ସମଶେର ସିଂ କୁହନ୍ତି - " ଆମର ଟ୍ରାକ୍ଟରଗୁଡିକୁ ତିରଙ୍ଗାରେ ସଜେଇଛୁ କାରଣ ଆମେ ଆମ ଦେଶକୁ ଉଲପାଉ। "ଭାରତୀୟ ପତାକାର ରଙ୍ଗରେ ତାଙ୍କ ଟ୍ରାକ୍ଟରଟି ରିବନ, ବେଲୁନ ଏବଂ ଫୁଲଗୁଡିକ ଦ୍ୱାରା ସଜାହେଉଛି। ସେ ଆହୁରି ମଧ୍ୟ କୁହନ୍ତି " ଆମ ପାଇଁ ଚାଷ ମାତୃଭୂମି ପରି ପ୍ରିୟ ଅଟେ।" "ଆମେ ମାସ ମାସ ଧରି ଜମିକୁ ଚାଷ କରୁ, ଆମେ ଫସଲର ଯତ୍ନ ନେଉଛୁ ଯେଉଁଭଳି ଆମ ମା’ମାନେ ଆମର ଯତ୍ନ ନେଇଥାନ୍ତି। ଏହି ଉଦ୍ଦେଶ୍ୟକୁ ମନ ମଧ୍ୟରେ ରଖି ଆମେ ଆମର ଟ୍ରାକ୍ଟରକୁ ପୃଥିବୀ ମାତା ପରି ସଜାଇଛୁ।"

ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳର ବିକ୍ଷୋଭ ସ୍ଥାନଗୁଡିକରେ କୃଷକମାନେ ପ୍ରତିସ୍ପର୍ଦ୍ଧା ପାଇଁ ସେମାନଙ୍କର ଟ୍ରାକ୍ଟର ଗୁଡିକୁ ବିଭିନ୍ନ ଥିମରେ ପ୍ରସ୍ତୁତ କରୁଛନ୍ତି । ସେମାନେ ଏହି ରାଲିକୁ ସେହିଭଳି ରଙ୍ଗଯୁକ୍ତ ଏବଂ ଅର୍ଥଯୁକ୍ତ କରିବାକୁ ଚାହାନ୍ତି ଯେଉଁଭଳି ଗଣତନ୍ତ୍ର ଦିବସର ବାର୍ଷିକ ଉତ୍ସବରେ ବିଭିନ୍ନ ରାଜ୍ୟ ଏବଂ ସେମାନଙ୍କର ଭାସମାନ ଥିମ ସହିତ ରାଜଧାନୀ ପ୍ୟାରେଡରେ ପ୍ରତିନିଧିତ୍ୱ କରନ୍ତି।  ଫୁଲ, ପତାକା ଏବଂ ଚିତ୍ର ସାରଣୀ ଆଦି ଉପସାଧନ ସହିତ ସଜ୍ଜିତ ହୋଇଥିବା ଟ୍ରାକ୍ଟରଗୁଡିକ ଏକ ନୂତନ ରୂପ ପାଇଛି। ବ୍ୟକ୍ତିଗତ କୃଷକ ତଥା ଫାର୍ମ-ୟୁନିଅନ୍-ନିଯୁକ୍ତ ଦଳ ଗତ କିଛି ଦିନ ଧରି କାର୍ଯ୍ୟ କରୁଛନ୍ତି ଯେ ସେମାନେ ଜାନୁଆରୀ ୨୬ରେ ଠିକ୍ ସମୟରେ ପ୍ରସ୍ତୁତ ହୋଇଛନ୍ତି ।

୫୩ ବର୍ଷୀୟ ସମଶେର କୁହନ୍ତି, ମୋର ଘର ଗୌରେ ନାଙ୍ଗଲରୁ ଗାଡି ଚାଳନାରେ (ଟ୍ରାକ୍ଟର) ଦୁଇ ଦିନ ସମୟ ଲାଗିଥାଏ । ସେ ପଞ୍ଜାବର ଅମୃତସର ଜିଲ୍ଲାର ଏହି ଗ୍ରାମରୁ କୃଷକମାନଙ୍କର ଦାବିକୁ ଦୋହରେଇବା ପାଇଁ, କୃଷି ବିଲ୍‌ର ସମ୍ପୂର୍ଣ୍ଣ ଉଛେଦ ପାଇଁ ପ୍ୟାରେଡରେ ଭାଗ ନେବାକୁ ଅନ୍ୟ ୨୦ ଜଣ କୃଷକଙ୍କ ସହିତ ହରିୟାଣା ଦିଲ୍ଲୀ ସୀମାବର୍ତ୍ତୀ ଟିକରିକୁ ଆସିଛନ୍ତି ।

PHOTO • Shivangi Saxena

ଉପର ଧାଡ଼ି - ବଲଜିତ୍ ସିଂ ତାଙ୍କର ନାତି ନିଶାନ୍ତଙ୍କ ସହ- ଗଣତନ୍ତ୍ର ଦିବସ ପ୍ୟାରେଡ୍‌ ପାଇଁ ତାଙ୍କର ଟ୍ରାକ୍ଟରକୁ ସଜାଇଛନ୍ତି ।

ତଳ ଧାଡ଼ି- ବଲଜିନ୍ଦର ସିଂ କୃଷି କାର୍ଯ୍ୟକୁ ପ୍ରତିନିଧିତ୍ଵ କରିବା ପାଇଁ ତାଙ୍କର କାର୍‌କୁ ସବୁଜ ରଙ୍ଗରେ ଚିତ୍ରିତ କରିଛନ୍ତି ।

ସେପ୍ଟେମ୍ବର ୨୦୨୦ରେ ସଂସଦରେ ଗୃହୀତ ହୋଇଥିବା ତିନୋଟି କୃଷି ଆଇନକୁ କୃଷକମାନେ ବିରୋଧ କରୁଛନ୍ତି । ସେଗୁଡିକ ଜୁନ୍ ୫, ୨୦୨୦ରେ ପ୍ରଥମେ ଅଧ୍ୟାଦେଶ ରୂପେ ପାରିତ ହୋଇଥିଲା, ତାପରେ ସେପ୍ଟେମ୍ବର ୧୪ରେ ସେଗୁଡିକ କୃଷି ଚିଠା ଆଇନ ରୂପେ ଉପସ୍ଥାପିତ ହୋଇଥିଲା ଏବଂ ଏହାକୁ ତ୍ୱରାନ୍ୱିତ ଭାବେ ସେହି ମାସ ୨୦ ତାରିଖରେ କୃଷି ଆଇନ ଭାବେ ଗୃହିତ ହୋଇଥିଲା । ସେହି ତିନୋଟି କୃଷି ଆଇନ ହେଲା - କୃଷକ (ସଶକ୍ତିକରଣ ଏବଂ ସୁରକ୍ଷା) ଚୁକ୍ତିନାମା, ମୂଲ୍ୟ ନିଶ୍ଚିତତା ଏବଂ କୃଷି ସେବା ଅଧିନିୟମ, ୨୦୨୦ , କୃଷକ ଉତ୍ପାଦ ବ୍ୟବସାୟ ଏବଂ ବାଣିଜ୍ୟ (ପଦୋନ୍ନତି ଏବଂ ସୁବିଧା) ଅଧିନିୟମ, ୨୦୨୦ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଅଧିନିୟମ, ୨୦୨୦

କୃଷକମାନେ ଏହି ନିୟମକୁ ବଡ଼ ବଡ଼ ନିଗମମାନଙ୍କ ପାଇଁ ଅଧିକ ସ୍ଥାନ ବିସ୍ତାରକାରୀ ତଥା କୃଷି କାର୍ଯ୍ୟ ଉପରେ ଅଧିକ କ୍ଷମତା ପ୍ରୟୋଗକାରୀ ଏବଂ ସେମାନଙ୍କର ଜୀବିକା ପାଇଁ ବିନାଶକାରୀ ବୋଲି ମନେ କରନ୍ତି । ଏହି ଆଇନଗୁଡ଼ିକ ମଧ୍ୟ କୃଷକମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ( ଏମଏସପି ), କୃଷିଜାତ ଦ୍ରବ୍ୟର କ୍ରୟବିକ୍ରୟ ସୁବିଧା କମିଟି (APMCs ), ରାଜ୍ୟ ସଂଗ୍ରହ ଏବଂ ଅଧିକ କାର୍ଯ୍ୟ ପାଇଁ ମୁଖ୍ୟ ସହାୟକ ହେବା ପରିବର୍ତ୍ତେ ଦୁର୍ବଳ କରିବାରେ ସହାୟ ପରି ମନେ ହୁଏ । ଏହି ଆଇନଗୁଡ଼ିକୁ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରଭାବିତ କରୁଥିବା ଭଳି ସମାଲୋଚନା କରାଯାଇଛି କାରଣ ଭାରତର ସମ୍ବିଧାନର ଧାରା ୩୨ କୁ ଦୁର୍ବଳ କରି, ଏଗୁଡ଼ିକ ସମସ୍ତ ନାଗରିକଙ୍କ ଆଇନଗତ ଆଶ୍ରୟ ନେବାର ଅଧିକାରକୁ ଅକ୍ଷମ କରୁଛି।

ବଲଜିତ୍ ସିଂ ମଧ୍ୟ ତାଙ୍କର  ଟ୍ରାକ୍ଟରକୁ ବଡ଼ ଲମ୍ବା ଫୁଲମାଳ ଏବଂ ଭାରତୀୟ ପତାକା ଦ୍ଵାରା ସଜାଇଛନ୍ତି । ଏହି ବିରୋଧ ରାଲିରେ ଯୋଗ ଦେବା ପାଇଁ ସେ ତାଙ୍କର ୧୪ ବର୍ଷୀୟ ନାତି ନିଶାନ୍ତଙ୍କ ସହ ରୋହତକ ଜିଲ୍ଲାର ଖେରିସାଧ୍ ଗ୍ରାମରୁ ଆସିଛନ୍ତି । ସେ କହନ୍ତି, ସେ ଏବଂ ତାଙ୍କର ନାତି ହରିୟାଣାର ପାରମ୍ପରିକ ବେଶଭୂଷାରେ ସଜ୍ଜିତ ହୋଇ ତାଙ୍କ ରାଜ୍ୟର ସମ୍ମାନ ତଥା ଅନ୍ୟ କୃଷକମାନଙ୍କର ପ୍ରତିନିଧିତ୍ୱ କରିବେ ।

PHOTO • Shivangi Saxena

ଅନେକ କଳାକାର ଏହି ରାଲି ପାଇଁ ପୋଷ୍ଟର, ବ୍ୟାନର ଏବଂ ହୋର୍ଡିଂ ତିଆରି କରିଥିଲେ । ଭାରତୀୟ କିସାନ ସଂଘର ଜଣେ ମୁଖପାତ୍ର କହନ୍ତି ,"ଆମେମାନେ କୃଷକମାନଙ୍କର ଏହି ପ୍ଲାଟଫର୍ମକୁ ବ୍ୟବହାର କରି ସାମାଜିକ ବିପଦ ବିରୁଦ୍ଧରେ ସଚେତନତା ସୃଷ୍ଟି କରୁଛୁ । "

ଜଣେ ୫୭ ବର୍ଷୀୟ କୃଷକ କହନ୍ତି ,"ଏହି ପ୍ରତିବାଦରେ ଭାଗ ନେବାପାଇଁ ମୁଁ ନିକଟରେ ଏକ ମହିନ୍ଦ୍ରା ଟ୍ରାକ୍ଟର କିଣିଛି । ମୁଁ ମୋର ନିଜ ଅର୍ଥକୁ ବିନିଯୋଗ କରିଛି । ଏହା କେବଳ ସରକାରଙ୍କୁ ଜଣାଇବା ପାଇଁ ଯେ ଆମେ କାହାର ଆର୍ଥିକ ସହାୟତା ନେଇ ନାହୁଁ । ଆମେ ନିଜେ ରୋଜଗାର କରି ଅର୍ଥ ସଂଗ୍ରହ କରିଛୁ ।"

କିସାନ ଗଣତନ୍ତ୍ର ଦିବସ ସମାରୋହରେ କାର୍ ଗୁଡ଼ିକ ମଧ୍ୟ ଯୋଗ ଦେବେ । ପଞ୍ଜାବର ମୋଗା ଜିଲ୍ଲାର ମୋଗା ସହରରୁ ୨୭ ବର୍ଷୀୟ ବଲଜିନ୍ଦର ସିଂ ଆସିଛନ୍ତି । ସେ କହନ୍ତି, ସେ ତାଙ୍କର ଇନୋଭା ଗାଡ଼ି ଚଳାଇ ୩୫୦ କିଲୋମିଟର ଟିକ୍ରି ପର୍ଯ୍ୟନ୍ତ ଆସିଛନ୍ତି। ବଲଜିନ୍ଦର୍ ଜଣେ କଳାକାର ଏବଂ କୃଷିକୁ ଉପସ୍ଥାପନା କରିବା ପାଇଁ ସେ ତାଙ୍କର କାରର ବହିର୍ଭାଗକୁ ସବୁଜ ରଙ୍ଗରେ ଚିତ୍ରିତ କରିଛନ୍ତି । କାର୍‌ର ପଛପଟ ଶେଷଭାଗରେ 'ପଞ୍ଜାବ ଦିଲ୍ଲୀ ସହ ବିବାହ ' ସ୍ଲୋଗାନ ଚିତ୍ରିତ କରିଛନ୍ତି । ସେ କହନ୍ତି,"ଏହାର ଅର୍ଥ ଆମେ ପଞ୍ଜାବ ଅଧିବାସୀ ମାନେ କେବଳ ଦିଲ୍ଲୀ (ର ହାତ ) ବିଜୟ ପଥରେ ଯାତ୍ରା କରିବୁ । ଆମର ଆଦର୍ଶ ହେଉଛନ୍ତି ବିଖ୍ୟାତ ସ୍ଵାଧୀନତା ସଂଗ୍ରାମୀ ଭଗତ ସିଂ ।"

ଏହି ରାଲି ପାଇଁ ଅନ୍ୟ କଳାକାରମାନେ ମଧ୍ୟ ପୋଷ୍ଟର, ବ୍ୟାନର ଏବଂ ହୋର୍ଡ଼ିଂ ପ୍ରସ୍ତୁତ କରିଛନ୍ତି । ଭାରତୀୟ କିସାନ ସଂଘ  (BKU ) ର କଳାକାର ବିକାଶ (ସେ କେବଳ ଏହି ନାମକୁ ବ୍ୟବହାର କରିବାକୁ ପସନ୍ଦ କରନ୍ତି ) ତାଲିକା ପ୍ରସ୍ତୁତ କରିଛନ୍ତି । BKU ପାଇଁ ଗଣମାଧ୍ୟମ ମୁଖପାତ୍ର ( ଉଗ୍ରହନ ) କହନ୍ତି ," ଆମେ କୃଷକମାନଙ୍କର ଏହି ପ୍ରତୀକ ପ୍ଲାଟଫର୍ମକୁ ଦଳିତଙ୍କ ପ୍ରତି ଅତ୍ୟାଚାର  ଏବଂ ପ୍ରବାସୀ ସଙ୍କଟ ଭଳି ସାମାଜିକ କଳଙ୍କ ବିଷୟରେ ସଚେତନତା ସୃଷ୍ଟି ପାଇଁ ବ୍ୟବହାର କରୁଛୁ । ଆମେମାନେ ଆମ ଗୁରୁଙ୍କର ଶିକ୍ଷା ଅନୁସାରେ ଏହି ବଡ଼ ବଡ଼ ହୋର୍ଡ଼ିଂ ମାନ ଦିନ ରାତି ପରିଶ୍ରମ କରି ଶେଷ କରିଛୁ।"

ଏହିପରି ଭାବରେ ଜାନୁଆରୀ ୨୬ ସକାଳେ ଟ୍ରାକ୍ଟର, କାର ଏବଂ ଲୋକମାନେ ଅଭୂତପୂର୍ବ ସମାରୋହରେ ଯାତ୍ରା କରିଛନ୍ତି । ଏହି ଯାତ୍ରା ବିରୋଧୀମାନଙ୍କ ମଧ୍ୟରେ ନିଶ୍ଚୟ ବିଶ୍ୱାସ ଜନ୍ମାଇବ ଯେ ସେମାନେ ତାଙ୍କର ଗନ୍ତବ୍ୟ ସ୍ଥଳ - 'କୃଷି ଆଇନଗୁଡିକର ପ୍ରତ୍ୟାହାର' - ରେ ନିଶ୍ଚୟ ପହଞ୍ଚିବେ ।

ଅନୁବାଦ - ଓଡ଼ିଶାଲାଇଭ୍‍

Shivangi Saxena

Shivangi Saxena is a third year student of Journalism and Mass Communication at Maharaja Agrasen Institute of Management Studies, New Delhi.

Other stories by Shivangi Saxena
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE