ନାରାୟଣ ଗାଏକୱାଡ଼ ନିଜ ଜମିରେ ଫଳିଥିବା କିଛି ଜଡ଼ା ଗଛକୁ ଦେଖିଲେ ତାଙ୍କର କୋହ୍ଲାପୁରୀ ଚପଲ କଥା ମନେ ପଡ଼ିଥାଏ ଯାହାକୁ ସେ ୨୦ ବର୍ଷ ପୂର୍ବରୁ ବ୍ୟବହାର କରୁଥିଲେ। ‘‘ଆମେ କୋହ୍ଲାପୁରୀ ଚପଲରେ ଜଡ଼ା ତେଲ ମାରୁଥିଲୁ। ଏହା ଚପଲର ସ୍ଥାୟିତ୍ୱ ବଢ଼ାଉଥିଲା,’’ ଏହି ୭୭ ବର୍ଷ ବୟସ୍କ ଚାଷୀ କହିଥାନ୍ତି। ତେଲ ଓ ସ୍ଥାନୀୟ ଅଞ୍ଚଳ ପାଇଁ ପ୍ରସିଦ୍ଧି ଆଣି ଦେଇଥିବା ଚପଲ ମଧ୍ୟରେ ରହିଥିବା ନିବିଡ଼ ସମ୍ପର୍କ ବିଷୟରେ ସେ ବର୍ଣ୍ଣନା କରିଥା’ନ୍ତି।

କୋହ୍ଲାପୁରୀ ଚପଲକୁ ତୈଳାକ୍ତ କରିବା ଲାଗି କୋହ୍ଲାପୁର ଜିଲ୍ଲାରୁ ମୁଖ୍ୟତଃ ଜଡ଼ା ତେଲ ପ୍ରସ୍ତୁତ କରାଯାଏ। ମଈଁଷି କିମ୍ବା ଗାଈ ଚମଡ଼ାରେ ଏହି ଚପଲ ତିଆରି କରାଯିବା ପରେ କୋମଳତା ଓ ଆକୃତିକୁ ବଜାୟ ରଖିବା ପାଇଁ ତେଲ ଲଗାଇ ଏହାକୁ ତୈଳାକ୍ତ କରାଯାଉଥିଲା। ଏଥିପାଇଁ ଜଡ଼ା ଗଛରୁ ବାହାରୁଥିବା ତେଲକୁ ବେଶୀ ପ୍ରାଥମିକତା ଦିଆଯାଉଥିଲା।

କୋହ୍ଲାପୁର ଦେଶୀୟ ପ୍ରଜାତି ହୋଇନଥିଲେ ସୁଦ୍ଧା ଜଡ଼ା (ରିସିନସ୍‌ କମ୍ୟୁନିସ୍‌) ଏହି ଅଞ୍ଚଳର ଏକ ଲୋକପ୍ରିୟ ଫସଲ ଥିଲା। ସବୁଜ ପତ୍ର ଓ ମୋଟା ଗଣ୍ଡି ଥିବା ଏହି ଉଦ୍ଭିଦ ବର୍ଷ ସାରା ହୋଇପାରିବ। ଭାରତରେ ବିଶ୍ୱର ସର୍ବାଧିକ ଜଡ଼ା ଉତ୍ପାଦନ ହୋଇଥାଏ। ୨୦୨୧-୨୨ରେ ଆନୁମାନିକ ୧୬.୫ ଲକ୍ଷ ଟନ୍‌ ଜଡ଼ା ଉତ୍ପାଦିତ ହୋଇଥିଲା। ଭାରତରେ ସବୁଠୁ ଅଧିକ ଜଡ଼ା ଉତ୍ପାଦନକାରୀ ରାଜ୍ୟ ହେଲେ - ଗୁଜରାଟ, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, ଓଡ଼ିଶା ଏବଂ ରାଜସ୍ଥାନ।

‘‘ମାଝେ ୱଡିଲ୍‌ ୯୬ ବର୍ଷ ଜଗଲେ (ମୋ ବାପା ୯୬ ବର୍ଷ ବଞ୍ଚିଥିଲେ)- ଏବଂ ସେ ପ୍ରତିବର୍ଷ ଏରଣ୍ଡି (ଜଡ଼ା) ଚାଷ କରୁଥିଲେ,’’ ନାରାୟଣ କୁହନ୍ତି। ସେ ବର୍ଷ ପରେ ବର୍ଷ ଏହି ପରମ୍ପରାକୁ ବଜାୟ ରଖି ନିଜର ୩.୨୫ ଏକର ଜମିରେ ଜଡ଼ା ଚାଷ କରିଛନ୍ତି। ‘‘ଆମେ ଏହି ସ୍ୱଦେଶୀ ଏରଣ୍ଡି ବିନ୍‌ ଆକୃତିର ମଞ୍ଜିକୁ ସଂରକ୍ଷିତ କରି ରଖିଛୁ। ଏଗୁଡ଼ିକ ଅତିକମରେ ୧୫୦ ବର୍ଷ ପୁରଣା ହେବ,’’ ଖବରକାଗଜରେ ସୁରକ୍ଷିତ ଭାବେ ଗୁଡ଼ାଇ ରଖିଥିବା ମଞ୍ଜିକୁ ଦେଖାଇ ନାରାୟଣ କହିଥାନ୍ତି। ‘‘ ଫକ୍ତ ବାଇକୋ ଆଣି ମି ଶେୱକିଣ (କେବଳ ମୁଁ ଓ ମୋ ପତ୍ନୀ ଏବେ ଏହାର ସଂରକ୍ଷକ)।’’

ନାରାୟଣ ଓ ତାଙ୍କ ପତ୍ନୀ କୁସୁମ (୬୬) ଜଡ଼ା ମଞ୍ଜିରୁ ହାତରେ ତେଲ ବାହାର କରିଥା’ନ୍ତି। ପାଖରେ ତେଲ କଳ ରହିଥିଲେ ସୁଦ୍ଧା ସେମାନେ ପରିଶ୍ରମ କରି ହାତରେ ତେଲ ବାହାର କରିଥା’ନ୍ତି। ‘‘ପୂର୍ବରୁ ଆମେ, ପ୍ରତି ତିନି ମାସରେ ଥରେ ତେଲ ବାହାର କରୁଥିଲୁ,’’ ନାରାୟଣ କୁହନ୍ତି।

Narayan Gaikwad shows the thorny castor beans from his field
PHOTO • Sanket Jain

ନାରାୟଣ ଗାଏକୱାଡ଼ ତାଙ୍କ ଜମିରେ କଣ୍ଟାଯୁକ୍ତ ଜଡ଼ା ମଞ୍ଜି ଦେଖାଉଛନ୍ତି

Left: Till the year 2000, Narayan Gaikwad’s field had at least 100 castor oil plants. Today, it’s down to only 15 in the 3.25 acres of land.
PHOTO • Sanket Jain
Right: The Kolhapuri chappal , greased with castor oil, which Narayan used several years back
PHOTO • Sanket Jain

ବାମ : ୨୦୦୦ ମସିହା ପର୍ଯ୍ୟନ୍ତ ନାରାୟଣଙ୍କ ଜମିରେ ଅତି କମରେ ୧୦୦ଟି ଜଡ଼ା ଗଛ ଥିଲା। ଆଜି ତାଙ୍କର ୩.୨୫ ଏକର ଜମିରେ ମାତ୍ର ୧୫ଟି ଗଛ ରହିଛି । ଡାହାଣ : ଜଡ଼ା ତେଲ ମାରି ଚିକ୍କଣ କରାଯାଇଥିବା କୋହ୍ଲାପୁରୀ ଚପଲ, ଯାହାକୁ ନାରାୟଣ କିଛି ବର୍ଷ ପୂର୍ବରୁ ବ୍ୟବହାର କରୁଥିଲେ

‘‘ମୋ ପିଲାଦିନେ ପ୍ରାୟ ସବୁ ପରିବାର ଜଡ଼ା ଚାଷ କରିବା ସହ ତେଲ ବାହାର କରୁଥିଲେ। କିନ୍ତୁ ଏଠାକାର ସବୁ ଲୋକମାନେ ଜଡ଼ା ଚାଷ ବନ୍ଦ କରି ଏବେ ଆଖୁ ଚାଷ ଆରମ୍ଭ କରିଛନ୍ତି,’’ କୁସୁମ କୁହନ୍ତି। ସେ ତାଙ୍କ ଶାଶୁଙ୍କଠାରୁ ଜଡ଼ା ତେଲ ପ୍ରସ୍ତୁତି କଳା ଶିଖିଥିଲେ।

୨୦୦୦ ମସିହା ପର୍ଯ୍ୟନ୍ତ ଗାଏକୱାଡ଼ ପରିବାରର ଜମିରେ ଶତାଧିକ ଜଡ଼ା ଗଛ ରହିଥିଲା। ଏହି ସଂଖ୍ୟା ଏବେ ମାତ୍ର ୧୫କୁ ଖସି ଆସିଛି ଏବଂ ଜାମ୍ଭଳି ଗାଁରେ ତାଙ୍କ ଭଳି ଅଳ୍ପ କେତେଜଣ ଚାଷୀ ଏବେ ସୁଦ୍ଧା ଜଡ଼ା ଚାଷ କରୁଛନ୍ତି। କିନ୍ତୁ କୋହ୍ଲାପୁରରେ ଜଡ଼ା ମଞ୍ଜି ଉତ୍ପାଦନ ହ୍ରାସ ପାଇବା ସହିତ, ‘‘ଆମେ ଏବେ ପ୍ରତି ଚାରି ବର୍ଷରେ ଥରେ ଅତି କଷ୍ଟରେ ଜଡ଼ା ତେଲ ବାହାର କରିପାରୁଛୁ,’’ କୁସୁମ କହିଥାନ୍ତି।

ବିଗତ କିଛି ବର୍ଷ ମଧ୍ୟରେ କୋହ୍ଲାପୁରୀ ଚପଲର ଚାହିଦା ହ୍ରାସ ପାଇଛି ଯାହାକି ଏହି ଅଞ୍ଚଳରେ ଜଡ଼ା ତେଲ ଉତ୍ପାଦନକୁ ଗୁରୁତର ଭାବେ ପ୍ରଭାବିତ କରିଛି । ‘‘କୋହ୍ଲାପୁରୀ ଚପଲ ଏବେ ମହଙ୍ଗା ହୋଇଯାଇଛି ଏବଂ ହଳକୁ ୨,୦୦୦ ଟଙ୍କା ପଡ଼ୁଛି’’, ନାରାୟଣ କୁହନ୍ତି। ସେଗୁଡ଼ିକର ଓଜନ ପ୍ରାୟ ଦୁଇ କିଲୋଗ୍ରାମ ଏବଂ ଚାଷୀଙ୍କ ମଧ୍ୟରେ ସେମାନଙ୍କର ଲୋକପ୍ରିୟତା ହରାଇଛି। ଅଧିକ ଶସ୍ତା ଓ ହାଲୁକା ରବର ଚପଲକୁ ଏବେ ସମସ୍ତେ ପସନ୍ଦ କରୁଛନ୍ତି। ଆଉ ତା’ଛଡ଼ା, ‘‘ମୋ ପୁଅମାନେ ଏବେ ଅଧିକ ପରିମାଣରେ ଆଖୁ ଚାଷ ଆରମ୍ଭ କରିଛନ୍ତି,’’ ତାଙ୍କ ଜମିରେ ଜଡ଼ା ଚାଷ ନହେବା ସମ୍ପର୍କରେ ସୂଚନା ଦେଇ ନାରାୟଣ କୁହନ୍ତି।

୧୦ ବର୍ଷ ବୟସରେ ନାରାୟଣ ପ୍ରଥମେ ଜଡ଼ା ତେଲ ବାହାର କରିବା ଶିଖିଥିଲେ। ସେଦିନ କଥା ମନେ ପକାଇ ନାରାୟଣ କୁହନ୍ତି, ଜମିରେ ପଡ଼ିଥିବା ପାଞ୍ଚ କିଲୋଗ୍ରାମରୁ ଅଧିକ ଓଜନର ଜଡ଼ା ମଞ୍ଜିକୁ ଦେଖାଇ ତାଙ୍କ ମା’ କହୁଥିଲେ, ‘‘ସେଗୁଡ଼ିକୁ ସବୁ ଝାଡ଼ୁ କରି ଏକାଠି କର।’’ ଜଡ଼ା ଗଛ ଲଗାଇବାର ୩-୪ ମାସ ପରେ ସେଥିରେ ମଞ୍ଜି ଧରିଥାଏ ଏବଂ ସଂଗୃହିତ ମଞ୍ଜିକୁ ତିନି ଦିନ ପାଇଁ ଖରାରେ ଶୁଖାଯାଏ।

ଜଡ଼ା ମଞ୍ଜିରୁ ତେଲ ବାହାର କରିବା ବେଶ୍‌ ଶ୍ରମସାଧ୍ୟ ପ୍ରକ୍ରିୟା। ‘‘ଆମେ ଶୁଖିଲା ମଞ୍ଜିକୁ ଚପଲରେ ଚକଟି ଭାଙ୍ଗିଥାଉ। ଏହାଦ୍ୱାରା କଣ୍ଟାଯୁକ୍ତ ଟରଫଲ (ଚୋପା) ବାହାରି ଯାଏ,’’ ନାରାୟଣ କୁହନ୍ତି। ଏହାପରେ ମଞ୍ଜିକୁ ମାଟି ଚୁଲିରେ ରନ୍ଧାଯାଏ।

ରାନ୍ଧି ହୋଇସାରିବା ପରେ, ଶୁଖିଲା ଜଡ଼ା ମଞ୍ଜିକୁ କୁଟି ସେଥିରୁ ତେଲ ବାହାର କରାଯାଏ।

Left: A chuli , a stove made usually of mud, is traditionally used for extracting castor oil.
PHOTO • Sanket Jain
Right: In neighbour Vandana Magdum’s house, Kusum and Vandana begin the process of crushing the baked castor seeds
PHOTO • Sanket Jain

ବାମ : ସାଧାରଣତଃ ପାରମ୍ପରିକ ମାଟି ଚୁଲିରେ ଜଡ଼ା ତେଲ ବାହାର କରାଯାଏ। ଡାହାଣ : ପଡ଼ୋଶୀ ବନ୍ଦନା ମଗଦୁମଙ୍କ ଘରେ କୁସୁମ ଓ ବନ୍ଦନା ରନ୍ଧା ହୋଇଥିବା ଜଡ଼ା ମଞ୍ଜିକୁ କୁଟିବା ପ୍ରକ୍ରିୟା ଆରମ୍ଭ କରୁଛନ୍ତି

ନାରାୟଣ ତାଙ୍କ ମା’ଙ୍କୁ ପ୍ରତି ବୁଧବାର ଜଡ଼ା ମଞ୍ଜି ଦଳିବାରେ ସାହାଯ୍ୟ କରୁଥିଲେ। ବିଗତ ଦିନ କଥା ମନେ ପକାଇ ସେ କୁହନ୍ତି, ‘‘ଆମେ ରବିବାରରୁ ମଙ୍ଗଳବାର ପର୍ଯ୍ୟନ୍ତ ଆମ ଜମିରେ କାମ କରୁଥିଲୁ ଏବଂ ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ନିକଟସ୍ଥ ସାପ୍ତାହିକ ହାଟରେ କୃଷି ଉତ୍ପାଦ (ପନିପରିବା ଓ ଶସ୍ୟ) ବିକ୍ରି କରୁଥିଲୁ। କେବଳ ବୁଧବାର ଦିନ ହିଁ ଖାଲି ରହୁଥିଲା।’’

ଆଜି ମଧ୍ୟ - ଛଅ ଦଶନ୍ଧିରୁ ଅଧିକ ଦିନ ପରେ - ଗାଏକୱାଡ଼ମାନେ କେବଳ ବୁଧବାର ହିଁ ମଞ୍ଜି କୁଟିଥା’ନ୍ତି। ଏହି ଅକ୍ଟୋବର ମାସର ସକାଳେ କୁସୁମଙ୍କ ପଡ଼ୋଶୀ ଓ ସମ୍ପର୍କୀୟ ବନ୍ଦନା ମଗଦୁମଙ୍କ ଘରେ ଅଛନ୍ତି । ଉଭୟ ଉଖଲ-ମୁସଲ ବ୍ୟବହାର କରି ମଞ୍ଜିକୁ ପାରମ୍ପରିକ ଭାବେ ଛେଚୁଛନ୍ତି।

ଉଖଲ ହେଉଛି କଳା ପଥରରେ ତିଆରି ଏକ ମୋର୍ଟାର ଯାହାକୁ ଚଟାଣରେ ୬-୮ ଇଞ୍ଚ ଗଭୀର କରି ଖଞ୍ଜା ହୋଇଥାଏ। କୁସୁମ ଚଟାଣରେ ବସନ୍ତି ଏବଂ ଶାଗୁଆନ୍‌ କାଠରେ ତିଆରି ଲମ୍ବା ମୁସଲ କୁ ଉଠାଇବାରେ ସହାୟତା କରନ୍ତି, ଅନ୍ୟପଟେ ବନ୍ଦନା ଛିଡ଼ା ହୋଇ ଜଡ଼ା ମଞ୍ଜିକୁ ଖୁବଜୋରରେ ଛେଚିଥା’ନ୍ତି।

‘‘ପୂର୍ବରୁ ମିକ୍ସର ଗ୍ରାଇଣ୍ଡର ନଥିଲା,’’ ପୂର୍ବ କାଳରେ ଏହି ଉପକରଣର ଲୋକପ୍ରିୟତା ବର୍ଣ୍ଣନା କରି କୁସୁମ କୁହନ୍ତି।

ଏହି ପ୍ରକ୍ରିୟା ତିରିଶ ମିନିଟ୍‌ ଧରି ଚାଲିବା ପରେ ଜଡ଼ା ତେଲ ବୁନ୍ଦା ବାହାରୁଥିବା କୁସୁମ ଦେଖା ଦିଅନ୍ତି। ‘‘ ଆତା ଚାୟା ରବଡ଼ା ହୋତୋ (ଖୁବଶୀଘ୍ର ରବର ଭଳି ଜିନିଷ ବାହାରିବ),’’ ନିଜ ଆଙ୍ଗୁଠିରେ ଲାଗିଥିବା କଳା ମିଶ୍ରଣକୁ ଦେଖାଇ ସେ କୁହନ୍ତି।

କୁସୁମ ଦୁଇ ଘଣ୍ଟା ଧରି କୁଟିବା ପରେ ଉଖଲ ଭିତରୁ ମିଶ୍ରଣକୁ ବାହାର କରିଥାନ୍ତି ଏବଂ ସେଥିରେ ଗରମ ପାଣି ମିଶାଇଥାନ୍ତି। ଦୁଇ କିଲୋଗ୍ରାମ କୁଟା ହୋଇଥିବା ଜଡ଼ା ମଞ୍ଜି ପାଇଁ ଅତିକମରେ ପାଞ୍ଚ ଲିଟର ଗରମ ପାଣି ଆବଶ୍ୟକ ବୋଲି କୁହନ୍ତି। ବାହାରେ ଥିବା ଏକ ଚୁଲିରେ ମିଶ୍ରଣକୁ ପୁଣିଥରେ ଫୁଟାଯାଏ। ଅଧିକ ଧୂଆଁରେ ଆଖି ଖୋଲି ଚାହିଁବାକୁ ସଂଘର୍ଷ କରୁଥିବା କୁସୁମ କାଶି କାଶି କୁହନ୍ତି, ‘‘ଆମେ ଏଥିରେ ଏବେ ଅଭ୍ୟସ୍ତ ହୋଇଗଲୁଣି।’’

Left: Ukhal – a mortar carved out of black stone – is fitted into the floor of the hall and is 6-8 inches deep.
PHOTO • Sanket Jain
Right: A musal made of sagwan wood is used to crush castor seeds.
PHOTO • Sanket Jain

ବାମ : ଉଖଲ -କଳା ପଥରରେ ଖୋଦେଇ ହୋଇଥିବା ଏକ ଖାଲୁଆ ଉପକରଣ ଯାହାକି ଅଗଣା ଚଟାଣରେ ୬-୮ ଇଞ୍ଚ ଗଭୀର ଖୋଳା ହୋଇ ଫିଟ୍‌ ହୋଇଥାଏ। ଡାହାଣ : ଜଡ଼ା ମଞ୍ଜିକୁ କୁଟିବା ପାଇଁ ଶାଗୁଆନ କାଠରେ ତିଆର ମୁସଲ ବ୍ୟବହାର କରାଯାଏ

Kusum points towards her thumb and shows the castor oil’s drop forming.
PHOTO • Sanket Jain
She stirs the mix of crushed castor seeds and water
PHOTO • Sanket Jain

କୁସୁମ ତାଙ୍କ ତାଙ୍କ ବୁଢ଼ା ଆଙ୍ଗୁଠିକୁ ଦେଖାଇ ସେଥିରୁ ବୋହି ଯାଉଥିବା ଜଡ଼ା ତେଲକୁ ଦେଖାଉଛନ୍ତି। ସେ କୁଟା ହୋଇଥିବା ଜଡ଼ା ମଞ୍ଜିକୁ ପାଣିରେ ଗୋଳାଉଛନ୍ତି

ମିଶ୍ରଣ ଫୁଟିବା ଆରମ୍ଭ କରିବା ପରେ କୁସୁମ ମୋ ସାର୍ଟରୁ ଖଣ୍ଡେ ସୂତା ବାହାର କରି ସେଥିରେ ପକାଇଦିଅନ୍ତି। ‘‘ କୋଣ ବାହେରଚ ଆଲ ତର୍‌ ତ୍ୟାଚ ଚିନ୍ଦୁକ ଘେଉନ ଟାକାୟଚ, ନାହି ତର ତେ ତେଲ ଘେଉନ ଜାତ (ଏହି ପ୍ରକ୍ରିୟା ସମୟରେ କେହି ବାହାର ଲୋକ ଘରକୁ ଆସିଲେ, ଆମେ ତାଙ୍କ ପୋଷାକରୁ ଖଣ୍ଡେ ସୂତା ବାହାର କରି ଦେଇଥାଉ। ଅନ୍ୟଥା, ସେମାନେ ତେଲ ଚୋରାଇ ନେବେ),’’ ସେ କୁହନ୍ତି। ‘‘ଏହା ଏକ ଅନ୍ଧବିଶ୍ୱାସ,’’ ନାରାୟଣ ତୁରନ୍ତ କୁହନ୍ତି, ‘‘ବାହାର ଲୋକ ତେଲ ଚୋରେଇ ନେବେ ବୋଲି ପୂର୍ବରୁ ବିବେଚନା କରାଯାଉଥିଲା। ସେଥିପାଇଁ ଏହି ସୂତା ପକାଯାଉଛି।’’

କୁସୁମ ଏକ ଦାଓ (ଏକ ବଡ଼ କାଠ ଚାମଚ)ରେ ପାଣି ଓ କୁଟା ହୋଇଥିବା ଜଡ଼ା ମଞ୍ଜିର ମିଶ୍ରଣକୁ ଗୋଳାନ୍ତି । ଦୁଇ ଘଣ୍ଟା ପରେ ତେଲ ଅଲଗା ହୋଇଯାଏ ଏବଂ ଉପରକୁ ଉଠିଆସେ।

ଜାମ୍ଭଳୀର ଆଖପାଖ ଗାଁରୁ ଲୋକମାନେ ଜଡ଼ା ତେଲ ନେବା ପାଇଁ ତାଙ୍କ ଘରକୁ ଆସୁଥିଲେ ବୋଲି ସୂଚନା ଦେଇ ନାରାୟଣ କୁହନ୍ତି, ‘‘ଆମେ ଏ ତେଲ କେବେ ବିକ୍ରି କରିନାହୁଁ ଏବଂ ସବୁବେଳେ ମାଗଣାରେ ବାଣ୍ଟି ଦେଇଛୁ।’’ ସୋଧନା (ଛାଙ୍କୁଣୀ)ରେ ତେଲ ଛାଣିବା ସମୟରେ କୁସୁମ କୁହନ୍ତି,‘‘ବିଗତ ଚାରି ବର୍ଷ ହେବ କେହି ତେଲ ନେବାକୁ ଆସିନାହାନ୍ତି।’’

ବର୍ତ୍ତମାନ ସୁଦ୍ଧା, ଗାଏକୱାଡ଼ ପରିବାର ଲାଭ ପାଇଁ କେବେ ଜଡ଼ା ତେଲ ବିକ୍ରି କରିବା ସମ୍ପର୍କରେ ଚିନ୍ତା କରିନାହାନ୍ତି।

ଜଡ଼ା ଉତ୍ପାଦନ ମଧ୍ୟ ସେତେ ଭଲ ନୁହେଁ। ‘‘ନିକଟସ୍ଥ ଜୟସିଂପୁର ସହରର ବ୍ୟାପାରୀ (ବ୍ୟବସାୟୀ) ଅତି କମ୍‌ ଟଙ୍କା ଦେଇ ଜଡ଼ା ମଞ୍ଜି କିଣନ୍ତି। କିଲୋ ପ୍ରତି ୨୦-୨୫ ଟଙ୍କାରେ,’’ କୁସୁମ କୁହନ୍ତି। ଶିଳ୍ପଗୁଡ଼ିକରେ କୋଟିଂ, ଲୁବ୍ରିକାଣ୍ଟ, ମହମ ଓ ରଙ୍ଗରେ ଜଡ଼ା ତେଲ ବ୍ୟବହାର କରାଯାଏ। ସାବୁନ ଓ ସୌନ୍ଦର୍ଯ୍ୟ ପ୍ରସାଧନ ସାମଗ୍ରୀରେ ମଧ୍ୟ ଏହାକୁ ଉପଯୋଗ କରାଯାଏ।

‘‘ଏବେ ହାତରେ ପାରମ୍ପରିକ ଭାବେ ତେଲ ପ୍ରସ୍ତୁତ କରିବା ଲାଗି ଲୋକଙ୍କ ପାଖରେ ସମୟ ନାହିଁ। ଆବଶ୍ୟକ ହେଲେ, ସେମାନେ ସିଧାସଳଖ ବଜାରରୁ ରେଡିମେଡ୍‌ ଜଡ଼ା ତେଲ କିଣି ଆଣୁଛନ୍ତି,’’ କୁସୁମ କୁହନ୍ତି।

Left: Crushed castor seeds and water simmers.
PHOTO • Sanket Jain
Right: Narayan Gaikwad, who has been extracting castor oil since the mid-1950s, inspects the extraction process.
PHOTO • Sanket Jain

ବାମ : କୁଟା ହୋଇଥିବା ଜଡ଼ା ମଞ୍ଜି ଓ ପାଣି ଗୋଳା ହେଉଛି। ଡାହାଣ : ୫୦ ଦଶକରୁ ଜଡ଼ା ତେଲ ପ୍ରସ୍ତୁତ କରି ଆସୁଥିବା ନାରାୟଣ ଗାଏକୱାଡ଼ ତେଲ ପ୍ରସ୍ତୁତି ପ୍ରକ୍ରିୟାକୁ ନିରୀକ୍ଷଣ କରୁଛନ୍ତି

After stirring the castor seeds and water mixture for two hours, Narayan and Kusum separate the oil floating on top from the sediments
PHOTO • Sanket Jain
After stirring the castor seeds and water mixture for two hours, Narayan and Kusum separate the oil floating on top from the sediments
PHOTO • Sanket Jain

ଦୁଇ ଘଣ୍ଟା ଧରି ଜଡ଼ା ମଞ୍ଜି ଓ ପାଣି ମିଶ୍ରଣକୁ ଗୋଳାଇବା ପରେ ନାରାୟଣ ଓ କୁସୁମ ଉପରେ ଭାସୁଥିବା ତେଲକୁ ଖାଦରୁ ଅଲଗା କରୁଛନ୍ତି

ବର୍ତ୍ତମାନ ସମୟରେ ମଧ୍ୟ ଜଡ଼ାର ବହୁ-ପରିକ୍ଷୀତ ଲାଭକୁ ସଂରକ୍ଷିତ କରିବା ଲାଗି ଗାଏକୱାଡ଼ମାନେ ଆଗ୍ରହୀ ଅଟନ୍ତି। ନାରାୟଣ କୁହନ୍ତି, ‘‘ ଡୋକ୍ୟାୱର ଏରଣ୍ଡି ଠେୱଲ୍ୟାନେ ଡୋକ ଶାନ୍ତ ରାହତ, (ଆପଣ ମୁଣ୍ଡରେ ଜଡ଼ା ପତ୍ର ରଖିଲେ ଏହା ଆପଣଙ୍କୁ ଶାନ୍ତ ରହିବାରେ ସହାୟକ ହୋଇଥାଏ)। ସକାଳ ଜଳଖିଆ ପୂର୍ବରୁ ଗୋଟିଏ ବୁନ୍ଦା ଏରଣ୍ଡି (ଜଡ଼ା) ତେଲ ସେବନ କଲେ ପେଟରେ ଥିବା ସବୁ ଜନ୍ତୁ (ଜୀବାଣୁ) ମରିଯାଆନ୍ତି।’’

‘‘ଗୋଟିଏ ଜଡ଼ା ଗଛ ଚାଷୀ ପାଇଁ ଛତା ଭଳି,’’ ଏହାର ଚିକ୍କଣ ପତ୍ରର ପତଳା ଧାର ଆଡ଼କୁ ଇସାରା କରି ସେ କହିଥାନ୍ତି ଯାହା ପାଣିକୁ ବାହାରକୁ ବୋହି ଦେବାରେ ସହାୟକ ହୋଇଥାଏ। ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଲମ୍ବା ବର୍ଷା ଋତୁରେ ଏହା ବିଶେଷ ସହାୟକ ହୋଇଥାଏ। ‘‘କୁଟା ହୋଇଥିବା ଜଡ଼ା ବୀଜ ମଧ୍ୟ ଉନ୍ନତ ଜୈବିକ ସାର ଅଟେ,’’ ନାରାୟଣ କୁହନ୍ତି।

ଏହାର ଅନେକ ପାରମ୍ପରିକ ଉପଯୋଗିତା ସତ୍ତ୍ୱେ, କ୍ୟାଷ୍ଟର ଗଛ ଏବେ ଦ୍ରୁତ ଗତିରେ କୋହ୍ଲାପୁରର ଚାଷ ଜମିରୁ ଉଭେଇ ଯାଉଛି।

କୋହ୍ଲାପୁରରେ ଆଖୁ ଫସଲର ଚାହିଦା ବଢ଼ୁଥିବାରୁ ଏରଣ୍ଡିର ଲୋକପ୍ରିୟତା ହ୍ରାସ ପାଇଛି । ମହାରାଷ୍ଟ୍ର ସରକାରଙ୍କ ଗେଜେଟିୟର୍ସ ବିଭାଗରୁ ମିଳିଥିବା ତଥ୍ୟ ଅନୁଯାୟୀ, ୧୯୫୫-୫୬ରେ କୋହ୍ଲାପୁରରେ ୪୮,୩୬୧ ଏକର ଜମିରେ ଆଖୁ ଚାଷ ହୋଇଥିଲା। ୨୦୨୨-୨୩ରେ ଆଖୁ ଚାଷ ହୋଇଥିବା ଜମି ପରିମାଣ ୪.୩ ଲକ୍ଷ ଏକର ଟପିଯାଇଛି ।

Kusum filters the castor oil using a tea strainer. 'For the past four years, no one has come to take the oil,' she says
PHOTO • Sanket Jain
Kusum filters the castor oil using a tea strainer. 'For the past four years, no one has come to take the oil,' she says
PHOTO • Sanket Jain

ଚା’ ଛଙ୍କା ବ୍ୟବହାର କରି ଜଡ଼ା ତେଲ ଛାଣୁଛନ୍ତି କୁସୁମ। ‘ଗତ ଚାରି ବର୍ଷ ହେବ କେହି ତେଲ ନେବାକୁ ଆସିନାହାନ୍ତି,’ ସେ କୁହନ୍ତି

' A castor plant is a farmer’s umbrella,' says Narayan (right) as he points towards the tapering ends of the leaves that help repel water during the rainy season
PHOTO • Sanket Jain
' A castor plant is a farmer’s umbrella,' says Narayan (right) as he points towards the tapering ends of the leaves that help repel water during the rainy season
PHOTO • Sanket Jain

‘ଗୋଟିଏ ଜଡ଼ା ଗଛ ଚାଷୀ ପାଇଁ ଛତା ଭଳି,’ ଏହାର ଚିକ୍କଣ ପତ୍ରର ପତଳା ଧାର ଆଡ଼କୁ ଇସାରା କରି ସେ କହିଥାନ୍ତି ଯାହା ବର୍ଷା ଋତୁରେ ପାଣିକୁ ବାହାରକୁ ବୋହି ଦେବାରେ ସହାୟକ ହୋଇଥାଏ

‘‘ମୋ ପିଲାମାନେ ସୁଦ୍ଧା ଜଡ଼ା ଚାଷ କିମ୍ବା ତେଲ ବାହାର କରିବା ଜାଣିନାହାନ୍ତି,’’ ନାରାୟଣ କୁହନ୍ତି । ‘‘ସେମାନଙ୍କ ପାଖରେ ସମୟ ନାହିଁ।’’ ତାଙ୍କର ଦୁଇ ପୁଅ ମାରୁତି (୪୯) ଓ ଭଗତ ସିଂ (୪୭) ମଧ୍ୟ ଚାଷୀ ଏବଂ ଆଖୁ ସମେତ ବିଭିନ୍ନ ଫସଲ ଚାଷ କରିଥା’ନ୍ତି। ତାଙ୍କ ଝିଅ ମୀନାତାଇ (୪୮) ଜଣେ ଗୃହିଣୀ।

ହାତରେ ଜଡ଼ା ତେଲ ବାହାର କରିବାର ଅସୁବିଧା ସମ୍ପର୍କରେ ପଚରାଯିବାରୁ ନାରାୟଣ କୁହନ୍ତି, ‘‘କିଛି ସମସ୍ୟା ନାହିଁ। ଏହା ଆମ ପାଇଁ ଏକ ଭଲ ବ୍ୟାୟାମ।’’

‘‘ଗଛ ସଂରକ୍ଷିତ ରଖିବା ଲାଗି ମୁଁ ଭଲପାଏ, ତେଣୁ ମୁଁ ପ୍ରତିବର୍ଷ ଜଡ଼ା ଚାଷ କରିଥାଏ,’’ ସେ ଦୃଢ଼ବିଶ୍ୱାସର ସହିତ କହିଥାନ୍ତି। ଗାଏକୱାଡ଼ ଜଡ଼ା ଚାଷ କରିବାରେ ହେଉଥିବା ଶ୍ରମରୁ କୌଣସି ଆର୍ଥିକ ଲାଭ ପାଆନ୍ତି ନାହିଁ। ତଥାପି ସେ ନିଜ ପରମ୍ପରାକୁ ଆଗକୁ ବଢ଼ାଇବା ଲାଗି ଲକ୍ଷ୍ୟ ରଖିଛନ୍ତି।

୧୦ ଫୁଟ ଲମ୍ବା ଆଖୁ ଗଛ ଭିତରେ, ନାରାୟଣ ଓ କୁସୁମ ତାଙ୍କ ଜଡ଼ା ଗଛକୁ ବଞ୍ଚାଇ ରଖିଛନ୍ତି।

ଏ କାହାଣୀ ଗ୍ରାମୀଣ କାରିଗରମାନଙ୍କୁ ନେଇ ସାଙ୍କେତ ଜୈନଙ୍କ ପ୍ରସ୍ତୁତ ଏକ ଅଧ୍ୟାୟର ଅଂଶବିଶେଷ ଏବଂ ଏଥିପାଇଁ ମୃଣାଳିନୀ ମୁଖାର୍ଜୀ ଫାଉଣ୍ଡେସନ ସହଯୋଗ ଯୋଗାଇ ଦେଇଛି।

ଅନୁବାଦ: ଓଡ଼ିଶାଲାଇଭ୍‍

Sanket Jain

Sanket Jain is a journalist based in Kolhapur, Maharashtra. He is a 2022 PARI Senior Fellow and a 2019 PARI Fellow.

Other stories by Sanket Jain
Editor : Dipanjali Singh

Dipanjali Singh is an Assistant Editor at the People's Archive of Rural India. She also researches and curates documents for the PARI Library.

Other stories by Dipanjali Singh
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE