, ‘‘ଜୋର କରି କୁରାଢ଼ି ଧରିବା କାରଣରୁ ମୋ ହାତରେ ଯନ୍ତ୍ରଣା ହୁଏ।’’

They collect leaves for 7-8 hours a day, twice a week. T his time, on the second day, they are joined by Geeta's son Ajit and daughter-in-law Basanti (right) who have brought along their baby. If the baby cries, the three of them take turns soothing her
PHOTO • Ashwini Kumar Shukla
They collect leaves for 7-8 hours a day, twice a week. T his time, on the second day, they are joined by Geeta's son Ajit and daughter-in-law Basanti (right) who have brought along their baby. If the baby cries, the three of them take turns soothing her
PHOTO • Ashwini Kumar Shukla

ଦୁଇ ସଖୀ ସପ୍ତାହକୁ ଦୁଇ ଦିନ ପତ୍ର ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଆନ୍ତି ଏବଂ ଦିନ ସାରା ୭-୮ ଘଣ୍ଟା ଏହି କାମ କରନ୍ତି। ଏଥର, ଅନ୍ୟ ଦିନରେ ତାଙ୍କ ପୁଅ ଅଜିତ ଓ ବୋହୂ ବସନ୍ତୀ (ଡାହାଣ) ମଧ୍ୟ ତାଙ୍କ ସହିତ ଆସିଛନ୍ତି, ଏବଂ ସେମାନଙ୍କ ସହିତ ସେମାନଙ୍କ ଝିଅ ମଧ୍ୟ ଅଛି । ଝିଅ କାନ୍ଦିଲେ ସେମାନଙ୍କ ମଧ୍ୟରୁ କେହି ଜଣେ ତା’କୁ ସମ୍ଭାଳିବାକୁ ଚେଷ୍ଟା କରିଥାଏ

Left: Eight years ago, Ajit migrated to Punjab, where he works as a daily wage labourer, earning Rs. 250 a day.
PHOTO • Ashwini Kumar Shukla
Right:  Work stops in the evening when they spot the cattle heading home after grazing. On the third day, Geeta and Sakuni return to the forest to collect the sacks and make their way to Hehegara station from where they catch a train to Daltonganj
PHOTO • Ashwini Kumar Shukla

ବାମ : ଆଠ ବର୍ଷ ପୂର୍ବରୁ ଅଜିତ ପଞ୍ଜାବ ଚାଲି ଯାଇଥିଲେ, ଯେଉଁଠି ସେ ଦିନ ମଜୁରିଆ ଭାବେ କାମ କରୁଥିଲେ ଏବଂ ଦୈନିକ ୨୫୦ ଟଙ୍କା ରୋଜଗାର କରୁଥିଲେ। ଡାହାଣ : ସନ୍ଧ୍ୟା ସମୟରେ ଯେତେବେଳେ ସେମାଙ୍କର ଗୃହପାଳିତ ପ୍ରାଣୀ ଚରି ସାରିବା ପରେ ଫେରିବାକୁ ବାହାରନ୍ତି, ସେମାନେ ନିଜ କାମ ବନ୍ଦ କରି ଦିଅନ୍ତି। ତୃତୀୟ ଦିନରେ, ଗୀତା ଓ ସକୁନି ଥଳି ଉଠାଇବା ଲାଗି ଜଙ୍ଗଲକୁ ଆସନ୍ତି ଏବଂ ସେଗୁଡ଼ିକୁ ନେଇ ହେହେଗଡ଼ା ଷ୍ଟେସନରେ ପହଞ୍ଚନ୍ତି, ସେଠାରୁ ସେମାନେ ଡାଲ୍ଟନଗଞ୍ଜ ଯିବା ଲାଗି ଟ୍ରେନ୍‌ ଧରନ୍ତି

ଫେବୃଆରୀ ଏବଂ ମାର୍ଚ୍ଚ ମାସରେ ଶାଳ ପତ୍ର ଝଡ଼ା ଦେଇଥାଏ ଏବଂ ଏପ୍ରିଲ-ମେ ମାସ ମଧ୍ୟରେ ନୂଆ ପତ୍ର ଧରିଥାଏ, ଏହି ସମୟରେ ସେମାନଙ୍କର କାମ ବନ୍ଦ ରହିଥାଏ। ଏହି ସମୟରେ, ସକୁନି ମହୁଲ ଫଳ ସଂଗ୍ରହ କରିବା କାମ କରନ୍ତି। ଚଳିତ ବର୍ଷ (୨୦୨୩) ଆରମ୍ଭରେ, ସେ ଜଙ୍ଗଲରୁ ୧୦୦ କିଲୋଗ୍ରାମ ମହୁଲ ଫଳ ସଂଗ୍ରହ କରିଥିଲେ ଏବଂ ସେଗୁଡ଼ିକୁ ଶୁଖାଇ କିଲୋପ୍ରତି ୩୦ ଟଙ୍କା ବିଡ଼ା ଦରରେ ଜଣେ ସ୍ଥାନୀୟ ବ୍ୟବସାୟୀଙ୍କୁ ବିକ୍ରି କରିଥିଲେ। ସବୁଜ ଫଳକୁ ମଦ ତିଆରି କରିବା, ଖାଇବା ତେଲ ପ୍ରସ୍ତୁତ କରିବା ଏବଂ ରୋଷେଇ କରିବାରେ ବ୍ୟବହାର ହେଉଥିବା ଖାଦ୍ୟ ସାମଗ୍ରୀ ଭାବେ ଉପଯୋଗ କରାଯାଏ।

ତେବେ ଗୀତା ଏହି ସମୟରେ କିଛି ରୋଜଗାର କରନ୍ତି ନାହିଁ ଏବଂ ପ୍ରବାସୀ ଶ୍ରମିକ ଭାବେ ସେମାନଙ୍କର ତିନି ପୁଅ କରୁଥିବା ରୋଜଗାରରେ ପରିବାର ଚଳିଥାଏ। ସେମାନଙ୍କ ଘର ପାଖରେ ଥିବା ମହୁଲ ଗଛ ସେମାନଙ୍କର ଘରକରଣା ଆବଶ୍ୟକତା ପୂରଣ କରିଥାଏ।

*****

ଜଙ୍ଗଲରେ ତିନି ଧରି ପରିଶ୍ରମ କରିବା ପରେ, ଗୀତା ଓ ସକୁନି ଯଥେଷ୍ଟ ମାତ୍ରାରେ ପତ୍ର ସଂଗ୍ରହ କରିନିଅନ୍ତି ଏବଂ ନିଜ ଥଳିକୁ ଧରି ଡାଲ୍ଟନଗଞ୍ଜ ଯାଆନ୍ତି। ସେହି ଥଳିର ଓଜନ ପାଖାପାଖି ୩୦ କିଲୋଗ୍ରାମ ହୋଇଥାଏ ଏବଂ ହେହେଗଡ଼ା ଷ୍ଟେସନରେ ପହଞ୍ଚିବା ପରେ ସେମାନେ ୩୦ ମିନିଟ୍‌ ପର୍ଯ୍ୟନ୍ତ ପାଦରେ ଚାଲି ଚାଲି ଯିବାକୁ ପଡ଼ିଥାଏ। ଗୀତା ହସି ହସି କୁହନ୍ତି, ‘‘ଏଥର ମୁଁ ନିଜ ସହିତ ଆହୁରି ଅଧିକ ଦାନ୍ତକାଠି ନେଇ ଯାଏ।’’ ଥଳିକୁ ଟାଙ୍ଗିବା ସହିତ ସେ ପିଠିରେ ଗରମ କମ୍ବଳ ମଧ୍ୟ ଘୋଡ଼େଇ ହୋଇଥା’ନ୍ତି।

ହେହେଗଡ଼ା ଷ୍ଟେସନରେ ଗୋଟିଏ ଗଛ ତଳେ ଜାଗା ଖଣ୍ଡେ ଖୋଜି ଉଭୟ ବସିଯାଆନ୍ତି ଏବଂ ଅପରାହ୍ଣ ୧୨ଟା ବେଳେ ଆସୁଥିବା ଟ୍ରେନକୁ ଅପେକ୍ଷା କରି ରୁହନ୍ତି, ଯାହାକି ସେମାନଙ୍କୁ ଡାଲ୍ଟନଗଞ୍ଜ ନେଇ ଯାଏ।

ସକୁନି ଟ୍ରେନ୍‌ ଫାଟକ ପାଖରେ ଥିବା ସିଟ୍‌ ପାଖରେ ନିଜ ଜିନିଷ ରଖନ୍ତି ଏବଂ ଏହି ରିପୋର୍ଟରଙ୍କୁ କୁହନ୍ତି ଯେ, ‘‘ଯେଉଁମାନେ ପତ୍ର, ଦାନ୍ତକାଠି ବିକନ୍ତି ସେମାନଙ୍କୁ ଟିକେଟ୍‌ କାଟିବାକୁ ପଡ଼େ ନାହିଁ।’’ ଧୀର ଗତିରେ ଚାଲୁଥିବା ଏହି ପାସେଞ୍ଜର ଟ୍ରେନ୍‌ ୪୪ କିଲୋମିଟର ଦୂର ଯିବା ପାଇଁ ପ୍ରାୟ ତିନି ଘଣ୍ଟା ସମୟ ନେବ। ‘‘କେବଳ ଯିବାଆସିବାରେ ଗୋଟିଏ ଦିନ ନଷ୍ଟ ହୋଇଯାଏ,’’ ସକୁନି ଦୀର୍ଘଶ୍ୱାସ ପକାଇ କୁହନ୍ତି।

ଟ୍ରେନ ଚାଲିବା ଆରମ୍ଭ କରିଛି ଏବଂ ଗୀତା ନିଜ ୨.୫ ଏକର ଜମି ବିଷୟରେ କୁହନ୍ତି, ଯେଉଁଥିରେ ସେ ବର୍ଷା ଋତୁରେ ଧାନ ଓ ମକା ଚାଷ କରୁଥିବାବେଳେ ଶୀତ ଋତୁରେ ଗହମ, ଯଅ ଏବଂ ଚଣା ଚାଷ କରନ୍ତି। ସେ କୁହନ୍ତି, ‘‘ଚଳିତ ବର୍ଷ ଧାନ ଫସଲ ଭଲ ହୋଇନଥିଲା, କିନ୍ତୁ ଆମେ ୨୫୦ କିଲୋଗ୍ରାମ ମକା ୫,୦୦୦ ଟଙ୍କାରେ ବିକ୍ରି କରିଥିଲୁ।’’

ସକୁନି ଦେବୀଙ୍କ ପାଖରେ ପ୍ରାୟ ଗୋଟିଏ ଏକର ଜମି ରହିଛି, ଯେଉଁଠି ସେ ଖରିଫ୍‌ ଏବଂ ରବି ଋତୁରେ ଚାଷ କରନ୍ତି। ସେ କୁହନ୍ତି, ‘‘ଏଥର ମୁଁ ଚାଷ କରି ନାହିଁ। ମୁଁ ଧାନ ରୋଇଥିଲି, କିନ୍ତୁ ସେଥିରୁ କିଛି ଅମଳ ହେଲା ନାହିଁ।’’

Carrying the loads on their heads, the two women walk for around 30 minutes to get to the station. The slow passenger train will take three hours to cover a distance of 44 kilometres. 'A whole day wasted on the journey alone,' Sakuni says
PHOTO • Ashwini Kumar Shukla
Carrying the loads on their heads, the two women walk for around 30 minutes to get to the station. The slow passenger train will take three hours to cover a distance of 44 kilometres. 'A whole day wasted on the journey alone,' Sakuni says
PHOTO • Ashwini Kumar Shukla

ନିଜ ମୁଣ୍ଡ ଉପରେ ବୋଝ ବୋହି ଦୁଇ ମହିଳା ଷ୍ଟେସନ ପର୍ଯ୍ୟନ୍ତ ପହଞ୍ଚିବା ଲାଗି ପ୍ରାୟ ୩୦ ମିନିଟ୍‌ ପାଦରେ ଚାଲି ଚାଲି ଯାଆନ୍ତି। ଧୀର ଗତିରେ ଚାଲୁଥିବା ପାସେଞ୍ଜର ଟ୍ରେନ୍‌ ୪୪ କିଲୋମିଟର ଦୂରତାକୁ ତିନି ଘଣ୍ଟା ଲଗାଇବ। ସକୁନି କୁହନ୍ତି, ‘କେବଳ ଏହି ଯିବାଆସିବାରେ ପୂରା ଗୋଟିଏ ଦିନ ଚାଲିଯାଏ’

On the train, Geeta and Sakuni Devi talk about farming. Geeta owns 2.5 acres of land where she cultivates paddy and maize during the monsoons and wheat, barley and chickpeas during winter. Sakuni Devi owns around an acre of land, where she farms in both kharif and rabi seasons. While they chat, they also start making the donas
PHOTO • Ashwini Kumar Shukla
On the train, Geeta and Sakuni Devi talk about farming. Geeta owns 2.5 acres of land where she cultivates paddy and maize during the monsoons and wheat, barley and chickpeas during winter. Sakuni Devi owns around an acre of land, where she farms in both kharif and rabi seasons. While they chat, they also start making the donas
PHOTO • Ashwini Kumar Shukla

ଟ୍ରେନରେ ଗୀତା ଓ ସକୁନି ଦେବୀ ଚାଷ ବିଷୟରେ କଥା ହୁଅନ୍ତି। ଗୀତାଙ୍କ ପାଖରେ ଥିବା ୨.୫ ଏକର ଜମିରେ ସେ ବର୍ଷା ଋତୁରେ ଧାନ ଓ ମକା ଚାଷ କରୁଥିବା ବେଳେ ଶୀତ ଋତୁରେ ଗହମ, ଯଅ ଏବଂ ଚଣା ଚାଷ କରନ୍ତି। ସକୁନି ଦେବୀଙ୍କ ପାଖରେ ପ୍ରାୟ ଗୋଟିଏ ଏକର ଜମି ଅଛି, ଯେଉଁଠି ସେ ଖରିଫ ଓ ରବି ଉଭୟ ଋତୁରେ ଚାଷ କରନ୍ତି। କଥା ହେବା ସମୟରେ ସେମାନେ ଦନା ତିଆରି ଜାରି ରଖିଥା’ନ୍ତି

କଥା ହେଉ ହେଉ ସେମାନେ ଦନା ତିଆରି ଆରମ୍ଭ କରି ଦିଅନ୍ତି - ଚାରିରୁ ଛଅଟି ପତ୍ରକୁ ପରସ୍ପର ଉପରେ ବ୍ୟବସ୍ଥିତ କରି ସେଗୁଡ଼ିକୁ ବାଉଁଶ ପାତିଆରେ ସିଲେଇ କରି ଦିଅନ୍ତି। ଏହି ପାତିଆଗୁଡ଼ିକ ଅନେକ ଥର ମୋଡ଼ିବା ପରେ ମଧ୍ୟ ଭାଙ୍ଗି ନଥାଏ, ସେଥିପାଇଁ ଏଥିରେ ଥାଳି ତିଆରି କରିବା ବେଶ ସହଜ ହୋଇଥାଏ। ସକୁନି କୁହନ୍ତି, ‘‘ଯଦି ପତ୍ର ବଡ଼ ହୋଇଥିବ, ତା’ହେଲେ ଦୁଇଟି ପତ୍ରରେ ଗୋଟିଏ ଦନା ତିଆରି କରିହେବ। ନହେଲେ ଗୋଟିଏ ଦନା ତିଆରି କରିବାରେ ଚାରିରୁ ଛଅଟି ପତ୍ର ବ୍ୟବହାର କରିବାକୁ ପଡ଼ିତାଏ।

ସେମାନେ ପତ୍ରର ଧାରକୁ ମୋଡ଼ି ସେଗୁଡ଼ିକୁ ଗୋଲାକାର ଦେବାକୁ ଚେଷ୍ଟା କରନ୍ତି, ଯାହାଫଳରେ ଏଥିରେ ‘‘ତରକାରୀ ବାଢ଼ିଦେଲେ ମଧ୍ୟ ତାହା ଖସିପଡ଼ିବ ନାହିଁ,’’ ଗୀତା ଦେବୀ କୁହନ୍ତି।

୧୨ଟି ଦାନା ଥିବା ଗୋଟିଏ ବିଡ଼ା ୪ଟଙ୍କାରେ ବିକ୍ରି ହୁଏ ଏବଂ ଗୋଟିଏ ବିଡ଼ାରେ ପାଖାପାଖି ୬୦ ପତ୍ର ବ୍ୟବହାର କରାଯାଏ। ପାଖାପାଖି ୧,୫୦୦ ପତ୍ର ତୋଳିବା, ସେଥିରେ ଦନା ଓ ଥାଳି ତିଆରି କରିବା ଏବଂ ସହରକୁ ନେଇଯିବା ପରେ ସେମାନେ ୧୦୦ ଟଙ୍କା ରୋଜଗାର କରନ୍ତି।

ଏହି ମହିଳାମାନେ ମଧ୍ୟ ୧୦ ଲେଖାଏଁ ଦାନ୍ତକାଠି ଏବଂ ପୋଲା (ଶାଳ ପତ୍ର) ବିଡ଼ାକୁ ଯଥାକ୍ରମେ ୫ ଏବଂ ୧୦ ଟଙ୍କାରେ ବିକ୍ରି କରନ୍ତି। ‘‘ଦାନ୍ତକାଠି ପାଇଁ ଲୋକମାନେ ୫ ଟଙ୍କା ଦେବାକୁ ସୁଦ୍ଧା ରାଜି ହୁଅନ୍ତି ଏବଂ ମୂଲଚାଲ କରନ୍ତି।’’

ସନ୍ଧ୍ୟା ପାଞ୍ଚଟାରେ ଟ୍ରେନ୍‌ ଡାଲ୍ଟନଗଞ୍ଜରେ ପହଞ୍ଚିଯାଏ। ଷ୍ଟେସନ ବାହାରେ, ସଡ଼କ ପାର୍ଶ୍ୱରେ ଗୀତା ତଳେ ନୀଳ ରଙ୍ଗର ପଲିଥିନ ଶିଟ୍‌ ବିଛାନ୍ତି ଏବଂ ଉଭୟ ପୁଣିଥରେ ଦନା ତିଆରି କାମ ଆରମ୍ଭ କରିଦିଅନ୍ତି। ସେମାନେ ପତ୍ତଲ ବା ଥାଳି ତିଆରି ପାଇଁ ଅର୍ଡର ମଧ୍ୟ ନିଅନ୍ତି। ଗୋଟିଏ ଥାଳି ତିଆରି କରିବାରେ ୧୨-୧୪ଟି ପତ୍ର ଉପଯୋଗ କରାଯାଏ ଏବଂ ଗୋଟାକୁ ୧.୫ ଟଙ୍କାରେ ବିକ୍ରି କରାଯାଏ। ଗୃହ ପ୍ରବେଶ (ଘର ପ୍ରତିଷ୍ଠା) କିମ୍ବା ନବରାତ୍ରୀ କିମ୍ବା ମନ୍ଦିରରେ ଖାଦ୍ୟ ପରିବେଷଣ ଭଳି ବିଶେଷ କାର୍ଯ୍ୟକ୍ରମ ସମୟରେ ଏହାର ବ୍ୟବହାର କରାଯିବ । ଶହେ କିମ୍ବା ତା’ଠାରୁ ଅଧିକ ସଂଖ୍ୟାରେ ପତ୍ର ଅର୍ଡର ପୂରଣ କରିବା ଲାଗି ଅନେକ ଲୋକ ମିଶି କାମ କରନ୍ତି।

Outside Daltonganj station, Geeta spreads a blue polythene sheet on the ground and the two resume the task of crafting donas. The women also take orders for pattals or plates. Their 'shop' is open 24x7 but they move into the station at night for safety. They will stay here until all their wares are sold
PHOTO • Ashwini Kumar Shukla
Outside Daltonganj station, Geeta spreads a blue polythene sheet on the ground and the two resume the task of crafting donas. The women also take orders for pattals or plates. Their 'shop' is open 24x7 but they move into the station at night for safety. They will stay here until all their wares are sold
PHOTO • Ashwini Kumar Shukla

ଡାଲ୍ଟନଗଞ୍ଜ ଷ୍ଟେସନ ବାହାରେ, ଗୀତା ତଳେ ବସି ନୀଳ ରଙ୍ଗର ଏକ ପଲିଥିନ ଶିଟ୍‌ ବିଛାନ୍ତି ଏବଂ ଉଭୟ ପୁଣିଥରେ ଦନା ତିଆରି କାମ ଆରମ୍ଭ କରିଦିଅନ୍ତି। ସେମାନେ ପତ୍ତଲ  ବା ପ୍ଲେଟ୍ ଅର୍ଡର ମଧ୍ୟ ନିଅନ୍ତି। ସେମାନଙ୍କ ‘ଦୋକାନ’ ୨୪ ଘଣ୍ଟା ଖୋଲା ରହିଥାଏ, କିନ୍ତୁ ସୁରକ୍ଷା ଦୃଷ୍ଟିରୁ ସେମାନେ ରାତି ସମୟରେ ଷ୍ଟେସନ ଭିତରକୁ ଚାଲି ଯାଆନ୍ତି। ସବୁତକ ଦାନ ବିକ୍ରି ନହେବା ପର୍ଯ୍ୟନ୍ତ ସେମାନେ ସେଠାରେ ରହିଥାନ୍ତି

Left: Four to six leaves are arranged one upon the other and sewn together with strips of bamboo to make the dona . They fold the edges to create a circular shape so that when food is served, it won’t fall out. A bundle of 12 donas sells for four rupees.
PHOTO • Ashwini Kumar Shukla
Right: Bundles of datwan are bought by passengers from the night train.
PHOTO • Ashwini Kumar Shukla

ବାମ : ଚାରିରୁ ଛଅଟି ପତ୍ରକୁ ପରସ୍ପର ଉପରେ ବ୍ୟବସ୍ଥିତ କରି ସେଗୁଡ଼ିକୁ ବାଉଁଶ ପାତିଆରେ ସିଲେଇ କରି ସେଥିରେ ଦନା ତିଆରି ହୁଏ। ପତ୍ରର ଧାରକୁ ମୋଡ଼ି ସେଗୁଡ଼ିକୁ ଗୋଲାକାର ଦିଆଯାଏ, ଯାହାଫଳରେ ସେଥିରେ ଖାଦ୍ୟ ବାଢ଼ିଦେଲେ ମଧ୍ୟ ତାହା ଖସିପଡ଼ିବ ନାହିଁ

ଗୀତା ଓ ସକୁନି ଦେବୀ ସେମାନଙ୍କର ସମସ୍ତ ଜିନିଷ ପତ୍ର ବିକ୍ରି ନହେବା ପର୍ଯ୍ୟନ୍ତ ଏଠାରେ ରହିବେ। ସକୁନି କୁହନ୍ତି , ବେଳେବେଳେ ଗୋଟିଏ ଦିନରୁ ଅଧିକ ସମୟ, ଏପରିକି ଆଠ ଦିନ ପର୍ଯ୍ୟନ୍ତ ସମୟ ଲାଗିଥାଏ, ‘‘ଯଦି ଅଧିକ ଲୋକ ଦନା ବିକ୍ରି କରିବାକୁ ଆସନ୍ତି। ଏଭଳି ସ୍ଥିତିରେ , ନୀଳ ପ୍ଲାଷ୍ଟିକ ଚାଦର ରାତିରେ ସେମାନଙ୍କର ଶଯ୍ୟା ପାଲଟିଯାଏ ଏବଂ ସେମାନେ ନିଜ ସହିତ ରଖିଥିବା କମ୍ବଳ , ସେମାନଙ୍କ କାମରେ ଲାଗେ। ଯଦି ସେମାନଙ୍କୁ ଏଠାରେ କିଛି ଦିନ ଏଠାରେ ରହିବାକୁ ହୁଏ , ତେବେ ସେମାନେ ଦିନକୁ ଦୁଇଥର ସତୁ ଖାଆନ୍ତି,ଏହାକୁ କିଣିବାରେ ସେମାନଙ୍କର ଦୈନିକ ୫୦ ଟଙ୍କା ଖର୍ଚ୍ଚ ହୁଏ।

ସେମାନଙ୍କ ‘ଦୋକାନ’ ଚବିଶ ଘଣ୍ଟା ଖୋଲା ରହିଥାଏ ଏବଂ ରାତିରେ ଟ୍ରେନ ଧରୁଥିବା ଯାତ୍ରୀ ସେମାନଙ୍କଠାରୁ ଦାନ୍ତକାଠି କିଣନ୍ତି । ସନ୍ଧ୍ୟା ସମୟରେ ଗୀତା ଓ ସକୁନି ଷ୍ଟେସନ ଭିତରକୁ ଚାଲି ଯାଆନ୍ତି। ଡାଲ୍ଟନଗଞ୍ଜ ଗୋଟିଏ ଛୋଟ ସହର ଏବଂ ଏହି ଷ୍ଟେସନ ସେମାନଙ୍କ ପାଇଁ ସୁରକ୍ଷିତ ଠିକଣା ପାଲଟିଯାଏ।

*****

ତିନି ଦିନ ପରେ ଗୀତା ୩୦ ବିଡ଼ା ଦନା ଏବଂ ୮୦ ବିଡ଼ା ଦାନ୍ତକାଠି ବିକ୍ରି କରି ୪୨୦ ଟଙ୍କା ରୋଜଗାର କରିଛନ୍ତି, ସକୁନିଙ୍କୁ ୨୫ ବିଡ଼ା ଦନା ଏବଂ ୫୦ ବିଡ଼ା ଦାନ୍ତକାଠି ବିକ୍ରିରୁ ୩୦୦ ଟଙ୍କା ମିଳିଛି। ରୋଜଗାର କରିଥିବା ଟଙ୍କା ନେଇ ଉଭୟ ପଲାମୁ ଏକ୍ସପ୍ରେସରେ ଚଢ଼ନ୍ତି ଯାହା ବିଳମ୍ବିତ ରାତିରେ ଛାଡ଼ିଥାଏ ଏବଂ ପରଦିନ ସକାଳୁ ସେମାନଙ୍କୁ ବରୱାଡିହରେ ଛାଡ଼ିବ। ସେଠାରୁ ହେହେଗଡ଼ା ଯିବା ପାଇଁ ସେମାନଙ୍କୁ ଲୋକାଲ୍‌ ଟ୍ରେନ୍‌ ଧରିବାକୁ ହେବ।

ରୋଜଗାରକୁ ନେଇ ସକୁନି ଖୁସି ନାହାନ୍ତି। ‘‘ଏହା କଷ୍ଟ କାମ ; ଯଥେଷ୍ଟ ରୋଜଗାର ନାହିଁ,’’ ଜିନିଷପତ୍ର ଏକାଠି କରୁ କରୁ ସେ କୁହନ୍ତି,

କିନ୍ତୁ ଦୁଇ ଚାରି ଦିନ ପରେ ସେମାନଙ୍କୁ ପୁଣିଥରେ ଆସିବାକୁ ପଡ଼ିବ। ଗୀତା କୁହନ୍ତି, ‘‘ଏହା ମୋର ଜୀବିକା। ମୋ ହାତ ଗୋଡ଼ କାମ କରିବା ପର୍ଯ୍ୟନ୍ତ ମୁଁ ଏହି କାମ ଜାରି ରଖିବି।’’

ମୃଣାଳିନୀ ମୁଖାର୍ଜୀ ଫାଉଣ୍ଡେସନ (ଏମ୍‌ଏମ୍‌ଏଫ୍‌) ଠାରୁ ମିଳିଥିବା ଫେଲୋଶିପ୍‌ ଅଧୀନରେ ଏହି କାହାଣୀ ପ୍ରସ୍ତୁତ କରାଯାଇଛି

ଅନୁବାଦ: ଓଡ଼ିଶାଲାଇଭ୍‍

Ashwini Kumar Shukla

Ashwini Kumar Shukla is a freelance journalist based in Jharkhand and a graduate of the Indian Institute of Mass Communication (2018-2019), New Delhi. He is a PARI-MMF fellow for 2023.

Other stories by Ashwini Kumar Shukla
Editor : Sarbajaya Bhattacharya

Sarbajaya Bhattacharya is a Senior Assistant Editor at PARI. She is an experienced Bangla translator. Based in Kolkata, she is interested in the history of the city and travel literature.

Other stories by Sarbajaya Bhattacharya
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE